Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 8-10

Sinful Things Done at the Temple

ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନରେ ଆମ୍ଭେ ଆପଣା ଗୃହରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖରେ ବସିଥିଲେ। ଏହି ସମୟରେ ମୋର ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠିତ ହେଲା। ଏବଂ ସେତେବେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ୟ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟିଦେଶରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଥିଲା ଓ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଥିଲା। ତା’ପରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମୋର କେଶ ଧରିଲେ। ତା’ପରେ ପବନ ମୋତେ ଉଠାଇ ନେଲା, ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରେ ରଖି ଦେଲା। ଏବଂ ପରମେଶ୍ୱରଙ୍କର ଦର୍ଶନକ୍ରମେ ଯିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ। ସେଠାରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କର କ୍ରୋଧର କାରଣ ହେଲା। ଉପତ୍ୟକାରେ ମୁଁ ଦେଖିଥିବା ଦୃଶ୍ୟ ତୁଲ୍ୟ ସେ ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ବିଦ୍ୟମାନ ଥିଲା।

ତହୁଁ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉତ୍ତର ଦିଗକୁ ଦେଖ।” ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ଯଜ୍ଞବେଦି ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସେହି ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କୁ କ୍ରୋଧିତ ଓ ଈର୍ଷାପରାୟଣ କରିଥିଲା।

ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଖ, ସେମାନେ କ’ଣ କରୁଅଛନ୍ତି? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂରେଇ ଯିବା ପାଇଁ ଇସ୍ରାଏଲର ଉତ୍ତରାଧିକାରୀଗଣ ଏଠାରେ ମହା ଘୃଣ୍ୟକର୍ମ କରୁଅଛନ୍ତି। ମାତ୍ର ଏହା ପରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ୟକର୍ମ ଦେଖିବ।”

ପୁଣି ସେ ମୋତେ ପ୍ରାଙ୍ଗଣର ଦ୍ୱାର ନିକଟକୁ ଆଣିଲେ, ତହିଁରେ ମୁଁ ଦୃଷ୍ଟି କରନ୍ତେ କାନ୍ଥରେ ଗୋଟିଏ ଛିଦ୍ର ଥିବାର ଦେଖିଲି। ତା’ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଏହି କାନ୍ଥକୁ ଖୋଳ।” ତହୁଁ ମୁଁ ସେହି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ୱାର ଆବିଷ୍କାର କଲି।

ତା’ପରେ ପରମେଶ୍ୱର ମୋତେ କହିଲେ, “ଭିତରକୁ ଯାଅ ଓ ଏଠାରେ ସେମାନେ ଯେଉଁ ଜଘନ୍ୟ ଘୃଣ୍ୟ କର୍ମମାନ କରୁଅଛନ୍ତି ତାହା ଦେଖ।” 10 ତେଣୁ ମୁଁ ଭିତରକୁ ଗଲି, ଚତୁର୍ଦ୍ଦିଗସ୍ଥ କାନ୍ଥରେ ଚିତ୍ରିତ ହୋଇଥିବା ସରୀସୃପମାନଙ୍କ ଏବଂ କୀଟପତଙ୍ଗମାନଙ୍କର, ଘୃଣ୍ୟ ପଶୁମାନଙ୍କର ଓ ଇସ୍ରାଏଲୀୟମାନଙ୍କର ଭୟଙ୍କର ମୂର୍ତ୍ତି ଦେଖିଲି।

11 ପୁଣି ସେ ସବୁର ସମ୍ମୁଖରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କ ମଧ୍ୟସ୍ଥାନରେ ଶାଫନର ପୁତ୍ର ଯାସନିୟ ଠିଆ ହୋଇଅଛି। ପ୍ରତ୍ୟେକ ଲୋକ ନିଜ ନିଜ ଧୂପଦାନୀ ହସ୍ତରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଊର୍ଦ୍ଧ୍ୱକୁ ଉଠୁଅଛି। 12 ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକ ନିଜ ନିଜ ପ୍ରତିମା ଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି ତାହା କ’ଣ ତୁମ୍ଭେ ଦେଖି ପାରିବ? କାରଣ ସେମାନେ ଭାବନ୍ତି, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ୟାଗ କରିଛନ୍ତି।’” 13 ସେ ଆହୁରି କହିଲେ, “ତୁମ୍ଭେ ଯଦି ଆମ୍ଭ ସହିତ ଆସିବ ତେବେ ସେମାନଙ୍କର ଆହୁରି ଅନେକ ଜଘନ୍ୟ ଘୃଣ୍ୟ କର୍ମମାନ ଦେଖିବ।”

14 ତା’ପରେ ପରମେଶ୍ୱର ମୋତେ ସଦାପ୍ରଭୁଙ୍କ ମନ୍ଦିରର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନ ନିକଟକୁ ନେଲେ। ସେଠାରେ ମୁଁ ଦେଖିଲି ସ୍ତ୍ରୀଲୋକମାନେ ବସି ଭଣ୍ଡ ଦେବତା ତମ୍ମୁଷ [a] ପାଇଁ କ୍ରନ୍ଦନ କରୁଅଛନ୍ତି।

15 ପୁନର୍ବାର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଏହିସବୁ ଘୃଣ୍ୟ କର୍ମମାନ ଦେଖିଲ। ଏହା ପରେ ଆହୁରି ଏହା ଅପେକ୍ଷା ଅଧିକ ଘୃଣ୍ୟ କର୍ମମାନ ଦେଖିବ।” 16 ତା’ପରେ ସେ ମୋତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ। ସେଠାରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ପଚିଶ୍ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସେମାନେ ସୂର୍ଯ୍ୟକୁ ପୂଜା କରୁଥିଲେ।

17 ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହିସବୁ ଦେଖିଲ? ଏହିପରି ଘୃଣ୍ୟ କର୍ମମାନ କରିବା କ’ଣ ଯିହୁଦାର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ? ବାସ୍ତବରେ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କ୍ରୋଧିତ କରି ରଖିଅଛନ୍ତି। ଆଉ ଦେଖ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦେବା ପାଇଁ ସେମାନେ ନାସିକାରେ ନାକଫୁଲ [b] ପିନ୍ଧିଛନ୍ତି। 18 ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”

God’s Messengers Punish Jerusalem

ତା’ପରେ ପରମେଶ୍ୱର ଉଚ୍ଚସ୍ୱରରେ ମୋ’ କର୍ଣ୍ଣରେ କହିଲେ, ନଗରକୁ ଦଣ୍ଡ ଦେବାକୁ ନିଯୁକ୍ତ ହୋଇଥିବା ଅଧିକାରୀମାନଙ୍କୁ ଆଣ। ସେମାନେ ସମସ୍ତେ ସେମାନଙ୍କର ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ। ତା’ପରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସେମାନଙ୍କର ପ୍ରତ୍ୟେକଙ୍କର ହସ୍ତରେ ବିନାଶକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାର୍ଶ୍ୱରେ ଲେଖକର କାଳି ଦୁଆତ ଥିଲା। ଏବଂ ସେମାନେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ। ଏବଂ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଯେଉଁ କିରୁବର ଉପରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ୱାର ନିକଟକୁ ଯାଇଥିଲା। ତା’ପରେ ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ।

ତା’ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”

5-6 ଏବଂ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣ ଗୋଚରରେ କହିଲେ, “ତା’ର ପଛେ ନଗର ମଧ୍ୟକୁ ଯାଅ ଏବଂ କପାଳରେ ଚିହ୍ନ ନ ଥିବା ବ୍ୟକ୍ତିଙ୍କୁ ହତ୍ୟା କର। ଦୟା ଦେଖାଅ ନାହିଁ। ସେମାନଙ୍କୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ୟକ୍ତି, ଯୁବାବ୍ୟକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ରରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳରେ ଚିହ୍ନ ଥିବା ଲୋକ ନିକଟକୁ ଯାଅ ନାହିଁ। ଆଉ ଆମ୍ଭ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କର।” ତେଣୁ ସେମାନେ ମନ୍ଦିରର ସମ୍ମୁଖରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।

ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, “ଏହି ଗୃହକୁ ଅଶୁଚି କର। ଏହି ପ୍ରାଙ୍ଗଣକୁ ନିହତ ଲୋକମାନଙ୍କର ଶବରେ ପରିପୂର୍ଣ୍ଣ କର, ବର୍ତ୍ତମାନ ବାହାରି ଯାଅ।” ତହିଁରେ ସେମାନେ ବାହାରି ଯାଇ ନଗର ମଧ୍ୟରେ ସଂହାର କଲେ।

ଏବଂ ସେମାନେ ଯେତେବେଳେ ସଂହାର କରୁଥିଲେ, ଏକମାତ୍ର ମୋତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଯିରୁଶାଲମ ଉପରେ କୋପ କରି ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ?”

ସେ କହିଲେ, “ଇସ୍ରାଏଲ ଓ ଯିହୁଦା ପରିବାର ବହୁତ ଜଘନ୍ୟ ପାପ କଲେ ଓ ଦେଶ ରକ୍ତପାତରେ ପରିପୂର୍ଣ୍ଣ ହୋଇଗଲା। ଆଉ ନଗର ଅନ୍ୟାୟରେ ପରିପୂର୍ଣ୍ଣ ହୋଇଅଛି। କାରଣ ସେମାନେ କହିଛନ୍ତି, “ସଦାପ୍ରଭୁ ଦେଶ ତ୍ୟାଗ କରିଛନ୍ତି ଓ ସେ କିଛି ଲକ୍ଷ୍ୟ କରନ୍ତି ନାହିଁ।’ 10 ଏଣୁ ମୁଁ କରୁଣା ଦେଖାଇବି ନାହିଁ। ମୁଁ ସେମାନଙ୍କୁ ଅନୁକମ୍ପା କରିବି ନାହିଁ। ମୁଁ ସେମାନଙ୍କର କର୍ମର ପ୍ରତିଫଳ ସେମାନଙ୍କ ମସ୍ତକକୁ ଆଣିବି।”

11 ଏହା ପରେ ସେହି ଶୁକ୍ଳବସ୍ତ୍ର ପରିହିତ ବ୍ୟକ୍ତି କାଳିଦୁଆତ ନେଇ ଫେରି ଆସିଲା ଏବଂ କହିଲା, “ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ସମସ୍ତ କାର୍ଯ୍ୟ କରିଅଛ।”

The Glory of the Lord Leaves the Temple

10 ସେତେବେଳେ ମୁଁ ଉପରକୁ ଗ୍ଭହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସେମାନଙ୍କ ଉପରେ ଦେଖାଗଲା। ଏବଂ ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “କିରୁବଦୂତଗଣର ନିମ୍ନରେ ଥିବା ତୁମ୍ଭେ ସେହି ଘୂର୍ଣ୍ଣୟମାନ ଚକ୍ର ମଧ୍ୟରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ସଂଗ୍ରହ କର ଓ ସେଗୁଡ଼ିକ ଉପରେ ବିଞ୍ଚି ଦିଅ।”

ତହିଁରେ ସେହି ବ୍ୟକ୍ତି ଗ୍ଭଲିଗଲା, ଯେହେତୁ ମୁଁ ଦେଖୁଥିଲି। ସେ ପୁରୁଷ ଗଲାବେଳେ କିରୂବଦୂତମାନେ ଗୃହର ଦକ୍ଷିଣପାର୍ଶ୍ୱରେ ଠିଆ ହୋଇଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା। ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ୱାର ଆଡ଼କୁ ଗଲା, ତେଣୁ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ୱଳ ତେଜରେ ପରିପୂର୍ଣ୍ଣ ହେଲା। ଆଉ ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବାର ସମୟରେ ସ୍ୱର ବଜ୍ରରବ ତୁଲ୍ୟ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।

ପରମେଶ୍ୱର ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ୟରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନରେ ଥିବା ସ୍ଥାନରୁ ଜ୍ୱଳନ୍ତ କୋଇଲାଗୁଡ଼ିକ ନେବାକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାର୍ଶ୍ୱରେ ଠିଆ ହେଲେ। ତା’ପରେ ସେହି କିରୂବଦୂତମାନଙ୍କ ମଧ୍ୟରୁ ଜଣେ ହସ୍ତ ବିସ୍ତାର କଲେ ଏବଂ କିରୂବଦୂତଗଣ ମଧ୍ୟରେ ଥିବା ସ୍ଥାନରୁ ଅଙ୍ଗାର ସଂଗ୍ରହ କଲେ ଓ ତାକୁ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ। ମନୁଷ୍ୟର ହାତପରି ଦେଖାଯାଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦେଖାଗଲା।

ତା’ପରେ ମୁଁ ଅନାଇ ଦେଖିଲି ଏକ କିରୂବର ପାର୍ଶ୍ୱରେ ଏକ ଚକ ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାର୍ଶ୍ୱରେ ଏକାଠି ଗ୍ଭରି ଚକ ଥିଲା। ଏବଂ ସେହି ଚକମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା। 10 ସେହି ଗ୍ଭରିଚକର ଆକୃତି ଏକ ପ୍ରକାର ଥିଲା। ସେଗୁଡ଼ିକ ଗୋଟିଏ ଚକ ମଧ୍ୟରେ ଅନ୍ୟ ଚକ ଥିଲା ପରି ଦେଖା ଯାଉଥିଲା। 11 ଗମନ କରିବା ସମୟରେ ସେମାନେ ନିଜ ନିଜର ଗ୍ଭରି ପାର୍ଶ୍ୱରେ ଗମନ କଲେ ଏବଂ ଗତି କଲାବେଳେ ସେମାନେ ଫେରିଲେ ନାହିଁ। ମାତ୍ର ମସ୍ତକର ଅଭିମୁଖ ସ୍ଥାନକୁ ଗମନ କଲେ ଓ ଗମନ କଲାବେଳେ ମୁହଁ ବୁଲାଇଲେ ନାହିଁ। 12 ପୁଣି ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୁଷ୍ପ ହସ୍ତ, ପକ୍ଷ ଓ ସେହି ଗ୍ଭରିଚକ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। 13 ଆଉ “ସେହି ଚକମାନଙ୍କୁ ଘୂର୍ଣ୍ଣାୟମାନ ଚକ ବୋଲି ଡକାଯାଇଥିବାର ମୁଁ ଶୁଣିଲି।”

14-15 ପ୍ରତ୍ୟେକ କିରୂବର ଗ୍ଭରିମୁଖ ଥିଲା: ପ୍ରଥମ ମୁଖ କିରୁବଦୂତର ମୁଖ, ଦ୍ୱିତୀୟ ମୁଖ ମନୁଷ୍ୟର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତ୍କ୍ରୋଶପକ୍ଷୀର ମୁଖ ଥିଲା। ତା’ପରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସେମାନେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ।

ତା’ପରେ କିରୁବଦୂତଗଣ ଊର୍ଦ୍ଧ୍ୱକୁ ଉଠିଲେ। 16 କିରୁବମାନେ ଗମନ କଲାବେଳେ ଚକସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ। 17 ସେମାନେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ। ପୁଣି ସେମାନେ ଉପରକୁ ଉଠିବା ବେଳେ ଚକ୍ର ସବୁ ସେମାନଙ୍କ ସଙ୍ଗରେ ଉପରକୁ ଉଠିଲେ। କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ ସବୁରେ ଥିଲା।

18 ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଊର୍ଦ୍ଧ୍ୱକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠିତ ହେଲା। 19 ତା’ପରେ କିରୂବଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମୋ’ ସମ୍ମୁଖରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସେମାନଙ୍କ ସହିତ ଗମନ କଲେ। ଆଉ ସେମାନେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖରେ ଅଟକିଗଲେ ଓ ସେ ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଉପରେ ବିଦ୍ୟମାନ ଥିଲା।

20 ମୁଁ କବାର ନଦୀ କୂଳରେ ପରମେଶ୍ୱରଙ୍କର ମହିମାରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସେମାନେ କିରୁବଦୂତଗଣ ବୋଲି ମୁଁ ଜାଣିଲି। 21 ସେମାନଙ୍କର ପ୍ରତ୍ୟେକର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। ଏବଂ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା। 22 ପୁଣି ମୁଁ କବାର ନଦୀ ନିକଟରେ ସେମାନଙ୍କର ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନେ ପ୍ରତ୍ୟେକ ଆଗକୁ ଗମନ କଲେ।

ଏବ୍ରୀ 13

ଉପାସନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ

13 ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ରଖିଥାଅ। ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି। ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।

ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ। ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି:

“ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ;
    ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।” (A)

ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା:

“ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ,
    ମୁଁ ଭୟ କରିବି ନାହିଁ,
ମନୁଷ୍ୟ ମୋର କିଛି କରି ପାରିବ ନାହିଁ।” (B)

ତୁମ୍ଭେମାନେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସେମାନେ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସେମାନେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ୟୁ ଭୋଗ କଲେ ତାହା ମନେ ପକାଅ, ଏବଂ ସେମାନଙ୍କର ବିଶ୍ୱାସର ଉଦାହରଣକୁ ଅନୁସରଣ କର। ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି। ନାନା ପ୍ରକାରର ଅଜଣା ଶିକ୍ଷା ଦ୍ୱାରା ଭୁଲ୍ ବାଟରେ ପରିଗ୍ଭଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଶକ୍ତିଶାଳୀ ହେବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ୱାରା କିଛି ସାହାଯ୍ୟ ମିଳେ ନାହିଁ।

10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ [a]ରେ ସେବା କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ। 11 ମହାଯାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନେଇ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହାରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ। 12 ସେହିଭଳି ଯୀଶୁ ମଧ୍ୟ ସହର ବାହାରେ ଯାତନା ପାଇଲେ। ନିଜ ରକ୍ତ ଦ୍ୱାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ। 13 ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ଯିବା ଉଚିତ୍। ଆମ୍ଭେ ମଧ୍ୟ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍। 14 ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। 15 ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ। 16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କେବେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି।

17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା’ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।

18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।

20-21 ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!

22 ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ। 23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଅଛନ୍ତି, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଯଦି ସେ ମୋ’ ପାଖକୁ ଶୀଘ୍ର ଆସନ୍ତି, ତା’ହେଲେ ଆମ୍ଭେ ଦୁହେଁ ତୁମ୍ଭମାନଙ୍କୁ ଦେଖା କରିବାକୁ ଆସିବୁ।

24 ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।

25 ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।

Oriya Bible: Easy-to-Read Version (ERV-OR)

2010 by World Bible Translation Center