Old/New Testament
ମୋୟାବ ବିଷୟରେ ଏକ ବାର୍ତ୍ତା
48 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋୟାବ ବିଷୟରେ ଏହା କହନ୍ତି,
“ନବୋ ଧ୍ୱଂସ ହେବ,
କିରିୟାଥୟିମ ଲଜ୍ଜିତ ହେବ।
ତାହା କବଳିତ ହେବ
ଏବଂ ପର୍ବତଗଣ ଲଜ୍ଜିତ ଓ ଭଗ୍ନ ହେବ।
2 ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ।
ହିଶ୍ବୋନ୍ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ।
‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’
ହେ ମଦ୍ମେନା! ତୁମ୍ଭେ ମଧ୍ୟ ନୀରବ ହେବ,
କାରଣ ଖଡ଼୍ଗ ତୁମ୍ଭର ପଶ୍ଚାଦ୍ଗାମୀ ହେବ।
3 ହୋରୋନୟିମଠାରୁ କ୍ରନ୍ଦନର
ଓ ମହାବିନାଶର ଶବ୍ଦ ଶୁଣ।
4 ମୋୟାବ ଧ୍ୱଂସ ପାଇବ
ଓ ତାହାର ଛୋଟ ପିଲାମାନେ ସାହାଯ୍ୟ ପାଇଁ କ୍ରନ୍ଦନ କରିବେ।
5 କାରଣ ଲୁହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରି
ଉପରକୁ ଉଠିବେ।
ଯେହେତୁ ହୋରୋନୟିମର ଗଡ଼ାଣି ପଥରେ
ସେମାନେ ବିନାଶ ହେତୁ ସଙ୍କଟ ସୂଚକ କ୍ରନ୍ଦନ ଶୁଣିଅଛନ୍ତି।
6 ପଳାୟନ କର! ପଳାଇ ଯାଇ ଆପଣା ଆପଣା ପ୍ରାଣ ରକ୍ଷା କର।
ଆଉ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ଉଡ଼ିଯାଅ।
7 “ତୁମ୍ଭେମାନେ ନିଜ କର୍ମରେ ଓ ଧନ ସମ୍ପତ୍ତିରେ ନିର୍ଭର କରିଅଛ।
ଏଣୁ ତୁମ୍ଭେମାନେ ଧରାଯିବ।
ଆଉ କମୋଶ ତା’ର ଯାଜକ
ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।
8 ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ।
କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ।
ତଳଭୂମି ବିନଷ୍ଟ ହେବ
ଓ ଉଚ୍ଚଭୂମି ଧ୍ୱଂସ ପାଇବ।
ସଦାପ୍ରଭୁ କହନ୍ତି
ଏହା ଘଟିବ।
9 ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ,
ତାହାର ସମସ୍ତ ନଗର ଧ୍ୱଂସ ପାଇବ
ଓ ତା’ ମଧ୍ୟରେ କେହି ବାସ କରିବେ ନାହିଁ।
10 ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କରେ
ଓ ଯଦି ସେ ସେହି ଲୋକମାନଙ୍କୁ ରକ୍ତପାତ କରିବାକୁ ଖଡ଼୍ଗ ବ୍ୟବହାର ନ କରେ ତେବେ ସେ ଶାପଗ୍ରସ୍ତ ହେଉ।
11 “ମୋୟାବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ।
ମୋୟାବ ଏକ ପାତ୍ରସ୍ଥ ମଦ ତୁଲ୍ୟ ସୁସ୍ଥିର ଅଛି।
ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ।
କିଅବା ସେ ବନ୍ଦୀ ହୋଇ ଯାଇ ନାହିଁ,
ଏଣୁ ତା’ର ସ୍ୱାଦ ତା’ ମଧ୍ୟରେ ଅଛି।
ତାହାର ସୁବାସ ବିକୃତ ହୋଇ ନାହିଁ।”
12 ଆଉ ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢାଳି ପକାଇବା।
ସେମାନେ ସେହି ପାତ୍ରକୁ ଢାଳି ଦେବେ
ଓ ପାତ୍ରଗୁଡ଼ିକୁ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ।
ଏପରି ସମୟ ଆସୁଅଛି।”
13 ଯେପରି ଇସ୍ରାଏଲ ବଂଶ ଆପଣା ବିଶ୍ୱାସ ଭୂମି ବୈଥେଲ୍ ବିଷୟରେ ଲଜ୍ଜିତ ହୋଇଥିଲେ, ସେହିପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।
14 “ତୁମ୍ଭେମାନେ କହିପାରିବ ନାହିଁ
‘ଆମ୍ଭେମାନେ ବୀର ଓ ଯୁଦ୍ଧରେ ସାହସୀ।’
15 ଶତ୍ରୁସୈନ୍ୟ ମୋୟାବକୁ ଆକ୍ରମଣ କରି
ତାହାକୁ ଧ୍ୱଂସ କରିବେ।
ତାହା ବଳବାନ୍ ସୈନ୍ୟମାନଙ୍କୁ ବଧ୍ୟ ସ୍ଥାନରେ ବଧ କରିବ।”
ଏହା ସୈନ୍ୟାଧିପତି ସଦାପ୍ରଭୁ ଏବଂ ରାଜା,
ଏହି କଥା କହନ୍ତି।
16 “ମୋୟାବର ଶେଷ ଅବସ୍ଥା ଉପସ୍ଥିତ।
ଆଉ ସେ ଖୁବ୍ ଶୀଘ୍ର ଧ୍ୱଂସ ଲାଭ କରିବ।
17 ମୋୟାବର ଚତୁର୍ଦ୍ଦିଗସ୍ଥ ଲୋକମାନେ
ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ,
ତାହା ପାଇଁ ବିଳାପ କର।
ଆଉ କୁହ, ‘ଏହି ଦୃଢ଼ ଦଣ୍ଡ
ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହୋଇଅଛି।’
18 “ହେ ଦୀବୋନ ନିବାସୀଗଣ,
ତୁମ୍ଭେମାନେ ନିଶ୍ଚିତରେ ତୁମ୍ଭମାନଙ୍କ ଶୋଭାରୁ ଓହ୍ଲାଇ ଅସି ଧୂଳିରେ ବସ।
କାରଣ ମୋୟାବର ବିନାଶକ
ତୁମ୍ଭ ବିରୁଦ୍ଧରେ ଉଠିଅଛି।
ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।
19 “ହେ ଆରୋୟର ନିବାସୀଗଣ;
ତୁମ୍ଭେମାନେ ପଥପାର୍ଶ୍ୱରେ ଦଣ୍ଡାୟମାନ ହୋଇ ନିରୀକ୍ଷଣ କର।
ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଗ୍ଭର
କ’ଣ ଘଟିଅଛି?
20 “ମୋୟାବ ଧ୍ୱଂସପ୍ରାପ୍ତ ହୋଇ ଲଜ୍ଜିତ ହୋଇଅଛି।
ତେଣୁ ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର।
ମୋୟାବ ଧ୍ୱଂସ ହୋଇଅଛି ବୋଲି
ଅର୍ଣ୍ଣୋନରେ ପ୍ରଗ୍ଭର କର।
21 ମୋୟାବ ସମସ୍ତ ଉଚ୍ଚ ଭୂମିମାନଙ୍କରେ ଓ ନିକଟବର୍ତ୍ତୀ ନଗର
ଯଥା: ହଲୋନ, ଯହସ ଓ ମେଫାତରେ ପ୍ରଗ୍ଭର କର।
22 ଦୀବୋନ, ନବୋ ଓ ବୈଥ-ଦିବ୍ଲାଥୟିମ,
23 କିରିୟାଥୟିମ୍, ବୈଥ୍ଗାମୁର୍, ଓ ବୈଥ୍ମିୟୋନ୍
24 କିରିୟୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ
ବିଗ୍ଭର ଦଣ୍ଡ ଉପସ୍ଥିତ ହୋଇଅଛି।
25 ସଦାପ୍ରଭୁ କହନ୍ତି ମୋୟାବର ଶୃଙ୍ଗ କଟା ଯାଇଅଛି
ଓ ତାହାର ବାହୁ ଭଗ୍ନ ହୋଇଅଛି।”
26 “ମୋୟାବକୁ ତୁମ୍ଭେମାନେ ମତ୍ତ କରାଅ,
କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ମନେ କରିଅଛି।
ତେଣୁ ସେ ନିଜ ବାନ୍ତିରେ ଗଡ଼ିବ
ଓ ସବୁ ଲୋକଙ୍କ ଦ୍ୱାରା ହାସ୍ୟାସ୍ପଦ ହେବ।
27 “ହେ ମୋୟାବ, ଇସ୍ରାଏଲ ତୁମ୍ଭ ଦୃଷ୍ଟିରେ ପରିହାସର ପାତ୍ର ହୋଇଥିଲା।
ସତେ ଯେମିତି ସେ ଗ୍ଭେରମାନଙ୍କ ମଧ୍ୟରେ ଧରାଯାଇଥିଲା,
ତୁମ୍ଭେ ସେପରି ବ୍ୟବହାର କଲ।
ତୁମ୍ଭେ ହତାଶରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା’ ବିଷୟରେ କୁହ।
28 ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ତୁମ୍ଭମାନଙ୍କ ନଗରସବୁ ତ୍ୟାଗ କରି
ଶୈଳମାନଙ୍କରେ ବାସ କର।
ଏବଂ ଏକ କପୋତ ପରି ହୁଅ
ଯିଏ କି ତା’ର ବସା ଗିରିପଥର ମୁହଁ ପାର୍ଶ୍ୱରେ ତିଆରି କରେ।”
29 “ମୋୟାବ ବଡ଼ ଅହଙ୍କାରୀ,
ଆମ୍ଭେମାନେ ତାହାର ଅହଙ୍କାରର କଥା,
ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ
ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।”
30 ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର କ୍ରୋଧ ଜାଣୁ, ମାତ୍ର ତାହା କିଛି ନୁହେଁ
ଓ ସେମାନଙ୍କର ଗର୍ବସବୁର କିଛି ମାନେ ନାହିଁ।
ଏହା ଭିତ୍ତିହୀନ ବୋଲି ପ୍ରମାଣ ହେବ।
31 ତେଣୁ ଆମ୍ଭେ ମୋୟାବ ପାଇଁ ଓ ତା’ର ସମସ୍ତ ନିବାସୀ ପାଇଁ
ହାହାକାର କରିବା।
ଆଉ କୀର୍ହେରସର ଲୋକମାନଙ୍କ ପାଇଁ ମଧ୍ୟ ଆମ୍ଭେ ଶୋକ କରିବା।
32 ହେ ଶିବ୍ମାର ଦ୍ରାକ୍ଷାଲତେ, ଯାସେର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶୋକ କରିବା।
ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା
ଓ ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା।
ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନେଇଗଲା।
33 ମୋୟାବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହୋଇଅଛି।
ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ୟ କରିଅଛି।
ଆଉ ଆଗକୁ କେହି ଆନନ୍ଦ ଉଲ୍ଲାସରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ।
ଆନନ୍ଦଧ୍ୱନି ଲୋପ ପାଇବ।
34 “ହିଶ୍ବୋନ୍ ଓ ଇଲିୟାଲୀର କ୍ରନ୍ଦନ ଯହସ ପର୍ଯ୍ୟନ୍ତ ଶୁଣା ଯାଇଅଛି। ଆଉ ମଧ୍ୟ ସେହି କ୍ରନ୍ଦନ ସୋୟରଠାରୁ ହୋରୋନୟିମ ଓ ଇଗ୍ଲଥ୍ ଶଲୀଶୀୟା ପର୍ଯ୍ୟନ୍ତ ଶ୍ରୁତିଗୋଚର ହୋଇଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହୋଇଅଛି। 35 ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବର ଉଚ୍ଚସ୍ଥଳୀରେ ବଳିଦାନକାରୀଙ୍କୁ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାନକାରୀଙ୍କୁ ଲୋପ କରିବା।”
36 “ଆମ୍ଭର ହୃଦୟ ମୋୟାବ ପାଇଁ ଦୁଃଖିତ ଓ ତା’ ପାଇଁ ଆମ୍ଭ ହୃଦୟ ମୃତ୍ୟୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ୟ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀପରି ବାଜୁ ଅଛି। କାରଣ ସେମାନଙ୍କର ଧନ ସମ୍ପଦସବୁ ଅପହରଣ କରାଯାଇଅଛି। 37 ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହୋଇଛନ୍ତି। ପ୍ରତ୍ୟେକଙ୍କର ହାତ କାଟି ରକ୍ତାକ୍ତ ହୋଇଅଛି ଓ ପ୍ରତ୍ୟେକ କଟିଦେଶରେ ଚଟବସ୍ତ୍ର ପରିଧାନ କରିଛନ୍ତି। 38 ମୋୟାବର ସମସ୍ତ ଗୃହର ଛାତ ଉପରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ୟୁର ଶୋକ ବ୍ୟାପି ଯାଇଛି।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।”
39 “ମୋୟାବ ଭଗ୍ନ ହୋଇଅଛି, ତା’ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମୋୟାବ ଲଜ୍ଜିତ ହୋଇଅଛି ଓ ଲୋକମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।”
40 ସଦାପ୍ରଭୁ ମଧ୍ୟ କହନ୍ତି, “ଦେଖ, ଏକ ଉତ୍କ୍ରୋଶପକ୍ଷୀ ପରି ତୀବ୍ର ଗତିରେ ତଳକୁ ଖସିବ
ଏବଂ ମୋୟାବ ବିରୁଦ୍ଧରେ ତା’ର ପକ୍ଷ ବିସ୍ତାର କରିବ।
41 ମୋୟାବ ଅଧିକୃତ ହେବ,
ତା’ର ଦୃଢ଼ ଦୁର୍ଗସବୁ ହସ୍ତଗତ ହେବ।
ଆଉ ସେତେବେଳେ ମୋୟାବର ବୀର ସୈନିକମାନଙ୍କର ଅନ୍ତଃକରଣ
ପ୍ରସବ ବେଦନାଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହେବ।
42 ମୋୟାବ ଲୁପ୍ତ ହେବ ଓ ସେ ଏକ ଗୋଷ୍ଠୀ ହୋଇ ରହିବ ନାହିଁ।
କାରଣ ସେ ସଦାପ୍ରଭୁଙ୍କଠାରୁ ନିଜକୁ ବଡ଼ ମନେ କରେ।”
43 ତେଣୁ ସଦାପ୍ରଭୁ କହନ୍ତି,
“ହେ ମୋୟାବ ନିବାସୀଗଣ ତୁମ୍ଭମାନଙ୍କ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।
44 ଯେତେବେଳେ ଲୋକମାନେ ଭୟରେ ଦୌଡ଼ିବେ,
ସେମାନେ ଖାତ ଭିତରେ ପଡ଼ିବେ
ଏବଂ ଯେତେବେଳେ ସେମାନେ ଖାତରୁ ବାହାରକୁ ପଡ଼ିବେ,
ସେମାନେ ଧରାଯିବେ।
ସଦାପ୍ରଭୁ କହନ୍ତି, ଏହା ଘଟିବ
କାରଣ ମୁଁ ମୋୟାବ ଉପରେ ଶାସ୍ତିର ବର୍ଷ ଆଣିବି।”
45 “ଯେଉଁମାନେ ପଳାଇଯାଇ ଶକ୍ତିଶାଳୀ ହିଶ୍ବୋନ୍ରେ ଆଶ୍ରୟ ନେବେ
ସେମାନେ ମଧ୍ୟ ରକ୍ଷା ପାଇବେ ନାହିଁ।
କାରଣ ହିଶ୍ବୋନ୍ରୁ ଓ ସୀହୋନରୁ
ଅଗ୍ନି ନିର୍ଗତ ହୋଇ
ମୋୟାବର ଅଧିପତି
ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।
46 ହେ ମୋୟାବ, ତୁମ୍ଭକୁ ଧିକ୍,
କମୋଶର ଲୋକମାନେ ବିନଷ୍ଟ ହେଲେ।
କାରଣ ତୁମ୍ଭର ପୁତ୍ରକନ୍ୟାମାନେ ବନ୍ଦୀ ହୋଇ
ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।
47 “ତଥାପି ସଦାପ୍ରଭୁ କହନ୍ତି,
ଆମ୍ଭେ ଶେଷକାଳରେ ପୁନର୍ବାର
ମୋୟାବକୁ ବନ୍ଦୀତ୍ୱ ସ୍ଥାନରୁ ଫେରାଇ ଆଣିବା।”
ମୋୟାବ ବିଷୟରେ ଏହା ଶେଷ ବିଗ୍ଭର।
ଅମ୍ମୋନ ବିଷୟରେ ଏକ ବାର୍ତ୍ତା
49 ଅମ୍ମୋନ ସନ୍ତାନଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି,
“ହେ ଅମ୍ମୋନୀୟ ସନ୍ତାନଗଣ,
ତୁମ୍ଭେମାନେ କ’ଣ ଭାବୁଛ ଇସ୍ରାଏଲର ପୁତ୍ର ନାହିଁ?
ତାହାର ଉତ୍ତରାଧିକାରୀ କ’ଣ କେହି ନାହାନ୍ତି?
ତେବେ ମିଲ୍କମ୍ କାହିଁକି ଗାଦ୍ର ଭୂମି ଅଧିକାର କରୁଅଛି
ଓ ତାହାର ଲୋକମାନେ ତହିଁରେ ନଗର ସମୂହରେ ବାସ କରୁଅଛନ୍ତି?”
2 ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ
ଯୁଦ୍ଧର ଧ୍ୱନି ଶୁଣାଯିବ।
ରବ୍ବା ଧ୍ୱଂସ ପାଇବ
ଓ ତାହା ଏକ ଜନଶୂନ୍ୟ ଢିପି ହେବ।
ତା’ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦଗ୍ଧିଭୂତ ହେବ।
ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ,
ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।”
ଏହା ସଦାପ୍ରଭୁ କହନ୍ତି।
3 “ହେ ହିଶ୍ବୋନ୍ ନିବାସୀଗଣ, ତୁମ୍ଭେମାନେ ଚିତ୍କାର କର।
କାରଣ ଅୟ ଧ୍ୱଂସ ପାଇଲା।
ହେ ରବ୍ବାର କନ୍ୟାଗଣ, ଚିତ୍କାର କର।
ଚଟବସ୍ତ୍ର ପରିଧାନ କରି ବିଳାପ କର
ଓ ପ୍ରାଚୀର ମଧ୍ୟରେ ଏଣେ ତେଣେ ଦୌଡ଼,
କାରଣ ମିଲ୍କମ୍ର ଯାଜକଗଣ ଓ ଅଧିପତିଗଣ ଏକତ୍ର ହୋଇ ନିର୍ବାସନକୁ ଯିବେ।
4 ତୁମ୍ଭେମାନେ ତୁମ୍ଭମାନଙ୍କର ଶକ୍ତି
ଓ ଧନ ସମ୍ପଦ ଉପରେ ଦର୍ପ କରୁଅଛ।
ଏଥିପାଇଁ ତୁମ୍ଭେମାନେ କହୁଅଛ
ଆମ୍ଭମାନଙ୍କ ପାଖକୁ କେହି ଆସିବେ ନାହିଁ।”
5 କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷରେ ଭୟ ଆଣିବା।
ତୁମ୍ଭେମାନେ ଏଣେତେଣେ ଧାବିତ ହେବ,
ମାତ୍ର ତୁମ୍ଭମାନଙ୍କୁ ଏକତ୍ରିତ କରିବାକୁ କେହି ନ ଥିବେ।”
6 ସଦାପ୍ରଭୁ କହନ୍ତି, “ଅମ୍ମୋନୀୟ ସନ୍ତାନଗଣ ବନ୍ଦୀ ହୋଇ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ଫେରାଇ ଆଣିବା।”
ଇଦୋମ ବିଷୟରେ ଏକ ବାର୍ତ୍ତା
7 ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି,
“ତୈମନରେ ଆଉ କ’ଣ ଜ୍ଞାନ ନାହିଁ?
ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି?
ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି?
8 ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ।
ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର।
କାରଣ ଆମ୍ଭେ ଏଷୌରକୁ ତା’ର ଦୁଷ୍କର୍ମ ଲାଗି ଦଣ୍ଡ ଦେବା।
9 “ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ
କିଛି ଫଳ ଗଛରେ ଛାଡ଼ିଥା’ନ୍ତି।
ଯଦି ଗ୍ଭେରମାନେ ରାତ୍ରିରେ ଆସନ୍ତି,
ତେବେ ସେମାନେ ସମସ୍ତ ନେଇପାରନ୍ତି ନାହିଁ।
10 କିନ୍ତୁ ଆମ୍ଭ ସକାଶେ ଏଷୌକୁ ଶୂନ୍ୟ କଲୁ
ଏବଂ ତା’ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ।
ସେ ଆପଣାକୁ ଲୁଗ୍ଭଇ ରଖିପାରିବ ନାହିଁ।
ତା’ର ସନ୍ତାନଗଣ ବିନଷ୍ଟ ହେବେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ସେଠାରେ ରହିବେ ନାହିଁ।
11 ତୁମ୍ଭେ ଅନାଥମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ।
ଆମ୍ଭେ ସେମାନଙ୍କୁ ଜୀବିତ ରଖିବା।
ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପରେ ନିର୍ଭର କରିବେ।”
12 ମାତ୍ର ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ନାହିଁ, ସେମାନେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ୟ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହେବ। ତୁମ୍ଭେ ଦଣ୍ଡରୁ କେବେ ରକ୍ଷା ପାଇବ ନାହିଁ।” 13 ଆଉ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ, ବସ୍ରା ଧ୍ୱଂସ ପାଇବ। ସେହି ନଗର ଏକ ପ୍ରସ୍ତର ଗଦାରେ ପରିଣତ ହେବ। ତାହା ଅନ୍ୟ ଦୃଷ୍ଟିରେ ବିସ୍ମୟ ଓ ନିନ୍ଦାର ପାତ୍ର ହେବ। ସେହି ନଗରଗୁଡ଼ିକ ଚିରକାଳ ଧ୍ୱଂସସ୍ଥାନ ହେବ।”
14 ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି;
ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ
ଜଣେ ଦୂତ ପ୍ରେରିତ ହୋଇଅଛି।
ଯଥା: “ତୁମ୍ଭେ ଏକତ୍ରିତ ହୋଇ
ତାହା ବିରୁଦ୍ଧରେ ଆସ,
ଇଦୋମ ବିରୁଦ୍ଧରେ ଯୁଦ୍ଧ ପାଇଁ ଅଗ୍ରସର ହୁଅ।
15 “ଆଉ ଦେଖ, ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ମଧ୍ୟରେ କ୍ଷୁଦ୍ର
ଓ ମନୁଷ୍ୟମାନଙ୍କ ମଧ୍ୟରେ ଘୃଣାଯୋଗ୍ୟ କରିଅଛୁ।
16 ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧ୍ୟରେ
ନିଜକୁ ମହାନ ଭାବିଛ।
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି।
ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧ୍ୟରେ
ଓ ଉଚ୍ଚ ସ୍ଥାନରେ ରହି ନିଜକୁ ନିରାପଦ ମନେ କରିଛ।
ମାତ୍ର ତୁମ୍ଭେ ଉତ୍କ୍ରୋଶପକ୍ଷୀ ପରି ଉଚ୍ଚ ସ୍ଥାନରେ ବାସ କଲେ ମଧ୍ୟ
ମୁଁ ତୁମ୍ଭକୁ ସେଠାରୁ ତଳକୁ ଓହ୍ଲାଇ ଆଣିବି।”
ଏହା ସଦାପ୍ରଭୁ କହନ୍ତି।
17 “ଇଦୋମ ଧ୍ୱଂସ ହେବ ଓ ଅନ୍ୟମାନଙ୍କ ନିକଟରେ ବିସ୍ମୟର ପାତ୍ର ହେବ।
ତାହା ନିକଟ ଦେଇ ଗମନକାରୀ ବିସ୍ମିତ ହେବେ
ଓ ତା’ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।
18 ସଦୋମ ଓ ହମୋରାର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ୟ ହେବ।
କୌଣସି ଲୋକ ସେଠାରେ ବାସ କରିବ ନାହିଁ
କିଅବା କୌଣସି ଶିଶୁ ସେଠାରେ ଜନ୍ମ ହେବ ନାହିଁ।”
19 “ଏବଂ ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଦୂର କରି ଦେବା ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସେମାନଙ୍କ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପରେ ଶାସନ କରିବା ପାଇଁ ଆମ୍ଭେ ନିଯୁକ୍ତ କରିବା। କାରଣ ମୋ’ ପରି କିଏ ଅଛି? ଏପରି ପାଳକ କେହି ଅଛି, ଯିଏ କି ଆମ୍ଭ ସମ୍ମୁଖରେ ଠିଆ ହେବ?”
20 ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା
ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ।
ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ।
ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ।
21 ଇଦୋମର ପତନ ଶବ୍ଦରେ ପୃଥିବୀ କମ୍ପିତ ହେଉଅଛି।
ସେମାନଙ୍କର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ଯ୍ୟନ୍ତ ଶୁଣାଯାଉଛି।
22 ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ,
ଆଉ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ।
ସେତେବେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହେବେ
ଓ ପ୍ରସବକାଳୀନ ବେଦନାଗ୍ରସ୍ତା ସ୍ତ୍ରୀ ପରି ଯନ୍ତ୍ରଣାରେ କ୍ରନ୍ଦନ କରିବେ।
ଦମ୍ମେଶକ ବିଷୟରେ ଏକ ବାର୍ତ୍ତା
23 ଦମ୍ମେଶକ ପାଇଁ ଏହି ବାର୍ତ୍ତା,
“ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି,
କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି।
ସେମାନେ ନିରୁତ୍ସାହିତ ହୋଇଅଛନ୍ତି,
ସେମାନେ ସମୁଦ୍ରପରି ଅସ୍ଥିର, ସେମାନେ ନୀରବ ରହି ପାରିବେ ନାହିଁ।
24 ଦମ୍ମେଶକ ଦୁର୍ବଳ ହୋଇଅଛି।
ଏହା ରକ୍ଷା ପାଇବା ପାଇଁ ଆଶା କରୁଅଛି।
ସେମାନଙ୍କୁ ଭୟ ଆକ୍ରାନ୍ତ କରିଅଛି,
ପ୍ରସବକାଳୀନ ତୀବ୍ର ବେଦନାଗ୍ରସ୍ତ ସ୍ତ୍ରୀ ପରି
ସେମାନେ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁଛନ୍ତି।
25 “ସୁଖମୟ ଓ ‘ଆନନ୍ଦଦାୟକ’ ଦମ୍ମେଶକ ନଗର
କିପରି ପରିତ୍ୟକ୍ତ ହୋଇଅଛି।
26 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
ସେହି ସମୟରେ ତାହାର ଯୁବକଗଣ ତାହାର ଛକରେ ମୃତ ହୋଇ ପତିତ ହେବେ। ଆଉ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବେ।”
27 “ପୁଣି ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା
ଓ ତାହା ବିନ୍ହଦର ସୁଦୃଢ଼ ଅଟ୍ଟାଳିକାସବୁ ଗ୍ରାସ କରିବ।”
କେଦର ଓ ହାତ୍ସୋର ବିଷୟରେ ବାର୍ତ୍ତା
28 ବାବିଲର ରାଜା ନବୂଖଦ୍ନିତ୍ସର ଦ୍ୱାରା ପରାଜିତ କେଦରର ଓ ହାତ୍ସୋରର ରାଜା ସମୂହ ବିଷୟରେ ଏହି ବାର୍ତ୍ତା।
ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାଅ ଓ କେଦରର ପରିବାରବର୍ଗକୁ ଆକ୍ରମଣ କର।
ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।
29 ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲକୁ ନେଇଯିବେ।
ସେମାନଙ୍କର ଯବନିକା, ସେମାନଙ୍କର ଯାବତୀୟ ପାତ୍ର ଓ ଓଟ ପଲକୁ
ସେମାନେ ନିଜ ପାଇଁ ନେଇଯିବେ।
ଆଉ ‘ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ବୋଲି’
ସେମାନେ ଉଚ୍ଚସ୍ୱରରେ କହିବେ।”
30 ସଦାପ୍ରଭୁ କହନ୍ତି,
“ହେ ହାତ୍ସୋର ନିବାସୀଗଣ, ପଳାୟନ କର।
ନିରାପଦ ସ୍ଥାନରେ ଲୁଚି ରୁହ।
କାରଣ ବାବିଲର ରାଜା ନବୂଖଦ୍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛ।
ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ସଂକଳ୍ପ କରିଅଛି।
31 ସଦାପ୍ରଭୁ କହନ୍ତି, “ଯେଉଁ ଦେଶ କବାଟ ବିହୀନ
ଓ ହୁଡ଼ୁକା ନ ଥିବା ସ୍ଥାନରେ ରହି
ନିଜକୁ ନିରାପଦ ମନେ କରୁଛନ୍ତି,
ସେହିମାନଙ୍କୁ ଆକ୍ରମଣ କର।
32 ଶତ୍ରୁଗଣ ସେମାନଙ୍କର ଓଟଗୁଡ଼ିକୁ ନେଇଯିବେ।
ସେମାନଙ୍କର ଅପାର ପଶୁପଲ ଲୁଣ୍ଠିତ ହେବେ।
ପୁଣି ଯେଉଁମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା
ଓ ସେମାନଙ୍କ ନିକଟକୁ ଗ୍ଭରିଆଡ଼ୁ ବିପଦ ଆଣିବା।”
ଏହା ସଦାପ୍ରଭୁ କହନ୍ତି।
33 “ହାତ୍ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ।
କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ।
ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।”
ଏଲମ ବିଷୟରେ ବାର୍ତ୍ତା
34 ଯିହୁଦାର ରାଜା ସିଦିକିୟର ରାଜତ୍ୱର ଆରମ୍ଭ ସମୟରେ ଏଲମ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।
35 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଆମ୍ଭେ ଏଲମର ସବୁଠାରୁ
ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।
36 ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଗ୍ଭରି ବାୟୁକୁ ଏଲମ ବିରୁଦ୍ଧରେ ପ୍ରବାହିତ କରାଇବା।
ଆଉ ସେହିସବୁ ବାୟୁ ଏଲମକୁ ପୃଥିବୀର ଗ୍ଭରିଆଡ଼େ ଛିନ୍ନଭିନ୍ନ କରିବ।
ପୃଥିବୀର ଏପରି ଦେଶ ନ ଥିବ ଯେଉଁଠାକୁ
ଏଲମର ପଳାତକ ଯାଇ ନ ଥିବେ।
37 ପୁଣି ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କର ଶତ୍ରୁଗଣ ସମ୍ମୁଖରେ
ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ସମ୍ମୁଖରେ ବିନାଶ କରିବା।”
ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କ ଉପରେ
ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା
ଓ ସେମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ
ସେମାନଙ୍କ ପଛରେ ଏକ ଖଡ଼୍ଗ ପଠାଇବା।”
38 ପୁଣି ସଦାପ୍ରଭୁ କହନ୍ତି,
“ଆମ୍ଭେ ଏଲମରେ ଆମ୍ଭର ସିଂହାସନ ସ୍ଥାପନ କରିବା
ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛିନ୍ନ କରାଇବା।”
39 ମାତ୍ର ସଦାପ୍ରଭୁ କହନ୍ତି,
“ଆମ୍ଭେ ଶେଷ କାଳରେ ଏଲମକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।”
ଯାଜକ ମଲ୍କୀଷେଦକ
7 ମଲ୍କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମଲ୍କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 2 ଯୁଦ୍ଧରେ ଜିତି ଅବ୍ରହାମ ଯାହା ପାଇଥିଲେ ତା’ର ଏକ ଦଶମାଂସ ସେ ମଲ୍କୀଷେଦକଙ୍କୁ ଦେଲେ।
ମଲ୍କୀଷେଦକ ନାମର ଅର୍ଥ: ପ୍ରଥମଟି ହେଉଛି “ଧର୍ମରାଜା” ଓ ଦ୍ୱିତୀୟଟି ହେଲା “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିର ରାଜା”। 3 କେହିହେଲେ ମଲ୍କୀଷେଦକଙ୍କ ପିତା କି ମାତାଙ୍କ ବିଷୟରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କେବେ ଜନ୍ମଗ୍ରହଣ କଲେ, ଓ କେବେ ମଲେ ତା’ମଧ୍ୟ କେହି ଜାଣନ୍ତି ନାହିଁ। ମଲ୍କୀଷେଦକ ପରମେଶ୍ୱରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହୋଇ ରହିଛନ୍ତି।
4 ମଲ୍କୀଷେଦକ କେତେ ମହାନ୍ ବ୍ୟକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ଯୁଦ୍ଧରେ ଯାହାକିଛି ଜିତି ଥିଲେ ତା’ର ଏକ ଦଶମାଂଶ ମଲ୍କୀଷେଦକଙ୍କୁ ଦେଲେ। 5 ବ୍ୟବସ୍ଥା ଅନୁସାରେ ଲେବୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜଲୋକ ଯିହୂଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି। 6 ମଲ୍କୀଷେଦକ ଲେବୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 7 ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
8 ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସେମାନେ ସାଧାରଣ ମନୁଷ୍ୟ ପରି ବଞ୍ଚି ପରିଶେଷରେ ମୃତ୍ୟୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷେଦକ ଶାସ୍ତ୍ର ଅନୁସାରେ ଏବେ ମଧ୍ୟ ଜୀବିତ। 9 ଲେବୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତେବେଳେ ଅବ୍ରହାମ ମଲ୍କୀଷେଦକଙ୍କୁ ଦଶମାଂଶ ଦେଲେ, ତା’ର ଅର୍ଥ ଲେବୀ ମଧ୍ୟ ତାହା ଦେଲେ। 10 ଲେବୀ ସେ ପର୍ଯ୍ୟନ୍ତ ଜନ୍ମ ନ ହୋଇଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷେଦକଙ୍କୁ ଭେଟିବା ସମୟରେ ଲେବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀରରେ ଥିଲେ।
11 ଲେବୀ ପରିବାରବର୍ଗଙ୍କ [a] ଯାଜକମାନଙ୍କର ପଦ୍ଧତି ଅନୁଯାୟୀ ଲୋକଙ୍କୁ ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ୱାରା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ୟକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷେଦକଙ୍କ ଭଳି ଆଉ ଜଣେ ଯାଜକର ଆବଶ୍ୟକ ଥିଲା। 12 ଯେତେବେଳେ ଯାଜକର ପରିବର୍ତ୍ତନ ହୁଏ ସେତେବେଳେ ବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ଆବଶ୍ୟକ ହୋଇଥାଏ। 13 ଆମ୍ଭେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟରେ କହୁଛୁ। ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଥିଲେ। ସେହି ଗୋଷ୍ଠୀର କେହି କେବେ ହେଲେ ଆଗରୁ ଯାଜକ ଭାବେ ବେଦୀ [b]ରେ ସେବା କରି ନ ଥିଲେ। 14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରେ ଜାତ। ମାତ୍ର ସେହି ଗୋଷ୍ଠୀର ଯାଜକମାନଙ୍କ ବିଷୟରେ ମୋଶା କହିନାହାନ୍ତି।
ଯୀଶୁ ମଲ୍କୀଷେଦକଙ୍କ ଭଳି ଜଣେ ଯାଜକ
15 ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମଲ୍କୀଷେଦକଙ୍କ ଭଳି ଆଉ ଜଣେ ଯାଜକ ଅଛନ୍ତି। 16 ସେ କୌଣସି ଗୋଷ୍ଠୀର ବ୍ୟବସ୍ଥା ଦ୍ୱାରା ଯାଜକ ହୋଇ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ। 17 ଶାସ୍ତ୍ରରେ ତାଙ୍କ ବିଷୟରେ କୁହାଯାଇଛି: “ତୁମ୍ଭେ ମଲ୍କୀଷେଦକଙ୍କ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।” [c]
18 ପୂର୍ବ ବ୍ୟବସ୍ଥା ଦୁର୍ବଳ ଓ ବ୍ୟର୍ଥ ହୋଇଥିବାରୁ ଲୋପ କରି ଦିଆ ହେଲା। 19 ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ରେଷ୍ଠତର ଭରସାରେ ଆମ୍ଭେ ପରମେଶ୍ୱରଙ୍କ ପାଖକୁ ଆସି ପାରିବା।
20 ଯୀଶୁ ଖ୍ରୀଷ୍ଟଙ୍କୁ ମହାଯାଜକ କଲାବେଳେ, ପରମେଶ୍ୱର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଅନ୍ୟମାନେ ଯାଜକ ହୋଇଥିଲେ, ସେତେବେଳେ କୌଣସି ଶପଥ ହୋଇ ନ ଥିଲା। 21 କିନ୍ତୁ ପରମେଶ୍ୱରଙ୍କ ଶପଥ କରିଥିବା ହେତୁରୁ ଯୀଶୁ ଯାଜକ ହୋଇଥିଲେ। ପରମେଶ୍ୱର କହିଥିଲେ:
“ପ୍ରଭୁ ଶପଥ କରିଛନ୍ତି
ଓ ସେ ନିଜ ନିର୍ଣ୍ଣୟ ପରିବର୍ତ୍ତନ କରିବେ ନାହିଁ,
‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।’” (A)
22 ଏହାର ଅର୍ଥ ହେଲା ଯେ ସେହି ପ୍ରକାରେ ପରମେଶ୍ୱରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମିନ୍ଦାର।
23 ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ। 24 କିନ୍ତୁ ଯୀଶୁ ଅମର। ସେ କେବେ ହେଲେ ଯାଜକ ସେବାରୁ ଅବ୍ୟାହିତ ହେବେ ନାହିଁ। 25 ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ।
26 ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି। 27 ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ। 28 ବ୍ୟବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ। ପରମେଶ୍ୱର ଯେଉଁ ଶପଥ ବ୍ୟବସ୍ଥା ପରେ କରିଥିଲେ, ତଦ୍ଦ୍ୱାରା ପରମେଶ୍ୱରଙ୍କ ପୁତ୍ର ଅନନ୍ତକାଳ ପର୍ଯ୍ୟନ୍ତ ମହାଯାଜକ ପଦରେ ନିଯୁକ୍ତି ପାଇଲେ।
2010 by World Bible Translation Center