Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 45-46

ପବିତ୍ର ବ୍ୟବହାର ନିମନ୍ତେ ଦେଶ ବିଭାଗ

45 “ଏବଂ ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାରୀ ପାଇଁ ଗୁଲିବାଣ୍ଟ ଦ୍ୱାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 20,000 ହାତ ହେବ। ସେ ସମସ୍ତ ଭୂମି ପବିତ୍ର ହେବ। ତାହା ମଧ୍ୟରୁ 500 ହାତ ଦୈର୍ଘ୍ୟ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗରେ ପଗ୍ଭଶ୍ ହାତ ପରିମିତ ଏକ ଖୋଲା ସ୍ଥାନ ରହିବ। ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧ୍ୟରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହେବ।

“ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ଯିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିରରେ ସେବା କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସେମାନଙ୍କର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହେବ। ପୁଣି 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲେବୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିଯୁକ୍ତ ହୁଅନ୍ତି ଏହା ସେମାନଙ୍କର ବାସ କରିବା ପାଇଁ ନଗର ହେବ।

“ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5000 ହାତ ପ୍ରସ୍ଥ ଓ 25,000 ହାତ ଦୈର୍ଘ୍ୟ ଭୂମି ନିରୂପଣ କରିବି। ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ। ପୁଣି ଅଧିପତି ନିମନ୍ତେ ଯାହା ହେବ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହେବ। ଏହା ଦେଶ ମଧ୍ୟରେ ତାହା ଅର୍ଥାତ୍ ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।”

ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ଇସ୍ରାଏଲର ଅଧିପତିମାନେ, ଯଥେଷ୍ଟ! ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ। ତୁମ୍ଭେମାନେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସେମାନଙ୍କ ପ୍ରତି ନ୍ୟାୟ ଓ ଯଥାର୍ଥ ବିଗ୍ଭର କର। ମୋର ଲୋକମାନଙ୍କଠାରୁ ଭୂମି ନେଇଯିବା ବନ୍ଦ କର।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

10 “ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ୟବହାର କର। 11 ବାତ୍ ଯେପରି ହୋମରର ଏକ ଦଶମାଂଶ ହେବ, ଐଫା ହୋମରର ସହିତ ସମାନ ହେବ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହେବ। ତହିଁର ପରିମାଣ ହୋମର ଅନୁସାରେ ହେବ। 12 ପୁଣି ଏକ ଶେକଲ କୋଡ଼ିଏ ଗେରା ହେବ, ଏକ ମିନା କୋଡ଼ିଏ ଶେକଲ, ପଚିଶ୍ ଶେକଲ, ପନ୍ଦର ଶେକଲ ହେବ।

13 “ତୁମ୍ଭେମାନେ ଏହି ବିଶେଷ ନୈବେଦ୍ୟ ଉତ୍ସର୍ଗ କରିବ।

    ପ୍ରତ୍ୟେକ ହୋମର ଏକ ଷଷ୍ଠାଂଶ ଗହମ
    ଓ ଏକ ଷଷ୍ଠାଂଶ ବାଲି ତୁମ୍ଭେମାନେ ଦେବ।
14     ପୁଣି ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହେବ।
    କୋ‌‌‌ର୍‌‌‌ ଦଶ ବାତ୍ ଅର୍ଥାତ୍ ଏକ ହୋମର, କାରଣ ଦଶ ବାତରେ ଏକ ହୋମର ହୁଏ।
15     ଆଉ ଇସ୍ରାଏଲର ଭଲ ଜଳ ହୋଇଥିବା ଗ୍ଭରଣଭୂମି ସ୍ଥାନରୁ ପଲର 200 ମେଷ ମଧ୍ୟରୁ ଏକ ମେଷ ଦେବ।

“ତାହା ଲୋକମାନଙ୍କ ନିମନ୍ତେ ବିଶେଷ ନୈବେଦ୍ୟ ହେବ। ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଏହି ଶସ୍ୟ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

16 “ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିଙ୍କ ପାଇଁ ଏହି ଉପହାର ଦେବେ। 17 ପୁଣି ପର୍ବ ଦିନରେ; ଅମାବାସ୍ୟାରେ ଓ ବିଶ୍ରାମବାରଗୁଡ଼ିକରେ ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଶସ୍ୟବଳି ଓ ପେୟନୈବେଦ୍ୟ ଓ ସହଭାଗିତାର ନୈବେଦ୍ୟ ଅଧିପତି ଦେବେ। ଅଧିପତି ଇସ୍ରାଏଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ୟ ନୈବେଦ୍ୟ, ହୋମବଳି, ସହଭାଗିତାର ନୈବେଦ୍ୟ ଉତ୍ସର୍ଗ କରିବେ।”

18 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିଖୁଣ ଗୋବତ୍ସ ନେଇ ପବିତ୍ର ସ୍ଥାନକୁ ଶୁଚି କରିବ। 19 ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନେଇ ମନ୍ଦିରର ଚୌକାଠମାନର ଉପରେ ଯଜ୍ଞବେଦି ଥାକର ଗ୍ଭରି କୋଣର ଉପରେ ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବା ଉଚିତ୍। 20 ଆଉ ଯେଉଁ ଲୋକ ଭ୍ରାନ୍ତିରେ କୌଣସି ପାପ କରେ ତାହା ପାଇଁ ଓ ସେହିମାନଙ୍କ ପାଇଁ ଅଜାଣତରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭେମାନେ ମନ୍ଦିରକୁ ପବିତ୍ର କରିବ।

ନିସ୍ତାରପର୍ବ ସମୟର ବଳି

21 “ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ତୁମ୍ଭମାନଙ୍କର ନିସ୍ତାରପର୍ବ ହେବ। ସେହି ପର୍ବ ସାତ ଦିନ ଧରି ପାଳିତ ହେବ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ୟ ରୋଟୀ ଭୋଜନ କରିବ। 22 ପୁଣି ସେହି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ। 23 ଭୋଜିର ସାତ ଦିନ ସମୟ ଯାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବା ଉଚିତ୍। ସାତ ଦିନ ଯାଏ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷଭ ଓ ସାତ ମେଷ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ। 24 ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ଯବ ଓ ଏକ ଏକ ମେଷ ସହିତ ଏକ ଏକ ଐଫା ଯବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ। 25 ଏବଂ ସେହି ଅଧିପତି ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସାତ ଦିନ ଯାଏ ଏହିରୂପ ଅର୍ଥାତ୍ ପାପାର୍ଥକ ବଳି, ହୋମାର୍ଥକ ବଳି, ଶସ୍ୟ ନୈବେଦ୍ୟ ଆଉ ତୈଳ ଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।”

ଅଧିପତି ଓ ପର୍ବଗୁଡ଼ିକ

46 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଭିତର ପ୍ରାଙ୍ଗଣର ପୂର୍ବଦ୍ୱାର କାର୍ଯ୍ୟକାରୀ ଛଅ ଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ୟା ଦିନ ଖୋଲା ରହିବ। ପୁଣି ଅଧିପତି ବାହାର ଦ୍ୱାରର ବାରଣ୍ଡା ଦେଇ ପ୍ରବେଶ କରିବେ ଓ ଦ୍ୱାର ଚୌକାଠ ନିକଟରେ ଠିଆ ହେବେ। ଆଉ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ୱାର ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତା’ପରେ ବାହାରି ଯିବେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ। ଆଉ ବିଶ୍ରାମ ବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ।

“ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିଖୁଣ ଛଅ ଗୋଟି ମେଷଶାବକ ଓ ନିଖୁଣ ଏକ ମେଷ ହେବ। ଆଉ ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଶସ୍ୟ ନୈବେଦ୍ୟ ଦେବେ ଓ ମେଷଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦେବେ।

“ଅମାବାସ୍ୟା ଦିନ ହୋମବଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମେଷ ଶାବକ ଓ ଏକ ମେଷ ହେବ। ଆଉ ଏଗୁଡ଼ିକ ସବୁ ନିଖୁଣ ହେବେ। ଆଉ ଅଧିପତି ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ, ମେଷ ସଙ୍ଗେ ଏକ ଐଫା ଶସ୍ୟ ଓ ମେଷଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦେବେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦେବେ।

“ପୁଣି ଅଧିପତି ପ୍ରବେଶ କଲାବେଳେ ସେହି ଦ୍ୱାର ବାରଣ୍ଡା ଦେଇ ଭିତରକୁ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।

“ମାତ୍ର ନିରୂପିତ ପର୍ବଦିନମାନଙ୍କରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାର ପଥଦେଇ ଆସିବ, ସେ ଦକ୍ଷିଣ ଦ୍ୱାର ପଥଦେଇ ବାହାରି ଯିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ୱାର ପଥ ଦେଇ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ୱାର ପଥଦେଇ ବାହାରି ଯିବ। ମାତ୍ର କେହି ଯେଉଁ ଦ୍ୱାର ଦେଇ ଆସିବେ ସେହି ଦ୍ୱାର ଦେଇ ଫେରିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ। 10 ପୁଣି ଲୋକମାନେ ଯେତେବେଳେ ଭିତରକୁ ଯିବେ ସେତେବେଳେ ଅଧିପତି ସେମାନଙ୍କ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସେମାନେ ଏକତ୍ର ବାହାରିଯିବେ।

11 “ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ, ଏକ ଅଣ୍ଡିରା ମେଷ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ ଓ ମେଷ ଶାବକମାନଙ୍କ ସଙ୍ଗେ ଶସ୍ୟ ନୈବେଦ୍ୟ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦେବେ।

12 “ପୁଣି ଅଧିପତି ଯେତେବେଳେ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ୱେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବଦ୍ୱାର ଫିଟାଯିବ। ଏବଂ ସେ ବିଶ୍ରାମ ଦିନରେ ଯେପରି କରନ୍ତି ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା’ପରେ ସେ ବାହାରି ଯିବେ ଓ ବାହାରି ଗଲାପରେ ଦ୍ୱାର ବନ୍ଦ କରାଯିବ।

ପ୍ରତ୍ୟହ ନୈବେଦ୍ୟ

13 “ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ଏକ ମେଷ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତରେ ଉତ୍ସର୍ଗ କରିବ। 14 ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀୟାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ୟ ନୈବେଦ୍ୟ ବନ୍ଦ ନ କରି ସର୍ବଦା ଦେବ। 15 ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତରେ ମେଷଛୁଆ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।”

ଅଧିପତିଙ୍କ ଉତ୍ତରାଧିକାରୀଙ୍କ ପାଇଁ ବିଧି

16 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତେବେ ତା’ର ଉତ୍ତରାଧିକାରୀ ସେହି ପୁତ୍ରମାନେ ହେବେ। ଏହା ସେମାନଙ୍କର ସମ୍ପତ୍ତି ହେବ। 17 ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତିବର୍ଷ ପର୍ଯ୍ୟନ୍ତ ତାହାର ହେବ। ଓ ତା’ପରେ ତାହା ଅଧିପତି ନିକଟକୁ ଫେରିଯିବ। ଆଉ ସେ ଉତ୍ତରାଧିକାରିତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ। 18 ଆଉ ଅଧିପତି ନିଶ୍ଚୟ ଲୋକମାନଙ୍କୁ ସେମାନଙ୍କ ଉତ୍ତରାଧିକାରୀରୁ ବଞ୍ଚିତ କରି ପାରିବେ ନାହିଁ, ସେମାନଙ୍କର ସମ୍ପତ୍ତିରୁ ତଡ଼ି ଦେଇ ପାରିବ ନାହିଁ। ତାଙ୍କର ପୁତ୍ରଗଣ କେବଳ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକାରେ ମୋର କୌଣସି ଲୋକ ତା’ର ସମ୍ପତ୍ତିରୁ ଅଲଗା ହେବ ନାହିଁ।”

ସ୍ୱତନ୍ତ୍ର ପାକଶାଳା

19 ତା’ପରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସେଠାରେ ପଶ୍ଚିମରେ ଏକ ସ୍ଥାନ ଥିବାର ଦେଖିଲି। 20 ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ। ସେମାନେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହା ସବୁ ଆଣିବା ଦରକାର ନାହିଁ।”

21 ଏହା ପରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଗ୍ଭରିକୋଣ ଦେଇ ଗମନ କରାଇଲେ। ଆଉ ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା। 22 ପ୍ରାଙ୍ଗଣର ଗ୍ଭରି କୋଣରେ ଗ୍ଭଳିଶ୍ ହାତ ଦୈର୍ଘ୍ୟ ଓ ତିରିଶ୍ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ ଛୋଟ ପ୍ରାଙ୍ଗଣ ଥିଲା। କୋଣମାନଙ୍କର ଏହି ଗ୍ଭରି ପ୍ରାଙ୍ଗଣର ମାପ ସମାନ ଥିଲା। 23 ସେହି ପ୍ରାଙ୍ଗଣର ଗ୍ଭରିପାଖରେ ଥାକ ଥିଲା। ସେହି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହୋଇଥିଲା। 24 ଆଉ ସେ ମୋତେ କହିଲେ, “ଏସବୁ ପାକ ଗୃହ ଓ ଏହି ସ୍ଥାନରେ ଗୃହର ପରିଗ୍ଭରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।”

ଯୋହନଙ୍କ ପ୍ରଥମ ପତ୍ର 2

ଯୀଶୁ ଆମ୍ଭମାନଙ୍କର ସହାୟକ

ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।

ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା’ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।

ସମସ୍ତଙ୍କୁ ଭଲ ପାଅ

ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।

ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10 ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା’ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।

12 ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ
    ମୁଁ ତୁମ୍ଭମାନଙ୍କୁ ଲେଖୁଛି।
13 ପିତାମାନେ!
    ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
14 ପିଲାମାନେ!
    ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ପିତାମାନେ!
    ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ବଳବାନ
ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି,
    ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

15 ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। 16 ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। 17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ।

ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ପଥ ଅନୁସରଣ କର ନାହିଁ

18 ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। 19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।

20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ [a] ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। 21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ।

22 ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। 23 ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି।

24 ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। 25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି।

26 ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ୍ ପଥରେ କଢ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି। 27 ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର।

28 ପ୍ରିୟ ପିଲାମାନେ, ତାହାଙ୍କଠାରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭେମାନେ ଭରସାଯୁକ୍ତ ହୋଇ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସେହି ଦିନ ଆମ୍ଭକୁ ଲଜ୍ଜିତ ହେବାକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ। 29 ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ୟ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ୟକ୍ତି ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି।

Oriya Bible: Easy-to-Read Version (ERV-OR)

2010 by World Bible Translation Center