Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 22-24

ଦାଉଦ ଭିନ୍ନ ଭିନ୍ନ ସ୍ଥାନମାନଙ୍କୁ ଗଲେ

22 ଦାଉଦ ଗାଥ୍ ପରିତ୍ୟାଗ କଲେ। ସେ ସେଠାରୁ ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ। ଦାଉଦର ଭାଇମାନେ ଓ ସମ୍ପର୍କୀୟମାନେ ମଧ୍ୟ ଜାଣିଲେ ଯେ ସେ ଅଦୁଲ୍ଲମରେ ଅଛନ୍ତି। ସେମାନେ ସେଠାକୁ ଦାଉଦକୁ ଦେଖା କରିବାକୁ ଗଲେ। ଦାଉଦଙ୍କ ସହିତ ବହୁତ ଲୋକ ଥିଲେ ଯେଉଁମାନେ ବିପଦରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନରେ ଶାନ୍ତି ପାଇ ନାହାନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥୀ ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲେ।

ଦାଉଦ ଅଦୁଲ୍ଲମ ଛାଡ଼ି ମୋୟାବ ଦେଶର ମି‌ସ୍‌ପୀକୁ ଗଲେ। ଦାଉଦ ମୋୟାବର ରାଜାଙ୍କୁ କହିଲେ, “ମୁଁ ଆପଣଙ୍କୁ ଅନୁରୋଧ କରି କହୁଅଛି, ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଦିଅ। ପରମେଶ୍ୱର ମୋ’ ଉପରେ କ’ଣ କରିବେ ମୋର ଜାଣିବା ପର୍ଯ୍ୟନ୍ତ ସେମାନଙ୍କୁ ଏଠାରେ ରହିବାକୁ ଦିଅ।” ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ି ଗଲେ। ଯେତେଦିନ ଯାଏ ଦାଉଦ ସେହି ଦୁର୍ଗରେ ବାସ କଲେ, ସେ ପର୍ଯ୍ୟନ୍ତ ସେମାନେ ମୋୟାବର ରାଜାଙ୍କ ସହିତ ରହିଲେ।

କିନ୍ତୁ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ଦୁର୍ଗରେ ରୁହ ନାହିଁ। ତୁମ୍ଭେ ଯିହୁଦାକୁ ଯାଅ।” ତେଣୁ ଦାଉଦ ସେସ୍ଥାନ ପରିତ୍ୟାଗ କରି ହେରତ୍ ବଣକୁ ଗଲେ।

ଶାଉଲ ଅହୀମେଲକ ପରିବାରକୁ ହତ୍ୟା କଲେ

ଶାଉଲ ଜାଣିବାକୁ ପାଇଲେ ଯେ, ତାଙ୍କର ଲୋକମାନେ ଦାଉଦ ଓ ତାଙ୍କର ସାଥୀ ଲୋକମାନଙ୍କ ବିଷୟରେ ଜାଣିବାକୁ ପାଇଲେ ଯେ ସେମାନେ କେଉଁଠାରେ ଅଛନ୍ତି। ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବିୟାସ୍ଥିତ ରାମାର ଏକ ଗଛ ମୂଳରେ ବସି ରହିଲେ। ଏବଂ ତାଙ୍କର ଦାସମାନେ ତାଙ୍କୁ ଘେରି ରହିଥିଲେ। ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ ଯିଶୀର ପୁତ୍ର କ’ଣ ତୁମ୍ଭ ପ୍ରତି ଜଣଙ୍କୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ? ସେ କ’ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ? ଏଥିପାଇଁ ତୁମ୍ଭେ କ’ଣ ସମସ୍ତେ ମୋର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି କହିଲ ନାହିଁ ଯେତେବେଳେ ମୋର ପୁତ୍ର ଯିଶୀର ପୁତ୍ର ସହିତ ନିୟମ କଲା, ତୁମ୍ଭମାନଙ୍କ ମଧ୍ୟରୁ କେହି ମୋ’ କଥା ଚିନ୍ତା କଲ ନାହିଁ। ଯେତେବେଳେ ମୋର ପୁତ୍ର ଦାଉଦକୁ ଓ ସେବକମାନଙ୍କୁ ମୋ’ ବିରୁଦ୍ଧରେ ଉତ୍ତେଜିତ କଲା ମୋ’ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଏବଂ ଲୁଚି କରି ମୋତେ ଆକ୍ରମଣ କରିବା ପାଇଁ।”

ଶାଉଲଙ୍କର ଦାସ ନିକଟରେ ଛିଡ଼ା ହୋଇଥିବା ଇଦୋମୀୟ ଦୋୟେଗ ଉତ୍ତର ଦେଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବର ପୁତ୍ର ଅହୀମେଲକ୍ ନିକଟକୁ ଯିବାର ଦେଖିଥିଲି। 10 ଅହୀମେଲକ ଦାଉଦଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାହାକୁ ଖାଦ୍ୟ ଦ୍ରବ୍ୟ ଓ ପଲେଷ୍ଟୀୟର ଖଣ୍ତା ଦେଲେ।”

11 ତେଣୁ ରାଜା ଅହୀଟୂବର ପୁତ୍ର ଅହୀମେଲକ ଯାଜକକୁ ଓ ନୋବ ନିବାସୀ ତା’ର ପିତୃବଂଶିୟ ସମସ୍ତ ଯାଜକକୁ ଡାକିବା ପାଇଁ ଲୋକ ପଠାଇଲେ, ତହିଁରେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ। 12 ଏଥିରେ ଶାଉଲ କହିଲେ, “ହେ ଅହୀଟୂବର ପୁତ୍ର, ତୁମ୍ଭେ ଶୁଣ,”

ସେ ଉତ୍ତର ଦେଲେ, “ହେ ମୋର ପ୍ରଭୁ ମୁଁ ଏଠାରେ ଅଛି।”

13 ପୁଣି ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜି ଯିଶୀର ପୁତ୍ର ମୋ’ ବିରୁଦ୍ଧରେ ଉଠି ଓଗାଳି ବସିବା ପାଇଁ ତୁମ୍ଭେ ତ ତାହାକୁ ରୋଟୀ ଓ ଖଣ୍ତା ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତା’ ପାଇଁ ପ୍ରାର୍ଥନା କରିଅଛ।”

14 ଅହୀମେଲକ ରାଜାଙ୍କୁ ଉତ୍ତର ଦେଲେ, “ଆପଣଙ୍କ ସମସ୍ତ ଦାସମାନଙ୍କ ମଧ୍ୟରେ, ଦାଉଦ ପରି କିଏ ବିଶ୍ୱାସୀ, ସେତ ମହାରାଜାଙ୍କ ଜ୍ୱାଇଁ ଏବଂ ଦାଉଦ ହେଉଛନ୍ତି ଆପଣଙ୍କର ଦେହରକ୍ଷୀମାନଙ୍କର ମୁଖ୍ୟ, ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସମ୍ମାନ କରନ୍ତି। 15 ଏହା ପ୍ରଥମ ଦିନ ନ ଥିଲା, ମୁଁ ଦାଉଦ ନିମନ୍ତେ ପ୍ରାର୍ଥନା କଲି, ମୋତେ କିମ୍ବା ମୋର ପରିବାରକୁ କାହାକୁ ଦୋଷାରୋପ କରନ୍ତୁ ନାହିଁ। ଆମ୍ଭେ ଆପଣଙ୍କର ଦାସଗଣ। କ’ଣ ହେଉଛି ଏହା ମୁଁ କିଛି ଜାଣେ ନାହିଁ।”

16 କିନ୍ତୁ ରାଜା କହିଲେ, ଅହୀମେଲକ, “ତୁମ୍ଭେ ଏବଂ ତୁମ୍ଭର ସମସ୍ତ ସମ୍ପର୍କୀୟ ମରିବ।” 17 ରାଜା ତାଙ୍କ ନିକଟରେ ଥିବା ଦେହ ରକ୍ଷୀକୁ ଆଦେଶ ଦେଲେ, “ଯାଅ, ପ୍ରଭୁଙ୍କର ଯାଜକମାନଙ୍କୁ ହତ୍ୟା କର।” ଏହିପରି କର କାରଣ ସେମାନେ ସମସ୍ତେ ଦାଉଦଙ୍କର ସପକ୍ଷରେ ଅଛନ୍ତି। ସେମାନେ ଜାଣିଲେ ଦାଉଦ ଏଠାରୁ ପଳାୟନ କରିଛି, କିନ୍ତୁ ସେମାନେ ମୋତେ ଜଣାଇଲେ ନାହିଁ।

କିନ୍ତୁ ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କର ଯାଜକଙ୍କୁ ହତ୍ୟା କରିବା ପାଇଁ ମନା କଲେ। 18 ତେଣୁ ରାଜା ଦୋୟେଗକୁ ଆଦେଶ ଦେଲେ, “ତୁମ୍ଭେ ଯାଅ ଏବଂ ଯାଜକଗଣଙ୍କୁ ବଧକର।” ତେଣୁ ଇଦୋମୀୟ ଦୋୟେଗ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କୁ ହତ୍ୟା କଲା। 19 ସେ ଯାଜକମାନଙ୍କର ନୋବ୍ ନଗରକୁ ଖଣ୍ଡାରେ ଆଘାତ କଲା, ଦୋୟେଗ ନୋ‌‌ବ୍‌‌ର ସମସ୍ତ ଲୋକମାନଙ୍କୁ ହତ୍ୟା କଲା। ଏପରିକି ପିଲା, ସ୍ତ୍ରୀ, ପୁରୁଷ ସ୍ତନ୍ୟପାୟୀ ଶିଶୁ ଏବଂ ସେମାନଙ୍କର ଗାଈ, ଗଧ ଓ ମେଷମାନଙ୍କୁ ହତ୍ୟା କଲା।

20 କିନ୍ତୁ ଅହୀଟୂବର ପୁତ୍ର ଅହୀମେଲକର ପୁତ୍ରମାନଙ୍କ ମଧ୍ୟରୁ ଅବିୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା। 21 ଅବିୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କର ଯାଜକମାନଙ୍କୁ ହତ୍ୟା କଲେ। 22 ଦାଉଦ ଅବିୟାଥରକୁ କହିଲେ, “ଇଦୋମୀୟ ଦୋୟେଗ ସେଠାରେ ଉପସ୍ଥିତ ଥିବା ବେଳେ ମୁଁ ସେହି ଦିନ ଜାଣିଥିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ, ତୁମ୍ଭ ପିତୃଗୃହସ୍ଥ ସମସ୍ତଙ୍କୁ ହତ୍ୟା କରାଯାଇଛି ଏବଂ ମୁଁ ସେମାନଙ୍କର ମୃତ୍ୟୁର ଦାୟୀଅଟେ। 23 ତୁମ୍ଭେ ମୋ’ ସଙ୍ଗେ ରୁହ, ଭୟ କର ନାହିଁ କାରଣ ଯେ ମୋତେ ମାରିବାକୁ ଗ୍ଭହେଁ, ସେ ତୁମ୍ଭକୁ ମଧ୍ୟ ମାରିବାକୁ ଗ୍ଭହୁଁଛି। କିନ୍ତୁ ତୁମ୍ଭେ ମୋ’ ପାଖରେ ସୁରକ୍ଷିତ ରହିବ।”

କିୟୀଲାରେ ଦାଉଦ

23 ଲୋକମାନେ ଦାଉଦଙ୍କୁ କହିଲେ, “ଦେଖ, ପଲେଷ୍ଟୀୟମାନେ କିୟୀଲାମାନଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ଓ ଖଳାରୁ ଶସ୍ୟ ଗ୍ଭେରି କରୁଛନ୍ତି।”

ଦାଉଦ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି କି?”

ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ହଁ ଯାଅ! ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଓ କିୟୀଲାକୁ ରକ୍ଷା କର।”

ଦାଉଦଙ୍କ ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ କେତେ ଭୟ କରୁଅଛୁ। ଯଦି ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ ଚିନ୍ତା କର କେତେ ଅଧିକ ଭୟ ନ କରିବା?”

ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଗ୍ଭରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।” ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଗଲେ, ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସେମାନଙ୍କର ପଶୁମାନଙ୍କୁ ନେଇଗଲେ। ଏହିପରି ଭାବରେ ଦାଉଦ କିୟୀଲାର ଲୋକମାନଙ୍କୁ ରକ୍ଷା କଲେ। ଯେତେବେଳେ ଅହୀମେଲକର ପୁତ୍ର ଅବିୟାଥର କିୟୀଲାକୁ ଦାଉଦଙ୍କ ନିକଟକୁ ପଳାଇ ଆସିଲା, ସେତେବେଳେ ଏକ ଏଫୋଦ ହାତରେ ଆଣିଥିଲା।

ଲୋକମାନେ ଶାଉଲଙ୍କୁ କହିଲେ ଯେ ବର୍ତ୍ତମାନ ଦାଉଦ କିୟୀଲାରେ ଅଛନ୍ତି। ଶାଉଲ କହିଲେ, “ପରମେଶ୍ୱର ମୋ’ ହସ୍ତରେ ତାକୁ ରକ୍ଷା କରିଅଛନ୍ତି। ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ସେ ମଧ୍ୟ ନିଜେ ନିଜେ ଧରା ଦେଇଛି।” ଶାଉଲ ତାଙ୍କର ସମସ୍ତ ସୈନ୍ୟମାନଙ୍କୁ ଏକତ୍ରିତ ହେବା ପାଇଁ ଆଦେଶ ଦେଲେ। ଏବଂ ସେମାନେ କିୟୀଲାରେ ଯାଇ ଦାଉଦ ଓ ତା’ର ଲୋକମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲେ।

ଦାଉଦ ଜାଣି ପାରିଲେ ଶାଉଲ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିୟାଥରକୁ କହିଲେ, “ଏଠାକୁ ଏଫୋଦ ଆଣ।”

10 ତେଣୁ ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ଶୁଣିବାକୁ ପାଇଲି ଯେ, ଶାଉଲ ମୋ’ ପାଇଁ କିୟୀଲାକୁ ଧ୍ୱଂସ କରିବାର ଯୋଜନା ପ୍ରସ୍ତୁତ କରିଛି। 11 ଶାଉଲ କ’ଣ କିୟୀଲାକୁ ଆସିବ? କିୟୀଲାର ଲୋକମାନେ କ’ଣ ମୋତେ ତାଙ୍କ ହାତରେ ସମର୍ପି ଦେବେ? ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଏ କଥା ତୁମ୍ଭ ଦାସକୁ ଜଣାଅ।”

ତହିଁରେ ସଦାପ୍ରଭୁ ଉତ୍ତର ଦେଲେ, “ଶାଉଲ ଆସିବ।”

12 ଆଉଥରେ ଦାଉଦ ପଗ୍ଭରିଲେ, “କିୟୀଲାର ଲୋକମାନେ କ’ଣ ମୋତେ ଓ ମୋର ଲୋକମାନଙ୍କୁ ତାଙ୍କ ହସ୍ତରେ ଧରାଇ ଦେବେ?”

ସଦାପ୍ରଭୁ ଉତ୍ତର ଦେଲେ, “ହଁ ସେମାନେ କରିବେ।”

13 ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲା ପରିତ୍ୟାଗ କରି ଗ୍ଭଲିଗଲେ। ପ୍ରାୟ 600 ଲୋକ ଦାଉଦଙ୍କ ସାଥୀରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତେଣେ ବୁଲିବାକୁ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିୟୀଲା ଛାଡ଼ି ପଳାୟନ କରିଛି। ତେଣୁ ଶାଉଲ ସେହି ସହରକୁ ଗଲେ ନାହିଁ।

ଶାଉଲ ଦାଉଦଙ୍କର ପିଛା କଲେ

14 ଦାଉଦ ମରୁଭୂମିକୁ ଗଲେ ଏବଂ ସେଠାରେ ଏକ ସୁରକ୍ଷିତ ସ୍ଥାନ ଭିତରେ ବାସ କଲେ। ସେ ମଧ୍ୟ ସୀଫର ପାର୍ବତ୍ୟମୟ ଦେଶରେ ବାସ କଲେ, ପୁଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କୁ ଶାଉଲଙ୍କ ହାତରେ ଦେଲେ ନାହିଁ।

15 ଏହା ପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସେହି ସମୟରେ ଦାଉଦ ସୀଫ ମରୁଭୂମିସ୍ଥ ହୋରେଶରେ ଥିଲେ। 16 ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କ ପାଖକୁ ଗଲେ। ତାଙ୍କୁ ପରମେଶ୍ୱରଙ୍କଠାରେ ଏକ ଦୃଢ଼ ବିଶ୍ୱାସ କରିବାରେ ସାହାଯ୍ୟ କଲେ। 17 ଯୋନାଥନ ଦାଉଦଙ୍କୁ କହିଲେ, “ଭୟ କର ନାହିଁ। ମୋର ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇସ୍ରାଏଲର ରାଜା ହେବ। ଏବଂ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ବାପା ଶାଉଲ ଜାଣନ୍ତି।”

18 ଏହା ପରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲେ। ତେଣୁ ଦାଉଦ ହୋରେଶରେ ରହିଲେ ଏବଂ ଯୋନାଥନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।

ସୀଫୀୟ ଲୋକମାନେ ଦାଉଦଙ୍କ ବିଷୟରେ ଶାଉଲଙ୍କୁ କହିଲେ

19 ଏହା ପରେ ସୀଫୀୟ ଲୋକମାନେ ଗିବିୟାକୁ ଶାଉଲଙ୍କ ପାଖକୁ ଆସି କହିଲେ, “ଦାଉଦ ଆମ୍ଭମାନଙ୍କ ଅଞ୍ଚଳରେ ଦକ୍ଷିଣ ଦିଗରେ ହଖୀଲା ପର୍ବତର ହୋରେଶର ସୁରକ୍ଷା ସ୍ଥାନ କିଲ୍ଲାରେ ଲୁଚି ରହିଅଛି। 20 ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ ରାଜାଙ୍କ ହସ୍ତ ଦାଉଦଙ୍କୁ ସମର୍ପଣ କରିବା ଦାୟିତ୍ୱ ଆମ୍ଭର।”

21 ଶାଉଲ କହିଲେ, “ତୁମ୍ଭେ ମୋତେ ସାହାଯ୍ୟ କରିଥିବାରୁ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। 22 ତୁମ୍ଭେମାନେ ଯାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକୁ ଯାଏ ଓ କିଏ ତାକୁ ଦେଖିଛି। ଏହା ବୁଝି ଦେଖ, କାରଣ ମୋତେ କୁହାଯାଇଛି ଯେ, ସେ ଅତି ସତର୍କତାର ସହ ଚଳୁଛି। 23 ଦାଉଦ ଯେଉଁ ଯେଉଁ ସ୍ଥାନରେ ଲୁଚେ ସେହି ସେହି ସ୍ଥାନ ଖୋଜ ଏବଂ ମୋ’ ପାଖରେ ଆସି ସମସ୍ତ ବିଷୟରେ ଜଣାଅ। ତା’ପରେ ମୁଁ ତୁମ୍ଭ ସହିତ ଯିବି। ଯଦି ଦାଉଦ ଏହି ଅଞ୍ଚଳରେ ଥାଏ, ମୁଁ ତାଙ୍କୁ ଖୋଜି ବାହାର କରିବି। ଏପରିକି ମୁଁ ତାକୁ ଯିହୁଦାର ପ୍ରତ୍ୟେକ ପରିବାରର ଜରିଆରେ ଖୋଜିବି।”

24 ତେଣୁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫକୁ ଗଲେ।

ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ମାୟୋନ୍, ତାହା ଯେଶିମନର ଦକ୍ଷିଣରେ ଆରବ ନିକଟରେ ଥିଲା। 25 ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କୁ ଖୋଜିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କୁ ଏ କଥା ଜଣାନ୍ତେ ସେ, ଯାହାକୁ କୁହାଯାଏ “ଶୈଳ” ତଳକୁ ଓହ୍ଲାଇ ଆସି ମାୟୋନ୍ ମରୁଭୂମିରେ ରହିଲେ। ଏହା ପରେ ଶାଉଲ ତାହା ଶୁଣି ମାୟୋନ୍ ମରୁଭୂମିରେ ଦାଉଦଙ୍କୁ ଖୋଜିବାକୁ ଗଲେ।

26 ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସେହି ପର୍ବତର ଅନ୍ୟ ଏକ ପାଖକୁ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରୁ ଶୀଘ୍ର ଦୌଡ଼ି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଧରିବା ନିମନ୍ତେ ପର୍ବତର ଚତୁର୍ପାର୍ଶ୍ୱରେ ଘେରି ଯାଇଥିଲେ।

27 ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକୁ ଆକ୍ରମଣ କଲେଣି।”

28 ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକୁ ଛାଡ଼ି ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ। ତେଣୁ ସେମାନେ ସେହି ସ୍ଥାନର ନାମ “ପିଛିଳ ଶୈଳ” [a] ନାମ ଦେଲେ। 29 ଏହା ପରେ ଦାଉଦ ସେ ସ୍ଥାନରେ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।

ଦାଉଦ ଶାଉଲଙ୍କୁ ଲଜ୍ଜିତ କଲେ

24 ଏହା ପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚା‌‌ଦ୍‌ଗମନରୁ ଫେରିଲା ପରେ ଲୋକମାନେ ଶାଉଲଙ୍କୁ କହିଲେ ଯେ, “ଦାଉଦ ଐନଗଦୀସ୍ଥ ମରୁଭୂମିରେ ଅଛି।”

ତେଣୁ ଶାଉଲ ଇସ୍ରାଏଲରୁ 3000 ଜଣ ବଛା ଯାଇଥିବା ଲୋକମାନଙ୍କୁ ନେଇ ଦାଉଦ ଓ ତା’ର ଲୋକମାନଙ୍କୁ ବନଛାଗର ଶୈଳରେ ଖୋଜିଲେ। ସେହି ବାଟରେ ଥିବା ମେଷଶାଳାରେ ପହଞ୍ଚି ସେଠାରେ ଥିବା ଗୁମ୍ଫା ନିକଟକୁ ଯାଇ ଶାଉଲ ବିଶ୍ରାମ ନେଲେ। ଦାଉଦ ଓ ତା’ର ଲୋକମାନେ ଗୁମ୍ଫାର ଦୂର ପଛରେ ଲୁଚିଥିଲେ। ଦାଉଦଙ୍କର ଲୋକମାନେ କହିଲେ, “ସଦାପ୍ରଭୁ ଯେଉଁ ଦିନ ବିଷୟରେ କହିଥିଲେ, ‘ଆଜି ହେଉଛି ସେହି ବିଶେଷ ଦିନ। ସଦାପ୍ରଭୁ ତୁମ୍ଭଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁକୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା’ର ପ୍ରତି କର।’”

ତା’ପରେ ଦାଉଦ ଗୁରୁଣ୍ଡି ଗୁରୁଣ୍ଡି ଶାଉଲଙ୍କ ପାଖକୁ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକୁ କାଟି ଦେଲେ। କିନ୍ତୁ ଶାଉଲ ଦାଉଦଙ୍କୁ ଦେଖି ପାରି ନ ଥିଲେ। ତା’ପରେ ଦାଉଦ ଅନୁତପ୍ତ କଲେ ଶାଉଲର ଲୁଗାଧଡ଼ି କାଟି ନେଇଥିବାରୁ। ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ବାରଣ କଲେ ଯେ, ମୋର ସ୍ୱାମୀ ବିରୁଦ୍ଧରେ ପୁଣି ଏପରି କରିବା ଉଚିତ୍। ମୋର ହସ୍ତ ତାଙ୍କ ବିରୁଦ୍ଧରେ ଉଠାଇବା, ଏହା ମୋ’ ପାଇଁ ଠିକ୍ ହେବ ନାହିଁ। କାରଣ ଶାଉଲ ସଦାପ୍ରଭୁଙ୍କର ମନୋନୀତ ରାଜା।” ଦାଉଦ ତାଙ୍କର ଲୋକମାନଙ୍କୁ ଏପରି ଶାଉଲଙ୍କ ପଛରେ ଯିବା ବନ୍ଦ କରିବାକୁ ବାରଣ କଲେ ଏବଂ ତାଙ୍କୁ ବ୍ୟଥା ଅନୁଭବ କରିବା ଏବଂ ସେମାନଙ୍କୁ ଶାଉଲଙ୍କ ବିରୁଦ୍ଧରେ ଯିବା ଅଟକାଇଲେ।

ଶାଉଲ ଗୁମ୍ଫାରୁ ବାହାରିଲେ ଓ ସେଠାରୁ ପଥଗମନ କଲେ। ଦାଉଦ ଗୁମ୍ଫାରୁ ବାହାରିଲେ, ଶାଉଲଙ୍କୁ ପାଟି କରି କହିଲେ, “ହେ ମୋର ପ୍ରଭୁ ମହାରାଜ!”

ଶାଉଲ ପଛକୁ ଗ୍ଭହିଁଲେ, ଦାଉଦ ନତମସ୍ତକ ହୋଇ ଭୂମିକୁ ଗ୍ଭହିଁ ରହିଲେ। ଦାଉଦ ଶାଉଲଙ୍କୁ କହିଲେ, “ତୁମ୍ଭେ କାହିଁକି ଲୋକମାନଙ୍କ କଥା ଶୁଣିଲ ଯେତେବେଳେ ଲୋକମାନେ କହିଲେ, ‘ଦାଉଦ ଯୋଜନା କରିଛି ତୁମ୍ଭକୁ ମାରିବା ପାଇଁ।’ 10 ମୁଁ ଗ୍ଭହିଁ ନ ଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ୱଚକ୍ଷୁରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗୁମ୍ଫା ଭିତରେ ମାରିବା ପାଇଁ ସୁଯୋଗ ଦେଇଥିଲେ। କିନ୍ତୁ ମୁଁ ତୁମ୍ଭକୁ ମାରିବାକୁ ଇଚ୍ଛା କଲି ନାହିଁ। ମୋର ତୁମ୍ଭ ପ୍ରତି ଦୟା ଆସିଲା। ମୁଁ କହିଲି, ‘ମୁଁ ମୋର ପ୍ରଭୁଙ୍କୁ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ୱାରା ବଛା ଯାଇଥିବା ରାଜା।’ 11 ଦେଖ, ମୋ’ ହାତରେ ଥିବା ଲୁଗା ଖଣ୍ଡକୁ। ମୁଁ ଏହାକୁ ତୁମ୍ଭ ଲୁଗା ଧଡ଼ିରୁ କାଟିଅଛି। ମୁଁ ତୁମ୍ଭକୁ ମାରି ପାରିଥା’ନ୍ତି କିନ୍ତୁ ମୁଁ ମାରି ନାହିଁ। ମୁଁ ତୁମ୍ଭକୁ ବର୍ତ୍ତମାନ ବୁଝିବାକୁ ଦେଉଛି। ମୁଁ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁଛି ଯେ ମୁଁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନ ଥିଲି। ମୁଁ ତୁମ୍ଭ ପ୍ରତି କେବେ ଅନ୍ୟାୟ କରି ନାହିଁ। କିନ୍ତୁ ତୁମ୍ଭେ ମୋତେ ଆଘାତ କରିଅଛ ଏବଂ ମାରିବାକୁ ମଧ୍ୟ ଗ୍ଭହିଁଅଛ। 12 ସଦାପ୍ରଭୁ ମୋର ଓ ତୁମ୍ଭ ଭିତରେ ବିଗ୍ଭର କରନ୍ତୁ ଓ ତୁମ୍ଭେ ମୋ’ଠାରେ କରିଥିବା ଭୁଲ୍ ଯୋଗୁଁ ସଦାପ୍ରଭୁ ତା’ର ଦଣ୍ତ ଦିଅନ୍ତୁ। କିନ୍ତୁ ମୁଁ ତୁମ୍ଭ ସହିତ ଯୁଦ୍ଧ କରିବି ନାହିଁ। 13 ପୁରୁଣା କଥା ଅଛି,

‘ଦୁଷ୍ଟଠାରୁ ଦୁଷ୍ଟତା ବାହାରେ।’

“ମୁଁ କଦାପି ମନ୍ଦକାର୍ଯ୍ୟ କରି ନାହିଁ। ମୁଁ ଗୋଟିଏ ମନ୍ଦ ବ୍ୟକ୍ତି ନୁହେଁ। ମୁଁ ତୁମ୍ଭକୁ ଆଘାତ କରିବି ନାହିଁ। 14 ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଛନ୍ତି? ତୁମ୍ଭେ କାହା ପଛରେ ଗୋଡ଼ଉଛ? ଗୋଟିଏ ମଲା କୁକୁର ପଛରେ, ଗୋଟିଏ ଡାଆଂଶ ପଛରେ ତୁମ୍ଭେ ଗୋଡ଼ଉଛ। 15 ସଦାପ୍ରଭୁ ବିଗ୍ଭରକର୍ତ୍ତା ହୁଅନ୍ତୁ। ତୁମ୍ଭ ଓ ମୋ’ ଭିତରେ ସେ ବିଗ୍ଭର କରନ୍ତୁ। ସଦପ୍ରଭୁ ମୋର ପକ୍ଷରେ ବିଗ୍ଭର କରନ୍ତୁ ଏବଂ ପ୍ରମାଣ କରନ୍ତୁ ଯେ ମୁଁ ଠିକ୍ ଅଛି। ସଦାପ୍ରଭୁ ମୋତେ ତୁମ୍ଭଠାରୁ ରକ୍ଷା କରନ୍ତୁ।”

16 ଦାଉଦ ଶାଉଲଙ୍କୁ ଏହା କହି ସାରିବା ପରେ ଶାଉଲ କହିଲେ, “ମୋର ପୁତ୍ର ଦାଉଦ, ଏ କ’ଣ ତୁମ୍ଭର କଥା,” ତା’ପରେ ଶାଉଲ କାନ୍ଦିବାକୁ ଆରମ୍ଭ କଲେ, ସେ ଜୋ‌ର୍‌ରେ କାନ୍ଦିଲେ। 17 ଶାଉଲ କହିଲେ, “ତୁମ୍ଭେ ମୋ’ ଅପେକ୍ଷା ସତ୍ ବ୍ୟକ୍ତି ଅଟ। ତୁମ୍ଭେ ମୋ’ ପ୍ରତି ଭଲ ବ୍ୟବହାର ଦେଖାଇଛ। କିନ୍ତୁ ମୁଁ ତୁମ୍ଭ ପ୍ରତି ଖରାପ ବ୍ୟବହାର କରିଥିଲି। 18 ତୁମ୍ଭେ ମୋତେ କହିଲ, ତୁମ୍ଭେ ଯେଉଁ ଭଲ କାର୍ଯ୍ୟ କରିଛ, ସଦାପ୍ରଭୁ ମୋତେ ତୁମ୍ଭକୁ ଦେଇଥିଲେ କିନ୍ତୁ ତୁମ୍ଭେ ମୋତେ ହତ୍ୟା କଲ ନାହିଁ। 19 ଯେତେବେଳେ ଜଣେ ମନୁଷ୍ୟ ନିଜର ଶତ୍ରୁକୁ ପାଏ ସେ ତାକୁ ଭଲରେ ଯିବାକୁ ଦିଏ ନାହିଁ। ତା’ ପ୍ରତି ଉତ୍ତମ ବ୍ୟବହାର କରେ ନାହିଁ। ଏଣୁ ଆଜି ମୋ’ ପ୍ରତି ଯାହା ଉତ୍ତମ କରିଅଛ, ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦିଅନ୍ତୁ। 20 ମୁଁ ଜାଣେ ତୁମ୍ଭେ ଇସ୍ରାଏଲର ରାଜା ହେବ। ତୁମ୍ଭେ ଇସ୍ରାଏଲକୁ ଶାସନ କରିବ। 21 ମୋ’ ସମ୍ମୁଖରେ ତୁମ୍ଭେ ଏକ ପ୍ରତିଜ୍ଞା କର। ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କର ଯେ ମୋର ମୃତ୍ୟୁ ପରେ ମଧ୍ୟ ତୁମ୍ଭେ ମୋର ବଂଶଧରକୁ ନିପାତ କରିବ ନାହିଁ ଓ ପ୍ରତିଜ୍ଞା କର ଯେ, ମୋର ପିତାଙ୍କର ପରିବାରରୁ ମୋର ନାମକୁ ଲୋପ କରିବ ନାହିଁ।”

22 ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକୁ ଧ୍ୱଂସ କରିବେ ନାହିଁ। ତା’ପରେ ଶାଉଲ ଗୃହକୁ ଫେରିଲେ। ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗକୁ ପଳାଇଗଲେ।

ଲୂକ ଲିଖିତ ସୁସମାଗ୍ଭର 12:1-31

ଫାରୂଶୀମାନଙ୍କ ଭଳି ହୁଅ ନାହିଁ

12 ହଜାର ହଜାର ଲୋକ ଆସି ଜମା ହୋଇ ଗଲେ। ଲୋକେ ଜଣେ ଜଣକୁ ମାଡ଼ି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ୟମାନଙ୍କୁ କହିଲେ, “ଫାରୂଶୀମାନଙ୍କ ଖମୀରଠାରୁ ଦୂରରେ ରୁହ। ମୋ’ କହିବାର ଅଭିପ୍ରାୟ ହେଉଛି ଯେ, ସେମାନେ କପଟୀ। ଲୁଚି ରହିଥିବା ପ୍ରତ୍ୟେକ ଜିନିଷକୁ ପ୍ରକାଶ କରି ଦିଆ ଯିବ। ଗୋପନରେ ରହିଥିବା ପ୍ରତ୍ୟେକ ବିଷୟକୁ ପ୍ରକାଶ କରାଯିବ। ତୁମ୍ଭେମାନେ ଅନ୍ଧକାରରେ କହୁଥିବା କଥା ଆଲୁଅରେ କହି ଦିଆ ଯିବ। ଗୋଟିଏ ଏକାନ୍ତ କୋଠରି ଭିତରେ ଚୁପ୍ କରି କାହା କାନରେ ତୁମ୍ଭେମାନେ କିଛି କହିଲେ ମଧ୍ୟ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆ ଯିବ।”

କେବଳ ପରମେଶ୍ୱରଙ୍କୁ ଭୟ କର(A)

ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ହେ ମୋର ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କେବଳ ଶରୀରକୁ ମାରି ପକାଇବେ। କିନ୍ତୁ ସେତିକି କରି ସାରିବା ପରେ ସେମାନେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ। ତୁମ୍ଭେମାନେ ଯାହାକୁ ଭୟ କରିବା ଉଚିତ୍ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦେଖାଇ ଦେବି। ତୁମ୍ଭମାନଙ୍କୁ ମାରି ସାରି ନର୍କରେ ଫିଙ୍ଗି ଦେବା ଶକ୍ତି ଯାହାର ଅଛି, ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କେବଳ ତାହାଙ୍କୁ ଭୟ କର।

“ଚଢ଼େଇ ବିକାଯିବା ବେଳେ ପାଞ୍ଚଟା ଚଢ଼େଇଙ୍କର ମୂଲ୍ୟ ଅଳ୍ପ କେତେକ ପଇସା ହୁଏ। ତଥାପି, ପରମେଶ୍ୱର ସେମାନଙ୍କ ମଧ୍ୟରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ। ହଁ, ତୁମ୍ଭମାନଙ୍କ ମୁଣ୍ଡରେ କେତେ ଗୋଟି ବାଳ ଅଛି, ତାହା ମଧ୍ୟ ପରମେଶ୍ୱର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ୟ ଅନେକ ଚଢ଼େଇଙ୍କ ଅପେକ୍ଷା ବହୁତ ଅଧିକ।

ଯୀଶୁଙ୍କ ଯୋଗୁଁ ଲଜ୍ଜା କର ନାହିଁ(B)

“ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କହେ ଯେ ସେ ମୋ’ଠାରେ ବିଶ୍ୱାସ କରୁଛି, ତା’ହେଲେ ମୁଁ ମନୁଷ୍ୟପୁତ୍ର, ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ, ସେହି ଲୋକଟି ମୋର ନିଜର ଲୋକ। କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋ’ଠାରେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।

10 “ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇ ପାରେ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ।

11 “ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତେବେଳେ ତୁମ୍ଭେମାନେ କିପରି ଉତ୍ତର ଦେବ, ଓ କ’ଣ କହିବ, ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। 12 କାରଣ ସେହି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦେବେ ତୁମ୍ଭମାନଙ୍କୁ କ’ଣ କହିବାକୁ ହେବ।।”

ସ୍ୱାର୍ଥପରତା ବିରୁଦ୍ଧରେ ଚେତାବନୀ

13 ଜନସମୂହ ମଧ୍ୟରୁ କେହି ଜଣେ ଯୀଶୁଙ୍କୁ କହିଲା, “ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତରେ ଭାଗ କରିବା ପାଇଁ ମୋ’ ଭାଇକୁ କୁହନ୍ତୁ।”

14 ଏହା ଶୁଣି ଯୀଶୁ କହିଲେ, “ମୋତେ ତୁମ୍ଭମାନଙ୍କର ବିଗ୍ଭର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତରେ ବାଣ୍ଟି ଦେବାକୁ କିଏ କହିଛି?” 15 ଯୀଶୁ କହିଲେ, “ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂରରେ ରଖ। ନିଜର ଅଧିକାରରେ ଥିବା ବିପୁଳ ସମ୍ପତ୍ତିରୁ କେହି କେବେ ଜୀବନ ପାଇ ପାରେ ନାହିଁ।”

16 ତା’ପରେ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: “ଜଣେ ଧନୀ ଲୋକର କେତେକ ଜମି ଥିଲା। ସେହି ଜମିରେ ବହୁତ ଖାଦ୍ୟଶସ୍ୟ ଫଳିଲା। 17 ଲୋକଟି ମନେ ମନେ ଭାବିଲା, ‘ମୁଁ କ’ଣ କରିବି? ମୋ’ ପାଖରେ ମୋର ସବୁ ଶସ୍ୟତକ ରଖିବା ପାଇଁ ଜାଗା ନାହିଁ।

18 “ତା’ପରେ ସେ କହିଲା, ଠିକ୍ ଅଛି। କ’ଣ କରିବାକୁ ହେବ, ତାହା ମୁଁ ଜାଣିଛି। ମୁଁ ପ୍ରଥମେ ଅମାରଗୁଡ଼ିକ ଭାଙ୍ଗି ଦେଇ ବଡ଼ବଡ଼ ଅମାର ତିଆରି କରିବି ଏବଂ ସବୁତକ ଗହମ ଓ ଭଲ ଜିନିଷ ତକ ଏକାଠି ନୂଆ ଅମାରମାନଙ୍କରେ ରଖି ଦେବି। 19 ତା’ପରେ ମୁଁ ନିଜକୁ କହି ପାରିବି, ମୁଁ ଅନେକ ଉତ୍ତମ ପଦାର୍ଥ ଅନେକ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।’

20 “କିନ୍ତୁ ପରମେଶ୍ୱର ତାହାକୁ କହିଲେ, ‘ଆରେ ନିର୍ବୋଧ ମନୁଷ୍ୟ! ଆଜି ରାତିରେ ତୁ ମରିଯିବୁ। ତୁ ଯେଉଁ ପଦାର୍ଥତକ ତୋ’ ପାଇଁ ସାଇତି କରି ରଖିଛୁ, ତାହା କ’ଣ ହେବ? ସେ ସବୁ କିଏ ଭୋଗ କରିବ?’

21 “ଯେଉଁ ଲୋକ କେବଳ ନିଜ ପାଇଁ ଅନେକ ପଦାର୍ଥ ସାଇତି କରି ରଖେ, ତାହା ପ୍ରତି ଏହିଭଳି ଘଟିବ। ପରମେଶ୍ୱରଙ୍କ ଦୃଷ୍ଟିରେ ସେହିଲୋକ ଆଦୌ ଧନୀ ନୁହେଁ।’

ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦେବା(C)

22 ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ। 23 କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। 24 ପକ୍ଷୀଗୁଡ଼ିକୁ ଦେଖ। ସେମାନେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ୱର ସେମାନଙ୍କୁ ଖାଇବାକୁ ଦେଇଥା’ନ୍ତି। ତୁମ୍ଭେମାନେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍। 25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? 26 ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ?

27 “ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ। 28 ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା’ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ?

29 “ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ। 30 ଏ ପୃଥିବୀରେ ସମସ୍ତେ ସେଗୁଡ଼ିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସେଗୁଡ଼ିକ ଦରକାର। 31 ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଗ୍ଭହିଁବା ଉଚିତ୍, ତାହା ହେଉଛି ସ୍ୱର୍ଗରାଜ୍ୟ। ତାହାହେଲେ ତୁମ୍ଭେମାନେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯିବ।

Oriya Bible: Easy-to-Read Version (ERV-OR)

2010 by World Bible Translation Center