Old/New Testament
ନିରାପଦ ନଗରୀ
19 “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ତାହା ଅନ୍ୟ ଦେଶୀୟମାନଙ୍କର ଅଟେ। ସଦାପ୍ରଭୁ ସେହି ଜାତିମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେହିଠାରେ ବାସ କରିବ। ତୁମ୍ଭେମାନେ ତାଙ୍କର ଗୃହ ଓ ସହରଗୁଡ଼ିକ ଅଧିକାର କରିବ। ଏବଂ ଏଗୁଡ଼ିକ ହେବାପରେ, 2-3 ତୁମ୍ଭେମାନେ ସେହି ଦେଶକୁ ତିନି ଭାଗରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରତ୍ୟେକ ଅଂଶରେ ଏକ ନଗର ନିର୍ମାଣ କର ଯାହାକି ସେହି ଅଞ୍ଚଳ ମଧ୍ୟବର୍ତ୍ତୀ ହେବ। ଏବଂ ଏହା ପରେ ସେହି ନଗରକୁ ସବୁଆଡ଼ୁ ରାସ୍ତା ନିର୍ମାଣ କର। ଏହା ପରେ ସେଠାରେ ଯେକେହି ଦୁର୍ଘଟଣା ବଶତଃ ଅନ୍ୟକୁ ହତ୍ୟା କରେ, ସେ ସେହି ନିରାପଦ ନଗରକୁ ଯାଇ ନିରାପଦରେ ରହିପାରେ।
4 “ସେହି ନଗରକୁ ଯେଉଁ ନରହତ୍ୟାକାରୀମାନେ ଯିବେ, ସେମାନେ ଜାଣିଶୁଣି ନରହତ୍ୟା କରି ନ ଥିବେ। ଅଜ୍ଞାତ ସାରରେ ଏବଂ ସେ ଯାହାକୁ ହତ୍ୟା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସେହି ଲୋକମାନେ କେବଳ ସେଠାକୁ ଯାଇ ଆଶ୍ରୟ ନେଇ ପାରିବ। 5 ଉଦାହରଣ ସ୍ୱରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକୁ କାଠ କାଟିବାକୁ ଯାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରୁ ବାହାରି କାଠରେ ନ ବାଜି ଅନ୍ୟ ଲୋକ ଜଣକୁ ଆଘାତ କରେ ଏବଂ ସେହି ଲୋକ ଜଣକର ମୃତ୍ୟୁ ଘଟେ। ଯେଉଁ ଲୋକ ଟାଙ୍ଗିଆ ବୁଲାଉଥିଲା। ସେ ସେହି ତିନି ନଗରକୁ ପଳାଇଯାଇ ନିରାପଦରେ ରହିପାରିବ। 6 ଯଦି ନଗରଟି ସେଠାରୁ ବହୁତ ଦୂରରେ ଥାଏ। ଯଦି ସେଠାକୁ ଶୀଘ୍ର ଦୌଡ଼ି ନ ଯାଇପାରେ ତେବେ ରକ୍ତର ପ୍ରତିହନ୍ତା ତପ୍ତତିତ୍ତ ହୋଇ ନରହତ୍ୟା କାରୀର ପଛେ ଗୋଡ଼ାଇ ଦୂରପଥ ସକାଶୁ ତାହାକୁ ଧରି ଜୀବନରେ ମାରି ଦେବ। ମାତ୍ର ସେହି ଲୋକ ପ୍ରାଣଦଣ୍ତ ଯୋଗ୍ୟ ନୁହେଁ। କାରଣ ତାହା ପୂର୍ବରୁ ତାହାକୁ ହିଂସା କରୁ ନ ଥିଲା। 7 ଏଥିପାଇଁ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ପୃଥକ ନଗର ବାଛିବାକୁ କହୁଅଛି, ଯେଉଁ ନଗରୀଗୁଡ଼ିକ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବ।
8 “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଛନ୍ତି ଯେ ତୁମ୍ଭର ସୀମା ବୃଦ୍ଧି କରିବେ। ଯେଉଁ ଦେଶ ସେମାନଙ୍କୁ ଦେବାକୁ କହିଛନ୍ତି ତାହା ସବୁ ତୁମ୍ଭମାନଙ୍କୁ ଦେବେ। 9 ସେ ଏପରି କରିବେ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ସର୍ବାନ୍ତକରଣରେ, ମୁଁ ଆଜି କହୁଥିବା ତାଙ୍କର ଆଜ୍ଞାମାନ ପାଳନ କରିବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର ଏବଂ ତାଙ୍କର ଗ୍ଭହିଁବା ଅନୁସାରେ ତୁମ୍ଭେମାନେ ଚଳ। ଏହା ପରେ ପରମେଶ୍ୱର ତୁମ୍ଭମାନଙ୍କ ସୀମା ବୃଦ୍ଧି କଲେ ତୁମ୍ଭେମାନେ ଆଉ ତିନୋଟି ନିରାପଦ ନଗରୀ ନିର୍ମାଣ କରିବ। ସେଗୁଡ଼ିକ ପୂର୍ବ ନିରାପଦ ନଗର ସହିତ ସଂଯୁକ୍ତ କରିବ। 10 ତେବେ ଆଉ ନିରୀହ ଲୋକ କେହି ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ମୃତ୍ୟୁବରଣ କରିବେ ନାହିଁ। ଏବଂ ତୁମ୍ଭେମାନେ ନିରୀହମାନଙ୍କର ରକ୍ତପାତରେ ଦୋଷୀ ହେବ ନାହିଁ।
11 “ଏହା ଏପରି ହୋଇପାରେ ଯେ, କେହି ଜଣେ ଲୁଚି ରହିବ ଏବଂ ଫାନ୍ଦରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକୁ ସେ ଘୃଣା କରେ ତାକୁ ହତ୍ୟା କରିବାକୁ ଏବଂ ତାକୁ ହତ୍ୟା କରିବା ପରେ, ଧରାଯାଉ ସେ ସେହି ନଗରମାନଙ୍କରୁ ଏକ ନଗରକୁ ଦୌଡ଼େ ଓ ଏକ ନିରାପଦ ନଗରରେ ରହେ। 12 ଯଦି ଏପରି ଘଟେ, ତେବେ ତା’ର ନଗରର ପ୍ରାଚୀନମାନେ ତାକୁ ଡାକି ପଠାଇବେ ଏବଂ ତାକୁ ଫେରାଇ ଆଣିବେ। ଏବଂ ତାହାକୁ ହତ୍ୟା କରିବା ପାଇଁ ରକ୍ତର ପ୍ରତିହନ୍ତାର ହସ୍ତରେ ସମର୍ପଣ କରିବେ। ଏବଂ ତାକୁ ହତ୍ୟା କରାଯିବା ଉଚିତ୍। 13 ତୁମ୍ଭେମାନେ ତା’ ପାଇଁ ଦୁଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧୀ ଲୋକକୁ ହତ୍ୟାକରି ପାପ କରିଛି। ତୁମ୍ଭେମାନେ ଇସ୍ରାଏଲରୁ ନିରୀହମାନଙ୍କର ରକ୍ତପାତ ଦୋଷରୁ ମୁକ୍ତି ପାଇବା ଉଚିତ୍। ତାହାହେଲେ କେବଳ ତୁମ୍ଭମାନଙ୍କର ମଙ୍ଗଳ ହେବ।
ସମ୍ପତ୍ତିର ଚିହ୍ନଟ
14 “ତୁମ୍ଭେମାନେ ଭୂମିରେ ଥିବା ପଥର ଚିହ୍ନକୁ ଘୁଞ୍ଚାଇବ ନାହିଁ। ଏହି ପଥର ଚିହ୍ନ ଅତୀତରେ ଦିଆଯାଇଥିବା ଭୂମିକୁ ଚିହ୍ନଟ କରିବା ପାଇଁ ସେହି ପଥର ଚିହ୍ନକୁ ପରିବର୍ତ୍ତନ କରିବ ନାହିଁ। ସେହି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦେବେ।
ସାକ୍ଷୀଗଣ
15 “ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା’ର ଦୋଷ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ଯଥେଷ୍ଟ ନୁହେଁ। ସେହି ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୁଇଟି, ତିନୋଟି ସାକ୍ଷୀ ଯଥେଷ୍ଟ ହେବ।
16 “ଧରାଯାଉ ଜଣେ ଅଧର୍ମୀ ଲୋକ ତା’ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବା ପାଇଁ ଛିଡ଼ା ହୁଏ। 17 ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗରେ ଛିଡ଼ା ହେବେ। 18 ବିଗ୍ଭରକର୍ତ୍ତାମାନେ ନିଶ୍ଚୟ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବେ। ସଠିକ୍ ଭାବରେ ଅନୁସନ୍ଧାନ କରିବେ। ଆଉ ଯଦି ସେମାନେ ଦେଖିଲେ ସେହି ଲୋକ ମିଥ୍ୟା ସାକ୍ଷ୍ୟ ଦେଇଛି, 19 ତେବେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହା ପ୍ରତି ସେହିପରି କରିବ ଏବଂ ଏହି ପ୍ରକାରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍ଟତା ଦୂର କରିବା ଉଚିତ୍। 20 ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ। ସେହି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ।
21 “ସେହି ଲୋକମାନଙ୍କୁ ଦଣ୍ତଦେବା ସମୟରେ ତୁମ୍ଭେମାନେ ଦୁଃଖ କରିବା ଉଚିତ୍ ନୁହଁ। ଯଦି କେହି ଜଣେ ଅନ୍ୟ ଜୀବନ ନେଇ ଥାଏ ତେବେ ତାକୁ ତାହାର ଜୀବନ ଦେବା ଉଚିତ୍। ନିୟମ ଏପରି ହେବ, ଆଖି ପାଇଁ ଆଖି ଦେବାକୁ ପଡ଼ିବ, ଦାନ୍ତ ପାଇଁ ଦାନ୍ତ ଦେବାକୁ ପଡ଼ିବ, ହାତ ବଦଳରେ ହାତ ଓ ଗୋଡ଼ ବଦଳରେ ଗୋଡ଼ ଦେବାକୁ ପଡ଼ିବ।
ଯୁଦ୍ଧର ନିୟମ
20 “ଯେତେବେଳେ ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭେମାନେ ତାଙ୍କର ଅନେକ ଅଶ୍ୱାରୋହୀ, ରଥାରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ୟକ ସୈନ୍ୟ ଥା’ନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଭୟ କରିବାର କିଛି ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସେହି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ୟରୁ ବାହାରକରି ଆଣିଛନ୍ତି।
2 “ଯେତେବେଳେ ତୁମ୍ଭେମାନେ ଯୁଦ୍ଧକୁ ଯିବ, ସେ ସମୟରେ ଯାଜକମାନେ ସୈନ୍ୟମାନଙ୍କ ପାଖକୁ ଯାଇ କହିବେ, 3 ‘ହେ ଇସ୍ରାଏଲବାସୀ, ମୋର କଥା ଶୁଣ। ଆଜି ତୁମ୍ଭେମାନେ ତୁମ୍ଭର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବ। ତୁମ୍ଭେମାନେ କେବେ ଭୟ କରିବ ନାହିଁ, ତୁମ୍ଭମାନଙ୍କର ହୃଦୟ ଦୁର୍ବଳ କର ନାହିଁ। 4 କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧରେ ସାହାଯ୍ୟ କରିବେ ଓ ସେ ତୁମ୍ଭକୁ ଯୁଦ୍ଧରେ ଜୟ ଯୁକ୍ତ କରାଇବେ।’
5 “ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, ‘ଯେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା’ର ଆପଣା ଗୃହକୁ ଯାଉ। ନଚେତ୍ ସେ ଯେବେ ମରିଯାଏ, ତେବେ ଅନ୍ୟ ଲୋକ ସେ ଗୃହରେ ପ୍ରବେଶ କରିବ। 6 ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ କାରଣ ଯଦି ସେ ଯୁଦ୍ଧରେ ମରିଯାଏ, ତେବେ ଅନ୍ୟ କେହି ସେହି ଜମିକୁ ଭୋଗ କରିବ। 7 ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ୱୀକୃତି ହୋଇଛି କିନ୍ତୁ ତାକୁ ଏପର୍ଯ୍ୟନ୍ତ ବିବାହ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ। ଯଦି ସେ ଯୁଦ୍ଧରେ ମରିଯାଏ, ଅନ୍ୟ କେହି ତାକୁ ବିବାହ କରିବ।’
8 “ଅଧିକାରୀଗଣ ଲୋକମାନଙ୍କୁ କହିବେ, ‘ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି କି? ସେ ଫେରି ଆପଣା ଗୃହକୁ ଯାଉ, ଯେମିତି ସେ ତା’ର ଭାଇର ହୃଦୟକୁ ଭୟରେ ତରଳାଇ ନ ଦେଉ।’ 9 ଅଧ୍ୟକ୍ଷଗଣ ସୈନ୍ୟମାନଙ୍କ ସହିତ କଥା ସମାପ୍ତ କରିବା ପରେ, ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।
10 “ଯେତେବେଳେ ତୁମ୍ଭେମାନେ ଗୋଟିଏ ନଗରକୁ ଆକ୍ରମଣ କରିବାକୁ ଯିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘୋଷଣା କର। 11 ଯଦି ସେମାନେ ତୁମ୍ଭମାନଙ୍କ ସନ୍ଧିରେ ରାଜି ହୋଇ ତୁମ୍ଭମାନଙ୍କ ନଗର ଗୁଡ଼ିକ ପାଇଁ ଦ୍ୱାର ଉନ୍ମୁକ୍ତ କରନ୍ତି, ତେବେ ସେହି ସହରର ସମସ୍ତ ଲୋକମାନେ ତୁମ୍ଭ ପାଇଁ କାମ କରିବାକୁ ବାଧ୍ୟ ଏବଂ ତୁମ୍ଭମାନଙ୍କର ଦାସ ହେବେ। 12 ଯଦି ସେହି ନଗରର ଲୋକମାନେ ତୁମ୍ଭର ସନ୍ଧିରେ ରାଜି ନ ହୁଅନ୍ତି। ତୁମ୍ଭମାନଙ୍କ ସହିତ ଯୁଦ୍ଧ କରନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଘେରି ଯିବ। 13 ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବ। 14 କିନ୍ତୁ ସ୍ତ୍ରୀ, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ୟ ତୁମ୍ଭ ନିଜ ପାଇଁ ନେଇଯାଅ। ତୁମ୍ଭେ ଯାହା ବ୍ୟବହାର କରିବାକୁ ଗ୍ଭହଁ ତୁମ୍ଭର ନେବା ଓ ବ୍ୟବହାର କରିବା ଉଚିତ୍। ଏହିସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ୟ ଦ୍ରବ୍ୟ ରୂପେ ଦେଇଛନ୍ତି। 15 ଯେଉଁସବୁ ନଗର ଏହି ପାଖାପାଖି ଗୋଷ୍ଠୀୟମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ସମସ୍ତ ନଗର ପ୍ରତି ଏହା କର।
16 “ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ୱାସଧାରୀ କାହାରିକି ସଜୀବ ରଖିବ ନାହଁ। 17 ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ। 18 କାରଣ ସେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବା ପାଇଁ। ସେମାନେ ତାଙ୍କ ଦେବଗଣଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ।
19 “ଯେତେବେଳେ ତୁମ୍ଭେମାନେ ବାହୁବଳଦ୍ୱାରା ଅବରୋଧ କରିବ। ସେତେବେଳେ ତୁମ୍ଭେମାନେ ନଗରମାନଙ୍କରେ ଥିବା ଗଛମାନଙ୍କୁ କାଟିବ ନାହିଁ। ତୁମ୍ଭେମାନେ ତାହାର ଫଳ ଖାଇ ପାରିବ। ସେହି ବୃକ୍ଷମାନେ ତୁମ୍ଭର ଶତ୍ରୁ ନୁହନ୍ତି ତେଣୁ ସେମାନଙ୍କୁ ତୁମ୍ଭେ କାଟିବ ନାହିଁ। 20 କିନ୍ତୁ ତୁମ୍ଭେମାନେ ଫଳ ନ ଫଳୁଥିବା ବୃକ୍ଷମାନକୁ କାଟି ପାରିବ। ସେଥିରେ ତୁମ୍ଭେମାନେ ଯୁଦ୍ଧାସ୍ତ୍ର ନିର୍ମାଣ କରି ସେହି ନଗର ବିରୁଦ୍ଧରେ ଯୁଦ୍ଧ କରିବ। ସେହି ନଗର ପତନ ପର୍ଯ୍ୟନ୍ତ ତୁମ୍ଭେ ଏହିପରି କରିବ।
ଯଦି କୌଣସି ବ୍ୟକ୍ତି ମୃତ ଅବସ୍ଥାରେ ମିଳେ
21 “ଧରାଯାଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କ ଅଧିକାରାର୍ଥେ ସେହି ଦେଶରେ ଯେଉଁ କ୍ଷେତ ଦେଇଛନ୍ତି, ସେହି ଭୂମିର କ୍ଷେତ୍ର ମଧ୍ୟରେ ଯେବେ କୌଣସିଠାରେ ଏକ ମୃତ ଶରୀର ମିଳେ, ତାକୁ ହତ୍ୟା କରିଥିବା ଲୋକ ଯଦି ଜଣା ନ ପଡ଼େ। 2 ତେବେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତୁର୍ପାର୍ଶ୍ୱରେ ଥିବା ପ୍ରତ୍ୟେକ ନଗରକୁ ମାପିବେ। 3 ସେହି ମୃତ ଲୋକଠାରୁ ଯେଉଁ ନଗର ନିକଟବର୍ତ୍ତୀ ହେବ, ତା’ର ପ୍ରାଚୀନବର୍ଗ ଗୋଠରୁ ଏପରି ବାଛୁରି ନେବେ ଯାହା କେବେ କାମ କରି ନାହିଁ କିଅବା ଯୁଆଳି ଟାଣି ନାହିଁ। 4 ସେହି ନଗରର ପ୍ରାଚୀନବର୍ଗମାନେ ସେହି ବାଛୁରିକୁ ଏକ ଜଳ ଉପତ୍ୟକାକୁ ନେବେ ଯେଉଁଠାରେ ଜଳପ୍ଳାବିତ ହେଉଥିବ ଓ ସେହି ସ୍ଥାନ କେବେ ଗ୍ଭଷ କରାଯାଇ ନ ଥିବ କିଅବା କୌଣସି ବୃକ୍ଷ ସେଠାରେ ଲଗାଯାଇ ନ ଥିବ। ଏହା ପରେ ସେହି ଉପତ୍ୟକାରେ ଉକ୍ତ ବାଛୁରିଟିର ବେକକୁ ଭାଙ୍ଗି ଦେବେ। 5 ଏହା ପରେ ଲେବୀ ବଂଶଧର ଯାଜକମାନେ ତାହା ନିକଟକୁ ଆସିବେ କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି। ଏଣୁ ସେମାନଙ୍କ ବାକ୍ୟ ଅନୁସାରେ ପ୍ରତ୍ୟେକ ବିରୋଧରେ ଓ ଆଘାତରେ ବିଗ୍ଭର ହେବ। 6 ଏହା ପରେ ମୃତ ଲୋକର ବନ୍ଧୁବାନ୍ଧବ ଓ ସେହି ନଗରର ସମସ୍ତ ପ୍ରଚୀନବର୍ଗ, ଉପତ୍ୟକାରେ ସେହି ବାଛୁରି ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ। 7 ଏବଂ ସେମାନେ ଉତ୍ତର ଦେଇ କହିବେ, ‘ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ। କିଅବା ଏହାକୁ କିଏ ହତ୍ୟା କରିଛି ଆମ୍ଭେ ଏହା ଦେଖି ନାହୁଁ। 8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲର ଲୋକମାନଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର। ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ ଦୋଷ ରହିବାକୁ ଦିଅ ନାହିଁ।’ ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ ଦୋଷ କ୍ଷମା ହେବ। 9 ତୁମ୍ଭମାନଙ୍କ ମଧ୍ୟରୁ ନିରୀହମାନଙ୍କର ହତ୍ୟା ଜନିତ ପାପ ମୋଚନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କାର୍ଯ୍ୟ କରିବା ଉଚିତ୍।
ଯୁଦ୍ଧରେ ବନ୍ଦୀ ହୋଇଥିବା ନାରୀ
10 “ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେମାନେ ସେମାନଙ୍କୁ ବନ୍ଦୀକରି ଘେନିଯାଅ। 11 ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ ଯେବେ ତାହାକୁ ବିବାହ କରିବାକୁ ଇଚ୍ଛା କର, 12 ତେବେ ତୁମ୍ଭେ ତାହାକୁ ଆପଣା ଗୃହକୁ ଆଣିବ ପୁଣି ସେ ଆପଣା ମସ୍ତକ ମଣ୍ତନ କରି ନଖ କାଟିବ। 13 ଆଉ ତା’ପରେ ସେ ବନ୍ଦୀଥିବା ଅବସ୍ଥାରେ ପିନ୍ଧିଥିବା ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକ ମାସ ବିଳାପ କରିବ। ଏହା ପରେ ତୁମ୍ଭେ ତା’ ସହିତ ମିଳାମିଶା ସହବାସ କରିବ ଓ ତା’ର ସ୍ୱାମୀ ହେବ ଏବଂ ସେ ତୁମ୍ଭର ସ୍ତ୍ରୀ ହେବ। 14 ଯେବେ ତାହା ଉପରେ ତୁମ୍ଭେ ସନ୍ତୁଷ୍ଟ ନୁହଁ, ତେବେ ତୁମ୍ଭେ ତାକୁ ଛାଡ଼ପତ୍ର ଦେବ ଏବଂ ତା’ର ଇଚ୍ଛା ଅନୁସାରେ ତାକୁ ଯିବାକୁ ଦେବ। ମାତ୍ର ଟଙ୍କା ବିନିମୟରେ ତାକୁ କାହାକୁ ବିକିବ ନାହିଁ। ତୁମ୍ଭେ ତା’ ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।
ଜ୍ୟେଷ୍ଠ ସନ୍ତାନ
15 “ଯଦି କୌଣସି ଲୋକର ଦୁଇଟି ସ୍ତ୍ରୀ ଥାଏ, ସେ ଜଣକୁ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସେହି ଦୁଇଜଣ ଯାକ ତୁମ୍ଭର ପୁତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପୁତ୍ରକୁ ତୁମ୍ଭେ ଭଲ ପାଉ ନ ଥିବା ସ୍ତ୍ରୀ ଜନ୍ମ ଦେଇଥାଏ। 16 ଯେତେବେଳେ ସେହି ଲୋକ ତା’ର ସମ୍ପତ୍ତି ବାଣ୍ଟିବ ତା’ର ପିଲାମାନଙ୍କ ମଧ୍ୟରେ ଜ୍ୟେଷ୍ଠତାର ଅଧିକାର ସେ ପ୍ରିୟର ପୁତ୍ରକୁ ଦେଇ ପାରିବ ନାହିଁ। 17 ମାତ୍ର ସେ ଅପ୍ରିୟର ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବଶ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ। କାରଣ ସେ ତା’ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜ୍ୟେଷ୍ଠ ଅଧିକାର ତା’ର ଅଟେ।
ଯେଉଁ ସନ୍ତାନମାନେ ମାନିବାକୁ ବାରଣ କରନ୍ତି
18 “ଯେବେ କାହାର ପୁତ୍ର ଅବାଧ୍ୟ ଓ ପିତାମାତାଙ୍କ କଥା ପାଳନ ନ କରେ, ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସେମାନଙ୍କ ତାଗିଦ୍ସତ୍ତ୍ୱେ ସେ ତାହା ପ୍ରତି କର୍ଣ୍ଣପାତ ମଧ୍ୟ କରେ ନାହିଁ। 19 ତେବେ ତାହାର ପିତାମାତା ତାହାକୁ ଧରି ନଗରସ୍ଥ ଫାଟକ ନିକଟରେ ଥିବା ପ୍ରାଚୀନବର୍ଗଙ୍କ ନିକଟକୁ ନେବା ଉଚିତ୍। 20 ସେମାନେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତୁ, ‘ଆମ୍ଭ ପୁତ୍ର ଅବାଧ୍ୟ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ୟଧିକ ଖାଦ୍ୟ ଓ ପ୍ରଚୁର ଦ୍ରାକ୍ଷାରସ ପାନ କରୁଛି।’ 21 ତା’ପରେ ନଗରର ବ୍ୟକ୍ତିମାନେ ତାକୁ ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରୁ ମନ୍ଦ ଦୂର କରିବା ଉଚିତ୍। ଇସ୍ରାଏଲର ଲୋକମାନେ ଏହା ଶୁଣି ଭୟଭୀତ ହେବେ।
ଅପରାଧୀମାନଙ୍କୁ ହତ୍ୟାକରି ଗଛରେ ଟଙ୍ଗାଇ ଦିଆଯାଏ
22 “ଯଦି କୌଣସି ବ୍ୟକ୍ତି କୌଣସି ଦୋଷ କରେ ଯାହାକି ମୃତ୍ୟୁଦଣ୍ତ ଯୋଗ୍ୟ ହୁଏ, ତାକୁ ହତ୍ୟା କରାଯିବା ଉଚିତ୍” ଏବଂ ତା’ର ଶରୀରକୁ ଗୋଟିଏ ଗଛରେ ଝୁଲାଇ ଦେବା ଉଚିତ୍। 23 କିନ୍ତୁ ତା’ର ମୃତ ଶରୀରକୁ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନୁହଁ। ତା’ର ମୃତ ଶରୀରକୁ ସେହି ଏକା ଦିନରେ କବର ଦିଆଯିବା ଉଚିତ୍। କାରଣ, କେହି ବ୍ୟକ୍ତି ଗଛରେ ଝୁଲା ହୋଇ ରହିଲେ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଗ୍ରସ୍ତ ହୁଏ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଭୂମି ଦେଇଛନ୍ତି ତୁମ୍ଭେ ତାହାକୁ ଅଶୁଚି କର ନାହିଁ।
21 “ସେହି ଦିନମାନଙ୍କରେ କେତେକ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ‘ଦେଖ ଏଠାରେ ଯୀଶୁ ଅଛନ୍ତି’ କିମ୍ବା’ ଦେଖ ସେଠାରେ ସେ ଅଛନ୍ତି’ ତୁମ୍ଭେ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 22 ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ଦେଖାଦେବେ ସେମାନେ ଅଦ୍ଭୂତ କାମ ଓ ଆଶ୍ଚର୍ଯ୍ୟକାର୍ଯ୍ୟ କରିବେ। ସମ୍ଭବ ହେଲେ, ପରମେଶ୍ୱର ବାଛିଥିବା ଲୋକମାନଙ୍କୁ ସେମାନେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ। 23 ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ଯଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚେତେଇ ଦେଉଛି।
24 “ସେହି ଦିନମାନଙ୍କରେ ଏହି ବଡ଼ ବିପଦର ସମୟ ଗ୍ଭଲି ଗଲାପରେ
‘ସୂର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ,
ଚନ୍ଦ୍ର ତା’ର ଆଲୋକ ଦେବ ନାହିଁ।
25 ଆକାଶରୁ ତାରାମାନେ ଖସି ପଡ଼ିବେ,
ଆକାଶରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡ଼ିକ ଦୋହଲି ଯିବ।’ (A)
26 “ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧ୍ୟରେ ଆସିବାର ଦେଖିବେ। 27 ମନୁଷ୍ୟପୁତ୍ର ପୃଥିବୀର ଗ୍ଭରି ଆଡ଼କୁ ତାହାଙ୍କ ସ୍ୱର୍ଗ ଦୂତମାନଙ୍କୁ ପଠାଇବେ। ସେମାନେ ତାହାଙ୍କ ଦ୍ୱାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରତ୍ୟେକ ସ୍ଥାନରୁ ଆଣି ଏକାଠି କରିବେ।
28 “ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି। 29 ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’ [a] ନିକଟରେ ଆସି ପହଞ୍ଚିଗଲାଣି। 30 ମୁଁ ତୁମ୍ଭକୁ ସତ୍ୟ କହୁଛି। ଏହି ପିଢ଼ିର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 31 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋ’ କହିଥିବା ବାକ୍ୟ କେବେ ହେଲେ ନଷ୍ଟ ହେବ ନାହିଁ।
32 “ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି। 33 ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ।
34 “ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା’ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ। 35 ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି। 36 ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। 37 ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।”
2010 by World Bible Translation Center