Old/New Testament
ଅଧିକୃତ ନ ହୋଇଥିବା ଦେଶ
13 ଯେତେବେଳେ ଯିହୋଶୂୟ ଅତ୍ୟଧିକ ବୃଦ୍ଧ ହୋଇଗଲେ, ସଦାପ୍ରଭୁ ତାଙ୍କୁ କହିଲେ, “ଯିହୋଶୂୟ ତୁମ୍ଭେ ବୁଢ଼ା ହୋଇଗଲଣି। କିନ୍ତୁ ଆହୁରି ଅନେକ ଦେଶକୁ ଜୟ କରିବା ପାଇଁ ବାକି ଅଛି। 2 ତୁମ୍ଭେ ଏପର୍ଯ୍ୟନ୍ତ ଯେଉଁ ଦେଶଗୁଡ଼ିକ ତୁମ୍ଭ ଅଧୀନକୁ ନେଇ ନାହଁ, ସେଗୁଡ଼ିକ ହେଲା ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ତଳୀ, ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ। 3 ଶୀହୋରଠାରୁ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା’ର ଉତ୍ତରାଞ୍ଚଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭେ ନିୟନ୍ତ୍ରଣକୁ ନେଇ ନାହଁ। ବର୍ତ୍ତମାନ ସୁଦ୍ଧା ସେହି ଦେଶ କିଣାନୀୟମାନଙ୍କର ଅଟେ। ଏହି ପାଞ୍ଚ ଜଣଙ୍କୁ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାଥ୍ ଓ ଇକ୍ରୋଣର ନେତାଗଣଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। 4 ଦକ୍ଷିଣରେ ବାସ କରୁଥିବା ଅବ୍ବୀୟମାନଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। ତୁମ୍ଭକୁ କିଣାନୀୟମାନଙ୍କର ସମସ୍ତ ଦେଶକୁ ଏବଂ ସୀଦୋୟନୀୟମାନଙ୍କର ମିୟାରା ଓ ଅଫେକ୍ ଓ ଇମୋରୀୟମାନଙ୍କର ସୀମା ପର୍ଯ୍ୟନ୍ତ ପରାସ୍ତ କରିବାକୁ ହେବ। 5 ତୁମ୍ଭେ ଏପର୍ଯ୍ୟନ୍ତ ଗିବଲିୟମାନଙ୍କ ଦେଶକୁ ପରାସ୍ତ କରି ନାହଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍ଗାଦ୍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବାନୋନ୍। ଏମାନଙ୍କୁ ପରାସ୍ତ କରିବ।
6 “ସୀଦୋନୀୟ ଲୋକମାନେ ଯେଉଁ ଦେଶରେ ବାସ କରୁଛନ୍ତି, ଲିବାନୋନ୍ଠାରୁ ମିଷ୍ରଫୋତ୍ମୟିମ ପର୍ଯ୍ୟନ୍ତ ଦେଶରେ କିନ୍ତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବୁ। ତୁମ୍ଭେ ମୋ’ ଆଜ୍ଞାନୁସାରେ ସେହି ଦେଶ ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ। 7 ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧବଂଶକୁ ଏହି ଭୂମି ବଣ୍ଟନ କରିଦିଅ।”
ଦେଶଗୁଡ଼ିକର ବଣ୍ଟନ
8 ରୁବେନ୍ର ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସେମାନଙ୍କର ଦେଶକୁ ନେଇ ଯାଇଛନ୍ତି। ସଦାପ୍ରଭୁଙ୍କର ସେବକ ମୋଶା, ତାଙ୍କୁ ଏହି ଦେଶଗୁଡ଼ିକ ଦେଇଛନ୍ତି। ତାହା ଯର୍ଦ୍ଦନ ନଦୀର ପୂର୍ବ ଭାଗରେ। 9 ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି। 10 ସେହି ସମସ୍ତ ସହରରେ ଇମୋରୀୟମାନଙ୍କର ରାଜା ସୀହୋନ ସେହି ଦେଶରେ ରାଜତ୍ୱ କରୁଥିଲେ। ସେ ହିଷ୍ବୋନରେ ଶାସନ କରୁଥିଲେ। ସେହି ଦେଶ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଥିଲା। 11 ଗିଲିୟଦ ଓ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ ସୀମା ପର୍ଯ୍ୟନ୍ତ ଥିଲା। 12 ରାଜା ଓଗ୍ର ସମସ୍ତ ରାଜ୍ୟ ସେହି ଦେଶରେ ଥିଲା ରଫାୟୀୟମାନଙ୍କ ବଂଶଧର। ରାଜା ବାଶନରେ ଶାସନ କରୁଥିଲେ। ପୂର୍ବ କାଳରେ ସେ ଅଷ୍ଟାରୋତ୍ ଏବଂ ଇଦ୍ରିୟୀରେ ଶାସନ କରୁଥିଲେ। ଅତୀତର ମୋଶା ସେହି ଲୋକମାନଙ୍କର ଦେଶକୁ କରଗତ କରିଥିଲେ। 13 ଇସ୍ରାଏଲର ସନ୍ତାନଗଣ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଇ ନ ଥିଲେ। ଆଜି ପର୍ଯ୍ୟନ୍ତ ସେହି ଲୋକମାନେ ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଛନ୍ତି।
14 କେବଳ ଲେବୀ ଏକ ବଂଶଧର ଯେ କି ଜମା ଭୂମି ପାଇ ନ ଥିଲେ। ଲେବୀୟମାନେ ଶସ୍ୟ ନୈବେଦ୍ୟ ଓ ହୋମବଳି ପାଇଲେ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ଥିଲା।
15 ମୋଶା ରୁବେନ୍ ପରିବାରବର୍ଗର ପ୍ରତ୍ୟେକଙ୍କୁ ସେମାନଙ୍କର ଗୋତ୍ରାନୁସାରେ ଅଧିକାର ଦେଲେ। 16 ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମତଳ ଭୂମି ସେମାନଙ୍କର ସୀମା ଥିଲା। 17 ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିୟୋନ। 18 ଯହସ୍, କଦେମୋତ୍ ଓ ମେଫାତ୍। 19 କିରିୟାଥୟିମ୍, ସିବ୍ମା ଓ ତଳ ଭୂମିର ପର୍ବତସ୍ଥ ସେରତ୍ ସହର। 20 ବୈଥ୍ପିୟୋର, ଅସଦୋତ୍, ପିସ୍ଗା, ବୈଥ୍ଯିଶିମୋତ୍ ତହିଁର ଏହି ସମସ୍ତ ନଗର। 21 ଏହିପରି ସମତଳର ସମସ୍ତ ନଗରକୁ ମିଶାଇ ଓ ଇମୋରୀୟର ରାଜା ସୀହୋନ, ଯିଏ ହିଷ୍ବୋନରେ ରାଜତ୍ୱ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକୁ ମିଶାଇ ଏହି ଦେଶ ଗଠିତ ହେଲା। ମୋଶା ତାଙ୍କୁ ଓ ମିଦିୟନର ନେତୃବର୍ଗ ଓ ସୀହୋନର ରାଜପୁତ୍ରମାନଙ୍କୁ ମଧ୍ୟ ଇବି, ରେକମ, ସୂର, ହର ଓ ରେବାକୁ ପରାସ୍ତ କଲେ। 22 ଇସ୍ରାଏଲ ସନ୍ତାନଗଣ ଖଣ୍ଡାରେ ଯେଉଁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ, ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲିୟମକୁ ମଧ୍ୟ ହତ୍ୟା କରିଥିଲେ। 23 ଆଉ ଯର୍ଦ୍ଦନ ନଦୀ, ରୁବେନ୍କୁ ଦିଆଯାଇଥିବା ଦେଶର ସୀମା ଥିଲା। ରୁବେନ୍ ପରିବାରବର୍ଗର ଗୋଷ୍ଠୀ ତାଲିକାଭୁକ୍ତ ସହର ଓ କ୍ଷେତ ପାଇଲେ।
24 ଏହା ହେଉଛି ସେହି ଭୂମି, ଯାହାକୁ ଗାଦ୍ ବଂଶଧରମାନଙ୍କୁ ଗୋଷ୍ଠୀଅନୁସାରେ ମୋଶା ଦାନ କରିଥିଲେ। ମୋଶା ମଧ୍ୟ ପ୍ରତ୍ୟେକ ବଂଶଧରକୁ ଜମି ଦାନ କରିଥିଲେ।
25 ଯାସେରମାନଙ୍କର ଭୂମି ଏବଂ ଗିଲିୟଦର ସମସ୍ତ ସହର ମୋଶା ସେମାନଙ୍କୁ ଦେଲେ। ସେ ମଧ୍ୟ ଅମ୍ମୋନ ସନ୍ତାନଗଣର ଅର୍ଦ୍ଧେକ ଜମିକୁ ଦାନ କରିଥିଲେ। ତାହା ଅରୋୟେର ପୂର୍ବସ୍ଥିତ ରବ୍ବାରଠାରେ ଥିଲା। 26 ହିଷ୍ବୋନ୍ଠାରୁ ରାମତ୍ ମିସ୍ପୀ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟୀମଠାରୁ ଦବୀର ସୀମା ପର୍ଯ୍ୟନ୍ତ। 27 ବୈଥାରମର ଓ ବୈଥାନିମ୍ରାର ଓ ସୁକ୍କୋତ୍ର ଓ ସଫୋନ୍ର ଉପତ୍ୟକା ସେହି ଦେଶରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହିଷ୍ବୋନର ରାଜା ସୀହୋନ ଦ୍ୱାରା ଶାସିତ ହେଉଥିଲା, ସେହି ଦେଶ ମଧ୍ୟରେ ସାମିଲ୍ ଥିଲା। 28 ଏହି ସ୍ଥାନ ଯାହାକି ମୋଶା ଗାଦ୍ ପରିବାରବର୍ଗଙ୍କୁ ଦେଇଥିଲେ। ତାଲିକାଭୁକ୍ତ ସମସ୍ତ ସହର ସେହି ଦେଶରେ ସାମିଲ୍ ଥିଲା। ମୋଶା ସେହି ଦେଶକୁ ପ୍ରତ୍ୟେକ ଗାଦୀୟ ଗୋଷ୍ଠୀକୁ ଦେଲେ।
29 ଆଉ ମୋଶା ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ସେମାନଙ୍କର ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ଦେଶକୁ ଦେଲେ।
30 ସେହି ଭୂମି ମହନୟୀମଠାରୁ ଆରମ୍ଭ ହେଲା। ଏହା ମଧ୍ୟ ବାଶନର ଅନ୍ତର୍ଭୁକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧୀନ ଥିଲା। ବାଶନ ଅଧୀନର ମୋଟ 60 ଟି ସହର ଥିଲା। 31 ଅର୍ଦ୍ଧେକ ଗିଲିୟଦ, ଅଷ୍ଟାରୋତ୍, ଇଦ୍ରିୟୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପୁତ୍ର ମାଖୀରର ବଂଶଧରଗଣଙ୍କୁ ଏହିସବୁ ଦେଶ ଦିଆଯାଇଥିଲା। ଅର୍ଦ୍ଧେକ ଉତ୍ତରାଧିକାରୀ ଏହି ଦେଶ ପାଇଲେ।
32 ମୋଶା ଏହି ଭୂମିଗୁଡ଼ିକ ଏହି ପରିବାରବର୍ଗକୁ ଦେଲେ। ଯେତେବେଳେ ଲୋକମାନେ ମୋୟାବଠାରେ ଛାଉଣି କରିଥିଲେ, ମୋଶା ଏପରି କଲେ। ଏହା ଯର୍ଦ୍ଦନ ନଦୀର ଆରପାରିର ଯିରୀହୋର ପୂର୍ବରେ ଥିଲା। 33 ମୋଶା ଲେବୀ ବଂଶଧରମାନଙ୍କୁ ଆଦୌ ଭୂମି ଦେଇ ନ ଥିଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସେମାନଙ୍କର ଉତ୍ତରାଧିକାରୀ।
14 ଯାଜକ ଇଲିୟାସର ନୂନର ପୁତ୍ର ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧ୍ୟରେ ବଣ୍ଟା ହେବ। 2 ସଦାପ୍ରଭୁ ବହୁ ଦିନ ପୂର୍ବରୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ କିପରି ଭାବରେ ଲୋକମାନଙ୍କୁ ସେ ଭୂମି ବାଣ୍ଟ କରିବେ। ନଅ ବଂଶର ଲୋକ ଅର୍ଦ୍ଧ ବଂଶର ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ନିଷ୍ପତ୍ତି ଦେଲେ କିଏ କେଉଁ ଭୂମି ପାଇବ। 3 ମୋଶା ଯର୍ଦ୍ଦନର ପୂର୍ବ ପାରିରେ ଦୁଇଟି ବଂଶ ଓ ଅର୍ଦ୍ଧବଂଶକୁ ସେମାନଙ୍କର ଭୂମିର ଅଧିକାର ଦେଇଥିଲେ। କିନ୍ତୁ ସେ ଲେବୀୟମାନଙ୍କୁ କୌଣସି ଦେଶ ଦେଇ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ। 4 ବାରଟି ବଂଶଧରଙ୍କୁ ସେମାନଙ୍କର ଭୂମିର ଅଧିକାର ଦେଇଥିଲେ। ଯୋଷେଫଙ୍କର ପୁତ୍ରଗଣ ଦୁଇଟି ବଂଶରେ ବିଭକ୍ତ ହେଲେ। ସେମାନେ ହେଲେ, ମନଃଶି ଓ ଇଫ୍ରୟିମ। ଏବଂ ପ୍ରତ୍ୟେକ ବଂଶଧରମାନେ କିଛି କିଛି ଭୂମି ଲାଭ କଲେ। କିନ୍ତୁ ଲେବୀ ବଂଶଧରମାନଙ୍କୁ କୌଣସି ଭୂମି ଦିଆଗଲା ନାହିଁ। ଯାହା ହେଉ ସେମାନଙ୍କୁ କେବଳ ଏକ ଛୋଟ ସହର ବାସ କରିବା ପାଇଁ ଅଧିକାର ଦିଆ ଯାଇଥିଲା। ସେହି ସହର ଗୁଡ଼ିକ ହେଲା, ପ୍ରତ୍ୟେକ ପରିବାରବର୍ଗର ଦେଶ, ସେମାନଙ୍କର ପଶୁମାନେ ଚରିବା ପାଇଁ କିଛି ପଡ଼ିଆ ଦିଆଯାଇଥିଲା। 5 ସଦାପ୍ରଭୁ ମୋଶାଙ୍କୁ ନିର୍ଦ୍ଦେଶ ଦେଲେ, ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ କିପରି ଭାବରେ ଭୂମିବାଣ୍ଟ ହେବ। ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କର ନିର୍ଦ୍ଦେଶମତେ ଭୂମିଗୁଡ଼ିକ ସେମାନଙ୍କ ଭିତରେ ଭାଗ କରି ନେଲେ।
କାଲେବ୍ ତାଙ୍କର ଭୂମି ପାଇଲେ
6 ଦିନେ ଯିହୁଦା ପରିବାରବର୍ଗଠାରୁ କିଛି ଲୋକ ଗିଲ୍ଗଲ୍ରେ ଥିବା ଯିହୋଶୂୟଙ୍କ ନିକଟକୁ ଗଲେ। ସେହି ଲୋକମାନଙ୍କ ମଧ୍ୟରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀୟ ଯିଫୁନ୍ନିର ପୁତ୍ର ଥିଲା। କାଲେବ୍ ଯିହୋଶୂୟଙ୍କୁ କହିଲେ, “ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ୱର କାଦେଶ ବର୍ଣ୍ଣେୟରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସେବକ ମୋଶାଙ୍କୁ କହିଥିଲେ ଯାହା ତୁମ୍ଭ ବିଷୟରେ ଓ ମୋ’ ବିଷୟ। 7 ମୋତେ ଯେତେବେଳେ ଗ୍ଭଳିଶ୍ ବର୍ଷ ବୟସ ହୋଇଥିଲା, ସଦାପ୍ରଭୁଙ୍କ ସେବକ ମୋଶା ମୋତେ ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ ବର୍ଣ୍ଣେୟଠାରୁ ପଠାଇ ଥିଲେ। ମୁଁ ଯାହା ସଂଗ୍ରହ କଲି ତାହା ମୋଶାଙ୍କୁ ଜଣାଇଲି। 8 ମୋର ସାଙ୍ଗରେ ଅନ୍ୟ ଯେଉଁ ଲୋକମାନେ ଯାଇଥିଲେ, ସେମାନେ ଲୋକମାନଙ୍କୁ ନିରୁତ୍ସାହିତ କଲେ, ସେମାନଙ୍କ ଖବରରେ। ମୁଁ କିନ୍ତୁ ସଦାପ୍ରଭୁଙ୍କର ଅନୁଗତ ହୋଇ ରହିଲି। 9 ତେଣୁ ସେହି ଦିନ, ମୋଶା ମୋ’ଠାରେ ପ୍ରତିଜ୍ଞା କଲେ, ‘ଯେଉଁ ଭୂମିରେ ତୁମ୍ଭେ ଗ୍ଭଲିଲ, ତାହା ତୁମ୍ଭର ହେବ। ତୁମ୍ଭର ବଂଶଧରମାନେ ଚିରଦିନ ପାଇଁ ସେ ଭୂମିର ମାଲିକାନା ପାଇବେ। ମୁଁ ତୁମ୍ଭକୁ ସେ ଭୂମି ଦେବି କାରଣ ତୁମ୍ଭେ ମୋର ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହୋଇ ରହିଲ।’
10 “ବର୍ତ୍ତମାନ ସଦାପ୍ରଭୁ ମୋତେ ଏହି 45 ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି, ଯେହେତୁ ସେ କହିଥିଲେ। ସଦାପ୍ରଭୁ ମୋଶାଙ୍କୁ ଏହା କହିଲା ସମୟରୁ ଆମ୍ଭେ ମରୁଭୂମିରେ ଭ୍ରମଣ କରୁଥିଲୁ। ବର୍ତ୍ତମାନ ମୋତେ 85 ବର୍ଷ ହେଲାଣି। 11 ମୁଁ ଆଜି ଠିକ୍ ସେହିପରି ଶକ୍ତିଶାଳୀ ଅଛି ଯେତେବେଳେ ମୋଶା ମୋତେ ପଠାଇ ଥିଲେ, ସେତେବେଳେ ମୁଁ ଯେପରି ଶକ୍ତିଶାଳୀ ଥିଲି। ମୁଁ ସେତେବେଳେ ଯେପରି ଯୋଦ୍ଧା ଥିଲି, ବର୍ତ୍ତମାନ ମଧ୍ୟ ଯୁଦ୍ଧ କରିବା ପାଇଁ ସେହିପରି ଯୋଦ୍ଧା ଅଛି। 12 ତେଣୁ ମୋତେ ବର୍ତ୍ତମାନ ସେହି ପର୍ବତମୟ ଦେଶ ଦିଅ, ମୋତେ ଯାହାକି ସଦାପ୍ରଭୁ ବହୁ ଦିନ ପୂର୍ବରୁ ପ୍ରତିଜ୍ଞା କରିଥିଲେ। ସେହି ସମୟରେ ତୁମ୍ଭେ ସେହି ଲଢ଼ୁଆ ଅନାକୀୟମାନଙ୍କ ବିଷୟରେ ଶୁଣିଥିଲ, ଯେଉଁମାନେ କି ସେଠାରେ ବାସ କରୁଥିଲେ। ଏବଂ ସେମାନଙ୍କର ନଗର ଗୁଡ଼ିକ ବହୁତ ବଡ଼ ଥିଲା ଓ ସବୁ ଦିଗରୁ ସୁରକ୍ଷିତ ଥିଲା। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ମୋତେ ମୋ’ ସହିତ ଥାଇ ପାରନ୍ତି। ଏବଂ ମୁଁ ବର୍ତ୍ତମାନ ସେହି ଭୂମିକୁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନେବି।”
13 ଯିହୋଶୂୟ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକୁ ତାଙ୍କୁ ଦେଲେ। 14 ଏବଂ ସେହି ସହର ଆଜି ପର୍ଯ୍ୟନ୍ତ ସେହି ଯିଫୁନ୍ନିର ପୁତ୍ର କାଲେବ୍ର ବଂଶଧରମାନେ ଭୋଗ କରୁଛନ୍ତି। ସେମାନେ ହେଲେ କନିସୀୟ, ଯେଉଁମାନେ କି ହିବ୍ରୋଣକୁ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାରରେ ଅଛି କାରଣ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ରୂପେ ଅନୁଗତ ଥିଲେ। 15 ଅତୀତରେ ସେ ସହରର ନାମ ଥିଲା କିରିୟଥ-ଅର୍ବ। ଏହି ସହର ଲୋକମାନଙ୍କ ମଧ୍ୟରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନୁସାରେ ଏ ଭୂମିର ନାମକରଣ କରାଯାଇଥିଲା।
ଏହା ପରେ ସେ ଭୂମିରେ ଶାନ୍ତି ଫେରି ଆସିଲା।
ଯିହୁଦାମାନଙ୍କ ପାଇଁ ଭୂମି
15 ଯିହୁଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ପରିବାରବର୍ଗନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସିନ୍ ମରୁଭୂମିର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତ ଭାଗରେ ଥିଲା। 2 ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ ଥିଲା। 3 ଏହି ସୀମା ଦକ୍ଷିଣ ଦିଗର ଅକ୍ରବ୍ଦୀମ ଘାଟି ଦେଇ ସିନ୍ ପର୍ଯ୍ୟନ୍ତ ଗଲା। ପୁଣି ଦକ୍ଷିଣରେ କାଦେଶ ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା ତହିଁ ହିଷ୍ରୋଣ ଦେଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା। 4 ଏହି ସୀମା ଅସ୍ମୋନରୁ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ।
5 ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଯାଏ ଥିଲା।
ଉତ୍ତର ସୀମା ଯର୍ଦ୍ଦନ ପ୍ରାନ୍ତରରେ ସମୁଦ୍ରର ଅଖାତଠାରୁ ଥିଲା। 6 ଏହା ପରେ ଉତ୍ତର ସୀମା ଓ ବୈଥଗ୍ଲା ପର୍ଯ୍ୟନ୍ତ ଉଠି ବୈଥ୍ଅରାବାର ଉତ୍ତର ଦେଇ ଗଲା। ତହୁଁ ସେ ସୀମା ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା। ବୋହନ ଥିଲେ ରୁବେନ୍ର ପୁତ୍ର। 7 ଏହିପରି ଭାବରେ ସେହି ସୀମା ଆଖୋର ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ଗିଲ୍ଗଲ୍ ଆଡ଼କୁ ଯାଇ ଉତ୍ତର ଦିଗକୁ ଯାଇଛି ଓ ଐନ୍ ଶେମଶ୍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ଶେଷଭାଗ ଐନ୍-ରୋଗେଲ୍ ନିକଟରେ ଥିଲା। 8 ସେହି ସୀମା ହିନ୍ନୋମ ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ନଗର ଆଡ଼କୁ ଗଲା, ଏହାକୁ ଯିରୁଶାଲମ କହନ୍ତି। ଏହିପରି ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଗଲା। ଏହା ରଫାୟିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ଯ୍ୟନ୍ତ ଥିଲା। 9 ସେହି ସ୍ଥାନଠାରୁ ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳ ନିର୍ଝର ପର୍ଯ୍ୟନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା। ପୁଣି ସେହି ସୀମା କିରିୟାଥ-ଯିୟାରୀମ୍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା। 10 ଏହା ପରେ ସେହି ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ୍ ନାମରେ ପ୍ରସିଦ୍ଧ ଯିୟାରୀମ୍ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଥିଲା। ତହୁଁ ସେ ବୈଥ୍ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଥିଲା। 11 ଏହା ପରେ ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ସେଠାରୁ ସେ ଶକ୍କେରୋନ୍ ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା ଓ ବାଲା ପର୍ବତରେ ପଡ଼ି ଯବନିୟେଲ ପର୍ଯ୍ୟନ୍ତ ଥିଲା। ସେହି ସୀମାର ପ୍ରାନ୍ତ ଭାଗ ସମୁଦ୍ର ଥିଲା। 12 ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା। ନିଜ ନିଜ ବଂଶ ଅନୁସାରେ ଯିହୁଦା ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା।
13 ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯିଫୁନ୍ନିର ପୁତ୍ର କାଲେବ୍କୁ ଯିହୁଦାର କିଛି ଅଂଶ ଦେବା ପାଇଁ, ପରମେଶ୍ୱରଙ୍କ କଥା ଅନୁସାରେ ଯିହୋଶୂୟ କାଲେବ୍କୁ ଦେଶର କିଛି ଅଂଶ ଦେଲେ। ଯିହୋଶୂୟ ତାଙ୍କୁ କିରିୟଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଅନାକର ପିତା ଥିଲେ। 14 କାଲେବ୍ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରକୁ ତଡ଼ି ଦେଲେ। 15 ଏହା ପରେ କାଲେବ୍ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ପୂର୍ବକାଳରେ ସେହି କିରିୟଥ ସେଫର ନାମରେ ବିଖ୍ୟାତ ଥିଲା। 16 କାଲେବ୍ କହିଲେ, “ମୁଁ କିରିୟଥ ସେଫରକୁ ଆକ୍ରମଣ କରିବାକୁ ଗ୍ଭହେଁ। ଯେଉଁ ଲୋକ ମୋ’ ସହିତ ସହଯୋଗ କରି କିରିୟଥ ସେଫରକୁ ପରାସ୍ତ କରିବାରେ ସାହାଯ୍ୟ କରିବ ମୁଁ ମୋର କନ୍ୟା ଅକ୍ଷାରକୁ ତାଙ୍କ ସହ ବିବାହ ଦେବି।”
17 କାଲେବ୍ର ଭାଇ କନସର ପୁତ୍ର ଅତ୍ନୀୟେଲ ସେ ସହରକୁ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ୟା ଅକ୍ଷାକୁ ଅତ୍ନୀୟେଲ ସହିତ ବିବାହ ଦେଲେ। 18 ଅକ୍ଷା ଅତ୍ନୀୟେଲ ସହିତ ଯିବାକୁ ବାହାରନ୍ତେ, ଅକ୍ଷା ଅତ୍ନୀୟେଲକୁ କହିଲେ ତାଙ୍କ ବାପାଙ୍କୁ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକୁ ଗଲେ। ଯେତେବେଳେ ସେ ତାଙ୍କ ଗଧରୁ ଓହ୍ଲାଇ ପଡ଼ିବା ସମୟରେ କାଲେବ୍ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ଆଉ କ’ଣ ଦରକାର?”
19 ଅକ୍ଷା ଉତ୍ତର ଦେଲେ, “ଆପଣ ମୋତେ ଆଶୀର୍ବାଦ କରନ୍ତୁ। କାରଣ ଆପଣ ମୋତେ ନେଗେଭର ଟାଙ୍ଗରା ଭୂମି ଦେଇଛନ୍ତି। ଦୟାକରି ଜଳ ନିର୍ଝର ମୋତେ ଦିଅନ୍ତୁ।” ତେଣୁ କାଲେବ୍ ସେ ଯାହା ଗ୍ଭହିଁଲେ ତାଙ୍କୁ ଦେଲେ। ସେ ତହିଁରେ ଉପରିସ୍ଥ ଓ ଜଳସ୍ଥ ନିର୍ଝର ଦେଲେ।
20 ଏହି ଦେଶ ଯିହୁଦା ପରିବାରବର୍ଗର ଅଧିକାର ନିମନ୍ତେ ଦିଆଯାଇଥିଲା।
21 ନେଗେଭର ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ଯିହୁଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା,
କବସେଲ ଓ ଏଦର ଓ ଯାଗୁର ମଧ୍ୟ। 22 କୀନା, ଦୀମୋନା, ଅଦାଦା, 23 କେଦଶ୍, ହାତ୍ସୋର, ଯିତ୍ନନ୍, 24 ସୀଫ, ଟେଲମ୍, ବାଲୋତ୍, 25 ହାତ୍ସୋର-ହଦତ୍ତା, କରିୟୋଥ-ହିଷ୍ରୋଣ, 26 ଅମାମ୍, ଶମା, ମେଲାଦା, 27 ହତ୍ସର-ଗଦ୍ଦା, ହିଷ୍ମୋନ୍, ବୈଥ୍ପେଲଟ, 28 ହତ୍ସର-ଶିୟାଲ, ବେର୍ଶେବା, ବିଷିୟୋଥିୟା, 29 ବାଲା, ଇୟୀମ୍, ଏତ୍ସମ୍, 30 ଇଲତୋଲଦ୍, କସୀଲ, ହର୍ମା, 31 ସିକ୍ଲଗ୍, ମଦ୍ମନ୍ନା, ସନ୍ସନ୍ନା, 32 ଲବାୟୋତ୍, ଶିଲହୀମ୍, ଐନ୍, ରିମ୍ମୋନ୍ ସହର ସମେତ ମୋଟରେ ଅଣତିରିଶ୍ଟି ନଗର ଅଟେ।
33 ଯିହୁଦାର ବଂଶ ପଶ୍ଚିମ ପର୍ବତ ପାର୍ଶ୍ୱସ୍ଥ ତଳଭୂମି ନଗରଗୁଡ଼ିକ ଅଧିକାରକୁ ନେଲେ। ସେଗୁଡ଼ିକ ହେଲା,
ଇଷ୍ଟାୟୋଲ, ସରିୟ ଓ ଆସ୍ନା, 34 ସାନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍, 35 ଯର୍ମୂତ୍, ଅଦୁଲ୍ଲମ୍, ସୋଖୋ, ଅସେକା, 36 ଶାରୟିମ୍, ଅଦୀଥୟିମ୍, ଗଦେରା ଓ ଗଦେରାଥୟିମ୍, ଏହିପରି କ୍ଷେତ ସମେତ ଚଉଦ ନଗର ଥିଲା।
37 ଯିହୁଦା ପରିବାର ବଂଶମାନଙ୍କୁ ମଧ୍ୟ ଏହି ସହରଗୁଡ଼ିକ ଦିଆ ଯାଇଥିଲା, ଯଥା,
ସନାନ୍, ହଦାଶା, ମିଗ୍ଦଲଗାଦ, 38 ଦିଲିୟନ୍, ମିସ୍ପୀ, ଯକ୍ତେଲ, 39 ଲାଖୀଶ୍, ବସ୍କତ୍, ଇଗ୍ଲୋନ୍, 40 କବ୍ବୋନ୍, ଲହମମ, କିତୀଶ୍, 41 ଗଦେରୋତ୍, ବୈଥ୍-ଦାଗୋନ୍, ନୟମା, ମକ୍କେଦା ଗ୍ରାମ ସମେତ ଏହିପରି ଷୋହଳ ନଗର ଥିଲା ଏବଂ ଏଥିର ଚତୁର୍ପାର୍ଶ୍ୱସ୍ଥ ଭୂମି ସମୂହ।
42 ଯିହୁଦାର ଲୋକମାନେ ମଧ୍ୟ ଏହି ସହରଗୁଡ଼ିକ ନେଲେ, ସେଗୁଡ଼ିକ ହେଲା,
ଲିବ୍ନା, ଏଥର୍, ଅଶନ୍, 43 ଯିପ୍ତହ, ଅସ୍ନା, ନତ୍ସୀବ୍, 44 କିୟୀଲା, ଅକ୍ଷୀବ, ମାରେଶା ଗ୍ରାମ ସମେତ ଏହିପରି ନଅ ଗୋଟି ନଗର ଥିଲା। 45 ଯିହୁଦାର ଲୋକମାନେ ମଧ୍ୟ ଏହି ସହରଗୁଡ଼ିକ ତାଙ୍କ ଅଧିକାରକୁ ଆଣିଲେ, ସେଗୁଡ଼ିକ ହେଲା, ଇକ୍ରୋଣ, ତା’ର ଉପନଗର ଓ ତା’ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ। 46 ସେମାନେ ମଧ୍ୟ ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗୁଡ଼ିକ ନେଲେ। 47 ଅସଦୋଦ, ତା’ର ଉପନଗର, ଓ ଗ୍ରାମମାନ, ଘସା, ତହିଁର ଉପନଗର ଓ ଗ୍ରାମଗୁଡ଼ିକ, ମିଶରର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ।
48 ଯିହୁଦାର ଲୋକମାନଙ୍କୁ ପର୍ବତମୟ ଦେଶରେ
ଶାମୀର, ଯତ୍ତୀର ଓ ସୋଖୋ, 49 ଦନ୍ନା, କିରିୟଥ-ସନ୍ନା, 50 ଅନାବ୍, ଇଷ୍ଟିମୋୟ, ଆନୀମ୍, 51 ଗୋଶନ୍, ହୋଲୋନ୍, ଗୀଲୋ, ଏହିସବୁ ଗ୍ରାମ ସମେତ ଏଗାରଟି ନଗର ଥିଲା।
52 ଯିହୁଦାର ଲୋକମାନଙ୍କୁ ମଧ୍ୟ ଏହି ନଗରଗୁଡ଼ିକ ଦିଆଯାଇ ଥିଲା।
ସେଗୁଡ଼ିକ ହେଲା ଅରାବ୍, ଦୂମା, ଇଶିୟନ୍, 53 ଯାନୁମ୍, ବୈତ୍ତପୂହ ଓ ଅଫେକା, 54 ହୁମ୍ଟା, କିରିୟଥ୍-ଅର୍ବ ହିବ୍ରୋଣ ଓ ସୀୟୋର, ଏହିପରି ନଅ ଗୋଟି ସହର ଓ ତା’ର ଚତୁର୍ପାର୍ଶ୍ୱରେ ଥିବା ସହର ସମୂହ।
55 ଯିହୁଦାର ଲୋକମାନଙ୍କୁ ମଧ୍ୟ ଏହି ସହରଗୁଡ଼ିକ ଦିଆଗଲା।
ସେଗୁଡ଼ିକ ହେଲା, ମାୟୋନ୍ କର୍ମିଲ୍, ସୀପ୍, ଯୁଟା, 56 ଯିଷ୍ରୀୟେଲ, ଯଗ୍ଦିୟାମ, ସାନୋହ, 57 କୟିନ, ଗିବିୟା, ତିମ୍ନା, ଏହିସବୁ ଗ୍ରାମ ସମେତ ଦଶ ନଗର ଓ ଗ୍ରାମ ସମେତ ଥିଲା।
58 ଯିହୁଦାର ଲୋକମାନଙ୍କୁ ମଧ୍ୟ ଏ ସହରଗୁଡ଼ିକ ଦିଆ ଯାଇଥିଲା।
ଯଥା: ହଲହୁଲ, ବୈଥ୍ସୁର, ଗଦୋର, 59 ମାରତ୍, ବୈଥନୋତ୍, ଇଲ୍ତକୋନ, ଏହିସବୁ ସହର ସମେତ ଛଅଟି ନଗର ଥିଲା।
60 ସେମାନଙ୍କୁ ଆଉ ଦୁଇଟି ସହର ଦିଆ ଯାଇଥିଲା। ସେଗୁଡ଼ିକ ହେଲା ରବ୍ବା ଏବଂ କିରିୟଥ୍-ବାଲ।
61 ପ୍ରାନ୍ତରରେ ସେମାନଙ୍କୁ ମଧ୍ୟ କିଛି ସହର ଦିଆଯାଇଥିଲା।
ସେଗୁଡ଼ିକ ହେଲା, ବୈଥ-ଅରାବା, ମିଦ୍ଦୀନ୍, ସକାଖା, 62 ନିବ୍ଶନ୍, ଲବଣ ନଗର ଓ ଐନ୍ଗଦୀ, ଏହିସବୁ ଗ୍ରାମ ସମେତ ଛଅ ନଗର ଥିଲା।
63 ମାତ୍ର ଯିହୁଦା ସନ୍ତାନଗଣ ଯିରୁଶାଲମ ନିବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ଏହି ହେତୁ ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ଯିହୁଦା ସନ୍ତାନଗଣ ସହିତ ଯିରୁଶାଲମରେ ବାସ କରୁଛନ୍ତି।
ଯୋହନଙ୍କ ଜନ୍ମ
57 ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହେବାରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ। 58 ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।
59 ବାଳକର ଜନ୍ମ ହେବାର ଅଷ୍ଟମ ଦିନ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ସେମାନେ ବାଳକର ନାମ ତା’ର ପିତାଙ୍କ ନାମ ଅନୁସାରେ ଜିଖରିୟ ଦେବାକୁ ଗ୍ଭହୁଁଥିଲେ। 60 କିନ୍ତୁ ତାହାଙ୍କ ମା କହିଲେ, “ନା, ତା’ର ନାମ ଯୋହନ ଦିଆଯିବ।”
61 ଲୋକମାନେ ଏଲୀଶାବେଥଙ୍କୁ କହିଲେ, “ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ। 62 ତା’ପରେ ସେମାନେ ପରେ ତା’ର ବାପାଙ୍କୁ ପଗ୍ଭରିଲେ, “ତୁମ୍ଭେ ଏହି ଶିଶୁର ନାମ କ’ଣ ଦେବାକୁ ଗ୍ଭହୁଁଛ?”
63 ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା’ର ନାମ “ଯୋହନ”। 64 ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ତତ୍କ୍ଷଣାତ୍ ଜିଖରିୟଙ୍କ ପାଟି ଖୋଲିଗଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ୱରଙ୍କର ସ୍ତୁତି କରିବାରେ ଲାଗିଲେ। 65 ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ଯିହୂଦାର ସମସ୍ତ ପାହାଡ଼ିଆ ପ୍ରଦେଶରେ ଲୋକେ ଏହିସବୁ ଘଟଣା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ। 66 ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ।
ଜିଖରିୟ ପରମେଶ୍ୱରଙ୍କ ସ୍ତୁତି କଲେ
67 ତା’ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ। ସେ ଭବିଷ୍ୟଦ୍ବାଣୀ କହିଲେ,
68 “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର।
ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି
ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69 ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ,
ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70 ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ
ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71 ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ
ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72 ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ
ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73 ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74 ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ।
ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75 ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।
76 “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ରୂପେ ଖ୍ୟାତ ହେବ।
ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ
ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।
78 “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ,
ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79 ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ।
ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”
80 ଶିଶୁଟି ଏହିପରି ବଢ଼ିବାକୁ ଲାଗିଲା ଓ ଆତ୍ମାରେ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା। ଇସ୍ରାଏଲରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ଯ୍ୟନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂରରେ ଏକ ସ୍ଥାନରେ ରହିଥିଲେ।
2010 by World Bible Translation Center