Old/New Testament
ଉତ୍ତମ ଡିମ୍ବିରି ଫଳ ଓ ମନ୍ଦ ଡିମ୍ବିରି ଫଳ
24 ବାବିଲର ରାଜା ନବୂଖଦ୍ନିତ୍ସର, ଯିହୋୟାକୀମ୍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ଯିରୁଶାଲମରୁ ବନ୍ଦୀକରି ବାବିଲକୁ ନେଇଗଲା ଉତ୍ତାରେ, ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖା ଯାଇଅଛି। 2 ଗୋଟିଏ ଡାଲାରେ ଆଦ୍ୟ ପକ୍ୱ ଡିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲାରେ ଏପରି ଅତି ମନ୍ଦ ଡିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପଯୋଗୀ ନ ଥିଲା।
3 ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଯିରିମିୟ, ତୁମ୍ଭେ କ’ଣ ଦେଖୁଛ?”
ମୁଁ ଉତ୍ତର କଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଏତେ ମନ୍ଦ ଯେ ତାହା ଭୋଜନଯୋଗ୍ୟ ନୁହେଁ।”
4 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 5 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ଯେଉଁମାନେ ଯିହୁଦାର ବନ୍ଦୀରୂପେ ନିଆଗଲେ, ଏହିସବୁ ଉତ୍ତମ ଡିମ୍ବିରି ତୁଲ୍ୟ। ମୁଁ ସେମାନଙ୍କୁ ଉତ୍ତମ ବୋଲି ବିବେଚନା କରିବି। ଯେଉଁମାନଙ୍କୁ ମୁଁ ଏହି ସ୍ଥାନରୁ କଲ୍ଦୀୟମାନଙ୍କ ଭୂମିକୁ ତଡ଼ି ଦେଇଛି। 6 ଆମ୍ଭେ ସେମାନଙ୍କୁ ସୁରକ୍ଷା ଦେବା। ଆମ୍ଭେ ସେମାନଙ୍କୁ ଭଗ୍ନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା। ପୁଣି ଆମ୍ଭେ ସେମାନଙ୍କୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ରୋପଣ କରିବା। 7 ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।”
8 “ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା। 9 ମୁଁ ସେମାନଙ୍କ ଉପରେ ଏମିତି ବିପର୍ଯ୍ୟୟ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବେ। ସମସ୍ତେ ସେମାନଙ୍କୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ଷିପ୍ତ କରିବା, ସେହି ସ୍ଥାନର ଲୋକମାନେ ସେମାନଙ୍କୁ ଅଭିଶାପ ଦେବେ। 10 ସେମାନେ ସେଇ ଭୂମିରୁ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ବିପକ୍ଷରେ, ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲି। ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା।”
ଯିରିମିୟଙ୍କ ପ୍ରଗ୍ଭରର ସାରାଂଶ
25 ବାବିଲର ରାଜା ନବୂଖଦ୍ନିତ୍ସରର ଅଧିକାରର ପ୍ରଥମ ବର୍ଷରେ ଓ ଯୋଶିୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍ର ଅଧିକାରର ଚତୁର୍ଥ ବର୍ଷରେ, ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା। 2 ଭବିଷ୍ୟଦ୍ବକ୍ତା ଯିରିମିୟ ଯିହୁଦାର ସମସ୍ତ ଲୋକ ଓ ସମସ୍ତ ଯିରୁଶାଲମ ନିବାସୀ ନିକଟରେ ସେହି ବାକ୍ୟ ପ୍ରଗ୍ଭର କରି କହିଲେ,
3 “ଆମୋନର ପୁତ୍ର ଯିହୁଦାର ରାଜା ଯୋଶିୟର ଅଧିକାରର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ୍ ବର୍ଷକାଳ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହୋଇଅଛି। ଆଉ ମୁଁ ପ୍ରତ୍ୟୁଷରୁ ଉଠି ତାହା ତୁମ୍ଭମାନଙ୍କୁ କହିଅଛି ମାତ୍ର ତୁମ୍ଭେମାନେ ତାହା ଶୁଣି ନାହଁ। 4 ପୁଣି ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ବାରମ୍ବାର ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି। ମାତ୍ର ତୁମ୍ଭେମାନେ ତାହା ଶୁଣି ନାହଁ, କିଅବା ସେ କଥାପ୍ରତି କର୍ଣ୍ଣପାତ କରି ନାହଁ।
5 ସେହି ଭବିଷ୍ୟଦ୍ବକ୍ତାଗଣ କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଦୁଷ୍ଟ ଆଚରଣରୁ ଫେର। ତାହାହେଲେ ସଦାପ୍ରଭୁ ପୁରାତନ କାଳରୁ ଚିରଦିନ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତାହା ମଧ୍ୟରେ ତୁମ୍ଭେମାନେ ବାସ କରିବ। 6 ଆଉ ଅନ୍ୟ ଦେବଗଣର ପଶ୍ଚାତ୍ଧାବନ କର ନାହିଁ କିଅବା ସେମାନଙ୍କୁ ସେବା ଓ ପ୍ରଣାମ କର ନାହିଁ। ପୁଣି ଆପଣା ହସ୍ତକୃତ ପ୍ରତିମାଗଣକୁ ପୂଜା କରି ଆମ୍ଭକୁ ବିରକ୍ତ କର ନାହିଁ। ତାହାହେଲେ ଆମ୍ଭେ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବା ନାହିଁ।”
7 “ତୁମ୍ଭେମାନେ ଆମ୍ଭ କଥାପ୍ରତି ଧ୍ୟାନ ଦେଲ ନାହିଁ।” ତଥାପି ସଦାପ୍ରଭୁ କହନ୍ତି, “ନିଜ ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରିଅଛ। ତେଣୁ ତୁମ୍ଭମାନଙ୍କର ଅମଙ୍ଗଳ ହେବ।”
8 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଧ୍ୟାନ ଦେଉ ନାହଁ।” 9 ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ। 10 ଆଉ ମଧ୍ୟ ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦ, ପ୍ରମୋଦ, ଧ୍ୱନି, ବରକନ୍ୟାଙ୍କର ସୁଖ ଓ ହର୍ଷ ଧ୍ୱନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା। 11 ତହିଁରେ ସମଗ୍ର ଦେଶ ଏକ ଶୂନ୍ୟ ମରୁଭୂମିରେ ପରିଣତ ହେବ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ଯ୍ୟନ୍ତ ଦାସ ହୋଇ ରହିବେ।
12 ପୁଣି ସଦାପ୍ରଭୁ କହନ୍ତି, “ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସେହି ଗୋଷ୍ଠୀକି ଓ କଲ୍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହାକୁ ସଦାକାଳ ଧ୍ୱଂସସ୍ଥାନ କରିବା। 13 ଆଉ ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଆଉ ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମିୟଙ୍କ ଦ୍ୱାରା ପ୍ରଗ୍ଭରିତ ଯେଉଁ ଭବିଷ୍ୟଦ୍ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ସେହି ଦେଶପ୍ରତି ସଫଳ ହେବ। 14 ଏବଂ ସେମାନେ ବହୁଦେଶର ଓ ମହାନ ରାଜାମାନଙ୍କର କ୍ରୀତଦାସ ହେବେ। ଆଉ ଆମ୍ଭେ ସେମାନଙ୍କ କାର୍ଯ୍ୟକଳାପନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।”
ପୃଥିବୀର ଗୋଷ୍ଠୀମାନଙ୍କ ଉପରେ ବିଗ୍ଭର
15 ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁ ଏହା ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସେମାନଙ୍କୁ ତାହା ପାନ କରାଅ। 16 ତାହା ପାନ କରି ସେମାନେ ବାନ୍ତିକରି ଏଣେ ତେଣେ ଟଳମଳ ହେବେ। ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ପଠାଇଥିବା ଖଡ଼୍ଗ ହେତୁ ସେମାନେ ଉନ୍ମତ୍ତ ହେବେ।”
17 ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ତାଙ୍କର କହିବାନୁସାରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି। 18 ମୁଁ ଯିହୁଦା ଓ ଯିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସେହି ପାତ୍ରରୁ ପାନ କରାଇଲି। ସେହି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶୋଚନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ଯ୍ୟନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ୟବହାର କରନ୍ତି।
19 ମୁଁ ମଧ୍ୟ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସେହି କ୍ରୋଧରୂପୀ ପାତ୍ରରୁ ପାନ କରାଇଲି।
20 ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ
ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଏବଂ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି।
21 ତା’ପରେ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ ସେହି ପାତ୍ରରୁ ପାନ କରାଇଲି।
22 ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 23 ପୁଣି ଦଦାନ୍, ଢେମା ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସେହି ପାତ୍ରରୁ ପାନ କଲେ। 24 ପୁରି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 25 ମୁଁ ମଧ୍ୟ ସିମ୍ରୀ, ଐଲମ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 26 ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣକ ପରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ୟକୁ ପାନ କରାଇଲା ପରେ “ଶେଶକର” ରାଜା ଏହି ପାତ୍ରରୁ ପାନ କରିବେ।
27 “ପୁଣି ଇସ୍ରାଏଲର ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଯିରିମିୟ, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ଖଡ଼୍ଗ ପଠାଇବା, ତେଣୁ ତୁମ୍ଭେମାନେ ପତିତ ହୋଇ ଆଉ ଉଠ ନାହିଁ।’
28 “ପୁଣି ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ନିଶ୍ଚୟ ତାହା ପାନ କରିବ। 29 କାରଣ ଏହି ଯିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିଯାନ ଆରମ୍ଭ କରିଛି। ତାହା ମୋର ନାମକୁ ଧାରଣ କରିଛି। ତୁମ୍ଭେମାନେ କହିପାର ଆମ୍ଭେମାନେ ଦଣ୍ଡିତ ହେବୁ ନାହିଁ। ମାତ୍ର ତୁମ୍ଭେମାନେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପରେ ଖଡ଼୍ଗ ଚଳାଇବା।’” ଏହା ସଦାପ୍ରଭୁ କହନ୍ତି।
30 “ହେ ଯିରିମିୟ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର। ସେମାନଙ୍କୁ କୁହ,
‘ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ହୁଙ୍କାର କରିବେ।
ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚିତ୍କାର ଶୁଣାଇବେ।
ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପରେ ମହାରବ କରିବେ
ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧରେ ସିଂହାସନ କରିବେ।
31 ସମଗ୍ର ପୃଥିବୀରେ ଏକ ଧ୍ୱନି ବ୍ୟାପିଯିବ।
କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପରେ
ସଦାପ୍ରଭୁଙ୍କର କ୍ରୋଧ ଅଛି।
ସେ ସେମାନଙ୍କର ବିଗ୍ଭର କରି ଶାସ୍ତି ଦେବେ।
ପୁଣି ସେ ଦୁଷ୍ଟାଗ୍ଭରୀମାନଙ୍କୁ
ଖଡ଼୍ଗରେ ସମର୍ପଣ କରିବେ।’”
ଏହା ସଦାପ୍ରଭୁ କହନ୍ତି।
32 ପୁରି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଦେଶକୁ ଦେଶ
ଅମଙ୍ଗଳ ଘଟିବ।
ସମଗ୍ର ପୃଥିବୀରେ
ମହା ତୋଫାନ ଉଠିବ।”
33 ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶେଷ ସୀମା ପର୍ଯ୍ୟନ୍ତ ଦେଖାଯିବ। ସେମାନଙ୍କ ପାଇଁ ବିଳାପ କରିବାକୁ କେହି ନ ଥିବେ ଓ କବର ଦେବା ପାଇଁ ମଧ୍ୟ କେହି ନ ଥିବେ। ସେମାନେ ଭୂଇଁର ଗୋବର ଖତ ହେବେ।
34 ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର।
ହେ ମେଷଗଣର ଅଧିପତିମାନେ, ତୁମ୍ଭେମାନେ ଭୂମିରେ ଗଡ଼।
କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ବର୍ତ୍ତମାନ ଆଗତ ହେଲା।
ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା।
ତୁମ୍ଭେମାନେ ଭଗ୍ନପାତ୍ର ତୁଲ୍ୟ ବିକ୍ଷିପ୍ତ ହୋଇପଡ଼ିବ।
35 ପୁଣି ମେଷପାଳକଗଣ ପଳାୟନ କରି ଲୁଚି ପାରିବେ ନାହିଁ।
ସେମାନଙ୍କର ଅଧିପତିଗଣ ରକ୍ଷା ପାଇବେ ନାହିଁ।
36 ମୁଁ ମେଷପାଳକମାନଙ୍କର ଚିତ୍କାର
ଓ ମେଷପଲର ଅଧିପତିମାନଙ୍କର ସ୍ୱର ଶୁଣିଅଛି।
କାରଣ ସଦାପ୍ରଭୁ ସେମାନଙ୍କର ବାସସ୍ଥାନ ଉଜାଡ଼ କରିଅଛନ୍ତି।
37 ପୁଣି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଯୋଗୁଁ
ଶାନ୍ତିପୂର୍ଣ୍ଣ ଖୁଆଡ଼ସବୁ ଶୂନ୍ୟ ମରୁ ହୋଇଅଛି।
38 ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି।
ତାଙ୍କର କ୍ରୋଧ ରୂପକ ଖଡ଼୍ଗ ଭୟଙ୍କର ହେବ
ଓ ସେହି ପ୍ରଚଣ୍ଡ କ୍ରୋଧ ହେତୁରୁ
ଦେଶ ଶୂନ୍ୟ ମରୁମୟ ସ୍ଥାନ ହେବ।
ସଦାପ୍ରଭୁଙ୍କ ଗୃହରେ ଯିରିମିୟଙ୍କ ଶିକ୍ଷା
26 ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ପ୍ରାରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା। 2 ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସେମାନଙ୍କୁ ଆମ୍ଭର ଆଜ୍ଞାନୁସାରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ। 3 ସେମାନେ ହୁଏତ ଆମ୍ଭର କଥାପ୍ରତି ଧ୍ୟାନ ଦେବେ ଓ ଆମ୍ଭର ଆଜ୍ଞା ପାଳନ କରିବେ। ହୋଇପାରେ ସେମାନେ କୁପଥରୁ ଫେରିବେ। ତାହାହେଲେ ଆମ୍ଭେ ସେମାନଙ୍କର ଦୁଷ୍ଟତା ଯୋଗୁଁ ସେମାନଙ୍କ ପ୍ରତି ଯେଉଁ ଦଣ୍ଡ ଦେବାକୁ ମନସ୍ଥ କରିଅଛୁ, ସେଥିରୁ ନିବୃତ୍ତ ହେବା। 4 ପୁଣି ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭ ବ୍ୟବସ୍ଥାନୁସାରେ ଗ୍ଭଲିବ ଓ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦେବ। 5 ଆମ୍ଭେ ଆମ୍ଭର ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ବାରମ୍ବାର ପଠାଇ ଆସିଛୁ। ମାତ୍ର ତୁମ୍ଭେମାନେ ସେମାନଙ୍କ କଥା ପ୍ରତି ଅବଧାନ କରି ନାହଁ। 6 ଯେବେ ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ ନ କରିବ, ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ୟ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।’”
7 ସଦାପ୍ରଭୁଙ୍କ ମନ୍ଦିରରେ ଯିରିମିୟ ଏହି କଥା କହିଲା ବେଳେ ସମସ୍ତ ଯାଜକ, ଭବିଷ୍ୟଦ୍ବକ୍ତା ଓ ଲୋକମାନେ ଶୁଣିଲେ। 8 ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପରେ ଯାଜକମାନେ, ଭବିଷ୍ୟଦ୍ବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, “ତୁମ୍ଭେ ନିଶ୍ଚୟ ମରିବ।” 9 ସେମାନେ ପୁଣି କହିଲେ, “ତୁମ୍ଭେ କିପରି ସଦାପ୍ରଭୁଙ୍କ ନାମରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରୁଛ ଯେ, ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହେବ ଓ ଯିରୁଶାଲମ ନଗର ଧ୍ୱଂସ ଓ ନିବାସହୀନ ହେବ।” ସଦାପ୍ରଭୁଙ୍କ ମନ୍ଦିରରେ ସମସ୍ତ ଲୋକ ଯିରିମିୟଙ୍କ ଗ୍ଭରିପଟେ ରୁଣ୍ଡ ହେଲେ।
10 ଅନନ୍ତର ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ। 11 ତା’ପରେ ଯାଜକମାନେ ଓ ଭବିଷ୍ୟଦ୍ବକ୍ତାମାନେ ଅଧିପତିମାନଙ୍କୁ ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, “ଯିରିମିୟ ପ୍ରାଣଦଣ୍ଡର ଯୋଗ୍ୟ; କାରଣ ସେ ଏହି ନଗର ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଅଛି, ଏହା ତୁମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛ।”
12 ତା’ପରେ ଯିରିମିୟ ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେଉଁସବୁ କଥା ଶୁଣିଅଛ, ସେହିସବୁ ଭବିଷ୍ୟଦ୍ବାକ୍ୟ ଏହି ମନ୍ଦିର ଓ ଏହି ନଗର ବିରୁଦ୍ଧରେ ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ। 13 ତେଣୁ ତୁମ୍ଭେମାନେ ନିଜ ନିଜ ଆଚରଣ ଓ କ୍ରିୟା ବଦଳାଅ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ପାଳନ କର। ତାହାହେଲେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଛନ୍ତି, ତାହା କରିବାରୁ ସେ ନିବୃତ୍ତ ହେବେ। 14 ଆଉ ମୋ’ ସମ୍ବନ୍ଧରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋ’ ପ୍ରତି କର। 15 ତୁମ୍ଭେମାନେ ଯଦି ମୋତେ ବଧ କରିବ, ତେବେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”
16 ତା’ପରେ ଅଧିପତିଗଣ ଓ ସମସ୍ତ ଲୋକ ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ କହିଲେ, “ଯିରିମିୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯିରିମିୟଙ୍କୁ ଏହିସବୁ କହିଛନ୍ତି।”
17 ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ସମସ୍ତ ଲୋକଙ୍କୁ ଏହିକଥା କହିଲେ। 18 “ଯିହୁଦାର ରାଜା ହିଜକିୟଙ୍କ ସମୟରେ ମୋରେଷ୍ଟୀୟର ମୀଖା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
ସିୟୋନ କ୍ଷେତ୍ର ତୁଲ୍ୟ ଗ୍ଭଷ କରାଯିବ
ଓ ଯିରୁଶାଲମ ଢିପ ହେବ,
ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି,
ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’
(A)
19 “ଯିହୁଦାର ରାଜା ହିଜକିୟ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିୟ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭେମାନେ ଯିରିମିୟଙ୍କ ପ୍ରତି କିଛି କରୁ, ତେବେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳରେ ଅମଙ୍ଗଳ କରୁଅଛୁ।”
20 ଆହୁରି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା। ସେ କିରିୟତ୍-ସିୟାରୀମସ୍ଥ ସମୟିୟର ପୁତ୍ର ଉରିୟ; ସେ ଯିରିମିୟର ସମସ୍ତ ବାକ୍ୟପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଥିଲା। 21 ରାଜା ଯିହୋୟାକୀମ୍, ତାଙ୍କର ସମସ୍ତ ବୀରଗଣ ଓ ଯିହୁଦାର ସମସ୍ତ ଅଧିପତିମାନେ ଉରିୟଙ୍କ ଭବିଷ୍ୟଦ୍ବାଣୀ ଶୁଣିଲେ। ତା’ପରେ ରାଜା ଯିହୋୟାକୀମ୍ ତାହାକୁ ବଧ କରିବାକୁ ଚେଷ୍ଟା କଲା। ମାତ୍ର ଉରିୟ ଭୟଭୀତ ହୋଇ ମିଶରକୁ ପଳାଇଲା। 22 ମାତ୍ର ରାଜା ଯିହୋୟାକୀମ୍ ଅକବୋରର ପୁତ୍ର ଇଲ୍ନାଥନ୍କୁ ଓ ତାଙ୍କ ସହିତ ଅନ୍ୟ କେତେକ ଲୋକଙ୍କୁ ମିଶରକୁ ପଠାଇଲା। 23 ତହୁଁ ସେମାନେ ଉରିୟକୁ ମିଶରରୁ ଆଣି ଯିହୋୟାକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶରେ ଉରିୟକୁ ଖଡ଼୍ଗରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନରେ ତାହାର ଶବ ପକାଗଲା।
24 ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।
ପ୍ରକୃତ ଶିକ୍ଷାର ଅନୁସରଣ
2 ପ୍ରକୃତ ଶିକ୍ଷା (ଉପଦେଶ)ର ଅନୁସରଣ କରିବା ପାଇଁ ତୁମ୍ଭେ ଲୋକଙ୍କୁ କହିବା କଥା। 2 ବୃଦ୍ଧ ଲୋକମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଆତ୍ମସଂଯମୀ, ଗମ୍ଭୀର ଓ ଜ୍ଞାନୀ ହୁଅନ୍ତୁ। ସେମାନେ ବିଶ୍ୱାସରେ, ପ୍ରେମରେ ଓ ଧୈର୍ଯ୍ୟରେ ଦୃଢ଼ ହେବା ଉଚିତ୍।
3 ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଜୀବନପ୍ରଣାଳୀରେ ପବିତ୍ର ହୁଅନ୍ତୁ। ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ କୁହନ୍ତୁ ନାହିଁ ଓ ଅଧିକ ମାତ୍ରାରେ ମଦ୍ୟପାନର ଅଭ୍ୟାସ ରଖନ୍ତୁ ନାହିଁ। ସେମାନେ ଭଲ କଥାର ଶିକ୍ଷା ଦିଅନ୍ତୁ। 4 ଏପରି ଭାବରେ ସେମାନେ ଯୁବତୀମାନଙ୍କୁ ସେମାନଙ୍କର ସ୍ୱାମୀ ଓ ସନ୍ତାନମାନଙ୍କୁ ଭଲ ପାଇବା ଶିଖାଇ ପାରିବେ। 5 ସେମାନେ ଯୁବତୀମାନଙ୍କୁ ଶିଖାଇ ପାରିବେ ଯେ ସେମାନେ ଜ୍ଞାନୀ ଓ ପବିତ୍ର ହୁଅନ୍ତୁ, ନିଜ ଘରର ଯତ୍ନ ନିଅନ୍ତୁ, ଦୟାଳୁ ହୁଅନ୍ତୁ ଏବଂ ନିଜ ସ୍ୱାମୀଙ୍କର ଆଜ୍ଞାକାରିଣୀ ହୁଅନ୍ତୁ। ତା’ହେଲେ କୌଣସି ଲୋକ ଆମ୍ଭକୁ ଦିଆଯାଇଥିବା ପରମେଶ୍ୱରଙ୍କ ଶିକ୍ଷାର ସମାଲୋଚନା କରି ପାରିବ ନାହିଁ।
6 ସେହିଭଳି ଯୁବକମାନଙ୍କୁ କୁହ ଯେ ସେମାନେ ଜ୍ଞାନୀ ହୁଅନ୍ତୁ। 7 ତୁମ୍ଭେ ନିଜେ ଯୁବକମାନଙ୍କ ପାଇଁ ପ୍ରତ୍ୟେକ ଭାବରେ ଆଦର୍ଶ ହେବା ପାଇଁ ଉତ୍ତମ କାମ କରିବା ଦରକାର। ତୁମ୍ଭର ଶିକ୍ଷା ଦେବାରେ ତୁମ୍ଭେ ସଚ୍ଚୋଟ ଓ ଗମ୍ଭୀର ରହିବା ଉଚିତ୍। 8 ତୁମ୍ଭେ ଯେପରି ସମାଲୋଚିତ ନ ହୁଅ, ସେଥିପାଇଁ ତୁମ୍ଭେ ସତ କୁହ। ତା’ହେଲେ ଜଣେ ବିରୋଧୀ ମଧ୍ୟ ଲଜ୍ଜାବୋଧ କରିବ କାରଣ ସେ ଆମ୍ଭ ବିରୁଦ୍ଧରେ କୌଣସି ମନ୍ଦ ବିଷୟ ପାଇବ ନାହିଁ।
9 ଦାସମାନଙ୍କୁ ମଧ୍ୟ ସେମାନଙ୍କର ମାଲିକମାନଙ୍କର ଆଜ୍ଞା ସର୍ବଦା ପାଳନ କରିବାକୁ କୁହ। ସେମାନେ ମାଲିକମାନଙ୍କୁ ଖୁସୀ ରଖିବେ, ସେମାନଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ। 10 ମାଲିକଙ୍କର ଗ୍ଭେରି କରିବେ ନାହିଁ, ଏବଂ ସେମାନେ ପ୍ରମାଣିତ କରିବେ ଯେ ସେମାନେ ବିଶ୍ୱାସ ଯୋଗ୍ୟ ଅଟନ୍ତି। ଦାସମାନେ ନିଜର ପ୍ରତ୍ୟେକ କାମରେ ଏହା ପ୍ରମାଣିତ କରିବେ ଯେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଶିକ୍ଷା ଭଲ ଅଟେ।
11 ପରମେଶ୍ୱରଙ୍କ ଅନୁଗ୍ରହ ମିଳିଥୁବାରୁ ଆମ୍ଭେ ସେହିଭଳି ଜୀବନଯାପନ କରିବା କଥା। ସେହି ଅନୁଗ୍ରହ ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରିପାରେ। 12 ସେହି ଅନୁଗ୍ରହ ଆମ୍ଭକୁ ମିଳିଛି। ସେହି ଅନୁଗ୍ରହ ପରମେଶ୍ୱରଙ୍କ ବିରୋଧୀ ନ ହେବା ଓ ସଂସାର ଗ୍ଭହୁଁ ଥିବା ମନ୍ଦକାମ ନ କରିବା ପାଇଁ ଶିକ୍ଷା ଦିଏ। ସେହି ଅନୁଗ୍ରହ ଏହି ସଂସାରରେ ଜ୍ଞାନରେ ଧାର୍ମିକ ଓ ନ୍ୟାୟ ମାର୍ଗରେ ରହିବା ଶିଖାଏ। 13 ଆମ୍ଭର ମହାନ୍ ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବାଟକୁ ଗ୍ଭହିଁ ରହିଥିଲାବେଳେ ଆମ୍ଭେ ଏହିଭଳି ରହିବା ଦରକାର। ସେ ଆମ୍ଭମାନଙ୍କର ମହାନ୍ ଭରସା ଓ ସେ ଗୌରବରେ ଆସିବେ। 14 ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।
15 ଲୋକମାନଙ୍କୁ ଏହି କଥାଗୁଡ଼ିକ କୁହ। ତୁମ୍ଭର ପୂର୍ଣ୍ଣ କ୍ଷମତା ରହିଛି, ତେଣୁ ଲୋକମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଓ ସେମାନେ ଯାହା କରୁଛନ୍ତି, ତାହା ଭୁଲ୍ ବୋଲି କହିବା ପାଇଁ ତୁମ୍ଭର କ୍ଷମତାର ବ୍ୟବହାର କର। କୌଣସି ଲୋକ ଯେପରି ତୁମ୍ଭ ସହିତ ଏଭଳି ବ୍ୟବହାର ନ କରେ, ଯାହାକି ତୁମ୍ଭକୁ ଗୁରୁତ୍ୱହୀନ କରିଦେବ।
2010 by World Bible Translation Center