Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ମୀଖା ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6-7

ସଦାପ୍ରଭୁଙ୍କର ଅଭିଯୋଗ

ଶୁଣ, ସଦାପ୍ରଭୁ ଯାହା କହନ୍ତି,
“ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖରେ ଓ ସେହି ପାହାଡ଼ ଗୁଡ଼ିକ ସମ୍ମୁଖରେ ପ୍ରକାଶ କର,
    ଯେଉଁ ପାହାଡ଼ଗୁଡ଼ିକ ତୁମ୍ଭର କଥା ଶୁଣନ୍ତି।
ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧରେ ଅଛି।
    ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ,
ସଦାପ୍ରଭୁଙ୍କର ଅଭିଯୋଗ ଶୁଣ,
    ଇସ୍ରାଏଲ ଭୁଲ୍ ବୋଲି ପ୍ରମାଣିତ ହେବ।”

ସଦାପ୍ରଭୁ ପୁଣି କୁହନ୍ତି, “ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ କୁହ
    ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ କି କାର୍ଯ୍ୟ କରିଅଛୁ।
    ତୁମ୍ଭମାନଙ୍କର ଜୀବନକୁ କଠିନତର କରିଛି ବୋଲି ସାକ୍ଷ୍ୟ ଦିଅ।
ଆମ୍ଭେ କ’ଣ କରିଅଛୁ ତୁମ୍ଭମାନଙ୍କୁ କହିବା।
    ଆମ୍ଭେ ମୋଶା, ହାରୋଣ ଓ ମରିୟମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ।
ମିଶରରୁ ତୁମ୍ଭମାନଙ୍କୁ ଆଣିଅଛୁ
    ଓ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ।
ହେ ଆମ୍ଭର ଲୋକମାନେ, ମୋୟାବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର।
    ଆଉ ବିୟୋରର ପୁତ୍ର ବିଲିୟମ୍ ତାଙ୍କୁ କି ଉତ୍ତର ଦେଇଥିଲେ, ତାକୁ ସ୍ମରଣ କର।
ଶିଟୀ‌‌ମ୍‌‌ଠାରୁ ଗି‌ଲ୍‌ଗଲ୍ ପର୍ଯ୍ୟନ୍ତ ଯାହାସବୁ ଘଟିଯାଇଛି, ତାକୁ ମଧ୍ୟ ମନେ ପକାଅ।
    ତାହାହେଲେ ସଦାପ୍ରଭୁଙ୍କର ନ୍ୟାୟ କର୍ମ ବିଷୟରେ ତୁମ୍ଭେମାନେ ଜାଣି ପାରିବ।”

ପରମେଶ୍ୱର ଆମ୍ଭମାନଙ୍କଠାରୁ କ’ଣ ଗ୍ଭହାନ୍ତି

ଆମ୍ଭେମାନେ କ’ଣ ଆଣି ସଦାପ୍ରଭୁଙ୍କୁ ଭେଟିବା?
    କ’ଣ କରି ଆମ୍ଭେ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କୁ ପ୍ରଣାମ କରିବା?
କ’ଣ ହୋମବଳି ଓ ଏକ ବର୍ଷୀୟ ଗୋବତ୍ସ ନେଇ
    ଆମ୍ଭେ ସଦାପ୍ରଭୁଙ୍କୁ ଭେଟି ଦେବା?
ହଜାର ହଜାର ମେଷରେ କି ଅୟୁତ ଅୟୁତ ତୈଳର ନଦୀରେ
    ସଦାପ୍ରଭୁ କ’ଣ ଆନନ୍ଦିତ ହେବେ?
ମୋର ଅପରାଧ ପାଇଁ କ’ଣ ମୋର ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ୱରୂପ ଦେବି?
    ମୋର ଶରୀରର ଫଳ ସ୍ୱରୂପ ସନ୍ତାନକୁ ମୋର ପାପ ପାଇଁ କ’ଣ ପରିଶୋଧ କରିବି?

ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି।
    ଏହା ହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି।
ଅନ୍ୟମାନଙ୍କ ପ୍ରତି ଭଲହୁଅ,
    ବଦାନ୍ୟତା ଓ କରୁଣାକୁ ଭଲ ପାଅ,
    ପରମେଶ୍ୱରଙ୍କ ସହିତ ନମ୍ରତାର ସହିତ ବାସ କର।

ଇସ୍ରାଏଲୀୟମାନେ କ’ଣ କରୁଥିଲେ

ସଦାପ୍ରଭୁଙ୍କ ସ୍ୱର ନଗରକୁ ଆହ୍ୱାନ କରୁଛି।
ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦେବା ବିଜ୍ଞତାର ପରିଗ୍ଭୟକ ଅଟେ।
    ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।
10 ମନ୍ଦାଗ୍ଭରୀଗଣ କ’ଣ ଏବେ
    ସୁଦ୍ଧା ଗ୍ଭେରି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି?
ସେହି ମନ୍ଦାଗ୍ଭରୀଗଣ ଏବେ କ’ଣ
    ଛୋଟ ଐଫାରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି?
    ହଁ, ଏହିସବୁ ଘଟଣା ଏବେ ମଧ୍ୟ ଘଟୁଅଛି।
11 ବର୍ତ୍ତମାନ ଆମ୍ଭେ ଭୁଲ୍ ମାପକାଠି
    ଏବଂ ଅସାଧୁ ଓଜନ
    ସହ୍ୟ କରିବା ଉଚିତ୍ କି? ନା!
12 ସେହି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି।
    ସେହି ସ୍ଥାନର ଲୋକେ ତଥାପି ମିଥ୍ୟା କହୁଛନ୍ତି।
    ହଁ, ସେହି ଲୋକମାନେ ପ୍ରବଞ୍ଚକ।
13 ତେଣୁ ଆମ୍ଭେ ତୁମ୍ଭକୁ ଶାସ୍ତି ଦେବା ଆରମ୍ଭ କରିଅଛୁ।
    ତୁମ୍ଭର ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ବିନଷ୍ଟ କରିବା।
14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ହେବ ନାହିଁ।
    ତୁମ୍ଭେ ତଥାପି ଭୋକିଲା ଓ ଶୂନ୍ୟ ରହିବ।
ତୁମ୍ଭେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ଚେଷ୍ଟା କରିବ
    ମାତ୍ର ତୁମ୍ଭ ସୁରକ୍ଷିତ ଲୋକମାନେ ‌‌ଖ‌ଡ଼୍‌ଗରେ ନିହତ ହେବେ।
15 ତୁମ୍ଭେ ଯଦିଓ ଶସ୍ୟ ବୁଣିବ
    କିନ୍ତୁ ଫସଲ ଅମଳ କରିବ ନାହିଁ।
ତୁମ୍ଭେ ଅଲିଭ ଫଳ ପେଷିବ
    ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ।
ଯଦିଓ ଦ୍ରାକ୍ଷାଫଳ ପେଷିବ,
    ଦ୍ରାକ୍ଷାରସ ପାନୀୟ ପାଇଁ ପାଇବ ନାହିଁ।
16 କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ୟବସ୍ଥା ପାଳନ କରୁଛ
    ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ।
ଯେହେତୁ ସେମାନଙ୍କ ପରାମର୍ଶ ଗ୍ରହଣ କରିଛ,
    ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା।
ଯେତେବେଳେ ସେମାନେ ତୁମ୍ଭର ବିଧ୍ୱସ୍ତ ନଗର ଦେଖିବେ
    ସେମାନେ ବିସ୍ମୟରେ ସିଟି ବଜାଇବେ।
ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ
    ତୁମ୍ଭେ ବହନ କରିବ।”

ମୀଖା ମନ୍ଦଲୋକଙ୍କ କାର୍ଯ୍ୟରେ ବିବ୍ରତ ହେବେ

ମୁଁ ବିବ୍ରତ, କାରଣ ଫଳ ତୋଳିଲା ପରେ
    ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହୋଇଅଛି
ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହୋଇଅଛି।
    ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତାରେ ଖାଇବାକୁ ନାହିଁ କି ମୋର ପ୍ରିୟ ପ୍ରଥମ ପକ୍ୱ ଡିମ୍ବିରି ଫଳ ନାହିଁ।
ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ୱସ୍ତ
    ଓ ଉତ୍ତମ ଲୋକ ଗ୍ଭଲି ଯାଇଛନ୍ତି।
ପ୍ରତ୍ୟେକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି।
    ପ୍ରତ୍ୟେକ ନିଜର ଭାଇକୁ ମଧ୍ୟ ଜାଲରେ ପକାଇବାକୁ ଚେଷ୍ଟା କରୁଛନ୍ତି।
ଲୋକମାନେ ଦୁଇ ହାତରେ ମନ୍ଦକାର୍ଯ୍ୟ କରିବାକୁ ଯତ୍ନଶୀଳ ହେଉଛନ୍ତି,
    କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି
    ଓ ବିଗ୍ଭରକ ବିଗ୍ଭରାଳୟରେ ସେମାନଙ୍କର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି।
“ପ୍ରଧାନ ବ୍ୟକ୍ତିମାନେ” ଉତ୍ତମ ଓ ନ୍ୟାୟ ବିଗ୍ଭର କରୁ ନାହାନ୍ତି।
    ସେମାନେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।
ଏପରିକି ସେମାନଙ୍କ ମଧ୍ୟରେ ଯେ ସର୍ବୋତ୍ତମ ସେ ବୁଦାରେ କଣ୍ଟକ ସଦୃଶ।
    ଆଉ ସବୁଠାରୁ ସରଳ ବ୍ୟକ୍ତି ଅଧିକ ଜଟିଳ ଓ କଣ୍ଟାବାଡ଼ରେ କଣ୍ଟକ ସଦୃଶ ଅଟେ।

ଶାସ୍ତିବିଧାନର ଦିନ ଆସୁଛି

ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା କହିଲେ
    ତୁମ୍ଭ ପ୍ରହରୀମାନଙ୍କ ଦଣ୍ତ ପାଇବା ଦିନ ଆସିଛି।
ବର୍ତ୍ତମାନ ତୁମ୍ଭେମାନେ ଦଣ୍ତିତ ହେବ
    ଓ ବ୍ୟାକୁଳ ହେବ।
ତୁମ୍ଭର ପ୍ରତିବାସୀ
    କି ମିତ୍ରଙ୍କୁ ବିଶ୍ୱାସ କର ନାହିଁ।
ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ
    ପାଖରେ ମୁଖ ଖୋଲ ନାହିଁ।
ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତ୍ରୁ ପାଲଟିବେ।
    ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ,
କନ୍ୟା ମାର ବିରୁଦ୍ଧରେ ଯିବ
    ଓ ବୋହୂ ଶାଶୁର ବିରୁଦ୍ଧରେ କାର୍ଯ୍ୟ କରିବ।

ସଦାପ୍ରଭୁ ତ୍ରାଣକର୍ତ୍ତା

ତେଣୁ ମୁଁ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି।
    ମୋ’ ପରିତ୍ରାଣ ପାଇଁ ପରମେଶ୍ୱରଙ୍କୁ ଅପେକ୍ଷା କରିବି।
    ମୋର ପରମେଶ୍ୱର ମୋ’ କଥା ଶୁଣିବେ।
ହେ ମୋର ଶତ୍ରୁ ମୋର ପତନରେ ପରିହାସ କର ନାହିଁ।
    ମୁଁ ପୁନର୍ବାର ଉଠିବି।
ମୁଁ ଅନ୍ଧକାରରେ ଥିଲେ ମଧ୍ୟ
    ସଦାପ୍ରଭୁ ମୋ’ ପାଇଁ ଆଲୋକ ହେବେ।

ସଦାପ୍ରଭୁ କ୍ଷମାଶୀଳ

ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କରିଥିଲି,
    ତେଣୁ ସଦାପ୍ରଭୁ ମୋ’ ଉପରେ କ୍ରୋଧାନ୍ୱିତ ହୋଇଥିଲେ।
ମାତ୍ର ସେ ମୋ’ ପାଇଁ ଯୁକ୍ତି ବାଢ଼ିବେ
    ଏବଂ ମୋ’ ପାଇଁ ନ୍ୟାୟ ବିଗ୍ଭର କରିବେ।
ସେ ମୋତେ ଆଲୋକକୁ ଆଣିବେ
    ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।
10 ମୋର ଶତ୍ରୁ କହୁଥିଲେ,
    “ତୁମ୍ଭର ସଦାପ୍ରଭୁ ପରମେଶ୍ୱର କେଉଁଠାରେ ଅଛନ୍ତି?”
ମାତ୍ର ଯେତେବେଳେ ସେ ଏହା ଦେଖିବ
    ସେ ଲଜ୍ଜିତ ହେବ।
ସେତେବେଳେ ମୁଁ ଶତ୍ରୁକୁ ଉପହାସ କରିବି।
    ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।

ଯିହୂଦୀଙ୍କ ପ୍ରତ୍ୟାଗମନ

11 ସମୟ ଆସିବ ଯେତେବେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହେବ।
    ସେତେବେଳେ ତୁମ୍ଭ ରାଜ୍ୟ ଉନ୍ନତି କରିବ।
12 ତୁମ୍ଭ ଲୋକମାନେ ତୁମ୍ଭ ସ୍ଥାନକୁ ଫେରି ଆସିବେ।
    ସେମାନେ ଅଶୂରୀୟ ଓ ମିଶରର ନଗରମାନଙ୍କରୁ ଫେରି ଆସିବେ।
ତୁମ୍ଭର ଲୋକ ମିଶର
    ତଥା ଫରାତ୍ ନଦୀର ଆର ପାଖରୁ ଆସିବେ।
ଆଉ ମଧ୍ୟ ସେମାନେ ପଶ୍ଚିମସ୍ଥ ସମୁଦ୍ର
    ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିବେ।

13 ତଥାପି ବାସ କରୁଥିବା ସେହି ଲୋକ
    ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ୱଂସ ପାଇଲା।
14 ତେଣୁ ଅଧିକାର ଦ୍ୱାରା ତୁମ୍ଭର ଲୋକମାନଙ୍କୁ ଶାସନ କର।
    ତୁମ୍ଭ ରାଜ୍ୟର ଯତ୍ନ ନିଅ।
ସେହି ଜାତି ଏକାକୀ ଜଙ୍ଗଲ
    ଓ କର୍ମିଲ ପର୍ବତ ଉପରେ ବାସ କରିବେ।
ସେମାନେ ପୂର୍ବପରି ବାଶନ
    ଓ ଗଲିୟଦରୁ ଶସ୍ୟ ଉତ୍ପାଦନ କରି ଭୋଜନ କରିବେ।

ଇସ୍ରାଏଲ ତା’ର ଶତ୍ରୁକୁ ଦମନ କରିବ

15 ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ଯ୍ୟ କର୍ମ କରିବା
    ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା।
16 ଗୋଷ୍ଠୀସକଳ ସେହି ସମସ୍ତ
    ଆଶ୍ଚର୍ଯ୍ୟ କର୍ମ ଦେଖି ଲଜ୍ଜିତ ହେବେ।
ସେମାନଙ୍କର “ପରାକ୍ରମ”
    ଆମ୍ଭ ତୁଳନାରେ କିଛି ନୁହେଁ ବୋଲି
ସେମାନେ ଅନୁଭବ କରିବେ।
    ସେମାନେ ଚଳିତ ହୋଇ ନିଜ ନିଜ ମୁଖରେ ହସ୍ତ ଦେବେ
ଓ କର୍ଣ୍ଣକୁ ଆବୃତ କରିବେ,
    ଶୁଣିବାରୁ ନିବୃତ୍ତ ହେବେ।
17 ସେମାନେ ସର୍ପ ପରି ଧୂଳି ଗ୍ଭଟିବେ।
    ସେମାନେ ଭୟରେ କମ୍ପିତ ହେବେ।
ଆଉ ସେମାନେ କୀଟମାନଙ୍କ ପରି
    ସେମାନଙ୍କର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ।
    ଶେଷରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ନିକଟକୁ ଆସିବେ
ଏବଂ ଭୟର ସହିତ ସମ୍ମାନ ଜଣାଇବେ।

ସଦାପ୍ରଭୁଙ୍କ ପ୍ରଶଂସା

18 ତୁମ୍ଭ ପରି ପରମେଶ୍ୱର ଆଉ ସେଠାରେ କେହି ନାହିଁ।
    ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର।
    ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ୟ କ୍ଷମା ଦିଅ।
ତୁମ୍ଭେ ସର୍ବଦା କ୍ରୋଧିତ ହେବ ନାହିଁ
    କାରଣ ତୁମ୍ଭେ ସ୍ନେହ ଗ୍ଭହଁ।
19 ସେ ପୁନର୍ବାର ଫେରିବେ ଓ ଆମ୍ଭମାନଙ୍କୁ କୃପା କରିବେ।
    ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦରେ ଦଳି ଦେବେ ଓ ସମସ୍ତ ପାପକୁ ଅତଳ ସମୁଦ୍ରରେ ନେଇ ନିକ୍ଷେପ କରିବେ।
20 ହେ ପରମେଶ୍ୱର, ଯାକୁବ ପ୍ରତି ସତ୍ୟ
    ଓ ଅବ୍ରହାମ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠାରେ ଶପଥ କରିଥିଲ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13

ଦୁଇଟି ପଶୁ

13 ତା’ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତୋଟି ମୁଣ୍ଡ ଥିଲା। ପ୍ରତ୍ୟେକ ଶିଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରତ୍ୟେକ ମସ୍ତକରେ ପରମେଶ୍ୱରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲେଖାଯାଇଥିଲା। ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା’ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସେହି ବିଶାଳ ସାପ ସମୁଦ୍ରକୂଳରେ ରହି ତା’ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦେଲା।

ତାହାର ମସ୍ତକଗୁଡ଼ିକ ମଧ୍ୟରୁ ଗୋଟିଏ ମସ୍ତକ ଆଘାତ ପ୍ରାପ୍ତ ହୋଇଥିବା ପରି ଓ ମରାଯାଇଥିବା ପରି ଦେଖାଗଲା। କିନ୍ତୁ ତା’ର ମାରାତ୍ମକ କ୍ଷତ ଭଲ ହୋଇଯାଇଥିଲା। ପୃଥିବୀର ସବୁ ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ସେହି ପଶୁର ଅନୁଗମନ କଲେ। ଲୋକମାନେ ସେହି ସାପକୁ ପୂଜା କଲେ, କାରଣ ସେ ତା’ର କ୍ଷମତା ପଶୁକୁ ଦାନ କରିଦେଇଥିଲା। ଲୋକମାନେ ସେହି ପଶୁକୁ ମଧ୍ୟ ପୂଜା କଲେ। ସେମାନେ କହିଲେ, “ଏହି ପଶୁ ଭଳି ଶକ୍ତିଶାଳୀ କିଏ ଅଛି? ତା’ ବିରୁଦ୍ଧରେ କିଏ ଯୁଦ୍ଧ କରି ପାରିବ?”

ସେହି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବୟାଳିଶ୍ ମାସ ପର୍ଯ୍ୟନ୍ତ ତା’ର କ୍ଷମତା ପ୍ରୟୋଗ କରିବା ପାଇଁ ଅନୁମତି ଦିଆଗଲା। ସେହି ପଶୁ ପରମେଶ୍ୱରଙ୍କ ବିରୁଦ୍ଧରେ ଖରାପ କଥା କହିବା ପାଇଁ ମୁହଁ ଖୋଲିଲା। ସେ ପରମେଶ୍ୱରଙ୍କର ନାମ ବିରୁଦ୍ଧରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧରେ ଓ ଯେଉଁମାନେ ସ୍ୱର୍ଗରେ ରହୁଥିଲେ, ସେମାନଙ୍କ ବିରୁଦ୍ଧରେ ଖରାପ କଥାମାନ କହିଲା। ତାହାକୁ ପରମେଶ୍ୱରଙ୍କ ପବିତ୍ର ଲୋକ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା। ପୃଥିବୀରେ ରହୁଥିବା ସମସ୍ତ ଲୋକମାନେ ସେହି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହୋଇ ନାହିଁ। ଏହି ମେଷଶାବକଙ୍କୁ ବଧ କରାଯାଇଥିଲା।

ଯାହାର ଶୁଣିବା ନିମନ୍ତେ କାନ ଅଛି, ସେ ଏହାକୁ ଶୁଣିବା ଉଚିତ୍।

10 ଯେଉଁ ବ୍ୟକ୍ତିର ବନ୍ଦୀ ହେବାର ଅଛି,
    ତେବେ ସେ ବନ୍ଦୀ ହେବ।
ଯେଉଁ ବ୍ୟକ୍ତିର ମୃତ୍ୟୁ ଖଣ୍ଡା ଦ୍ୱାରା ହେବାର ଅଛି,
    ତେବେ ସେ ଲୋକ ଖଣ୍ଡାରେ ମୃତ୍ୟୁବରଣ କରିବ।

ଏହି ସମୟରେ, ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ରହିବା ଉଚିତ୍।

ପୃଥିବୀ ମଧ୍ୟରୁ ପଶୁ

11 ତା’ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା’ର ମେଷ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା। 12 ଏହି ପଶୁ ପ୍ରଥମପଶୁ ସାମନାରେ ଠିଆ ହେଲା ଓ ପ୍ରଥମପଶୁଠାରେ ଥିବା ସମସ୍ତ କ୍ଷମତା ଭଳି କ୍ଷମତା ବ୍ୟବହାର କଲା। ସେ ପ୍ରଥମ ପଶୁକୁ ପୂଜା କରିବା ପାଇଁ ସମଗ୍ର ପୃଥିବୀବାସୀଙ୍କୁ ବାଧ୍ୟ କଲା। ସେହି ପ୍ରଥମପଶୁର ମାରାତ୍ମକ କ୍ଷତ ସୁସ୍ଥ ହୋଇଯାଇଥିଲା। 13 ଏହି ଦ୍ୱିତୀୟ ପଶୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରେ। ଲୋକମାନେ ଦେଖୁଥିଲାବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ।

14 ଦ୍ୱିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଏ। ସେ ଯେଉଁ କ୍ଷମତା ପାଇଥିଲା, ତା’ ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହିସବୁ ଆଶ୍ଚର୍ଯ୍ୟକର୍ମମାନ କରେ। ଦ୍ୱିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦେବା ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦେଲା। ଏହି ପଶୁ ଖଣ୍ଡାରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା। 15 ଦ୍ୱିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦେବା ପାଇଁ କ୍ଷମତା ଦିଆ ଯାଇଥିଲା। ତା’ପରେ ସେହି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସେମାନଙ୍କୁ ମୃତ୍ୟୁଦଣ୍ଡର ଆଦେଶ ଦେବ। 16 ଦ୍ୱିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ୱାଧୀନ ଓ ପରାଧୀନ ନିର୍ବିଶେଷରେ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହାତରେ କିମ୍ବା ସେମାନଙ୍କ କପାଳରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ୟ କଲା। 17 ଯେଉଁ ମନୁଷ୍ୟ ସେହି ପଶୁର ନାମ କିମ୍ବା ତାହାର ନାମର ସଂଖ୍ୟା ଧାରଣ କରି ନ ଥିବ, ସେ କୌଣସି ଜିନିଷ କିଣାବିକା କରି ପାରିବ ନାହିଁ।

18 ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟାର ଅର୍ଥକୁ ଠିକ୍ ରୂପ ଦେଇ ପାରିବ। ଏଥିପାଇଁ ବୁଦ୍ଧି ଆବଶ୍ୟକ କାରଣ ଏହି ସଂଖ୍ୟା ଗୋଟିଏ ମନୁଷ୍ୟର ସଂଖ୍ୟା। ତାହାର ସଂଖ୍ୟା ହେଉଛି 666।

Oriya Bible: Easy-to-Read Version (ERV-OR)

2010 by World Bible Translation Center