Old/New Testament
ଦାଉଦ ପଲେଷ୍ଟୀୟମାନଙ୍କ ସହିତ ବାସ କଲେ
27 କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, “ମୁଁ ଦିନେ ଶାଉଲଙ୍କ ହାତରେ ଧରା ହେବି। ଏହା ସବୁଠୁ ଭଲ ହେବ। ମୁଁ ପଲେଷ୍ଟୀୟମାନଙ୍କ ଦେଶକୁ ଯାଇ ନିଜକୁ ରକ୍ଷା କରିବି। ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳ ଖୋଜି ନିରାଶ ହେବ। ଏହିପରି ଭାବରେ ମୁଁ ତାଙ୍କର ହସ୍ତରୁ ରକ୍ଷା ପାଇବି।”
2 ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇସ୍ରାଏଲ ପରିତ୍ୟାଗ କଲେ। ମାୟୋକର ପୁତ୍ର ଆଖୀଶ୍ ନାମକ ଗାଥ୍ର ରାଜା ନିକଟକୁ ଗଲେ। 3 ଦାଉଦ ଏବଂ ତାଙ୍କର ଲୋକମାନେ ଏବଂ ସେମାନଙ୍କର ପରିବାରମାନଙ୍କ ସହିତ ଆଖୀଶ୍ ନିକଟରେ ଗାଥ୍ ନଗରରେ ବାସ କଲେ। ଦାଉଦଙ୍କ ସହିତ ତାଙ୍କର ଦୁଇଜଣ ସ୍ତ୍ରୀ ବାସ କଲେ। ସେମାନେ ହେଲେ ଯିଷ୍ରିୟେଲୀରୁ ଅହୀନୋୟମ ଓ କର୍ମିଲର ଅବୀଗଲ। ଅବୀଗଲ ନାବଲର ବିଧବା ଥିଲା। 4 ଲୋକମାନେ ଶାଉଲଙ୍କୁ କହିଲେ, ଦାଉଦ ଗାଥ୍କୁ ପଳାଇ ଅଛି। ଏ କଥା ଜାଣିବା ପରେ ସେ ଆଉ ତାଙ୍କର ଅନ୍ୱେଷଣ କଲେ ନାହିଁ।
5 ଦାଉଦ ଆଖୀଶ୍କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ଖୁସୀ ତେବେ ମୋତେ ତୁମ୍ଭ ସହରରେ ଏକ ସ୍ଥାନ ଦିଅ। ମୁଁ କେବଳ ତୁମ୍ଭର ଦାସ ଓ ମୁଁ ସେଠାରେ ବାସ କରିବି, କିନ୍ତୁ ତୁମ୍ଭ ସହିତ ଏ ରାଜକୀୟ ସହରରେ ନୁହଁ।”
6 ସେହି ଦିନ ଆଖୀଶ୍ ଦାଉଦଙ୍କୁ ସିକ୍ଳଗ୍ ନଗର ଦେଲା ଏବଂ ସିକ୍ଳଗ୍ ନଗର ଅଦ୍ୟାପି ସିକ୍ଳଗ୍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି। 7 ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଏକ ବର୍ଷ ଗ୍ଭରି ମାସ ବାସ କଲେ।
ରାଜା ଆଖୀଶ୍କୁ ଦାଉଦ ନିର୍ବୋଧ ବନାଇଲେ
8 ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀୟ, ଅମାଲେକୀୟ ଓ ଗିଷରୀୟ ଲୋକମାନଙ୍କୁ ଆକ୍ରମଣ କରୁଥା’ନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ, ସେଥି ମଧ୍ୟରୁ ପୂର୍ବକାଳରେ ସେଠାରେ ସେ ଲୋକମାନେ ବାସ କରୁଥିଲେ। 9 ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସେମାନଙ୍କର ମେଷ, ଗାଈ, ବଳଦ, ଗଧ, ଓଟ, ଏବଂ ସେମାନଙ୍କର ଲୁଗାପଟା ଆଣି ଆଖୀଶ୍କୁ ଦେଉଥିଲେ। କିନ୍ତୁ ଦାଉଦ ସେମାନଙ୍କ ମଧ୍ୟରୁ କୌଣସି ଲୋକଙ୍କୁ ବଞ୍ଚିବାକୁ ଅନୁମତି ଦେଲେ ନାହିଁ।
10 ଦାଉଦ ଏହିପରି ପ୍ରତ୍ୟେକ ଥର କଲେ, ପ୍ରତ୍ୟେକ ଥର ଆଖୀଶ୍ ଦାଉଦଙ୍କୁ ପଗ୍ଭରୁ ଥିଲା, ତୁମ୍ଭେ ଆଜି କେଉଁଠାକୁ ଚଢ଼ାଉ କରିବା ପାଇଁ ଗଲ? ଦାଉଦ କହିଲେ, “ଆମ୍ଭେ ଯିହୁଦାର ଦକ୍ଷିଣ ଅଞ୍ଚଳ ଓ ଯିରହମେଲୀୟଙ୍କ ଦକ୍ଷିଣ ଅଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣ ଅଞ୍ଚଳ” ବିରୁଦ୍ଧରେ ଯୁଦ୍ଧ କଲୁ। 11 ଦାଉଦ କଦାପି ଗାଥ୍କୁ ଆଣିବାକୁ କାହାରିକୁ ଜୀବିତ ରଖୁ ନ ଥିଲେ। ସେ ଭାବୁଥିଲେ, “ଯଦି ଆମ୍ଭେ ଲୋକକୁ ଜୀବିତ ଛାଡ଼ୁ, ସେ ଲୋକମାନେ ଆଖୀଶ୍କୁ ସବୁ କହି ଦେବେ, ବାସ୍ତବରେ ମୁଁ କ’ଣ କରୁଥିଲି।”
ସେ ସର୍ବଦା ଏହା କରୁଥିଲେ ସେ ଯେପର୍ଯ୍ୟନ୍ତ ପଲେଷ୍ଟୀୟ ଦେଶରେ ରହୁଥିଲେ। 12 ଆଖୀଶ୍ ଦାଉଦଙ୍କୁ ବିଶ୍ୱାସ କରି ନିଜକୁ ନିଜେ କହିଲା, “ବର୍ତ୍ତମାନ ଦାଉଦର ନିଜର ଲୋକମାନେ ତାଙ୍କୁ ଘୃଣା କରିବା ଆରମ୍ଭ କଲେଣି, ଇସ୍ରାଏଲୀୟମାନେ ଦାଉଦଙ୍କୁ ବହୁତ ଘୃଣା କରୁଛନ୍ତି ଏବଂ ବର୍ତ୍ତମାନ ଦାଉଦ ମୋର ଦାସ ହୋଇ ଚିରଦିନ ରହିବ।”
ପଲେଷ୍ଟୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ
28 କିଛିଦିନ ପରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସୈନ୍ୟମାନଙ୍କୁ ଏକତ୍ରିତ କରୁଥିଲେ। ଆଖୀଶ୍ ଦାଉଦଙ୍କୁ କହିଲା, “ତୁମ୍ଭେ ବୁଝି ପାରୁଛ କି ଯେ ତୁମ୍ଭେ ଏବଂ ତୁମ୍ଭର ଲୋକମାନେ ନିଶ୍ଚିତ ମୋ’ ସହିତ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯିବ।”
2 ଦାଉଦ ଆଖୀଶ୍କୁ କହିଲେ, “ତାହାହେଲେ ଆପଣଙ୍କ ଦାସ କ’ଣ କରିବ ଆପଣ ଜାଣିବେ।”
ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ଠିକ୍ ଅଛି, ମୁଁ ତୁମ୍ଭକୁ ଜୀବନସାରା ମୋର ଦେହରକ୍ଷୀ ସ୍ୱରୂପେ ନିଯୁକ୍ତ କରିବି।”
ଶାଉଲ ଓ ଐନଠାରେ ଥିବା ସ୍ତ୍ରୀଲୋକ
3 ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ।
ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ।
4 ପଲେଷ୍ଟୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ। ସେମାନେ ଶୂନେମରେ ତାଙ୍କର ସେନା ଛାଉଣି ପ୍ରସ୍ତୁତ କରୁଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟବାସୀଙ୍କୁ ଏକତ୍ରିତ କରି ଗିଲ୍ବୋୟରେ ସେନା ଛାଉଣି ସ୍ଥାପନ କଲେ। 5 ଶାଉଲ ପଲେଷ୍ଟୀୟମାନଙ୍କର ସେନା ଛାଉଣିକି ଦେଖି ଭୟ କଲେ। ତାଙ୍କର ହୃଦୟ ଭୟରେ ଚୁର୍ମାର ହୋଇଗଲା। 6 ଯେତେବେଳେ ଶାଉଲ ସଦାପ୍ରଭୁଙ୍କୁ ପଗ୍ଭରିଲେ, ସଦାପ୍ରଭୁ ତାଙ୍କୁ କିଛି ଉତ୍ତର କଲେ ନାହିଁ। ସଦାପ୍ରଭୁ ସ୍ୱପ୍ନଦ୍ୱାରା କିମ୍ବା ଊରୀମ୍ ଦ୍ୱାରା ନା ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ମଧ୍ୟ ତାଙ୍କୁ ଉତ୍ତର କଲେ ନାହିଁ। 7 ତା’ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, “ମୋ’ ପାଇଁ ଏକ ସ୍ତ୍ରୀଲୋକ ଖୋଜ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହୋଇ ପାରିବ। ମୁଁ ତାକୁ ପଗ୍ଭରିବି ଯାହାସବୁ ଘଟିବାକୁ ଯାଉଛି।”
ତାଙ୍କର ଦାସମାନେ ତାଙ୍କୁ କହିଲେ, “ଐନ ନଗରରେ ଏହିପରି ଏକ ସ୍ତ୍ରୀଲୋକ ଅଛି।”
8 ଶାଉଲ ଛଦ୍ମ ବେଶରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦୁଇଜଣ ଲୋକଙ୍କ ସହିତ ସେହି ସ୍ତ୍ରୀଲୋକକୁ ରାତିରେ ଦେଖା କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ମୋ’ ପାଇଁ ଗୋଟିଏ ଆତ୍ମାକୁ ଡାକ ଯିଏ କି ଭବିଷ୍ୟତରେ କ’ଣ ହେବାକୁ ଯାଉଛି ମୋତେ କହି ପାରିବ। ତୁମ୍ଭେ ଏକ ଆତ୍ମାକୁ ଆଣ ଯାହାର ନାମ ମୁଁ କହୁଅଛି।”
9 କିନ୍ତୁ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ଜାଣ ଶାଉଲ ଯାହା କରିଅଛି। କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଇସ୍ରାଏଲ ଦେଶରୁ ବିତାଡ଼ିତ କରିଛି। ତୁମ୍ଭେ ମୋତେ ଫାନ୍ଦରେ ପକାଇ ମାରିବା ପାଇଁ ଗ୍ଭହୁଁଛ।”
10 ଶାଉଲ ସଦାପ୍ରଭୁଙ୍କର ନାମ ନେଇ ପ୍ରତିଜ୍ଞା କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ପାଇଁ ତୁମ୍ଭକୁ କୌଣସି ଦଣ୍ତ ମିଳିବ ନାହିଁ।”
11 ସ୍ତ୍ରୀଲୋକଟି କହିଲା, “ମୁଁ କାହାକୁ ତୁମ୍ଭ ନିକଟକୁ ଉଠାଇ ଆଣିବି।”
ସେ କହିଲେ, “ମୋ’ ପାଖକୁ ଶାମୁୟେଲଙ୍କୁ ଉଠାଇ ଆଣ।”
12 ସେ ସ୍ତ୍ରୀଲୋକଟି ଶାମୁୟେଲଙ୍କୁ ଦେଖି ରଡ଼ି କରିବାକୁ ଲାଗିଲା। ସେ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ମୋତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।”
13 ରାଜା ସ୍ତ୍ରୀଲୋକଟିକୁ କହିଲେ, “ଭୟ କର ନାହିଁ, ତୁମ୍ଭେ କ’ଣ ଦେଖୁଛ?”
ସ୍ତ୍ରୀଲୋକ ଜଣକ କହିଲା, “ମୁଁ ଦେଖୁଛି ଏକ ଶକ୍ତି ଭୂମିରୁ ବାହାରୁଛି।”
14 ଶାଉଲ ତାଙ୍କୁ ପଗ୍ଭରିଲେ, “ସେ କିପରି ଦେଖିବାକୁ!”
ସେ ସ୍ତ୍ରୀଲୋକ ଜଣକ ଉତ୍ତର ଦେଲା, “ସେ ଜଣେ ବୃଦ୍ଧଙ୍କ ପରି ଦେଖା ଯାଉଛି ଓ ସେ ରାଜକୀୟ ପୋଷାକ ପିନ୍ଧିଛନ୍ତି।”
ତେଣୁ ଶାଉଲ ଜାଣିଲେ ଏ ହେଉଛନ୍ତି ଶାମୁୟେଲ, ତେଣୁ ସେ ଶାମୁୟେଲଙ୍କୁ ଭୂମିଷ୍ଟ ପ୍ରଣାମ କଲେ। 15 ଶାମୁୟେଲ ଶାଉଲଙ୍କୁ କହିଲେ, “ମୋତେ କାହିଁକି ତୁମ୍ଭେ ବ୍ୟସ୍ତ କଲ? ମୋତେ କାହିଁକି ତୁମ୍ଭେ ଉଠାଇଲ?”
ଶାଉଲ ଉତ୍ତର ଦେଲେ, “ମୁଁ ବିପଦରେ ପଡ଼ିଛି, ପଲେଷ୍ଟୀୟମାନେ ମୋ’ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି ଏବଂ ପରମେଶ୍ୱର ମୋତେ ତ୍ୟାଗ କରିଛନ୍ତି। ପରମେଶ୍ୱର ମୋତେ ଆଉ ଉତ୍ତର ଦେଉ ନାହାନ୍ତି। ସେ ମୋତେ ସ୍ୱପ୍ନରେ କିମ୍ବା ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ମଧ୍ୟ ମୋତେ ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ମୁଁ ତୁମ୍ଭକୁ ଡାକିଲି ଯେ, ମୋତେ କ’ଣ କରିବାକୁ ହେବ କୁହନ୍ତୁ।”
16 ଶାମୁୟେଲ କହିଲେ, “ସଦାପ୍ରଭୁ ତୁମ୍ଭକୁ ପରିତ୍ୟାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷରେ ଅଛନ୍ତି। ତେଣୁ ତୁମ୍ଭେ ମୋତେ କାହିଁକି ବ୍ୟସ୍ତ କରୁଅଛ? 17 ସଦାପ୍ରଭୁ ମୋ’ ଦ୍ୱାରା ଯେପରି କହିଥିଲେ, ସେ ନିଜ ପାଇଁ ସେହିପରି କରିଅଛନ୍ତି। ବର୍ତ୍ତମାନ ସଦାପ୍ରଭୁ ତୁମ୍ଭଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭର ପଡ଼ୋଶୀ ଦାଉଦଙ୍କୁ ଦେଇଛନ୍ତି। 18 ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ୟ କରିଅଛ। ତୁମ୍ଭେ ଅମାଲେକୀୟମାନଙ୍କୁ ଧ୍ୱଂସ କଲ ନାହିଁ ଏବଂ ସେମାନଙ୍କୁ ଘଟୁଥିବା ପରମେଶ୍ୱରଙ୍କ କୋପଦୃଷ୍ଟି ସେମାନଙ୍କୁ ତୁମ୍ଭେ ଦେଖାଇଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି। 19 ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଆସନ୍ତା କାଲି ମୋ’ ସହିତ ଏହିଠାରେ ରହିବ।”
20 ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କ କଥାରେ ତାଙ୍କର ବହୁତ ଭୟ ଜାତ ହେଲା। ଶାଉଲ ମଧ୍ୟ ବହୁତ ଦୁର୍ବଳ ଥିଲେ। କାରଣ ସେ ସେଦିନ ଓ ରାତି କିଛି ଆହାର କରି ନ ଥିଲେ।
21 ସେହି ସ୍ତ୍ରୀଲୋକଟି ଶାଉଲଙ୍କ ନିକଟକୁ ଆସି ଦେଖିଲା ଯେ, ସେ ଅତି ଭୟଭୀତ ଥିଲା। ସେ କହିଲା, “ଦେଖ, ମୁଁ ତୁମ୍ଭର ଦାସୀ ମୁଁ ତୁମ୍ଭକୁ ସମ୍ମାନ କରୁଛି। ମୁଁ ମୋର ଜୀବନକୁ ସଙ୍କଟାପୂର୍ଣ୍ଣ କରି ତୁମ୍ଭେ ଯାହା କହିଲ, ମୁଁ ତାହା କଲି। 22 ଦୟା ପୂର୍ବକ ମୋ’ କଥା ଟିକେ ଶୁଣନ୍ତୁ। ଆପଣଙ୍କୁ କିଛି ଖାଦ୍ୟ ଦେବା ପାଇଁ ଅନୁମତି ଲୋଡ଼ୁଛି। ଆପଣ ନିଶ୍ଚିତ ଖାଇବେ, ତା’ପରେ ଆପଣ ଶକ୍ତି ପାଇ ଆପଣା ବାଟରେ ଗ୍ଭଲିଯିବେ।”
23 କିନ୍ତୁ ସେ କହିଲେ, ଶାଉଲ ମନା କଲେ, “ମୁଁ କିଛି ଖାଇବି ନାହିଁ।”
ଶାଉଲର ଦାସମାନେ ଓ ସେହି ସ୍ତ୍ରୀଲୋକଟି ସହ ମିଶି ତାଙ୍କୁ କିଛି ଖାଇବା ପାଇଁ ପ୍ରସ୍ତୁତ କଲେ। ଶେଷରେ ଶାଉଲ ସେମାନଙ୍କର କଥା ରକ୍ଷା କଲେ ଓ ଭୂମିରୁ ଉଠିଲେ ଓ ବସିଲେ। 24 ସେହି ସ୍ତ୍ରୀଲୋକଟାର ଏକ ସୁସ୍ଥସବଳ ବାଛୁରି ତା’ର ଗୃହରେ ଥିଲା। ସେ ତାଙ୍କୁ ମାରିଲା ଓ ଅଟା ନେଇ ଦଳିଲା ଓ ତାକୁ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲା। 25 ସେହି ସ୍ତ୍ରୀଲୋକଟି ଖାଦ୍ୟଦ୍ରବ୍ୟ ନେଇ ଶାଉଲ ଓ ତା’ର ଦାସମାନଙ୍କୁ ପରଷିଲା, ଶାଉଲ ଏବଂ ଦାସମାନେ ଖାଇଲେ। ସେହି ରାତ୍ରିରେ ସେମାନେ ସେ ସ୍ଥାନ ପରିତ୍ୟାଗ କଲେ।
“ଦାଉଦ ଆମ ସହିତ ଯାଇ ପାରିବ ନାହିଁ!”
29 ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। 2 ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ। ଦାଉଦ ଏବଂ ତାଙ୍କର ସୈନ୍ୟମାନେ ଆଖୀଶ୍ ସହିତ ପଛେ ପଛେ ଆଗେଇଲେ।
3 ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏବ୍ରୀୟମାନେ ଏଠାରେ କ’ଣ କରୁଛନ୍ତି?”
ଅଖୀଶ୍ ପଲେଷ୍ଟୀୟ ଶାସକମାନଙ୍କୁ କହିଲେ, “ଏ ହେଉଛନ୍ତି ଦାଉଦ। ଦାଉଦ ହେଉଛନ୍ତି ଜଣେ ଇସ୍ରାଏଲର ରାଜା ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ। ଦାଉଦ ମୋ’ ସହିତ ବହୁତ ଦିନ ହେଲା ରହିଲେଣି। ସେ ଶାଉଲଙ୍କୁ ଛାଡ଼ି ମୋ’ ପାଖରେ ରହିବା ଦିନଠାରୁ ମୁଁ ତାଙ୍କଠାରେ କୌଣସି ଦୋଷ ପାଇ ନାହିଁ।”
4 କିନ୍ତୁ ପଲେଷ୍ଟୀୟ ଶାସକଗଣ ଆଖୀଶ୍ ଉପରେ ରାଗିଲେ। ସେମାନେ କହିଲେ, “ଦାଉଦକୁ ଫେରାଇ ଦିଅ। ତୁମ୍ଭେ ତା’ ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ନିଜର ସେହି ସ୍ଥାନକୁ ଫେରି ଯାଉ। ସେ ଆମ୍ଭ ସହିତ ଯୁଦ୍ଧକୁ ଯାଇ ପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତେବେ ସେ ଆମ୍ଭ ନିଜ ଛାଉଣି ମଧ୍ୟରେ ଜଣେ ଶତ୍ରୁ ହୋଇ ରହିବ। ସେ ତା’ର ରାଜା ଶାଉଲଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କୁ ମାରିବ। 5 ଦାଉଦ ହେଉଛନ୍ତି ସେହି ଲୋକ ଯାହା ପାଇଁ ଇସ୍ରାଏଲୀୟ ଲୋକମାନେ ତାଙ୍କ ସମ୍ବନ୍ଧରେ ଗୀତଟିଏ ବୋଲନ୍ତି, ତାହା ହେଲା,
‘ଶାଉଲ ହତ୍ୟା କଲେ ସହସ୍ର ସହସ୍ର,
ଦାଉଦ ହତ୍ୟା କଲେ ଅୟୁତ ଅୟୁତ’”
6 ତେଣୁ ଆଖୀଶ୍ ଦାଉଦଙ୍କୁ ଡାକି କହିଲେ, “ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ, ତୁମ୍ଭେ ମୋର ଅନୁଗତ ରହିବ। ତୁମ୍ଭେ ମୋର ସୈନ୍ୟବାହିନୀରେ ଯୋଗ ଦେଲେ ମୁଁ ବହୁତ ଖୁସୀ ହେବି। ମୋ’ ସହିତ ରହିବା ଦିନଠାରୁ ମୁଁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ। 7 ଶାନ୍ତିରେ ଫେରିଯାଅ। ପଲେଷ୍ଟୀୟ ଶାସକମାନଙ୍କ ବିରୁଦ୍ଧରେ କିଛି କର ନାହିଁ।”
8 ତେଣୁ ଦାଉଦ ଆଖୀଶ୍କୁ କହିଲେ, “ମୁଁ କ’ଣ ତୃଟି କରିଅଛି କି? ମୁଁ ତୁମ୍ଭର ଦାସ ତୁମ୍ଭ ପାଖକୁ ଆସିଲା ଦିନରୁ ମୋର କିଛି ଭୁଲ୍ କାମ ତୁମ୍ଭେ ଦେଖିଛ କି? ନାଁ, କାହିଁକି ମୁଁ ମୋର ସଦାପ୍ରଭୁଙ୍କ ବିରୁଦ୍ଧରେ ଥିବା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ପାରିବି ନାହିଁ?”
9 ଆଖୀଶ୍ ଉତ୍ତର ଦେଲେ, “ମୁଁ ବିଶ୍ୱାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ୱରଙ୍କର ଦୂତ ସ୍ୱରୂପ। ତଥାପି ପଲେଷ୍ଟୀୟ ଶାସକମାନେ କହୁଛନ୍ତି, ‘ଦାଉଦ କେବେ ଆମ୍ଭମାନଙ୍କ ସହିତ ଯୁଦ୍ଧକୁ ଯାଇ ପାରିବେ ନାହିଁ।’ 10 ଆସନ୍ତା କାଲି ସକାଳେ ତୁମ୍ଭେ ଓ ତୁମ୍ଭର ଲୋକମାନେ ମୁଁ ଦେଇଥିବା ଜାଗାକୁ ଫେରିଯିବା ଉଚିତ୍। ଦୟାକରି ଅଧିପତିମାନେ କହିଥିବା କଥା ପ୍ରତି ଦୃଷ୍ଟି ଦେବ ନାହିଁ। ତୁମ୍ଭେ ଜଣେ ଭଲ ଲୋକ, ତେଣୁ ତୁମ୍ଭେ ସୂର୍ଯ୍ୟୋଦୟ ମାତ୍ରେ ଫେରିଯିବା ଭଲ।”
11 ଦାଉଦ ଏବଂ ତାଙ୍କର ଲୋକମାନେ ପ୍ରତ୍ୟୁଷରୁ ଉଠି ପଲେଷ୍ଟୀୟ ଦେଶକୁ ଫେରିଗଲେ ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।
ହୃଦୟ ପରିବର୍ତ୍ତନ କର
13 ସେତେବେଳେ ଯୀଶୁଙ୍କ ପାଖରେ କେତେକ ଲୋକ ଥିଲେ। ଗାଲିଲୀର କେତେକ ଲୋକଙ୍କର ଯାହା ଘଟିଥିଲା, ସେହି ବିଷୟରେ ସେମାନେ ଯୀଶୁଙ୍କୁ କହିଲେ। ସେମାନେ ଉପାସନା କରୁଥିବା ସମୟରେ ପୀଲାତ [a] ସେହି ଲୋକମାନଙ୍କୁ ହତ୍ୟା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସେମାନଙ୍କ ରକ୍ତକୁ ମିଶାଇଥିଲେ। 2 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ ଯେ ଏହି ଲୋକମାନେ ଗାଲିଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା? 3 ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ। 4 ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ? 5 ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।”
ଅଦରକାରୀ ଗଛ
6 ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, “କୌଣସି ଗୋଟିଏ ଲୋକ ତା ବଗିଗ୍ଭରେ ଡିମ୍ବିରିଗଛଟିଏ ଲଗାଇଥିଲା। ଗଛରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ। 7 ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’ 8 କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି। 9 କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’”
ଯୀଶୁ ବିଶ୍ରାମବାରରେ ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କଲେ
10 ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। 11 ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। 12 ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” 13 ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା।
14 ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”
15 ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। 16 ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ [b] ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” 17 ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ।
ପରମେଶ୍ୱରଙ୍କ ରାଜ୍ୟ କି ଭଳି(A)
18 ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି? 19 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଜଣେ ଲୋକ ସେ ସୋରିଷ ମଞ୍ଜିଟି ତା’ ବଗିଗ୍ଭରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳରେ ବସା ବାନ୍ଧନ୍ତି।”
20 ଯୀଶୁ ପୁଣି କହିଲେ, “ମୁଁ ପରମେଶ୍ୱରଙ୍କ ରାଜ୍ୟ କାହା ସହିତ ତୁଳନା କରି ପାରିବି? 21 ଏହା ଖମୀର ଭଳି। ଜଣେ ସ୍ତ୍ରୀ ଲୋକ ରୋଟୀ ତିଆରି କରିବା ପାଇଁ ଗୋଟିଏ ବଡ଼ ପାତ୍ରରେ ଥିବା ଅଟା ସହିତ ଖମୀର ମିଶାଏ। ଖମୀର ସମସ୍ତ ଦଳାଅଟାକୁ ଫୁଲାଇ ଦିଏ।”
ଅଣଓସାରିଆ ଦ୍ୱାର(B)
22 ଯୀଶୁ ପ୍ରତ୍ୟେକ ନଗର ଓ ଗ୍ରାମରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ଯିରୁଶାଲମ ଆଡ଼କୁ ଯାଉଥିଲେ।
2010 by World Bible Translation Center