Old/New Testament
7 ତା’ ପରଦିନ ପ୍ରତ୍ୟୁଷ୍ୟରେ ଯିରୁବ୍ବାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। ମିଦିୟନ ଲୋକମାନଙ୍କର ଛାଉଣି ସେମାନଙ୍କର ଉତ୍ତରରେ ମୋରି ପର୍ବତ ନିକଟ ତଳଭୂମିରେ ଥିଲା।
2 ଏହା ପରେ ସଦାପ୍ରଭୁ ଗିଦିୟୋନକୁ କହିଲେ, “ମିଦିୟନମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କରିବି। କିନ୍ତୁ ତୁମ୍ଭର ଏତେ ସୈନ୍ୟ ଅଛନ୍ତି ଯେ ମୁଁ ସେମାନଙ୍କୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ୟମାନେ ଭାବିବେ ଯେ, ସେମାନେ ନିଜ ଶକ୍ତି ବଳରେ ଶତ୍ରୁମାନଙ୍କୁ ପରାସ୍ତ କରିଛନ୍ତି। ଇସ୍ରାଏଲର ଲୋକମାନେ ମୋତେ ଭୂଲିଯାଆନ୍ତୁ ବୋଲି ଓ ସେମାନେ ନିଜକୁ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତୁ ବୋଲି ମୁଁ ଗ୍ଭହେଁ ନାହିଁ। 3 ତେଣୁ ସେମାନଙ୍କ ପାଇଁ ଏକ ଘୋଷଣା କର, ସେମାନଙ୍କୁ କୁହ, ‘ଯେଉଁ ଲୋକମାନେ ଯୁଦ୍ଧକୁ ଭୟ କରୁଛନ୍ତି, ସେମାନେ ଗିଲିୟଦ ପାହାଡ଼ ଛାଡ଼ି ସ୍ୱଗୃହକୁ ଫେରିଯିବା ଉଚିତ୍।’”
ପାଖାପାଖି 22,000 ଲୋକ ଗିଲିୟଦ ଛାଡ଼ି ଗ୍ଭଲିଗଲେ। କିନ୍ତୁ ସେଠାରେ 10,000 ସୈନ୍ୟ ରହିଥିଲେ।
4 ଏହା ପରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ତଥାପି ବହୁତ ସୈନ୍ୟଗଣ ଅଛନ୍ତି। ସେମାନଙ୍କୁ ଜଳ ଭିତରକୁ ନିଅ, ମୁଁ ତୁମ୍ଭ ପାଇଁ ସେମାନଙ୍କୁ ପରୀକ୍ଷା କରିବି। ଯଦି ମୁଁ କୁହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ,’ ‘ସେ ତୁମ୍ଭର ଅନୁସରଣ କରିବା ଉଚିତ୍,’ କିନ୍ତୁ ଯଦି ମୁଁ କହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ ନାହିଁ,’ ସେ ତୁମ୍ଭର ଅନୁସରଣ କରିବା ଉଚିତ୍ ନୁହଁ।”
5 ତେଣୁ ଗିଦିୟୋନ ସେମାନଙ୍କୁ ପାଣି ଭିତରକୁ ନେଇଗଲେ। ସେଠାରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଏହି ଲୋକମାନଙ୍କୁ ଦୁଇଟି ଦଳରେ ବିଭକ୍ତ କର। ଯେଉଁମାନେ କୁକୁର ପରି ନିଜ ଜିଭରେ ଗ୍ଭକୁ ଗ୍ଭକୁ କରି ପାଣି ପିଇବେ, ସେମାନଙ୍କୁ ଗୋଟିଏ ଗୋଷ୍ଠୀରେ ଓ ଯେଉଁମାନେ ନଇଁପଡ଼ି ପାଣି ପିଅନ୍ତି, ସେହି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।”
6 ଏଥିରେ 300 ଲୋକ ନିଜ ନିଜ ହାତରେ ମୁହଁରେ ହାତ ଦେଇ କୁକୁରପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ। ଏବଂ ଅନ୍ୟ ସମସ୍ତ ଲୋକ ଜଳ ପାନକରିବା ପାଇଁ ଆଣ୍ଠୁମାଡ଼ି ନଇଁ ପଡ଼ିଲେ। 7 ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ମୁଁ ଏହି 300 ଲୋକଙ୍କୁ ବ୍ୟବହାର କରିବି ଯେଉଁମାନେ କୁକୁର ପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ, ମୁଁ ସେମାନଙ୍କ ଦ୍ୱାରା ତୁମ୍ଭକୁ ସାହାଯ୍ୟ କରିବି ଓ ମିଦିୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ପରାସ୍ତ କରାଇବି। ଅବଶିଷ୍ଟ ଲୋକମାନଙ୍କୁ ସେମାନଙ୍କ ସ୍ୱଗୃହକୁ ଫେରାଇ ଦିଅ।”
8 ତେଣୁ ଗିଦିୟୋନ ସେ ସମସ୍ତ ଲୋକମାନଙ୍କୁ ଗୃହକୁ ପଠାଇ ଦେଲେ। ତାଙ୍କ ସହିତ ମାତ୍ର 300 ଲୋକ ରଖିଲେ। ସେହି 300 ଲୋକ ଅନ୍ୟମାନଙ୍କର ସାମଗ୍ରୀ ଓ ତୂରୀସବୁ ରଖିଲେ, ଯେଉଁମାନେ ଗୃହକୁ ଗ୍ଭଲିଗଲେ।
ମିଦିୟନୀୟମାନଙ୍କର ଛାଉଣି ସେମାନଙ୍କର ତଳ ଉପତ୍ୟକାରେ ଥିଲା। 9 ରାତ୍ରି ସମୟରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ। ସେମାନଙ୍କୁ ପରାସ୍ତ କରିବାରେ ମୁଁ ତୁମ୍ଭମାନଙ୍କୁ ଅନୁମତି ଦେବି। 10 ଯଦି ତୁମ୍ଭେ ଏକା ଯିବାକୁ ଭୟ କରୁଛ ତେବେ ତୁମ୍ଭ ସହିତ ତୁମ୍ଭର ସେବକ ଫୁରାକୁ ନେଇଯାଅ। 11 ମିଦିୟନୀୟମାନଙ୍କର ଛାଉଣିକୁ ଯାଅ। ସେମାନଙ୍କର କଥାସବୁ ଶୁଣ। ତେବେ ସେମାନଙ୍କୁ ଆକ୍ରମଣ କରିବାକୁ ତୁମ୍ଭେମାନେ ଭୟ କରିବ ନାହିଁ।”
ତେଣୁ ଗିଦିୟୋନ ଓ ତାଙ୍କର ସେବକ ଫୁରା ମିଦିୟନୀୟର ଶିବିର ପାଖକୁ ଗଲେ। 12 ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ଯେଉଁମାନେ ସେଠାରେ ଛାଉଣି କରିଥିଲେ ବହୁସଂଖ୍ୟକ ହେତୁ ପଙ୍ଗପାଳର ଦଳପରି ଦେଖାଗଲେ। ସେମାନଙ୍କର ଏତେଗୁଡ଼ିଏ ଓଟ ଥିଲେ ଯେ, ସେଗୁଡ଼ିକ ସମୁଦ୍ର କୂଳର ବାଲିକଣା ତୁଲ୍ୟ ଦେଖାଗଲେ।
13 ଗିଦିୟୋନ ସେଠାରେ ଉପସ୍ଥିତ ହୋଇ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକୁ ଏକ ସ୍ୱପ୍ନ ବିଷୟରେ କହୁଥିଲା, ସେ କହିଲା, “ମୁଁ ସ୍ୱପ୍ନ ଦେଖିଲି, ଏକ ଯବରୋଟୀ ମିଦିୟନୀୟ ଛାଉଣି ଆଡ଼କୁ ଗଡ଼ି ତୁମ୍ଭକୁ ଆସି ଆଘାତ କଲା, ତାହା ପଡ଼ିଗଲା, ତାକୁ ଓଲଟାଇଲା ପରେ ତମ୍ବୁମାନ ପଡ଼ିଗଲା।”
14 ସେହି ଲୋକଟିର ବନ୍ଧୁ ଏହି ସ୍ୱପ୍ନର ଅର୍ଥ ବୁଝି ପାରିଲା, ସେ କହିଲା, “ଇସ୍ରାଏଲରୁ ଆସିଥିବା ଯୋୟାସର ପୁତ୍ର ଗିଦିୟୋନଙ୍କର ଖଡ଼୍ଗ ଏହା ଛଡ଼ା ଆଉ କିଛି ନୁହେଁ। ପରମେଶ୍ୱର ମିଦିୟନୀୟମାନଙ୍କୁ ଓ ସମସ୍ତ ଶିବିରକୁ ତାଙ୍କ ହସ୍ତରେ ଦେଇଛନ୍ତି।”
15 ସେହି ସ୍ୱପ୍ନ ଓ ଏହାର ଅର୍ଥ ଶୁଣିସାରିବା ପରେ ଗିଦିୟୋନ ନତମସ୍ତକ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣିକୁ ଫେରିଗଲେ। ସେଠାରେ ସେ ଇସ୍ରାଏଲର ସୈନ୍ୟମାନଙ୍କୁ କହିଲେ, “ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦିୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।” 16 ଏହା ପରେ ଗିଦିୟୋନ ସେହି 300 ସୈନ୍ୟଙ୍କୁ ତିନି ଦଳରେ ବିଭକ୍ତ କଲେ। ତା’ପରେ ସେ ସେମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ତୂରୀ ଓ ଗୋଟିଏ ଗୋଟିଏ ଶୂନ୍ୟ ପାତ୍ର ଦେଲେ। ପ୍ରତ୍ୟେକ ପାତ୍ର ମଧ୍ୟରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା। 17 ଏହା ପରେ ଗିଦିୟୋନ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ମୋତେ ଅନୁସରଣ କର ଏବଂ ଦେଖ ମୁଁ ଯାହା କରୁଛି ତୁମେ ସେହିପରି କର। ମୋ’ ପଛରେ ସେନା ଛାଉଣିର ସୀମା ପର୍ଯ୍ୟନ୍ତ ଆସ। ମୁଁ ଯେତେବେଳେ ସେମାନଙ୍କର ଛାଉଣିର ସୀମା ପାଖରେ ପହଞ୍ଚିବି। ମୁଁ ଯେପରି କରିବି ତୁମ୍ଭେମାନେ ଠିକ୍ ସେହିପରି କରିବ। 18 ତୁମ୍ଭେମାନେ ସମସ୍ତେ ଶତ୍ରୁ ଛାଉଣିକୁ ଘେରାଉ କରିବ ଏବଂ ମୁଁ ଏବଂ ମୋ’ ସଙ୍ଗରେ ଥିବା ସୈନ୍ୟମାନେ ଆମ୍ଭର ତୂରୀ ବଜାଇବୁ। ତା’ପରେ ତୁମ୍ଭେମାନେ ତୁମ୍ଭର ତୂରୀ ବଜାଇବ ଏବଂ ତୁମ୍ଭେମାନେ ସମସ୍ତେ ଏକା ସ୍ୱରରେ କହିବ, ‘ସଦାପ୍ରଭୁଙ୍କ ପାଇଁ ଓ ଗିଦିୟୋନର ପାଇଁ।’”
19 ତେଣୁ ଗିଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣି ପାଖରେ ପହଞ୍ଚିଲେ। ସେତେବେଳେ ମିଦିୟନୀୟମାନେ ସେମାନଙ୍କର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ୟରାତ୍ରି ସମୟ ଥିଲା। ଏହି ସମୟରେ ଗିଦିୟୋନ ଓ ତା’ର ଲୋକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇବାକୁ ଲାଗିଲେ ଓ ସେମାନଙ୍କର ଜାରଗୁଡ଼ିକୁ ଭାଙ୍ଗି ଚୁର୍ମାର୍ କରି ପକାଇଲେ। 20 ଏହା ପରେ ତିନି ଗୋଟି ଦଳର ସମସ୍ତ ସୈନିକମାନେ ସେମାନଙ୍କର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସେହି ଲୋକମାନେ ସେମାନଙ୍କର ବାମ ହସ୍ତରେ ମଶାଲ ଓ ଦକ୍ଷିଣ ହସ୍ତରେ ସେମାନଙ୍କର ତୂରୀଗୁଡ଼ିକ ଧରିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ସଦାପ୍ରଭୁଙ୍କ ପାଇଁ ଖଡ଼୍ଗଟିଏ ଏବଂ ଗିଦିୟୋନ ପାଇଁ ଖଡ଼୍ଗଟିଏ।”
21 ଗିଦିୟୋନର ସୈନ୍ୟମାନେ ଛାଉଣିର ଚତୁର୍ପାର୍ଶ୍ୱରେ ନିଜ ନିଜ ସ୍ଥାନରେ ଛିଡ଼ା ହେଲେ। ମିଦିୟନୀୟମାନେ ଆକସ୍ମିକ ବିପଦରେ ପଡ଼ିଲେ ଏବଂ ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ। 22 ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ଖଡ଼୍ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
23 ଏହା ପରେ ସୈନ୍ୟମାନେ, ଯେଉଁମାନେ କି ନପ୍ତାଲି ପରିବାରବର୍ଗ, ଆଶେର ଏବଂ ମନଃଶି ଥିଲେ, ସେମାନେ ଏକତ୍ରିତ ହୋଇ ମିଦିୟନୀୟମାନଙ୍କ ପଛରେ ଗୋଡ଼ାଇଲେ। 24 ଏହା ପରେ ଗିଦିୟୋନ ପର୍ବତମୟ ଦେଶ ଇଫ୍ରୟିମକୁ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, “ଓହ୍ଲାଇ ଆସ ଏବଂ ମିଦିୟନୀମାନଙ୍କ ସୈନ୍ୟଗଣକୁ ଆକ୍ରମଣ କର। ଯର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ଆଣ। ମିଦିୟନୀୟମାନେ ସେଠାରେ ପହଞ୍ଚିବା ପୂର୍ବରୁ ଏପରି କର।”
ତେଣୁ ସେମାନେ ଇଫ୍ରୟିମର ଲୋକମାନଙ୍କୁ ଏକତ୍ରିତ କଲେ। ସେମାନେ ବୈଥେ-ବାରା ଅଞ୍ଚଳ ପର୍ଯ୍ୟନ୍ତ ନିୟନ୍ତ୍ରଣ କଲେ। 25 ଇଫ୍ରୟିମର ଲୋକମାନେ ମିଦିୟନର ଦୁଇ ନେତୃବର୍ଗଙ୍କୁ ଅକ୍ତିଆର କଲେ। ସେମାନେ ସେବ୍ ଓ ଓରେବ୍ ଥିଲେ। ଇଫ୍ରୟିମ ଲୋକମାନେ ଓରେବଙ୍କୁ, ଓରେବ୍-ଶୈଳ ନିକଟରେ ହତ୍ୟା କଲେ। ସେମାନେ ସେବକୁ ସେବର ଦ୍ରାକ୍ଷାକୁଣ୍ଡ ନିକଟରେ ହତ୍ୟା କଲେ। ସେମାନେ ମିଦିୟନୀୟକୁ ନିରନ୍ତର ଘଉଡ଼ାଇବାକୁ ଲାଗିଲେ ଏବଂ ସେ ଓରେବ୍ ଓ ସେବର ମସ୍ତକକୁ ଗିଦିୟୋନ ନିକଟକୁ ଆଣିଲେ। ସେହି ସମୟରେ ଗିଦିୟୋନ ଯର୍ଦ୍ଦନ ନଦୀର ଆର ପାରିରେ ଥିଲେ।
8 ଇଫ୍ରୟିମ ଲୋକମାନେ ଗିଦିୟୋନଙ୍କ ସହିତ କ୍ରୋଧ ହେଲେ। ସେମାନେ ଗିଦିୟୋନଙ୍କୁ ଦେଖିବା ମାତ୍ରେ ପଗ୍ଭରିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ କାହିଁକି ଏପରି ବ୍ୟବହାର କଲ? ତୁମ୍ଭେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା ପୂର୍ବରୁ ଆମକୁ କହିଲ ନାହିଁ କାହିଁକି?”
2 କିନ୍ତୁ ଗିଦିୟୋନ ସେମାନଙ୍କୁ କହିଲେ, “ତୁମ୍ଭ ତୁଳନାରେ ମୁଁ କ’ଣ ପାଇଛି? ଏହା ସତ୍ୟ ନୁହେଁ କି, ତୁମ୍ଭେ ମୋର ପରିବାର ଅବୀୟେସର ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତା’ଠାରୁ ଅଧିକ ଦ୍ରାକ୍ଷା ତୁମ୍ଭେମାନେ ଜମିରେ ଛାଡ଼ିଛ? 3 ଠିକ୍ ସେହିପରି, ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ମିଦିୟନର ଓରେବ୍ ଓ ସେବ୍ ଦୁଇ ନେତୃବର୍ଗଙ୍କୁ ସମର୍ପଣ କଲେ, କିନ୍ତୁ ମୋର ଫଳକୁ ତୁମ୍ଭ ସହିତ କିପରି ତୁଳନା କରିବି?” ସେମାନେ ଗିଦିୟୋନଙ୍କ କଥାରେ ଶାନ୍ତ ହେଲେ।
ଗିଦିୟୋନ ମିଦିୟନୀୟଙ୍କର ଦୁଇଟି ରାଜାଙ୍କୁ ବନ୍ଦୀ କଲେ
4 ଏହା ପରେ ଗିଦିୟୋନ ଓ ତାଙ୍କର 300 ଲୋକ ଯର୍ଦ୍ଦନ ନଦୀ ପାର ହେଲେ। ସେମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ [a] ଥିଲେ। 5 ଗିଦିୟୋନ ସୁକ୍କୋତର ନାଗରିକମାନଙ୍କୁ କହିଲେ, “ମୋର ସୈନ୍ୟମାନଙ୍କୁ କିଛି ଖାଦ୍ୟଦିଅ। ମୋର ସୈନ୍ୟମାନେ ଅତ୍ୟନ୍ତ କ୍ଳାନ୍ତ। ତଥାପି ମଧ୍ୟ ଆମ୍ଭେମାନେ ମିଦିୟନର ରାଜା ସେବହ ଓ ସଲମୁନ୍ନକୁ ଗୋଡ଼ାଉଛୁ।”
6 ସୁକ୍କୋତର ନେତୃବର୍ଗମାନେ ଗିଦିୟୋନଙ୍କୁ କହିଲେ, “ସେବହ ଓ ସଲମୁନ୍ନଙ୍କୁ ଏପର୍ଯ୍ୟନ୍ତ ଅକ୍ତିଆର କରି ନାହଁ? ଆମ୍ଭେ ତୁମ୍ଭର ସୈନ୍ୟଙ୍କୁ କାହିଁକି ଖାଦ୍ୟ ଦେବୁ?”
7 ତେଣୁ ଗିଦିୟୋନ କହିଲେ, “ଏହି କାରଣରୁ ଯେତେବେଳେ ସଦାପ୍ରଭୁ ମୋତେ ସେବହ ଓ ସଲମୁନ୍ନକୁ ଅକ୍ତିଆର କରିବା ପାଇଁ ସାହାଯ୍ୟ କରନ୍ତି। ମୁଁ ଏଠାକୁ ଫେରି ଆସିବି ଏବଂ ତା’ପରେ ମୁଁ ତୁମ୍ଭର ମାଂସକୁ ପ୍ରାନ୍ତରରେ କାନକୋଳି କଣ୍ଟା ଦ୍ୱାରା ଫୋଡ଼ିବି।”
8 ଗିଦିୟୋନ ସେହି ସ୍ଥାନରୁ ପନୂୟେଲକୁ ଗଲେ ଓ ସେଠାରେ ଲୋକମାନଙ୍କୁ କିଛି ଖାଦ୍ୟ ଦେବାକୁ କହିଲେ, ଯେପରି ସେ ସୁକ୍କୋତର ଲୋକମାନଙ୍କୁ କହିଥିଲେ। କିନ୍ତୁ ଠିକ୍ ସୁକ୍କୋତର ଲୋକମାନଙ୍କ ପରି ପନୂୟେଲର ଲୋକମାନେ ଉତ୍ତର ଦେଲେ। 9 ତେଣୁ ଗିଦିୟୋନ ପନୂୟେଲର ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।”
10 ସେହି ସମୟରେ ସେବହ ଓ ସଲମୁନ୍ନ କର୍କୋର ନଗରରେ ଥିଲେ। ସେମାନଙ୍କ ସହିତ 15,000 ସୈନ୍ୟ ଥିଲେ। ଏହି ସୈନ୍ୟମାନେ, ଯେଉଁମାନେ ପୂର୍ବ ଦେଶୀୟ ଲୋକମାନଙ୍କର ସୈନ୍ୟବାହିନୀରେ ରହିଥିଲେ। 120,000 ଜଣ ଶକ୍ତିଶାଳୀ ସୈନ୍ୟ ପୁରାପୁରି ମୃତ୍ୟୁବରଣ କରିଥିଲେ। 11 ଏହା ପରେ ଗିଦିୟୋନ ନୋବହ ଓ ଯଗ୍ବିହର ସହରଗୁଡ଼ିକର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥଦେଇ ଗଲେ। ସେ କାରକ ନଗରରେ ପହଞ୍ଚିଲେ ଏବଂ ଶତ୍ରୁ ଛାଉଣିକୁ ଆକ୍ରମଣ କଲେ। ଯେତେବେଳେ ସେମାନେ ଆକ୍ରମଣକୁ ଆଶା କରି ନ ଥିଲେ। 12 ସେବହ ଓ ସଲମୁନ୍ନ ମିଦିୟନୀୟମାନଙ୍କର ରାଜା ଦୌଡ଼ି ପଳାଇଲେ। କିନ୍ତୁ ଗିଦିୟୋନ ସେମାନଙ୍କୁ ଗୋଡ଼ଇଲେ ଓ ସେମାନଙ୍କୁ କାବୁ କଲେ। ଗିଦିୟୋନ ଏବଂ ତାଙ୍କର ସୈନ୍ୟମାନେ ଶତ୍ରୁ ସୈନ୍ୟବାହିନୀକୁ ପରାସ୍ତ କଲେ।
13 ଏହା ପରେ ଯୋୟାଶର ପୁତ୍ର ଗିଦିୟୋନ ଯୁଦ୍ଧରୁ ଫେରି ଆସିଲେ। ସେମାନେ ହେରସର ଘାଟିଦେଇ ଯୁଦ୍ଧରୁ ଫେରି ଆସିଲେ। 14 ତା’ପରେ ସେ ସୁକ୍କୋତ ସହରର ଜଣେ ଯୁବକକୁ ଅକ୍ତିଆର କଲେ ଓ ତାକୁ କେତେକ ପ୍ରଶ୍ନ ପଗ୍ଭରିଲେ। ସେହି ସୁକ୍କୋତର ଯୁବକ ସୁକ୍କୋତ ସହରର ସତସ୍ତରି ଜଣ ନେତୃବର୍ଗଙ୍କର ନାମ ଲେଖିଲେ।
15 ଏହା ପରେ ଗିଦିୟୋନ ସୁକ୍କୋତ ସହରକୁ ଫେରି ଆସିଲେ। ସେ ସେହି ସହରର ଲୋକମାନଙ୍କୁ କହିଲେ, “ଏହିଠାରେ ସେବହ ଓ ସଲମୁନ୍ନ ଅଛନ୍ତି। ତୁମ୍ଭେମାନେ ଏହାକହି ମୋତେ ବିଦ୍ରୂପ କଲ, ‘ଆମ୍ଭେ କାହିଁକି ତୁମ୍ଭ କ୍ଳାନ୍ତ ସୈନିକମାନଙ୍କୁ ଖାଦ୍ୟ ଦେବୁ? ତୁମ୍ଭେମାନେ ଏପର୍ଯ୍ୟନ୍ତ ସେବହ ଓ ସଲମୁନ୍ନକୁ ଧରି ନାହଁ।’” 16 ଗିଦିୟୋନ ସୁକ୍କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ ଓ ସେମାନଙ୍କୁ କାନକୋଳି କଣ୍ଟାରେ ବାଡ଼େଇଲେ। 17 ଗିଦିୟୋନ ପନୂୟେଲର ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସେହି ସହରରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ୟା କଲେ।
18 ଏହା ପରେ ଗିଦିୟୋନ ସେବହ ଓ ସଲମୁନ୍ନକୁ କହିଲେ “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ହତ୍ୟା କଲ ସେମାନେ କିପରି ଲୋକ ଥିଲେ?”
ସେବହ ଓ ସଲମୁନ୍ନ ଉତ୍ତର ଦେଲେ, “ସେହି ଲୋକମାନେ ତୁମ୍ଭପରି ଥିଲେ। ସେମାନେ ପ୍ରତ୍ୟେକେ ରାଜକୁମାର ଥିଲେ।”
19 ଗିଦିୟୋନ କହିଲେ, “ସେମାନେ ମୋର ଭାଇ ଥିଲେ। ମୋର ମା’ର ପୁତ୍ର! ଯେହେତୁ ସଦାପ୍ରଭୁ ଅଛନ୍ତି, ଯଦି ତୁମ୍ଭେ ସେମାନଙ୍କୁ ମାରି ନ ଥା’ନ୍ତ ତେବେ ମୁଁ ତୁମ୍ଭକୁ ବର୍ତ୍ତମାନ ମାରି ନ ଥା’ନ୍ତି।”
20 ଏହା ପରେ ଗିଦିୟୋନ ଯେଥରକୁ କହିଲେ, ଯେ କି ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା, “ଏହି ରାଜାମାନଙ୍କୁ ହତ୍ୟାକର।” କିନ୍ତୁ ଯେଥର ଜଣେ ବାଳକ ଥିବାରୁ ଭୟ କଲେ। ତେଣୁ ସେ ତାଙ୍କର ଖଡ଼୍ଗ ବାହାର କଲେ ନାହିଁ।
21 ଏହା ପରେ ସେବହ ଓ ସଲ୍ମୁନ୍ନ କହିଲେ, “ଆସ ଓ ତୁମ୍ଭେ ନିଜେ ଆମ୍ଭଙ୍କୁ ହତ୍ୟା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନୁଷ୍ୟ। ତୁମ୍ଭେ ଏହା କରି ପାରିବ।” ତେଣୁ ଗିଦିୟୋନ ଉଠି ପଡ଼ିଲେ ଓ ସେମାନଙ୍କୁ ହତ୍ୟା କଲେ। ସେମାନଙ୍କ ଓଟମାନଙ୍କ ଗଳାରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢ଼ି ନେଲେ।
ଗିଦିୟୋନ ଗୋଟିଏ ଏଫୋଦ ତିଆରି କଲେ
22 ଇସ୍ରାଏଲର ଲୋକମାନେ ଗିଦିୟୋନଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ମିଦିୟନୀୟମାନଙ୍କଠାରୁ ରକ୍ଷା କରିଅଛ, ତେଣୁ ତୁମ୍ଭେ ଆମ୍ଭର ଶାସକ ହୁଅ। ଆମ୍ଭେ ତୁମ୍ଭକୁ, ତୁମ୍ଭର ସନ୍ତାନମାନଙ୍କୁ ଆମ୍ଭର ଶାସକ ଭାବେ ଗ୍ଭହୁଁ।”
23 କିନ୍ତୁ ଗିଦିୟୋନ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ଶାସକ ହେବେ। ମୁଁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମୋର ପୁତ୍ରମାନେ ମଧ୍ୟ ତୁମ୍ଭକୁ ଶାସନ କରିବେ ନାହିଁ।”
24 ଗିଦିୟୋନ ଇସ୍ରାଏଲୀୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି, ତୁମ୍ଭେମାନେ ଯୁଦ୍ଧରେ ନେଇଯାଇଥିବା ସୁବର୍ଣ୍ଣ କର୍ଣ୍ଣ କୁଣ୍ଡଳ ମୋତେ ଦିଅ।” ହାରିଥିବା ଇସ୍ରାଏଲୀୟଙ୍କର ସୁବର୍ଣ୍ଣର କର୍ଣ୍ଣ କୁଣ୍ଡଳକୁ ସେମାନେ ନେଇଯାଇଥିଲେ।
25 ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକ ତା’ ମଧ୍ୟରେ ନିଜ ନିଜର ଲୁଟିତ ନଥ ପକାଇଲେ। 26 ସେଥିରେ ଚନ୍ଦ୍ରହାର, ଝୁମୁକା ଓ ମିଦିୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସେମାନଙ୍କର ଓଟର ଗଳାହାର ଛଡ଼ା ତାହାର ପ୍ରାର୍ଥୀତ, ସୁବର୍ଣ୍ଣ ନଗର ପରିମାଣ 1700 ଶେକଲ ସୁନା ହେଲା।
27 ଗିଦିୟୋନ ଏହିସବୁ ସୁବର୍ଣ୍ଣରେ ଏକ ଏଫୋଦ ତିଆରି କଲେ। ସେ ଏହାକୁ ସେମାନଙ୍କ ନଗର ଅଫ୍ରାରେ ରଖିଲେ। ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ସେହି ଏଫୋଦକୁ ଉପାସନା କଲେ। ଏହିପରି ଭାବରେ, ଏଫୋଦକୁ ଉପାସନା କରି ଇସ୍ରାଏଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱାସୀ ହେଲେ। ଏହି ଏଫୋଦ ଗିଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ୱରୂପ ହେଲା, ଯାହାକି ସେମାନଙ୍କର ପାପର କାରଣ ହେଲା।
ଗିଦିୟୋନଙ୍କର ମୃତ୍ୟୁ
28 ଇସ୍ରାଏଲ ଅଧୀନରେ ରହିବା ପାଇଁ, ମିଦିୟନର ଲୋକମାନେ ବାଧ୍ୟ କରାଗଲେ। ସେମାନେ ଆଉ କିଛି ଅସୁବିଧାରେ ପଡ଼ିଲେ ନାହିଁ। ତେଣୁ ଗିଦିୟୋନ ବଞ୍ଚିଥିବା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ଦେଶ ଶାନ୍ତିରେ ରହିଲା।
29 ଏହା ପରେ ଯୋୟାଶର ପୁତ୍ର ଯିରୁବ୍ବାଲ୍ ଯାଇ ନିଜ ଗୃହରେ ବାସ କଲେ। 30 ଗିଦିୟୋନଙ୍କର ନିଜର ସତୁରିଜଣ ସନ୍ତାନ ଥିଲେ। ତାଙ୍କର ବହୁତ ସନ୍ତାନ ଥିଲେ କାରଣ ତାଙ୍କର ବହୁତ ପତ୍ନୀ ଥିଲେ। 31 ଗିଦିୟୋନଙ୍କର ଶିଖିମଠାରେ ଏକ ଉପପତ୍ନୀ ଥିଲା। ସେହି ଉପପତ୍ନୀର ଏକ ପୁତ୍ର ଥିଲା ଯାହାର ନାମ ଥିଲା ଅବୀମେଲକ୍।
32 ଯୋୟାଶର ପୁତ୍ର ଗିଦିୟୋନ ଅତ୍ୟଧିକ ବାର୍ଦ୍ଧକ୍ୟରେ ପହଞ୍ଚି ମୃତ୍ୟୁବରଣ କଲେ। ଅବୀୟେଷ୍ରୀୟମାନଙ୍କ ଅଫ୍ରାର ସହରରେ ତାଙ୍କ ପିତା ଯୋୟାଶର ନିଜର କବରରେ ଗିଦିୟୋନକୁ କବର ଦିଆଗଲା। 33 ଗିଦିୟୋନଙ୍କର ମୃତ୍ୟୁ ପରେ ଇସ୍ରାଏଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ୱସ୍ତ ରହିଲେ ନାହିଁ। ସେମାନେ ବାଲ୍ଦେବାଦେବୀଙ୍କର ଅନୁଗାମୀ ହେଲେ। ସେମାନେ ସେମାନଙ୍କର ଦେବତା ବାଲ୍ ବାରିକ୍ ନିର୍ମାଣ କଲେ। 34 ଇସ୍ରାଏଲର ଲୋକମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ଭୁଲିଗଲେ। ଯଦିଓ ସେ ସେମାନଙ୍କର ଗ୍ଭରିପାଖରେ ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଥିଲେ। 35 ଇସ୍ରାଏଲର ଲୋକମାନେ ଯିରୁବ୍ବାଲ୍ର ପରିବାର ପ୍ରତି ଆନୁଗତ୍ୟ ରହିଲେ ନାହିଁ। ଯଦିଓ ସେମାନଙ୍କ ପାଇଁ ସେ ବହୁତ କାର୍ଯ୍ୟ କରିଥିଲେ।
ପିତର, ଯାକୁବ ଓ ଯୋହନ ଯୀଶୁଙ୍କୁ ଅନୁସରଣ କଲେ(A)
5 ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ। 2 ଯୀଶୁ ହ୍ରଦ କୂଳରେ ଦୁଇଟି ଡଙ୍ଗା ଥୁଆ ହୋଇଥିବାର ଦେଖିଲେ। କେଉଟମାନେ ସେହି ଡଙ୍ଗାରୁ ଓହ୍ଲେଇ ତାହାଙ୍କ ଜାଲ ଧୋଉଥିଲେ। 3 ଯୀଶୁ ସେଥିରୁ ଗୋଟିଏ ଡଙ୍ଗାରେ ଚଢ଼ିଗଲେ। ସେ ଡଙ୍ଗାଟି ଶିମୋନ [a]ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନେବାକୁ ଶିମୋନଙ୍କୁ କହିଲେ। ତା’ପରେ ସେ ଡଙ୍ଗାଟିରେ ବସି ପଡ଼ିଲେ ଓ ସେହି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ।
4 ଉପଦେଶ ଦେଇ ସାରିବା ପରେ ଯୀଶୁ ଶିମୋନଙ୍କୁ କହିଲେ, “ଡଙ୍ଗାକୁ ଗଭୀର ଜଳକୁ ନେଇ ଗ୍ଭଲ। ପାଣିରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକେଇବ, ତେବେ କିଛି ମାଛ ଧରିବ।”
5 ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।” 6 କେଉଟମାନେ ସେମାନଙ୍କର ଜାଲ ପାଣିରେ ପକେଇଲେ। ତାହାଙ୍କର ଜାଲସବୁ ଏତେ ମାଛରେ ବୋଝେଇ ହୋଇଗଲା ଯେ ଜାଲସବୁ ଛିଣ୍ଡି ଯିବାକୁ ଲାଗିଲା। 7 ସେମାନେ ସାହାଯ୍ୟ ନିମନ୍ତେ ଅନ୍ୟ ଡଙ୍ଗାରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛରେ ଏତେ ଭର୍ତ୍ତି ହୋଇଗଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡ଼ିଯିବାକୁ ଲାଗିଲା।
8-9 ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।” 10 ଜେବଦୀଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶିମୋନଙ୍କ ସାଙ୍ଗରେ ଏକାଠି କାମ କରୁଥିଲେ।
ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ। ବର୍ତ୍ତମାନଠାରୁ ତୁମ୍ଭେମାନେ ମାଛ ବଦଳରେ ମଣିଷକୁ ସଂଗ୍ରହ କରିବା କାମ କରିବ।”
11 ତା’ପରେ ସେମାନେ ସେମାନଙ୍କର ଡଙ୍ଗାଗୁଡ଼ିକୁ କୂଳକୁ ଆଣିଲେ। ସେମାନେ ସବୁକିଛି ତ୍ୟାଗ କରିଦେଇ ଯୀଶୁଙ୍କ ଅନୁଗମନ କଲେ।
ଯୀଶୁ ଗୋଟିଏ କୁଷ୍ଠ ରୋଗୀକୁ ସୁସ୍ଥ କଲେ(B)
12 ଥରେ ଯୀଶୁ ଗୋଟିଏ ନଗରରେ ଥିଲେ। ସେଠାରେ ଦେହସାରା କୁଷ୍ଠ ହୋଇ ଯାଇଥିବା ଲୋକଟିଏ ରହୁଥିଲା। ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, “ହେ ପ୍ରଭୁ! ମୋତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛା କଲେ ମୋତେ ସୁସ୍ଥ କରିଦେଇ ପାରିବ।”
13 ଯୀଶୁ ହାତ ବଢ଼େଇ ସେହି ଲୋକଟିକୁ ଛୁଇଁ କରି କହିଲେ, “ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହୋଇ ଯାଅ।” ତତ୍କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠରୋଗ ଦୂର ହୋଇଗଲା। 14 ଯୀଶୁ ତାହାକୁ ଆଦେଶ ଦେଲେ, “ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦେହ ତାହାଙ୍କୁ ଦେଖାଅ। ତୁମ୍ଭେ ସୁସ୍ଥ ହୋଇଯାଇଥିବା ଯୋଗୁଁ ମୋଶାଙ୍କ ଆଦେଶ ଅନୁସାରେ ପରମେଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖେଇଦେବ ଯେ ତୁମ୍ଭେ ସୁସ୍ଥ ହୋଇ ଯାଇଛ।”
15 କିନ୍ତୁ ଯୀଶୁଙ୍କ ବିଷୟରେ ଖବର ଆହୁରି ଅଧିକରୁ ଅଧିକ ବ୍ୟାପିଗଲା। ଅନେକ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହେବାକୁ ତାହାଙ୍କ ପାଖକୁ ଆସୁଥିଲେ। 16 କିନ୍ତୁ ଯୀଶୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜନ ସ୍ଥାନକୁ ଗ୍ଭଲି ଯାଉଥିଲେ।
2010 by World Bible Translation Center