Old/New Testament
ବିଲିୟମର ପ୍ରଥମ ବାର୍ତ୍ତା
23 ତା’ପରେ ବିଲିୟମ ବାଲାକକୁ କହିଲେ, “ଏଠାରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର। ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ମେଷ ପ୍ରସ୍ତୁତ କର।” 2 ବାଲାକ୍ ବିଲିୟମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
3 ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।
4 ପରମେଶ୍ୱର ବିଲିୟମକୁ ସାକ୍ଷାତ କଲେ। ତହିଁରେ ବିଲିୟମ ସଦାପ୍ରଭୁଙ୍କୁ କହିଲେ, “ମୁଁ ସାତୋଟି ଯଜ୍ଞବେଦି ନିର୍ମାଣ କରିଅଛି ଓ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଷଣ୍ଢ ଓ ଏକ ଅଣ୍ତିରା ମେଷ ବଳିଦାନ କରିଅଛି।”
5 ସେତେବେଳେ ସଦାପ୍ରଭୁ ବିଲିୟମର ମୁଖରେ ଏକ ବାକ୍ୟ ଦେଇ ତାକୁ କହିଲେ, “ତୁମ୍ଭେ ବାଲାକ୍ ନିକଟକୁ ଫେରିଯାଅ, ତାକୁ ଏହିରୂପେ କୁହ।”
6 ତେଣୁ ବିଲିୟମ ବାଲାକ୍ ନିକଟକୁ ଫେରି ଯାଇ ଦେଖିଲେ, ବାଲାକ୍ ତଥାପି ଯଜ୍ଞବେଦି ନିକଟରେ ଛିଡ଼ା ହୋଇଛନ୍ତି ଓ ମୋୟାବର ଅଧିପତିଗଣ ତାଙ୍କ ସହିତ ଛିଡ଼ା ହୋଇ ଅଛନ୍ତି। 7 ତହୁଁ ବିଲିୟମ କହିଲେ,
“ମୋୟାବର ରାଜା ବାଲାକ୍,
ଅରାମଠାରୁ ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀରୁ ମୋତେ ଆଣିଅଛି।
‘ଆସ, ଏବଂ ମୋ’ ନିମନ୍ତେ ଯାକୁବକୁ ଶାପ ଦିଅ।
ଇସ୍ରାଏଲକୁ ଅଭିଶାପ ଦେବା ପାଇଁ ଆଉଥରେ ଆସ।’
8 ପରମେଶ୍ୱର ଯାହାକୁ ଶାପ ଦେଇନାହାନ୍ତି
ମୁଁ କିପରି ତାକୁ ଶାପ ଦେବି?
ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି,
ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?
9 ମୁଁ ସେମାନଙ୍କୁ ପର୍ବତ ଶିଖରରୁ ଦେଖୁଅଛି।
ମୁଁ ସେମାନଙ୍କୁ ଗିରି ଶ୍ରେଣିରୁ ଦେଖୁଅଛି।
ସେମାନେ ନିଜ ପାଇଁ ବଞ୍ଚନ୍ତି।
ସେମାନେ ନିଜକୁ ଦେଶର ଏକ ଅଂଶ ବୋଲି ବିବେଚନା କରନ୍ତି ନାହିଁ।
10 ଯାକୁବର ପରିବାରକୁ କିଏ ଗଣିପାରିବ?
ଯେହେତୁ ସେମାନେ ଧୂଳି କଣିକାପରି?
ଏପରିକି ଇସ୍ରାଏଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ୟ କେହି ଗଣି ପାରିବେ ନାହିଁ।
ଧାର୍ମିକ ମନୁଷ୍ୟ ରୂପେ ମୋତେ ମରିବାକୁ ଦିଅ।
ମୋର ଭବିଷ୍ୟଦ୍ ଇସ୍ରାଏଲର ତୁଲ୍ୟ ହେଉ।”
11 ଏଥିରେ ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କ’ଣ କଲ? ଆମ୍ଭେ ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସେମାନଙ୍କୁ ଆଶୀର୍ବାଦ କଲ।”
12 ମାତ୍ର ବିଲିୟମ ଉତ୍ତର କଲା, “ସଦାପ୍ରଭୁ ମୋ’ ମୁହଁରେ ଯାହା କହନ୍ତି, ତାହା ହିଁ କରିବା କ’ଣ ମୋର ଉଚିତ୍ ନୁହେଁ?”
13 ଏହା ପରେ ବାଲାକ୍ କହିଲେ, “ଦୟାକରି, ତୁମ୍ଭେ ମୋ’ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ। ତୁମ୍ଭେ କେବଳ ସେମାନଙ୍କୁ ଦେଖିବ ଯେଉଁମାନେ ଶେଷ ଭାଗରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖି ପାରିବ ନାହିଁ। ସେହିଠାରୁ ମୋ’ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।” 14 ବାଲାକ୍ ବିଲିୟମକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଗଲେ ଏବଂ ସେହି ସ୍ଥାନରେ ସାତୋଟି ଯଜ୍ଞବେଦି ନିର୍ମାଣ କଲେ ଏବଂ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଷଣ୍ଢ ଓ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।
15 ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ତୁମ୍ଭର ହୋମବଳି ନିକଟରେ ଛିଡ଼ାହୁଅ। ମୁଁ ସେହି ସ୍ଥାନରେ ପରମେଶ୍ୱରଙ୍କୁ ସାକ୍ଷାତ କରିବି।”
16 ସଦାପ୍ରଭୁ ବିଲିୟମ ସହିତ ସାକ୍ଷାତ କଲେ ଓ ତାହାର ମୁଖରେ ବାକ୍ୟ ଦେଲେ, “ତୁମ୍ଭେ ବାଲାକ୍ ନିକଟକୁ ଯାଅ ଏବଂ ତାକୁ ଏହା କୁହ। 17 ତହୁଁ ସେ ବାଲାକ୍ ନିକଟକୁ ଫେରି ଆସିଲେ ଏବଂ ତାକୁ ନିଜର ଯଜ୍ଞବେଦି ନିକଟରେ ଛିଡ଼ା ହୋଇଥିବାର ଦେଖିଲେ। ମୋୟାବର କୁଳୀନମାନେ ମଧ୍ୟ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କ’ଣ କହିଲେ?”
ବିଲିୟମଙ୍କ ଦ୍ୱିତୀୟବାର୍ତ୍ତା
18 ତା’ପରେ ବିଲିୟମ କହିଲେ,
“ହେ ବାଲାକ୍, ଉଠ ଏବଂ ମୋ’ କଥା ଶୁଣ,
ହେ ସିପ୍ପୋରର ପୁତ୍ର, ଦୟାକରି ମୋ’ କଥାକୁ ତୁମ୍ଭର କର୍ଣ୍ଣ ଦିଅ।
19 ପରମେଶ୍ୱର ମନୁଷ୍ୟ ନୁହନ୍ତି,
ସେ ମିଥ୍ୟା କହିବେ ନାହିଁ।
ସେ ମଧ୍ୟ ମନୁଷ୍ୟ ନୁହନ୍ତି।
ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ।
ସେ କହିବେ କି ଯାହା ସେ କରିବେ ନାହିଁ? ନା!
ସେ କହିବେ କି ଏବଂ ତାହା ହେବ ନାହିଁ? ନା!
20 ଦେଖ, ସଦାପ୍ରଭୁ ମୋତେ ଆଶୀର୍ବାଦ କରିବାକୁ ଆଜ୍ଞା ଦେଇଛନ୍ତି।
ସେ ନିଜେ ମଧ୍ୟ ଆଶୀର୍ବାଦ କରିଛନ୍ତି।
ଏଣୁ ମୁଁ ଏହା ଅନ୍ୟଥା କରି ନ ପାରେ।
21 ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ।
ଏବଂ ଇସ୍ରାଏଲ ମଧ୍ୟରେ ପାପ ଦେଖି ନାହାନ୍ତି।
ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କ ସହିତ ଅଛନ୍ତି।
ସେମାନଙ୍କ ରାଜାଙ୍କର ଜୟଧ୍ୱନୀ ସେମାନଙ୍କ ମଧ୍ୟରେ ଥିଲା।
22 ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣି ଅଛନ୍ତି।
ସେମାନେ ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
23 କୈଣସି ଶକ୍ତି ଯାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ
କିମ୍ବା କୌଣସି ମନ୍ତ୍ର ଇସ୍ରାଏଲକୁ ନିବୃତ୍ତ କରି ପାରିବ ନାହିଁ।
ଏହି କ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ;
‘ପରମେଶ୍ୱର କି କର୍ମ କରିଅଛନ୍ତି।’
24 ଦେଖ ସେହି ଲୋକମାନେ ସିଂହ ବିକ୍ରମରେ ଲଢ଼ୁଛନ୍ତି।
ସେମାନେ ସିଂହ ପରି ଉଠୁଛନ୍ତି।
ଯେପର୍ଯ୍ୟନ୍ତ ସେ ସିଂହ ଶିକାର ଭୋଜନ ନ କରିଛି ଓ ହତ ଲୋକମାନଙ୍କର ରକ୍ତ ପାନ ନ କରିଛ,
ସେ ପର୍ଯ୍ୟନ୍ତ ଶୟନ କରିବ ନାହିଁ।”
25 ଅନନ୍ତର ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ କିମ୍ବା ଆଶୀର୍ବାଦ କର ନାହିଁ।”
26 ବିଲିୟମ ବାଲାକ୍କୁ କହିଲେ, “ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମୋତେ ଯାହା କହିବେ ମୁଁ ତାହା କରିବି।”
27 ତା’ପରେ ବାଲାକ୍ ବିଲିୟମକୁ କହିଲେ, “ମୁଁ ବିନୟ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବି। ଏହା ଏପରି ହୋଇପାରେ, ପରମେଶ୍ୱର ଦୟାପୂର୍ବକ ହୋଇ ସେ ସ୍ଥାନରେ ତୁମ୍ଭକୁ ଶାପ ଦେବାକୁ ଅନୁମତି ଦେଇ ପାରନ୍ତି।” 28 ଏଣୁ ବାଲାକ୍ ବିଲିୟମ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ।
29 ତହୁଁ ବିଲିୟମ ବାଲାକ୍କୁ କହିଲେ, “ଏହି ସ୍ଥାନରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ଅଣ୍ତିରା ମେଷ ଆୟୋଜନ କର।” 30 ତେଣୁ ବାଲାକ୍ ସେହି ଅନୁସାରେ କଲେ ଓ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।
ବିଲିୟମଙ୍କ ତୃତୀୟ ବାର୍ତ୍ତା
24 ବିଲିୟମ ହୃଦ୍ବୋଧ କଲେ ଯେ, ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବାକୁ ଗ୍ଭହିଁଲେ। ତେଣୁ ସେ ପୂର୍ବପରି କୌଣସି ନୈବେଦ୍ୟ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁଚ୍ଛାଟାରେ ମରୁଭୂମି ଆଡ଼େ ନିଜ ମୁଖ ରଖିଲା। 2 ବିଲିୟମ ଦେଖିଲା ଯେ, ଇସ୍ରାଏଲର ଲୋକମାନେ ସେମାନଙ୍କର ପରିବାରବର୍ଗ ଅନୁସାରେ ରହିଲେ। ତା’ପରେ ପରମେଶ୍ୱରଙ୍କର ଆତ୍ମା ବିଲିୟମ ଉପରକୁ ଆସିଲା। 3 ଆଉ ବିଲିୟମ କହିଲା,
“ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା ଅଟେ।
ଏହା ଜଣେ ମନୁଷ୍ୟର ବାର୍ତ୍ତା ଅଟେ, ଯିଏ ସ୍ପଷ୍ଟ ଭାବରେ ଦେଖେ।
4 ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ।
ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛ।
ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କଲା, କିନ୍ତୁ ତା’ର ଚକ୍ଷୁଗୁଡ଼ିକ ଖୋଲା ଥିଲା।
5 “ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର!
ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କେଡ଼େ ମନୋହର।
6 ତୁମ୍ଭେମାନେ ଉପତ୍ୟକା ତୁଲ୍ୟ ବିସ୍ତାରିତ
ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ,
ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ
ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।
7 ସେମାନଙ୍କ କଳସରୁ ଜଳ ଉଚ୍ଛୁଳିବ,
ସେମାନଙ୍କର ବୀଜ ଅନେକ ଜଳରେ ପଡ଼ିବ,
ପୁଣି ସେମାନଙ୍କର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବ,
ସେମାନଙ୍କର ରାଜ୍ୟ ଉନ୍ନତ ହେବ।
8 “ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣିଛନ୍ତି।
ସେମାନେ, ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
ସେମାନେ ସେମାନଙ୍କର ବିରୋଧୀମାନଙ୍କୁ ପରାସ୍ତ କରିବେ
ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ୱାରା ସେମାନଙ୍କୁ ଭେଦ କରିବେ।
9 “ଇସ୍ରାଏଲ ବସିପଡ଼ୁଛି ଓ ସିଂହତୁଲ୍ୟ ଶୟନ କରୁଛି।
କିଏ ତାକୁ ଉଠାଇବାକୁ ଯାଉଛି,
ଯେକେହି ତୁମ୍ଭକୁ ଆଶୀର୍ବାଦ କରନ୍ତି,
ସେ ଆଶୀର୍ବାଦ ପ୍ରାପ୍ତ ହେବ।
ଯେକେହି ତୁମ୍ଭକୁ ଶାପ ଦିଅନ୍ତି,
ସେ ଶାପଗ୍ରସ୍ତ ହେବ।”
10 ବାଲାକ୍ ବିଲିୟମକୁ ରାଗିଗଲା। ବାଲାକ୍ ବିଲିୟମକୁ କହିଲା, “ମୁଁ ମୋର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ନିମନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସେମାନଙ୍କୁ ତିନିଥର ଆଶୀର୍ବାଦ କଲ। 11 ଏଣୁ ତୁମ୍ଭେ ଆପଣା ସ୍ଥାନକୁ ଯାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଗ୍ଭର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।”
12 ତହୁଁ ବିଲିୟମ ବାଲାକ୍କୁ କହିଲା, “ତୁମ୍ଭେ ମୋ’ ନିକଟକୁ ଯେଉଁ ଦୂତମାନଙ୍କୁ ପଠାଇଥିଲ, ମୁଁ ସେମାନଙ୍କୁ ଏହା କହିଥିଲି। 13 ‘ଯଦି ବାଲାକ୍ ମୋତେ ସୁନା, ରୂପା ପୂର୍ଣ୍ଣ ଆପଣା ଗୃହ ଦେବେ, ତେବେ ମୁଁ ନିଜ ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରକୁ ଯାଇ ପାରିବି ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।’ 14 ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ’ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।”
ବିଲିୟମଙ୍କ ଶେଷବାର୍ତ୍ତା
15 ଏଥିରେ ବିଲିୟମ କହିଲେ,
“ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା।
ଏହା ସେହି ମନୁଷ୍ୟର ବାର୍ତ୍ତା ଯିଏ ସ୍ପଷ୍ଟ ଭାବରେ ଦେଖେ।
16 ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ।
ସେ ଯିଏ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ବୁଝେ।
ସେହି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛି।
ସେ ହେଉଛି ଜଣେ, ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା’ର ଆଖିଗୁଡ଼ିକ ଖୋଲିଥାଏ।
17 “ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ।
ମୁଁ ତାଙ୍କର ଦର୍ଶନ ପାଉଅଛି, କିନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି।
ଯାକୁବଠାରୁ ଏକ ତାରା ଉଦିତ ହେବ
ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ଉତ୍ଥିତ ହେବ।
ମୋୟାବର ପାର୍ଶ୍ୱ ଭେଦ କରିବ
ଓ କଳହର ସମସ୍ତ ପରିବାରବର୍ଗକୁ ଚୂର୍ଣ୍ଣ କରିବ।
18 ଇସ୍ରାଏଲ ଶକ୍ତିଶାଳୀ ହେବ।
ସେ ଇଦୋମ ଅଧିକାର କରିବ।
ଶତ୍ରୁରାଜ୍ୟ ସେୟୀର ମଧ୍ୟ ଅଧିକାର କରିବ।
19 “ଯାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ।
ସେ ସେହି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”
20 ଏହା ପରେ ସେ ଅମାଲେକ ପ୍ରତି ଦୃଷ୍ଟିକରି ଗୀତରେ କହିଲା,
“ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା।
ମାତ୍ର ତାହା ମଧ୍ୟ ବିନଷ୍ଟ ହେବ।”
21 ତହୁଁ ସେ କେନୀୟମାନଙ୍କ ଆଡ଼କୁ ମୁହଁ କରି କହିଲା,
“ତୁମ୍ଭେ ଭାବୁଛ, ତୁମ୍ଭର ଦେଶ ଅତି ଦୃଢ଼
ଓ ତୁମ୍ଭର ଗୃହଗୁଡ଼ିକ ପଥୁରିଆ ଜାଗାର ଶୀର୍ଷରେ ଥିବା ପକ୍ଷୀବସା ପରି।
22 କିନ୍ତୁ କେନୀୟମାନେ କ୍ଷୟପ୍ରାପ୍ତ ହେବେ।
ଅଶୂର ତୁମ୍ଭକୁ ବନ୍ଦୀ କରି ନେଇଯିବ।”
23 ତା’ପରେ ବିଲିୟମ କହିଲା,
“ଯେତେବେଳେ ପରମେଶ୍ୱର ଏହା କରନ୍ତି, ସେତେବେଳେ କିଏ ବଞ୍ଚିବ?
24 ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ
ଓ ସେମାନେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ।
କିନ୍ତୁ ଏହି ଜାହାଜଗୁଡ଼ିକ ମଧ୍ୟ ଧ୍ୱଂସ ହେବେ।”
25 ତା’ପରେ ବିଲିୟମ ଉଠିଲା ଏବଂ ଗୃହକୁ ଫେରିଗଲା ଓ ବାଲାକ୍ ମଧ୍ୟ ନିଜ ବାଟରେ ଗ୍ଭଲିଗଲା।
ପିୟୋରରେ ଇସ୍ରାଏଲ
25 ଅନନ୍ତର ଇସ୍ରାଏଲର ଲୋକମାନେ ଶିଟୀମରେ ବାସ କଲେ। ସେତେବେଳେ ସେମାନେ ମୋୟାବର କନ୍ୟାମାନଙ୍କ ପ୍ରତି ବ୍ୟଭିଗ୍ଭର ପାପରେ ମାତି ରହିଲେ। 2 ସେମାନଙ୍କର ଭଣ୍ତ ଦେବତାଙ୍କୁ ବଳିଦେବା ନିମନ୍ତେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନେ ବଳିଦାନ ଭୋଜନ କଲେ ଓ ସେମାନଙ୍କ ଭଣ୍ତ ଦେବତାଗଣଙ୍କୁ ପୂଜା କଲେ। 3 ଇସ୍ରାଏଲ ନିଜକୁ ବାଲପୟୋରଙ୍କ ସହିତ ଯୋଗ ଦେଇଥିଲେ। ଏଣୁ ସଦାପ୍ରଭୁ ଇସ୍ରାଏଲ ସହିତ ବହୁତ କ୍ରୋଧ କଲେ।
4 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ନେତୃବର୍ଗଙ୍କୁ ହତ୍ୟା କର ଏବଂ ସର୍ବସାଧାରଣ ସମ୍ମୁଖରେ ସେମାନଙ୍କୁ ଖରାରେ ଟାଙ୍ଗି ଦିଅ। ତେବେ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲମାନଙ୍କଠାରୁ ଦୂରେଇ ଯିବ।”
5 ତେଣୁ ମୋଶା ଇସ୍ରାଏଲର ନେତୃବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ପରିବାର ବାଲପିୟୋର ସହିତ ଯୋଗ ଦେଇଥିବା ଲୋକମାନଙ୍କୁ ବାହାର କର ଓ ସେମାନଙ୍କୁ ହତ୍ୟା କର।”
6 ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିୟନୀୟା ସ୍ତ୍ରୀ କି ଆଣିଲା। ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ବିଳାପ କରୁଥିଲେ। 7 ତେଣୁ ହାରୋଣ ଯାଜକର ପୌତ୍ର, ଇଲିୟାସରର ପୁତ୍ର ପୀନହସ୍ ତାହା ଦେଖି ମଣ୍ତଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। 8 ତା’ପରେ ସେ ତମ୍ବୁ ଭିତରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପେଟକୁ ବର୍ଚ୍ଛାରେ ବିଦୀର୍ଣ୍ଣ କଲା, ଫଳରେ ଇସ୍ରାଏଲ ମଧ୍ୟରେ ମହାମାରୀ ବନ୍ଦ ହୋଇ ଗଲା। 9 ତଥାପି ଏହି ମହାମାରୀରେ 24,000 ଲୋକ ମରିଥିଲେ।
10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 11 “ପୀନହସ୍ ଯାଜକ ହାରୋଣର ନାତି ଏବଂ ଇଲିୟାସରର ପୁତ୍ର ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧ ଦେଖାଇବା ପାଇଁ ମୋତେ ଅଟକାଇଲେ। ମୋତେ କ୍ରୋଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ୍ ସେଥିରେ ବ୍ୟତିବ୍ୟସ୍ତ ହୋଇଗଲେ। ତେଣୁ ମୁଁ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ହତ୍ୟା କଲି ନାହିଁ। 12 ପୀନହସଙ୍କୁ କୁହ ଯେ, ମୁଁ ତାଙ୍କ ନିକଟରେ ବିଶେଷ ପ୍ରତିଜ୍ଞା କରୁଛି। 13 ତହୁଁ ତା’ ପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ରହିବ। କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ କ୍ରୋଧଭାବ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା।”
14 ଇସ୍ରାଏଲର ଯେଉଁ ପୁରୁଷ ମିଦିୟନୀୟ ସ୍ତ୍ରୀ ସହିତ ନିହତ ହୋଇଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂ ଶିମିୟୋନ ପରିବାରବର୍ଗର ନେତୃବର୍ଗ ଥିଲେ। 15 ପୁଣି ସେହି ମିଦିୟନୀୟା ସ୍ତ୍ରୀଲୋକ ଯିଏ ଇସ୍ରାଏଲର ପୁତ୍ର କସବୀ ସହିତ ହତ ହୋଇଥିଲା, ସେ ସୂରର କନ୍ୟା ଥିଲା। ସୂର ମିଦିୟନୀୟ ପରିବାରବର୍ଗର ଏକ ମୁଖ୍ୟ ଥିଲା।
16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 17 “ମିଦିୟନୀୟ ଲୋକମାନେ ତୁମ୍ଭର ଶତ୍ରୁ ତୁମ୍ଭେ ସେମାନଙ୍କୁ ବଧ କର। 18 ସେମାନେ ପିୟୋରରେ ତୁମ୍ଭକୁ ଠକି ଦେଲେ। ସେମାନେ ମିଦିୟନୀୟ ନେତାର କନ୍ୟା କସବୀ ସହିତ ତୁମ୍ଭକୁ ଠକି ଦେଇଛନ୍ତି। ସେହି ସ୍ତ୍ରୀ ଲୋକଟି ମହାମାରୀରେ ନିହତ ହେଲା। ଯାହା ପିୟୋରରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।”
14 ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରତ୍ୟେକ ଲୋକ ମୋର କଥା ଶୁଣ ଓ ବୁଝ। 15 ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ୟ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ। ବରଂ ଯେଉଁ ବସ୍ତୁ ମନୁଷ୍ୟର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପାରେ।’’ 16 [a]
17 ତା’ପରେ ଯୀଶୁ ଲୋକମାନଙ୍କୁ ଛାଡ଼ି ଘର ଭିତରକୁ ଗଲେ। ଶିଷ୍ୟମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟରେ ପଗ୍ଭରିଲେ। 18 ଯୀଶୁ କହିଲେ, “ତୁମ୍ଭେମାନେ ମଧ୍ୟ, ଅନ୍ୟମାନଙ୍କ ଭଳି କ’ଣ ବୁଝି ପାରିଲ ନାହିଁ? ତୁମ୍ଭେମାନେ କ’ଣ ବୁଝି ପାରୁ ନ ଯେ, ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସେହି ଲୋକକୁ ଦୂଷିତ କରିପାରେ ନାହିଁ। 19 କାରଣ ଖାଦ୍ୟ ତା’ର ହୃଦୟକୁ ନ ଯାଇ ପେଟ ଭିତରକୁ ଯାଏ ଓ ପୁଣି ମଳ ଆକାରରେ ବାହାରକୁ ବାହାରି ଯାଏ।” ଏହା କହି ଯୀଶୁ ସମସ୍ତ ଖାଦ୍ୟ-ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ।
20 ସେ ପୁଣି କହିଲେ, “ମନୁଷ୍ୟର ଭିତରୁ ଯାହା ବାହାରକୁ ଆସେ, ତାହା ତାହାକୁ ଅଶୁଦ୍ଧ କରିଥାଏ। 21 ମନୁଷ୍ୟ ଭିତରେ, ତା’ର ମନରେ, ଏହିସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଗ୍ଭର, ଯୌନଗତ ପାପ, ଗ୍ଭେରି, ହତ୍ୟା। 22 ବ୍ୟଭିଗ୍ଭର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା। 23 ଏହିସବୁ ଖରାପ ଜିନିଷ ମନୁଷ୍ୟର ଭିତରୁ ବାହାରକୁ ଆସିଥାଏ। ଏଗୁଡ଼ିକ ମନୁଷ୍ୟକୁ ଅଶୁଦ୍ଧ କରିପକାଏ।”
ଯୀଶୁ ଜଣେ ଅଣଯିହୂଦୀ ସ୍ତ୍ରୀଲୋକକୁ ସାହାଯ୍ୟ କଲେ(A)
24 ଯୀଶୁ ସେ ସ୍ଥାନ ଛାଡ଼ି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଗ୍ଭହୁଁ ନ ଥିଲେ ଯେ, କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସେଠାରେ ଲୁଚି ରହି ପାରିଲେ ନାହିଁ। 25 ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା’ର ଝିଅ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡ଼ିଗଲା। 26 ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସୁର ଫୈନୀକୀୟାଠାରେ ଜନ୍ମ ହୋଇଥିଲା। ସେ ତା’ ଝିଅଠାରୁ ଭୂତକୁ ବାହାର କରି ଦେବା ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।
27 ଯୀଶୁ ତାହାକୁ କହିଲେ, “ପ୍ରଥମେ ପିଲାମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନେଇ ଯାଇ କୁକୁରମାନଙ୍କ ଆଗରେ ଫିଙ୍ଗି ଦେବା ଠିକ୍ ନୁହେଁ।”
28 ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲୋ, “ହେ ପ୍ରଭୁ, ତାହା ସତ୍ୟ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡ଼ୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟେବୁଲ ତଳେ ଥିବା କୁକୁରମାନେ ମଧ୍ୟ ଖାଇ ଥା’ନ୍ତି।”
29 ତା’ପରେ ଯୀଶୁ ସେହି ସ୍ତ୍ରୀଲୋକଟିକୁ କହିଲେ, “ଏହା ହିଁ ଉପଯୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡ଼ି ଗ୍ଭଲି ଗଲାଣି।”
30 ସେହି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟରେ ଶୋଇଛି। ଦୁଷ୍ଟାତ୍ମା ତା ଦେହରୁ ବାହାରି ଗ୍ଭଲି ଯାଇଛିା
ଯୀଶୁ ଜଣେ ମୂକ ବଧିର ଲୋକକୁ ସୁସ୍ଥ କଲେ
31 ତା’ପରେ ଯୀଶୁ ସୋର ଆଖ ପାଖ ଅଞ୍ଚଳ ଛାଡ଼ି ଦେକାପଲି ରାସ୍ତାରେ ସୀଦୋନ ହୋଇ ଗାଲିଲୀ ହ୍ରଦ ପାଖକୁ ଆସିଲେ। 32 ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
33 ଯୀଶୁ ସେ ଲୋକଟିକୁ ଭିଡ଼ଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନେଇଗଲେ। ସେ ସେହି ଲୋକଟିର କାନ ଭିତରେ ନିଜ ଅଙ୍ଗୁଳିଗୁଡ଼ିକୁ ରଖିଲେ। ତା’ପରେ ସେ ଛେପ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ। 34 ଯୀଶୁ ପୁଣି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଦୀର୍ଘ ନିଶ୍ୱାସ ପକାଇଲେ। ସେ ଲୋକଟିକୁ କହିଲେ, 35 “ଇପ୍ପଥଃ” ଅର୍ଥାତ ‘ଖୋଲିଯାଉ। ତତ୍କ୍ଷଣାତ୍ ତା’ର କାନ ଖୋଲିଗଲା। ଜିଭର ଗ୍ରନ୍ଥି ଖୋଲିଗଲା। ସେ ସ୍ପଷ୍ଟ ଭାବରେ କହି ପାରିଲା।
36 ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ ଯେ ଏ ବିଷୟରେ କାହାକୁ କିଛି ଯେପରି ନ କୁହନ୍ତି। ଯୀଶୁ ସଦାବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସେମାନେ ଅନ୍ୟ କାହାକୁ ତାହାଙ୍କ ବିଷୟରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମରେ ଲୋକେ ତାହାଙ୍କ ବିଷୟରେ ଅଧିକରୁ ଅଧିକ ପ୍ରଗ୍ଭର କରୁଥିଲେ। 37 ଲୋକମାନେ ବାସ୍ତବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନେ କହୁଥିଲେ, “ଯୀଶୁ ସବୁକିଛି ସୁସ୍ଥ କରୁଛନ୍ତି, ଏପରିକି ସେ ବଧିରକୁ ଶ୍ରବଣ ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।”
2010 by World Bible Translation Center