Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 20-21

ଯିରିମିୟ ଓ ପ‌‌‌ଶ୍‌‌‌ହୂର

20 ଯିରିମିୟ ଏହିସବୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲାବେଳେ ଇମ୍ମର ଯାଜକର ପୁତ୍ର ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପ‌‌‌ଶ୍‌‌‌ହୂର ତାହା ଶୁଣିଲା। ତେଣୁ ପ‌‌‌ଶ୍‌‌‌ହୂର ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନର ଉପର ଫାଟକରେ ଥିବା ହରିକାଠରେ ତାକୁ ବନ୍ଦ କରି ରଖିଲା। ତହିଁ ପରଦିନ ପ‌‌‌ଶ୍‌‌‌ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତା’ପରେ ଯିରିମିୟ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପ‌‌‌ଶ୍‌‌‌ହୂର ନ ରଖି ‘ମାଗୋର ମୀଷାବୀବ୍’ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା ଯେ, ତୁମ୍ଭ ପାଇଁ ଯାହା ଘଟିବ, ସେଥିରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହେବେ। ଏବଂ ସେମାନେ ସେମାନଙ୍କର ଶତ୍ରୁଗଣର ‌‌ଖ‌ଡ଼୍‌ଗରେ ନିହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତରେ ଦେବା, ତା’ପରେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଯିବା ଓ ସେମାନଙ୍କୁ ସେଠାରେ ହତ୍ୟା କରାଯିବ। ଯିରୁଶାଲମ ଅର୍ଜିତ ସକଳ ସମ୍ପତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ସେମାନଙ୍କ ଶତ୍ରୁଗଣଙ୍କ ହସ୍ତରେ ଦେବା, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସେମାନେ ସେ ସମସ୍ତ ଲୁଟିନେଇ ବାବିଲକୁ ଘେନିଯିବେ। ପୁଣି ହେ ପ‌‌‌ଶ୍‌‌‌ହୂର, ତୁମ୍ଭେ ଓ ତୁମ୍ଭ ଗୃହ ନିବାସୀ ସମସ୍ତେ ବନ୍ଦୀ ହୋଇ ବାବିଲକୁ ଯିବେ। ତୁମ୍ଭେ ସେହି ସ୍ଥାନରେ ମରିବ ଓ ସେଠାରେ କବର ପାଇବ। ତୁମ୍ଭର ଯେଉଁ ବନ୍ଧୁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲ, ସେହି ବନ୍ଧୁମାନେ ମଧ୍ୟ ସେହିଠାରେ ମରିବେ ଓ କବର ନେବେ।’”

ଯିରିମିୟଙ୍କ ପଞ୍ଚମ ଅଭିଯୋଗ

ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବାରୁ ବିପଥଗାମୀ କରାଇଲ ଓ ମୁଁ ପ୍ରତାରିତ ହେଲି।
    ତୁମ୍ଭେ ମୋ’ଠାରୁ ଶକ୍ତିଶାଳୀ, ଯେଉଁଥିପାଇଁ ମୋ’ଠାରୁ ଜୟ କରିଅଛ।
ମୁଁ ଦିନଯାକ ଉପହାସର ପାତ୍ର ହୋଇଅଛି,
    ସମସ୍ତେ ମୋତେ ପରିହାସ କରୁଛନ୍ତି।
ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ।
    ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ।
ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ
    ଲୋକେ ପ୍ରତିଥର ମୋତେ ଧି‌କ୍‌କାର ଓ ବିଦ୍ରୂପ କରିଛନ୍ତି।
ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ
    କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।”
ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ।
    ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ।
ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି
    କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି।
10 ମୁଁ ବହୁବାର ଅପବାଦ ଶୁଣିଅଛି।
    ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି।
ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି
    ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି।
ସେମାନେ ଅଭିଯୋଗ କରି କହନ୍ତି,
    “ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ
ମିଥ୍ୟା ଓ ମନ୍ଦକଥା କହିବା,
    ତୁମ୍ଭେମାନେ ମଧ୍ୟ ତାହା କହିବ।
ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା
    ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।”
11 କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି।
    ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି।
ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବ
    ଓ ମୋତେ ପରାସ୍ତ କରି ପାରିବେ ନାହିଁ।
ସେମାନେ ଘୋର ଅପମାନିତ ହେବେ
    କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି
ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ।
    ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ।

12 ତେଣୁ ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ।
    ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ।
ମୁଁ ସେମାନଙ୍କ ବିଷୟରେ ମୋର ଅଭିଯୋଗ ତୁମ୍ଭକୁ ଜଣାଇଅଛି।
    ତୁମ୍ଭେ ସେମାନଙ୍କ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମୋତେ ଦେଖାଅ।
13 ସଦାପ୍ରଭୁଙ୍କ ବିଷୟରେ ଗାନ କର,
    ତାଙ୍କର ପ୍ରଶଂସା କର।
କାରଣ ସେ ଦୁଷ୍ଟାଗ୍ଭରୀଙ୍କ ହସ୍ତରୁ
    ଦୀନହୀନର ପ୍ରାଣ ଉଦ୍ଧାର କରନ୍ତି।

ଯିରିମିୟଙ୍କ ଷଷ୍ଠ ଅଭିଯୋଗ

14 ମୋର ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁ ଦିନ ମୋର ମାତା ମୋତେ ଜନ୍ମ ଦେଲା,
    ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ।
15 ମୋର ପିତାଙ୍କୁ ଯେଉଁ ବ୍ୟକ୍ତି “ପୁତ୍ର” ହେବାର ସମ୍ବାଦ ଦେଇ ଖୁସୀ କରାଇଥିଲା,
    “ଏହା ଏକ ବାଳକ” ସେ ମଧ୍ୟ ଶାପଗ୍ରସ୍ତ ହେଉ।
16 ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ।
    ସେ ଲୋକ ସେହିସବୁ ନଗର ତୁଲ୍ୟ ହେଉ।
ଆଉ ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ
    ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ।
17 କାରଣ, ସେ ମୋତେ ମାତୃ ଗର୍ଭରେ
    ମାରି ପାରିଲା ନାହିଁ।
ତାହା କରିଥିଲେ
    ମୋର ମାତୃଗର୍ଭ ମୋର କବର ହୋଇଥା’ନ୍ତା
    ଓ ମୁଁ ଜନ୍ମ ନେଇ ନ ଥା’ନ୍ତି।
18 ମୁଁ କାହିଁକି ଜନ୍ମ ହେଲି?
    ଲଜ୍ଜା ଓ ଦୁଃଖରେ ମୋର ସମସ୍ତ ଜୀବନ
    ଅତିବାହିତ ହେଲା।

ପରମେଶ୍ୱର ସିଦିକିୟ ରାଜାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରନ୍ତି

21 ରାଜା ସିଦିକିୟ ମ‌‌ଲ୍‌‌କିୟର ପୁତ୍ର ପ‌‌‌ଶ୍‌‌‌ହୂରକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ସଦାପ୍ରଭୁଙ୍କର ବାକ୍ୟ ଦେଇ ଯିରିମିୟ ନିକଟକୁ ପଠାଇଲେ। ପ‌‌‌ଶ୍‌‌‌ହୂର ଓ ସିଫନିୟ ଯିରିମିୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷରେ ସମସ୍ତ ଆଶ୍ଚର୍ଯ୍ୟ କ୍ରିୟା କରି ପାରନ୍ତି, ଯେପରି ସେ ଅତୀତରେ କରିଥିଲେ। ଆଉ ମଧ୍ୟ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।”

ତା’ପରେ ଯିରିମିୟ, ସିଫନିୟ ଓ ପ‌‌‌ଶ୍‌‌‌ହୂରଙ୍କୁ କହିଲେ, “ତୁମ୍ଭେମାନେ ସିଦିକିୟଙ୍କୁ ଏହିକଥା କହିବ। ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସବୁ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କ‌‌ଲ୍‌‌ଦୀୟମାନଙ୍କ ସହିତ ପ୍ରାଚୀର ବାହାରେ ଯୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।

“‘ଖୁବ୍ ଶୀଘ୍ର ପ୍ରାଚୀର ବାହାରେ ଥିବା ଶତ୍ରୁଗଣଙ୍କୁ ଯିରୁଶାଲମ ମଧ୍ୟରେ ପ୍ରବେଶ କରାଇବା। ପୁଣି ଆମ୍ଭେ ନିଜେ ବିସ୍ତୃତ ହସ୍ତ ଓ ବଳବାନ୍ ବାହୁ ସାହାଯ୍ୟରେ କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା। ଆଉ ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା ଓ ସେମାନେ ମହାମାରୀରେ ମରିବେ। ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ‌‌ଖ‌ଡ଼୍‌ଗରେ ବଧ କରିବେ।’

“ଆଉ ମଧ୍ୟ ତୁମ୍ଭେ ସେ ଲୋକମାନଙ୍କୁ କହିବ, ‘ସଦାପ୍ରଭୁ ଏହିକଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖିଅଛୁ। ଏବଂ ସେହି ଲୋକମାନେ, ଯେଉଁମାନେ ଏହି ନଗର ମଧ୍ୟରେ ରହିବେ, ସେମାନେ ମରିବେ। ସେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ମାତ୍ର ସେହି ଲୋକମାନେ ଯେଉଁମାନେ ଆକ୍ରମଣ କରୁଥିବା କ‌‌ଲ୍‌‌ଦୀୟମାନଙ୍କର ପକ୍ଷ ନିଅନ୍ତି, ସେମାନେ ବଞ୍ଚିବେ ଓ ସେମାନେ ସେହିମାନଙ୍କର ଜୀବନକୁ ସତେ ଯେପରି ଖଣ୍ଡେ ଲୁଣ୍ଠିତ ବସ୍ତୁ ତୁଲ୍ୟ ରକ୍ଷା କରିବେ। 10 ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’”

11 “ଆଉ ଯିହୁଦାର ରାଜବଂଶ ବିଷୟରେ ‘ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। 12 ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି,

“‘ତୁମ୍ଭେମାନେ ପ୍ରଭାତରେ ସୁବିବେଚନା କର।
    ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର।
ତାହା ନ ହେଲେ ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ
    ଆମ୍ଭ ପ୍ରଚଣ୍ଡ କ୍ରୋଧାଗ୍ନିରେ ଭସ୍ମୀଭୂତ ହେବ
    ଓ କେହି ତାହାକୁ ନିର୍ବାଣ କରି ପାରିବେ ନାହିଁ।’

13 “ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ଯିରୁଶାଲମ,”
    ସଦାପ୍ରଭୁ କହନ୍ତି, “ଦେଖ,
    ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ।
ତୁମ୍ଭେମାନେ କହୁଅଛ
    ‘ଆମ୍ଭମାନଙ୍କ ବିପକ୍ଷରେ କେହି ଆକ୍ରମଣ କରିବେ ନାହିଁ
    କି ଆମ୍ଭର ସୁଦୃଢ଼ ନଗରୀକୁ କେହି
ପରାସ୍ତ କରି ପାରିବେ ନାହିଁ।’”

14 ମାତ୍ର ସଦାପ୍ରଭୁ କହନ୍ତି,
    “ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା।
    ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ୟରେ ଅଗ୍ନି ସଂଯୋଗ କରିବା।
ସେହି ଅଗ୍ନି ତୁମ୍ଭମାନଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଦ୍ରବ୍ୟ ଗ୍ରାସ କରିବ।”

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4

ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଗ୍ଭର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ୟ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର।

ସମୟ ଆସୁଛି, ଯେତେବେଳେ ଲୋକେ ସ‌ତ୍‌‌ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନିଜ ମନ ପସନ୍ଦ ଶିକ୍ଷା ସେମାନଙ୍କଠାରୁ ସଂଗ୍ରହ କରିବେ, ଯେଉଁମାନେ ସେମାନଙ୍କୁ ସନ୍ତୁଷ୍ଟ କଲାଭଳି କଥା କହିବେ। ଲୋକେ ସତକଥା ଶୁଣିବା ବନ୍ଦ କରିଦେବେ। ମିଛ କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କରିବାକୁ ସେମାନେ ଆରମ୍ଭ କରିବେ। କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂଯମ କର। କ୍ଳେଶ ଆସିଲେ ସେଗୁଡ଼ିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ୱରଙ୍କ ଜଣେ ସେବକ ଭାବରେ ସମସ୍ତ କର୍ତ୍ତବ୍ୟ କରୁଥାଅ।

ମୋ’ ଜୀବନ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିଦେଇଛି। ମୋ’ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ଯୁଦ୍ଧ ଲଢ଼ିଛି। ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ୱାସ ବଜାୟ ରଖିଛି। ଏବେ ବିଜୟ ମୁକୁଟ ମୋ’ ଅପେକ୍ଷାରେ ଅଛି। ପରମେଶ୍ୱରଙ୍କ ସହିତ ଧାର୍ମିକ ହୋଇଥିବାରୁ ମୁଁ ସେହି ମୁକୁଟଟି ପାଇବି। ପ୍ରଭୁ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି। ସେହି ମହାଦିନରେ [a] ସେ ମୋତେ ବିଜୟ ମୁକୁଟ ପିନ୍ଧାଇବେ। କେବଳ ମୋତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ।

ବ୍ୟକ୍ତିଗତ ସମ୍ବାଦ

ଯେତେଶୀଘ୍ର ସମ୍ଭବ ମୋ’ ସହିତ ଦେଖା କରିବାକୁ ଆସିବା ପାଇଁ ଚେଷ୍ଟା କର। 10 ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମୋତେ ଛାଡ଼ି ଗ୍ଭଲିଗଲେ। ସେ ଥେସଲନୀକୀକୁ ଯାଇଛନ୍ତି। କ୍ରେସ୍‌କେ‌ନ୍‌ସ୍ ଗାଲାତୀଆକୁ, ତୀତସ୍ ଦଲ୍ମତିଆକୁ ଯାଇଛନ୍ତି। 11 ଏବେ ମୋ’ ସହିତ କେବଳ ଲୂକ ଅଛନ୍ତି। ତୁମ୍ଭେ ଆସିଲା ବେଳେ ମାର୍କଙ୍କୁ ତୁମ୍ଭ ସହିତ ନେଇ ଆସିବ। ସେ ଏଠାରେ ମୋ’ କାମରେ ଅତ୍ୟନ୍ତ ଆବଶ୍ୟକୀୟ ହୋଇପାରିବେ। 12 ତୁଖିକଙ୍କୁ ମୁଁ ଏଫିସ ନଗରକୁ ପଠାଇଅଛି।

13 ମୁଁ ଯେତେବେଳେ ତ୍ରୋୟାରେ ଥିଲି, ମୁଁ କାର୍ପଙ୍କ ପାଖରେ ମୋର ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତେବେଳେ ଆସିବ, ତାହା ମୋ’ ପାଇଁ ନେଇ ଆସିବ। ମୋ’ ବହିଗୁଡ଼ିକୁ ମଧ୍ୟ ଆଣିବ। ଚର୍ମପତ୍ର [b] ଉପରେ ଲିଖିତ ବହିଗୁଡ଼ିକ ବିଶେଷଭାବରେ ମୋର ଦରକାର।

14 କ’ଣ ଆଲେକ୍‌ଜାଣ୍ଡାର ମୋର ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ଯ୍ୟଗୁଡ଼ିକ ଲାଗି ଦଣ୍ଡ ଦେବେ। 15 ତୁମ୍ଭେ ମଧ୍ୟ ସତର୍କ ରୁହ, ଯେପରି ସେ ତୁମ୍ଭର କ୍ଷତି ନ କରେ। ସେ ଆମ୍ଭ ଶିକ୍ଷାଗୁଡ଼ିକର ଘୋର ପ୍ରତିରୋଧ କରିଥିଲା।

16 ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତରେ ଠିଆ ହେଲାବେଳେ କୌଣସି ଲୋକ ମୋତେ ସମର୍ଥନ କରିବାକୁ ଆଗେଇ ଆସି ନ ଥିଲା। ସମସ୍ତେ ମୋତେ ଛାଡ଼ି ଗ୍ଭଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ୱର ସେମାନଙ୍କୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମୋ’ ସହିତ ଥିଲେ। 17 ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପୂର୍ଣ୍ଣ ଭାବରେ ପ୍ରଗ୍ଭର କରିବା ବେଳେ ପ୍ରଭୁ ମୋତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଗ୍ଭର ଶୁଣନ୍ତୁ ବୋଲି ପ୍ରଭୁ ଗ୍ଭହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି। 18 ଯେତେବେଳେ କୌଣସି ଲୋକ ମୋର କ୍ଷତି କରିବା ପାଇଁ ଚେଷ୍ଟା କରିବ, ପ୍ରଭୁ ମୋତେ ରକ୍ଷା କରିବେ। ସେ ମୋତେ ନିରାପଦରେ ତାହାଙ୍କର ସ୍ୱର୍ଗରାଜ୍ୟକୁ ନେଇଯିବେ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ।

ଶେଷ ଅଭିନନ୍ଦନ

19 ପ୍ରୀସ୍କା ଓ ଆକ୍ୱିଲାଙ୍କୁ ତଥା ଅନୀସିଫରଙ୍କ ପରିବାର ଲୋକମାନଙ୍କୁ ମୋର ନମସ୍କାର ଜଣାଇବ। 20 ଏରାଷ୍ଟ କରିନ୍ଥ ନଗରଠାରେ ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠାରେ ଛାଡ଼ି ଆସିଛି କାରଣ ସେ ଅସୁସ୍ଥ ଥିଲେ। 21 ଶୀତଦିନ ପୂର୍ବରୁ ମୋ’ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର।

ଇଉବୁଲ, ପୁଦେ‌ନ୍‌ସ୍, ଲିନ, କ୍ଳୌଦିୟା ଓ ଅନ୍ୟସମସ୍ତ ଭାଇଭଉଣୀ ତୁମ୍ଭକୁ ନମସ୍କାର ଜଣାଇଛନ୍ତି।

22 ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।

Oriya Bible: Easy-to-Read Version (ERV-OR)

2010 by World Bible Translation Center