Old/New Testament
ଯିରୁଶାଲମରୁ ଆଇନ ପ୍ରଣୀତ ହେବ
4 ଭବିଷ୍ୟତରେ ସଦାପ୍ରଭୁଙ୍କ ଗୃହ,
ପର୍ବତର ଉଚ୍ଚତମ ପର୍ବତ ଶିଖର ଉପରେ ସ୍ଥାପିତ ହେବ।
ଏହା ସମସ୍ତ ପର୍ବତଗୁଡ଼ିକ ଅପେକ୍ଷା ଉଚ୍ଚତର ହେବ।
ଲଗାତାର ଗୋଷ୍ଠୀଗଣ ସ୍ରୋତ ପରି ସେଠାକୁ ଯାଉଥିବେ।
2 ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସେଠାକୁ ଯିବେ ଏବଂ କହିବେ,
“ଆସ, ସଦାପ୍ରଭୁଙ୍କ ପର୍ବତକୁ ଯିବା।
ଗ୍ଭଲ ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଯିବା।
ସେତେବେଳେ ପରମେଶ୍ୱର ତାଙ୍କ ପଥ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେବେ
ଏବଂ ଆମ୍ଭେମାନେ ସେହିସବୁକୁ ଅନୁସରଣ କରିବା।”
ପରମେଶ୍ୱରଙ୍କଠାରୁ ଶିକ୍ଷା ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମର ସିୟୋନ ପର୍ବତରୁ ଆରମ୍ଭ ହେବ
ଏବଂ ତାହା ସମଗ୍ର ପୃଥିବୀରେ ପ୍ରସାରିତ ହେବ।
3 ତା’ପରେ ଅନେକ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ୱର ବିଗ୍ଭରକ ହେବେ
ଓ ଦୂରଦେଶୀୟ ଅନେକ ଲୋକମାନଙ୍କୁ ତାଙ୍କର ଶେଷ ନିଷ୍ପତ୍ତି ଜଣାଇବେ।
ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ତ୍ୟାଗ କରିବେ।
ସେମାନେ ସେମାନଙ୍କର ଖଡ଼୍ଗରେ ଲଙ୍ଗଳ ତିଆରି କରିବେ
ଏବଂ ବର୍ଛାକୁ ଭାଙ୍ଗି ଶସ୍ୟ କାଟିବାକୁ ଦାଆ ନିର୍ମାଣ କରିବେ।
ଲୋକମାନେ ଅନ୍ୟ ସହିତ ଯୁଦ୍ଧ କରିବା ବନ୍ଦ କରିବେ।
ଆଉ ଯୁଦ୍ଧ ପାଇଁ ତାଲିମ ମଧ୍ୟ କେବେ ନେବେ ନାହିଁ।
4 ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦ୍ରାକ୍ଷାଲତା
ଓ ଡିମ୍ବିରି ବୃକ୍ଷ ତଳେ ବସିବେ
ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ।
କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ ଘଟିବ ବୋଲି କହିଲେ।
5 ଅନ୍ୟ ଗୋଷ୍ଠୀର ଲୋକମାନେ ସେମାନଙ୍କର ନିଜର ଦେବତାମାନଙ୍କୁ ଅନୁସରଣ କରିବେ।
କିନ୍ତୁ ଆମ୍ଭେମାନେ ଚିରକାଳ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହେବା।
ରାଜ୍ୟର ପୁନରାଗମନ
6 ସଦାପ୍ରଭୁ କୁହନ୍ତି,
“ଆଘାତପ୍ରାପ୍ତ, ପଙ୍ଗୁ, ବିତାଡ଼ିତ ଓ ଦଣ୍ତିତ ଯିରୁଶାଲମକୁ
ଆମ୍ଭେ ପୁନର୍ବାର ଫେରାଇ ଆଣିବା।
7 “ଆମ୍ଭେ ସେହି ନଗରର ‘ପଙ୍ଗୁ’ ଲୋକମାନଙ୍କୁ
ଅବଶିଷ୍ଟାଂଶ ରୂପେ ରଖିବା
ଓ ବିତାଡ଼ିତ ହୋଇଥିବା ସେହି ଲୋକମାନଙ୍କୁ
ପୁଣି ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା।”
ସଦାପ୍ରଭୁ ସେମାନଙ୍କର ରାଜା ହେବେ
ଏବଂ ସେ ସିୟୋନ ପର୍ବତ ଉପରେ ଏବେଠାରୁ ଚିରକାଳ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଶାସନ କରିବେ।
8 ପୁଣି ହେ ପଲର ଦୁର୍ଗ,
ତୁମ୍ଭର ସମୟ ଆସିବ।
ସିୟୋନ କନ୍ୟା, ପର୍ବତରେ ତୁମ୍ଭେ
ପୁନର୍ବାର ଶାସନ ଗାଦିରେ ରହିବ।
ଆଉ ଅତୀତ ପରି ଯିରୁଶାଲମ
ଗୋଟିଏ ଶକ୍ତିଶାଳୀ ରାଜ୍ୟ ହେବ।”
ଇସ୍ରାଏଲୀୟମାନେ କାହିଁକି ବାବିଲୋନ ଯିବେ
9 ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ୱରରେ ବିଳାପ କରୁଛ?
ତୁମ୍ଭର ରାଜା କ’ଣ ଗ୍ଭଲିଯାଇଛନ୍ତି?
ତୁମ୍ଭେ କ’ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ?
ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବେଦନା ପାଉଛ।
10 ହେ ସିୟୋନର କନ୍ୟା, ତୁମ୍ଭେ ପ୍ରସବ ବେଦନା ଅନୁଭବ କରି
ସନ୍ତାନ ଜନ୍ମ ଦିଅ।
ତୁମ୍ଭେ ନଗରର ବାହାରକୁ ଯାଅ
ଏବଂ କ୍ଷେତ୍ରରେ ବାସ କର।
ତୁମ୍ଭେ ବାବିଲୋନ ଯିବ।
କିନ୍ତୁ ସେ ସ୍ଥାନରେ ତୁମ୍ଭେ ସୁରକ୍ଷିତ ହେବ।
ଆଉ ମଧ୍ୟ ସଦାପ୍ରଭୁ ସେଠାକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ଦୂରେଇ ନେବେ।
ଅନ୍ୟ ଗୋଷ୍ଠୀ ସମୂହକୁ ସଦାପ୍ରଭୁ ଧ୍ୱଂସ କରିବେ
11 ତୁମ୍ଭ ବିରୁଦ୍ଧରେ ବହୁ ଗୋଷ୍ଠୀ ଲଢ଼ିବାକୁ ଆସିଛନ୍ତି।
ସେମାନେ କୁହନ୍ତି, “ଦେଖ, ସେ ହେଉଛି ସିୟୋନ,
ଆମ୍ଭେ ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବୁ।”
12 ସେହି ଲୋକମାନଙ୍କର ନିଜର ମନ୍ତ୍ରଣା ଅଛି।
କିନ୍ତୁ ସେମାନେ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ।
ସଦାପ୍ରଭୁ ସେମାନଙ୍କୁ ଏକ ସ୍ୱତନ୍ତ୍ର
ଉଦ୍ଦେଶ୍ୟରେ ଏଠାକୁ ଆଣିଛନ୍ତି,
ସେମାନଙ୍କୁ ଶସ୍ୟ ଖଳାରେ ଶସ୍ୟ
ପେଶିଲା ପରି ଦଳି ଦେବେ।
ଇସ୍ରାଏଲ ତା’ର ଶତ୍ରୁକୁ ପରାସ୍ତ କରିବ
13 “ସିୟୋନର କନ୍ୟା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ।
କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା।
ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗକୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା।
ତୁମ୍ଭେ ତାହାର ସାହାଯ୍ୟରେ ଅନେକ ଗୋଷ୍ଠୀକୁ ଚୂର୍ଣ୍ଣ କରିବ।
ସେମାନଙ୍କର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ
ଏବଂ ସେମାନଙ୍କର ଧନଭଣ୍ତାର ସମୁଦାୟ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”
5 ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ୟଦଳକୁ ଏକତ୍ରିତ କର।
ସେମାନେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘେରି ରହନ୍ତୁ।
ସେମାନେ ମଧ୍ୟ ଇସ୍ରାଏଲର ବିଗ୍ଭରକଙ୍କୁ
ତାଙ୍କ ଗାଲରେ ବାଡ଼ି ସାହାଯ୍ୟରେ ଆଘାତ କରିବେ।
ମସିହା ବୈଥ୍ଲେହମରେ ଜନ୍ମ ନେବେ
2 କିନ୍ତୁ ହେ ବୈଥ୍ଲେହମ୍-ଉଫ୍ରାଥା,
ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ।
କିନ୍ତୁ ତୁମ୍ଭ ମଧ୍ୟରୁ “ଇସ୍ରାଏଲର ଶାସନକର୍ତ୍ତା” ହେବା ନିମନ୍ତେ
ଜଣେ ବ୍ୟକ୍ତି ଆମ୍ଭ ଉଦ୍ଦେଶ୍ୟରେ ଜନ୍ମ ହେବେ।
ତାଙ୍କର ଉତ୍ପତ୍ତି ପୁରାତନ
ତଥା ଅନାଦିକାଳରୁ ହୋଇଅଛି।
3 ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ୟାଗ କରିବେ,
ଯେପର୍ଯ୍ୟନ୍ତ ସ୍ତ୍ରୀଲୋକ ତା’ର ସନ୍ତାନ ପ୍ରସବ ନ କରିଛି।
ତାହାପରେ ଅବଶିଷ୍ଟ ଭାତୃଗଣ
ଇସ୍ରାଏଲର ଲୋକଙ୍କ ନିକଟକୁ ଫେରି ଆସିବେ।
4 ତା’ପରେ ଇସ୍ରାଏଲର ଶାସକ ସଦାପ୍ରଭୁଙ୍କ ଶକ୍ତିରେ
ଓ ତାଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଅପୂର୍ବ ମହିମାରେ ଦଣ୍ଡାୟମାନ ହୋଇ ତାଙ୍କ ପଲଙ୍କୁ ଚରାଇବେ।
ସେମାନେ ଶାନ୍ତିରେ ବାସ କରିବେ
କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହେବ।
5 ସେଠାରେ ଶାନ୍ତି ବିରାଜିତ ହେବ।
ଯଦି ଅଶୂରୀୟ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ
ଏବଂ ଆମ୍ଭ ରାଜ୍ୟକୁ ଆକ୍ରମଣ କରିବେ,
ତେବେ ଆମ୍ଭେ ଇସ୍ରାଏଲର ସାତ ଜଣ ମେଷପାଳକ
ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ।
6 ସେମାନେ ସେମାନଙ୍କର ଖଡ଼୍ଗ ବ୍ୟବହାର କରିବେ ଓ ଅଶୂରୀୟମାନଙ୍କୁ ଶାସନ କରିବେ।
ସେମାନେ ମଧ୍ୟ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତରେ ଖଡ଼୍ଗ ଧାରଣ କରି ଶାସନ କରିବେ।
କିନ୍ତୁ ଇସ୍ରାଏଲର ଶାସକ ଯେଉଁ ଅଶୂରୀୟମାନେ ଆମ୍ଭ ଦେଶକୁ ଆସିବେ
ଓ ଆମ୍ଭ ସୀମା ମଧ୍ୟରେ ପ୍ରବେଶ କରିବେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।
7 କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧ୍ୟରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହେବେ,
ଏବଂ କେବେ ମନୁଷ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବେ ନାହିଁ।
ଆଉ ମଧ୍ୟ ସେମାନେ ତୃଣ ଉପରେ ବୃଷ୍ଟି ସଦୃଶ ହେବେ
ଏବଂ ମନୁଷ୍ୟମାନଙ୍କ ଉପରେ ଭରସା ରଖିବେ ନାହିଁ।
8 ବହୁ ଗୋଷ୍ଠୀ ମଧ୍ୟରେ ବିକ୍ଷିପ୍ତ ହୋଇଥିବା
ଯାକୁବର ଅବଶିଷ୍ଟାଂଶ
ଜଙ୍ଗଲର ପ୍ରାଣୀମାନଙ୍କ ମଧ୍ୟରେ
ସିଂହ ସଦୃଶ ବସବାସ କରିବେ।
ଆଉ ମଧ୍ୟ ସେମାନେ ମେଷ ପଲରେ
ଯୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ।
ସିଂହ ଜଙ୍ଗଲ ମଧ୍ୟରେ
ନିଜ ଇଚ୍ଛା ଅନୁସାରେ ଗତି କରେ
ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ,
ତାକୁ କେହି ରକ୍ଷା କରି ପାରିବେ ନାହିଁ।
9 ତୁମ୍ଭେ ତୁମ୍ଭର ଶତ୍ରୁଗଣ ଉପରେ ହସ୍ତ ଉତ୍ତୋଳନ କରିବ
ଓ ସେମାନଙ୍କୁ ଧ୍ୱଂସ କରିବ।
ଲୋକମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବେ
10 ସଦାପ୍ରଭୁ କୁହନ୍ତି,
“ସେତେବେଳେ ଆମ୍ଭେ ତୁମ୍ଭର ଘୋଡ଼ାଗୁଡ଼ିକୁ ନେଇଯିବା
ଏବଂ ତୁମ୍ଭର ରଥଗୁଡ଼ିକୁ ଧ୍ୱଂସ କରିବା।
11 ତୁମ୍ଭ ରାଜ୍ୟର ନଗରଗୁଡ଼ିକୁ ଧ୍ୱଂସ କରିବା
ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗି ପକାଇବା।
12 ତୁମ୍ଭେମାନେ ଆଉ କୁହୁଳ ବିଦ୍ୟା ଦେଖାଇ ପାରିବ ନାହିଁ
କି ଜ୍ୟୋତିଷ ପରି ଭବିଷ୍ୟଦ୍ବାଣୀ ଶୁଣାଇ ପାରିବ ନାହିଁ।
13 ଆମ୍ଭେ ସେହି ମିଥ୍ୟାପ୍ରଭୁର ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ପକାଇବା।
ଆଉ ମଧ୍ୟ ସେହି ମୂର୍ତ୍ତି ଦେବତାଙ୍କର ପବିତ୍ର ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେବା।
ତୁମ୍ଭେ ହାତରେ ତିଆରି କରିଥିବା ସେହି ମୂର୍ତ୍ତିଗୁଡ଼ିକୁ ଆଉ ପୂଜା କରି ପାରିବ ନାହିଁ।
14 ଆଉ ମଧ୍ୟ ଆମ୍ଭେ ସେହି ଆଶେରା ସ୍ତମ୍ଭକୁ ଭାଙ୍ଗି ପକାଇବା
ଏବଂ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିଦେବା।
15 କେତେକ ଲୋକ ଆମ୍ଭ କଥା ଶୁଣିବେ ନାହିଁ।
କିନ୍ତୁ ଆମ୍ଭେ ଆପଣା କ୍ରୋଧ ପ୍ରକାଶ କରିବା
ଏବଂ ସେହି ଲୋକମାନଙ୍କ ଉପରେ ପ୍ରତିଶୋଧ ନେବା।”
ନାରୀ ଓ ମହାସର୍ପ
12 ତା’ପରେ ସ୍ୱର୍ଗରେ ଏକ ବିଚିତ୍ର ଚିହ୍ନ ଦେଖାଗଲା। ମୁଁ ଜଣେ ନାରୀଙ୍କୁ ସୂର୍ଯ୍ୟଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା। 2 ସେହି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବେଦନାରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହୋଇଯାଇଥିଲା।
3 ସ୍ୱର୍ଗରେ ଅନ୍ୟ ଏକ ଚିହ୍ନ ଦେଖାଗଲା। ସେଠାରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା’ର ସାତୋଟି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡରେ ସାତୋଟି ମୁକୁଟ ଥିଲା। ତା’ର ଦଶଟି ଶିଙ୍ଗ ମଧ୍ୟ ଥିଲା। 4 ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ୟରୁ ଏକତୃତୀୟାଂଶ ତାରାକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ସେହି ସାପ, ପ୍ରସବ କରିବାକୁ ଯାଇଥିବା ସେହି ନାରୀଙ୍କ ସାମନାରେ ଠିଆ ହୋଇ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହେବା ମାତ୍ରେ ତାହାକୁ ଖାଇବା ଉଦ୍ଦେଶ୍ୟରେ ସେ ପ୍ରସ୍ତୁତ ହୋଇଗଲା।
5 ସେହି ନାରୀ ଗୋଟିଏ ପୁତ୍ର ଶିଶୁକୁ ଜନ୍ମ ଦେଲେ। ସେ ସମଗ୍ର ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଲୌହଦଣ୍ଡରେ ଶାସନ କରିବେ। ତା’ର ଶିଶୁଙ୍କୁ ପରମେଶ୍ୱରଙ୍କ ସିଂହାସନ ପାଖକୁ ଉଠାଇ ନିଆଗଲା। 6 ସେହି ସ୍ତ୍ରୀଲୋକଟି, ପରମେଶ୍ୱର ତା’ ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଗ୍ଭଲିଗଲା। ସେଠାରେ ତା’ର ଯତ୍ନ 1260 ଦିନ ପର୍ଯ୍ୟନ୍ତ ନିଆଯିବ।
7 ଏହିପରି ସମୟରେ ସ୍ୱର୍ଗରେ ଯୁଦ୍ଧ ହେଲା। ମୀଖାୟେଲ ଓ ତାହାଙ୍କର ଦୂତଗଣ ସେହି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସାପ ତା’ର ଦୂତମାନଙ୍କ ସହତ ପ୍ରତିଯୁଦ୍ଧ କଲା। 8 କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ୱର୍ଗରେ ସ୍ଥାନ ହରାଇଲେ। 9 ବିଶାଳ ସାପକୁ ସ୍ୱର୍ଗରୁ ପୃଥିବୀରେ ନିକ୍ଷେପ କରାଗଲା। (ସେହି ବିଶାଳ ସାପ ହେଉଛି ସେହି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାଯାଏ। ସେ ପୃଥିବୀ ବାସୀଙ୍କୁ ଭୁଲ୍ ରାସ୍ତାରେ ନିଏ। ସାପକୁ ତା’ର ଦୂତମାନଙ୍କ ସହିତ ସଦଳବଳରେ ପୃଥିବୀରେ ନିକ୍ଷେପ କରାଗଲା।
10 ତା’ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା। 11 ଆମ୍ଭ ଭାଇମାନେ ମେଷଶାବକଙ୍କ ରକ୍ତ ଦ୍ୱାରା ଓ ସେମାନଙ୍କର ପ୍ରଗ୍ଭର ଦ୍ୱାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସେମାନେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିଥିଲେ। 12 ତେଣୁ ହେ ସ୍ୱର୍ଗ ଓ ସ୍ୱର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ୟନ୍ତ ଖରାପ ସମୟ, ଯେହେତୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କ୍ରୋଧରେ ପୂର୍ଣ୍ଣ ହୋଇ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି।’’
13 ବିଶାଳ ସାପ ନିଜକୁ ପୃଥିବୀରେ ନିକ୍ଷେପ ହେବାର ଦେଖିଲା। ତେଣୁ ସେ ପୁତ୍ର ସନ୍ତାନ ଜାତ କରିଥିବା ନାରୀ ପଛେ ପଛେ ଦୌଡ଼ିଲା। 14 କିନ୍ତୁ ସେହି ନାରୀକୁ ବୃହତ୍ ଉତ୍କ୍ରୋଶ ପକ୍ଷୀର ଦୁଇଟି ପକ୍ଷ ଦିଆଗଲା। ତେଣୁ ସେ ମରୁଭୂମିରେ ତା’ ପାଇଁ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଉଡ଼ିଯାଇ ପାରିଲା। ସେଠାରେ ସାପଠାରୁ ସୁରକ୍ଷା ପାଇଁ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ତାହାଙ୍କର ଯତ୍ନ ନିଆଯିବ। 15 ତା’ପରେ ସାପ ନିଜ ମୁଖରୁ ନଦୀ ପରି ପାଣି ବାହାର କଲା। ସେ ସେହି ନାରୀର ପଛପଟରୁ ଜଳ ଛାଡ଼ିଲା ଯଦ୍ଦ୍ୱାରା ସେ ଜଳ ସ୍ରୋତ ଦ୍ୱାରା ତାହାକୁ ଭସାଇ ନେଇ ପାରିବ। 16 କିନ୍ତୁ ପୃଥିବୀ ସେହି ସ୍ତ୍ରୀକୁ ସାହାଯ୍ୟ କଲା। ପୃଥିବୀ ତା’ର ମୁଖ ଖୋଲିଲା ଓ ବିଶାଳ ସାପ ମୁଖରୁ ବାହାରି ଆସୁଥିବା ନଦୀକୁ ଗିଳି ଦେଲା। 17 ତେଣୁ ସାପ ସେହି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା’ର ଅନ୍ୟ ପିଲାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ୱରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ସେହିମାନେ ତାହାଙ୍କର ସନ୍ତାନ।
18 ସେହି ବିଶାଳ ସାପ ଯାଇ ସମୁଦ୍ର କୂଳରେ ଠିଆ ହେଲା।
2010 by World Bible Translation Center