Old/New Testament
ଦୁଷ୍ଟ ରାଜାଗଣଙ୍କ ବିପକ୍ଷରେ ବିଗ୍ଭର
22 ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ଯାଇ ଯିହୁଦାର ରାଜାଙ୍କୁ ଏହି ବାକ୍ୟ କୁହ। 2 ‘ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ଓ ତୁମ୍ଭର ଦାସଗଣ ଏହିସବୁ ଫାଟକ ଦେଇ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଶୁଣ। 3 ସଦାପ୍ରଭୁ କହନ୍ତି, ନ୍ୟାୟ ବିବେଚନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ। 4 ଆଉ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କର, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦେଇ ଗୃହରେ ପ୍ରବେଶ କରିବେ। 5 ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ ଏହି ଗୃହ ଧ୍ୱଂସ ସ୍ତୁପରେ ପରିଣତ ହେବ।’”
6 ଆଉ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହିକଥା କହନ୍ତି,
“ତୁମ୍ଭେ ଆମ୍ଭ ପ୍ରତି ଗିଲିୟଦ୍
ଓ ଲିବାନୋନ୍ର ଶୃଙ୍ଗସ୍ୱରୂପ ଅଟ।
ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର
ଓ ଜନଶୂନ୍ୟ ନଗରରେ ପରିଣତ କରିବା।
7 ତୁମ୍ଭର ପ୍ରାସାଦକୁ ଧ୍ୱଂସ କରିବାକୁ
ପ୍ରତ୍ୟେକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା।
ସେମାନେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ
କାଟି ଅଗ୍ନିରେ ପକାଇବେ।
8 “ଆଉ ଦେଶୀୟମାନେ ଏହି ନଗର ଦେଇ ଗଲାବେଳେ ପ୍ରତ୍ୟେକ ଆପଣା ଆପଣା ସଙ୍ଗୀକି ପଗ୍ଭରିବେ, ‘ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ଯିରୁଶାଲମ ନଗରକୁ ଏପରି କଲେ?’ 9 ତହିଁରେ ସେମାନେ ଉତ୍ତର ଦେବେ, ‘ସଦାପ୍ରଭୁ ପରମେଶ୍ୱରଙ୍କ ନିୟମକୁ ପରିତ୍ୟାଗ କରି ଯିହୁଦାବାସୀ ଅନ୍ୟ ଦେବଗଣଙ୍କୁ ପ୍ରଣାମ ଓ ସେବା କରିଥିବାରୁ।’”
ରାଜା ଯିହୋୟାସ୍ (ଶଲ୍ଲମ୍)ଙ୍କ ବିରୁଦ୍ଧରେ ବିଗ୍ଭର
10 ତୁମ୍ଭେମାନେ ମୃତ ରାଜାଙ୍କ ସକାଶେ ରୋଦନ କର ନାହିଁ।
କିଅବା ତାହା ପାଇଁ ବିଳାପ କର ନାହିଁ।
ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ
ଅତିଶୟ କ୍ରନ୍ଦନ କର।
କାରଣ ସେ ଆଉ ଫେରିବ ନାହିଁ
କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।
11 ଯେହେତୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶିୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା।
ତାହାର ବିଷୟରେ ସଦାପ୍ରଭୁ ଏହା କହନ୍ତି, “ସେ ଆଉ ଯିରୁଶାଲମକୁ ଫେରିବ ନାହିଁ। 12 ଯିହୋୟାସ୍ (ଶଲ୍ଲମ୍) ବନ୍ଦୀତ୍ୱ ଅବସ୍ଥାରେ ଯେଉଁ ସ୍ଥାନକୁ ନୀତ ହୋଇଛି ସେ ସେହି ସ୍ଥାନରେ ମରିବ। ସେ ଆଉ ଏହି ଦେଶ ଦେଖି ପାରିବ ନାହିଁ।”
ରାଜା ଯିହୋୟାକୀମ୍ଙ୍କ ବିପକ୍ଷରେ ବିଗ୍ଭର
13 “ଯିହୋୟାକୀମ୍ ଜଣେ ଅଧର୍ମୀ ରାଜା ଥିଲେ
ଯିଏ କି ଅଧର୍ମରେ ଆପଣା ଗୃହ
ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେ,
ଯିଏ ବିନା ମୂଲ୍ୟରେ ଆପଣା ପ୍ରତିବାସୀକି ସେବା କରାଏ
ଓ ତାଙ୍କୁ କିଛି ବେତନ ଦିଏ ନାହିଁ।
14 “ଯିହୋୟାକୀମ୍ କହନ୍ତି, ‘ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କୋଠରୀମାନ ନିର୍ମାଣ କରିବି।’
ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ
ଓ ଏରସ କାଠରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗରେ କାଠ ରଙ୍ଗ କଲେ।
ମାତ୍ର ସେ ସନ୍ତାପର ପାତ୍ର ହେଲେ।
15 “ହେ ଯିହୋୟାକୀମ୍, ତୁମ୍ଭେ ତୁମ୍ଭ ଗୃହରେ ବହୁ ଏରସ କାଠ ବ୍ୟବହାର କରି
ବଡ଼ ରାଜା ହୋଇଯିବ ବୋଲି ଭାବୁଛ କି?
ତୁମ୍ଭର ପିତା ଧର୍ମରେ ଖାଦ୍ୟ ପାନୀୟ ଦେଇ ଉତ୍ତମ ରାଜା ହେଲେ
ଓ ଏହି ଧର୍ମାଚରଣ ଯୋଗୁଁ ସେଠାରେ ଉନ୍ନତି ହେଲା।
16 ଯୋଶିୟ ଦରିଦ୍ର ଓ ଦୀନହୀନଙ୍କର ଯତ୍ନ ନେଉଥିବାରୁ
ତାଙ୍କର ମଙ୍ଗଳ ହେଲା।
ସଦାପ୍ରଭୁ କହନ୍ତି,
“ଏହାକି ଆମ୍ଭକୁ ଜ୍ଞାତ ହେବାର ନୁହେଁ?”
17 “ମାତ୍ର ହେ ଯିହୋୟାକୀମ୍,
ତୁମ୍ଭେ କେବଳ ନିଜର ସ୍ୱାର୍ଥ ଦେଖିଛ,
ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ୟ
ଓ ନିର୍ଦ୍ଦୋଷର ରକ୍ତପାତରେ ବୁଡ଼ି ରହିଛି।”
18 ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ଲୋକମାନେ, ‘ହାୟ, ଆମ୍ଭର ଭାଇ!
ଅବା ହାୟ, ଆମ୍ଭ ଭଉଣୀ’ ବୋଲି ଡାକି
ତାଙ୍କ ପାଇଁ ବିଳାପ କରିବେ ନାହିଁ।
‘ହାୟ ପ୍ରଭୁ, ହାୟ ତାଙ୍କର ମହିମା!’
ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।
19 ତାହାର କବର ଗଧର କବର ତୁଲ୍ୟ ହେବ,
ସେ ଘୋଷଡ଼ା ଯାଇ ଯିରୁଶାଲମର ଦ୍ୱାର ବାହାରେ ପକାଯିବ।
20 “ହେ ଯିହୁଦା, ତୁମ୍ଭେ ଲିବାନୋନ୍ର ପର୍ବତ ଉପରେ କ୍ରନ୍ଦନ କର।
ତୁମ୍ଭେ ବାଶନର ପର୍ବତ ଉପରେ ଉଚ୍ଚ ସ୍ୱରରେ ପାଟି କର
ଓ ଅବାରୀମର ପର୍ବତରୁ ବିଳାପ କର।
କାରଣ ତୁମ୍ଭର ‘ପ୍ରେମିକମାନେ’ ବିନଷ୍ଟ ହୋଇଅଛନ୍ତି।
21 “ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ
ଓ ତୁମ୍ଭକୁ ସାବଧାନ କଲୁ।
ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ।
ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ
ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ।
22 ତୁମ୍ଭ ପ୍ରତି ଶାସ୍ତି ସ୍ୱରୂପ ବାୟୁ
ତୁମ୍ଭର ସମସ୍ତ ମେଷପାଳକଙ୍କୁ ଉଡ଼ାଇ ନେବ
ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ୱ ସ୍ଥାନକୁ ଯିବ।
ସେହି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ
ଲଜ୍ଜିତ ଓ ଆକୁଳିତ ହେବ।
23 “ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହରେ ଉଚ୍ଚ ପର୍ବତ ଉପରେ ବାସ କରି
ଲିବାନୋନ୍ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ।
ମାତ୍ର ଯେତେବେଳେ ତୁମ୍ଭେ ଶାସ୍ତି ପାଇବ,
ତୁମ୍ଭେ ପ୍ରସବ ବେଦନା ତୁଲ୍ୟ ବିଳାପ କରିବ।”
ଯିହୋୟାକୀନଙ୍କ ବିପକ୍ଷରେ ବିଗ୍ଭର
24 ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍ର ପୁତ୍ର ଯିହୋୟାକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା। 25 ହେ ଯିହୋୟାକୀନ୍, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ ଅର୍ଥାତ୍ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତରେ ଓ କଲ୍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା। 26 ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶରେ ଜନ୍ମ ହୋଇ ନ ଥିଲା ସେହିପରି ଦେଶରେ ନିକ୍ଷେପ କରିବା। ସେହିଠାରେ ତୁମ୍ଭେମାନେ ମରିବ। 27 ହେ କନିୟ, ତୁମ୍ଭେ ଯେଉଁ ଦେଶକୁ ଫେରିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫେରିପାରିବ ନାହିଁ।”
28 କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ।
ସେ ଏକ ଅପ୍ରୀତିକର ପାତ୍ର।
ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ
ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ?
29 ହେ ପୃଥିବୀ, ଯିହୁଦା ଦେଶ!
ସଦାପ୍ରଭୁଙ୍କ ବାକ୍ୟ ଶୁଣ।
30 ସଦାପ୍ରଭୁ କହନ୍ତି, “କନିୟ ବିଷୟରେ ଏହି କଥା ଲେଖ,
‘ସେ ନିଃସନ୍ତାନ ହେବ।
ସେ ନିଜ ଜୀବନକାଳ ମଧ୍ୟରେ ଭାଗ୍ୟବାନ୍ ହେବ ନାହିଁ।
କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନରେ ବସିବ ନାହିଁ,
କି ଯିହୁଦା ଉପରେ ଆପଣା ଶାସନ କର୍ତ୍ତୃତ୍ୱ କରି ଭାଗ୍ୟବାନ୍ ହେବ ନାହିଁ।’”
23 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନରେ ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”
2 ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ମେଷପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ଯତ୍ନ ନେଇ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ୟ ଦେବା।” ଏହା ସଦାପ୍ରଭୁ କହନ୍ତି। 3 “ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ। 4 ଆଉ ଆମ୍ଭେ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ପାଳକ ନିଯୁକ୍ତ କରିବା। ସେମାନେ ସେମାନଙ୍କୁ ଚରାଇବେ ଓ ଯତ୍ନ ନେବେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହେବେ ନାହିଁ। ପୁଣି ସେମାନଙ୍କ ମଧ୍ୟରୁ କେହି ହଜିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି।
The Good “Branch”
5 ସଦାପ୍ରଭୁ କହନ୍ତି,
“ଏପରି ଏକ ସମୟ ଆସୁଅଛି,
ଯେଉଁ ସମୟରେ ଦାଉଦ ବଂଶରେ ଆମ୍ଭେ ଏକ ଧାର୍ମିକ ‘ଶାଖା’ ଉତ୍ପନ୍ନ କରିବା।
ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ।
ସେ ନିଜର ଉତ୍ତମ ଜ୍ଞାନ ବଳରେ ଦେଶରେ ସୁବିଗ୍ଭର ଓ ନ୍ୟାୟ ପ୍ରତିଷ୍ଠା କରିବେ।
6 ସେହି ଉତ୍ତମ ରାଜତ୍ୱ କାଳରେ ‘ଶାଖା’ ଉତ୍ପନ୍ନ ହୋଇ ଯିହୁଦା ପରିତ୍ରାଣ ପାଇବ
ଓ ଇସ୍ରାଏଲ ନିରାପଦରେ ବାସ କରିବ।
ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,
ଏହି ନାମରେ ସେ ବିଖ୍ୟାତ ହେବେ।
7 ଏଣୁକରି ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଲୋକମାନେ କହିବେ ନାହିଁ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାରକରି ଆଣିଲେ।’ 8 ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସେମାନେ କହିବେ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ସେମାନଙ୍କୁ ବାହାର କରି ଆଣିଲେ।’ ଆଉ ସେମାନେ ଆପଣା ଦେଶରେ ବାସ କରିବେ। ଏପରି ସମୟ ଆସୁଅଛି।”
ମିଥ୍ୟା ଭବିଷ୍ୟଦ୍ବକ୍ତାଙ୍କ ବିପକ୍ଷରେ ବିଗ୍ଭର
9 ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି ବାର୍ତ୍ତା।
ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି।
ମୋର ଅସ୍ଥିସବୁ କମ୍ପୁଅଛି।
ସଦାପ୍ରଭୁ ଓ ତାଙ୍କ ପବିତ୍ର ବାକ୍ୟ ହେତୁ
ମୁଁ ମତ୍ତ ଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ତୁଲ୍ୟ ହୋଇଅଛି।
10 କାରଣ ଯିହୁଦା ପାପୀ
ଓ ବ୍ୟଭିଗ୍ଭରୀମାନଙ୍କର ପରିପୂର୍ଣ୍ଣ।
ସେମାନେ ବହୁ ଭାବରେ ଅବିଶ୍ୱସ୍ତ ହୋଇଛନ୍ତି।
ସଦାପ୍ରଭୁଙ୍କର ଅଭିଶାପ ଯୋଗୁଁ
ପ୍ରାନ୍ତରସ୍ଥ ଗ୍ଭରଣଭୂମି ଶୁଷ୍କ ହୋଇଅଛି।
ଦେଶ ଶୋକ କରୁଅଛି।
ଭବିଷ୍ୟଦ୍ବକ୍ତାଙ୍କର ବ୍ୟବହାର
ଓ ପରାକ୍ରମ ନ୍ୟାୟସଙ୍ଗତ ନୁହେଁ।
11 “ଉଭୟ ଭବିଷ୍ୟଦ୍ବକ୍ତା ଓ ଯାଜକଗଣ ସବୁ ମିଛ।”
କାରଣ ସଦାପ୍ରଭୁ କହନ୍ତି,
“ଏପରିକି ସେମାନେ ମୋ’ ମନ୍ଦିରରେ ଅପକର୍ମ କରୁଥିବାର ମୁଁ ଦେଖିଲି।
12 ତେଣୁ ସେମାନଙ୍କର ପଥ ଅନ୍ଧକାର ଓ ଖସଡ଼ା ହେବ।
ସେମାନେ ସେହି ଅନ୍ଧାର ମଧ୍ୟରେ ରହିବେ।”
କାରଣ ସଦାପ୍ରଭୁ କହନ୍ତି, “ମୁଁ ସେମାନଙ୍କ ଉପରେ ଅମଙ୍ଗଳ ଓ ପ୍ରତିଫଳ ଆଣିବି।”
13 “ଶମରିୟାର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ବିରକ୍ତିକର ବସ୍ତୁ ମୁଁ ଦେଖିଅଛି।
ସେମାନେ ବାଲ୍ଦେବ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ଇସ୍ରାଏଲ ଲୋକମାନଙ୍କୁ କୁପଥରେ ଚଳାଇଲେ।
14 ଯିରୁଶାଲମର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଆମ୍ଭେ ସେହି ଭୟଙ୍କର ବିଷୟ ଦେଖୁଅଛୁ।
ସେମାନେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି,
ମିଥ୍ୟାଚରଣ କରନ୍ତି ଓ ଦୂରାଗ୍ଭରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ,
ସେମାନଙ୍କ ମଧ୍ୟରୁ କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ।
ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ
ଓ ତାହାର ନିବାସୀଗଣ ହମୋରାର ସମାନ ଅଟନ୍ତି।”
15 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ ଏହା କହନ୍ତି, “ଆମ୍ଭେ ସେମାନଙ୍କୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା
ଓ ବିଷ ବୃକ୍ଷର ରସ ପାନ କରାଇବା।
କାରଣ ଯିରୁଶାଲମର ଭବିଷ୍ୟଦ୍ବକ୍ତାମାନଙ୍କଠାରୁ ପାଷାଣ୍ଡତା
ଦେଶ ସାରା ବ୍ୟାପିଯାଇଛି।”
16 ପୁଣି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେଉଁ ଭବିଷ୍ୟଦ୍ବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି,
ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ।
ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି।
ସେମାନେ କେବଳ ନିଜ ହୃଦୟର ଦର୍ଶନ କଥା କହନ୍ତି।
ମାତ୍ର ସେମାନେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ।
17 ସେମାନେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ୟ ନ କହି ଭିନ୍ନ କଥା କୁହନ୍ତି।
ସେମାନେ ସେମାନଙ୍କୁ କୁହନ୍ତି,
ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ।’
ପୁଣି ଯେଉଁମାନେ ଅବାଧ୍ୟ ହୋଇ
ନିଜର ହୃଦୟରେ ଆଚରଣ ଅନୁସାରେ କାର୍ଯ୍ୟ କରନ୍ତି,
ସେମାନଙ୍କୁ କୁହାଯାଏ,
‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେବ ନାହିଁ।’
18 ମାତ୍ର କୌଣସି ଭବିଷ୍ୟଦ୍ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ
ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ।
କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ।
19 ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ
ଭୟଙ୍କର ଘୂର୍ଣ୍ଣିବାତ୍ୟା ସ୍ୱରୂପ ଆସିବ
ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ।
20 ଯେପର୍ଯ୍ୟନ୍ତ ସଦାପ୍ରଭୁ
ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିଛନ୍ତି,
ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ଫେରିବ ନାହିଁ।
ତୁମ୍ଭେମାନେ ଶେଷକାଳରେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବ।
21 ଆମ୍ଭେ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇ ନ ଥିଲୁ।
ତଥାପି ସେମାନେ ଆପେ ଆପେ ଧାଇଁଲେ।
ଆମ୍ଭେ ସେମାନଙ୍କୁ କିଛି ବାକ୍ୟ ପ୍ରଦାନ କରି ନ ଥିଲୁ।
ମାତ୍ର ସେମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ।
22 ସେମାନେ ଯଦି ଆମ୍ଭ ସ୍ୱର୍ଗୀୟ ସଭାରେ ଠିଆ ହେଇଆନ୍ତେ,
ତେବେ ସେମାନେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇ ଥା’ନ୍ତେ।
ଆଉ ସେମାନେ ସେମାନଙ୍କୁ କୁପଥରୁ
ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।”
23 ସଦାପ୍ରଭୁ କହନ୍ତି,
“ଆମ୍ଭେ ପରମେଶ୍ୱର,
ଆମ୍ଭେ କି ନିକଟ କି ଦୂର ସବୁସ୍ଥାନରେ ପରମେଶ୍ୱର ଅଟୁ।
24 ସଦାପ୍ରଭୁ କହନ୍ତି, କୌଣସି ବ୍ୟକ୍ତି ଆମ୍ଭଠାରୁ ନିଜକୁ ଗୋପନୀୟ କରି ରହିପାରିବ ନାହିଁ।
କାରଣ ଆମ୍ଭେ ସ୍ୱର୍ଗ ଓ ମର୍ତ୍ତ୍ୟ
ସବୁଠାରେ ବ୍ୟାପି ରହିଅଛୁ।”
25 “ପୁଣି ଏପରି କେତେକ ଭବିଷ୍ୟଦ୍ବକ୍ତା ଅଛନ୍ତି, ଯେଉଁମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ’ କହନ୍ତି, ସେମାନଙ୍କ କଥା ଆମ୍ଭେ ଶୁଣିଅଛୁ। 26 ଯେଉଁ ଭବିଷ୍ୟଦ୍ବକ୍ତାମାନଙ୍କ ହୃଦୟ ମିଥ୍ୟା ଭାବନାରେ ପରିପୂର୍ଣ୍ଣ ଓ ଯେଉଁମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି, ସେମାନେ କେତେକାଳ ଏହା ଗ୍ଭଲୁ ରଖିବେ? 27 ସେହି ଭବିଷ୍ୟଦ୍ବକ୍ତାଗଣ ଆପଣା ଆପଣା ପ୍ରତିବାସୀଙ୍କୁ ମିଥ୍ୟା ସ୍ୱପ୍ନ କଥା କହି ମୋର ନାମକୁ ମୋ’ ଲୋକମାନଙ୍କଠାରୁ ବିସ୍ମୃତ କରାଇବାକୁ ଗ୍ଭହାନ୍ତି। ଯେପରି ସେମାନଙ୍କର ପୂର୍ବପୁରୁଷଗଣ ବାଲ୍ଦେବ ସକାଶେ ମୋର ନାମ ପାଶୋରି ପକାଇଲେ। 28 ଶସ୍ୟ ସହିତ ପାଳ ସମାନ ନୁହେଁ। ଦେହିପରି ଯେଉଁ ଭବିଷ୍ୟଦ୍ବକ୍ତାଗଣ ଆମ୍ଭର ସ୍ୱପ୍ନ ଦେଖିଛନ୍ତି, ସେମାନେ ସେ ସ୍ୱପ୍ନକଥା ପ୍ରକାଶ କରନ୍ତୁ। ଯଦି ସେମାନେ ଆମ୍ଭର ବାକ୍ୟ ପାଇଛନ୍ତି ତେବେ ସେମାନେ ବିଶ୍ୱସ୍ତ ଭାବରେ ତାହା କୁହନ୍ତୁ।” 29 ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ।”
30 ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” 31 ପୁଣି ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ, ନିଜେ ମିଥ୍ୟା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସେମାନଙ୍କର ବିପକ୍ଷ ଅଟେ।” 32 ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।”
ସଦାପ୍ରଭୁଙ୍କଠାରୁ ଶୋକବାର୍ତ୍ତା
33 “ତା’ପରେ ଯେତେବେଳେ ଯିହୁଦାର ଲୋକମାନେ, କିଅବା ଭବିଷ୍ୟଦ୍ବକ୍ତାଗଣ କିଅବା ଯାଜକଗଣ ତୁମ୍ଭକୁ ପଗ୍ଭରନ୍ତି, ‘ହେ ଯିରିମିୟ, ସଦାପ୍ରଭୁଙ୍କର ଭାରୋକ୍ତି କ’ଣ?’ ସେତେବେଳେ ତୁମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଉତ୍ତର କରିବ, ‘ତୁମ୍ଭେମାନେ ହେଉଛ ସଦାପ୍ରଭୁଙ୍କର ବୋଝ, ତେଣୁ ମୁଁ ତୁମ୍ଭମାନଙ୍କୁ ପରିତ୍ୟାଗ କରିବି।’ ଏହା ସଦାପ୍ରଭୁ କହନ୍ତି।
34 “ଯଦି କୌଣସି ଭବିଷ୍ୟଦ୍ବକ୍ତା କିଅବା ଯାଜକ କିଅବା ଲୋକମାନଙ୍କ ମଧ୍ୟରୁ ଯେକେହି କହେ, ‘ସଦାପ୍ରଭୁଙ୍କର ବାର୍ତ୍ତା ଏକ ଭାରୀ’, ମୁଁ ସେ ଲୋକକୁ ଓ ତାହାର ପରିବାରକୁ ଶାସ୍ତି ଦେବି। 35 ତୁମ୍ଭେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକି ଓ ଆପଣା ଭ୍ରାତାକୁ ପଗ୍ଭରିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ ‘ସଦାପ୍ରଭୁ କି କଥା କହିଅଛନ୍ତି?’ 36 ତୁମ୍ଭେମାନେ ପୁଣି ଉଲ୍ଲେଖ କରିବା ଉଚିତ୍ ନୁହଁ ଯେ, ‘ସଦାପ୍ରଭୁଙ୍କର ବାର୍ତ୍ତା’ ବୋଝ ବୋଲି। କାରଣ ତୁମ୍ଭେମାନେ ପ୍ରତ୍ୟେକ ନିଜକୁ ଯାହା କହୁଛ ତାହା ବୋଝ। ତୁମ୍ଭେ ଜୀବିତ ପରମେଶ୍ୱରଙ୍କ ବାକ୍ୟକୁ କଦର୍ଥ କରିଅଛ।
37 “ତୁମ୍ଭେ ଯଦି ପରମେଶ୍ୱରଙ୍କ ବାର୍ତ୍ତା ଜାଣିବାକୁ ଗ୍ଭହୁଁଛ, ତେବେ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ଏହିକଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ କିମ୍ବା‘ସଦାପ୍ରଭୁ କି କଥା କହିଛନ୍ତି?’ 38 ମାତ୍ର ‘ତୁମ୍ଭେମାନେ ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କୁହ ନାହିଁ। ତୁମ୍ଭେମାନେ ଯଦି ଏହିକଥା କୁହ, ତେବେ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କର ଭାରୋକ୍ତି ନ କହିବାକୁ କହିଥିଲୁ, ତଥାପି ତୁମ୍ଭେମାନେ ସେହି ଉଚ୍ଚ ଶବ୍ଦ ବ୍ୟବହାର କଲ?’ 39 ମାତ୍ର ତୁମ୍ଭେମାନେ ଆମ୍ଭର ବାକ୍ୟକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦେଇଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା। 40 ଆମ୍ଭେ ଏପରି ଦୁର୍ନାମ ଓ ଲଜ୍ଜା ତୁମ୍ଭମାନଙ୍କୁ ଚିରକାଳ ଭୋଗକରାଇବା, ଯାହାକୁ ତୁମ୍ଭେମାନେ କେବେ ଭୁଲିପାରିବ ନାହିଁ।”’
1 ପରମେଶ୍ୱରଙ୍କ ସେବକ, ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସରେ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ସତ୍ୟ ଜାଣିବା ପାଇଁ ସେହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ପରମେଶ୍ୱରଙ୍କୁ ଲୋକେ କିପରି ସେବା କରିବେ, ତାହା ସେହି ସତ୍ୟ ଦେଖାଇ ଥାଏ। 2 ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସେହି ବିଶ୍ୱାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହେବା ପୂର୍ବରୁ ପରମେଶ୍ୱର ସେହି ଅନନ୍ତ ଜୀବନର ପ୍ରତିଶୃତି ଦେଇଥିଲେ ଓ ପରମେଶ୍ୱର ମିଛ କହନ୍ତି ନାହିଁ। 3 ଉଚିତ୍ ସମୟରେ ପରମେଶ୍ୱର ସେହି ଜୀବନ ବିଷୟରେ ସଂସାରକୁ ଜଣାଇଲେ। ପ୍ରଗ୍ଭର ଦ୍ୱାରା ପରମେଶ୍ୱର ଜଗତକୁ କହିଲେ। ପରମେଶ୍ୱର ମୋତେ ସେହି କାମର ଦାୟିତ୍ୱ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର ଆଦେଶ ଦେଇଥିବାରୁ ମୁଁ ସେଗୁଡ଼ିକର ପ୍ରଗ୍ଭର କଲି।
4 ଏହି ପତ୍ର ତୀତସଙ୍କୁ ଲେଖାଯାଉଛି। ତୁମ୍ଭେ ସମବିଶ୍ୱାସରେ ମୋର ପ୍ରକୃତ ପୁତ୍ର ଭଳି।
ଆମ୍ଭର ପରମପିତା ପରମେଶ୍ୱର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।
କ୍ରୀତୀଠାରେ ତୀତସଙ୍କ କାର୍ଯ୍ୟ
5 ମୁଁ ତୁମ୍ଭକୁ କ୍ରୀତୀଠାରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସେଠାରେ ତୁମ୍ଭକୁ ଏଥିପାଇଁ ମଧ୍ୟ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରତ୍ୟେକ ନଗରରେ ପ୍ରାଚୀନ ହେବା ଲୋକମାନଙ୍କୁ ବାଛି ପାରିବ। 6 ଏକ ପ୍ରାଚୀନ ହେବା ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସେଗୁଡ଼ିକ ହେଲା ସେ ନିର୍ଦ୍ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ। ସେମାନେ ହିଂସ୍ର ଜୀବନଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ। 7 ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ୱରଙ୍କ କାମର ଯତ୍ନ ନେବା, ଅତଏବ ସେ ନିର୍ଦ୍ଦୋଷ ହେବା କଥା। ସେ ଗର୍ବୀ, ସ୍ୱାର୍ଥୀ ଓ ଶୀଘ୍ର କ୍ରୋଧୀ ହୋଇ ନ ଥିବେ। ସେ ଅତ୍ୟଧିକ ମଦ୍ୟ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହୋଇ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହେବା ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ। 8 ନିଜ ଘରେ ଲୋକମାନଙ୍କୁ ସ୍ୱାଗତ କରି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ରେମ କରୁଥିବେ, ଜ୍ଞାନୀ ହୋଇଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହୋଇଥିବେ ଓ ନିଜକୁ ସଂଯମ କରି ପାରୁଥିବେ। ଆମ୍ଭେ ସତ୍ୟର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପାଳନ କରୁଥିବେ। 9 ପ୍ରକୃତ ଶିକ୍ଷାକୁ ବ୍ୟବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦେଖାଇ ଦେବାକୁ ସକ୍ଷମ ହେବେ ଯେ ସେମାନେ ଭୁଲ୍ ଅଟନ୍ତି।
10 ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ମୁଁ ବିଶେଷ ଭାବରେ ସେ ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହେବା ପାଇଁ କହନ୍ତି। 11 ଜଣେ ପ୍ରାଚୀନ ସେମାନଙ୍କର ଭୁଲ୍ ବିଷୟରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସେମାନଙ୍କୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସେହି ଲୋକମାନେ କୁଶିକ୍ଷାର ଉପଦେଶ ଦେଇ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସେମାନେ କେବଳ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସେମାନେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି। 12 ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏ କି ଭବିଷ୍ୟଦ୍ବକ୍ତା, କହିଛନ୍ତି: “କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସେମାନେ ଦୁଷ୍ଟ ପଶୁ ଓ ଅଳସୁଆ। ସେମାନେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।” 13 ସେହି ଭାବବାଦୀଙ୍କ କଥା ସତ। ଅତଏବ ସେମାନଙ୍କୁ କୁହ ଯେ ସେମାନେ ଭୁଲ୍ କରୁଛନ୍ତି। ତୁମ୍ଭେ ତାହାଙ୍କ ପ୍ରତି କଠୋର ହେବା ଉଚିତ୍। ତା’ହେଲେ ସେମାନେ ବିଶ୍ୱାସରେ ଦୃଢ଼ ହେବେ। 14 ତା’ହେଲେ ସେମାନେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ୟକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ।
15 ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁକିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ୱାସୀ, ସେମାନଙ୍କ ଲାଗି କିଛି ହେଲେ ପବିତ୍ର ନୁହେଁ। ସେମାନଙ୍କର ଚିନ୍ତା ପାପରେ ଦୂଷିତ ହୋଇଯାଇଛି ଓ ଠିକ୍ କ’ଣ, ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଛି। 16 ସେ ଲୋକମାନେ କୁହନ୍ତି ଯେ ସେମାନେ ପରମେଶ୍ୱରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସେମାନେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସେମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ ଭୟଙ୍କର ଲୋକ, ଆଜ୍ଞା ବିରୋଧୀ ଓ କୌଣସି ଭଲ କାମ ପାଇଁ ଅଯୋଗ୍ୟ।
2010 by World Bible Translation Center