Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 30-31

ଅମାଲେକୀୟମାନେ ସିକ୍ଳଗ୍ ଆକ୍ରମଣ କଲେ

30 ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଳ‌ଗ୍‌ରେ ପହଞ୍ଚିଲେ। ସେମାନେ ଦେଖିଲେ ଅମାଲେକୀୟମାନେ ସିକ୍ଳଗ ଆକ୍ରମଣ କରିଥିଲେ। ଅମାଲେକୀୟ ଲୋକମାନେ ନେଗେଭ ଆକ୍ରମଣ କରି ଓ ସିକ୍ଳ‌ଗ୍‌କୁ ଆକ୍ରମଣ କରି ସହରରେ ନିଆଁ ଲଗାଇ ଦେଇଥିଲେ। ସେମାନେ ସିକ୍ଳ‌ଗ୍‌ର ସମସ୍ତ ସ୍ତ୍ରୀଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସେମାନେ ସମସ୍ତ ବୃଦ୍ଧ ଓ ସମସ୍ତ ଯୁବକମାନଙ୍କୁ ବନ୍ଦୀ କରି ଆଣିଥିଲେ। ସେମାନେ କାହାରିକୁ ମାରି ଦେଇ ନ ଥିଲେ। ସେମାନଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେମାନଙ୍କୁ ନିଜ ନିଜ ପଥରେ ନେଇ ଯାଇଥିଲେ।

ଯେତେବେଳେ ଦାଉଦ ଓ ତା’ର ଲୋକମାନେ ସିକ୍ଳ‌ଗ୍‌କୁ ଆସିଲେ। ସେମାନେ ଦେଖିବାକୁ ପାଇଲେ, ସହର ଜଳୁଅଛି। ସେମାନଙ୍କର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି। ଅମାଲେକୀୟମାନେ ସେମାନଙ୍କୁ ନେଇ ଯାଇଛନ୍ତି। ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସେମାନେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକୁ ଦୁର୍ବଳ ହୋଇ ପଡ଼ିଲେ। ଅମାଲେକୀୟମାନେ ମଧ୍ୟ ଦାଉଦଙ୍କର ଦୁଇ ସ୍ତ୍ରୀକୁ ନେଇ ଯାଇଅଛନ୍ତି। ଅହୀନମ୍ ଯିଷ୍ରିୟେଲୀୟା ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ।

ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ। ଦାଉଦ ଅହୀମେଲକର ପୁତ୍ର ଅବିୟାଥର ଯାଜକକୁ କହିଲେ, ମୋ’ ପାଖକୁ “ଏଫୋଦ ଆଣ।”

ତା’ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?”

ସଦାପ୍ରଭୁ ଉତ୍ତର ଦେଲେ, “ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।”

ଦାଉଦ ଓ ତାଙ୍କ ଲୋକମାନେ ଜଣେ ମିଶରୀୟ ଦାସକୁ ପାଇଲେ

9-10 ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନେଇ ବିଷୋର ନଦୀ ନିକଟରେ ପହଞ୍ଚିଲେ। ସେଠାରେ 200 ଲୋକ ରହିଲେ, କାରଣ ସେମାନେ ସେଠାରେ ଅତ୍ୟନ୍ତ କ୍ଳାନ୍ତ ଓ ଦୁର୍ବଳ ହୋଇ ପଡ଼ିଥିଲେ। ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନେଇ ଅମାଲେକୀୟମାନଙ୍କ ପଛରେ ଗୋଡ଼ାଇଲେ।

11 ଦାଉଦଙ୍କର ଲୋକମାନେ କ୍ଷେତରେ ଜଣେ ମିଶରୀୟକୁ ପାଇଲେ। ତାଙ୍କୁ ସେମାନେ ଦାଉଦଙ୍କ ନିକଟକୁ ଆଣିଲେ। ସେମାନେ ତାହାକୁ ଖାଦ୍ୟ ଓ ପାନୀୟ ଦେଲେ। 12 ସେମାନେ ମିଶରୀୟଙ୍କୁ ଡିମ୍ବିରି ଚକ୍ତିରୁ ଖଣ୍ଡେ ଓ ଦୁଇ ପେଣ୍ଡା କି‌ସ୍‌ମିସ୍ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନୁଭବ କଲା। ସେ ତିନି ଦିନ ଏବଂ ତିନି ରାତି କିଛି ଖାଇ ନ ଥିଲା, ପାଣି ପିଇଲା ନାହିଁ।

13 ଦାଉଦ ମିଶରୀୟଙ୍କୁ ପଗ୍ଭରିଲେ, “ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରୁ ଆସିଛ?”

ସେ କହିଲା, “ମୁଁ ଜଣେ ମିଶରୀୟ। ମୁଁ ଏକ ଅମାଲେକୀୟର ଜଣେ ଦାସ ଅଟେ। ତିନି ଦିନ ପୂର୍ବରୁ ମୁଁ ଅସୁସ୍ଥ ହୋଇଗଲି, ତେଣୁ ମୋର ପ୍ରଭୁ ମୋତେ ଛାଡ଼ି ଗ୍ଭଲିଗଲେ। 14 ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍‌କୁ ଅଗ୍ନିରେ ଦ‌ଗ୍‌ଧ କଲୁ ଓ ଯିହୁଦାର କାଲେ‌ବ୍‌ମାନଙ୍କର ବସତି ଉପରେ ଆକ୍ରମଣ କଲୁ।”

15 ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ ସେହି ସୈନ୍ୟଦଳ ନିକଟକୁ ନେଇ ପାରିବ କି ଯେଉଁମାନେ ଆମ୍ଭର ପରିବାରକୁ ସାଙ୍ଗରେ ନେଇ ଯାଇଛନ୍ତି।”

ମିଶରୀୟ ଜଣକ କହିଲା, “ତୁମ୍ଭେ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କୁହ ଯେ ତୁମ୍ଭେ ମୋତେ ମାରିଦେବ ନାହିଁ କି ମୋର ମୁନିବ ନିକଟରେ ମୋତେ ସମର୍ପଣ କରିବ ନାହିଁ। ତେବେ ମୁଁ ଅଭିଯାନରେ ନେତୃତ୍ୱ କରିବି।”

ଦାଉଦ ଅମାଲେକୀୟମାନଙ୍କୁ ପରାଜିତ କଲେ

16 ସେହି ମିଶରୀୟ ଜଣକ ଦାଉଦଙ୍କୁ ସେମାନଙ୍କ ନିକଟକୁ ନେଇଗଲା। ଯେଉଁଠାରେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ବସି ଖିଆପିଆ କରୁଥିଲେ। ସେମାନେ ପଲେଷ୍ଟୀୟମାନଙ୍କର ଓ ଯିହୁଦାରୁ ଲୁଣ୍ଠନ କରିଥିବା ବହୁତ ସାମଗ୍ରୀମାନ ଉପଭୋଗ କଲେ ଓ ସେଠାରେ ଉତ୍ସବ କରୁଥିଲେ। 17 ଦାଉଦ ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ବଧ କଲେ। ସେମାନେ ସୂର୍ଯ୍ୟୋଦୟରୁ ପରଦିନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯୁଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢ଼ିଲେ ଏବଂ ପଳାଇଲେ ସେହି ଅମାଲେକୀୟ ବ୍ୟତୀତ କେହି ରକ୍ଷା ପାଇଲେ ନାହିଁ।

18 ଦାଉଦ ପ୍ରତ୍ୟେକ ଜିନିଷ ଫେରି ପାଇଲେ, ଯେଉଁଗୁଡ଼ିକୁ ଅମାଲେକୀୟମାନେ ନେଇଯାଇ ଥିଲେ। ଏପରିକି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମଧ୍ୟ। 19 ତାଙ୍କର କୌଣସି ଜିନିଷ କିମ୍ବା ବ୍ୟକ୍ତି ହରାଇ ନ ଥିଲେ। ସେମାନଙ୍କର ସମସ୍ତ ଦ୍ରବ୍ୟ, ବୟସ୍କ ଲୋକ, ପିଲା, ସମସ୍ତଙ୍କ ପୁତ୍ରକନ୍ୟା ସମସ୍ତଙ୍କୁ ଦାଉଦ ରକ୍ଷା କଲେ। ଏବଂ ସେମାନଙ୍କର ମୂଲ୍ୟବାନ ବସ୍ତୁକୁ ମଧ୍ୟ ଦାଉଦ ନେଇ ଆସିଲେ। 20 ଦାଉଦ ସମସ୍ତ ମେଷ ଓ ଗାଈମାନ ପୁନର୍ବାର ପାଇଲେ। ଦାଉଦଙ୍କର ଲୋକମାନେ ଏହି ପଶୁଗୁଡ଼ିକୁ ସେମାନଙ୍କ ଆଗେ ଆଗେ ନେଲେ ଓ ସେମାନେ କହିଲେ, “ଏହା ହେଉଛି ଦାଉଦଙ୍କର ଲାଭ।”

ସମସ୍ତ ଲୋକଙ୍କର ସମାନ ଭାଗ ହେବ

21 ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକୁ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହେତୁ ତାଙ୍କ ପଛେ ଆସି ପାରି ନ ଥିଲେ, ସେମାନେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକୁ ବାହାରି ଆସିଲେ। ଦାଉଦ ସେମାନଙ୍କ ନିକଟକୁ ଯାଇ ତାଙ୍କର କୁଶଳବାର୍ତ୍ତା ପଗ୍ଭରିଲେ। 22 କିଛି ଦୁଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗରେ ଯାଇଥିଲେ। ସେହି ଖଳ ପ୍ରକୃତିର ଲୋକମାନେ କହିଲେ, “ଏହି ଯେଉଁ 200 ଜଣ ଲୋକ ଆମ୍ଭ ସଙ୍ଗେ ଯାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ୟ ସେମାନଙ୍କୁ ଦେବା ନାହିଁ। ସେମାନଙ୍କୁ କେବଳ ସେମାନଙ୍କର ପିଲା ଓ ସ୍ତ୍ରୀ ଫେରାଇ ଦିଅ।”

23 ଦାଉଦ ଉତ୍ତର ଦେଲେ, “ହେ ମୋର ଭାଇମାନେ, ସେପରି କର ନାହିଁ। ସଦାପ୍ରଭୁ ଯାହା ଦେଲେ, ସେ ବିଷୟରେ ଭାବ। ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି, ଆମ୍ଭକୁ ଆକ୍ରମଣ କରୁଥିବା ସୈନ୍ୟମାନଙ୍କୁ ପରାସ୍ତ କରାଇଲେ। 24 ତୁମ୍ଭମାନଙ୍କର କଥା କିଏ ଶୁଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରୀରେ ଯିଏ ଯୁଦ୍ଧକୁ ଯାଇଥିଲା ସେ ମଧ୍ୟ ଓ ଯିଏ ଭଣ୍ତାରର ଦାୟିତ୍ୱରେ ଥିଲା ସେ ମଧ୍ୟ ସମାନ ଭାଗ ପାଇବ।” 25 ଦାଉଦ ସେହି ଦିନଠାରୁ ଏହି ନିୟମ ପ୍ରଚଳନ କଲେ। ଯାହା ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ ଚଳୁଅଛି।

26 ଦାଉଦ ସିକ୍ଳଗରେ ଉପସ୍ଥିତ ହେଲେ। ତା’ପରେ ସେ ଆଣିଥିବା ଦ୍ରବ୍ୟ ତାଙ୍କର ବନ୍ଧୁମାନଙ୍କ ନିକଟକୁ ପଠାଇଲେ ଯିହୁଦାର ନେତାଙ୍କ ନିକଟକୁ। ଦାଉଦ କହିଲେ, “ଏହିଠାରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତ୍ରୁମାନଙ୍କ ନିକଟରୁ ଅଣା ଯାଇଅଛି।”

27 ଅମାଲେକୀୟମାନଙ୍କ ନିକଟରୁ ଆଣିଥିବା ଦ୍ରବ୍ୟ ଦାଉଦ କିଛି ବୈଥେ‌ଲ୍‌ର ପ୍ରାଚୀନମାନଙ୍କୁ, ନେଗେଭର ରାମା ଓ ଯତ୍ତୀର ନେତାମାନଙ୍କ ନିକଟକୁ ପଠାଇଲେ। 28 ଅରୋୟର, ଶିଫମୋତ୍ ଓ ଇଷ୍ଟିମୋୟମାନଙ୍କ ନିକଟକୁ କିଛି ପଠାଇଲେ। 29 ସେ କେତେକଙ୍କୁ ରାଖଲ୍ ଓ ଯିରହମେଲୀୟମାନଙ୍କ ସହର କେନିତ୍ ସହର ପଠାଇଲେ। 30 ହର୍ମା, କୋରାଶନ୍, ଅଥାକ୍, 31 ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।

ଶାଉଲଙ୍କର ମୃତ୍ୟୁ

31 ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ଇସ୍ରାଏଲୀୟମାନେ ଭୟରେ ସେଠାରୁ ଦୌଡ଼ି ପଳାୟନ କଲେ। ଗି‌ଲ୍‌ବୋୟ ପର୍ବତ ଉପରେ ବହୁତ ଇସ୍ରାଏଲୀୟମାନଙ୍କୁ ମାରି ଦିଆଗଲା। ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ର ବିରୁଦ୍ଧରେ ଭୟଙ୍କର ଯୁଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂୟଙ୍କୁ ହତ୍ୟା କଲେ।

ଯୁଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରୁଦ୍ଧରେ ଧନୁର୍ଦ୍ଧାରିମାନେ ଅତି ଦୟନୀୟ ଭାବେ ତୀରମାରି ଶାଉଲକୁ ଆଘାତ କଲେ। ଶାଉଲ ତାଙ୍କର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ଡାରେ ମୋତେ ହତ୍ୟା କର। ତାହାହେଲେ ଅସୁନ୍ନତ ଲୋକମାନେ ଆସି ମୋତେ ଗାଳି ଦେବେ ନାହିଁ କିମ୍ବା ହତ୍ୟା କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କର ଅସ୍ତ୍ରବାହକ ଦାସ ବହୁତ ଭୟଭୀତ ହୋଇଗଲା ଏବଂ ଶାଉଲଙ୍କୁ ହତ୍ୟା କରିବାକୁ ମନା କଲା। ତେଣୁ ଶାଉଲ ତାଙ୍କର ନିଜର ଖଣ୍ତା ବାହାର କଲେ ଓ ନିଜେ ନିଜକୁ ହତ୍ୟା କଲେ।

ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିଯାଇଛନ୍ତି। ତେଣୁ ସେ ତା’ର ଖଣ୍ତା ବାହାର କରି ନିଜ ଖଣ୍ଡାରେ ଶାଉଲଙ୍କ ନିକଟରେ ମୃତ୍ୟୁବରଣ କଲା। ତେଣୁ ଶାଉଲ, ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସେଦିନ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ମଲେ।

ପଲେଷ୍ଟୀୟମାନେ ଶାଉଲଙ୍କ ମୃତ୍ୟୁରେ ଆନନ୍ଦ କଲେ

ଇସ୍ରାଏଲୀୟମାନେ ଯେଉଁମାନେ ଯିଷ୍ରିୟେଲ ଉପତ୍ୟକାର ଅପରପାର୍ଶ୍ୱରେ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱରେ ବାସ କରୁଥିଲେ। ସେମାନେ ଦେଖିଲେ, ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ି ପଳାଉଛନ୍ତି। ଏବଂ ସେମାନେ ଦେଖିଲେ, ଶାଉଲ ଓ ତାଙ୍କର ପୁତ୍ରମାନେ ମରିଛନ୍ତି। ତେଣୁ ସେମାନେ ସମସ୍ତେ ସେ ସହର ପରିତ୍ୟାଗ କରି ଦୌଡ଼ି ପଳାଇଲେ। ତା’ପରେ ପଲେଷ୍ଟୀୟମାନେ ସେହି ସହରକୁ ଆସିଲେ, ଓ ସେଠାରେ ବାସ କଲେ।

ତା’ ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖରେ ରହିଯାଇଥିବା ପଦାର୍ଥଗୁଡ଼ିକ ନେବାକୁ ଆସିଲେ। ସେମାନେ ଦେଖିବାକୁ ପାଇଲେ ଯେ ଗି‌ଲ୍‌ବୋୟ ପର୍ବତ ଉପରେ ଶାଉଲ ଏବଂ ତା’ର ତିନି ପୁତ୍ର ନିହତ ହୋଇ ପଡ଼ି ରହିଛନ୍ତି। ପଲେଷ୍ଟୀୟମାନେ ଶାଉଲଙ୍କର ମସ୍ତକ କାଟି ତାଙ୍କର କବଚ ଇତ୍ୟାଦିକୁ ନେଇଗଲେ। ପଲେଷ୍ଟୀୟମାନେ ନିଜ ନିଜର ଦେବଗଣ ଗୃହ ବା ମନ୍ଦିରକୁ ଓ ଲୋକମାନଙ୍କୁ ଦେଶର ଗ୍ଭରି ଆଡ଼କୁ ଖବର ଦେଇ ପଠାଇଲେ। 10 ପଲେଷ୍ଟୀୟମାନେ ଶାଉଲଙ୍କର କବଚ ସାଞ୍ଜୁଆ ଇତ୍ୟାଦିକୁ ଆଷ୍ଟାରୋତ୍ ଦେବୀଙ୍କ ମନ୍ଦିରରେ ରଖିଲେ। ପଲେଷ୍ଟୀୟମାନେ ମଧ୍ୟ ଶାଉଲଙ୍କ ଶରୀରକୁ ବୈ‌ଥ୍‌ଶାନ୍ କାନ୍ଥରେ ଟାଙ୍ଗି ରଖିଲେ।

11 ଯାବେ‌‌‌ଶ୍‌‌-ଗିଲିୟଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ। 12 ତେଣୁ ଯାବେ‌‌‌ଶ୍‌‌ର ସୈନ୍ୟମାନେ ବୈ‌ଥ୍‌ଶା‌‌ନ୍‌‌‌‌‌କୁ ଗଲେ, ସେମାନେ ରାତ୍ରି ତମାମ ଯାତ୍ରା କଲେ, ତା’ପରେ ସେମାନେ ସେଠାରେ ପହଞ୍ଚି ଶାଉଲଙ୍କର ଶରୀରକୁ ବୈ‌ଥ୍‌ଶାନ୍ କାନ୍ଥରୁ ତଳକୁ କାଢ଼ିଲେ, ସେମାନେ ମଧ୍ୟ ଶାଉଲର ପୁତ୍ରମାନଙ୍କର ଶରୀରକୁ ଯାବେ‌‌‌ଶ୍‌‌କୁ ଆଣିଲେ। ଯାବେ‌‌‌ଶ୍‌‌ର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସେହିଠାରେ ପୋଡ଼ି ଦେଲେ। 13 ତା’ପରେ ସେହି ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଅସ୍ଥି ସଂଗ୍ରହ କରି ଆଣି ଯାବେ‌‌‌ଶ୍‌‌ଠାରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକୁ ସମାଧି ଦେଲେ। ତା’ପରେ ଯାବେ‌‌‌ଶ୍‌‌ର ଲୋକମାନେ ଶୋକ ସନ୍ତାପ୍ତ ଭାବରେ ଦୁଃଖରେ ଶୋକ ପାଳନ ନିମନ୍ତେ ସାତ ଦିନ ବିନା ଆହାରରେ ଶୋକ ପାଳନ କଲେ।

ଲୂକ ଲିଖିତ ସୁସମାଗ୍ଭର 13:23-35

23 ଜଣେ କେହି ଯୀଶୁଙ୍କୁ କହିଲା, “ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ’ଣ ଅଳ୍ପ ଲୋକ?”

24 ଯୀଶୁ କହିଲେ, “ତୁମ୍ଭେମାନେ ଅଣଓସାରିଆ ଦ୍ୱାର ଦେଇ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନେକ ଲୋକ ସେଠାରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସେମାନେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ। 25 ଯଦି ଜଣେ ଲୋକ ତା’ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’ 26 ତା’ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’ 27 ତା’ପରେ ତୁମ୍ଭମାନଙ୍କୁ କହିବେ, ‘ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ? ତୁମ୍ଭେମାନେ ମନ୍ଦ କାମ କରୁଥିବା ଲୋକ। ମୋ’ ପାଖରୁ ଦୂର ହୁଅ।’

28 “ତୁମ୍ଭେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ଦେଖି ପାରିବ। କିନ୍ତୁ ତୁମ୍ଭେମାନେ ବାହାରେ ରହିଯିବ। ସେତିକିବେଳେ ତୁମ୍ଭେମାନେ କ୍ରୋଧ ଓ ଭୟରେ କାନ୍ଦିବ। 29 ଲୋକମାନେ ପୂର୍ବ, ପଶ୍ଚିମ. ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ଖାଇବାକୁ ବସିବେ। 30 କେତେକ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ଯ୍ୟଦା ସବୁଠାରୁ ନିମ୍ନରେ ଅଛି, ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶେଷରେ ଥିବା କେତେକ ଲୋକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଶେଷରେ ରହିବେ।”

ଯିରୁଶାଲମରେ ଯୀଶୁଙ୍କର ମୃତ୍ୟୁ ହେବ(A)

31 ସେହି ସମୟରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ କହିଲେ, “ଏଠାରୁ ଗ୍ଭଲିଯାଇ ଲୁଚିଯାଆନ୍ତୁ। ହେରୋଦ ଆପଣଙ୍କୁ ମାରିଦେବା ପାଇଁ ଗ୍ଭହୁଁଛନ୍ତି।”

32 ଯୀଶୁ ସେମାନଙ୍କୁ କହିଲେ, “ଯାଅ, ସେହି କୋକିଶିଆଳିକୁ କୁହ, ‘ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦେହରୁ ଭୂତମାନଙ୍କୁ ତଡ଼ି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା’ ପରଦିନ ମୋର କାମ ସରିଯିବ। 33 କିନ୍ତୁ ମୁଁ ଏସବୁ କାର୍ଯ୍ୟ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା’ପରେ ମୁଁ ଯିବି। କାରଣ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଯିରୁଶାଲମରେ ମରନ୍ତି।

34 “ଯିରୁଶାଲମ, ହେ ଯିରୁଶାଲମ! ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ୱର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡ଼ି ମାରି ଦେଇଛ। ମୁଁ ଅନେକ ଥର ତୁମ୍ଭ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହିଁଛି। ଗୋଟିଏ କୁକୁଡ଼ା ତା’ର ପକ୍ଷତଳେ କୁକୁଡ଼ା ଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଗ୍ଭହିଁଥିଲି। କିନ୍ତୁ ତୁମ୍ଭେମାନେ ମୋତେ ତାହା କରେଇ ଦେଲ ନାହିଁ। 35 ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡ଼ି ଦିଆଯିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କଥା ନ କହିବ, ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସନ୍ତି, ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତୁ’ [a], ‘ସେହି ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ପୁନର୍ବାର ଦେଖି ପାରିବ ନାହିଁ।’”

Oriya Bible: Easy-to-Read Version (ERV-OR)

2010 by World Bible Translation Center