Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 4-6

ଲୋକମାନଙ୍କ ସ୍ମରଣ ପାଇଁ ଅ‌ଦ୍‌ଭୂତ ଶିଳା

ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।”

ତେଣୁ ଯିହୋଶୂୟ ବାରଟି ଗୋଷ୍ଠୀବର୍ଗରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ତା’ପରେ ସେ ସେହି ବାର ଜଣ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କଲେ। ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ। ସେହି ଶିଳାଗୁଡ଼ିକ ତୁମ୍ଭମାନଙ୍କର ଏକ ପ୍ରତୀକ ହୋଇ ରହିବ। ଭବିଷ୍ୟତରେ ଯେତେବେଳେ ତୁମ୍ଭର ପିଲାମାନେ ଉତ୍ସୁକ ହୋଇ ତୁମ୍ଭକୁ ପଗ୍ଭରିବେ, ‘ଏହି ପଥରଗୁଡ଼ିକ ତୁମ୍ଭ ପାଇଁ କ’ଣ?’ ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।”

ତେଣୁ ଇସ୍ରାଏଲ ଲୋକମାନେ ଯିହୋଶୂୟଙ୍କର ନିର୍ଦ୍ଦେଶ ମାନିଲେ। ସେମାନେ ସେହି ବାର ଖଣ୍ତ ଶିଳାଗୁଡ଼ିକୁ ନଦୀ ଶଯ୍ୟାରୁ ଆଣିଲେ। ସଦାପ୍ରଭୁ ଯିହୋଶୂୟଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସେମାନଙ୍କ ସହିତ ଶିଳାଖଣ୍ତ ବହିଲେ। ଏବଂ ସେମାନେ ଯେଉଁଠାରେ ରାତ୍ରି ଯାପନ କରନ୍ତି, ସେଠାରେ ଶିଳାଖଣ୍ଡକୁ ରଖନ୍ତି। ଯିହୋଶୂୟ ଯର୍ଦ୍ଦନ ନଦୀର ମଝିରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠାରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ଧରି ଠିଆ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ପଥରଖଣ୍ତଗୁଡ଼ିକ ସେହି ସ୍ଥାନରେ ଅଛି।

10 ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ । 11 ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।

12 ରୁବେନ୍ ଗୋଷ୍ଠୀର ମନୁଷ୍ୟମାନେ, ଗାଦ୍ ଗୋଷ୍ଠୀର ମନୁଷ୍ୟମାନେ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ, ଯୁଦ୍ଧାସ୍ତ୍ରରେ ସଜ୍ଜିତ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଇସ୍ରାଏଲୀୟମାନଙ୍କ ଆଗରେ ନଦୀ ପାର ହୋଇଗଲେ, ଠିକ୍ ମୋଶା ଯେପରି ସେମାନଙ୍କୁ କହିଲେ [a] 13 ପ୍ରାୟ 40,000 ସୈନ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ ପଦାକୁ ଗଲେ।

14 ସେହି ଦିନ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଆଗରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମୋଶାଙ୍କୁ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସେହିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।

15 ଯେତେବେଳେ ଯାଜକମାନେ ନିୟମ-ସିନ୍ଦୁକ ନଦୀ ମଧ୍ୟରେ ପାର କରୁଥିଲେ ସେ ସମୟରେ ସେମାନେ ନଦୀରେ ଛିଡ଼ା ହୋଇଥିଲେ, ସେ ସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 16 “ତୁମ୍ଭେ ଯାଜକମାନଙ୍କୁ ନିର୍ଦ୍ଦେଶ ଦିଅ ଯର୍ଦ୍ଦନ ନଦୀ ମଧ୍ୟରୁ ବାହାରକୁ ଆସିବା ପାଇଁ।”

17 ତେଣୁ ଯିହୋଶୂୟ ନିର୍ଦ୍ଦେଶ ଦେଇ ଯାଜକମାନଙ୍କୁ, କହିଲେ, “ଯର୍ଦ୍ଦନ ନଦୀରୁ ବାହାରକୁ ଆସ।”

18 ଯାଜକମାନେ ଯିହୋଶୂୟଙ୍କୁ ମାନିଲେ। ସେମାନେ ସେହି ପବିତ୍ର ସିନ୍ଦୁକକୁ ଧରି ନଦୀରୁ କୂଳକୁ ଆସିଲେ। ଯେତେବେଳେ ଯାଜକମାନଙ୍କର ପାଦ ନଦୀରୁ ବାହାରି ଆସିଲା, ଯର୍ଦ୍ଦନ ନଦୀ ପୂର୍ବପରି ବହିବାକୁ ଲାଗିଲା। ଏହି ନଦୀ ପୂର୍ବପରି ତା’ର କୂଳ ଲଙ୍ଘନ କଲା।

19 ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗି‌ଲ୍‌ଗ‌ଲ୍‌ଠାରେ ଛାଉଣି ସ୍ଥାପନ କଲେ। 20 ସେମାନେ ଯର୍ଦ୍ଦନରୁ ଆଣିଥିବା ସେହି ବାରଟି ଶିଳାଖଣ୍ଡକୁ ଯିହୋଶୂୟ ଗି‌ଲ୍‌ଗ‌ଲ୍‌ଠାରେ ସ୍ଥାପନ କଲେ। 21 ତା’ପରେ ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଭବିଷ୍ୟତରେ ତୁମ୍ଭର ପିଲାମାନେ ସେମାନଙ୍କର ପିତାମାତାଙ୍କୁ ପଗ୍ଭରିବେ, ‘ଏ ପଥରଗୁଡ଼ିକ କ’ଣ?’ 22 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, ‘ଏହି ଶିଳାଖଣ୍ତଗୁଡ଼ିକ ଅତୀତର ସ୍ମୃତି, କିପରି ଇସ୍ରାଏଲର ଲୋକମାନେ ଶୁଖିଲା ଭୂମିରେ ଯର୍ଦ୍ଦନ ନଦୀ ପାର ହୋଇଥିଲେ। 23 ଆମ୍ଭେମାନେ ପାର ହେବାଯାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ଶକ୍ତିବଳରେ ସୂଫସାଗର ଶୁଷ୍କ କରିଥିଲେ, ସେହିପରି ତୁମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନ ନଦୀ ଶୁଷ୍କ କଲେ।’ 24 ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।”

ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ।

ଇସ୍ରାଏଲୀୟମାନେ ସୁନ୍ନତ ହେଲେ

ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ତିଆରି କରି ଆଉ ଥରେ ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର।”

ତେଣୁ ଯିହୋଶୂୟ ଛୁରୀମାନ ତିଆରି କରି ଗିବିୟୋତ ହ‌ର୍‌ଲୋତ୍ [b] ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣଙ୍କର ସୁନ୍ନତ କରାଇଲେ।

4-7 ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି, ମିଶରରୁ ବାହାରି ଆସିବା ପରେ ଇସ୍ରାଏଲର ସମସ୍ତ ଲୋକ ଯାତ୍ରା କରୁଥିବା ବେଳେ ମରୁଭୂମିରେ ମୃତ୍ୟୁବରଣ କଲେ। ସେମାନେ ସମସ୍ତେ ଯୋଦ୍ଧା ଥିଲେ ଓ ସୁନ୍ନତ ହୋଇଥିଲେ। କିନ୍ତୁ ମିଶର ଛାଡ଼ିବା ପରେ ମରୁଭୂମିରେ ଜନ୍ମ ହୋଇଥିବା ଇସ୍ରାଏଲୀୟମାନେ ସୁନ୍ନତ ହୋଇ ନ ଥିଲେ। ଯେହେତୁ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସେମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶ ସେମାନେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ୍ ବର୍ଷ ଯାଏ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ମରୁଭୂମିରେ ଘୁରି ବୁଲିଲେ। ସଦାପ୍ରଭୁ ସେମାନଙ୍କୁ “ଉର୍ବର ଓ ଦୁ‌ଗ୍‌ଧମଧୁପ୍ରବାହୀତ ଦେଶ” ନ ଦେଖାଇବା ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସେମାନଙ୍କର ପୂର୍ବପୁରୁଷଗଣଙ୍କଠାରେ ଆମ୍ଭକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ସେମାନଙ୍କର ପୁତ୍ରଗଣ ସେମାନଙ୍କର ମୃତ୍ୟୁପରେ ସେମାନଙ୍କର ଜାଗାଗୁଡ଼ିକ ନେଇଗଲେ। ସେମାନେ ବାଟରେ ସୁନ୍ନତ ହୋଇ ନ ଥିଲେ, ତେଣୁ ସେମାନେ ରାସ୍ତାରେ ଯିହୋଶୂୟଙ୍କ ଦ୍ୱାରା ସୁନ୍ନତ ହେଲେ।

ଯିହୋଶୂୟ ସେମାନଙ୍କର ସୁନ୍ନତ ଶେଷ କଲେ। ଲୋକମାନେ ସତେଜ ହେବା ପର୍ଯ୍ୟନ୍ତ ସେମାନଙ୍କର ସ୍ଥାନରେ ରହିଲେ।

କିଣାନରେ ପ୍ରଥମ ନିସ୍ତାରପର୍ବ

ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେମାନେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁଁ ଲଜ୍ଜାକୁ ନିବାରଣ କରିଅଛି।” ତେଣୁ ଯିହୋଶୂୟ ସେ ସ୍ଥାନର ନାମ ଦେଲେ, ଗି‌ଲ୍‌ଗଲ୍, ଏବଂ ସେହି ଗି‌ଲ୍‌ଗଲ୍ ନାମ ଆଜି ମଧ୍ୟ ପ୍ରଚଳିତ ଅଛି।

10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା। 11 ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ। 12 ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ।

The Commander of the Lord’s Army

13 ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା’ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା’ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”

14 ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।”

ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?”

15 ସଦାପ୍ରଭୁଙ୍କର ସୈନ୍ୟଦଳର ସେନାପତି ଉତ୍ତର ଦେଲେ, “ତୁମ୍ଭ ପାଦରୁ ପାଦୂକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଛିଡ଼ା ହୋଇଅଛ, ସେ ସ୍ଥାନ ପବିତ୍ର।” ତେଣୁ ଯିହୋଶୂୟ ସେହିପରି କଲେ।

ଯିରୀହୋ ସହର ବନ୍ଦ ଥିଲା ଓ ଜଗା ହୋଇଥିଲା। ସେହି ସହରର ଲୋକମାନେ ଭୟଭୀତ ହୋଇ ଯାଇଥିଲେ। କାରଣ ଇସ୍ରାଏଲର ଲୋକମାନେ ସେହି ସହରର ନିକଟରେ ଥିଲେ, କୌଣସି ଲୋକ ସେହି ସହରର ଭିତରକୁ ପଶୁ ନ ଥିଲେ କି କେହି ମଧ୍ୟ ସହର ଭିତରୁ ବାହାରକୁ ମଧ୍ୟ ଆସୁ ନ ଥିଲେ।

ତେଣୁ ଯିହୋଶୂୟଙ୍କୁ ସଦାପ୍ରଭୁ ପୁଣି ଥରେ କହିଲେ, “ଦେଖ, ଯିରୀହୋ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ସୈନ୍ୟମାନଙ୍କୁ ପରାସ୍ତ କରିବାକୁ ମୁଁ ତୁମ୍ଭକୁ ଅନୁମତି ଦେବି। ପ୍ରତ୍ୟେକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭେମାନେ ଛଅ ଦିନ ଧରି କରିବା ଉଚିତ୍। ସାତୋଟି ମେଷ ତୂରୀ ସହିତ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ସମ୍ମୁଖକୁ ଯିବେ। ଆଉ ସପ୍ତମ ଦିନରେ ତୁମ୍ଭେମାନେ ସାତଥର ନଗର ପ୍ରଦକ୍ଷିଣ କରିବା ଉଚିତ୍ ଓ ଯାଜକମାନେ ମେଷର ତୂରୀ ବଜାଇବା ଉଚିତ୍। ସମସ୍ତ ଯାଜକମାନେ ମେଷ ତୂରୀରେ ଦୀର୍ଘ ଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟଧ୍ୱନି କରିବେ ଏବଂ ପ୍ରାଚୀର ପଡ଼ିଯିବ ଓ ସମସ୍ତ ଲୋକମାନେ ସିଧା ନଗରକୁ ଯିବାକୁ ସକ୍ଷମ ହେବେ।”

The Battle Against Jericho

ତେଣୁ ନୂନର ପୁତ୍ର ଯିହୋଶୂୟ ସମସ୍ତ ଯାଜକମାନଙ୍କୁ ଏକତ୍ରିତ କଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପବିତ୍ର ନିୟମ-ସିନ୍ଦୁକ ଆଣ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀ ବଜାଇବେ।”

ତା’ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ଯାଅ, ସହରରେ ପ୍ରଦକ୍ଷିଣ କର। ସୈନ୍ୟମାନେ ପବିତ୍ର ସିନ୍ଦୁକର ଆଗରେ ରହିଲେ।”

ଯିହୋଶୂୟ ଲୋକମାନଙ୍କୁ କହି ସାରିବା ପରେ, ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଗ୍ଭଲିଲେ ଏବଂ ସେମାନେ ଗ୍ଭଲିବା ସମୟରେ ସାତୋଟି ତୂରୀ ବଜାଇ ବଜାଇ ଗ୍ଭଲିଲେ। ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଧରି ତାଙ୍କ ପଛେ ପଛେ ଗ୍ଭଲିଲେ। ସୈନ୍ୟମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମେଷ ତୂରୀ ବଜାଉଥିଲେ ସେମାନଙ୍କର ସମ୍ମୁଖରେ ଗ୍ଭଲିଲେ। ପ୍ରହରୀଗଣ ପବିତ୍ର ନିୟମ-ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ସେମାନେ ଏହିପରି ଭାବରେ ଅବିରତ ମେଷ ତୂରୀ ବଜାଇ ସହର ପରିକ୍ରମଣ କଲେ। 10 ଯିହୋଶୂୟ ଲୋକମାନଙ୍କୁ ଆଦେଶ ଦେଲେ, “ଯୁଦ୍ଧ ଡାକରା ଦିଅ ନାହିଁ ମୁଁ ନ କହିବାଯାଏ ତୁମ୍ଭର ସ୍ୱର ଶୁଣିବାକୁ ଦିଅ ନାହିଁ। ତା’ପରେ ମୁଁ କହିଲେ, ତୁମ୍ଭେ ଯୁଦ୍ଧ ଡାକରା ଦେଇ ପାରିବ।”

11 ଏହିପରି ଭାବରେ ଯିହୋଶୂୟ ପବିତ୍ର ସିନ୍ଦୁକ ସହିତ ଯାଜକ ଓ ସୈନ୍ୟଗଣଙ୍କୁ ଥରେ ସହର ପରିକ୍ରମା କରାଇଲେ। ଏହା ପରେ ସେମାନେ ଛାଉଣିକୁ ଫେରି ଆସି ବିଶ୍ରାମ ନେଲେ।

12 ପ୍ରଭାତରେ ଯିହୋଶୂୟ ବିଛଣା ତ୍ୟାଗ କଲେ ଓ ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ବାହାରିଲେ। 13 ଏବଂ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀରେ ତିଆରି ତୂରୀ ବଜାଇ ବଜାଇ ଗ୍ଭଲିଲେ। ସଶସ୍ତ୍ର ସୈନିକମାନେ ମଧ୍ୟ ସେମାନଙ୍କ ଆଗରେ ଗ୍ଭଲିଲେ। ପଛପଟର ପ୍ରହରୀମାନେ ପବିତ୍ର ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ଏହିପରି ଭାବରେ ସେମାନେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ। 14 ଏହିପରି ଭାବରେ ଦ୍ୱିତୀୟ ଦିନ ଥରେ ନଗର ପରିକ୍ରମା କଲେ। ଏବଂ ଏହା ପରେ ଛାଉଣିକୁ ଫେରି ଆସିଲେ। ଏହିପରି ଭାବରେ ସେମାନେ ଛଅ ଦିନ ପର୍ଯ୍ୟନ୍ତ କଲେ।

15 ସପ୍ତମ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସେମାନେ ସହରକୁ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ୟ ସେହି ପଥଦେଇ ଗଲେ। କିନ୍ତୁ ସେହି ଦିନ ସେମାନେ ସାତଥର ନଗର ପରିକ୍ରମା କଲେ। 16 ସପ୍ତମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ତୂରୀ ବଜାଇଲେ। ଏହି ସମୟରେ ଯିହୋଶୂୟ ନିର୍ଦ୍ଦେଶ ଦେଲେ, “ବର୍ତ୍ତମାନ ଜୟଧ୍ୱନି ଦିଅ। ଯେହେତୁ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ। 17 ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ। କେବଳ ବ୍ୟଭିଗ୍ଭରଣୀ ରାହାବ, ସେହି ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। 18 ତୁମ୍ଭେମାନେ ସେହି ଦ୍ରବ୍ୟରୁ କିଛି ନ ଦେବା ପାଇଁ ସାବଧାନ ହେବା ଉଚିତ୍, ଯାହାକି ନଷ୍ଟ କରାଯିବ। ଯଦି ତୁମ୍ଭେମାନେ ସେହି ଦ୍ରବ୍ୟଗୁଡ଼ିକୁ ଇସ୍ରାଏଲର ଛାଉଣି ଭିତରକୁ ନିଅ, ତେବେ ତୁମ୍ଭେମାନେ ଆପଣା ଉପରକୁ ବିପଦ ଆଣିବ ଏବଂ ତୁମ୍ଭେମାନେ ଇସ୍ରାଏଲ ଛାଉଣି ଧ୍ୱଂସ କରିବାର କାରଣ ହେବ। 19 ସମସ୍ତ ରୂପା, ସୁନା, ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ଓ କରେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଓ ଏହା ସଦାପ୍ରଭୁଙ୍କ ଭଣ୍ଡାରକୁ ଗ୍ଭଲିଯିବ।”

20 ଯାଜକମାନେ ମେଷ ତୂରୀ ବଜାଇଲେ, ଲୋକମାନେ ମେଷ ତୂରୀ ଶବ୍ଦ ଶୁଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ୟକୁ ଦୌଡ଼ିଲେ। ଇସ୍ରାଏଲର ଲୋକମାନେ ନଗରକୁ ଅକ୍ତିଆର କଲେ। 21 ଲୋକମାନେ ସହରରେ ଧ୍ୱଂସର ଲୀଳା ଚଳାଇଲେ। ସେମାନେ ସେଠାରେ ଥିବା ସମସ୍ତ ଜୀବିତ ବସ୍ତୁକୁ ଧ୍ୱଂସ କଲେ। ସେମାନେ ଯୁବକମାନଙ୍କୁ ହତ୍ୟା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀଲୋକମାନଙ୍କୁ, ପଶୁ, ମେଷ ଏବଂ ଗଧମାନଙ୍କୁ ହତ୍ୟା କଲେ।

22 ଯିହୋଶୂୟ ଦୁଇ ଜଣ ଗୁପ୍ତଚରଙ୍କୁ ଡାକି କହିଲେ, “ତୁମ୍ଭେ ସେ ବେଶ୍ୟା ଗୃହକୁ ଯାଅ ଓ ତାକୁ ବାହାରକୁ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ବାହାରକୁ ଆଣ। ଏହିପରି କର କାରଣ ତୁମ୍ଭେ ସେମାନଙ୍କ ସହିତ ଏହିପରି ପ୍ରତିଜ୍ଞା କରିଅଛ।”

23 ତେଣୁ ସେ ଦୁଇ ଜଣ ଗୁପ୍ତଚର ଗୃହ ମଧ୍ୟକୁ ପ୍ରବେଶ କଲେ ଏବଂ ରାହାବକୁ ବାହାରକୁ ଆଣିଲେ। ସେମାନେ ମଧ୍ୟ ରାହାବର ପିତା, ମାତା, ଭଉଣୀ ଏବଂ ତା’ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥିବା ସମସ୍ତ ଲୋକମାନଙ୍କୁ ବାହାରକୁ ଆଣିଲେ। ଏବଂ ସେମାନଙ୍କୁ ଇସ୍ରାଏଲର ଛାଉଣି ବାହାରେ ନିରାପଦରେ ରଖିଲେ।

24 ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ। 25 ଯିହୋଶୂୟ ରାହାବକୁ ଓ ତା’ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି।

26 ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ,

“ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ,
    ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ,
ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ
    ତହିଁର ଭିତ୍ତିମୂଳ ସ୍ଥାପନ କରିବ
ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ
    ତହିଁର ଦ୍ୱାରମାନ ସ୍ଥାପନ କରିବ।”

27 ଏହିପରି ଭାବରେ ସଦାପ୍ରଭୁ ଯିହୋଶୂୟଙ୍କ ସହିତ ରହିଲେ ଓ ଯିହୋଶୂୟଙ୍କର କୀର୍ତ୍ତି ଗ୍ଭରିଆଡ଼େ ବ୍ୟାପିଲା।

ଲୂକ ଲିଖିତ ସୁସମାଗ୍ଭର 1:1-20

ଯୀଶୁଙ୍କ ଜୀବନୀ ସମ୍ବନ୍ଧରେ ଲୂକଙ୍କ ଲିଖିତ

ପ୍ରିୟ ଥିୟଫିଲ,

ଅନେକ ଲୋକ ଆମ୍ଭମାନଙ୍କ ମଧ୍ୟରେ ଘଟି ଯାଇଥିବା ଘଟଣା ଗୁଡ଼ିକର ବିବରଣୀ ଲେଖିବା ପାଇଁ ଚେଷ୍ଟା କରିଛନ୍ତି। ଯେଉଁମାନେ ଏ ଘଟଣା ଗୁଡ଼ିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ତାହାଙ୍କ ବାର୍ତ୍ତା ପ୍ରଗ୍ଭର କରି ପରମେଶ୍ୱରଙ୍କ ସେବା କରିଛନ୍ତି, ସେହିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭେମାନେ ଶିକ୍ଷା କରିଛୁ ଠିକ୍ ସେହିସବୁ କଥା ସେମାନେ ଲେଖିଅଛନ୍ତି। ହେ ମାନ୍ୟବର, ଯେହେତୁ ପ୍ରଥମରୁ ମୁଁ ନିଜେ ସାବଧାନ ହୋଇ ଏ ସବୁ ଅନୁଧ୍ୟାନ କରିଛି, ସେଥିସକାଶେ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାରରେ ଲେଖିବାକୁ ମୁଁ ଉଚିତ୍ ମନେ କଲି। ମୁଁ ଏଗୁଡ଼ିକ ଲେଖିବା ଫଳରେ ତୁମ୍ଭେମାନେ ଜାଣି ପାରିବ ଯେ ଆପଣଙ୍କୁ ଯାହାସବୁ ଶିକ୍ଷା ଦିଆଯାଇଛି, ତାହା ସତ୍ୟ।

ଜିଖରିୟ ଓ ଏଲୀଶାବେଥ

ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ। ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା। କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ।

ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା। ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ। 10 ବାହାରେ ବହୁତ ଲୋକ ଜମା ହୋଇଥିଲେ। ଧୂପ ଲାଗିବା ସମୟରେ ସେମାନେ ପ୍ରାର୍ଥନା କରୁଥିଲେ।

11 ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ। 12 ଜିଖରିୟ ସ୍ୱର୍ଗଦୂତଙ୍କୁ ଦେଖିବା ମାତ୍ରେ ବିଚଳିତ ଓ ବହୁତ ଭୟଭୀତ ହେଲେ। 13 କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ। 14 ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ। 15 ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ।

16 “ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି। 17 ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”

18 ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ତୁମ୍ଭେ ଯାହା କହୁଛ, ତାହା ସତ୍ୟ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢ଼ା ଲୋକ ଓ ମୋର ପତ୍ନୀ ମଧ୍ୟ ବୁଢ଼ୀ ହୋଇଗଲେଣି।”

19 ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ। ମୁଁ ପରମେଶ୍ୱରଙ୍କ ସାମନାରେ ଠିଆ ହୋଇଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଗ୍ଭର ଦେବାକୁ ପରମେଶ୍ୱର ମୋତେ ପଠାଇଛନ୍ତି। 20 ଏବେ ଶୁଣ! ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center