Old/New Testament
ଯୋୟାବ ଏକ ଜ୍ଞାନୀ ସ୍ତ୍ରୀକୁ ଦାଉଦଙ୍କ ନିକଟକୁ ପଠାଇଲେ
14 ସରୁୟାର ପୁତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ଅନ୍ତଃକରଣ ଅବଶାଲୋମ ଆଡ଼େ ଅଛି। 2 ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀଲୋକ ଆଣିବାକୁ କହିଲା। ଯୋୟାବ ସେହି ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ କହିଲେ, “ଦୟାକରି ବହୁତ ଦୁଃଖିତ ଥିବାର ଛଳନା କର। ଶୋକ ବସ୍ତ୍ର ପରିଧାନ କର। ତୁମ୍ଭର କେଶରେ ଓ ମୁଖରେ ତେଲିଆ ପ୍ରସାଧାନ ଲଗାଅ ନାହିଁ। ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ବ୍ୟବହାର କର। 3 ରାଜାଙ୍କ ନିକଟକୁ ଯାଇ ମୁଁ ତୁମ୍ଭକୁ ଯାହା କୁହେ ସେହି ବାକ୍ୟ ତାଙ୍କୁ କୁହ, ତା’ପରେ ଯୋୟାବ ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ ଯାହା କହିବା ପାଇଁ ହେବ କହିଲେ।”
4 ତହୁଁ ତକୋୟର ସେହି ସ୍ତ୍ରୀ ଜଣକ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁଣ୍ଡମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।”
5 ତହିଁରେ ରାଜା ପଗ୍ଭରିଲେ, “କ’ଣ ତୁମ୍ଭର ଅସୁବିଧା କରୁଛି?”
ସେ ଉତ୍ତର ଦେଲା, “ମୁଁ ସତ୍ୟ କହୁଅଛି ମୁଁ ବିଧବା ସ୍ତ୍ରୀ, ମୋର ସ୍ୱାମୀ ମରିଯାଇଛି। 6 ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ। ସେ ଦୁହେଁ କ୍ଷେତ୍ରରେ ବିବାଦ କଲେ। ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା। 7 ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା’ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା’ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା’ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା’ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।”
8 ତା’ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।”
9 ତକୋୟର ସେହି ସ୍ତ୍ରୀଲୋକଟି ରାଜାଙ୍କୁ କହିଲା, “ହେ ମୋର ସଦାପ୍ରଭୁ, ଏ ଅପରାଧଟି ମୋ’ ଉପରେ ଓ ମୋ’ ପରିବାର ଉପରେ ଥାଉ। ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷ ରହିତ ହେଉ।”
10 ତା’ପରେ ରାଜା କହିଲେ, “କେହି ଯଦି ତୁମ୍ଭକୁ କିଛି କହେ, ତାକୁ ମୋ’ ସମ୍ମୁଖକୁ ଆଣ ଏବଂ ସେ ତୁମ୍ଭର ଆଉ ବିବ୍ରତ କରିବ ନାହିଁ।”
11 ସ୍ତ୍ରୀଲୋକଟି କହିଲେ, “ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଶପଥ ନେଇ କହନ୍ତୁ, ଆପଣ ସେମାନଙ୍କୁ ଅଟକାଇବେ, ଯେଉଁମାନେ ତା’ର ଭାଇର ହତ୍ୟା ଯୋଗୁଁ ମୋର ପୁତ୍ରକୁ ହତ୍ୟା କରିବାକୁ ଗ୍ଭହାନ୍ତି। ଶପଥ କରନ୍ତୁ ଯେ, ଆପଣ ସେମାନଙ୍କୁ ମୋର ପୁତ୍ରକୁ ଧ୍ୱଂସ କରିବା ପାଇଁ ଦେବେ ନାହିଁ।”
ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ କେହି ତୁମ୍ଭର ପୁତ୍ରର କ୍ଷତି କରି ପାରିବେ ନାହିଁ, ଏପରିକି ତା’ର ମୁଣ୍ଡର ଗୋଟିଏ ବାଳ ମଧ୍ୟ ତଳେ ପଡ଼ିବ ନାହିଁ। ରାଜା କହିଲେ, ପରମେଶ୍ୱରଙ୍କର ନାମ ଅକ୍ଷୁର୍ଣ୍ଣ ଥିବାଯାଏ କେହି ତା’ର ଚର୍ମକୁ ସ୍ପର୍ଶ କରି ପାରିବେ ନାହିଁ।”
12 ସେ କହିଲା, “ମୋର ରାଜା ସଦାପ୍ରଭୁ ଦୟାକରି ମୋତେ କିଛି କହିବା ପାଇଁ ଦିଅନ୍ତୁ।”
ତା’ପରେ ରାଜା ଉତ୍ତର ଦେଲେ, “ତୁମ୍ଭେ କୁହ।”
13 ସ୍ତ୍ରୀଲୋକଟି କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକୁ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପୁତ୍ରକୁ ଫେରାଇ ଆଣୁ ନାହାନ୍ତି। 14 ଆମ୍ଭେମାନେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭେମାନେ ଭୂମିରେ ଢଳା ହୋଇଥିବା ପାଣି ପରି, ଯାହାକି ପୁନର୍ବାର ସଂଗ୍ରହ ହୋଇ ପାରିବ ନାହିଁ। ପରମେଶ୍ୱର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସେମାନଙ୍କ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ୟରେ ଦୌଡ଼ି ପଳାନ୍ତି। 15 ମୋର ପ୍ରଭୁ ଓ ମହାରାଜ ମୁଁ ଏହି କଥାଗୁଡ଼ିକ କହିବାକୁ ଆପଣଙ୍କ ନିକଟକୁ ଆସିଲି କାରଣ ଲୋକମାନେ ମୋତେ ଭୟ ଦେଖାଇଲେ। ତେଣୁ ନିଜକୁ ଭାବିଲି, ‘ମୁଁ ମହାରାଜାଙ୍କୁ କହିବି, ହୋଇପାରେ, ମହାରାଜ ମୋତେ ସାହାଯ୍ୟ କରି ପାରନ୍ତି। 16 ରାଜା ମୋର କଥା ଶୁଣିବେ ଏବଂ ଯେଉଁମାନେ ମୋତେ ଏବଂ ମୋର ପୁତ୍ରକୁ ମାରିବାକୁ ଗ୍ଭହୁଁଛନ୍ତି। ସେମାନଙ୍କ କବଳରୁ ମୋତେ ରକ୍ଷା କରିବେ।’ ସେ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ଦେଇଥିବା ଅଧିକାରରୁ ବଞ୍ଚିତ କରିବେ ନାହିଁ। 17 ମୁଁ ଜାଣେ ମୋର ମୁନିବଙ୍କର କଥା, ନିଶ୍ଚିତ ଭାବରେ ମୋତେ ବିଶ୍ରାମ ଦେବ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ୱରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭୁଲ୍ ଏବଂ ସଦାପ୍ରଭୁ ଆପଣଙ୍କର ପରମେଶ୍ୱର ସର୍ବଦା ଆପଣଙ୍କ ପାଖରେ ଅଛନ୍ତି।”
18 ରାଜା ଦାଉଦ ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କେତେକ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା’ର ଉତ୍ତର ଦେବ।”
ସ୍ତ୍ରୀଲୋକଟି କହିଲା, “ହେ ମୋର ପ୍ରଭୁ, ଆପଣଙ୍କର ପ୍ରଶ୍ନ ପଗ୍ଭରନ୍ତୁ।”
19 ରାଜା କହିଲେ, “ଯୋୟାବ କ’ଣ ତୁମ୍ଭକୁ ଏପରି କହିବାକୁ କହିଥିଲେ?”
ସେହି ସ୍ତ୍ରୀଲୋକଟି ଉତ୍ତର ଦେଲା, “ହେ ମୋର ପ୍ରଭୁ ରାଜା, ଆପଣଙ୍କ ଜୀବିତ ଥିବା ଯାଏ, ଆପଣ ଯାହା କହନ୍ତି ସବୁ ଠିକ୍। ଆପଣଙ୍କର ଅଧିକାରୀ ଯୋୟାବ ମୋତେ ଏପରି କହିବାକୁ କହିଥିଲେ। 20 ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରତ୍ୟେକ କଥାକୁ ଅଲଗା ଭାବରେ ଦେଖି ପାରିଥା’ନ୍ତେ। ମୋର ପ୍ରଭୁ, ଆପଣ ପରମେଶ୍ୱରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀରେ କେଉଁଠି କ’ଣ ହେଉଛି, ଆପଣ ସବୁ ଜାଣି ପାରୁଛନ୍ତି।”
ଅବଶାଲୋମ ଯିରୁଶାଲମକୁ ଫେରି ଆସିଲେ
21 ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।”
22 ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”
23 ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୁଶାଲମକୁ ଆଣିଲା। 24 କିନ୍ତୁ ଦାଉଦ ରାଜା କହିଲେ, “ଅବଶାଲୋମ ତା’ ନିଜ ଘରକୁ ଫେରିଯାଇ ପାରିବ। ସେ ଆସି ପାରିବ ନାହିଁ ଓ ଦେଖି ପାରିବ ନାହିଁ।” ତେଣୁ ଅବଶାଲୋମ ତା’ର ନିଜ ଗୃହକୁ ଫେରିଗଲା। ଅବଶାଲୋମ ରାଜାଙ୍କୁ ସାକ୍ଷାତ କରି ପାରିଲା ନାହିଁ।
25 ସମୁଦାୟ ଇସ୍ରାଏଲ ମଧ୍ୟରେ ଅବଶାଲୋମ ପରି ଅତି ସୁନ୍ଦର ଯୁବକ କେହି ନ ଥିଲେ। ଲୋକମାନେ ତା’ର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିଲେ। ତା’ର ପାଦରୁ ମସ୍ତକ ପର୍ଯ୍ୟନ୍ତ କେଉଁଠାରେ ଖୁଣ ନ ଥିଲା। 26 ତା’ ମୁଣ୍ଡରେ ବାଳ ଭାରୀ ହେବାରୁ ସେ ତାକୁ କାଟିଲା। ପ୍ରତି ବର୍ଷ ତା’ ମୁଣ୍ଡରୁ 200 ଶେକଲ ବାଳ ବାହାରେ। 27 ଅବଶାଲୋମର ତିନି ପୁତ୍ର ଓ ଗୋଟିଏ ଝିଅ ଥିଲା। ସେ ଝିଅର ନାମ ତାମର ଥିଲା। ତାମର ମଧ୍ୟ ଭାରୀ ସୁନ୍ଦରୀ ଥିଲେ।
ଅବଶାଲୋମ ତାଙ୍କୁ ଦେଖିବା ପାଇଁ ଯୋୟାବଙ୍କୁ ବାଧ୍ୟକଲେ
28 ଅବଶାଲୋମ ଯିରୁଶାଲମରେ ଦୁଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କୁ ଦେଖା କରିପାରୁ ନ ଥିଲେ। କାରଣ ତାଙ୍କୁ ଏପରି ଅନୁମତି ଦିଆଯାଇ ନ ଥିଲା। 29 ଅବଶାଲୋମ ଯୋୟାବଙ୍କ ନିକଟକୁ ଖବର ପଠାଇଲେ। ତାଙ୍କ ତରଫରୁ ରାଜାଙ୍କ ସମ୍ମୁଖକୁ ଯିବା ପାଇଁ। କିନ୍ତୁ ଯୋୟାବ ଆସିବାକୁ ଓ ଦେଖା କରିବାକୁ ମନା କରି ଦେଲା। ଅବଶାଲୋମ ଦ୍ୱିତୀୟ ଥର ତାଙ୍କୁ ଡକାଇଲେ, କିନ୍ତୁ ସେ ଆସିବାକୁ ମନା କଲେ।
30 ତେଣୁ ଅବଶାଲୋମ ତା’ର କର୍ମଗ୍ଭରୀମାନଙ୍କୁ କହିଲେ, “ଦେଖ, ଯୋୟାବର କ୍ଷେତ ଠିକ୍ ମୋର କ୍ଷେତ ପାଖରେ ଏବଂ ସେ ସେଥିରେ ବାର୍ଲୀ ଗ୍ଭଷ କରିଛି। ତୁମ୍ଭେମାନେ ଯାଅ ଓ ତାକୁ ପୋଡ଼ି ଦିଅ।”
ତେଣୁ ଅବଶାଲୋମର ଲୋକମାନେ ଗଲେ ଓ ନିଆଁ ଲଗାଇ ଦେଲେ। 31 ଯୋୟାବ ଉଠି ଅବଶାଲୋମର ଗୃହକୁ ଆସିଲେ। ଯୋୟାବ ଅବଶାଲୋମକୁ କହିଲା, “କାହିଁକି ତୁମ୍ଭର ଦାସମାନେ ମୋ’ ବିଲରେ ନିଆଁ ଲଗାଇଲେ?”
32 ଅବଶାଲୋମ ଯୋୟାବକୁ କହିଲା, “ମୁଁ ତୁମ୍ଭ ପାଖକୁ ବାର୍ତ୍ତାବହ ପଠାଇଲି, ମୁଁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକୁ ମୁଁ ତୁମ୍ଭକୁ ରାଜାଙ୍କ ନିକଟକୁ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମୋତେ ଗଶୂରରୁ ଡକାଇଲ? ତେଣୁ, ମୋର ଗଶୂରରେ ରହିବା ଭଲ। ଠିକ୍ ଅଛି, ତେବେ ବର୍ତ୍ତମାନ ମୋତେ ରାଜାଙ୍କୁ ସାକ୍ଷାତ କରିବାକୁ ଦିଅ। ଯଦି ମୁଁ ପାପ କରି ଥାଏ ତେବେ ସେ ମୋତେ ହତ୍ୟା କରିବା ଉଚିତ୍।”
ଅବଶାଲୋମ ରାଜା ଦାଉଦଙ୍କ ସହିତ ଦେଖା କରିବାକୁ ଗଲେ
33 ତା’ପରେ ଯୋୟାବ ଯାଇ ରାଜାଙ୍କୁ ଏ କଥା ଜଣାଇଲା। ତା’ପରେ ରାଜା ଅବଶାଲୋମକୁ ପାଖକୁ ଡକାଇଲେ, ସେ ଆସି ରାଜାଙ୍କୁ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶାଲୋମକୁ ଚୁମ୍ବନ କଲେ।
ଅବଶାଲୋମ ବହୁତ ମିତ୍ର ବନାଇଲେ
15 ଏହା ପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ୱମାନ ପାଇଲା। ଆଉ ସେ ଯେତେବେଳେ ଘୋଡ଼ାଗାଡ଼ି ଆରୋହଣ କଲା, ପଗ୍ଭଶ୍ ଜଣ ଲୋକ ତା’ ସମ୍ମୁଖକୁ ଦୌଡ଼ି ଆସିଲେ। 2 ଅବଶାଲୋମ ପ୍ରତ୍ୟୁଷରୁ ଉଠି ରାଜ ଦ୍ୱାରର ପଥପାର୍ଶ୍ୱରେ ଆସି ଠିଆ ହୁଏ। ଯେତେବେଳେ କୌଣସି ଲୋକ ରାଜାଙ୍କ ନିକଟକୁ ବିଗ୍ଭର ନ୍ୟାୟ ପାଇବା ପାଇଁ ଆସିଲେ, ଅବଶାଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, “ତୁମ୍ଭେ କେଉଁ ନଗରରୁ ଆସିଛ?” ସେ ଲୋକ ଉତ୍ତର ଦେଲା, “ମୁଁ ଇସ୍ରାଏଲର ଏହି ଗୋଷ୍ଠୀୟ ଲୋକ ଅଟେ।” 3 ଲୋକର ଯୁକ୍ତି ଶୁଣିଲା ପରେ ଅବଶାଲୋମ ତାକୁ କହିଥା’ନ୍ତି, “ତୁମ୍ଭେ ଠିକ୍ କହୁଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତୁମ୍ଭ କଥା ଶୁଣିବେ ନାହିଁ।”
4 ଅବଶାଲୋମ କହେ, “ଆଃ, ମୁଁ ଯଦି ଦେଶର ବିଗ୍ଭରକର୍ତ୍ତାରୂପେ ନିଯୁକ୍ତି ହୁଅନ୍ତି ଏବଂ ଯଦି କୌଣସି ଲୋକ ମୋ’ ପାଖକୁ ତା’ର ସମସ୍ୟା କହିବାକୁ ଆସିଥା’ନ୍ତି, ତାହାହେଲେ ମୁଁ ତାକୁ ସାହାଯ୍ୟ କରିଥା’ନ୍ତି ଓ ଯଥାର୍ଥ ଶାସନ ଦେଇଥା’ନ୍ତି।”
5 ଯଦି କେହି ତାକୁ ପ୍ରଣାମ କରିବାକୁ ଆସେ ତେବେ ସେ ତାକୁ ଧରି ଚୁମ୍ବନ କରୁଥିଲେ। 6 ଇସ୍ରାଏଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ୟବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇସ୍ରାଏଲ ଲୋକମାନଙ୍କର ହୃଦୟକୁ ଜୟ କଲେ।
ଅବଶାଲୋମ ଦାଉଦଙ୍କର ରାଜ୍ୟ ନେବା ପାଇଁ ଯୋଜନା କଲେ
7 ଏହିପରି ଗ୍ଭରି ବର୍ଷ [a] ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ। 8 ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”
9 ରାଜା ତାଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ।”
ତା’ପରେ ସେ ହିବ୍ରୋଣକୁ ଗଲେ। 10 ଅବଶାଲୋମ ଇସ୍ରାଏଲର ଗ୍ଭରିଆଡ଼େ ଲୋକ ପଠାଇ ଥିଲେ, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା ମାତ୍ରେ ତୁମ୍ଭେମାନେ ଘୋଷଣା କର ଅବଶାଲୋମ ହିବ୍ରୋଣର ରାଜା ହୋଇଛନ୍ତି।’”
11 ଯେଉଁ 200 ଲୋକ ଅବଶାଲୋମ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ, ସେମାନେ ତାଙ୍କ ସହିତ ଯିରୁଶାଲମ ପରିତ୍ୟାଗ କଲେ। ସେମାନେ ଜାଣି ନ ଥିଲେ କ’ଣ ତାଙ୍କର ଯୋଜନା। 12 ଯେତେବେଳେ ଅବଶାଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲେ। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହୁତ ବୃଦ୍ଧି ପାଇଲେ।
ଅବଶାଲୋମଙ୍କ ଯୋଜନା ବିଷୟରେ ଦାଉଦ ଜାଣିବାକୁ ପାଇଲେ
13 ଏହା ପରେ ଜଣେ ଦୂତ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମଙ୍କ ଉପରେ ଅଛି।”
14 ଏଥିରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ଯିରୁଶାଲମରେ ଥିଲେ ତାଙ୍କୁ କହିଲେ ଯେ, “ଆମ୍ଭେମାନେ ଏଠାରୁ ପଳାଇବା, ନଚେତ୍ ଅବଶାଲୋମ ଆମ୍ଭକୁ କାହାରିକୁ ଛାଡ଼ିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ୱଂସ କରିବ ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ହତ୍ୟା କରିବ।”
15 ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କୁ କହିଲେ, “ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତୁତ ଅଛୁ।”
ଦାଉଦ ଓ ତାଙ୍କର ଲୋକମାନେ ରକ୍ଷା ପାଇଲେ
16 ତାଙ୍କର ଘର ଜଗିବା ପାଇଁ ଦଶ ଜଣ ଉପପତ୍ନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ସ୍ଥାନରୁ ପଳାୟନ କଲେ। 17 ରାଜା ଗ୍ଭଲି ଗଲେ ଓ ତାଙ୍କ ପଛେ ପଛେ ସମସ୍ତ ଲୋକ ଗଲେ। ସେମାନେ ଶେଷ ମୁଣ୍ଡରେ ଥିବା ଗୃହରେ ଅଟକି ଗଲେ। 18 ପୁଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ୍ ନଗରରୁ ତାଙ୍କ ପଛେ ପଛେ ଯେଉଁ 600 ଲୋକ ଆସିଥିଲେ, ସେମାନେ ସମସ୍ତେ କରେଥୀୟ, ପଲେଥୀୟ ଓ ଗାଥୀୟ ଲୋକ ଥିଲେ। ସେମାନେ ସମସ୍ତେ ରାଜାଙ୍କର ଆଗରେ ପାର ହୋଇ ଗଲେ।
19 ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ସଙ୍ଗରେ ଯାଉଛ? ଫେରିଯାଅ, ରାଜାଙ୍କ ସହିତ ରହିଯାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ୟ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ। 20 ତୁମ୍ଭେମାନେ ଏବେ ମୋ’ ସହିତ ଯୋଗ ଦେଇଛ, କାହିଁକି ମୁଁ ତୁମ୍ଭମାନଙ୍କୁ ଏ ସ୍ଥାନରୁ ସେସ୍ଥାନରୁ ଏଣେ ତେଣେ ବୁଲାଇବି? ଆମ୍ଭେମାନେ ଯୁଆଡ଼େ ପାରିବୁ ସେଆଡ଼େ ଯିବୁ। ତୁମ୍ଭେ ତ କାଲି ଆସିଲ, ଆଜି କ’ଣ ଆମ୍ଭେ ତୁମ୍ଭକୁ ନେଇ ଏଣେ ତେଣେ ସାଙ୍ଗରେ ବୁଲାଇବା? ଫେରିଯାଅ ଓ ତୁମ୍ଭ ଭାଇମାନଙ୍କୁ ମଧ୍ୟ ତୁମ୍ଭ ସହିତ ନିଅ। ଦୟା ଓ ସତ୍ୟତା ତୁମ୍ଭର ସହବର୍ତ୍ତୀ ହେଉ।”
21 ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର ଦେଇ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜା ଜୀବିତ ଥିବା ପ୍ରମାଣେ, ମୁଁ ଆପଣଙ୍କ ସହିତ ରହିବି। ମୁଁ ଆପଣଙ୍କର ଦାସ। ଜୀବନରେ ବା ମୃତ୍ୟୁରେ ମୁଁ ଆପଣଙ୍କ ସହିତ ରହିବି।”
22 ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।”
ତହିଁରେ ଗାଥୀୟ ଇତ୍ତୟ ଓ ତାଙ୍କର ସମସ୍ତ ଲୋକ ଏବଂ ତାଙ୍କ ସହିତ ଥିବା ସମସ୍ତ ବାଳକ ମଧ୍ୟ ଅଗ୍ରସର ହୋଇଗଲେ ଓ କିଦ୍ରୋଣ ନଦୀ ପାର ହୋଇଗଲେ। 23 ସମସ୍ତ ଲୋକ ଉଚ୍ଚ ସ୍ୱରରେ ଚିତ୍କାର କଲେ। ରାଜା ମଧ୍ୟ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ନଦୀ ପାର ହୋଇ ମରୁଭୂମିରେ ପ୍ରବେଶ କଲେ। 24 ସାଦୋକ ଓ ସମସ୍ତ ଲେବୀୟ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଆସିଲେ। ଯିରୁଶାଲମ ନଗରରେ ସେମାନେ ପରମେଶ୍ୱରଙ୍କର ପବିତ୍ର ନିୟମ-ସିନ୍ଦୁକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହୋଇ ଆସିବା ପର୍ଯ୍ୟନ୍ତ ଅବିୟାଥର ପ୍ରାର୍ଥନା କଲେ [b]।
25 ରାଜା ଦାଉଦ ସାଦୋକକୁ କହିଲେ, “ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଯିରୁଶାଲମକୁ ଫେରାଇ ନିଅ। ଯଦି ସଦାପ୍ରଭୁ ମୋ’ ଉପରେ ପ୍ରିତ ହୁଅନ୍ତି, ତେବେ ସଦାପ୍ରଭୁ ମୋତେ ଯିରୁଶାଲମକୁ ଫେରାଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସୁଯୋଗ ମୋତେ ଦେବେ। 26 କିନ୍ତୁ ଯଦି ସଦାପ୍ରଭୁ ମୋ’ ଉପରେ ସଦୟ ନୁହନ୍ତି ବୋଲି କହନ୍ତି, ତେବେ ସେ ଯାହା ଗ୍ଭହିଁବେ ମୋ’ ଉପରେ ତାହା କରି ପାରିବେ।”
27 ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ। 28 ତୁମ୍ଭମାନଙ୍କଠାରୁ ମୋ’ ପାଖକୁ ତଥ୍ୟ ବାର୍ତ୍ତା ଆସିବା ପର୍ଯ୍ୟନ୍ତ ଯେଉଁଠାରେ ମରୁଭୂମିକୁ ଯିବା ପାଇଁ ନଦୀ ପାରି ହୁଅନ୍ତି ସେଠାରେ ମୁଁ ଅପେକ୍ଷା କରି ରହିବି।”
29 ଏଣୁ ସାଦୋକ ଓ ଅବିୟାଥର ପୁନର୍ବାର ଯିରୁଶାଲମକୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଗଲେ ଓ ସେମାନେ ସେଠାରେ ରହିଲେ।
ଅହୀଥୋଫଲଙ୍କ ବିରୁଦ୍ଧରେ ଦାଉଦଙ୍କ ପ୍ରାର୍ଥନା
30 ଦାଉଦ ଜୈତୁନ ପର୍ବତ ଉପରକୁ ଚଢ଼ିଲେ ଓ ସେ କାନ୍ଦୁଥିଲେ, ସେ ତାଙ୍କର ମୁଣ୍ଡକୁ ଘୋଡ଼ାଇ ଦେଇ ଖାଲି ପାଦରେ ଗ୍ଭଲୁଥିଲେ। ଦାଉଦଙ୍କ ସାଙ୍ଗରେ ଥିବା ସମସ୍ତ ଲୋକ ଠିକ୍ ସେହିପରି ସେମାନଙ୍କର ମୁଣ୍ଡକୁ ଘୋଡ଼ାଇ ଖାଲି ପାଦରେ ପର୍ବତ ଉପରକୁ ଚଢ଼ିଲେ ଓ ସେମାନେ ମଧ୍ୟ କାନ୍ଦୁଥିଲେ।
31 ଜଣେ ଲୋକ ଦାଉଦଙ୍କୁ କହିଲେ, “ଅବଶାଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି।” ତା’ପରେ ଦାଉଦ ପ୍ରାର୍ଥନା କଲେ, “ହେ ମୋର ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକୁ ଅଦରକାରୀ କର।” 32 ଦାଉଦ ପର୍ବତର ଉପରି ଭାଗକୁ ଆସିଲେ, ଯେଉଁଠାରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଞ୍ଚି ଦେଖିଲେ ଅର୍କୀୟ ହୂଶୟ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।
33 ସେଥିରେ ଦାଉଦ ତାଙ୍କୁ କହିଲେ, “ତୁମ୍ଭେ ଯଦି ମୋ’ ସହିତ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋର ଭାର ସଦୃଶ ହେବ। 34 କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫେରିଯାଅ, ତୁମ୍ଭେ ଅହୀଥୋଫଲର ଉପଦେଶକୁ ହତାଶ କରିପାର। ତେବେ ଅବଶାଲୋମକୁ କୁହ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ଅଟେ, ମୁଁ ଆପଣଙ୍କର ପିତାଙ୍କର ସେବା କଲି, ବର୍ତ୍ତମାନ ମୁଁ ଆପଣଙ୍କର ସେବା କରିବି।’ 35 ସେଠାରେ ତୁମ୍ଭ ସହିତ ଯାଜକ ସାଦୋକ ଓ ଅବିୟାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରୁ ଯାହାସବୁ ଶୁଣିବ, ତାହା ସାଦୋକ ଓ ଅବିୟାଥର ଯାଜକକୁ ଜଣାଇବ। 36 ସେଠାରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ସାଦୋକର ପୁତ୍ର ଅହୀମାସ ଓ ଅବିୟାଥର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ’ ପାଖକୁ ଖବର ଦେବ।”
37 ତା’ପରେ ଦାଉଦଙ୍କର ବନ୍ଧୁ ହୂଶୟ ନଗରକୁ ଆସିଲା ଏବଂ ଅବଶାଲୋମ ମଧ୍ୟ ଯିରୁଶାଲମରେ ପହଞ୍ଚିଲେ।
ପାପ କର ନାହିଁ ଏବଂ କ୍ଷମା ଦେବା ପାଇଁ ପ୍ରସ୍ତୁତ ହୁଅ(A)
17 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ। 2 ଯେଉଁ ଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ୟରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହେବ। ବେକରେ ପଥର ବାନ୍ଧି ସମୁଦ୍ରରେ ବୁଡ଼ି ମରିବା ତା ପକ୍ଷରେ ଭଲ ହେବ। 3 ତେଣୁ ସାବଧାନ ରୁହ।
“ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ୍ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ। 4 ଯଦି ତୁମ୍ଭର ଭାଇ ଦିନ ଭିତରେ ତୁମ୍ଭ ପ୍ରତି ସାତଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ, ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରି ଦିଅ।”
ତୁମ୍ଭର ବିଶ୍ୱାସ କେତେ ଦୃଢ଼
5 ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭକୁ ଅଧିକ ବିଶ୍ୱାସ ପ୍ରଦାନ କର।”
6 ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ କହି ପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ।
ଉତ୍ତମ ସେବକ ହୁଅ
7 “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଗ୍ଭକରଟିଏ ଅଛି। ସେହି ଗ୍ଭକର ତୁମ୍ଭ ବିଲରେ କାମ କରିଆସେ। ସେ ତୁମ୍ଭ ବିଲରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନେଇ ଆସେ। ସେ କାମରୁ ଫେରିବା ପରେ ତୁମ୍ଭେ ତାକୁ କ’ଣ କହିବ? ତୁମ୍ଭେ କ’ଣ କହିବ ଯେ, ‘ଭିତରକୁ ଆସ ଓ ଖାଇବାକୁ ବସ?’ 8 ନା, ତୁମ୍ଭେ ତୁମ୍ଭର ଗ୍ଭକରକୁ କହିବ, ‘ମୋ’ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମୋ’ ଖିଆପିଆ ସରିଲେ ତୁମ୍ଭେମାନେ ଖାଇବ ଓ ପିଇବ।’ 9 ଗ୍ଭକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କେବଳ ତାହା ହିଁ କରେ। 10 ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ୍ ଯେ, ‘ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୋହୁଁ। କାରଣ ଆମ୍ଭେ ଅଯୋଗ୍ୟ ଗ୍ଭକର ଓ ଆମ୍ଭର ଯାହା କରିବା ଉଚିତ୍, ଆମ୍ଭେ କେବଳ ତାହା ହିଁ କରିଛୁ।’”
କୃତଜ୍ଞ ହୁଅ
11 ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ। 12 ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ। 13 କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ, “ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାଯ୍ୟ କର।”
14 ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।”
ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। 15 ଜଣେ ଲୋକ ନିଜକୁ ସୁସ୍ଥ ହୋଇ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟିକରି ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା 16 ସେ ଯୀଶୁଙ୍କ ପାଦତଳେ ନଇଁପଡ଼ି ପ୍ରମାଣ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନ ଥିଲା, 17 ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି? 18 ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?” 19 ତା’ପରେ ଯୀଶୁ ତାହାକୁ କହିଲେ, “ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।”
2010 by World Bible Translation Center