Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 14-15

Warnings Against Idol Worship

14 ଅନନ୍ତର ଇସ୍ରାଏଲର ପ୍ରାଚୀନଗଣ ମଧ୍ୟରୁ କେତେଜଣ ମୋ’ ନିକଟକୁ ଆସି ମୋ’ ସମ୍ମୁଖରେ ବସିଲେ। ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର; ଏହି ଲୋକମାନେ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଦେଇଅଛନ୍ତି ଏବଂ ସେମାନଙ୍କ ପାପ ସେମାନଙ୍କ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସେମାନଙ୍କୁ କାହିଁକି ମୋତେ ଅନୁସନ୍ଧାନ କରିବାକୁ ଅନୁମତି ଦେବି? ଏଣୁ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଯେକେହି ଇସ୍ରାଏଲୀୟ ଯିଏ ତା’ର ହୃଦୟ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା’ ପାଇଁ ଏକ ବାଧା ଦିଏ, ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଉପଦେଶ ପାଇଁ ଯାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦେବି। କିନ୍ତୁ ତାକୁ ଯାଇ ପଗ୍ଭରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାଯ୍ୟ ନିମନ୍ତେ। ମୁଁ ଏହା କରିବି, ଇସ୍ରାଏଲୀୟମାନଙ୍କୁ ବୁଝିପାରିବା ପାଇଁ ସେମାନଙ୍କ ଉପରେ ସେହି, ସେମାନଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକ ମୋ’ଠାରୁ ଉଚ୍ଛିନ୍ନ ରହିବେ।’

“ତେଣୁ ଇସ୍ରାଏଲ ବଂଶଧରଙ୍କୁ କୁହ! ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଅନୁତାପ କର ଓ ତୁମ୍ଭମାନଙ୍କର ମୂର୍ତ୍ତିଗୁଡ଼ିକୁ ପରିତ୍ୟାଗ କରି ଘୃଣ୍ୟ ପ୍ରଥାରୁ ମୋ’ ନିକଟକୁ ଫେରି ଆସ। ଯଦି କୌଣସି ଇସ୍ରାଏଲୀୟ କିମ୍ବା ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ୟକ୍ତି ମୋତେ ପରିତ୍ୟାଗ କରେ ଏବଂ ତା’ର ହୃଦୟକୁ ମୂର୍ତ୍ତିମାନଙ୍କଠାରେ ଲଗାଏ, ତା’ ପାଇଁ ତା’ର ପାପ ଏକ ବାଧା ହୁଏ ଏବଂ ତା’ପରେ ସେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଗ୍ଭରିବା ପାଇଁ ଯାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦେବି। ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ୟାସ୍ପଦ ହେବ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜାଣିବ। ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା ଏପରି ମୂର୍ଖ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରେ, ତେବେ ମୁଁ ସଦାପ୍ରଭୁ ତାକୁ ଦେଖାଇ ଦେବି ଯେ, ସେ କିପରି ମୂର୍ଖ ଥିଲା। 10 ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ୟ‌ଦ୍‌ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ସମାନ ହେବ। 11 ତେଣୁ ଇସ୍ରାଏଲର ବଂଶଧର ଆଉ ମୋ’ଠାରୁ ବିପଥଗାମୀ ହେବେ ନାହିଁ ଏବଂ ସେମାନଙ୍କର ପାପଦ୍ୱାରା ସେମାନେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

Jerusalem Will Be Punished

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 13 “ହେ ମନୁଷ୍ୟ ପୁତ୍ର, ଯଦି କୌଣସି ଦେଶ ମୋ’ଠାରେ ଅବିଶ୍ୱସ୍ତ ହୋଇ ମୋ’ ନିକଟରେ ପାପ କରେ, ତେବେ ଏହା ବିରୁଦ୍ଧରେ ମୁଁ ମୋର ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗାଣ ବନ୍ଦ କରି ଦେବି, ଏହା ବିରୁଦ୍ଧରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ୟ ଓ ପଶୁକୁ ଏହିଠାରୁ ଦୂର କରିବି। 14 ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତେବେ ସେମାନେ ସେମାନଙ୍କର ଧାର୍ମିକତା ଦ୍ୱାରା ନିଜର ପ୍ରାଣ ରକ୍ଷା କରିଥା’ନ୍ତେ, କିନ୍ତୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି।

15 ପରମେଶ୍ୱର କହିଲେ, “ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ୟକୁ ପଠାଏ ଓ ସେମାନେ ଏହାର ନିବାସୀମାନଙ୍କୁ ହତ୍ୟା କରନ୍ତି ଓ ଏହା ଜନଶୂନ୍ୟ ସ୍ଥାନ ହୁଏ, ତେବେ ହିଂସ୍ରଜନ୍ତୁଙ୍କ ଭୟରେ କୌଣସି ମନୁଷ୍ୟ ସେହି ଦେଶରେ ଯାତାୟାତ କରନ୍ତି ନାହିଁ, 16 ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଲୋକ ସେଠାରେ ଥା’ନ୍ତେ ସେମାନେ କେବଳ ରକ୍ଷା ପାଇଥା’ନ୍ତେ। ସେମାନେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥା’ନ୍ତେ। ଏବଂ ଦେଶ ଏକ ମରୁଭୂମି ହୋଇଯାଇଥା’ନ୍ତା।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

17 ପରମେଶ୍ୱର କହିଲେ, “ଯଦି ମୁଁ ସେହି ଦେଶ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧ୍ୟରେ ଯିବା ପାଇଁ ଓ ମନୁଷ୍ୟ ଏବଂ ପଶୁକୁ ହତ୍ୟା କରିବା ପାଇଁ, 18 ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଥା’ନ୍ତେ, ତାହାହେଲେ ସେମାନେ ଆପଣା ଧାର୍ମିକତା ଯୋଗୁଁ କେବଳ ନିଜକୁ ରକ୍ଷା କରି ପାରିଥା’ନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସେମାନେ ନିଜର ସନ୍ତାନମାନଙ୍କୁ ମଧ୍ୟ ରକ୍ଷା କରିପାରି ନ ଥା’ନ୍ତେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।

19 ପୁଣି ପରମେଶ୍ୱର କହିଲେ, “ଆମ୍ଭେ ଯେବେ ସେହି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା’ ଉପରେ ଢାଳି ଦେଉ, ତେବେ ମନୁଷ୍ୟ ଓ ପଶୁକୁ ତା’ ମଧ୍ୟରୁ ଉଚ୍ଛିନ୍ନ କରୁ। 20 ଯଦି ନୋହ, ଦାନିୟେଲ, ଓ ଆୟୁବ ଥା’ନ୍ତେ ତେବେ ସେମାନେ କେବଳ ସେମାନଙ୍କର ଧାର୍ମିକତା ଦ୍ୱାରା ରକ୍ଷା ପାଇଥା’ନ୍ତେ, ଏପରିକି ସେମାନେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ ଶପଥ କରନ୍ତି।

21 ତା’ପରେ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତେଣୁ ଚିନ୍ତାକର ଯିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ? ଯେତେବେଳେ ମୁଁ ଗ୍ଭରି ମହାଦଣ୍ଡ ଯଥା: ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତେବେଳେ ମନୁଷ୍ୟ ଓ ପଶୁ ସମସ୍ତେ ଉଚ୍ଛିନ୍ନ ହେବେ। 22 ତଥାପି ଯେଉଁ କେତେଜଣ ଅବଶିଷ୍ଟାଂଶ ରହିବେ, ସେମାନେ ସେମାନଙ୍କର ପୁତ୍ରକନ୍ୟାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ସେମାନଙ୍କର ଆଗ୍ଭର ବ୍ୟବହାର ଓ କ୍ରିୟାସକଳ ଦେଖିବ। ପୁଣି ଆମ୍ଭେ ଯିରୁଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭେମାନେ ସାନ୍ତ୍ୱନା ପାଇବ। 23 ସେମାନଙ୍କର ଆଗ୍ଭର, ବ୍ୟବହାର ଓ କ୍ରିୟାକଳାପ ତୁମ୍ଭେମାନେ ଦେଖିବ ଓ ହୃ‌ଦ୍‌ବୋଧ କରିବ ଯେ ମୁଁ ସେମାନଙ୍କ ବିରୁଦ୍ଧରେ ଓ ଯିରୁଶାଲମ ବିରୁଦ୍ଧରେ ଯାହାସବୁ କରିଅଛି, ଯଥାର୍ଥ ଥିଲା।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

Jerusalem, the Vine, Will Be Burned

15 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଦ୍ରାକ୍ଷାଲତାର ଶାଖା, ବନସ୍ଥ ବୃକ୍ଷଗଣର ଶାଖା ଅପେକ୍ଷା କ’ଣ ଅଧିକ ଶକ୍ତ? ଏବଂ ଏହା ଅନ୍ୟ କୌଣସି ଶାଖା ଅପେକ୍ଷା ଭଲ କି? କୌଣସି କାର୍ଯ୍ୟ ନିମନ୍ତେ ତୁମ୍ଭେ କ’ଣ ସେହି କାଠ ନେବ? ନା! ଆଉ କୌଣସି ପାତ୍ର ଟାଙ୍ଗିବା ନିମନ୍ତେ ଲୋକେ କ’ଣ ସେଥିରୁ ମେଖ କରିବ? ନା! ଲୋକେ କେବଳ ଜାଳ ହେବା ପାଇଁ ତାକୁ ଅଗ୍ନିରେ ପକାନ୍ତି। ତା’ର ଦୁଇମୁଣ୍ଡ ଅଗ୍ନିରେ ପୋଡ଼ିଯାଏ ଓ ମଝିଅଂଶ ଅର୍ଦ୍ଧଦ‌ଗ୍‌ଧ’ ରହେ। ତାହା କ’ଣ କୌଣସି କାର୍ଯ୍ୟରେ ଆସିବ? ଅଗ୍ନିରେ ନ ପୋଡ଼ିବା ପୂର୍ବରୁ ସେ କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ କି ଅଗ୍ନିରେ ଦ‌ଗ୍‌ଧ ହେଲା ପରେ ତାହା କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ।” ସଦାପ୍ରଭୁ ମୋର ପ୍ରଭୁ କହନ୍ତି: “ବନର ସମସ୍ତ ବୃକ୍ଷ ମଧ୍ୟରୁ ମୋର ଜାଳେଣି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ଯିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି। ମୁଁ ସେମାନଙ୍କ ବିରୁଦ୍ଧରେ ମୋର ମୁହଁ ବୁଲାଇବି। ଯଦି ସେମାନେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସେହି ଅଗ୍ନି ସେମାନଙ୍କୁ ଗ୍ରାସ କରିବ। ଯେହେତୁ ମୁଁ ସେମାନଙ୍କ ବିରୁଦ୍ଧରେ ବିମୁଖ ହୋଇଛି, ଏହା ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। ଏବଂ ମୁଁ ସେ ଦେଶକୁ ଧ୍ୱଂସ କରିବି, କାରଣ ସେମାନେ ମୋ’ ପ୍ରତି ମହା ଅବିଶ୍ୱାସ କରିଛନ୍ତି।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।

ଯାକୁବଙ୍କ ପତ୍ର 2

ସମସ୍ତଙ୍କୁ ପ୍ରେମ କର

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ। ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ। ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।” ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି। କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି। ଏବଂ ଯେଉଁ ମହତ ନାମରେ ତୁମ୍ଭେମାନେ ନାମିତ ହୋଇଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସେମାନେ ତାହାଙ୍କର ନିନ୍ଦା କରନ୍ତି।

ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ୟ କରେ। ଶାସ୍ତ୍ରରେ ଏହି ରାଜକୀୟ ନିୟମଟି ମିଳେ: “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” [a] ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା’ହେଲେ ତୁମ୍ଭେ ଠିକ୍ କରୁଛ। କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନାରେ ଅଧିକ ମହତ୍ତ୍ୱ ଦେଉଛ, ତା’ହେଲେ ତୁମ୍ଭେ ପାପ କରୁଛ। ସେହି ରାଜକୀୟ ବ୍ୟବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ୱରଙ୍କ ନିୟମ ଭଙ୍ଗ କରିବାରେ ଦୋଷୀ ଅଟ।

10 ଜଣେ ଲୋକ ହୁଏତ ପରମେଶ୍ୱରଙ୍କ ସବୁ ବ୍ୟବସ୍ଥା ପାଳନ କରୁଥାଇପାରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ୟ ହୁଏ, ତା’ହେଲେ ସେ ବ୍ୟବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷରେ ଦୋଷୀ ହୁଏ। 11 ପରମେଶ୍ୱର କହିଛନ୍ତି, “ବ୍ୟଭିଗ୍ଭରର ପାପ କର ନାହିଁ।” [b] ସେହି ପରମେଶ୍ୱର ପୁନଃ କହିଛନ୍ତି, “ହତ୍ୟା କର ନାହିଁ।’’ [c] ଅତଏବ, ତୁମ୍ଭେ ଯଦି ବ୍ୟଭିଗ୍ଭର ପାପ କରି ନାହଁ କିନ୍ତୁ ଜଣକୁ ହତ୍ୟା କରିଛ, ତା’ହେଲେ ପରମେଶ୍ୱରଙ୍କ ବ୍ୟବସ୍ଥା ଭାଙ୍ଗିବା ଦୋଷରେ ଦୋଷୀ ହେଲ।

12 ଲୋକମାନଙ୍କୁ ସ୍ୱାଧୀନ କରୁଥିବା ବ୍ୟବସ୍ଥା ଦ୍ୱାରା ତୁମ୍ଭର ବିଗ୍ଭର ହେବ। ପ୍ରତ୍ୟେକ କଥା କହିଲା ବେଳେ ଓ ପ୍ରତ୍ୟେକ କାମ କଲାବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ୍। 13 ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା’ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।

ବିଶ୍ୱାସ ଓ ସ‌‌‌‌‌ତ୍‌‌‌‌‌କର୍ମ

14 ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା’ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! 15 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। 16 ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। 17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।

18 ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” 19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।

20 ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? 21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍‌ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। 22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। 23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।” [d] “ପରମେଶ୍ୱରଙ୍କ ମିତ୍ର” [e] ବୋଲି ଅବ୍ରହାମ ଡକାଗଲେ। 24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।

25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।

26 ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center