Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 9-11

ଶାଉଲଙ୍କର ପରିବାର ପ୍ରତି ଦାଉଦଙ୍କର ଦୟା

ଦାଉଦ ପଗ୍ଭରିଲେ, “ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁଁ ସେମାନଙ୍କ ଉପରେ ଦୟା କରିବାକୁ ଗ୍ଭହେଁ। ମୁଁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହୁଁଛି।”

ସୀବଃ ନାମକ ଏକ ଗ୍ଭକର ଶାଉଲ ପରିବାରର ଥିଲା। ସେ ଦାଉଦଙ୍କ ସମ୍ମୁଖକୁ ଡକା ହୋଇଥିଲା। ଏବଂ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ସୀବଃ?”

ସେ ଉତ୍ତର ଦେଇ କହିଲା, “ହଁ ଆଜ୍ଞା, ମୁଁ ଆପଣଙ୍କର ଦାସ ସୀବଃ।”

ରାଜା କହିଲେ, “ଆଉ ଶାଉଲ ପରିବାରର କେହି ଅଛନ୍ତି କି? ପରମେଶ୍ୱରଙ୍କର ଦୟା ସେମାନଙ୍କୁ ଦେବାକୁ ଗ୍ଭହୁଁଛି।”

ସୀବଃ ରାଜା ଦାଉଦକୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ମଧ୍ୟ ବଞ୍ଚିଛି। ସେ ଛୋଟା ଅଟେ।”

ରାଜା ଦାଉଦ ସୀବଃଙ୍କୁ କହିଲେ, “ସେ ପୁତ୍ର କେଉଁଠାରେ ଅଛି?”

“ସେ ପୁତ୍ର ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଘରେ ଅଛି।”

ଯୋନାଥନର ପୁତ୍ରକୁ ଆଣିବା ପାଇଁ ରାଜା ଦାଉଦ ତାଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲୋ-ଦବାରରେ ମାଖୀରଙ୍କ ଅମ୍ମୀୟେଲର ପୁତ୍ର ଘରକୁ ପଠାଇଲେ। ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା।

ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।”

ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,”

ଦାଉଦ ମଫୀବୋଶ‌‌ତ୍‌‌କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”

ମଫୀବୋଶତ୍ ପୁନରାୟ ଦାଉଦଙ୍କୁ ପ୍ରଣାମ କଲା, ଏବଂ କହିଲା, “ମୁଁ ତ ଏକ ମଲା କୁକୁରଠାରୁ ଭଲ ନୁହେଁ। କିନ୍ତୁ ଆପଣ ମୋ’ ପ୍ରତି ଚଳିତ ବହୁତ ଦୟା ଦେଖାଇଛନ୍ତି।”

ତା’ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକୁ ପାଖକୁ ଡାକିଲେ ଏବଂ କହିଲେ, “ମୁଁ ତୁମ୍ଭର ମୁନିବର ନାତିକୁ ଶାଉଲଙ୍କର ଓ ତାହାଙ୍କ ପରିବାରକୁ ସମସ୍ତ ସମ୍ପତ୍ତି ଦେଲି। 10 ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଓ ତୁମ୍ଭର ସେବକଗଣ ତୁମ୍ଭମାନଙ୍କର ମୁନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକୁ ଗ୍ଭଷ କରିବ ଓ ସେଥିରୁ ଉତ୍ପନ୍ନ ଶସ୍ୟ ଆଣି ତାଙ୍କୁ ଦେବ। କିନ୍ତୁ ସେ ମୋ’ ସହିତ ସବୁ ବେଳେ ଭୋଜନ କରିବ।”

ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଗ୍ଭକର ଥିଲେ। 11 ତେବେ ସୀବଃ ରାଜାଙ୍କୁ କହିଲା, “ମୁଁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହେବ।”

ତେଣୁ ମଫୀବୋଶତ୍ ସର୍ବଦା ରାଜାଙ୍କ ପାଖରେ ତାଙ୍କର ପୁତ୍ର ତୁଲ୍ୟ ସର୍ବଦା ଭୋଜନ କରି ରହିଲେ। 12 ମଫୀବୋଶ‌‌ତ୍‌‌ର ଏକ ସାନ ପୁତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରତ୍ୟେକ ଲୋକ ମଫୀବୋଶ‌‌ତ୍‌‌ର ଦାସ ହୋଇ ରହିଲେ। 13 ମଫୀବୋଶ‌‌ତ୍‌‌ଙ୍କର ଦୁଇ ଗୋଡ଼ ଛୋଟା ଥିଲା। ସେ ସର୍ବଦା ଯିରୁଶାଲମରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖରେ ସର୍ବଦା ତାଙ୍କ ଟେବୁଲରେ ଖାଉଥିଲେ।

ହାନୂନ୍ ଦାଉଦଙ୍କର ଲୋକଙ୍କୁ ଲଜ୍ଜିତ କଲେ

10 ଏହା ପରେ ଅମ୍ମୋନ ସନ୍ତାନଗଣର ରାଜା ମରିଗଲା ପରେ ତା’ର ପୁତ୍ର ହାନୂନ୍ ରାଜ ପଦରେ ଅଭିଷିକ୍ତ ହେଲା। ଦାଉଦ କହିଲେ, “ମୁଁ ହାନୂନ୍ ପ୍ରତି ବିଶେଷ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା’ର ପିତା ନାହଶ ମୋ’ ପ୍ରତି ବହୁତ ବିଶ୍ୱସ୍ତ ଓ ଦୟାବାନ ଥିଲା।” ତେଣୁ ତାକୁ ପିତୃ ଶୋକରୁ ସାନ୍ତ୍ୱନା ଦେବା ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।

ସେମାନେ ଅମ୍ମୋନର ଭୂମିରେ ପହଞ୍ଚିଲେ। କିନ୍ତୁ ଅମ୍ମୋନୀୟ ଅଧିକାରୀଗଣ ହାନୂ‌‌ନ୍‌‌‌‌‌କୁ କହିଲେ, “ତୁମ୍ଭେ ଭାବୁଛ କି ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଓ ତୁମ୍ଭର ପିତାଙ୍କୁ ସମ୍ମାନ ଦେବା ପାଇଁ ଏହି ଲୋକମାନଙ୍କୁ ଦାଉଦ ପଠାଇଛନ୍ତି? ଦାଉଦ ନଗରକୁ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ନିରୀକ୍ଷଣ କରିବାକୁ ପଠାଇଛନ୍ତି।”

ଏଥିରେ ହାନୂନ୍ ଦାଉଦର କର୍ମଗ୍ଭରୀମାନଙ୍କର ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ଅଣ୍ଟାରୁ ତଳକୁ ଥିବା ବସ୍ତ୍ର କାଟି ଦେଲା। ତା’ପରେ ସେ ସେମାନଙ୍କୁ ବିଦା କଲା।

ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।”

ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ

ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।

ଦାଉଦ ଏହା ଶୁଣି ଯୋୟାବଙ୍କ ସହିତ ସାହସୀ ସୈନ୍ୟଦଳକୁ ଯୁଦ୍ଧ ପାଇଁ ପଠାଇଲେ। ସେହି ଦିନ ଅମ୍ମୋନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ। ସୋବା ଓ ରହୋବର ଅରାମୀୟ ଲୋକମାନେ, ଟୋବର ସୈନ୍ୟମାନେ ଏବଂ ମାଖା ନଗର ବାହାର କ୍ଷେତ୍ରରେ ଏକତ୍ରିତ ହେଲେ।

ଯୋୟାବ ନିଜ ଆଗେ ଶତ୍ରୁମାନଙ୍କୁ ଦେଖିଲେ, ତେଣୁ ସେ ଇସ୍ରାଏଲର କୁଶଳୀ ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ଅରାମୀୟମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ କଲେ। 10 ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶୟ ହସ୍ତରେ ସମର୍ପଣ କଲେ, ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। 11 ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି। 12 ବଳବାନ ହୁଅ, ଏବଂ ସାହସର ସହିତ ଯୁଦ୍ଧ କର, ଆମ୍ଭର ପ୍ରଭୁଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖିରେ ଯାହା ଠିକ୍ ସେ ତାହା କରିବେ।”

13 ତା’ପରେ ଯୋୟାବ ଏବଂ ତାଙ୍କର ସୈନ୍ୟମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅରାମୀୟମାନେ ଯୋୟାବଙ୍କ ସୈନ୍ୟମାନଙ୍କଠାରୁ ପରାସ୍ତ ହୋଇ ଛାଡ଼ି ପଳାଇଲେ। 14 ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନୀୟମାନେ ଅବୀଶୟଙ୍କ ସମ୍ମୁଖରୁ ନିଜର ନଗରକୁ ପଳାୟନ କଲେ।

ତା’ପରେ ଯୋୟାବ ଅମ୍ମୋନୀୟଙ୍କୁ ଆକ୍ରମଣ କରି ସାରିବା ପରେ ଯିରୁଶାଲମକୁ ଫେରି ଆସିଲା।

ଅରାମୀୟମାନେ ପୁନର୍ବାର ଯୁଦ୍ଧ ପାଇଁ ନିଷ୍ପତ୍ତି ନେଲେ

15 ଏହା ପରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। 16 ହଦଦେଷର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରିରେ ଅରାମୀୟମାନଙ୍କୁ ଅଣାଇଲେ। ତେଣୁ ସେମାନେ ହେଲେମକୁ ଆସିଲେ। ହଦଦେଷର ସେନାପତି ଶୋବକ ସେମାନଙ୍କର ନେତା ଥିଲା।

17 ଦାଉଦ ଏହା ଜାଣିବା ପରେ ସେ ସମୁଦାୟ ଇସ୍ରାଏଲୀୟମାନଙ୍କୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲେମକୁ ଆସିଲେ।

ତହିଁରେ ଅରାମୀୟମାନେ ଦାଉଦଙ୍କ ଆଗରେ ସୈନ୍ୟ ସଜ୍ଜାଇ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। 18 ଅରାମୀୟମାନେ ଯୁଦ୍ଧ କରି ନ ପାରି ଇସ୍ରାଏଲୀୟମାନଙ୍କ ଆଗରୁ ପଳାୟନ କଲେ। ଦାଉଦ ଅରାମୀୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟଙ୍କୁ ହତ୍ୟା କଲେ। ପୁଣି ସେ ସେମାନଙ୍କର ସେନାପତି ଶୋବକକୁ ଆଘାତ କଲେ ଓ ସେ ସେହିଠାରେ ମୃତ୍ୟୁବରଣ କଲା।

19 ହଦଦେଷରଙ୍କର ସେବା କରୁଥିବା ରାଜାମାନେ ଦେଖିଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେଣି ଓ ସେ ଇସ୍ରାଏଲୀୟମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କର ସେବକ ହେଲେ। ଅରାମୀୟମାନେ ପୁନ୍ନରାୟ ଅମ୍ମୋନୀୟମାନଙ୍କୁ ସାହାଯ୍ୟ କରିବାକୁ ଭୟ କଲେ।

ବ‌‌ତ୍‌‌ଶେବା ସହିତ ଦାଉଦଙ୍କର ସାକ୍ଷାତ

11 ଯେତେବେଳେ ବସନ୍ତ ଆସିଲା, ସେତେବେଳେ ରାଜାଗଣ ଯୁଦ୍ଧକୁ ଯାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ ଏବଂ ସେମାନେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ରବ୍ବା ନଗର ଅଧିକାର କଲେ।

କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା। ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସେହି ସ୍ତ୍ରୀ ବିଷୟରେ ବୁଝିଲେ। ସେ ଜାଣିବାକୁ ପାଇଲେ ଯେ, “ସେ ହେଉଛନ୍ତି ଇଲିୟାମର ଝିଅ ହିତ୍ତୀୟ ଊରିୟର ସ୍ତ୍ରୀ, ବ‌‌ତ୍‌‌ଶେବା।”

ଦାଉଦ ବ‌‌ତ୍‌‌ଶେବାକୁ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତେବେଳେ ସେ ଆସିଲେ। ସେହି ସ୍ତ୍ରୀ ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀଲୋକଟି ଋତୁସ୍ନାନ [a] କରିଥିଲା। ତେଣୁ ସେ ନିଜର ଗୃହକୁ ଫେରିଗଲା। କିନ୍ତୁ ବ‌‌ତ୍‌‌ଶେବା ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ମୁଁ ଗର୍ଭବତୀ ହୋଇଛି।”

ଦାଉଦ ନିଜର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କଲେ

ତା’ପରେ ଦାଉଦ ଯୋୟାବ ନିକଟକୁ ଏକ ବାର୍ତ୍ତା ପଠାଇଲେ, “ଊରିୟ ଓ ହିତ୍ତୀୟକୁ ମୋ’ ପାଖକୁ ପଠାଅ।”

ତେଣୁ ଯୋୟାବ ଊରିୟକୁ ଦାଉଦଙ୍କ ନିକଟକୁ ପଠାଇଲେ। ତେଣୁ ଊରିୟ ଆସି ପହଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଗ୍ଭରିଲେ। ତା’ପରେ ଦାଉଦ ଊରିୟକୁ କହିଲେ ଠିକ୍ ଅଛି, “ବର୍ତ୍ତମାନ ତୁମ୍ଭେ ଗୃହକୁ ଯାଇ ବିଶ୍ରାମ ନିଅ।”

ତା’ପରେ ଊରିୟ ରାଜାଙ୍କ ପାଖରୁ ଗ୍ଭଲିଗଲା। ରାଜା ଊରିୟଙ୍କ ପାଖକୁ କିଛି ଉପହାର ପଠାଇଲେ। କିନ୍ତୁ ଊରିୟ ଗୃହକୁ ଗଲା ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ୱାରରେ ଶୟନ କଲା। 10 ଦାସମାନେ ଦାଉଦଙ୍କୁ କହିଲେ, “ଊରିୟ ଘରକୁ ଯାଇ ନାହାନ୍ତି।”

ତା’ପରେ ଦାଉଦ ଊରିୟକୁ କହିଲେ, “ତୁମ୍ଭେ ଦୂର ଯାତ୍ରାରୁ ଆସିଲ। ତୁମ୍ଭେ ଗୃହକୁ ଗଲ ନାହିଁ କାହିଁକି?”

11 ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା’ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”

12 ଦାଉଦ ଊରିୟକୁ କହିଲେ, “ଆଜି ତୁମ୍ଭେ ଏହିଠାରେ ରୁହ। ଆସନ୍ତା କାଲି ମୁଁ ତୁମ୍ଭକୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେବି।”

ଊରିୟ ସେଦିନ ସକାଳ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ରହିଲେ। 13 ତା’ପରେ ଦାଉଦ ଊରିୟକୁ ଡାକି କହିଲେ ଏବଂ ଊରିୟ ଦାଉଦଙ୍କ ସଙ୍ଗେ ଖିଆପିଆ କଲା। ଦାଉଦ ଊରିୟକୁ ମଦ୍ୟପାନ କରାଇଲେ, ତା’ପରେ ମଧ୍ୟ ଊରିୟ ଗୃହକୁ ନ ଯାଇ ରାଜାଙ୍କର ଦାସମାନଙ୍କ ସହିତ ରାଜଗୃହର ଦ୍ୱାର ଦେଶରେ ଶୟନ କଲା।

ଦାଉଦ ଊରିୟଙ୍କର ମୃତ୍ୟୁ ଯୋଜନା କଲେ

14 ତା’ପରେ ସକାଳେ ଯୋୟାବଙ୍କ ନିକଟକୁ ଏକ ପତ୍ର ଲେଖିଲେ। ଦାଉଦ ସେହି ଚିଠିକୁ ଊରିୟଙ୍କ ହାତରେ ପଠାଇଲେ। 15 ଦାଉଦ ଏହା ପତ୍ରରେ ଲେଖି ଥିଲେ, “ଯେଉଁ କ୍ଷେତ୍ରରେ ଘମାଘୋଟ ଯୁଦ୍ଧ ହୁଏ, ସେଠାରେ ଊରିୟକୁ ଆଗଧାଡ଼ିରେ ରଖ। ତା’ପରେ ତାକୁ ସେଠାରେ ଏକା ଛାଡ଼ିଦିଅ, ଯେପରି ସେ ଯୁଦ୍ଧରେ ହତ୍ୟା ହେବ।”

16 ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅମ୍ମୋନୀୟ ସାହସୀ ସୈନ୍ୟମାନେ ଯେଉଁଠାରେ ଥିଲେ ସେ ଦେଖିଲେ ଏବଂ ସେ ଊରିୟକୁ ସେହି ସ୍ଥାନକୁ ଯିବା ପାଇଁ ଆଦେଶ ଦେଲେ। 17 ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ୟରୁ କେତେକ ଲୋକ ମୃତ୍ୟୁବରଣ କଲେ ଓ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।

18 ତା’ପରେ ଯୋୟାବ ଯାହାସବୁ ଯୁଦ୍ଧରେ ହେଲା ସେ ଖବର ଦାଉଦଙ୍କ ନିକଟକୁ ପଠାଇଲେ। 19 ସେ ଦୂତକୁ ଆଜ୍ଞା ଦେଲେ, ଯୁଦ୍ଧରେ ଘଟୁଥିବା ସବୁ ଘଟଣା ରାଜାଙ୍କୁ କୁହ। 20 “ରାଜା ଏଥିରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, ‘ଆମ୍ଭର ସୈନ୍ୟଗଣ କାହିଁକି ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲେ? ସେମାନେ ପ୍ରାଚୀରରୁ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି? 21 ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରୁ ତାହା ଉପରକୁ ଚକିର ଉପର ପଟ ପକାନ୍ତେ ସେ କ’ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ନିଜର ଦାସ ହିତ୍ତୀୟ ଊରିୟ ମଧ୍ୟ ମରିଅଛି।’”

22 ସେ ଦୂତ ଯାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କୁ ଜଣାଇଲେ। 23 ସେହି ଦୂତ ଜଣକ ରାଜା ଦାଉଦଙ୍କୁ କହିଲା, “ସେହି ଅମ୍ମୋନୀୟ ଲୋକମାନେ ଆମ୍ଭମାନଙ୍କୁ ଖୋଲା ପଡ଼ିଆରେ ଆକ୍ରମଣ କଲେ, ତା’ପରେ ଆମ୍ଭେ ନଗରର ଫାଟକ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼େଇ ନେଲୁ। 24 ଏଥିରେ ଧନୁର୍ଦ୍ଧାରୀମାନେ ପ୍ରାଚୀରରୁ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷେପ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତ୍ୟୁବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।”

25 ଦାଉଦ ଦୂତକୁ କହିଲେ, “ଯୋୟାବକୁ ଏହି ବାର୍ତ୍ତା ଦିଅ: ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକୁ ଆଖିବୁଜା ଭାବରେ ହତ୍ୟା କରି ପାରିବ। ରବ୍ବା ବିରୁଦ୍ଧରେ ଏକ ଜୋ‌ର୍‌ଦାର ଆକ୍ରମଣ କର ଏବଂ ତୁମ୍ଭେ ଜୟଲାଭ କରିବ।’ ଏହିସବୁ ବାକ୍ୟରେ ଯୋୟାବକୁ ଉତ୍ସାହିତ କର।”

ଦାଉଦ ବ‌‌ତ୍‌‌ଶେବା ସହିତ ବିବାହ କଲେ

26 ଏହା ପରେ ଊରିୟର ଭାର୍ଯ୍ୟା ତା’ର ସ୍ୱାମୀର ମୃତ୍ୟୁ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା। 27 ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବ‌‌ତ୍‌‌ଶେବାକୁ ନିଜ ଗୃହକୁ ଡକାଇଲେ। ତା’ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ।

ଲୂକ ଲିଖିତ ସୁସମାଗ୍ଭର 15:11-32

ପୁଅ ଯେ କି ଘର ଛାଡ଼ି ଗ୍ଭଲିଗଲା

11 ଯୀଶୁ କହିଲେ, “ଜଣେ ଲୋକର ଦୁଇ ପୁଅ ଥିଲେ। 12 ଦିନେ ସାନପୁଅ ତା’ ବାପାଙ୍କୁ କହିଲା, ‘ବାପା, ତୁମ୍ଭେ ମୋତେ ତୁମ୍ଭର ସବୁ ସମ୍ପତ୍ତିରୁ ମୋ’ ଭାଗତକ ଦେଇଦିଅ।’ ତେଣୁ ତା’ ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଲେ।

13 “ଅଳ୍ପ ଦିନ ପରେ ସାନପୁଅ ତା’ ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଗ୍ଭଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇ ଦେଲା। 14 ସବୁତକ ସାରିଦେଲା ପରେ, ସେହି ଦେଶରେ ଗ୍ଭରିଆଡ଼େ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତାକୁ ଅଭାବ ଭିତରେ ଉପାସରେ ରହିବାକୁ ପଡ଼ିଲା। ତା’ର ଟଙ୍କା ଦରକାର ପଡ଼ିଲା। 15 ତେଣୁ ସେ ସେହି ଦେଶରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡ଼ିଆରେ ଘୁଷୁରି ଚରେଇବାକୁ ପଠାଇଲା। 16 ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ୟ କେହି ତାହାକୁ ଦେଲେ ନାହିଁ।

17 “ଏବେ ସେ ବୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, ‘ମୋ’ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠାରେ ଭୋକରେ ମରୁଛି। 18 ମୁଁ ଏ ସ୍ଥାନ ଛାଡ଼ି ମୋ’ ବାପାଙ୍କ ପାଖକୁ ଫେରିଯିବି।’ ମୁଁ ତାହାଙ୍କୁ କହିବି, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। 19 ମୁଁ ତୁମ୍ଭର ପୁଅ ହେବାର ଯୋଗ୍ୟ ନୁହେଁ। କିନ୍ତୁ ତୁମ୍ଭେ ମୋତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।’ 20 ତେଣୁ ସେ ସ୍ଥାନ ଛାଡ଼ି ତା’ ବାପାଙ୍କ ପାଖକୁ ବାହାରିଲା।

ପୁଅର ଘର ବାହୁଡ଼ା

“ପୁତ୍ର ବହୁତ ଦୂରରେ ଥିଲାବେଳେ ବାପା ତାହାକୁ ଦେଖିଲେ। ସେ ପୁଅ ପାଇଁ ଦୁଃଖ ଅନୁଭବ କଲେ ଓ ତା’ ପାଖକୁ ଦୌଡ଼ିଗଲେ। ସେ ପୁଅକୁ କୁଣ୍ଢେଇ ପକେଇ ଚୁମ୍ବନ ଦେଲେ। 21 ପୁଅ କହିଲା, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାକୁ ଯୋଗ୍ୟ ନୁହେଁ।’

22 “କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ। 23 ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। 24 ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ।

ବଡ଼ ପୁଅ ଆସିଲା

25 “ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ, ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚଗୀତର ଶବ୍ଦ ଶୁଣିଲା। 26 ତେଣୁ ସେ ଜଣେ ଗ୍ଭକରକୁ ଡାକି ପଗ୍ଭରିଲା, ‘ଏ ସବୁ କ’ଣ ଗ୍ଭଲିଛି?’ 27 ଗ୍ଭକରଟି କହିଲା, ‘ତୁମ୍ଭ ଭାଇ ଫେରି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରିଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳରେ ଫେରି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସୀ ହେଉଛନ୍ତି।’

28 “ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ। ତେଣୁ ତା’ ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। 29 ବଡ଼ ପୁଅ ବାପାଙ୍କୁ କହିଲା, ‘ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମୋ’ ପାଇଁ ଛେଳିଟିଏ ମଧ୍ୟ କେବେ ମାରି ନାହଁ। ତୁମ୍ଭେ ମୋ’ ପାଇଁ ଓ ମୋ’ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇ ନାହଁ। 30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ୟାମାନଙ୍କ ପାଇଁ ନଷ୍ଟ କରି ଦେଇଛି। ତା’ପରେ ସେ ଘରକୁ ଫେରି ଆସିଲା। ଆଉ ତା’ ପାଇଁ ତୁମ୍ଭେ ମୋଟା ବାଛୁରିଟିକୁ ମାରିଲ!’

31 “କିନ୍ତୁ ବାପା ତାକୁ କହିଲେ, ‘ପୁଅ, ତୁ ସବୁବେଳେ ମୋ’ ପାଖରେ ଅଛୁ। ମୋର ଯାହାକିଛି ଅଛି, ସେ ସବୁ ତୋର। 32 କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”

Oriya Bible: Easy-to-Read Version (ERV-OR)

2010 by World Bible Translation Center