Old/New Testament
3 ଅନନ୍ତର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ସମ୍ମୁଖରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇସ୍ରାଏଲ ବଂଶକୁ ଯାଇ ଏସବୁ କଥା କୁହ।”
2 ତେଣୁ ମୁଁ ମୁଖ ଖୋଲିଲି ଓ ସେ ସେହି ନଳାକାର ପୁସ୍ତକ ମୋତେ ଭୋଜନ କରାଇଲେ। 3 ତା’ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦରରେ ପୂରାଅ।”
ତେଣୁ ମୁଁ ସେହି ନଳାକାର ପୁସ୍ତକଟିକୁ ଖାଇଦେଲି ଓ ଏହା ମହୁପରି ମିଠା ଲାଗିଲା।
4 ଏହା ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ଆମ୍ଭର ବାକ୍ୟସବୁ କୁହ। 5 ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀୟ ନିକଟକୁ ପଠାଉ ନାହୁଁ। ଯାହା ଫଳରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହେବ। ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶ ନିକଟକୁ ପଠାଉଅଛୁ। 6 ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭେମାନେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସେପରି ଲୋକମାନଙ୍କ ପାଖକୁ ପଠାଇଥା’ନ୍ତୁ, ସେମାନେ ତୁମ୍ଭ କଥା ଶୁଣିଥା’ନ୍ତେ। 7 କିନ୍ତୁ ଇସ୍ରାଏଲ ଭବିଷ୍ୟଦ୍ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସେମାନେ ଆମ୍ଭ କଥା ଶୁଣିବା ପାଇଁ ଗ୍ଭହାନ୍ତି ନାହିଁ। ସମୁଦାୟ ଇସ୍ରାଏଲର ଲୋକମାନେ ଜିଦ୍ଖୋର ଓ କଠିନ ଚିତ୍ତ ଅଟନ୍ତି। 8 ମାତ୍ର ଆମ୍ଭେ ସେମାନଙ୍କ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ, 9 ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସେଗୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସେମାନେ ବିଦ୍ରୋହୀ, ତୁମ୍ଭେ ସେମାନଙ୍କୁ ଭୟ କର ନାହିଁ, ଏବଂ ସେମାନଙ୍କ ଗ୍ଭହାଣିରେ ଉଦ୍ବିଗ୍ନ ହୁଅ ନାହିଁ।”
10 ଆହୁରି ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସେହିସବୁ କଥା ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। 11 ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ଯେ, ‘ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।’ ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚୟ ସେମାନଙ୍କୁ କୁହ।”
12 ଏହା ପରେ ଆତ୍ମା ମୋତେ ଉପରକୁ ଉଠାଇଲା, ଏବଂ ମୁଁ ମୋର ପଛରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ୱନି ଥିଲା, ଏହା ଶୁଣାଗଲା, “ଧନ୍ୟ ସଦାପ୍ରଭୁଙ୍କର ମହିମା।” 13 ସେହି ଜୀବିତ ପ୍ରାଣୀମାନଙ୍କର ଡେଣା ଦ୍ୱାରା ପରସ୍ପର ଝାଡ଼ି ହେବାର ଶବ୍ଦ ଥିଲା ଏବଂ ସେମାନଙ୍କର ଚକସବୁର ଗର୍ଜନ ଏକ ବଜ୍ରଧ୍ୱନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ୱର ପରି ଉଚ୍ଚ ଥିଲା। 14 ତା’ପରେ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲା। ମୁଁ ଦୁଃଖିତ ହୃଦୟରେ କ୍ରୋଧିତ ହୋଇ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମୋତେ ଧରିଥିଲା। 15 ତେବେ ମୁଁ ତେଲ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସେମାନେ ଯେଉଁ ସ୍ଥାନରେ ବାସ କରୁଥିଲେ, ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ବିବ୍ରତ ଓ ନୀରବରେ ସାତ ଦିନ ବସି ରହିଲି।
The Watchman of Israel
16 ଅନନ୍ତର ସାତ ଦିନ ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟକୁ ଆସିଲା। 17 “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। 18 ଯଦି ଆମ୍ଭେ ସେହି ଦୁଷ୍ଟ ଲୋକଟିକୁ କହୁ, ‘ତୁମ୍ଭେ ନିଶ୍ଚିତ ଭାବରେ ମରିବ।’ ଏବଂ ଯଦି ତୁମ୍ଭେ ସେହି ଦୁଷ୍ଟ ଲୋକର କୁକର୍ମରୁ ତା’ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସେପରି ଦୁଷ୍ଟ ଲୋକ ତା’ର ପାପ ପାଇଁ ମରିବ କିନ୍ତୁ ତା’ର ମୃତ୍ୟୁ ପାଇଁ ମୁଁ ତୁମ୍ଭକୁ ଦାୟୀ କରିବି।
19 “ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ୟକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେରେ; ସେ ନିଜ ଦୋଷ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ୱାରା ଆପଣା ପ୍ରାଣରକ୍ଷା କର।
20 “ସେହିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହେବା ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା’ ସମ୍ମୁଖରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତେବେ ସେ ମୃତ୍ୟୁବରଣ କରିବ ଏବଂ ତା’ର ପୁଣ୍ୟକର୍ମସବୁ ହିସାବକୁ ନିଆଯିବ ନାହିଁ। ସେ ମୃତ୍ୟୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା’ର ମୃତ୍ୟୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାୟୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।
21 “କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚେତନା ନେଲା। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।”
22 ଅନନ୍ତର ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠାନ କଲା, ସେହିଠାରେ ସେ ମୋତେ କହିଲେ, “ତୁମ୍ଭେ ଉଠି ପଦା ଭୂମିକୁ ବାହାରି ଯାଅ। ଆମ୍ଭେ ସେହିଠାରେ ତୁମ୍ଭ ସହିତ କଥାବାର୍ତ୍ତା କରିବା।”
23 ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନରେ ଠିଆ ହୋଇଥିଲା। ଏବଂ କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ଏହା ହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି। 24 ତା’ପରେ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କଲା ଓ ମୋର ପାଦ ଉପରକୁ ନେଇଗଲା। ତା’ପରେ ସେ ମୋତେ କହିଲା, “ଯାଅ, ଏବଂ ତୁମ୍ଭେ ଆପଣା ଗୃହ ମଧ୍ୟରେ ନିଜକୁ ରୁଦ୍ଧ କରି ରଖ, 25 ମାତ୍ର ହେ ମନୁଷ୍ୟ ପୁତ୍ର, ଲୋକମାନେ ତୁମ୍ଭକୁ ରଜ୍ଜୁରେ ବାନ୍ଧିବେ; ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ। 26 ତା’ପରେ ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ଫଳରେ ତୁମ୍ଭେ ନୀରବ ରହିବ ଓ ସେମାନଙ୍କୁ ଗାଳି ଦେବାକୁ ସମର୍ଥ ହେବ ନାହିଁ। ଯଦିଓ ସେମାନେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି। 27 କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞାରେ ଫିଟିବ। ତା’ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।’ ଯଦି ସେମାନେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସେମାନେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେହେତୁ ସେମାନେ ବିଦ୍ରୋହୀ ଜାତି ଅଟନ୍ତି।
Warnings About the Attack of Jerusalem
4 “ହେ ମନୁଷ୍ୟ ପୁତ୍ର ତୁମ୍ଭ ସମ୍ମୁଖରେ ଖଣ୍ଡେ ଇଟା ରଖ ଓ ତହିଁରେ ଯିରୁଶାଲମ ନଗରର ନକ୍ସା ଅଙ୍କନ କର। 2 ଏବଂ ସେଗୁଡ଼ିକୁ ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ଚତୁର୍ଦ୍ଦିଗରେ ପ୍ରାଚୀର ଭେଦକ ଯନ୍ତ୍ର ସ୍ଥାପନ କର। 3 ଏବଂ ଗୋଟିଏ ଲୁହାର କରେଇ ନିଅ ଏବଂ ତୁମ୍ଭ ଓ ନଗରର ନକ୍ସା ମଧ୍ୟରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହେବ। ଏହା ଇସ୍ରାଏଲୀୟମାନଙ୍କର ଏକ ଚିହ୍ନ ହେବ।
4 “ଆଉ ତୁମ୍ଭେ ତୁମ୍ଭର ବାମପାର୍ଶ୍ୱ ହୋଇ ପଡ଼ି ରହିବ। ଏହା ଦେଖାଯାଏ ଯେ, ତୁମ୍ଭେ ନିଜେ ଇସ୍ରାଏଲ ଲୋକମାନଙ୍କର ପାପ ବୋହିଛ। ଯେତେଦିନ ପର୍ଯ୍ୟନ୍ତ ତୁମ୍ଭେ ବାମପାର୍ଶ୍ୱ ହୋଇ ଅପରାଧ ପଡ଼ି ରହିବ, 5 ତୁମ୍ଭେ ନିଶ୍ଚୟ 390 ଦିନ ଇସ୍ରାଏଲର ଦୋଷବହନ କରିବ। ଏହି ପ୍ରକାରେ ମୁଁ ତୁମ୍ଭକୁ କହୁଅଛି, କେତେଦିନ ପର୍ଯ୍ୟନ୍ତ ଇସ୍ରାଏଲ ଦଣ୍ଡିତ ହେବ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ।
6 “ଏହି ସମସ୍ତ ଦିନ ସମାପ୍ତି ପରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାର୍ଶ୍ୱରେ ଶୟନ କରିବ। ଏହି ପ୍ରକାରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସେମାନଙ୍କୁ ଦେଖାଇବ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭେମାନେ ଏହା ଗ୍ଭଳିଶ୍ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।”
7 ପରମେଶ୍ୱର ପୁନର୍ବାର କହିଲେ, “ବର୍ତ୍ତମାନ ଯିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତରେ ଏହା ବିରୁଦ୍ଧରେ ଭବିଷ୍ୟଦ୍ବାଣୀ କର। 8 ବର୍ତ୍ତମାନ ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧି ଅଛୁ। ଏଣୁ ତୁମ୍ଭେ ତୁମ୍ଭର ନଗର ଉପରେ ଅବରୋଧର ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।”
9 ପୁନର୍ବାର ପରମେଶ୍ୱର କହିଲେ, “ତୁମ୍ଭେ ନିଜ ପାଇଁ ଗହମ, ଯବ, ଶିମ, ମସୁର, ଜୋଆର, ଓ ଯନ୍ନା ନେଇ ସେଗୁଡ଼ିକୁ ଗୋଟିଏ ପାତ୍ରରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ଯ୍ୟନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାର୍ଶ୍ୱରେ ପଡ଼ିରହିବ। ସେହି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ। 10 ତୁମ୍ଭେ ପ୍ରତ୍ୟେକ ଦିନ କୋଡ଼ିଏ ଶେକଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ। 11 ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ। 12 ପୁଣି ତୁମ୍ଭେ ସେହି ଖାଦ୍ୟ ଦ୍ରବ୍ୟ ଯବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ୟର ବିଷ୍ଠା ଦ୍ୱାରା ପାକ କରି ସମସ୍ତଙ୍କ ସମ୍ମୁଖରେ ଭୋଜନ କରିବ।” 13 ତା’ପରେ ସଦାପ୍ରଭୁ କହିଲେ, “ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ଜାତିମାନଙ୍କର ମଧ୍ୟରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସେମାନଙ୍କୁ ବଳପୂର୍ବକ ତଡ଼ିଦେବା।”
14 ତା’ପରେ ମୁଁ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ! ଅଶୁଚି ଖାଦ୍ୟ ଖାଇବା ଦ୍ୱାରା ମୁଁ ନିଜକୁ କେବେ ଅଶୁଚି କରି ନାହିଁ। ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ ପଶୁ, ପଚି ଯାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ୱାରା ମରା ହୋଇଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାଯାଇଥିବା ମାଂସ ମୋ’ ପାଟିରେ ଦେଇ ନାହିଁ।”
15 ତା’ପରେ ପରମେଶ୍ୱର ମୋତେ କହିଲେ, “ଏହା ଉତ୍ତମ ଅଟେ। ମନୁଷ୍ୟ ବିଷ୍ଠା ବଦଳରେ ମୁଁ ତୁମ୍ଭକୁ ଗୋବର ବ୍ୟବହାର କରିବାକୁ ଦେବି। ତୁମ୍ଭେ ଏହାର ନିଆଁରେ ରୋଟୀ ସେକି ପାରିବ।”
16 ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଯିରୁଶାଲମକୁ ଖାଦ୍ୟ ଯୋଗାଣ ବନ୍ଦ କରିବା। ସେମାନେ ଉତ୍କଣ୍ଠାରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟରେ ସୀମିତ ପରିମାଣରେ ଜଳପାନ କରିବେ। 17 ଅନ୍ନ ଓ ଜଳର ଅଭାବ କାରଣରୁ, ସେମାନେ ପରସ୍ପରକୁ ଦେଖି ଆତଙ୍କିତ ହୋଇଯିବେ ଏବଂ ସେମାନଙ୍କର ପାପ ଯୋଗୁଁ କ୍ଷୀଣ ହୋଇଯିବେ।
20 ବିଶ୍ୱାସ କାରଣରୁ ଇସ୍ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ। 21 ବିଶ୍ୱାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷେଫଙ୍କ ପ୍ରତ୍ୟେକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ୱରଙ୍କୁ ଉପାସନା କଲେ।
22 ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ।
23 ବିଶ୍ୱାସ ଦ୍ୱାରା ମୁଁ, ମୋଶାଙ୍କର ମା ଓ ବାପା ମୋଶାଙ୍କୁ ଜନ୍ମ ଦେଲା ପରେ ତିନି ମାସ ଧରି ଲୁଗ୍ଭଇ ରଖିଲେ। କାରଣ ସେମାନେ ଦେଖିଲେ ଯେ ମୋଶା ସୁନ୍ଦର ଶିଶୁଟିଏ। ସେମାନେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।
24 ମୋଶା ବଡ଼ ହୋଇ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହେବା ପାଇଁ ମନା କଲେ। 25 ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ। 26 ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମୋଶା ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।
27 ନିଜ ବିଶ୍ୱାସ କାରଣରୁ ମୋଶା ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କ୍ରୋଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ୟ ପରମେଶ୍ୱରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ୱାସରେ ଦୃଢ଼ ଥିଲେ। 28 ମୋଶା ନିସ୍ତାର ଭୋଜି [a] (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ।
29 ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ।
30 ଈଶ୍ୱରଙ୍କ ଲୋକମାନଙ୍କ ବିଶ୍ୱାସ ହେତୁ ଯିରୀହୋ ନଗରର ପାଚେରୀଗୁଡ଼ିକ ସେମାନେ ସାତ ଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।
31 ନିଜର ବିଶ୍ୱାସ ଦ୍ୱାରା, ରାହବ ନାମ୍ନୀ ବେଶ୍ୟା, ଇସ୍ରାଏଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ୱାଗତ କଲା, ଓ ସେମାନଙ୍କୁ ସାହାଯ୍ୟ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସେମାନଙ୍କ ସହିତ ମୃତ ହେଲା ନାହିଁ।
32 ମୁଁ ଅଧିକ ଆଉ କ’ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିୟୋନ, ବାରାକ, ଶାମ୍ଶୋନ୍, ଯିପ୍ତହ ଦାଉଦ, ଶାମୁୟେଲ, ଓ ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ କହିବା ପାଇଁ ମୋ’ ପାଖରେ ଅଧିକ ସମୟ ନାହିଁ, 33 ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ୱାସ ଥିଲା। ସେହି ବିଶ୍ୱାସ ବଳରେ ସେମାନେ ସାମ୍ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲେ। ସେମାନ ସମସ୍ତେ ଧାର୍ମିକ କାର୍ଯ୍ୟ କଲେ, ପରମେଶ୍ୱରଙ୍କ ପ୍ରତିଜ୍ଞାର ବିଷୟ ଗୁଡ଼ିକ ପାଇଲେ। ସେମାନେ ନିଜ ବିଶ୍ୱାସ ଦ୍ୱାରା ସିଂହମାନଙ୍କର ମୁହଁ ବନ୍ଦ କଲେ। 34 ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ଼୍ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ। 35 ମୃତ୍ୟୁରୁ ଲୋକମାନେ ପୁନର୍ଜୀବିତ ହୋଇ ପରିବାରରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସେମାନେ ସ୍ୱାଧୀନ ହେବାକୁ ଗ୍ଭହିଁଲେ ନାହିଁ କାରଣ ସେମାନେ ମୃତ୍ୟୁରୁ ପୁନର୍ଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହିସବୁ କାର୍ଯ୍ୟ କରିଥିଲେ। 36 କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ। 37 ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖଡ଼୍ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ। 38 ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।
39 ଏହି ସମସ୍ତ ଲୋକମାନେ ନିଜର ବିଶ୍ୱାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କେହିହେଲେ ପରମେଶ୍ୱରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ। 40 ପରମେଶ୍ୱର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦେବା ପାଇଁ ଯୋଜନା କରିଥିଲେ। ପରମେଶ୍ୱରଙ୍କ ଯୋଜନା ଥିଲା ଯେ, ସେମାନେ କେବଳ ଆମ୍ଭ ସହିତ ପରିପୂର୍ଣ୍ଣ ହେବେ।
2010 by World Bible Translation Center