Old/New Testament
କୁମ୍ଭକାର ଓ ମାଟି
18 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2 “ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ଯାଅ। ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।”
3 ତେଣୁ ମୁଁ କୁମ୍ଭକାର ଗୃହକୁ ଗଲି ଓ ଦେଖିଲି କୁମ୍ଭକାର ଚକ୍ରରେ ମାଟିର କାମ କରୁଛି। 4 ସେ ମାଟିର ପାତ୍ର ନିର୍ମାଣ କରୁଥିବା ବେଳେ ସେଥିରେ କିଛି ଦୋଷ ଦେଖିଲା। ତେଣୁ ସେ ପାତ୍ରର ମାଟିକୁ ପୁନର୍ବାର ନିଜ ଇଚ୍ଛାନୁସାରେ ସଜାଡ଼ି ନୂଆ ପାତ୍ର ନିର୍ମାଣ କଲା।
5 ତା’ପରେ ସଦାପ୍ରଭୁଙ୍କର ବାଣୀ ମୋ’ ନିକଟରେ ଉପସ୍ଥିତ ହେଲା। 6 “ହେ ଇସ୍ରାଏଲର ଗୃହ, ତୁମ୍ଭେ ଜାଣ ଆମ୍ଭେ ତୁମ୍ଭ ସହିତ ଜଣେ କୁମ୍ଭକାର ପରି କାର୍ଯ୍ୟ କଲେ। ତୁମ୍ଭେମାନେ ମୋ’ ହସ୍ତରେ କୁମ୍ଭକାରର ମୃତ୍ତିକା ସଦୃଶ ଅଟ। 7 ସମୟ ଆସିବ ଯେତେବେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା। 8 ମାତ୍ର ଯଦି ସେହି ଗୋଷ୍ଠୀ ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି ତେବେ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନରେ ସ୍ଥିର କରିଥିଲୁ, ସେଥିରୁ ଆମ୍ଭେ କ୍ଷାନ୍ତ ହେବା। 9 ପୁଣି ଏକ ସମୟ ଆସିବ ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା। 10 ପୁଣି ଯେତେବେଳେ ଦେଖିବୁ ଯେବେ ଆମ୍ଭର ଆଜ୍ଞା ପାଳନ ନ କରି ଦୁଷ୍କର୍ମ କରନ୍ତି, ତେବେ ଆମ୍ଭେ ସେମାନଙ୍କ ପାଇଁ ଯେଉଁ ମଙ୍ଗଳ କାମନା କରିଥିଲୁ ତହିଁରୁ ଆମ୍ଭେ କ୍ଷାନ୍ତ ହେବା।
11 “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମ ନିବାସୀଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେର ଓ ଆପଣା ଆପଣା ପଥ ସଂଶୋଧନ କରି ସୁକର୍ମ କର।’ 12 ମାତ୍ର ଯିହୁଦାବାସୀ କହନ୍ତି, ‘ତୁମ୍ଭ କଥା ଆମ୍ଭେ ଶୁଣିବୁ ନାହିଁ। କାରଣ ତୁମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ କର୍ମ କରିବ। ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣ ବାଧ୍ୟତାନୁସାରେ କର୍ମ କରି ଗ୍ଭଲିବୁ।’”
13 ଏଣୁ ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ଏବେ ନାନା ଦେଶୀୟ ଲୋକମାନଙ୍କୁ ପ୍ରଗ୍ଭର କର।
‘କିନ୍ତୁ ଏହା କିଏ ଶୁଣୁଅଛି?’
ଇସ୍ରାଏଲର କୁମାରୀ କନ୍ୟାଗଣ
ଅତ୍ୟନ୍ତ ମର୍ମନ୍ତୁକ କାର୍ଯ୍ୟ କରିଅଛନ୍ତି।
14 ତୁମ୍ଭେମାନେ ଜାଣ ଲିବାନୋନ କ୍ଷେତ୍ରସ୍ଥ
ଶୈଳ ଉପରିସ୍ଥ ହିମସବୁ କେବେ ତରଳି ଯିବ ନାହିଁ
ଓ ଝରଣାର ସୁଶୀତଳ ଜଳ କେବେ ଶୁଷ୍କ ହେବ ନାହିଁ।
15 ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାଶୋରି
ଅସାର ଦେବଗଣଙ୍କୁ ଧୂପ ଉତ୍ସର୍ଗ କରିଛନ୍ତି।
ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ
ସେମାନଙ୍କୁ ଗମନ କରାଇବା ନିମନ୍ତେ ପ୍ରବର୍ତ୍ତାଇଛନ୍ତି।
ସେମାନଙ୍କ ପୁରାତନ ପଥରେ ବିଘ୍ନ ଜନ୍ମାଇ ଅଛନ୍ତି।
16 ଯିହୁଦା ଏକ ଶୂନ୍ୟ ମରୁପ୍ରାନ୍ତରରେ ପରିଣତ ହେବ।
ସେମାନେ ଗମନ କଲାବେଳେ ଶୀସ୍ ଶବ୍ଦ କରିଯାଆନ୍ତି।
ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହୋଇ
ଆପଣା ମସ୍ତକ ହରାଇବ।
17 ଆମ୍ଭେ ପୂର୍ବୀୟ ପବନରେ ଚ୍ଛିନ୍ନ ହେଲା ପରେ ଶତ୍ରୁ ସମ୍ମୁଖରେ
ସେମାନଙ୍କୁ ଛିନ୍ନଭିନ୍ନ କରିବା।
ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କୁ ସାହାଯ୍ୟ ନ କରି
ସେମାନଙ୍କ ପ୍ରତି ବିମୁଖ ହେବା।”
The People Plan Evil and Jeremiah Prays
18 ଯିରିମିୟଙ୍କ ଶତ୍ରୁଗଣ କହିଲେ, “ଆସ ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ୟବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ୟଦ୍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ତେଣୁ ଆସ ଆମ୍ଭେମାନେ ତାଙ୍କୁ ପ୍ରବଞ୍ଚନା ଦ୍ୱାରା ଧ୍ୱଂସ କରିବା। ଆମ୍ଭେମାନେ ତାଙ୍କର କୌଣସି କଥା ଶୁଣିବା ନାହିଁ।”
19 ହେ ସଦାପ୍ରଭୁ, ମୋ’ ପ୍ରତି କର୍ଣ୍ଣପାତ କର
ଏବଂ ମୋ’ ସହିତ ଯୁକ୍ତି କରୁଥିବା ଲୋକମାନଙ୍କର କଥା ଶୁଣ।
20 ଲୋକେ ମଙ୍ଗଳ ପରିଶୋଧରେ କ’ଣ ଅମଙ୍ଗଳ କରିବେ?
ତୁମ୍ଭେ ସ୍ମରଣ କର, ମୁଁ କିପରି ସେମାନଙ୍କର ମଙ୍ଗଳ ନିମନ୍ତେ
ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇଥିଲି
ଓ ସେମାନଙ୍କୁ ଦଣ୍ଡ ନ ଦେବା ପାଇଁ କହିଥିଲି।
ମାତ୍ର ସେମାନେ ମୋର ବିନାଶ ନିମନ୍ତେ
ଗର୍ତ୍ତ ଖୋଳି ଅଛନ୍ତି।
21 ତେଣୁ ସେମାନଙ୍କର ସନ୍ତାନଗଣ ଦୁର୍ଭିକ୍ଷରେ କବଳିତ ହୁଅନ୍ତୁ।
ସେମାନଙ୍କର ଶତ୍ରୁ ସେମାନଙ୍କୁ ଖଡ଼୍ଗରେ ପରାସ୍ତ କରନ୍ତୁ।
ସେମାନଙ୍କର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ।
ସେମାନଙ୍କର ପୁରୁଷଗଣ ମୃତ୍ୟୁବରଣ କରନ୍ତୁ
ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ନିହତ ହୁଅନ୍ତୁ।
22 ଯେତେବେଳେ ତୁମ୍ଭେ ହଠାତ୍ ଦଳେ ଚଢ଼ଉକାରୀ ସେମାନଙ୍କ ବିରୁଦ୍ଧରେ ଆଣ,
ସେମାନଙ୍କର ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ।
କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳି ଅଛନ୍ତି
ଓ ମୋ’ ଚରଣ ପାଇଁ ଗୋପନରେ ଫାନ୍ଦ ବସାଇ ଅଛନ୍ତି।
23 ହେ ସଦାପ୍ରଭୁ, ମୋର ବିନାଶ ପାଇଁ ସେମାନଙ୍କର ଯୋଜନା ତୁମ୍ଭେ ଜାଣୁଅଛ।
ସେମାନଙ୍କର ଅଧର୍ମ କ୍ଷମା କର ନାହିଁ।
ତୁମ୍ଭ ଦୃଷ୍ଟିରେ ସେମାନଙ୍କର ପାପ ଲୋପ କର ନାହିଁ।
ତୁମ୍ଭେ ସେମାନଙ୍କୁ ବିନାଶ କର।
ଆପଣା କ୍ରୋଧ ସେମାନଙ୍କ ପ୍ରତି ବ୍ୟବହାର କର।
ଭଗ୍ନ ପାତ୍ର
19 ସଦାପ୍ରଭୁ ମୋତେ କହିଲେ, “ଯାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।” 2 ଆଉ ଲୋକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସେମାନଙ୍କୁ ନେଇ ହାର୍ଶିତ୍ ଫାଟକ ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିଯାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସେହି ସ୍ଥାନରେ ପ୍ରଗ୍ଭର କର। 3 ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୁଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ଯିଏ ଶୁଣିବ ସେ ଭୟରେ ଶିହରି ଉଠିବ। 4 କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ସେମାନେ ଏହି ସ୍ଥାନକୁ ପରଦେଶୀୟ ଦେବଗଣରେ ପରିପୂର୍ଣ୍ଣ କରିଛନ୍ତି। ସେମାନେ ପୂର୍ବରୁ ପୂଜା କରୁ ନ ଥିବା ଦେବଗଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦେବଗଣଙ୍କୁ ଜାଣି ନ ଥିଲେ ସେହିମାନଙ୍କୁ ସେମାନେ ଅନୁସରଣ କରୁଛନ୍ତି। ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି। 5 ଯିହୁଦାର ରାଜାଗଣ ବାଲ୍ଦେବ ଉଦ୍ଦେଶ୍ୟରେ ଉଚ୍ଚସ୍ଥଳୀ ନିର୍ମାଣ କରିଛନ୍ତି। ସେମାନେ ନିଜର ସନ୍ତାନଗଣଙ୍କୁ ବାଲ୍ଦେବ ଉଦ୍ଦେଶ୍ୟରେ ହୋମବଳି ରୂପେ ଉତ୍ସର୍ଗ କରିଅଛନ୍ତି। ଆମ୍ଭେ କିନ୍ତୁ ସେମାନଙ୍କୁ ଏହା କହିବାକୁ ଆଦେଶ କରି ନାହୁଁ କି କହି ନାହୁଁ ଓ ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ। 6 ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି। 7 ପୁଣି ସେହି ସ୍ଥାନରେ ଆମ୍ଭେ ଯିହୁଦାର ଓ ଯିରୁଶାଲମର ସମସ୍ତ ସାଜସଜ୍ଜା ବ୍ୟର୍ଥ କରିବା। ତା’ପରେ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କର ଖଡ଼୍ଗରେ ଧ୍ୱଂସ ହେବାକୁ ଆମ୍ଭେ ଦେବା। ଆମ୍ଭେ ସେମାନଙ୍କର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦେବା। 8 ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା। ଯେତେବେଳେ ଲୋକମାନେ ଯିରୁଶାଲମ ଦେଇ ଯିବେ, ସେମାନେ ଯାହା ଦେଖିବେ ସେଥିରେ ଆଘାତ ପାଇବେ। ଯେତେବେଳେ ସେମାନେ ଧ୍ୱସ୍ତ ନଗରୀକୁ ଦେଖିବେ, ସେମାନେ ଆତଙ୍କିତ ହେବେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ଶୀସ୍ ଶବ୍ଦ କରିବେ। 9 ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’
10 “ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସେମାନେ ଲକ୍ଷ୍ୟ କଲାବେଳେ ସେମାନଙ୍କର ସାକ୍ଷାତରେ ଏହି ପାତ୍ରକୁ ଭାଙ୍ଗିବ। 11 ସେହି ସମୟରେ ସେମାନଙ୍କୁ କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କେହି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ଯୋଡ଼ା ହୁଏ ନାହିଁ। ସେହିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସେମାନେ ସମସ୍ତେ ତୋଫତ୍ରେ କବର ନେବେ।’ 12 ସଦାପ୍ରଭୁ କହନ୍ତି ‘ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା। ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା। 13 ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି [a] ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”
14 ତା’ପରେ ଯିରିମିୟ ତୋଫତ୍ର ସେହି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣାରେ ଛିଡ଼ା ହୋଇଥିବା ସମସ୍ତଙ୍କୁ ଏହା କହିଥିଲେ। 15 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା କାରଣ ସେମାନେ ମୋର ବାକ୍ୟ ନ ମାନି ଅବାଧ୍ୟ ହୋଇଅଛନ୍ତି।’”
ଶେଷ ଦିନଗୁଡ଼ିକରେ
3 ଏହା ମନେରଖ ଯେ ଶେଷ ଦିନଗୁଡ଼ିକରେ ଅନେକ କଷ୍ଟକର ପରିସ୍ଥିତି ଆସିବ। 2 ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ। 3 ଅନ୍ୟମାନଙ୍କ ଲାଗି ପ୍ରେମଭାବ ରଖିବେ ନାହିଁ। ସେମାନେ ଲୋକମାନଙ୍କୁ କ୍ଷମା ଦେବା ପାଇଁ ମନା କରିବେ ଓ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବେ। ଆତ୍ମସଂଯମୀ ହେବେ ନାହିଁ। ସେମାନେ କ୍ରୋଧୀ ଓ ହୀନମନା ହେବେ ଓ ଉତ୍ତମ ବିଷୟ ଗୁଡ଼ିକୁ ଘୃଣା କରିବେ। 4 ଶେଷ ଦିନରେ ଲୋକେ ନିଜ ସାଙ୍ଗମାନଙ୍କ ବିରୁଦ୍ଧରେ ଯିବେ। ବିଗ୍ଭର ନ କରି ମୂର୍ଖତାପୂର୍ଣ୍ଣ କାର୍ଯ୍ୟମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହେବେ। ଲୋକେ ପରମେଶ୍ୱରଙ୍କୁ ଯେତେ ଭଲ ପାଆନ୍ତି, ତା’ଠାରୁ ଅଧିକ ଆମୋଦ ପ୍ରମୋଦକୁ ଭଲ ପାଇବେ। 5 ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ।
6 ଏମାନଙ୍କ ଭିତରୁ କେତେଜଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିବେ। ସେହି ସ୍ତ୍ରୀଲୋକମାନେ ପାପରେ ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ୱାରା ପରିଗ୍ଭଳିତ ହେଉଥିବା ଯୋଗୁଁ ଏହି ସ୍ତ୍ରୀଲୋକମାନେ ପାପରେ ପଡ଼ନ୍ତି। 7 ସେହି ସ୍ତ୍ରୀମାନେ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା ଚେଷ୍ଟା କରନ୍ତି, କିନ୍ତୁ ସେମାନେ କେବେ ହେଲେ ସତ୍ୟକୁ ପୂର୍ଣ୍ଣ ଭାବରେ ବୁଝି ପାରନ୍ତି ନାହିଁ। ଯନ୍ନୀସ୍ ଓ ଯମ୍ବ୍ରୀସ୍ କଥା ମନେପକାଅ। 8 ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି। 9 କିନ୍ତୁ ନିଜ କର୍ମରେ ସେମାନେ ସଫଳକାମ ହେବେ ନାହିଁ। ସମସ୍ତେ ଦେଖିବେ ଯେ ସେମାନଙ୍କର ମୂର୍ଖତା ପ୍ରକାଶିତ ହୋଇଛି। ଯନ୍ନୀସ୍ ଓ ଯମ୍ବ୍ରୀସ୍ ସହିତ ମଧ୍ୟ ଏହା ଘଟିଥିଲା।
ଶେଷ ଶିକ୍ଷା
10 କିନ୍ତୁ ତୁମ୍ଭେ ସମସ୍ତେ ମୋତେ ଜାଣିଛ। ଏହା ମଧ୍ୟ ଜାଣିଛ ଯେ ମୁଁ କ’ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁହେ। ମୋ’ ଜୀବନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ତୁମ୍ଭେ ଜାଣିଛ। ତୁମ୍ଭେ ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ ବିଷୟରେ ଜାଣିଛ ଓ ଏହା ମଧ୍ୟ ଜାଣିଛ ଯେ ମୁଁ କେବେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ। 11 ତୁମ୍ଭେମାନେ ମୋ’ ପ୍ରତି ନିର୍ଯ୍ୟାତନାଗୁଡ଼ିକ ଓ ମୋର ଦୁଃଖଗୁଡ଼ିକ ବିଷୟରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରାରେ ମୋ’ ପ୍ରତି ଯାହାସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସେହି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ଯ୍ୟାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସେହିସବୁ କଷ୍ଟରୁ ପରମେଶ୍ୱର ମୋତେ ରକ୍ଷା କଲେ। 12 ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସପୂର୍ବକ ଜୀବନ ଅତିବାହିତ କରିବାକୁ ଗ୍ଭହୁଁଥିବା ପ୍ରତ୍ୟେକ ଲୋକ ନିର୍ଯ୍ୟାତିତ ହେବେ। ମନ୍ଦ ଲୋକେ ଓ ଅନ୍ୟମାନଙ୍କୁ ଠକୁଥିବା ଲୋକେ ମନ୍ଦରୁ ମନ୍ଦ ହୋଇଯିବେ। 13 ସେମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହେବେ।
14 କିନ୍ତୁ ତୁମ୍ଭେ ଯେଉଁ ଉପଦେଶ ଶିଖିଛ, ସେଗୁଡ଼ିକୁ ପାଳନ କରି ଗ୍ଭଲ। ତୁମ୍ଭେ ଜାଣ ଯେ ସେହି ଶିକ୍ଷାଗୁଡ଼ିକ ସତ୍ୟ। ଯେଉଁମାନେ ସେହି ଶିକ୍ଷାଗୁଡ଼ିକ ପ୍ରଦାନ କଲେ ତାହାଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ। 15 ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ। 16 ସବୁ ଶାସ୍ତ୍ର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପଯୋଗୀ ଅଟେ। 17 ପରମେଶ୍ୱରଙ୍କ ସେବକ, ଶାସ୍ତ୍ରଗୁଡ଼ିକର ବ୍ୟବହାର ଦ୍ୱାରା ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହେବ ଓ ତା’ର ପ୍ରତ୍ୟେକ ଆବଶ୍ୟକ ବିଷୟ ପାଇବ।
2010 by World Bible Translation Center