Old/New Testament
ମୋଶା ଇସ୍ରାଏଲ ଲୋକଙ୍କୁ ଗଣନା କଲେ
1 ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସ ପ୍ରଥମ ଦିନରେ ଇସ୍ରାଏଲର ଲୋକମାନେ ମିଶର ଛାଡ଼ିଲାପରେ, ସଦାପ୍ରଭୁ ସୀନୟ ମରୁଭୂମିରେ ସମାଗମ-ତମ୍ବୁ [a] ମଧ୍ୟରେ ମେଶାଙ୍କୁ କହିଲେ, 2 “ତୁମ୍ଭେମାନେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରତ୍ୟେକ ପୁରୁଷ ଲୋକର ନାମ ତାଲିକା କର। 3 ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସେହି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ଯିଏ କି ସୈନ୍ୟମାନଙ୍କ ସହିତ ଯାଇ ପାରିବେ। ତୁମ୍ଭେ ଓ ହାରୋଣ ସେମାନଙ୍କର ବିଭାଗ [b] ଅନୁସାରେ ସେମାନଙ୍କୁ ତାଲିକାଭୁକ୍ତ କର। 4 ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ। 5 ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି;
ଯଥା: ରୁବେନ୍ ପରିବାରବର୍ଗର ଶଦେୟରର ପୁତ୍ର ଇଲୀଷୂର।
6 ଶିମିୟୋନ ପରିବାରବର୍ଗର, ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।
7 ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନହଶୋନ।
8 ଇଷାଖର ପରିବାରବର୍ଗର, ସୂୟାରର ପୁତ୍ର ନଥନେଲ।
9 ସବୁଲୂନ ପରିବାରବର୍ଗର, ହେଲୋନର ପୁତ୍ର ଇଲୀୟାବ।
10 ଇଫ୍ରୟିମ ଗୋଷ୍ଠୀର, ଅମ୍ମୀହୂଦର ପୁତ୍ର ଇଲୀଶାମା।
ମନଃଶି ବଂଶଧର, ପଦାହସୂରର ପୁତ୍ର ଗମଲିୟେଲ।(ଇଫ୍ରୟିମ ଏବଂ ମନଃଶି ଯୋଷେଫଙ୍କ ପୁତ୍ର ଅଟନ୍ତି)।
11 ବିନ୍ୟାମୀନ ପରିବାରବର୍ଗର, ଗିଦିୟୋନିର ପୁତ୍ର ଅବୀଦାନ।
12 ଦାନ ପରିବାରବର୍ଗର ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।
13 ଆଶେର ପରିବାରବର୍ଗର, ଅକ୍ରଣର ପୁତ୍ର ପଗୀୟେଲ।
14 ଗାଦ୍ ପରିବାରବର୍ଗର, ଦ୍ୟୂୟେଲର ପୁତ୍ର ଇଲୀୟାସଫ।
15 ନପ୍ତାଲି ପରିବାରବର୍ଗର, ଐନନର ପୁତ୍ର ଅହୀର।”
16 ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ। 17 ଆଉ ଯେଉଁମାନେ ବଛା ଯାଇଥିଲେ, ମୋଶା ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ। 18 ମୋଶା ଓ ହାରୋଣ ଦ୍ୱିତୀୟ ମାସର ପ୍ରଥମ ଦିନରେ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସେମାନଙ୍କର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଲେଖିଲେ। 19 ଏହିରୂପେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟର ମରୂଭୂମିରେ ସେମାନଙ୍କୁ ଗଣନା କଲେ।
20 ରୁବେନ୍ ବଂଶଧର ଇସ୍ରାଏଲଙ୍କର ପ୍ରଥମଜାତ ସେମାନଙ୍କର କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଓ ସଂଖ୍ୟାନୁସାରେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୋଗ୍ୟ ତାଲିକାଭୁକ୍ତ କରାଗଲା। 21 ରୁବେନ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 46,500
22 ଶିମିୟୋନ ବଂଶର ସେମାମାନଙ୍କର ପିତୃଗୃହ, ନାମ ଏବଂ ସଂଖ୍ୟା କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ୟ ବିଭାଗରେ ଦାଖଲ ହେବାକୁ ଯୋଗ୍ୟ। 23 ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 59,300
24 ଗାଦ୍ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 25 ଗାଦ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 45,650
26 ଯିହୁଦା ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 27 ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 74,600
28 ଇଷାଖର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 29 ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 54,400
30 ସବୂଲୂନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 31 ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 57,400
32 ଇଫ୍ରୟିମଙ୍କର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 33 ଇଫ୍ରୟିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 40,500
34 ମନଃଶି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 35 ମନଃଶି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 32,200
36 ବିନ୍ୟାମୀନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 37 ବିନ୍ୟାମୀନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 35,400
38 ଦାନ୍ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 39 ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 62,700
40 ଆଶେର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 41 ଆଶେର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 41,500
42 ନପ୍ତାଲି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 43 ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 53,400
44 ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରତ୍ୟେକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସେମାନଙ୍କୁ ଗଣନା କଲେ। 45 ଏହିରୂପେ ଇସ୍ରାଏଲର ସମସ୍ତ ଲୋକ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ନିଜ ନିଜ ପିତୃଗୃହ ଅନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 46 ଗଣନା ଅନୁସାରେ ସମସ୍ତ ମନୁଷ୍ୟଙ୍କ ସଂଖ୍ୟା 603,550 ହୋଲା।
47 ମାତ୍ର ଲେବୀୟମାନେ ସେମାନଙ୍କର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାଯାଇ ନ ଥିଲେ। 48 କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ। 49 “ଲେବୀୟମାନଙ୍କୁ ଇସ୍ରାଏଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ। 50 ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା’ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ବୋହିବେ ଓ ସେମାନେ ତହିଁର ସେବା କରିବେ ଓ ତମ୍ବୁର ଗ୍ଭରିଆଡ଼େ ଛାଉଣି କରି ରହିବେ। 51 ଯେତେବେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାଯିବ, ଲେବୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣି ଥରେ ସ୍ଥାପନ କରିବା ଉଚିତ୍। ଲେବୀୟ ବ୍ୟତୀତ, ଅନ୍ୟ ଯେକେହି ସେଠାକୁ ଯାଏ, ତାକୁ ହତ୍ୟା କରାଯିବ। 52 ଇସ୍ରାଏଲୀୟ ଲୋକମାନେ ସେମାନଙ୍କର ଶିବିର ଅଲଗା ଅଲଗା ଦଳରେ ବିଭକ୍ତ କଲେ। ପ୍ରତ୍ୟେକର ନିଜ ଧ୍ୱଜା ରହିବା ଉଚିତ୍। 53 କିନ୍ତୁ ଲେବୀୟମାନେ ନିୟମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ ଓ ସେମାନେ ନିୟମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ୱରଙ୍କର କ୍ରୋଧ, ଇସ୍ରାଏଲର ଲୋକମାନଙ୍କ ଉପରେ ବ୍ୟାପିବ ନାହିଁ।”
54 ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ଇସ୍ରାଏଲୀୟମାନେ ସେହିରୂପେ ମାନି କାର୍ଯ୍ୟ କଲେ।
ଛାଉଣିର ବ୍ୟବସ୍ଥା
2 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ; 2 “ଇସ୍ରାଏଲର ଲୋକମାନେ ସମାଗମ-ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ। ପ୍ରତ୍ୟେକ ଦଳରେ ତାଙ୍କ ନିଜ ଦଳର ଧ୍ୱଜା ରହିବ। ଏବଂ ପ୍ରତ୍ୟେକ ବ୍ୟକ୍ତିର ପାଖରେ ତା’ର ଦଳର ଧ୍ୱଜା ପାଖରେ ଛାଉଣି ସ୍ଥାପନ କରିବ।
3 “ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ। 4 ତାଙ୍କର ସୈନ୍ୟ ସଂଖ୍ୟା 74,600
5 “ଯିହୁଦା ଗୋଷ୍ଠୀର ପାଖରେ ଇଷାଖର ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ସୂୟାରର ପୁତ୍ର ନଥନେଲ, ଇଷାଖର ଲୋକମାନଙ୍କର ଅଧିପତି ହେବ। 6 ସେହି ସୈନ୍ୟ ସଂଖ୍ୟା 54,600 ହେବେ।
7 “ସବୁଲୂନର ଗୋଷ୍ଠୀ ମଧ୍ୟ ଯିହୁଦାର ପାର୍ଶ୍ୱରେ ଛାଉଣି ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀୟାବ ସବୁଲୂନର ଲୋକମାନଙ୍କର ଅଧିପତି ହେବ। 8 ତାହାର ସୈନ୍ୟ ସଂଖ୍ୟା 57,400 ହେବ।
9 “ଯିହୁଦା ଛାଉଣିର ସମୁଦାୟ ସୈନ୍ୟ ସଂଖ୍ୟା 186,400 ସେମାନେ ପ୍ରଥମେ ଅଗ୍ରସର ହେବେ।
10 “ରୁବେନ୍ ବିଭାଗର ଛାଉଣିର ଧ୍ୱଜା ଦକ୍ଷିଣ ଦିଗକୁ ରହିବ। ଶଦେୟରର ପୁତ୍ର ଇଲୀଷୂର ରୁବେନ୍ ଗୋଷ୍ଠୀର ଅଧିପତି ହେବ। 11 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 46,500
12 “ରୁବେନ୍ର ଗୋଷ୍ଠୀ ଛାଉଣି ପାଖରେ ଶିମିୟୋନ ପରିବାରବର୍ଗ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମିୟୋନ ଲୋକମାନଙ୍କର ଅଧିପତି ହେବ। 13 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 59,300
14 “ରୁବେନ୍ର ଲୋକମାନଙ୍କ ଛାଉଣି ପାଖରେ ଗାଦ୍ ଗୋଷ୍ଠୀ ଛାଉଣି ସ୍ଥାପିତ ହେବ। ରୂୟେଲର [c] ପୁତ୍ର ଇଲୀୟାସଫ ଗାଦ୍ ଲୋକମାନଙ୍କର ଅଧିପତି ହେବ। 15 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 45,650
16 “ରୁବେନ୍ ଛାଉଣିର ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 151,450 ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।
17 “ଏହା ପରେ ଲେବୀୟମାନଙ୍କ ଛାଉଣି ସହିତ ସମାଗମ-ତମ୍ବୁ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ। ସେମାନେ ସେହି ନିୟମରେ ଅଗ୍ରସର ହେବେ, ଯେପରି ଛାଉଣି ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ୱଜା ପାଖରେ ସର୍ବଦା ରହିବେ।
18 “ଇଫ୍ରୟିମ ବିଭାଗର ଛାଉଣିର ଧ୍ୱଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ ଲୋକମାନଙ୍କର ଅଧିପତି ହେବ। 19 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 40,500
20 “ଇଫ୍ରୟିମ ଗୋଷ୍ଠୀ ଛାଉଣିର ପରେ ମନଃଶି ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲିୟେଲ ମନଃଶି ଲୋକମାନଙ୍କର ଅଧିପତି ହେବ। 21 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 32,200
22 “ବିନ୍ୟାମୀନ ଗୋଷ୍ଠୀ ଇଫ୍ରୟିମ ଗୋଷ୍ଠୀ ଭୟରେ ଛାଉଣି ସ୍ଥାପନ କରିବେ। ପୁଣି ଗିଦିୟୋନିର ପୁତ୍ର ଅବୀନାସ ବିନ୍ୟାମୀନ ଲୋକମାନଙ୍କର ଅଧିପତି ହେବ। 23 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 35,400
24 “ଇଫ୍ରୟିମ ଛାଉଣିର ଗଣ୍ୟ ସୈନ୍ୟସଂଖ୍ୟା 108,100 ସେମାନେ ତୃତୀୟରେ ଅଗ୍ରସର ହେବେ।
25 “ଦାନ ବିଭାଗର ଛାଉଣିର ଧ୍ୱଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ ସନ୍ତାନଗଣର ଅଧିପତି ହେବ। 26 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 62,700
27 “ଦାନ ଗୋଷ୍ଠୀର ଛାଉଣି ପାଖରେ ଆଶେର ଗୋଷ୍ଠୀର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର ସନ୍ତାନଗଣର ଅଧିପତି ହେବ। 28 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 41,500
29 “ନପ୍ତାଲି ଗୋଷ୍ଠୀର ଛାଉଣି ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହେବ। 30 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 53,400
31 “ଦାନ ଛାଉଣିରେ ମୋଟ ମନୁଷ୍ୟମାନଙ୍କର ସଂଖ୍ୟା 157,600 ସେମାନେ ସେମାନଙ୍କର ଧ୍ୱଜା [d] ଧରି ସମସ୍ତଙ୍କ ପଛରେ ଅଗ୍ରସର ହେବେ।”
32 ସେମାନେ ସବୁ ଇସ୍ରାଏଲ ଲୋକମାନେ ଓ ସେମାନେ ନିଜର ପିତୃଗୃହ ଅନୁସାରେ ଗଣ୍ୟ ହେଲେ। ସେମାନଙ୍କର ଛାଉଣିର ମୋଟ ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 603,500 33 ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଲେବୀୟମାନଙ୍କୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଗଣନା କଲେ ନାହିଁ।
34 ମୋଶାଙ୍କୁ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ଇସ୍ରାଏଲର ଲୋକମାନେ ସେ ସମସ୍ତ କଲେ। ସେମାନେ ନିଜ ନିଜ ବଂଶ ନିକଟରେ ନିଜ ନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।
ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ(A)
3 ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା। 2 ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ। 3 ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।”
4 ତା’ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ।
5 ତା’ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ 6 ତା’ ହାତ ଭଲ ହୋଇଗଲା। ତା’ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ।
ଅନେକ ଲୋକ ଯୀଶୁଙ୍କୁ ଅନୁସରଣ କଲେ
7 ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଗ୍ଭଲିଗଲେ। ତାହାଙ୍କ ପଛରେ ଗାଲିଲୀର ଅନେକ ଲୋକ ମଧ୍ୟ ଗଲେ। 8 ଯିହୂଦା, ଯିରୁଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ ସୋର ଓ ସୀଦୋନର ଗ୍ଭରିଆଡ଼ୁ ଅନେକ ଲୋକ ମଧ୍ୟ ଆସି ପହଞ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହାସବୁ କରୁଥିଲେ, ସେ ସମସ୍ତ ଘଟଣା ସେମାନେ ଶୁଣି ସାରିଥିଲେ।
9 ଯୀଶୁ ଅନେକ ଲୋକଙ୍କୁ ଦେଖିଲେ, ଭିଡ଼ ହୋଇ ଯିବାରୁ ଲୋକମାନେ ଯେପରି ତାହାଙ୍କ ଆଡ଼କୁ ମାଡ଼ି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ଗୋଟିଏ ଛୋଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ। 10 ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡ଼କୁ ମାଡ଼ି ଆସୁଥିଲେ। 11 କେତେକ ଲୋକଙ୍କ ଦେହରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତେବେଳେ ସେହି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ଆଗରେ ପଡ଼ିଯାଇ ଚିତ୍କାର କରି କହୁଥିଲେ, “ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।” 12 କିନ୍ତୁ ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସେମାନେ ଲୋକମାନଙ୍କୁ ଯେପରି ନ କୁହନ୍ତି।
ଯୀଶୁ ବାରଜଣ ପ୍ରେରିତ [a]ଙ୍କୁ ମନୋନୀତ କଲେ(B)
13 ତା’ପରେ ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଗ୍ଭହିଁଲେ, ସେମାନଙ୍କୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସେମାନେ ଯୀଶୁଙ୍କ ପାଖକୁ ଗଲେ। 14 ଯୀଶୁ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛି ପ୍ରେରିତ ବୋଲି ନାମିତ କଲେ। ଯୀଶୁ ଗ୍ଭହୁଁଥିଲେ ଯେ ସେମାନେ ତାହାଙ୍କ ସହିତ ରହିବେ। ସେ ସେମାନଙ୍କୁ ପ୍ରଗ୍ଭର ଉଦ୍ଦେଶ୍ୟରେ ଅନ୍ୟ ସ୍ଥାନ ଗୁଡ଼ିକୁ ପଠାଇବେ ଓ 15 ଲୋକମାନଙ୍କ ଦେହରୁ ଭୁତମାନଙ୍କୁ ତଡ଼ିଦେବା ପାଇଁ ସେମାନଙ୍କର ଅଧିକାର ରହିବ। 16 ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି;
ଶିମୋନ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।
17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ (ଯେଉଁମାନଙ୍କୁ ସେ ବିନେରିଗୋଷ୍ ଅର୍ଥାତ “ମେଘ ଗର୍ଜ୍ଜନର ପୁତ୍ର” ନାମ ଦେଲେ)।
18 ଆନ୍ଦ୍ରିୟ,
ଫିଲିପ୍ପ,
ବାର୍ଥଲମି,
ମାଥିଉ,
ଥୋମା,
ଆଲଫିଙ୍କ ପୁତ୍ର ଯାକୁବ,
ଥଦ୍ଦୀୟ,
କିଣାନୀୟ ବା ଉଦ୍ଯୋଗୀ ଶିମୋନ ଜିଲୋଟ [b]
19 ତଥା ଇଷ୍କାରିୟୋତ ଯିହୂଦା। ଏହି ଯିହୂଦା ପରେ ପ୍ରବଞ୍ଚନା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ଅର୍ପଣ କରିଥିଲା।
2010 by World Bible Translation Center