Old/New Testament
ଇଲ୍କାନା ଓ ତାଙ୍କ ପରିବାର ଶୀଲୋଠାରେ ଉପାସନା କଲେ
1 ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।
2 ଇଲ୍କାନାର ଦୁଇଟି ସ୍ତ୍ରୀ ଥିଲେ, ଜଣକର ନାମ ଥିଲା ହାନ୍ନା ଓ ଅନ୍ୟ ଜଣକର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।
3 ପ୍ରତି ବର୍ଷ ଇଲ୍କାନା ତା’ର ନିଜ ସହର ରାମାକୁ ଛାଡ଼ି ଶୀଲୋକୁ ଯାଉଥିଲା, ଶୀଲୋରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସେଠାକୁ ଯାଉଥିଲା। ଯେଉଁ ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କର ଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍। 4 ପ୍ରତ୍ୟେକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରୁ କିଛି ଅଂଶ ତା’ର ସ୍ତ୍ରୀ ପନିନ୍ନା ଏବଂ ତା’ର ସମସ୍ତ ପୁତ୍ରଗଣ ଓ କନ୍ୟାମାନଙ୍କୁ ଦେଉଥିଲା। 5 ଇଲ୍କାନା ମଧ୍ୟ ତା’ର ସ୍ତ୍ରୀ ହାନ୍ନାକୁ ତା’ର ଦୁଇଗୁଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକୁ ସେ ବାସ୍ତବରେ ପ୍ରେମ କରୁଥିଲା। କିନ୍ତୁ ସଦାପ୍ରଭୁ ତା’ କୋଳରେ କୌଣସି ସନ୍ତାନସନ୍ତତି ଦେଇ ନ ଥିଲେ।
ପନିନ୍ନା ହାନ୍ନାକୁ ଧୈର୍ଯ୍ୟଚ୍ୟୁତ କଲା
6 ସଦାପ୍ରଭୁ ହାନ୍ନା କୋଳରେ କୌଣସି ସନ୍ତାନ ଦେଇ ନ ଥିଲେ, ତେଣୁ ପନିନ୍ନା ତାକୁ ଦୁଃଖିତ କରୁଥିଲା ଏବଂ ତାକୁ ବିରକ୍ତି କରୁଥିଲା। 7 ଯେତେବେଳେ ସେହି ପରିବାର ସଦାପ୍ରଭୁଙ୍କ ମନ୍ଦିରକୁ ଯାଉଥିଲେ ପ୍ରତି ବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକୁ ଦୁଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ। 8 ତା’ର ସ୍ୱାମୀ ଇଲ୍କାନା ପଗ୍ଭରୁ ଥିଲେ, “ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହିଁକି କିଛି ଖାଉ ନାହଁ? ତୁମ୍ଭେ କାହିଁକି ଦୁଃଖିତ। ମୁଁ ତୁମ୍ଭର ସ୍ୱାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁଁ ତୁମ୍ଭ ପାଇଁ ତୁମ୍ଭର ଦଶ ଜଣ ପୁତ୍ର ପାଇବା ସକ୍ଷମ।”
ହାନ୍ନାର ପ୍ରାର୍ଥନା
9 ଖାଇପିଇ ସାରିବା ପରେ ହାନ୍ନା ଚୁପ୍ଗ୍ଭପ୍ ଭାବରେ ଉଠିଯାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକୁ ପ୍ରାର୍ଥନା କରିବାକୁ ଗଲା। ଏଲି ଯିଏ କି ଧର୍ମଯାଜକ ଥିଲେ, ସେ ସେହି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲା। 10 ହାନ୍ନା ଭାରି ଦୁଃଖିନୀ ଥିଲା। ସେ ଯେତେବେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା, ସେ ବହୁତ କାନ୍ଦୁଥିଲା। 11 ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା’ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା’ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା’ର ବାଳ କାଟିବା ପାଇଁ କୌଣସି କ୍ଷୁର ତା’ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”
12 ଯେତେବେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା’ର ପାଟିକୁ ଦେଖୁଥିଲେ। 13 ସେହି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲା। କେବଳ ତା’ର ଓଷ୍ଠ ହଲୁଥିଲା। ମାତ୍ର ତା’ର ସ୍ୱର ଶୁଣା ଯାଉ ନ ଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ। 14 ଏଲି ହାନ୍ନାଙ୍କୁ କହିଲେ, “ତୁମ୍ଭେ ଆଉ କେତେକାଳ ମାତାଲ ହେଉଥିବ? ଦ୍ରକ୍ଷାରସରୁ ଦୂରେଇ ରୁହ।”
15 ହାନ୍ନା ଉତ୍ତର ଦେଲା, “ନା, ମୋର ମହାଶୟ, ମୁଁ ଜଣେ ଦୁଃଖିନୀ ସ୍ତ୍ରୀ, ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ। ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ଆପଣାର ପ୍ରାଣ ବେଦନା ଢାଳୁଥିଲି। 16 ଆପଣା ଦାସୀକୁ କୁଚରିତ୍ରା ଭାବ ନାହିଁ। ମୁଁ ଆପଣା ଚିନ୍ତା ଓ ସମସ୍ୟାକୁ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମୋର ଅନେକ ସମସ୍ୟା ଅଛି ଏବଂ ମୁଁ ଅତ୍ୟନ୍ତ ଦୁଃଖିତ।”
17 ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।”
18 ତା’ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା’ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ।
19 ତା’ ପରଦିନ ପ୍ରଭାତରେ ଇଲ୍କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ।
ଶାମୁୟେଲର ଜନ୍ମ
ତା’ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ। 20 ଏହା ପରେ ସେହି ସମୟରେ ପରବର୍ଷ ହାନ୍ନା ପୁତ୍ର ପ୍ରସବ କଲା। କାରଣ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, “ସେ ତାହାର ନାମ ଶାମୁୟେଲ ଡାକିଲା।”
21 ଏହା ପରେ ଇଲ୍କାନା ଓ ତାହାର ପରିବାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଓ ଆପଣା ପ୍ରତିଜ୍ଞା ପୂର୍ଣ୍ଣତା କରିବାକୁ ଗଲେ। 22 କିନ୍ତୁ ହାନ୍ନା ଗଲା ନାହିଁ, ଏବଂ ସେ ଆପଣା ସ୍ୱାମୀକୁ କହିଲା, “ବାଳକ ସ୍ତନ୍ୟପାନ ଛାଡ଼ିଲା ପରେ ମୁଁ ତାକୁ ନେଇଯିବି। ତା’ପରେ ସେ ସଦାପ୍ରଭୁଙ୍କର ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ।”
23 ତା’ପରେ ତା’ର ସ୍ୱାମୀ ଇଲ୍କାନା ତାକୁ କହିଲା, “ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ଏଠାରେ ରୁହ। ସଦାପ୍ରଭୁ ତାଙ୍କର ବାକ୍ୟ ପୂର୍ଣ୍ଣ କରନ୍ତୁ [a]।” ତେଣୁ ସେହି ସ୍ତ୍ରୀ ଆପଣା ପୁତ୍ରକୁ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ଗୃହରେ ରହିଲା ଓ ପିଲାର ଦେଖାଗ୍ଭହାଁ କଲା।
ହାନ୍ନା ଶାମୁୟେଲଙ୍କୁ ଶୀଲୋଠାରେ ଏଲିଙ୍କ ନିକଟକୁ ନେଲା
24 ଏହା ପରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା’ ସହିତ ପିଲାଟିକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା। ସେତେବେଳେ ବାଳକଟି ଛୋଟ ଥିଲା।
25 ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ଗୋବତ୍ସ ବଧ କଲେ ଓ ବାଳକକୁ ଏଲି ନିକଟକୁ ଆଣିଲେ। 26 ତା’ପରେ ହାନ୍ନା ଏଲିୟକୁ କହିଲା, “ମହାଶୟ ମୁଁ ବାସ୍ତବରେ ସେହି ସ୍ତ୍ରୀଲୋକ ଯିଏ କି ତୁମ୍ଭ ଆଗରେ ଛିଡ଼ା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା। 27 ମୁଁ ଏହି ବାଳକ ନିମନ୍ତେ ପ୍ରାର୍ଥନା କରିଥିଲି, ଆଉ ସଦାପ୍ରଭୁ ମୋତେ ମଞ୍ଜୁର କରିଛନ୍ତି। 28 ସେଥିପାଇଁ ବର୍ତ୍ତମାନ ମୁଁ ତାକୁ ସଦାପ୍ରଭୁଙ୍କ ସେବା କରିବା ପାଇଁ ଉତ୍ସର୍ଗ କରୁଛି। ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।”
ଏହା ପରେ ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ ପ୍ରଣାମ କଲେ।
ହାନ୍ନା ଧନ୍ୟବାଦ ଦେଲା
2 ହାନ୍ନା ପ୍ରାର୍ଥନା କରି କହିଲା,
“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।
2 ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
3 ନିଜ ବୃଥାଗର୍ବ ବନ୍ଦ କର।
ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
4 ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
5 ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
ସେ ଦୁଃଖିତା ହୋଇଅଛି।
6 ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
7 ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
8 ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।
9 ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
ଓ ସେ ଆପଣା ରାଜାକୁ ବଳ ଦେବେ।
ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”
11 ଏହା ପରେ ଇଲ୍କାନା ରାମାସ୍ଥିତ ଆପଣା ଘରକୁ ଗଲା। କିନ୍ତୁ ବାଳକ ଶାମୁୟେଲ ଯାଜକ ଏଲି ଅଧୀନରେ ଥାଇ ସଦାପ୍ରଭୁଙ୍କର ସେବା କଲା।
ଏଲିଙ୍କର ଦୁଷ୍ଟ ପୁତ୍ରମାନେ
12 ଏଲିଙ୍କର ପୁତ୍ରମାନେ ପାପୀ ଥିଲେ ଏବଂ ସେମାନେ ସଦାପ୍ରଭଙ୍କୁ ଜାଣନ୍ତି ନାହିଁ [b]। 13 ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରିବା ଉଚିତ୍। ଯେତେବେଳେ କେହି ଜଣେ ବଳିଦାନ କଲେ ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୁଳ ଧରି ଆସେ। 14 ଆଉ ଯାଜକର ସେବକ ମାଂସକୁ ତସଲା ବା ହଣ୍ଡାରୁ ବାହାର କରିବା ପାଇଁ କଣ୍ଟା ଗ୍ଭମୁଚର ବ୍ୟବହାର କରିବା ଉଚିତ୍। କଣ୍ଟା ଗ୍ଭମୁଚ ଦ୍ୱାରା ଯେତିକି ସେବକ ଆଣି ଥାଏ କେବଳ ସେତିକି ହିଁ ଯାଜକ ନେବା ଉଚିତ୍। ଇସ୍ରାଏଲ ଲୋକମାନେ ଯେଉଁମାନେ ଶିଲୋକୁ ଉପାସନା କରିବା ପାଇଁ ଆସନ୍ତି, ଏହା ଯାହାକି ଯାଜକଗଣ ନୈବେଦ୍ୟ ପ୍ରତି କରିବା ଉଚିତ୍। 15 କିନ୍ତୁ ଯାଜକଗଣ ଯେପରି ବ୍ୟବହାର କରିବା ଉଚିତ୍, ଏଲିର ପୁତ୍ରଗଣ ସେପରି ବ୍ୟବହାର କଲେ ନାହିଁ। ଏପରିକି ସେହି ମାଂସର ମେଦ ଯଜ୍ଞବେଦିରେ ଦଗ୍ଧ ହେବା ପୂର୍ବରୁ, ସେମାନଙ୍କର ସେବକମାନେ ସେହି ବଳିଦାନ ଉତ୍ସର୍ଗ କରୁଥିବା ବ୍ୟକ୍ତି ପାଖକୁ ଗଲେ ଏବଂ କହିଲେ, “ପୋଡ଼ିବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତୁମ୍ଭଠାରୁ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କେବଳ କଞ୍ଚାମାଂସ ଗ୍ରହଣ କରିବେ।”
16 ଏଥିରେ ଯେବେ ସେ ଲୋକ ତାହାକୁ କହେ, “ପ୍ରଥମେ ମେଦ ଦଗ୍ଧ ହେବାକୁ ଦିଅ, ତା’ପରେ ତୁମ୍ଭେ ଯେତେ ଗ୍ଭହଁ ସେତେ ନିଅ।” ତେବେ ସେ ଯାଜକର ସେବକ କହିଥାଏ। ମାତ୍ର “ଏହିକ୍ଷଣି ତାହା ମୋତେ ଦେବାକୁ ହେବ। ଯଦି ତୁମ୍ଭେ ମୋତେ ନ ଦିଅ, ତାହାହେଲେ ମୁଁ ଜୋର୍ କରି ନେଇଯିବି।”
17 ଏହିରୂପରେ, ସଦାପ୍ରଭୁଙ୍କ ବିପକ୍ଷରେ ସେହି ଏଲିଙ୍କ ପୁତ୍ରମାନଙ୍କର ପାପ ଅତି ଭାରି ହେଲା କାରଣ ସେହି ଲୋକମାନେ ସଦାପ୍ରଭୁଙ୍କର ନୈବେଦ୍ୟ ତୁଚ୍ଛଜ୍ଞାନ କଲେ।
18 ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ। 19 ଆହୁରି ମଧ୍ୟ ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମୁୟେଲ ପାଇଁ ଗୋଟିଏ ସାନ ବସ୍ତ୍ର ବନାଇଥିବା, ତାହା ସେ ତାଙ୍କ ପାଖକୁ ଆଣିବ।
20 ପୁଣି ଏଲି ଇଲ୍କାନାକୁ ଓ ତା’ର ସ୍ତ୍ରୀକୁ ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପୁତ୍ର ପ୍ରାର୍ଥନା କରୁଥିବା ସ୍ଥାନକୁ ନିଆ ହେଉ ଏବଂ ତା’ପରେ ସଦାପ୍ରଭୁଙ୍କୁ ଦେଲେ।”
ଏହା ପରେ ସେମାନେ ଆପଣା ଗୃହକୁ ଫେରିଗଲେ। 21 ପୁଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲା। ଏଥି ମଧ୍ୟରେ ବାଳକ ଶାମୁୟେଲ ସଦାପ୍ରଭୁଙ୍କ ଉପସ୍ଥିତିରେ ବଢ଼ିଲା।
ଏଲି ଦୁଷ୍ଟ ପୁତ୍ରମାନଙ୍କୁ ଶାସନ କରିବାରେ ବିଫଳ ହେଲେ
22 ଏଲି ଅତି ବୃଦ୍ଧ ହେଲେ। ପୁଣି ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲକୁ ଯାହା ଯାହା କଲେ ଓ ଯିଏ କି ସମାଗମ-ତମ୍ବୁର ପ୍ରବେଶ ନିକଟରେ ସେବା କାରୀଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ତାଙ୍କ ଦ୍ୱାରା ଶୁଣା ହେଲା।
23 ତହୁଁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏପରି କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣିଅଛି। 24 ନାହିଁ, ନାହିଁ, ମୋର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ଭଲ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ। 25 ଜଣେ ମନୁଷ୍ୟ ଯେବେ ଅନ୍ୟ ଜଣେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ହୁଏତ ସାହାଯ୍ୟ କରି ପାରନ୍ତି। କିନ୍ତ ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପାଇଁ ପ୍ରାର୍ଥନା କରିବ?”
ତଥାପି ସେମାନେ ପିତାଙ୍କ ବାକ୍ୟ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ହତ୍ୟା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।
26 କିନ୍ତୁ ବାଳକ ଶାମୁୟେଲ କ୍ରମେ କ୍ରମେ ବଡ଼ ହେଲା ଆଉ ପରମେଶ୍ୱରଙ୍କର ଓ ଲୋକମାନଙ୍କର ଅନୁଗ୍ରହ ପାତ୍ର ହେଲା।
ଏଲିଙ୍କ ପରିବାର ବିଷୟରେ ଭୟଙ୍କର ଭବିଷ୍ୟଦ୍ବାଣୀ
27 ଏହା ପରେ ପରମେଶ୍ୱରଙ୍କଠାରୁ ଏକ ଲୋକ ଏଲିଙ୍କ ନିକଟକୁ ଆସି କହିଲା, “ସଦାପ୍ରଭୁ ଏହା କହନ୍ତି, ‘ଯେତେବେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶରରେ ଫାରୋର ଦାସତ୍ୱରେ ଥିଲେ। ସେ ସମୟରେ ମୁଁ ସେମାନଙ୍କ ଆଗରେ ଆବିର୍ଭାବ ହେଲି। 28 ଇସ୍ରାଏଲର ଗୋଷ୍ଠୀମାନଙ୍କ ମଧ୍ୟରୁ ତୁମ୍ଭର ପରିବାରବର୍ଗକୁ ମୋର ଯାଜକ ହୋଇ ସେବା କରିବାକୁ, ଏଫୋଦ ପରିଧାନ କରିବାକୁ ଓ ଯଜ୍ଞବେଦିରେ ଧୂପ ଜଳାଇବାକୁ ମୁଁ ମନୋନୀତ କରିଅଛି। ଆହୁରି ମଧ୍ୟ ମୁଁ ତୁମ୍ଭକୁ ଏକ ନିୟମ ଦେଲି ଯେ, ମୋ’ ପାଇଁ ଇସ୍ରାଏଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରୀ ତୁମ୍ଭ ପରିବାରବର୍ଗକୁ ଦିଆଯିବ। 29 ତେବେ ତୁମ୍ଭେମାନେ କାହିଁକି ମୋର ନୈବେଦ୍ୟ ଓ ବଳିଦାନକୁ ପରିତ୍ୟାଗ କରୁଛ ଯାହାକି ମୋ’ ମନ୍ଦିରରେ ଉତ୍ସର୍ଗ କରାଯିବ ବୋଲି ମୁଁ ଆଜ୍ଞା ଦେଇଅଛି? ପୁଣି କାହିଁକି ତୁମ୍ଭର ପୁତ୍ରଗଣଙ୍କୁ ମୋ’ଠାରୁ ଅଧିକ ସମ୍ମାନ ଦେଉଛ, ଇସ୍ରାଏଲୀୟମାନେ ମୋ’ ସକାଶେ ଉତ୍ସର୍ଗ କରୁଥିବା ବଳିର ଅଂଶ ଓ ମେଦ କାହିଁକି ତୁମ୍ଭ ନିଜ ପାଇଁ ନେଉଛ?’
30 “ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ। 31 ସମୟ ଆସୁଅଛି, ଯେତେବେଳେ ମୁଁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସେହି ଦିନ ଆସୁଅଛି, ତହିଁରେ ତୁମ୍ଭ ବଂଶରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ। 32 ପୁଣି ପରମେଶ୍ୱର ଇସ୍ରାଏଲକୁ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହରେ ଦୁଃଖ ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବେ ନାହିଁ। 33 ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କୁ ଆପଣା ଯଜ୍ଞବେଦିରୁ ଆସୁଥିବା ମୁଁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୋର ଯଜ୍ଞବେଦିରେ ସେବା କରିବ। ସେମାନେ ତୁମ୍ଭର ପରିବାର ଧ୍ୱଂସ ପାଇଁ କାନ୍ଦୁଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସେମାନଙ୍କର ଯୌବନାବସ୍ଥାରେ ମରିବେ। 34 ପୁଣି ତୁମ୍ଭର ଦୁଇପୁତ୍ର ହଫ୍ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ। 35 ପୁଣି ମୁଁ ମୋ’ ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବି ଯିଏ ମୋ’ ମନ ଓ ମୋ’ ହୃଦୟ ଅନୁସାରେ କର୍ମ କରିବ। ଆଉ ମୁଁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମୋର ମନୋନୀତ ରାଜାଙ୍କ ସମ୍ମୁଖରେ ସର୍ବଦା ସେବା କରିବ। 36 ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, “ଦୟାକରି ମୋତେ ଯାଜକ ଭାବରେ କିଛି କାମ ଦିଅନ୍ତୁ, ଯାହା ଫଳରେ ମୁଁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।”’”
ଶାମୁୟେଲକୁ ପରମେଶ୍ୱରଙ୍କ ଡାକରା
3 ବାଳକ ଶାମୁୟେଲ ଏଲିଙ୍କ ଅଧୀନରେ ସଦାପ୍ରଭୁଙ୍କର ସେବା କଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ଓ ଦର୍ଶନ ଦୁର୍ଲଭ ଥିଲା।
2 ଏହି ସମୟରେ ଏଲିଙ୍କର ଚକ୍ଷୁ ଧୁନ୍ଦୁଳା ହେବାକୁ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ। 3 ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରୁ ଯେତେବେଳେ ଶାମୁୟେଲ ଶୋଇଥିଲେ, 4 ସେତେବେଳେ ସଦାପ୍ରଭୁ ଶାମୁୟେଲକୁ ଡାକିଲେ ଓ ଶାମୁୟେଲ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।” 5 ଶାମୁୟେଲ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?”
ସେ କହିଲେ, “ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।”
ଏବଂ ସେ ଶୋଇଲେ। 6 ଏହା ପରେ ସଦାପ୍ରଭୁ “ଶାମୁୟେଲ” ବୋଲି ଆଉ ଥରେ ଡାକିଲେ, ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କିହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?”
ସେ ଉତ୍ତର ଦେଲେ, “ହେ ମୋର ପୁତ୍ର, ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।”
7 ସେ ସମୟରେ ଶାମୁୟେଲ ସଦାପ୍ରଭୁଙ୍କୁ ଜାଣି ନ ଥିଲା, କାରଣ ସଦାପ୍ରଭୁ ତାଙ୍କଠାରେ ତାଙ୍କର ବାକ୍ୟ କଥା ପ୍ରକାଶ କରି ନ ଥିଲେ।
8 ଏହା ପରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି ଆପଣ ମୋତେ ଡାକିଲେ ପରା,”
ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି ଏହା ଏଲି ବୁଝିଲେ। 9 ତେଣୁ ଏଲି ଶାମୁୟେଲକୁ କହିଲେ, “ଯାଇ ଶୁଅ, ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ‘ହେ ସଦାପ୍ରଭୁ, କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।’”
ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ। 10 ଏହା ପରେ ସଦାପ୍ରଭୁ ଆସିଲେ ଏବଂ ସେଠାରେ ଛିଡ଼ା ହେଲେ, ଆଗ ଥର ପରି ସେ “ଶାମୁୟେଲ, ଶାମୁୟେଲ” ବୋଲି ଡାକିଲେ।
ତା’ପରେ ଶାମୁୟେଲ ଉତ୍ତର ଦେଲେ, “ମୋତେ କୁହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।”
11 ତା’ପରେ ସଦାପ୍ରଭୁ ଶାମୁୟେଲକୁ କହିଲେ, “ଦେଖ, ମୁଁ ଇସ୍ରାଏଲରେ କିଛି ଗୋଟେ କରିବି, ସେହି ସମସ୍ତେ ଯେଉଁମାନେ ଏବିଷୟରେ ଶୁଣିବେ, ମନ ଦୁଃଖ କରିବେ। 12 ମୁଁ ଏଲିର ପରିବାରକୁ ଯାହା ଯାହା କହୁଅଛି ସେ ସମସ୍ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରଣ କରିବ। 13 ମୁଁ ତାକୁ କହିଅଛି ଯେ, ମୁଁ ଚିରଦିନ ତା’ର ବଂଶକୁ ଦଣ୍ତ ଦେବି, ଯେହେତୁ ତା’ର ଅପରାଧ ତାକୁ ଜଣା ଅଛି। ସେ ଜାଣିଲା ଯେ, ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କରୁଛନ୍ତି ଓ କହୁଛନ୍ତି। ତଥାପି ଏଲି ତା’ର ପୁତ୍ରମାନଙ୍କୁ ନିୟନ୍ତ୍ରଣ କଲା ନାହିଁ। 14 ମୁଁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ୱାରା ଶସ୍ୟ ନୈବେଦ୍ୟ ଉତ୍ସର୍ଗ ଦ୍ୱାରା କେବେ ପ୍ରାୟଶ୍ଚିତ ହେବ ନାହିଁ।”
15 ତହୁଁ ଶାମୁୟେଲ ଶୋଇବାକୁ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ୱାର ଫିଟାଇବାକୁ ଶୀଘ୍ର ଉଠିଲେ। ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟକଲେ।
16 ଏଥୁ, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।
ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”
17 ତା’ପରେ ସେ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁଁ ତୁମ୍ଭକୁ ବିନୟ କରୁଅଛି, କିଛି ନ ଲୁଗ୍ଭଇ ମୋତେ କୁହ, “ପରମେଶ୍ୱରଙ୍କ ବାର୍ତ୍ତା ଯଦି କିଛି ମୋ’ଠାରେ ଲୁଗ୍ଭଅ ପରମେଶ୍ୱର ତୁମ୍ଭଙ୍କୁ ଦଣ୍ତ ଦେବେ।”
18 ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାହାଙ୍କୁ ସବୁକଥା ଜଣାଇଲେ।
ତା’ପରେ ଏଲି କହିଲେ, “ସେ ସଦାପ୍ରଭୁ, ଯାହା ସଦାପ୍ରଭୁ ଭାବନ୍ତି ତାହା ଯଥାର୍ଥ, ତାହା ସେ କରନ୍ତୁ।”
19 ତା’ପରେ ଶାମୁୟେଲ ବଡ଼ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ୟ ମିଛ ହେବାକୁ ଦେଲେ ନାହିଁ। 20 ତା’ପରେ ଶାମୁୟେଲ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ୟଦ୍ବକ୍ତା ବୋଲି ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲୀୟ ଜ୍ଞାତ ହେଲେ। 21 ଆହୁରି ସଦାପ୍ରଭୁ ଶୀଲୋରେ ପୁନର୍ବାର ଶାମୁୟେଲକୁ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋରେ ଶାମୁୟେଲ ନିକଟରେ ତାଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ।
ଜଣେ ଲୋକ ଭୂତ କବଳରୁ ମୁକ୍ତି(A)
26 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗାଲିଲୀରୁ ହ୍ରଦର ଅପର ପାର୍ଶ୍ୱକୁ ଗଲେ। ସେମାନେ ଗରାଶୀୟମାନେ ରହୁଥିବା ଅଞ୍ଚଳରେ ପହଞ୍ଚିଲେ। 27 ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦେହରେ ଭୂତଟିଏ ପ୍ରବେଶ କରିଥିଲା। ଅନେକ ଦିନ ଧରି ସେ ଲୁଗା ପିନ୍ଧୁ ନ ଥିଲା କି ଘରେ ମଧ୍ୟ ରହୁ ନ ଥିଲା। ସେ କବର ସ୍ଥାନରେ ରହୁଥିଲା।
28-29 ଭୂତ ଅନେକ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା’ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ପହରା ଭିତରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା’ ଦେହରେ ଥିବା ଭୂତ ତାହାକୁ ଲୋକେ ରହୁ ନ ଥିବା ନିଛାଟିଆ ଜାଗାକୁ ତଡ଼ି ନେଉଥିଲା। ଯୀଶୁ ଭୂତକୁ ସେହି ଲୋକଟି ଦେହରୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗରେ ପଡ଼ିଯାଇ ଉଚ୍ଚ ସ୍ୱରରେ ପାଟି କରି କହିଲା, “ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମୋ’ଠାରୁ କ’ଣ ଗ୍ଭହୁଁଛ? ମୁଁ ଅନୁରୋଧ କରୁଛି, ମୋତେ ଦଣ୍ଡ ଦିଅ ନାହିଁ।”
30 ଯୀଶୁ ତାକୁ ପଗ୍ଭରିଲେ, “ତୋର ନାମ କ’ଣ?”
ଲୋକଟି କହିଲା, “ବାହିନୀ” [a] ସେ ତା’ ନାମ “ବାହିନୀ” କହିବାର କାରଣ ହେଲା ବହୁତ ଭୂତ ତା’ ଦେହରେ ପ୍ରବେଶ କରିଥିଲେ। 31 ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଅନନ୍ତ ନର୍କକୁ ପଠାଇ ନ ଦିଅନ୍ତୁ। 32 ସେତେବେଳେ ସେହି ପାହାଡ଼ ଉପରେ ଏକ ବଡ଼ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଘୁଷୁରିମାନଙ୍କ ଦେହକୁ ଯିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସେମାନଙ୍କୁ ତାହା କରିବାକୁ ଅନୁମତି ଦେଇଦେଲେ। 33 ତା’ପରେ ଭୂତମାନେ ଲୋକଟି ଦେହରୁ ବାହାରି ଆସିଲେ ଓ ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ଦଳକଯାକ ଘୁଷୁରି ସେହି ପାହାଡ଼ ଉପରୁ ହ୍ରଦ ଭିତରକୁ ଦୌଡ଼ିଗଲେ ଓ ସମସ୍ତେ ବୁଡ଼ିଗଲେ।
34 ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସେଠାରୁ ପଳାଇଲେ। ସେମାନେ ଯାଇ ନଗର ଓ ପଲ୍ଲୀରେ ଥିବା ଲୋକମାନଙ୍କୁ ଏହି କଥା କହିଲେ। 35 ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସେମାନେ ଯୀଶୁଙ୍କ ପାଦତଳେ ସେହି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା’ମନ ପୁରାପୁରୀ ବଦଳି ଯାଇଥିଲା। ତା’ ଦେହରୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ। 36 ଯେଉଁମାନେ ଏହି ଘଟଣା ଦେଖିଥିଲେ, ସେମାନେ ସମସ୍ତେ ଅନ୍ୟ ଲୋକମାନଙ୍କୁ କହିବାକୁ ଲାଗିଲେ, ଯେ ଭୂତ କବଳିତ ଲୋକଟି କିପରି ଭଲ ହୋଇଗଲା। 37 ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସେହି ସ୍ଥାନରୁ ଗ୍ଭଲିଯିବା ପାଇଁ ଅନୁରୋଧ କଲେ। କାରଣ ସେମାନେ ସମସ୍ତେ ବହୁତ ଡରି ଯାଇଥିଲେ।
ତେଣୁ ଯୀଶୁ ଡଙ୍ଗାରେ ବସି ଗାଲିଲୀ ଫେରିଗଲେ। 38 କିନ୍ତୁ ଯେଉଁ ଲୋକଠାରୁ ଦେହରୁ ଭୂତଗୁଡ଼ିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ଯିବାକୁ ଅନୁରୋଧ କଲା। କିନ୍ତୁ ଯୀଶୁ ଲୋକଟିକୁ ଏହା କହି ଘରକୁ ପଠାଇଦେଲେ: 39 “ଘରକୁ ଫେରିଯାଅ। ପରମେଶ୍ୱର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।”
ତେଣୁ ଲୋକଟି ଫେରିଗଲା ଓ ଯୀଶୁ ତା’ ପାଇଁ ଯାହା କରିଥିଲେ, ତାହା ନଗର ସାରା ସମସ୍ତଙ୍କୁ କହି ବୁଲିଲା।
ମରିଯାଇଥିବା ଝିଅକୁ ଜୀବନ ଦେବା ଓ ରୋଗୀ ସ୍ତ୍ରୀ ଲୋକକୁ ସୁସ୍ଥ କରିବା(B)
40 ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ। 41 ଯାଈରସ ନାମରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସେଠାକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡ଼ିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ। 42 ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ।
ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ। 43 ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା’ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା’ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ। 44 ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁଦେଲା। ତତ୍କ୍ଷଣାତ୍ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା। 45 ସେତେବେଳେ ଯୀଶୁ ପଗ୍ଭରିଲେ, “ମୋତେ କିଏ ଛୁଇଁଲା?”
ସବୁ ଲୋକ କହିଲେ ଯେ, ସେମାନେ ତାହାଙ୍କୁ ଛୁଇଁ ନାହାନ୍ତି। ତା’ପରେ ପିତର କହିଲେ, “ଗୁରୁ, ସବୁ ଲୋକତ ଆପଣଙ୍କ ଗ୍ଭରିପଟେ ଘେରି ରହିଛନ୍ତି ଏବଂ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି।”
46 କିନ୍ତୁ ଯୀଶୁ କହିଲେ, “ଜଣେ କେହି ମୋତେ ଛୁଇଁଛି। କାରଣ ମୋ’ଠାରୁ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।” 47 ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତତ୍କ୍ଷଣାତ୍ ସେ ସୁସ୍ଥ ହୋଇଗଲା। 48 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।”
49 ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, “ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅ ନାହିଁ।”
50 ଯୀଶୁ ଏ କଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, “ଭୟ କର ନାହିଁ। ବିଶ୍ୱାସ ରଖ, ତୁମ୍ଭ ଝିଅ ସୁସ୍ଥ ହୋଇଯିବ।”
51 ଯୀଶୁ ଘରକୁ ଆସିଲେ। ସେ କେବଳ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପା-ମାଙ୍କୁ ତାହାଙ୍କ ସହିତ ଭିତରକୁ ଯିବାକୁ ଦେଲେ। 52 ସମସ୍ତେ ସେହି ଝିଅଟିର ମୃତ୍ୟୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, “କାନ୍ଦ ନାହିଁ, ସେ ମରି ନାହିଁ, ସେ କେବଳ ଶୋଇଛି ମାତ୍ର।”
53 ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସେମାନେ ଜାଣିଥିଲେ ଯେ ଝିଅଟି ମରିଯାଇଛି। 54 କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, “ହେ ଝିଅ, ଉଠିପଡ଼।” 55 ସେହିକ୍ଷଣି ତା’ ଶରୀର ଭିତରକୁ ତା’ର ଆତ୍ମା ଫେରି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା। ଯୀଶୁ ଆଜ୍ଞା ଦେଲେ, “ତାକୁ କିଛି ଖାଇବାକୁ ଦିଅ।” 56 ତା’ ବାପାମା ବିସ୍ମିତ ହୋଇଗଲେ। ଯୀଶୁ ସେମାନଙ୍କୁ ଏ ଘଟଣା କାହାରି ଆଗରେ ନ କହିବାକୁ କହିଲେ।
2010 by World Bible Translation Center