Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 21-22

ଯାଜକମାନଙ୍କ ପାଇଁ ବିଧି

21 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ୟୁବ୍ୟକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କେବଳ ନିଜର ନିକଟ ଜ୍ଞାତି ଅର୍ଥାତ୍ ନିଜର ପିତା, ମାତା, ପୁତ୍ର, କନ୍ୟା ଓ ଭ୍ରାତା ନିମନ୍ତେ ସେ ଅଶୁଚି ହେବ। ପୁଣି ନିଜର ଅବିବାହିତା ଭଗିନୀର ମୃତ୍ୟୁ ହେଲେ ସେ ତା’ ପାଇଁ ଅଶୁଚି ହେବ। ମାତ୍ର ସେ ଯାଜକ ନିଜର କ୍ରୀତଦାସର ମୃତ୍ୟୁରେ ନିଜକୁ ଅଶୁଚି କରିବ ନାହିଁ।

“ଆଉ ଯାଜକଗଣ ସେମାନଙ୍କର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ। ସେମାନେ ନିଶ୍ଚୟ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ପବିତ୍ର ହେବେ। ସେମାନେ ସେମାନଙ୍କର ପରମେଶ୍ୱରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସେମାନେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ୱରଙ୍କ ଖାଦ୍ୟ ସେମାନେ ଦିଅନ୍ତି। ତେଣୁ ସେମାନେ ନିଶ୍ଚୟ ପବିତ୍ର ହେବା ଉଚିତ୍।

“ଜଣେ ଯାଜକ ତା’ର ପରମେଶ୍ୱରଙ୍କର ପବିତ୍ର ସେବକ। ତେଣୁ ସେ କୌଣସି ବେଶ୍ୟାକୁ, କଳିଙ୍କିନୀକୁ କିମ୍ବା ସ୍ୱାମୀ ପରିତ୍ୟକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ। ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବେଚନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।

“ଆଉ କୌଣସି ଯାଜକର କନ୍ୟା ବ୍ୟଭିଗ୍ଭରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ୟ ଅପବିତ୍ର କରେ। ତେଣୁ ସେ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ ହେବ।

10 “ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାଯାଜକ ହୋଇଅଛି, ଯାହାର ମସ୍ତକରେ ଅଭିଷେକାର୍ଥକ ତୈଳ ଢଳା ଯାଇଅଛି, ଆଉ ଯିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀରେ ନିଯୁକ୍ତ ହୋଇଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ। 11 ସେ ଗୃହ ଭିତରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ୟ ଯିବ ନାହିଁ। 12 ଆଉ ଜଣେ ମହାଯାଜକ ପରମେଶ୍ୱରଙ୍କ ପବିତ୍ର ସ୍ଥାନରୁ ବାହାରିବ ନାହିଁ। କିମ୍ବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ। କାରଣ ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳ ତାହା ମସ୍ତକରେ ଢଳାଯାଇ ତାଙ୍କୁ ମହାଯାଜକ ପଦରେ ଅଭିଷିକ୍ତ କରାଯାଇଛି। ଆମ୍ଭେ ସଦାପ୍ରଭୁ ଅଟୁ।

13 “ମହାଯାଜକ କେବଳ ଜଣେ ଅନୁଢ଼ାକୁ ବା କୁମାରୀକୁ ବିବାହ କରିବ। 14 ସେ ବିଧବା, ପରିତ୍ୟକ୍ତା, କଳଙ୍କିନୀ କିମ୍ବା ବେଶ୍ୟାକୁ ବିବାହ କରିବା ଉଚିତ୍ ନୁହେଁ। ସେ ଆପଣା ଲୋକମାନଙ୍କ ମଧ୍ୟରୁ କେବଳ ଏକ କୁଆଁରୀ କନ୍ୟାକୁ ବିବାହ କରିବା ଉଚିତ୍। 15 ଆଉ ସେ ନିଜ ଲୋକମାନଙ୍କ ମଧ୍ୟରେ ନିଜ ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।”

16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 17 “ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ପରମେଶ୍ୱରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ। 18 ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହେବ ନାହିଁ। ବିଶେଷ କରି ଅନ୍ଧଲୋକ, କି ଛୋଟା, କି ବିକୃତ ନାସିକା, କି ଅଧିକାଙ୍ଗ। 19 କି ଭଗ୍ନପଦ, କି ଭଗ୍ନହସ୍ତ, 20 କି କୁଜା, କି ବାମନ, କି ଖୁଣ ଥିବା ଚକ୍ଷୁ, କି ଯାଦୁରୋଗୀ, କି କାଛୁରୋଗୀ, କି ଭଗ୍ନକୋଷ।

21 “ହାରୋଣ ଯାଜକର ବଂଶଧର ମଧ୍ୟରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ବେଦି ନିକଟକୁ ଯାଇପାରିବ ନାହିଁ। ଆଉ ତା’ର ଖୁଣ ଥିବାରୁ ସେ ଯଜ୍ଞବେଦି ନିକଟକୁ ଶସ୍ୟ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ। 22 ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ। 23 ମାତ୍ର ବିଚ୍ଛେଦବସ୍ତ୍ରର ଭିତରକୁ ଯିବ ନାହିଁ କିମ୍ବା ଯଜ୍ଞବେଦି ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି, ସେ ଆମ୍ଭର ପବିତ୍ର ସ୍ଥାନ ସକଳ ଅପବିତ୍ର କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ।”

24 ଏହିପରି ମୋଶା ହାରୋଣଙ୍କୁ, ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ ଏହିସବୁ କହିଲେ।

22 ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେହି ପବିତ୍ର ଦ୍ରବ୍ୟ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭେମାନେ ସେସବୁ ବ୍ୟବହାର କରି ଆମ୍ଭ ନାମରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ୟରୁ କେହି ଯଦି ସେ ଦ୍ରବ୍ୟକୁ ଛୁଁଏ ସେ ଲୋକ ଅପବିତ୍ର ହେବ ଓ ସେ ମୋ’ଠାରୁ ପୃଥକ ରହିବ। କାରଣ ଇସ୍ରାଏଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ୟରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।

“ଯଦି ହାରୋଣ ବଂଶଧରମାନଙ୍କ ମଧ୍ୟରୁ ଯେକେହି ଚର୍ମ ରୋଗୀ କିମ୍ବା ବୀର୍ଯ୍ୟ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହେବା ଯାଏ ମୋର ପବିତ୍ର ଦ୍ରବ୍ୟ ଭୋଜନ କରିବା ଉଚିତ୍ ନୁହଁ। ଯେକେହି ଶବକୁ ଛୁଏଁ କିମ୍ବା ବୀର୍ଯ୍ୟପାତ ହେଉଥିବା କୌଣସି ମନୁଷ୍ୟକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ୱାରା ସେ ମଧ୍ୟ ଅଶୁଚି ହେବ, କିମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହୋଇଛି, ଅବା ସେ ଯାହା ଦ୍ୱାରା ଅଶୁଚି ହୋଇପାରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଁଏ। ଯଦି ସେ ସେହିସବୁ ଦ୍ରବ୍ୟ ଛୁଁଏ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳରେ ନ ଧୋଇବା ପର୍ଯ୍ୟନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ। ସୂର୍ଯ୍ୟାସ୍ତ ପରେ ସେ ପବିତ୍ର ଖାଦ୍ୟ ଭୋଜନ କରିବା ଉଚିତ୍। କାରଣ ପବିତ୍ର ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ତାହାର ଅଟେ।

“ସେ ସ୍ୱୟଂମୃତ ବା ପଶୁଦ୍ୱାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

“ଏଣୁ ସେମାନେ ମୋର ନିୟମ ଯତ୍ନ ସହକାରେ ରକ୍ଷା କରିବା ଉଚିତ୍। ଯଦି ସେମାନେ ତାହା ନ କରନ୍ତି, ତେବେ ସେଥି ସକାଶେ ସେମାନେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହେବାକୁ ମୁଁ ବାଛିଛି। 10 କେବଳ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀୟ କୌଣସି ଲୋକ ଅବା ଯାଜକ ଗୃହରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ। 11 ମାତ୍ର ଯାଜକର ରୂପାରେ କିଣା ଯାଇଥିବା କ୍ରୀତଦାସ ସେହି ପବିତ୍ର ଖାଦ୍ୟ ଭୋଜନ କରି ପାରିବ। ଆଉ ତା’ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରି ପାରିବେ। 12 ଯାଜକର କନ୍ୟା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତେବେ ସେ ପବିତ୍ର ନୈବେଦ୍ୟ ମଧ୍ୟରୁ ଭୋଜନ କରିବ ନାହିଁ। 13 ମାତ୍ର ଯାଜକର କନ୍ୟା ଯଦି ବିଧବା ବା ପରିତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ପିତୃଗୃହରେ ବାଲ୍ୟାବସ୍ଥାପରି ବାସ କରେ, ତେବେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀୟ ଲୋକେ ତାହା ଭୋଜନ କରିବେ ନାହିଁ।

14 “ଯଦି କେହି ଅଜ୍ଞାତସାରରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତେବେ ସେ ଦ୍ରବ୍ୟର ମୂଲ୍ୟର ଏକ ପଞ୍ଚମାଂଶ ଅଧିକ ମୂଲ୍ୟ ଯାଜକକୁ ପବିତ୍ର ନୈବେଦ୍ୟ ରୂପେ ପରିଶୋଧ କରିବ।

15 “ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହା ସବୁ ଅପବିତ୍ର କରିବେ ନାହିଁ। 16 ପୁଣି ତାହା ହୋଇପାରେ, ଯଦି ଯାଜକଗଣ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ନିଜର ପବିତ୍ର ନୈବେଦ୍ୟ ଖାଇବା ପାଇଁ ଅନୁମତି ଦେଇ ଜୋରୀମାନା କରି ପାରନ୍ତି। କାରଣ କେବଳ ମୁଁ ଯେ କି ନୈବେଦ୍ୟକୁ ପବିତ୍ର କରିଅଛି।”

17 ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, 18 “ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇସ୍ରାଏଲ ବଂଶର ହୁଅନ୍ତୁ କିମ୍ବା ସେମାନଙ୍କ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ୱେଚ୍ଛାପୂର୍ବକ କୌଣସି ନୈବେଦ୍ୟ ଆଣନ୍ତି। 19-20 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ଅଣ୍ଡିରା ମେଷ, ଗୋରୁ କିମ୍ବା ପୁଂ ଛାଗ ଉତ୍ସର୍ଗ କରିବା ଉଚିତ୍। ମାତ୍ର ଖୁଣଥିବା ପ୍ରାଣୀକୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନୈବେଦ୍ୟ ରୂପେ ଗ୍ରହଣୀୟ ନୁହେଁ।

21 “ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ପଶୁ ହେବ ଓ ତାହାଠାରେ କୌଣସି ଖୁଣ ନ ଥିବ। 22 ଅନ୍ଧ, ଖଞ୍ଜ, ଛୋଟା, ଆବୁଆ, ଜାଦୁଆ, କି ରୁ‌‌‌‌ଗ୍‌‌‌‌ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସେମାନଙ୍କୁ ସଦାପ୍ରଭୁଙ୍କୁ ନୈବେଦ୍ୟ ରୂପେ ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ ନାହିଁ।

23 “ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ଼ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସେପରି ଗାଈ କିମ୍ବା ମେଣ୍ଢା ଗ୍ରାହ୍ୟ ହେବ ନାହିଁ।

24 “ଆଉ ମଧ୍ୟ ଯେଉଁ ପ୍ରାଣୀର କୋଷ ମୋଡ଼ା କି ଛେଗ୍ଭ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ କିମ୍ବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳିଦାନ କରିବ ନାହିଁ।

25 “ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ୱରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସେଗୁଡ଼ିକ ଆଘାତପ୍ରାପ୍ତ ହୋଇଥାଇ ପାରନ୍ତି କିମ୍ବା ସେମାନଙ୍କଠାରେ ଖୁଣ ଥାଇପାରେ। ତେଣୁ ସେଗୁଡ଼ିକ ଗ୍ରାହ୍ୟ ହେବ ନାହିଁ।”

26 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 27 “ଯେତେବେଳେ କୌଣସି ଗୋରୁ କି ମେଷ କି ଛାଗ ଜନ୍ମ ହୁଅନ୍ତି ସାତ ଦିନ ପର୍ଯ୍ୟନ୍ତ ତା’ର ମା ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଗ୍ରାହ୍ୟ ହେବ। 28 ଗାଈ କିମ୍ବା ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।

29 “ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରଶଂସାର୍ଥେ ବଳିଦାନ ଉତ୍ସର୍ଗ କର, ତୁମ୍ଭେ ଏହା ଠିକ୍ ପଦ୍ଧତିରେ ଉତ୍ସର୍ଗ କରିବା ଉଚିତ୍ ଯାହା ଫଳରେ ତାହା ଗ୍ରାହ୍ୟ ହେବ। 30 ତୁମ୍ଭେମାନେ ସେହି ଦିନ ସମସ୍ତ ମାଂସ ଭକ୍ଷ୍ୟଣ କରିବ, ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।

31 “ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟକରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ। 32 ଆଉ ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ, ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେବା। 33 ଯେ ତୁମ୍ଭମାନଙ୍କୁ ମିଶର ଦେଶରୁ ଆଣିଛନ୍ତି ଓ ତୁମ୍ଭମାନଙ୍କୁ ପବିତ୍ର କରିଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

ମାଥିଉ ଲିଖିତ ସୁସମାଗ୍ଭର 28

ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହେଲେ(A)

28 ବିଶ୍ରାମ ଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ଅତି ସକାଳୁ ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।

ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ। ସ୍ୱର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମଭଳି ଧଳା ଥିଲା। କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ।

ସ୍ୱର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, “ଭୟ କର ନାହିଁ। ଯେଉଁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଛି, ତୁମ୍ଭେ ତାହାଙ୍କୁ ଖୋଜୁଥିବା କଥା ମୁଁ ଜାଣିଛି। କିନ୍ତୁ ଯୀଶୁ ଏଠାରେ ନାହାନ୍ତି। ସେ ତାହାଙ୍କ କଥା ଅନୁସାରେ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ। ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଜଣାଅ, ‘ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସେଠାରେ ଥିବେ। ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।’’’ ତା’ପରେ ସ୍ୱର୍ଗଦୂତ ଆଉ ଥରେ କହିଲେ, “ଏହିସବୁ କଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।”

ତେଣୁ ସେହି ସ୍ତ୍ରୀଲୋକମାନେ ତ‌‌‌ତ୍‌‌କ୍ଷଣାତ୍ କବର ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଡରି ଯାଇଥିଲେ, କିନ୍ତୁ ବହୁତ ଖୁସୀ ମଧ୍ୟ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନେ ଦୌଡ଼ି ଦୌଡ଼ି ଗଲେ। ହଠାତ୍ ସେମାନେ ଦେଖିଲେ, ଯୀଶୁ ତାହାଙ୍କ ଆଗରେ ଠିଆ ହୋଇଛନ୍ତି। ସେ କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ!” ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ। 10 ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ ଯାଇ ମୋ’ ଭାଇମାନଙ୍କୁ କୁହ ଯେ, ସେମାନେ ଗାଲିଲୀ ଯାଆନ୍ତୁ। ସେମାନେ ମୋତେ ସେହିଠାରେ ଦେଖିବେ।”

ଜଗୁଆଳମାନେ ଯିହୂଦୀ ନେତାମାନଙ୍କୁ ଘଟଣାର ସୂଚନା ଦେଲେ

11 ଯେତେବେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଖବର ଦେବାକୁ ଗଲେ, କବର ନିକଟରେ ପହରା ଦେଉଥିବା କେତେକ ଜଗୁଆଳ ନଗରକୁ ଗଲେ ଓ କବର ନିକଟରେ ଯାହାସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନଯାଜକମାନଙ୍କୁ ଜଣାଇଲେ। 12 ତା’ପରେ ପ୍ରଧାନଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସେମାନେ ସୈନ୍ୟମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବରେ ପ୍ରଚୁର ଟଙ୍କା ଦେଲେ। 13 ସେମାନେ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭେମାନେ ସବୁ ଶୋଇ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ୟମାନେ ରାତିରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଗ୍ଭେରେଇ ନେଲେ। 14 ରାଜ୍ୟପାଳ ଯଦି ଏ କଥା ଶୁଣନ୍ତି, ତେବେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।” 15 ସୈନ୍ୟମାନେ ଟଙ୍କାତକ ନେଲେ। ସେମାନଙ୍କୁ ଯେପରି କରିବାକୁ ଶିଖାଯାଇଥିଲା, ସେମାନେ ତାହା ହିଁ କଲେ। ଏବଂ ଏ କଥାଟି ଆଜି ପର୍ଯ୍ୟନ୍ତ ମଧ୍ୟ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ଅଛି।

ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେଲେ(B)

16 ଏଗାର ଜଣ ଶିଷ୍ୟ ଗାଲିଲୀକୁ ଗଲେ। ଯୀଶୁ ସେମାନଙ୍କୁ ଯେଉଁ ପାହାଡ଼ ଉପରକୁ ଯିବାକୁ କହିଥିଲେ, ସେମାନେ ସେଠାକୁ ଗଲେ। 17 ପାହାଡ଼ ଉପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେମାନେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତରେ ଯୀଶୁ। 18 ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି। 19 ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ। 20 ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”

Oriya Bible: Easy-to-Read Version (ERV-OR)

2010 by World Bible Translation Center