Old/New Testament
ଇଦୋମ ବିପକ୍ଷରେ ବାର୍ତ୍ତା
35 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା: 2 ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେୟୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି ଏହା କୁହ, 3 ‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,
“‘ହେ ସେୟୀର ପର୍ବତ, ମୁଁ ତୁମ୍ଭର ପ୍ରତିକୂଳ ଅଟେ
ଓ ମୁଁ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବି।
ମୁଁ ତୁମ୍ଭକୁ ଶୂନ୍ୟ ଓ ଧ୍ୱଂସ ସ୍ଥାନରେ ପରିଣତ କରିବି।
4 ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିବି
ଓ ତୁମ୍ଭେ ଏକ ଶୂନ୍ୟ ଭୂମି ହେବ।
ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ।
5 “‘କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ଦୁର୍ଦ୍ଦିନ, ସମୟରେ ଖଡ଼୍ଗରେ ହତ୍ୟା କର, ଯେତେବେଳେ ସେମାନଙ୍କର ଦୋଷ ସର୍ବୋଚ୍ଚ ହେଲା।’” 6 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ୟୁ ତୁମ୍ଭର ଅନୁଧାବନ କରିବ। ଯେହେତୁ ତୁମ୍ଭେ ମୃତ୍ୟୁକୁ ଘୃଣା କରି ନାହଁ, ତେଣୁ ମୃତ୍ୟୁ ତୁମ୍ଭ ପଛେ ପଛେ ଗୋଡ଼ାଇବ। 7 ଏହିରୂପେ ମୁଁ ସେୟୀର ପର୍ବତକୁ ଧ୍ୱଂସ ଓ ଶୂନ୍ୟସ୍ଥାନରେ ପରିଣତ କରିବି ଏବଂ ଯେଉଁମାନେ ସେଠାରେ ବାସ କରିବେ ଓ ଯିବା ଆସିବା କରିବେ ମୁଁ ସେମାନଙ୍କୁ ବିନାଶ କରିବି। 8 ମୁଁ ନିହତ ଲୋକମାନଙ୍କ ଶବରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହେବ। 9 ମୁଁ ଚିରକାଳ ଶୂନ୍ୟସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ୟ ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”
10 କାରଣ ତୁମ୍ଭେ କହିଲ, “ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇସ୍ରାଏଲ ଓ ଯିହୁଦା ମୋର ହେବେ, ମୁଁ ସେମାନଙ୍କୁ ଅଧିକାର ଦେବି,”
ଏପରିକି ଯଦିଓ ସେଠାରେ ସଦାପ୍ରଭୁ ବାସ କରନ୍ତି। 11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସେମାନଙ୍କ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କ୍ରୋଧ ଓ ଈର୍ଷା ସେମାନଙ୍କ ପ୍ରତି କରିଅଛ ମୁଁ ସେହି ଅନୁସାରେ ତୁମ୍ଭର ବିଗ୍ଭର କରିବି। ସେତେବେଳେ ସେମାନଙ୍କ ମଧ୍ୟରେ ମୁଁ ଅଛି ବୋଲି ସେମାନେ ଜାଣିବେ। 12 ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ସେସବୁ ଧ୍ୱଂସସ୍ଥାନ ହେବ ଓ ଆମ୍ଭେମାନେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ।
“ମୁଁ ସଦାପ୍ରଭୁ ଶୁଣିଅଛି। 13 ତୁମ୍ଭେମାନେ ଗର୍ବିତ ହୋଇ ମୋ’ ବିରୁଦ୍ଧରେ କହିଅଛ। ତୁମ୍ଭେମାନେ ତାହା ବାରମ୍ବାର କହିଛ, ଆଚ୍ଛା! ମୁଁ ତାହା ଶୁଣିଅଛି।”
14 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହେବ। 15 ଇସ୍ରାଏଲ ପରିବାର ଧ୍ୱଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସେହି ଭାବରେ ସେବା କରିବି। ସେୟୀର ପର୍ବତ ଓ ପ୍ରକୃତରେ ସମଗ୍ର ଇଦୋମ, ଧ୍ୱଂସ ହେବ। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”
ଇସ୍ରାଏଲ ଦେଶ ପୁନଃନିର୍ମିତ ହେବ
36 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ପର୍ବତଗଣ ପାଇଁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, ସେମାନଙ୍କୁ କୁହ: ହେ ଇସ୍ରାଏଲ ପର୍ବତଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 2 ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। ‘ଶତ୍ରୁଗଣ ତୁମ୍ଭ ବିଷୟରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସେହି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।’
3 “ତେଣୁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ୱଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହୋଇଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହୋଇଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।’”
4 ଏଣୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ଇସ୍ରାଏଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ୱଂସ ଶୂନ୍ୟ ସ୍ଥାନଗୁଡ଼ିକୁ, ପରିତ୍ୟକ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଉପହାସିତ ହୋଇଛନ୍ତି, ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। 5 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଈର୍ଷାରେ ଜଳିଯାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧରେ ଓ ଇଦୋମ ବିରୁଦ୍ଧରେ କହିଛି, କାରଣ ସେମାନଙ୍କ ହୃଦୟରେ ମନ୍ଦ ଖୁସୀ ନେଇ ମୋର ଦେଶକୁ ଅଧିକାର କଲେ। ସେମାନେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।”
6 “ଏଣୁ ଇସ୍ରାଏଲର ଭୂମିରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର, ଆଉ ପର୍ବତ, ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକାସବୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ‘ମୁଁ ଈର୍ଷାରେ ଓ ରାଗରେ ଏହା କୁହେ। କାରଣ ଯେଉଁ ପ୍ରକାର ଗୋଷ୍ଠୀଗଣ ତୁମ୍ଭକୁ ଘୃଣା କଲେ।’”
7 ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭର ଚତୁର୍ଦ୍ଦିଗର ଜାତିମାନଙ୍କ ଉପରେ ମୋର ହାତ ଉଠାଉଛି, ଯେହେତୁ ସେମାନେ ତୁମ୍ଭକୁ ଘୃଣା କଲେ।
8 “କିନ୍ତୁ ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ନିଶ୍ଚୟ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମୋର ଇସ୍ରାଏଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସେମାନଙ୍କର ଆଗମନ ସମୟ ସନ୍ନିକଟ। 9 ଯେହେତୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାଯ୍ୟ କରିବି, ତହିଁରେ ତୁମ୍ଭେମାନେ ଗ୍ଭଷ କରିବ ଓ ବୀଜ ବୁଣିବ। 10 ତୁମ୍ଭଠାରେ ବାସ କରୁଥିବା ଇସ୍ରାଏଲର ପରିବାର ଲୋକମାନଙ୍କୁ ମୁଁ ଦ୍ୱିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହେବ ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ। 11 ପୁଣି ମୁଁ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ଦ୍ୱିଗୁଣିତ କରିବି। ସେମାନଙ୍କର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ୟକାଳ ଅପେକ୍ଷା ଅଧିକ ମଙ୍ଗଳ କରିବି। ତାହାହେଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ। 12 ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ ଅର୍ଥାତ୍ ତୁମ୍ଭେ ମୋର ଇସ୍ରାଏଲ ଲୋକଙ୍କୁ ପ୍ରଦର୍ଶନ କରାଇବା। ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ ଓ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ। ତୁମ୍ଭେ ଏହି ସମୟଠାରୁ ସେମାନଙ୍କର ସନ୍ତାନମାନଙ୍କଠାରୁ ବଞ୍ଚିତ କରିବ ନାହିଁ।”
13 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ହେ ଇସ୍ରାଏଲ ଦେଶ! ଲୋକମାନେ ତୁମ୍ଭ ବିରୁଦ୍ଧରେ କହନ୍ତି, ସେମାନେ କହନ୍ତି ତୁମ୍ଭେ ମନୁଷ୍ୟମାନଙ୍କର ହତ୍ୟାକାରୀ ଓ ନିଜ ସନ୍ତାନମାନଙ୍କୁ ହତ୍ୟା କରିଅଛ। 14 ମାତ୍ର ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସେମାନଙ୍କର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। 15 “ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନିତ କରିବି ନାହିଁ, ତୁମ୍ଭେମାନେ ଅନ୍ୟ ଦେଶମାନଙ୍କ ଦ୍ୱାରା ଘୃଣିତ ହେବ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହେବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହିଛନ୍ତି।
ସଦାପ୍ରଭୁ ନିଜର ସୁନାମ ନିଜେ ରକ୍ଷା କରିବେ
16 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 17 “ହେ ମନୁଷ୍ୟ ପୁତ୍ର, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ଦେଶରେ ବାସ କଲେ, ଇସ୍ରାଏଲର ପରିବାର ସେମାନଙ୍କର କୁକର୍ମ ଦ୍ୱାରା ତାହାକୁ ଅଶୁଚି କଲେ। ସେମାନଙ୍କର ଆଚରଣ ସ୍ତ୍ରୀଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ୟ ଥିଲା। 18 ସେମାନେ ରକ୍ତପାତ ଦ୍ୱାରା ଓ ନିଜର ପ୍ରତିମାଗଣ ଦ୍ୱାରା ଦେଶକୁ ଅଶୁଚି କଲେ। ତେଣୁ ମୁଁ ସେମାନଙ୍କ ଉପରେ ମୋର କ୍ରୋଧ ଢାଳିବି। 19 ମୁଁ ନାନା ଜାତିଗଣଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲି ଏବଂ ସେମାନେ ମଧ୍ୟ ନାନା ଦେଶରେ ବିକ୍ଷିପ୍ତ ହେଲେ। ସେମାନଙ୍କର ଆଚରଣ ଓ କ୍ରିୟାନୁସାରେ ମୁଁ ସେମାନଙ୍କୁ ଦଣ୍ଡିତ କଲି। 20 ଏବଂ ସେମାନେ ଯେଉଁ ସ୍ଥାନକୁ ଗଲେ, ସେମାନେ ରାଷ୍ଟ୍ର ମଧ୍ୟରେ ମୋର ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହୋଇଅଛନ୍ତି।’
21 “ମୁଁ ମୋର ମର୍ଯ୍ୟାଦା ପ୍ରତି ତତ୍ପର, କାରଣ ଇସ୍ରାଏଲୀୟମାନେ ଯେଉଁଠାକୁ ଯାଉଥିଲେ ମୋର ନାମକୁ କଳୁଷିତ କଲେ। 22 ତେଣୁ ଇସ୍ରାଏଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି; ‘ହେ ଇସ୍ରାଏଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯାହା କହିବା କଥା ତାହା ମୋର ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭେମାନେ ଯେଉଁଠାକୁ ଗଲେ, ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କଲ। 23 ଦୁଷ୍ଟମାନଙ୍କ ମଧ୍ୟରେ ଅପବିତ୍ର ହୋଇଥିବା ମୋର ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭେମାନେ କଳୁଷିତ କଲ, ତାହାହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ।”’
24 ପରମେଶ୍ୱର କହନ୍ତି, “ମୁଁ ଜାତିମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ନେଇ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି 25 ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।” 26 ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦେବି। ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦୟ ଦେବି। 27 ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତରରେ ମୋର ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭେମାନେ ମୋର ନିୟମ ସକଳ ମାନିବ ଏବଂ ମୋର ଆଜ୍ଞାସବୁ ରଖିବାକୁ ଯତ୍ନବାନ ହେବ। 28 ତାହାହେଲେ ତୁମ୍ଭେମାନେ ସେହି ଦେଶରେ ବାସ କରିବ ଯାହା ମୁଁ ଦେଲି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭେମାନେ ମୋର ଲୋକ ହେବ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବି।” 29 ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅଶୌଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ୟକୁ ଆହ୍ୱାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବି ନାହିଁ। 30 ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ୟ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭେମାନେ ଜାତିମାନଙ୍କ ମଧ୍ୟରେ ଖାଦ୍ୟାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ। 31 ଏବଂ ସେ ସମୟରେ ତୁମ୍ଭେମାନେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିୟାସବୁ ସ୍ମରଣ କରିବ। ପୁଣି ତୁମ୍ଭେମାନେ ନିଜର ପାପ ଓ ନିଜର ଘୃଣ୍ୟ କ୍ରିୟା ଯୋଗୁଁ ନିଜେ ନିଜକୁ ନମ୍ର କରିବ।”
32 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରୁ ନାହୁଁ। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।”
33 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସେଦିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ। 34 ସେହି ଜନଶୂନ୍ୟ ଭୂମିକୁ ପୁଣି ଲଙ୍ଗଳ କରାଯିବ ଏବଂ ଏହା ପଥିକମାନଙ୍କ ପାଇଁ ଆଉ ଜନଶୂନ୍ୟ ହେବ ନାହିଁ। 35 ତେଣୁ ଲୋକମାନେ କହିବେ, ‘ଏହି ଧ୍ୱଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହୋଇଅଛି। ଆଉ ଏହି ଶୂନ୍ୟ, ଧ୍ୱଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ୟ ହୋଇଅଛି।’”
36 ପରମେଶ୍ୱର କହିଲେ, “ତୁମ୍ଭର ଚତୁର୍ଦ୍ଦିଗର ଦେଶଗୁଡ଼ିକ ଜାଣିବେ ଯେ, ମୁଁ ସଦାପ୍ରଭୁ ନିର୍ଜନ ସ୍ଥାନକୁ ବସତିପୂର୍ଣ୍ଣ ଧ୍ୱଂସ ସ୍ଥାନକୁ ପୁନଃନିର୍ମାଣ ଓ ଜନଶୂନ୍ୟ କ୍ଷେତ୍ରରେ ରୋପଣ କରିଛି। ମୁଁ ସଦାପ୍ରଭୁ ଏହା କହିଅଛି ଓ ଆମ୍ଭେ ଏହା ସଫଳ କରିବା।”
37 ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହନ୍ତି, “ପୁଣି ଥରେ ମୁଁ ଇସ୍ରାଏଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସେମାନଙ୍କୁ ଦ୍ୱିଗୁଣିତ କରିବି, ଯାହା ଫଳରେ ସେମାନେ ପଲରେ ଥିବା ମେଷ ସଂଖ୍ୟକ ହେବେ। 38 ନିରୂପିତ ପର୍ବମାନଙ୍କରେ ଯିରୁଶାଲମରେ ଯେପରି ବଳି ଯୋଗ୍ୟ ମେଷ ଓ ଛାଗପଲ ପୂର୍ଣ୍ଣ ହୋଇ ଯାଆନ୍ତି, ଶୂନ୍ୟ ନଗରଗୁଡ଼ିକ ବହୁ ମନୁଷ୍ୟରେ ପରିପୂର୍ଣ୍ଣ ହେବ।”
1 ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି।
ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।
2 ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।
ପରମେଶ୍ୱର ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି
3 ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି। 4 ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।
5 ଯେହେତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠାରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କରିବା ଉଚିତ୍। ନିଜ ବିଶ୍ୱାସରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣରେ ଜ୍ଞାନ, 6 ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା, 7 ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର। 8 ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା’ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ। 9 ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା’ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।
10 ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ। 11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ।
12 ତୁମ୍ଭେ ଏହି କଥା ଜାଣ। ତୁମ୍ଭଠାରେ ବର୍ତ୍ତମାନ ଥିବା ସତ୍ୟରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେପକାଇବା ପାଇଁ ସାହାଯ୍ୟ କରୁଥିବି। 13 ମୁଁ ଶରୀରରେ ବଞ୍ଚିଥିବା ପର୍ଯ୍ୟନ୍ତ, ଏ କଥା ତୁମ୍ଭକୁ ମନେ ପକାଉଥିବାରେ ସାହାଯ୍ୟ କରିବି, ଏହା ଉଚିତ୍ ବୋଲି ମୁଁ ମନେ କରେ। 14 ମୁଁ ଜାଣେ ଯେ, ମୁଁ ଶୀଘ୍ର ମୋର ଶରୀର ତ୍ୟାଗ କରିବି। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ତାହା ଦେଖାଇଛନ୍ତି। 15 ତୁମ୍ଭେମାନେ ଏହିକଥା ସର୍ବଦା ମନେରଖିବା ପାଇଁ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ମୁଁ ଗ୍ଭଲିଗଲା ପରେ ମଧ୍ୟ ତୁମ୍ଭେ ଯେପରି ଏ କଥା ମନେ ରଖିବ, ଏହା ମୁଁ ଗ୍ଭହେଁ।
ଆମ୍ଭେ ଖ୍ରୀଷ୍ଟଙ୍କ ମହିମା ଦେଖିଲୁ
16 ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସେଗୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖିରେ ଯୀଶୁଙ୍କର ମହାନତା ଦେଖିଛୁ। 17 ଯେତେବେଳେ ପରମପିତା ପରମେଶ୍ୱରଙ୍କଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତେବେଳେ ଯୀଶୁ ପିତା ପରମେଶ୍ୱରଙ୍କ ମହାଗୌରବଯୁକ୍ତ ବାଣୀ ଶୁଣିଥିଲେ। ସେହି ସ୍ୱର କହିଥିଲା: “ଏ ମୋର ପୁତ୍ର, ମୁଁ ତାହାକୁ ପ୍ରେମ କରେ। ମୁଁ ତା’ ଉପରେ ଅତି ପ୍ରସନ୍ନ।” 18 ଆମ୍ଭେ ସେହି ବାଣୀ ଶୁଣିଛୁ। ଆମ୍ଭେମାନେ ଯୀଶୁଙ୍କ ସହିତ ପବିତ୍ର ପର୍ବତରେ ଥିଲାବେଳେ ଏହି ବାଣୀ ଆକାଶରୁ ଆସିଥିଲା।
19 ଭବିଷ୍ୟଦ୍ବକ୍ତା କହିଥିବା କଥାଗୁଡ଼ିକ ବିଷୟରେ ସୁନିଶ୍ଚିତ ହେବା ପାଇଁ ଏହା ଅଧିକ ସାହାଯ୍ୟ କରେ। ଭବିଷ୍ୟଦ୍ବକ୍ତାମାନେ ଯାହା ଯାହା କହିଛନ୍ତି, ସେଗୁଡ଼ିକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ତୁମ୍ଭ ପାଇଁ ଭଲ। ସେମାନେ ଯାହା କହିଛନ୍ତି ତାହା ଅନ୍ଧକାରରେ ଜ୍ୟୋତିଃ ତୁଲ୍ୟ ପ୍ରକାଶିତ ହେଲା। ସକାଳ ହେବା ପର୍ଯ୍ୟନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନରେ ନୂତନ ଜ୍ୟୋତିଃ ନ ଆଣିବା ପର୍ଯ୍ୟନ୍ତ, ତୁମ୍ଭ ପାଖରେ ସେହି ଜ୍ୟୋତିଃ ଅଛି। 20 ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ୟର ନିଜର ବ୍ୟାଖ୍ୟା ନୁହେଁ। 21 କୌଣସି ଭବିଷ୍ୟଦ୍ବାଣୀ, ମନୁଷ୍ୟର ନିଜର ଇଚ୍ଛାରୁ ଜାତ ହୋଇ ନାହିଁ। କିନ୍ତୁ ଲୋକମାନେ ପବିତ୍ରଆତ୍ମା ଦ୍ୱାରା ଗ୍ଭଳିତ ହୋଇ, ପରମେଶ୍ୱରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।
2010 by World Bible Translation Center