Old/New Testament
ଯିରିମିୟ ପରମେଶ୍ୱରଙ୍କ ନିକଟରେ ଅଭିଯୋଗ କରନ୍ତି
12 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ବିପକ୍ଷରେ ଅଭିଯୋଗ ଆଣେ,
ତୁମ୍ଭେ ସର୍ବଦା ଉଚିତ୍ ଅଟ,
କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧରେ ମୁଁ ପ୍ରତିବାଦ କରିବି।
ଦୁଷ୍ଟ ଲୋକମାନେ କାହିଁକି କୃତକାର୍ଯ୍ୟ ହୁଅନ୍ତି?
ଅତି ବିଶ୍ୱାସଘାତକ କାହିଁକି ନିରାପଦରେ ରହନ୍ତି?
2 ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନଙ୍କର ମୂଳ ଦୃଢ଼ ହୋଇଅଛି।
ସେମାନେ ବଡ଼ ଫୁଲ ଫଳ ଦିଅନ୍ତି।
ସେମାନେ ଯଦିଓ ମୁହଁରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିୟ,
ମାତ୍ର ପ୍ରକୃତରେ ସେମାନେ ଅନ୍ତଃକରଣରେ ତୁମ୍ଭଠାରୁ ଦୂରରେ ଥା’ନ୍ତି।
3 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ।
ତୁମ୍ଭେ ମୋତେ ଦେଖୁଅଛ ଓ ମୋର ହୃଦୟ ପରୀକ୍ଷା କରି ମୋର ମନ କିପରି, ଜାଣୁଅଛ।
ସେହି ମନ୍ଦ ଲୋକମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ନିଅ
ଓ ହତ୍ୟା ଦିନରେ ସେମାନଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରଖ।
4 କେତେକାଳ ଦେଶ ଶୁଷ୍କ ରହିବ
ଓ ସମୁଦାୟ ଦେଶରେ ତୃଣ ଶୁଷ୍କ ରହିବ?
ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ
ପଶୁ ଓ ପକ୍ଷୀସବୁ କ୍ଷୟ ପାଇଛନ୍ତି।
କାରଣ ଲୋକମାନେ କହିଲେ,
“ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶେଷାବସ୍ଥା ଦେଖିବ ନାହିଁ।”
ଯିରିମିୟଙ୍କୁ ପରମେଶ୍ୱରଙ୍କ ଉତ୍ତର
5 “ହେ ଯିରିମିୟ ତୁମ୍ଭେ ଯଦି ପଦାତିକମାନଙ୍କ ପଛରେ ଦୌଡ଼ି କ୍ଳାନ୍ତ ହୋଇପଡ଼ିଛ,
ତେବେ ଅଶ୍ୱମାନଙ୍କ ସହିତ କିପରି ଋଣ କରି ପାରିବ?
ତୁମ୍ଭେ ଯଦି ଶାନ୍ତି ଦେଶରେ ବିବ୍ରତ ହେଉଛ,
ତେବେ ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କ’ଣ କରିବ?
6 ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ।
ସେହି ଲୋକ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି।
ସେମାନେ ତୁମ୍ଭ ପଶ୍ଚାତ୍ଧାବନ କରି ଉଚ୍ଚସ୍ୱରରେ ଡାକ ପକାଇଛନ୍ତି।
ସେମାନେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ
ସେମାନଙ୍କୁ ବିଶ୍ୱାସ କର ନାହିଁ।
ସଦାପ୍ରଭୁ ତାଙ୍କର ଲୋକ, ଯିହୁଦାକୁ ପରିତ୍ୟାଗ କରନ୍ତି
7 “ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ୟାଗ କରିଅଛୁ।
ଆମ୍ଭେ ନିଜର ଅଧିକାର ଛାଡ଼ି ଦେଇଅଛୁ।
ଆମ୍ଭେ ଆପଣା ପ୍ରାଣର ପ୍ରିୟତମା ଯିହୁଦାକୁ
ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।
8 ଆମ୍ଭ ନିଜର ଲୋକ ଅରଣ୍ୟ ସିଂହ ସଦୃଶ ଆମ୍ଭର ଅଧିକାର ପ୍ରତି ବିରୁଦ୍ଧାଚରଣ କରିଛନ୍ତି।
ସେମାନେ ଆମ୍ଭ ବିରୁଦ୍ଧରେ ହୁଙ୍କାର ଦେଇଅଛନ୍ତି।
ତେଣୁ ଆମ୍ଭେ ସେମାନଙ୍କୁ ଘୃଣାକରି ଦୂରେଇ ଦେଇଅଛୁ।
9 ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ
ମୃଗପ୍ରାଣୀ ସଦୃଶ ହୋଇଅଛନ୍ତି।
ସେମାନେ ତା’ର ବିରୁଦ୍ଧରେ ଗ୍ଭରିଆଡ଼େ ଘେରି ରହିଅଛନ୍ତି,
ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ
ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।
10 ଅନେକ ମେଷପାଳକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି।
ସେମାନେ ଆମ୍ଭର ଭୂମିକୁ ପଦଦଳିତ କରିଅଛନ୍ତି।
ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସକରି ପ୍ରାନ୍ତରରେ ପରିଣତ କରିଅଛନ୍ତି।
11 ସେମାନେ ତାହାକୁ ଧ୍ୱଂସିତ, ଶୁଷ୍କ
ଓ ମୃତ ଭୂମିରେ ପରିଣତ କରିଅଛନ୍ତି।
ତାହା ଏକ ଜନଶୂନ୍ୟ ପ୍ରାନ୍ତର ହୋଇଅଛି।
କେହି ଜଣେ ହେଲେ ତା’ର ଯତ୍ନ ନେବାକୁ ରହି ନାହାନ୍ତି।
12 ଧ୍ୱଂସକାରୀଗଣ ପ୍ରାନ୍ତରସ୍ଥ
ବୃକ୍ଷଶୂନ୍ୟ ଗିରି ସକଳର ଉପରକୁ ଆସିଅଛନ୍ତି।
କାରଣ ସଦାପ୍ରଭୁଙ୍କ ଖଡ଼୍ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି।
କୌଣସି ପ୍ରାଣୀ ନିରାପଦ ନୁହେଁ।
13 ସେମାନେ ଗହମ ବୁଣି
କଣ୍ଟା ଅମଳ କରିଛନ୍ତି।
ସେମାନେ ବହୁ ପରିଶ୍ରମ କରି ମଧ୍ୟ
କିଛି ଫଳ ପାଇ ନାହାନ୍ତି।
ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଯୋଗୁଁ
ସେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବେ।”
ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ସଦାପ୍ରଭୁଙ୍କ ପ୍ରତିଜ୍ଞା
14 ସଦାପ୍ରଭୁ ଏହା କହନ୍ତି, “ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ରରେ ଇସ୍ରାଏଲୀୟମାନଙ୍କୁ ଦେଇଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସେମାନଙ୍କୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସେମାନଙ୍କ ମଧ୍ୟରୁ ଯିହୁଦାର ଘରକୁ ହଟେଇ ଦେବା। 15 ପୁଣି ସେମାନଙ୍କୁ ଉତ୍ପାଟନ କଲାପରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା। ପୁଣି ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଜମିକୁ ଫେରାଇ ଆଣିବା। 16 ଆମ୍ଭେ ଗ୍ଭହୁଁ ସେହି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତରେ ସେମାନେ ଯେପରି ବାଲ୍ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେହିପରି ‘ସଦାପ୍ରଭୁ ଜୀବିତ’ ବୋଲି ଆମ୍ଭ ନାମରେ ଶପଥ କରିବା ପାଇଁ ଯେବେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତେବେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ। 17 ମାତ୍ର ଯେବେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦେବା।” ଏହା ସଦାପ୍ରଭୁ କହନ୍ତି।
ପଟୁକାର ସଙ୍କେତ
13 ସଦାପ୍ରଭୁ ମୋତେ ଏହା କହିଲେ: “ତୁମ୍ଭେ ଏକ ମୋଟା ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣା କଟି ଦେଶରେ ବାନ୍ଧ ଓ ତାକୁ ଓଦା କର ନାହିଁ।”
2 ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶରେ ବାନ୍ଧିଲି। 3 ଅନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 4 “ହେ ଯିରିମିୟ, ତୁମ୍ଭେ କଟି ଦେଶରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନେଇ ଫରାତ୍ ନଦୀ ନିକଟକୁ ଯାଇ ସେଠାସ୍ଥିତ ଏକ ପଥର ତଳେ ଲୁଗ୍ଭଇ ରଖ।”
5 ତେଣୁ ସଦାପ୍ରଭୁଙ୍କ କହିବାନୁସାରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଗ୍ଭଇ ରଖିଲି। 6 ପୁଣି ଅନେକ ଦିନପରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଫରାତ୍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଗ୍ଭଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସେଠାରୁ ନିଅ।”
7 ତେଣୁ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଥର ତଳ ଖୋଳି ଲୁଗ୍ଭଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ! ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ତାହା ପିନ୍ଧିବା ଯୋଗ୍ୟ ନ ଥିଲା।
8 ତା’ପରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 9 ସଦାପ୍ରଭୁ କହିଲେ, “ଯେପରି ପଟୁକା ଧ୍ୱଂସ ପାଇଲା ସେହିପରି ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା। 10 ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣରେ ଅବାଧ୍ୟ ହୋଇ ଗ୍ଭଲନ୍ତି ଆଉ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗମନ କରନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।” 11 କାରଣ ସଦାପ୍ରଭୁ କହନ୍ତି, “ମନୁଷ୍ୟର କଟି ଦେଶରେ ପଟୁକା ଯେପରି ସଂଲଗ୍ନ ଥାଏ, ସେହିପରି ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା ବଂଶକୁ ଆମ୍ଭର ଲୋକ ହୋଇ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ। ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।”
ଯିହୁଦାକୁ ସତର୍କବାଣୀ
12 “ସଦାପ୍ରଭୁ, ‘ଇସ୍ରାଏଲର ପରମେଶ୍ୱର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରତ୍ୟେକ କଳସ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ,’ ତା’ପରେ ସେମାନେ ତୁମ୍ଭକୁ କହିବେ, ‘ଆମ୍ଭେ କ’ଣ ଜାଣୁ ନାହୁଁ ଯେ, ପ୍ରତ୍ୟେକ କଳସ ଯେ ଦ୍ରାକ୍ଷାରସରେ ପୂର୍ଣ୍ଣ ହେବ?’ 13 ତା’ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହା କହନ୍ତି, ଦେଖ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ୟଦ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଏବଂ ଯିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା। 14 ପୁଣି ଆମ୍ଭେ ସେମାନଙ୍କର ଜଣକୁ ଅନ୍ୟ ଜଣ ଉପରେ କଗ୍ଭଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପରେ ଏକ ସଙ୍ଗେ କଗ୍ଭଡ଼ିବା।”’ଏହା ସଦାପ୍ରଭୁ କହନ୍ତି, “‘ଆମ୍ଭେ ସେମାନଙ୍କ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦେଖାଇ ସେମାନଙ୍କୁ ବିନଷ୍ଟ କରିବା।”’
15 ତୁମ୍ଭେମାନେ ସବୁ ଶୁଣ ଓ କର୍ଣ୍ଣପାତ କର,
ଅହଙ୍କାର କର ନାହିଁ।
କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ସମ୍ମାନ ଦିଅ
ଓ ତାଙ୍କର ଗୌରବ ଗାନ କର।
ସେ ଅନ୍ଧକାର ଆଣିବା ପୂର୍ବରୁ,
ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ,
ସେ ମୃତ୍ୟୁଚ୍ଛାୟା ଓ ଘୋର ଅନ୍ଧକାର ଆଣିବା ପୂର୍ବରୁ,
ଆଲୁଅର ଅପେକ୍ଷାରେ ତୁମ୍ଭେମାନେ ତାଙ୍କର ପ୍ରଶଂସା କର।
17 କିନ୍ତୁ ଯଦି ତୁମ୍ଭେମାନେ ଏ କଥା ନ ଶୁଣ,
ତୁମ୍ଭେମାନେ ଅହଙ୍କାରୀ ବୋଲି
ମୁଁ ଚୁପ୍ଗ୍ଭପ୍ କାନ୍ଦିବି।
ମୁଁ ମଧ୍ୟ ଜୋର୍ରେ କାନ୍ଦିବି
ଏବଂ ମୋର ଚକ୍ଷୁ ଅଶ୍ରୁରେ ପୂର୍ଣ୍ଣ ହେବ।
କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହୋଇଛନ୍ତି।
18 ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ,
“ତୁମ୍ଭେମାନେ ନିଜକୁ ନମ୍ର କର,
କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହୋଇଅଛି।”
19 ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛି
ଓ ତାହାକୁ ଫିଟାଇବାକୁ କେହି ନାହିଁ।
ସମଗ୍ର ଯିହୁଦା ନିର୍ବାସିତ ହୋଇଛନ୍ତି।
ସେମାନେ ସମସ୍ତେ ବନ୍ଦୀରୂପେ ଉପନୀତ ହୋଇଛନ୍ତି।
20 ହେ ଯିରୁଶାଲମ, ତୁମ୍ଭେମାନେ
ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମେଲି ଦେଖ,
ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହୋଇଥିଲା,
ତୁମ୍ଭର ସେ ପଲ କାହିଁ?
21 ତୁମ୍ଭେମାନେ କ’ଣ କହିବ ଯେତେବେଳେ ସଦାପ୍ରଭୁ ସେହି ଲୋକମାନଙ୍କୁ
ତୁମ୍ଭମାନଙ୍କ ଉପରେ ନିଯୁକ୍ତି କରିବେ
ଯେଉଁମାନଙ୍କୁ ତୁମ୍ଭର ମିତ୍ର ହେବା ପାଇଁ ଶିକ୍ଷା ଦିଆଯାଇଥିଲା।
ପ୍ରସବ କାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ
ତୁମ୍ଭେମାନେ ଅନୁଭବ କରିବ, ନୁହେଁ କି?
22 ଯଦି ତୁମ୍ଭେ ନିଜକୁ ପଗ୍ଭରିବ,
“ଏହି ଦଶା ମୋ’ ପ୍ରତି କାହିଁକି ଘଟିଲା,”
ତେବେ ଉତ୍ତରରେ କୁହାଯିବ
ତୁମ୍ଭର ପାପ ଅଧିକ ହେବା ଯୋଗୁଁ ଏହା ହେଲା।
ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି
ଓ ତୁମ୍ଭର ପାଦକୁ କଷ୍ଟ ଦିଆଯାଇଅଛି।
23 ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ
ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ?
ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ,
ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ।
24 “ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାୟୁରେ ଧୂଷ ଉଡ଼ିଲାପରି
ତୁମ୍ଭମାନଙ୍କ ଘରୁ ତଡ଼ିଦେଇ
ଏଣେ ତେଣେ ଛିନ୍ନଭିନ୍ନ କରିଦେବୁ।”
25 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ।
କାରଣ ତୁମ୍ଭେମାନେ ମୋତେ ପାଶୋରିଲ
ଓ ମିଥ୍ୟା ଦେବଗଣରେ ବିଶ୍ୱାସ କଲ।
26 ଏ ନିମନ୍ତେ ଏହା ଆମ୍ଭେ ଯିଏ କି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟେକିଥିଲୁ,
ଯାହାଫଳରେ ସମସ୍ତେ ତୁମ୍ଭମାନଙ୍କର
ନଗ୍ନତା ଦେଖି ପାରି ନ ଥିଲେ।
27 ଆମ୍ଭେ ପର୍ବତଗୁଡ଼ିକ ଉପରେ
ତୁମ୍ଭର ଘୃଣ୍ୟକର୍ମ, ବ୍ୟଭିଗ୍ଭର, ହିଁ ହିଁ ହେବାର ଶବ୍ଦ
ଓ ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ।
ଯିରୁଶାଲମ, ଦୁଃଖ ପାଉ।
ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ।
କେତେକାଳ ଏହି ପାପକର୍ମ କରିଗ୍ଭଲିବ?”
ଅନାବୃଷ୍ଟି ଓ ମିଥ୍ୟା ଭବିଷ୍ୟଦ୍ବକ୍ତାଗଣ
14 ଅନାବୃଷ୍ଟି ବିଷୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
2 “ଯିହୁଦା ଶୋକ କରୁଅଛି
ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି।
ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି
ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
3 ସେମାନଙ୍କର କୁଳୀନମାନେ
ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି।
ସେମାନେ ଜଳାଶୟ ନିକଟକୁ ଯାଇ ଜଳ ପାଆନ୍ତି ନାହିଁ
ଓ ଶୂନ୍ୟପାତ୍ର ଘେନି ଫେରି ଆସନ୍ତି।
ସେମାନେ ଲଜ୍ଜିତ ଓ ଘବରା ହୋଇ
ଆପଣା ଆପଣା ମସ୍ତକ ଢାଙ୍କନ୍ତି।
4 ଦେଶରେ ଅନାବୃଷ୍ଟି ହେତୁ ଭୂମି ଫାଟି ଯିବାରୁ
କୃଷକମାନେ ବିବ୍ରତ ଓ ଲଜ୍ଜିତ ହୋଇ
ଆପଣା ଆପଣା ମସ୍ତକ ଢାଙ୍କିଛନ୍ତି।
5 ଏପରିକି ହରିଣୀ ନବଜାତ ଶାବକକୁ
ତୃଣ ଅଭାବରୁ ଛାଡ଼ି ଗ୍ଭଲିଯାଏ।
6 ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ
ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି।
ତୃଣ ନ ଥିବାରୁ
ସେମାନଙ୍କ ଚକ୍ଷୁ କ୍ଷୀଣ ହୁଏ।”
7 “ହେ ସଦାପ୍ରଭୁ, ଆମ୍ଭେମାନେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ
ଆମ୍ଭେମାନେ ଦୁଃଖଭୋଗ କରୁଅଛୁ।
ତଥାପି ତୁମ୍ଭେ ଆପଣା ନାମ ସକାଶେ କାର୍ଯ୍ୟ କର ଓ ଆମ୍ଭମାନଙ୍କୁ ସାହାଯ୍ୟ କର।
କାରଣ ଆମ୍ଭେମାନେ ବହୁବାର ତୁମ୍ଭକୁ ପରିତ୍ୟାଗ କରିଅଛୁ
ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
8 ହେ ପରମେଶ୍ୱର, ତୁମ୍ଭେ ଇସ୍ରାଏଲର ଆଶା
ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା!
ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ
ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ୟ ହେଉଅଛ।
9 ତୁମ୍ଭେ ଜଣେ ଦ୍ୱନ୍ଦରେ ପଡ଼ିଥିବା ମନୁଷ୍ୟ ତୁଲ୍ୟ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ।
କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ।
ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ।
ତେଣୁ ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।”
10 ସଦାପ୍ରଭୁ ଯିହୁଦା ବିଷୟରେ ଏହିକଥା କହନ୍ତି, “ସେମାନେ ପ୍ରକୃତରେ ଆମ୍ଭକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ସେଥିରୁ ନିବୃତ୍ତ କରି ନାହାନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କୁ ଗ୍ରହଣ କରିବେ ନାହିଁ। ସେ ସେମାନଙ୍କର ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କୁ ସମସ୍ତ ପାପର ପ୍ରତିଫଳ ଦେବେ।”
11 ଆହୁରି ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ। 12 ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା ନାହିଁ। ସେମାନେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।”
13 ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କୁ ଭିନ୍ନ କଥା କହୁଛନ୍ତି। ସେମାନେ କହନ୍ତି, ‘ତୁମ୍ଭେମାନେ ଖଡ଼୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନରେ ଦୃଢ଼ ଶାନ୍ତି ଦେବେ।’”
14 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ସେହି ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ବିଷୟରେ ମିଥ୍ୟା ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରନ୍ତି। ଆମ୍ଭେ ସେମାନଙ୍କୁ ପ୍ରଗ୍ଭର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସେମାନଙ୍କୁ କହିବାକୁ ଆଜ୍ଞା ଦେଇ ନାହୁଁ। ସେମାନେ ମିଥ୍ୟା ଭବିଷ୍ୟଦ୍ବାଣୀ ଓ ମୂଲ୍ୟହୀନ ଦୈବିତ୍ୱ ପ୍ରଗ୍ଭର କରୁଛନ୍ତି। ସେମାନେ ସେମାନଙ୍କର ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଛନ୍ତି। 15 ଏଣୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏ ଦେଶରେ ଖଡ଼୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେହିମାନଙ୍କ ବିଷୟରେ ସଦାପ୍ରଭୁ କହନ୍ତି, ‘ସେହି ଭବିଷ୍ୟଦ୍ବକ୍ତାମାନେ ଖଡ଼୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ। 16 ପୁଣି ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। ସେମାନେ ଦୁର୍ଭିକ୍ଷ ଓ ଖଡ଼୍ଗ ହେତୁରୁ ଯିରୁଶାଲମର ସଡ଼କରେ ପକାଯିବେ। ଆଉ ସେମାନଙ୍କୁ ସେମାନଙ୍କର ସ୍ତ୍ରୀ ଏବଂ ସେମାନଙ୍କର ପୁତ୍ରକନ୍ୟାମାନଙ୍କୁ କବର ଦେବାକୁ କେହି ନ ଥିବେ। କାରଣ ଆମ୍ଭେ ସେମାନଙ୍କର ଦୁଷ୍ଟତା ସେମାନଙ୍କର ଉପରେ ଢାଳିଦେବା।’
17 “ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ,
‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ,
ତାହା କେବେ ନିବୃତ୍ତ ହେବ ନାହିଁ
କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ।
ଯେହେତୁ ତାହା ମହାଭଙ୍ଗରେ
ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।
18 ଆମ୍ଭେ ଯେବେ ବାହାର ହୋଇ କ୍ଷେତ୍ରକୁ ଯାଉ,
ତେବେ ସେଠାରେ ଖଡ଼୍ଗାହତ ଲୋକଙ୍କୁ ଦେଖୁ।
ପୁଣି ଯେବେ ନଗରରେ ପ୍ରବେଶ କରୁ ତେବେ
ସେଠାରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ।
କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶରେ ଭ୍ରମଣ କରନ୍ତି,
ସେମାନେ କିଛି ଜାଣନ୍ତି ନାହିଁ।’”
19 ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?
ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ?
ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ।
ତୁମ୍ଭେ କାହିଁକି ଏପରି କଲ?
ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ,
ମାତ୍ର କିଛି ମଙ୍ଗଳ ହେଲା ନାହିଁ।
ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ।
ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।
20 ହେ ପରମେଶ୍ୱର, ଆମ୍ଭେମାନେ ଆମ୍ଭମାନଙ୍କର ଦୁଷ୍ଟତା
ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ।
ହଁ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
21 ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ୟାଖାନ କର ନାହିଁ।
ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ।
ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ।
ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିୟମ ସ୍ମରଣ କର।
ତୁମ୍ଭ କୃତ ସେହି ନିୟମ ଭଙ୍ଗ କର ନାହିଁ।
22 ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ।
ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି?
ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା।
ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ।
କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।”
1 ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ମୁଁ ପ୍ରେରିତ ହୋଇଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନର ପ୍ରତିଜ୍ଞା ବିଷୟରେ ଲୋକମାନଙ୍କୁ କହିବା ପାଇଁ ପରମେଶ୍ୱର ମୋତେ ପଠାଇଲେ।
2 ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମୋ’ ପାଇଁ ମୋ’ ପ୍ରିୟ ପୁତ୍ର ଭଳି।
ପରମପିତା ପରମେଶ୍ୱରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।
ଧନ୍ୟବାଦ ଓ ଆଶ୍ୱାସନା
3 ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି। 4 ତୁମ୍ଭେ ମୋ’ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ୱାସ ମୁଁ ମନେପକାଏ। 5 ପ୍ରଥମରେ ସେହି ବିଶ୍ୱାସ ତୁମ୍ଭର ମାତାମହୀ ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଥିଲା। 6 ମୁଁ ଜାଣେ ଯେ ତୁମ୍ଭଠାରେ ସେହି ସମାନ ବିଶ୍ୱାସ ଅଛି। ସେଥିପାଇଁ ମୁଁ କୁହେ ଯେ ପରମେଶ୍ୱର ତୁମ୍ଭକୁ ଦେଇଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତେବେଳେ ମୁଁ ମୋର ହାତଦ୍ୱୟ ତୁମ୍ଭ ଉପରେ ରଖିଲି, ସେତେବେଳେ ପରମେଶ୍ୱର ସେହି ଅନୁଗ୍ରହଦାନ ତୁମ୍ଭକୁ ଦେଇଥିଲେ। ମୁଁ ଗ୍ଭହେଁ ଯେ ତୁମ୍ଭେ ସେହି ଅନୁଗ୍ରହ ଦାନକୁ ବ୍ୟବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନିଶିଖା ଏକ ଜ୍ୱାଳାରେ ପରିବର୍ତ୍ତିତ ହୁଏ। 7 ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।
8 ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହୋଇ ରହିଛି ମୋ’ ପାଇଁ ମଧ୍ୟ ଲଜ୍ଜା ବୋଧ କର ନାହିଁ। କିନ୍ତୁ ମୋ’ ସହିତ ସୁସମାଗ୍ଭର ପାଇଁ କଷ୍ଟ ସହ୍ୟ କର। ତାହା କରିବା ପାଇଁ ପରମେଶ୍ୱର ଆମ୍ଭକୁ ଶକ୍ତି ଦିଅନ୍ତି।
9 ପରମେଶ୍ୱର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳରେ ତାହା ହୋଇ ନାହିଁ। ବରଂ ପରମେଶ୍ୱର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସେହି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଆମ୍ଭକୁ ଅନାଦି କାଳରୁ ମିଳିଛି। 10 ସେହି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଆମ୍ଭକୁ ଦେଖାଯାଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠାରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ୟୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦେଖାଇଲେ। ସୁସମାଗ୍ଭର ମାଧ୍ୟମରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦେଖାଇଲେ।
11 ସେହି ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହେଲି। ମୁଁ ସୁସମାଗ୍ଭର ପାଇଁ ପ୍ରଗ୍ଭରକ, ପ୍ରେରିତ ଓ ଶିକ୍ଷକ ଭାବେ ମନୋନୀତ ହେଲି। 12 ସେହି ସୁସମାଗ୍ଭର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ୱାସ କରିଛି, ତାହାଙ୍କୁ ମୁଁ ଜାଣେ। ମୋର ପୂର୍ଣ୍ଣ ଆଶା ଅଛି ଯେ, ସେ ସେହି ବିଷୟ ଗୁଡ଼ିକ ସେହି ଦିନ [a] ପର୍ଯ୍ୟନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାୟିତ୍ୱ ସେ ମୋ’ ଉପରେ ନ୍ୟସ୍ତ କରିଥିଲେ।
13 ମୋ’ଠାରୁ ଶୁଣିଥିବା ସତ୍ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍। 14 ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି।
15 ତୁମ୍ଭେ ଜାଣ ଯେ ଏସିଆ [b] ପ୍ରଦେଶର ପ୍ରତ୍ୟେକ ଲୋକ ମୋତେ ପରିତ୍ୟାଗ କରିଛନ୍ତି। ଏପରିକି ଫୁଗେଲ ଓ ହର୍ମଗେନା ମଧ୍ୟ ମୋତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦେଖାନ୍ତୁ। ଅନୀସିଫର ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। 16 ମୁଁ ଜେଲ୍ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି। 17 ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ। 18 ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି।
2010 by World Bible Translation Center