Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 11-13

Prophecies Against the Leaders

11 ଅନନ୍ତର ଏକ ପବନ ମୋତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ୱାର ନିକଟକୁ ମୋତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସେହି ପ୍ରବେଶ ଦ୍ୱାର ନିକଟରେ ପଚିଶ୍ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅସସୁରର ପୁତ୍ର ଯାସନିୟଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାୟର ପୁତ୍ର ପ୍ଲଟିୟକୁ ଦେଖିଲି।

ଏବଂ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧ୍ୟରେ କୁମନ୍ତ୍ରଣାସବୁ ଦିଅନ୍ତି। ଏହି ଲୋକମାନେ କହନ୍ତି, ‘ଆମ୍ଭେମାନେ ଯଥା ଶୀଘ୍ର ଗୃହ ପୁନର୍ବାର ନିର୍ମାଣ କରିଦେବୁ। ଆମ୍ଭେମାନେ ହଣ୍ଡାରେ ମାଂସ ତୁଲ୍ୟ ଏହି ନଗରରେ ସୁରକ୍ଷିତ।’ ତେଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର।”

ତା’ପରେ ସଦାପ୍ରଭୁଙ୍କର ଆତ୍ମା ମୋ’ ଉପରେ ଅଧିଷ୍ଠିତ ହେଲେ ଓ ମୋତେ କହିଲେ, “ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଏହିକଥା କହନ୍ତି, ହେ ଇସ୍ରାଏଲବାସୀ, ତୁମ୍ଭେ ଏହି କଥା କହୁଅଛ। କିନ୍ତୁ ତୁମ୍ଭମାନଙ୍କ ମନରେ ଯେଉଁ ବିଷୟ ଉଠୁଅଛି, ଆମ୍ଭେ ତାହା ଜାଣୁ। ତୁମ୍ଭେମାନେ ଏହି ନଗରରେ ବହୁତ ଲୋକଙ୍କୁ ହତ୍ୟା କରିଅଛ ଓ ତହିଁରେ ପଥସବୁ ନିହତ ଲୋକଙ୍କ ଶବରେ ପୂର୍ଣ୍ଣ କରିଅଛ। ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗରରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗକୁ ଭୟ କରିଅଛ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବା।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

“ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗର ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତା’ପରେ ଆମ୍ଭେ ତୁମ୍ଭମାନଙ୍କର ବିଗ୍ଭର କରିବା। 10 ତୁମ୍ଭେମାନେ ‌‌ଖ‌ଡ଼୍‌ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଗ୍ଭର କରିବା; ତହିଁରେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ। 11 ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ କିଅବା ତୁମ୍ଭେମାନେ ତାହା ମଧ୍ୟରେ ମାଂସ ହେବ ନାହିଁ। ଆମ୍ଭେ ଇସ୍ରାଏଲ ସୀମା ମଧ୍ୟରେ ତୁମ୍ଭର ବିଗ୍ଭର କରିବା। 12 ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଯାହାର ନିୟମ ତୁମ୍ଭେମାନେ ଅନୁସରଣ କରି ନାହଁ ଓ ଯାହାର ଶାସନ ତୁମ୍ଭେମାନେ ମାନି ନାହଁ, କିନ୍ତୁ ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକର ପ୍ରଥା ଅନୁସରଣ କରିଛ।”

13 ଏବଂ ମୁଁ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲାବେଳେ ବନାୟର ପୁତ୍ର ପ୍ଲଟିୟ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?”

Prophecies Against Survivors in Jerusalem

14 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 15 “ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତରେ ସମଗ୍ର ଇସ୍ରାଏଲୀୟମାନଙ୍କୁ ଯିରୁଶାଲମର ଅଧିବାସୀମାନେ କହିଲେ, ‘ସଦାପ୍ରଭୁଙ୍କଠାରୁ ଦୂରେଇ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ରରେ ଆମ୍ଭଙ୍କୁ ଦିଆଯାଇଛି।’

16 “ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, ‘ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଜାତିଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସେମାନଙ୍କର ମନ୍ଦିର ସ୍ଥଳ ହେବା। 17 ଏଥିପାଇଁ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ବିଭିନ୍ନ ଗୋଷ୍ଠୀ ମଧ୍ୟରୁ ଏକତ୍ରିତ କରିବା ଏବଂ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଏବଂ ଆମ୍ଭେ ତୁମ୍ଭମାନଙ୍କୁ ଇସ୍ରାଏଲର ଭୂମି ଦେବା। 18 ପୁଣି ସେମାନେ ସେ ଦେଶକୁ ଯିବେ ଓ ତହିଁରେ ଯାବତୀୟ ପ୍ରତିମା ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେ ସ୍ଥାନରୁ ଦୂର କରିବେ। 19 ଏବଂ ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କର ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କଠାରୁ କଠିନ ହୃଦୟ ଦୂର କରି, ସେମାନଙ୍କୁ କୋମଳ ହୃଦୟ ଦେବା। 20 ତହିଁରେ ସେମାନେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିୟମସବୁ ରଖିବା ପାଇଁ ଯତ୍ନବାନ୍ ହେବେ ଏବଂ ସେମାନେ ମଧ୍ୟ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।’”

The Glory of the Lord Leaves Jerusalem

21 ତା’ପରେ ପରମେଶ୍ୱର କହିଲେ, “କିନ୍ତୁ ଯେଉଁମାନଙ୍କର ହୃଦୟ ଘୃଣ୍ୟ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସେମାନଙ୍କୁ ସେମାନଙ୍କର କୁକର୍ମ ଅନୁସାରେ ଦଣ୍ଡିତ କରିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହିଛନ୍ତି। 22 ଅନନ୍ତର କିରୁବଗଣ ନିଜ ନିଜ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା। ଆଉ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା। 23 ଏହା ପରେ ସଦାପ୍ରଭୁଙ୍କର ମହିମା ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା। 24 ତା’ପରେ ଗୋଟିଏ ପବନ ମୋତେ ଉଠାଇଲା ଏବଂ ନିର୍ବାସିତରୂପେ ମୋତେ ବାବିଲକୁ ନେଇଗଲା। ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ମୁଁ ଦର୍ଶନରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା’ପରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଗ୍ଭଲିଗଲା। 25 ତା’ପରେ ସଦାପ୍ରଭୁ ମୋତେ ଯାହା ଯାହା ବିଷୟ ଦେଖାଇ ଥିଲେ, ସେହି ସମସ୍ତ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।

Ezekiel Leaves Like a Captive

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧ୍ୟରେ ବାସ କରୁଅଛ। ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସେମାନଙ୍କ ପାଇଁ କରିଛୁ, ସେମାନେ ଦେଖି ପାରନ୍ତି ନାହିଁ। ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସେମାନେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସେମାନେ ବିଦ୍ରୋହୀ ବଂଶ। ତେଣୁ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତେବେଳେ ସେମାନେ ତୁମ୍ଭ ଯିବାର ଦେଖି ପାରିବେ। ଯେତେବେଳେ ସେମାନେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହାହେଲେ ସେମାନେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।

“ତୁମ୍ଭେ ଦିନ ବେଳେ ତୁମ୍ଭମାନଙ୍କର ଗଣ୍ଠିଲିପତ୍ର ସଜାଡ଼ି ଦିଅ, ସତେ ଯେପରି ତୁମ୍ଭେମାନେ ନିର୍ବାସନକୁ ଯାଉଛ ଏବଂ ସେମାନେ ଦେଖୁଥିବା ସମୟରେ ଯିବାକୁ ପ୍ରସ୍ତୁତ ହୁଅ। ତା’ପରେ ସନ୍ଧ୍ୟା ସମୟରେ ତୁମ୍ଭେମାନେ ବହୁ ଦୂର ଦେଶକୁ ଯାଇଥିବା ପରି ଅଭିନୟ କର, ନିର୍ବାସିତ ବନ୍ଦୀମାନଙ୍କ ପରି ଏହାକୁ ଯେତେବେଳେ ସେମାନେ ଦେଖୁଛନ୍ତି। ତା’ପରେ କାନ୍ଥରେ ଗୋଟିଏ ଗାତ ଖୋଳ ଓ ତାହା ମଧ୍ୟଦେଇ ବାହାର କରି ନିଅ, ସେମାନେ ତୁମ୍ଭମାନଙ୍କୁ ଦେଖୁଥିବା ସମୟରେ। ସେମାନଙ୍କ ଉପସ୍ଥିତିରେ ତୁମ୍ଭର ଥଳିଗୁଡ଼ିକ ସୂର୍ଯ୍ୟାସ୍ତ ସମୟରେ ଆପଣା କାନ୍ଧରେ ବହନ କରି ନେଇଯିବ। ତୁମ୍ଭେ ଯେପରି ଭୂମି ନ ଦେଖି ପାରିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଏକ ଚିହ୍ନ ଓ ଏକ ଉଦାହରଣ ରୂପେ ଇସ୍ରାଏଲର ଲୋକମାନଙ୍କଠାରେ ବ୍ୟବହାର କରିଛୁ।”

ତେଣୁ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି। ଦିନ ବେଳେ ମୁଁ ମୋର ଗଣ୍ଠିଲିପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ଯିବି। ଏବଂ ସନ୍ଧ୍ୟାବେଳେ ମୁଁ କାନ୍ଥରେ ଗୋଟିଏ ଗାତ ଖୋଳିଲି। ଏହା ମୁଁ ଅନ୍ଧାରରେ ନେଲି ଓ ସେମାନଙ୍କ ଉପସ୍ଥିତିରେ କାନ୍ଧରେ ବହିଲି।

ପରଦିନ ପ୍ରଭାତକାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ କରୁଅଛ ବୋଲି ସେହି ଇସ୍ରାଏଲର ବିଦ୍ରୋହୀବଂଶ ତୁମ୍ଭକୁ ପଗ୍ଭରିଲେ କି? 10 ସେମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ, ଏହିକଥା କହିଛନ୍ତି, ଏହି ଭବିଷ୍ୟ‌ଦ୍‌ବାଣୀ ଯିରୁଶାଲମସ୍ଥ ଅଧିପତିର ଓ ଇସ୍ରାଏଲର ସମ୍ପର୍କୀୟ ଲୋକମାନଙ୍କ ମଧ୍ୟରେ ସେ ବାସ କରନ୍ତି। 11 ସେମାନଙ୍କୁ କୁହ, ‘ମୁଁ ତୁମ୍ଭମାନଙ୍କ ପାଇଁ ଏକ ଚିହ୍ନ ଓ ଉଦାହରଣ ଅଟେ। ମୁଁ ଯାହାକିଛି କଲି, ତାହା ତୁମ୍ଭମାନଙ୍କ ପ୍ରତି ଘଟିବ।’ ତୁମ୍ଭମାନଙ୍କୁ ନିର୍ବାସିତ କରାଯାଇ ବନ୍ଦୀରୂପେ ପଠାଯିବ। 12 ଏବଂ ତୁମ୍ଭର ନେତା ତା’ର ଜିନିଷପତ୍ର ତା’ କାନ୍ଧରେ ବହିବ ଏବଂ ସୂର୍ଯ୍ୟାସ୍ତ ସମୟରେ କାନ୍ଥରେ ତା’ ପାଇଁ ଖୋଳା ଯାଇଥିବା ମଧ୍ୟଦେଇ ବାହାରିଯିବ ଓ ସେ ତା’ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖି ପାରିବ ନାହିଁ। 13 ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ। 14 ଏବଂ ଯେଉଁମାନେ ତାକୁ ଓ ତା’ର ସୈନ୍ୟବାହିନୀକୁ ସାହାଯ୍ୟ କରିବାକୁ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେ ଏବଂ ତା’ର ସୈନ୍ୟବାହିନୀ ଆମ୍ଭ ଦ୍ୱାରା ସମସ୍ତ ଦିଗରେ ଛିନ୍ନଛତ୍ର ହେବେ। ଆମ୍ଭେ ଆପଣା ‌‌ଖ‌ଡ଼୍‌ଗ ସେମାନଙ୍କ ବିରୁଦ୍ଧରେ ଉଠାଇବା। 15 ଆଉ ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା। ସେମାନେ ହୃ‌ଦ୍‌ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

16 “କିନ୍ତୁ ମୁଁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବି। ତହିଁରେ ସେମାନେ ଯେଉଁ ରାଷ୍ଟ୍ରମାନଙ୍କ ମଧ୍ୟରେ ନିର୍ବାସିର ରୂପେ ବାସ କରିବେ, ସେମାନଙ୍କ ନିକଟରେ ନିଜର ଘୃଣ୍ୟ କର୍ମସବୁ ପ୍ରକାଶ କରିବେ। ଏବଂ ତା’ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

Shake With Fear

17 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଉତ୍କଣ୍ଠାରେ ତୁମ୍ଭେ କମ୍ପିତ ହୋଇ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର। 19 ଏଣୁ ଦେଶବାସୀଙ୍କୁ କୁହ, ‘ଯିରୁଶାଲମ ନିବାସୀ ଓ ଇସ୍ରାଏଲ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସେମାନେ ଉତ୍କଣ୍ଠାରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟରେ ସେମାନଙ୍କର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ୟ ପାଇଁ ସେମାନଙ୍କ ଦେଶ ମଧ୍ୟରେ ଥିବା ସର୍ବସ୍ୱ ଧ୍ୱଂସ ହେବ। 20 ଆଉ ଜନବସତି ନଗରସବୁ ଉଚ୍ଛିନ୍ନ ଓ ଦେଶ ଧ୍ୱଂସ ସ୍ଥାନ ହେବ। ତାହାକଲେ, ତାହା ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।’”

Disaster Will Come

21 ତା’ପରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 22 “ହେ ମନୁଷ୍ୟ ପୁତ୍ର, ତୁମ୍ଭ ଇସ୍ରାଏଲରେ ଏହି ପ୍ରବାଦ ନାହିଁ କି?

‘ସମୟ ଗଡ଼ି ଗ୍ଭଲିଛି
    ଓ ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି।’

23 “ଏଣୁ ସେହି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ କହନ୍ତି। ଆମ୍ଭେ ସେହି ପ୍ରବାଦ ବନ୍ଦ କରିବା ଓ ଏହା ଇସ୍ରାଏଲର ଲୋକମାନଙ୍କ ଦ୍ୱାରା ବ୍ୟବହାର ହେବ ନାହିଁ।

‘କିନ୍ତୁ ସେମାନେ କହିବେ, ପ୍ରତ୍ୟେକ ଦର୍ଶନ ସଫଳତା
    ସନ୍ନିକଟ ହେବାର ସମୟ ପାଖେଇ ଆସୁଅଛି।’

24 “ମିଥ୍ୟା ଦର୍ଶନ ଓ ଗ୍ଭଟୁବାଦର ଅଲୌକିକ ଶକ୍ତି ଇସ୍ରାଏଲୀୟମାନଙ୍କ ମଧ୍ୟରେ ଆଉ ରହିବ ନାହିଁ। 25 କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଗ୍ଭହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହେବ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘୋଷଣା କରିବା ଓ ଏହା ଘଟିବ।” ଏହା ହିଁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

26 ତତ୍ପରେ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 27 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶୀୟ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନେକ ବିଳମ୍ବର କଥା ଓ ତାହା ବହୁବର୍ଷ ପରେ ଭବିଷ୍ୟତକାଳରେ ଘଟିବ। 28 ଏଣୁ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯାହା ଘୋଷଣା କରୁଛୁ ତାହା ବିଳମ୍ବ ହେବ ନାହିଁ। ସଦାପ୍ରଭୁ ଆମ୍ଭେ କହୁଛୁ ସେସବୁ ଘଟିବାକୁ ଯାଉଛି।’”ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

Warnings Against False Prophets

13 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁମାନେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କରନ୍ତି। ସେମାନଙ୍କୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ୟ‌ଦ୍‌ବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହୋଇ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ।

“‘ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ଉଜଡ଼ା ସ୍ଥାନର କୋକିଶିଆଳୀ ତୁଲ୍ୟ ହୋଇଅଛନ୍ତି। ତୁମ୍ଭେମାନେ ଗଲ ନାହିଁ ଓ ଇସ୍ରାଏଲର ଚତୁର୍ପାର୍ଶ୍ୱର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳରେ ସଦାପ୍ରଭୁଙ୍କର ସଂଗ୍ରାମରେ ଏହା ନିଜକୁ ନିଜେ ସୁରକ୍ଷା ଦେଇଥା’ନ୍ତ।

“‘ଏହି ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦର୍ଶନ ପାଆନ୍ତି ଓ ସେମାନଙ୍କର ଅଲୌକିକ ଶକ୍ତି ମିଥ୍ୟା ଅଟେ। ସେମାନେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ପଠାଇ ନ ଥିଲେ ଏବଂ ସେମାନଙ୍କ ବାକ୍ୟ ସତ୍ୟ ହେବ ବୋଲି ଲୋକମାନେ ଆଶା କରନ୍ତି।

“‘ଏହା କ’ଣ ସତ୍ୟ ନୁହେଁ, ତାହା ତୁମ୍ଭେ ମିଥ୍ୟା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଗ୍ଭର କର, ତାହା ମିଥ୍ୟା ଅଟେ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ?’”

ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଯେହେତୁ ତୁମ୍ଭେମାନେ ମିଥ୍ୟା କଥା କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧରେ ଯିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହନ୍ତି। “ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ୟା ଅଲୌକିକ ଶକ୍ତି ଘୋଷଣା କରନ୍ତି, ମୋର ହସ୍ତ ସେମାନଙ୍କ ବିରୁଦ୍ଧରେ ଯିବ, ସେମାନେ ମୋ’ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ। ଇସ୍ରାଏଲର ପରିବାର ତାଲିକାରେ ସେମାନଙ୍କର ନାମଗୁଡ଼ିକ ତାଲିକାଭୁକ୍ତ ହେବ ନାହିଁ। ଏବଂ ଇସ୍ରାଏଲ ଦେଶରେ ସେମାନେ ପ୍ରବେଶ କରିବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

10 “ସେଠାରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭର ଲୋକମାନଙ୍କୁ ଭୁଲବାଟରେ ନେଇଛନ୍ତି, ଯେତେବେଳେ ସେଠାରେ ଶାନ୍ତି ନ ଥାଏ। ଯିଏ କି ପ୍ରାଚୀର ନିର୍ମାଣକାରୀ, ଯିଏ କି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲେପ ଦେଇ ଆଚ୍ଛାଦନ କରିବା ପାଇଁ କେବଳ ଚେଷ୍ଟା କରନ୍ତି। 11 ଏବଂ ସେହି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲେପନ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାୟୁ ସେହି ପ୍ରାଚୀରକୁ ଧ୍ୱଂସ କରିଦେବା ପାଇଁ ପଠାଇବି। 12 ଏବଂ କାନ୍ଥ ଯେତେବେଳେ ତଳକୁ ପଡ଼ିଯିବ, ସେତେବେଳେ ଲୋକମାନେ ଏହି ଭଣ୍ଡ ଯାଜକମାନଙ୍କୁ ପଗ୍ଭରିବେ ନାହିଁ କି, ‘ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ?’” 13 ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ପ୍ରଚଣ୍ଡ କୋପରେ ବାୟୁ ପ୍ରବାହିତ କରାଇବି। ସେଠାରେ ପ୍ରବଳ ବୃଷ୍ଟି ହେବ ଓ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ ହେବ। 14 ତୁମ୍ଭେ ଯେଉଁ ଅମିଶ୍ରିତ ମସଲାରେ କାନ୍ଥକୁ ଲେପନ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହାକୁ ଭୂମିସ୍ତର ସହିତ ସମତଳ କରି ଦେବି, ମୁଁ ଏହାର ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପରେ ପଡ଼ିବ, ତହିଁରେ ତୁମ୍ଭେମାନେ ବିନଷ୍ଟ ହେବ। ଏଣୁ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। 15 ଏହିରୂପେ ମୁଁ ସେହି କାନ୍ଥ ଉପରେ ଓ ଯେଉଁମାନେ ମିଶ୍ରିତ ମସଲାରେ ତାହା ପତଳା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା’ପରେ ମୁଁ ତୁମ୍ଭମାନଙ୍କୁ କହିବି, ‘ସେହି କାନ୍ଥ ଓ ତାହାର ଲେପନକାରୀମାନେ ନାହାନ୍ତି।’

16 “ଇସ୍ରାଏଲର ଭବିଷ୍ୟ‌ଦ୍‌ବକ୍ତା ଯେଉଁମାନେ ଯିରୁଶାଲମ ବିଷୟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହିଛନ୍ତି।

17 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କ ବିରୁଦ୍ଧରେ ତୁମ୍ଭ ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, 18 ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ଯାଦୁ ଓଢ଼ଣୀ ମୁଣ୍ଡରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। 19 ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭେମାନେ ମୋ’ ଲୋକମାନଙ୍କ ମଧ୍ୟରେ ମୋତେ ଅପମାନିତ କଲ। ତୁମ୍ଭର ମିଥ୍ୟା ପାଇଁ ମୋର ଲୋକମାନେ ଯେଉଁମାନେ ମିଥ୍ୟା ଶୁଣିଲେ, ତୁମ୍ଭେମାନେ ଲୋକମାନଙ୍କୁ ହତ୍ୟା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସେହି ଲୋକମାନଙ୍କୁ ଛାଡ଼ି ଦେଇଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା। 20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି, ଦେଖ ତୁମ୍ଭେମାନେ ଯେଉଁ କଙ୍କଣ ଦ୍ୱାରା ଲୋକମାନଙ୍କୁ ପକ୍ଷୀଗଣ ପରି ଫାଶରେ ପକାଉଛ, ମୁଁ ତା’ର ବିରୋଧୀ ଅଟେ। ଏବଂ ମୁଁ ତୁମ୍ଭମାନଙ୍କ ହସ୍ତରୁ ସେହି କଙ୍କଣକୁ ଚିରି ପକାଇବି। ଏବଂ ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଫାଶରେ ପକାଉଛ ମୁଁ ସେମାନଙ୍କୁ ମୁକ୍ତ କରିବି ଓ ସେମାନେ ମୁକ୍ତ ପକ୍ଷୀ ପରି ଉଡ଼ିଯିବେ। 21 ଏବଂ ମଧ୍ୟ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମୋ’ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସେମାନେ ତୁମ୍ଭମାନଙ୍କ ଫାଶରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହେବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

22 “‘କାରଣ ଯେତେବେଳେ ମୁଁ ଧାର୍ମିକମାନଙ୍କୁ ଦୟନୀୟ କରି ନାହିଁ, କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦ୍ୱାରା ସେମାନଙ୍କୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସେମାନଙ୍କର କୁପଥରୁ ନ ଫେରନ୍ତି ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଉତ୍ସାହିତ କରିଛ। 23 ତେଣୁ ତୁମ୍ଭେମାନେ ଆଉ ମିଥ୍ୟା ଦର୍ଶନ ପାଇବ ନାହିଁ। କିମ୍ବା ମନ୍ତ୍ର ପଢ଼ିବ ନାହିଁ। ଏବଂ ମୁଁ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ତେଣୁ ତୁମ୍ଭେମାନେ ତାହା ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”

ଯାକୁବଙ୍କ ପତ୍ର 1

ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ,

ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।

ବିଶ୍ୱାସ ଓ ଜ୍ଞାନ

ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରିକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।

କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା’ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। 7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ।

ପ୍ରକୃତ ଧନ

ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍। 10 ସେହିପରି ଜଣେ ଧନୀ ବିଶ୍ୱାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ୱର ତାହାକୁ ଦେଖାଇ ଦେଇଥିବାରୁ, ସେ ଗର୍ବ କରିବା ଉଚିତ୍। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିଯିବ। 11 ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ।

ପରମେଶ୍ୱରଙ୍କଠାରୁ ପରୀକ୍ଷା ଆସେ ନାହିଁ

12 ଯେଉଁ ବ୍ୟକ୍ତି ପରୀକ୍ଷିତ ହୋଇ ଦୃଢ଼ ରହି ପାରେ, ସେ ଖୁସୀ ହେବା କଥା। କାରଣ, ସେ ତାହାର ବିଶ୍ୱାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ୱର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦେବେ। ପରମେଶ୍ୱରଙ୍କୁ ପ୍ରେମ କରୁଥିବା ସବୁ ଲୋକଙ୍କୁ ପରମେଶ୍ୱର ଏହି ପ୍ରତିଜ୍ଞା ଦେଇଛନ୍ତି। 13 ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। 14 ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁଁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରଖେ। 15 ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ୟୁକୁ ଜନ୍ମ ଦିଏ।

16 ମୋ’ ଭାଇ ଓ ଭଉଣୀମାନେ! ଏହି ବିଷୟରେ କୌଣସି ପ୍ରକାର ମୂର୍ଖାମୀରେ ପଡ଼ ନାହିଁ। 17 ପ୍ରତ୍ୟେକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ୱରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ୟୋତିଃର୍ଗଣ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆସେ। ପରମେଶ୍ୱର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି। 18 ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।

ଶୁଣିବା ଓ ପାଳନ କରିବା

19 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ। 20 କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ। 21 ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରତ୍ୟେକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟରେ ବୁଣା ଯାଇଥିବା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରି ପାରିବ।

22 ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ। 23 ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ। 24 ସେ ଦର୍ପଣରେ ନିଜକୁ ଦେଖେ ଓ ଦୂରେଇ ଗ୍ଭଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା। 25 କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା’ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।

ପରମେଶ୍ୱରଙ୍କୁ ଉପାସନା କରିବାର ପ୍ରକୃତ ମାର୍ଗ

26 ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା’ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ। 27 ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।

Oriya Bible: Easy-to-Read Version (ERV-OR)

2010 by World Bible Translation Center