Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 65-66

ସମସ୍ତ ଲୋକ ପରମେଶ୍ୱରଙ୍କ ବିଷୟରେ ଶିକ୍ଷା କରିବେ

65 ସଦାପ୍ରଭୁ କହିଲେ, “ଯେଉଁମାନେ ଆମ୍ଭ ବିଷୟରେ ପଗ୍ଭରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଲୁ, ଯେଉଁମାନେ ଆମ୍ଭକୁ ଖୋଜିଲେ ନାହିଁ, ଆମ୍ଭେ ସେମାନଙ୍କୁ ପ୍ରାପ୍ତ ହେଲୁ। ପୁଣି ଯେଉଁ ଦେଶୀୟମାନେ ଆମ୍ଭର ନାମ ଉଚ୍ଚାରଣ କରି ନ ଥିଲେ, ଆମ୍ଭେ ସେମାନଙ୍କୁ ‘ଆମ୍ଭକୁ ଦେଖ, ଆମ୍ଭକୁ ଦେଖ’ ବୋଲି କହିଲୁ।

“ଯେଉଁମାନେ ନିଜ ନିଜ ଚିନ୍ତାନୁସାରେ କୁପଥରେ ଗମନ କରନ୍ତି, ସେହି ବିଦ୍ରୋହାଗ୍ଭରୀ ଲୋକମାନଙ୍କ ପ୍ରତି ଆମ୍ଭେ ଦିନସାରା ଆମ୍ଭ ହସ୍ତ ବିସ୍ତାର କରିଥାଉ। ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଆମ୍ଭ ସମ୍ମୁଖରେ ଗୁଡ଼ିଏ ଇଟା ଉପରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି। ସେମାନେ କବରସ୍ଥାନ ମଧ୍ୟରେ ବସନ୍ତି ଓ ଗୁମ୍ଫା ମଧ୍ୟରେ ରାତ୍ରି ଯାପନ କରନ୍ତି। ସେମାନେ ଶୂକର ମାଂସ ଭକ୍ଷ୍ୟଣ କରନ୍ତି ଓ ସେମାନଙ୍କ ପାତ୍ରରେ ଦୂଷିତ ମାଂସ ଝୋଳ ଥାଏ। “ମାତ୍ର ସେହି ଲୋକମାନେ କୁହନ୍ତି, ‘ସେସ୍ଥାନରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭେମାନେ ତୁମ୍ଭ ଅପେକ୍ଷା ପବିତ୍ର।’ କିନ୍ତୁ ସେହି ଲୋକମାନେ ଆମ୍ଭ ନାସିକାର ଧୂମସ୍ୱରୂପ ଓ ଦିନସାରା ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।”

ଇସ୍ରାଏଲ ନିଶ୍ଚୟ ଦଣ୍ଡିତ ହେବ

“ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା।” ସଦାପ୍ରଭୁ କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାପ ପାଇଁ ଓ ତୁମ୍ଭମାନଙ୍କ ପିତୃପୁରୁଷଙ୍କ ପାପ ପାଇଁ ଉଭୟଙ୍କୁ ପ୍ରତିଫଳ ଦେବା।” କାରଣ “ସେମାନେ ପର୍ବତଗୁଡ଼ିକ ଉପରେ ଧୂପ ଜଳାଇଛନ୍ତି ଓ ଉପପର୍ବତଗୁଡ଼ିକ ଉପରେ ଆମ୍ଭର ନିନ୍ଦା କରିଛନ୍ତି। ଏଣୁ ସେମାନଙ୍କ କାର୍ଯ୍ୟର ମାନ କଳନା କରି ପ୍ରତିଫଳ ସେମାନଙ୍କ କୋଳରେ ଦେବା।”

ସଦାପ୍ରଭୁ ଏହିକଥା କୁହନ୍ତି, “ଯେତେବେଳେ ଦ୍ରାକ୍ଷାଫଳରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥିରେ ଆଶୀର୍ବାଦ ଅଛି, ସେହିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ। ପୁଣି ଆମ୍ଭେ ଯାକୁବଠାରୁ ଗୋଟିଏ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତମାନଙ୍କର ଏକ ଅଧିକାରୀ ଉତ୍ପନ୍ନ କରିବା। ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି ସ୍ଥାପନ କରିବେ। 10 ଆଉ ଯେଉଁମାନେ ଆମ୍ଭକୁ ଅନ୍ୱେଷଣ କରନ୍ତି ସେମାନଙ୍କ ପାଇଁ ଶାରୋଣ ଏକ ମେଷମାନଙ୍କର ଗ୍ଭରଣଭୂମି ଓ ଆଖୋର ଉପତ୍ୟକା ଗୋପଲର ଶୟନସ୍ଥଳ ହେବ।

11 “ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦେବତା ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀ ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ। 12 ତୁମ୍ଭମାନଙ୍କୁ ଆମ୍ଭେ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟସ୍ଥାନରେ ନଇଁ ପଡ଼ିବ। କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ସେହି କାର୍ଯ୍ୟ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସେହି କାର୍ଯ୍ୟକୁ ମନୋନୀତ କଲ।”

13 ସେହି ସକାଶେ ମୋର ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି,
“ଆମ୍ଭର ଦାସମାନେ ଭୋଜନ କରିବେ,
    ମାତ୍ର ତୁମ୍ଭେ ମନ୍ଦାଗ୍ଭରୀମାନେ କ୍ଷୁଧାର୍ତ୍ତ ରହିବ।
ଆମ୍ଭର ଦାସମାନେ ପାନ କରିବେ,
    ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ରହିବ।
ଆମ୍ଭର ଦାସମାନେ ଆନନ୍ଦ କଲାବେଳେ
    ତୁମ୍ଭେମାନେ ଲଜ୍ଜିତ ହେବ।
14 ଆମ୍ଭର ଦାସମାନେ ଆନନ୍ଦରେ ଗାନ କରିବେ
    କାରଣ ସେମାନଙ୍କ ହୃଦୟ ସୁଖରେ ପରିପୂର୍ଣ୍ଣ।
ମାତ୍ର ତୁମ୍ଭେ ମନ୍ଦାଗ୍ଭରୀଗଣ ହୃଦୟର ଦୁଃଖ ନିମିତ୍ତ ବିଳାପ କରିବ।
    ଆଉ ମଧ୍ୟ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ।
15 ପୁନଶ୍ଚ ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖିଯିବ।”
    ତେଣୁ ମୋର ପ୍ରଭୁ ସଦାପ୍ରଭୁ ତୁମ୍ଭକୁ ବଧ କରିବେ।
    ସେ ନିଜର ଦାସମାନଙ୍କୁ ଅନ୍ୟ ନାମରେ ନାମିତ କରିବେ।
16 “ଯେଉଁ ଲୋକ ପୃଥିବୀରେ ଆଶୀର୍ବାଦର ପାତ୍ର ହୁଏ,
    ସେ ପରମେଶ୍ୱରଙ୍କ ଦ୍ୱାରା ଆଶୀର୍ବାଦିତ ହେବ
ଓ ଯେଉଁ ଲୋକ ପୃଥିବୀରେ ଶପଥ କରିବ
    ସେ ପରମେଶ୍ୱରଙ୍କ ନାମରେ ଶପଥ କରିବ।
କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହୋଇଅଛି
    ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।”

ନୂତନ ସମୟ ଆସୁଅଛି

17 “କାରଣ ଦେଖ, ଆମ୍ଭେ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ।
ତେଣୁ ପୂର୍ବକାଳର ବିଷୟସବୁ ବିସ୍ମୃତ ହେବ
    ଓ ସେଗୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।
18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ,
    ତୁମ୍ଭେମାନେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର।
କାରଣ ଆମ୍ଭେ ଯିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ
    ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।

19 “ପୁଣି ଆମ୍ଭେ ଯିରୁଶାଲମରେ ଆନନ୍ଦ କରିବା
    ଓ ଆମ୍ଭ ଲୋକମାନଙ୍କଠାରେ ଉଲ୍ଲାସ କରିବା।
ସେଠାରେ ଆଉ ବିଳାପର ଧ୍ୱନି
    ଓ କ୍ରନ୍ଦନର ସ୍ୱର ଶୁଣାଯିବ ନାହିଁ।
20 କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ।
    ସେଠାରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚିତ
ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମରେ,
    ସେ ଅଭିଶପ୍ତ ବୋଲି ବିଗ୍ଭର କରାଯିବ।

21 “ସେହି ସ୍ଥାନରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ
    ଓ ସେମାନେ ଦ୍ରାକ୍ଷାକ୍ଷେତ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।
22 ସେମାନେ ନିର୍ମାଣ କରିଥିବା ଗୃହରେ
    ଅନ୍ୟ ଲୋକ ବାସ କରି ପାରିବେ ନାହିଁ
ଓ ସେମାନଙ୍କରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ।
    କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ
ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ଯ୍ୟନ୍ତ
    ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।
23 ସେମାନେ ଅନିୟମିତ ପରିଶ୍ରମ କରିବେ ନାହିଁ।
    ସେମାନେ ବିନାଶ ପାଇଁ ଦୈବ ନିଯୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ।
ସେମାନେ ଓ ସେମାନଙ୍କର ସନ୍ତାନଗଣ
    ଆଶୀର୍ବାଦ ପାତ୍ରର ପରିବାରରୁ ହେବେ।
24 ପୁଣି ସେମାନେ ଡାକିବା ପୂର୍ବରୁ ଆମ୍ଭେ ଉତ୍ତର ଦେବା
    ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।
25 ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ,
    ସିଂହ ଗୋରୁପଲ ପରି ନଡ଼ା ଖାଇବ।
    ପୁଣି ଧୂଳି ସର୍ପର ଖାଦ୍ୟ ହେବ।
ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ।”
    ସଦାପ୍ରଭୁ ଏହା କୁହନ୍ତି।

ପରମେଶ୍ୱର ସମସ୍ତ ଗୋଷ୍ଠୀର ବିଗ୍ଭର କରିବେ

66 ସଦାପ୍ରଭୁ ଏହିକଥା କୁହନ୍ତି,
“ସ୍ୱର୍ଗ ଆମ୍ଭର ସିଂହାସନ
    ଓ ପୃଥିବୀ ଆମ୍ଭର ପାଦପୀଠ।
ତୁମ୍ଭେମାନେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରି ପାରିବ
    ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହେବ?
ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଅଛୁ।
    ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ।”
ମାତ୍ର “ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ ଥରହର ହୁଏ,
    ତାହା ପ୍ରତି ଆମ୍ଭେ ଦୃଷ୍ଟି ଦେବା।
ଯେ ଗୋବଧ କରେ ସେ ନରହତ୍ୟାକାରୀ ପରି ହୁଏ,
    ଯେ ମେଷଶାବକ ବଳିଦାନ କରେ
ଯେ କୁକୁରର ବେକ କାଟିଲା ଲୋକପରି ହୁଏ,
    ଯେ ନୈବେଦ୍ୟ ଉତ୍ସର୍ଗ କରେ,
ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ,
    ଯେ ସୁବାସିତ ଧୂପ ଜଳାଏ,
ସେ ଦେବତାର ଧନ୍ୟବାଦ କରିବା ଲୋକପରି ହୁଏ।
    ସେମାନେ ନିଜ ନିଜ ପଥ ମନୋନୀତ କରିଅଛନ୍ତି।
ସେମାନଙ୍କର ଆତ୍ମା ନିଜର
    ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ।
ମୁଁ ସେମାନଙ୍କ ପ୍ରତି କଠୋର ହେବି ଓ ଆଣିବି ଯାହା ସେମାନେ ଭୟ କରନ୍ତି
    କାରଣ ସେମାନେ ଉତ୍ତର କଲେ ନାହିଁ,
ଯେତେବେଳେ ମୁଁ ସେମାନଙ୍କୁ ଡାକିଲି ଏବଂ ଶୁଣିଲେ ନାହିଁ
    ଯେତେବେଳେ ସେମାନେ କୁହା ହେଲେ।
ସେମାନେ ସବୁକିଛି କଲେ
    ଯାହା ମୋର ଚକ୍ଷୁରେ ମନ୍ଦ ବୋଲି ବୁଝା ହେଲା।
ସେମାନେ ଜିନିଷ ମନୋନୀତ କଲେ,
    ଯାହା ମୁଁ ପସନ୍ଦ କଲି ନାହିଁ।”

ତୁମ୍ଭେ ଯେଉଁ ଦିନ ସଦାପ୍ରଭୁଙ୍କ ବାକ୍ୟରେ କମ୍ପିତ ହେଉଅଛ,
    ତାଙ୍କର ବାକ୍ୟ ଶୁଣ।
“ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି
    ଓ ଆମ୍ଭର ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି;
ସେମାନେ କହି ଅଛନ୍ତି, ‘ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା,
    ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହୁଅନ୍ତୁ,’
    ମାତ୍ର ସେମାନେ ଲଜ୍ଜିତ ହେବେ।”

ଶାସ୍ତି ଓ ଏକ ନୂତନ ଗୋଷ୍ଠୀ

ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ୱର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।

7-8 “କୌଣସି ରମଣୀ ଗର୍ଭବେଦନା ପାଇଲା ପରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବେଦନା ପୂର୍ବେ ସେ ପ୍ରସବ କଲା। ଏ ପ୍ରକାର କିଏ ଶୁଣି ଅଛି? ଏ ପ୍ରକାର କିଏ ଦେଖିଅଛି? ଏକ ଦିନରେ କ’ଣ କୌଣସି ଦେଶ ଜନ୍ମ ନେବ? କୌଣସି ଗୋଷ୍ଠୀକୁ କ’ଣ ଲୋକେ ଏକା ବେଳେକେ ଜନ୍ମ ଦେବେ? ସିୟୋନ ଗର୍ଭବେଦନା ପାଇଲାମାତ୍ରେ ସେ ତା’ର ସନ୍ତାନଗଣଙ୍କୁ ପ୍ରସବ କଲା। ସଦାପ୍ରଭୁ କୁହନ୍ତି, ଆମ୍ଭେ କ’ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ?”

ପୁଣି ତୁମ୍ଭର ପରମେଶ୍ୱର କୁହନ୍ତି, “ଆମ୍ଭେ ପ୍ରସବ କରାଉଥିବା ବ୍ୟକ୍ତି, କ’ଣ ଗର୍ଭରୋଧ କରି ପାରିବା?”

10 ଯିରୁଶାଲମକୁ ପ୍ରେମ କରୁଥିବା ତୁମ୍ଭେମାନେ ସମସ୍ତେ ତା’ ସହିତ ଆନନ୍ଦ କର ଓ ତା’ ପାଇଁ ଉଲ୍ଲସିତ ହୁଅ।
    ପୁଣି ତା’ ପାଇଁ ଶୋକ କରୁଥିବା ତୁମ୍ଭେମାନେ ସମସ୍ତେ ତା’ର ଆନନ୍ଦ ପାଇଁ ଉଲ୍ଲାସ କର।
11 ତହିଁରେ ତୁମ୍ଭେମାନେ ତାହାର
    ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ;
ତୁମ୍ଭେମାନେ ତା’ର “ଦୁ‌ଗ୍‌ଧ” ଦୋହନ କରି
    ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।

12 ସଦାପ୍ରଭୁ ଏହା କହନ୍ତି,
“ଏହା ଶାନ୍ତି ରୂପେ ତା’ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ।
    ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ,
    ତୁମ୍ଭେ ସେବକ ହେବ ଏବଂ ଗୋଟିଏ ଅଣ୍ଟାରେ ବହନ ହେବ।
13 ମା ଯେପରି ତା’ର ସନ୍ତାନକୁ ସାନ୍ତ୍ୱନା ଦିଏ, ଆମ୍ଭେ ସେହିପରି ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବା
    ଓ ତୁମ୍ଭେମାନେ ଯିରୁଶାଲମରେ ସାନ୍ତ୍ୱନା ଲାଭ କରିବ।”

14 ପୁଣି ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ଆନନ୍ଦିତ ହେବ।
    ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତେଜ ହେବ।
ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପରେ ପ୍ରକାଶିତ ହେବ।
    ଆଉ ମଧ୍ୟ ସେ ନିଜ ଶତ୍ରୁମାନଙ୍କ ଉପରେ କୁପିତ ହେବେ।
15 ଦେଖ, ସଦାପ୍ରଭୁ ଅତ୍ୟନ୍ତ କ୍ରୋଧରେ ପ୍ରଜ୍ୱଳିତ ଅଗ୍ନିଧରି
    ସେମାନଙ୍କୁ ଭର୍ତ୍ସନା କରିବାକୁ ଆଗମନ କରିବେ।
ସେ ଅଗ୍ନି ସଦୃଶ
    ଓ ତାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।
16 କାରଣ ସଦାପ୍ରଭୁ ଅଗ୍ନି ଓ ‌‌ଖ‌ଡ଼୍‌ଗ ଦ୍ୱାରା ମର୍ତ୍ତ୍ୟର ସମସ୍ତ ବିବାଦ ନିଷ୍ପନ୍ନ କରିବେ।
    ସେତେବେଳେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକ ଅନେକ ହେବେ।

17 ସଦାପ୍ରଭୁ ପୁଣି କୁହନ୍ତି, “ଯେଉଁମାନେ ଅନ୍ୟକୁ ଅନୁସରଣ କରି ଉଦ୍ୟାନକୁ ଯିବା ପାଇଁ ନିଜକୁ ପବିତ୍ର ଓ ଶୁଚି କରନ୍ତି ଓ ଶୂକର ମାଂସ, ଘୃଣ୍ୟଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ସମସ୍ତେ ଏକତ୍ର ବିନଷ୍ଟ ହେବେ।”

18 “କାରଣ ଆମ୍ଭେ ସେମାନଙ୍କର କାର୍ଯ୍ୟ ଓ ଶିକ୍ଷାପ୍ରଣାଳୀ ଜାଣୁ, ସର୍ବଦେଶୀୟ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ। 19 ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ସଙ୍କେତ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା: ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ତଥା ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟରେ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେହିମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ବିଭିନ୍ନ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ। 20 ସଦାପ୍ରଭୁ କୁହନ୍ତି, ଇସ୍ରାଏଲର ଲୋକମାନେ ଯେପରି ପବିତ୍ର ପାତ୍ରରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ୱ ଉପରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ଯିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ୱରୂପ ଆସିବ। 21 ଆଉ ମଧ୍ୟ ସଦାପ୍ରଭୁ କୁହନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ପାଇଁ ଲୋକ ଗ୍ରହଣ କରିବୁ।”

ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ

22 “କାରଣ ଆମ୍ଭେ ଯେଉଁ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କୁହନ୍ତି। 23 ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମୋ’ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମ ଦିନ ଆସିବ।

24 “ପୁଣି ସେମାନେ ବାହାରେ ଯାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସେମାନଙ୍କର କୀଟ ମରିବ ନାହିଁ କିମ୍ବା ସେମାନଙ୍କର ଅଗ୍ନି ନିର୍ବାପିତ ହେବ ନାହିଁ। ଆଉ ମଧ୍ୟ ସେମାନେ ସମସ୍ତେ ମର୍ତ୍ତ୍ୟର ଘୃଣାର ପାତ୍ର ହେବେ।”

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2

ପରମେଶ୍ୱର ଗ୍ଭହାନ୍ତି ଆମେ ପ୍ରତେକଙ୍କ ପାଇଁ ପ୍ରାର୍ଥନା କରୁ

ସର୍ବପ୍ରଥମେ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଛି। ସମସ୍ତଙ୍କ ପାଇଁ ପରମେଶ୍ୱରଙ୍କୁ କୁହ। ଲୋକମାନଙ୍କର ଆବଶ୍ୟକତା ପାଇଁ ତାହାଙ୍କୁ କୁହ ଓ ଧନ୍ୟବାଦ ଦିଅ। ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ୍। ତେବେ ଆମ୍ଭେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରମେଶ୍ୱରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତେଇ ପାରିବା। ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ।

ପରମେଶ୍ୱର ଗ୍ଭହାନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ୟକୁ ଜାଣନ୍ତୁ। କେବଳ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ମଣିଷ ପାଇଁ ପରମେଶ୍ୱରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି। ସେହି ମଧ୍ୟସ୍ଥ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ। ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରିଦେଇଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ୱର ସମସ୍ତ ଲୋକଙ୍କର ଉଦ୍ଧାର ଗ୍ଭହାନ୍ତି। ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ।

ପୁରୁଷ ଏବଂ ସ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ

ମୁଁ ଗ୍ଭହେଁ ଯେ ସର୍ବତ୍ର ଲୋକେ ପ୍ରାର୍ଥନା କରନ୍ତୁ। ଯେଉଁ ଲୋକମାନେ ପ୍ରାର୍ଥନା ପାଇଁ ହାତ ଉଠେଇବେ, ସେମାନେ ପବିତ୍ର ହୋଇଥିବା ଆବଶ୍ୟକ। ସେମାନେ ରାଗି ଯିବା ଉଚିତ୍ ନୁହେଁ ଓ ଯୁକ୍ତିତର୍କରେ ପ୍ରବୃତ୍ତ ହେବା ଉଚିତ୍ ନୁହେଁ।

ମୁଁ ଏହା ମଧ୍ୟ ଗ୍ଭହେଁ ଯେ ସ୍ତ୍ରୀଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସେମାନଙ୍କ ପାଇଁ ଉପଯୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦେଖାଇବା ଲାଗି ବେଣୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ୟବହାର କରନ୍ତୁ ନାହିଁ। 10 ଭଲ କାମ କରିବା ଦ୍ୱାରା ନିଜକୁ ସୁନ୍ଦର ଭାବେ ସୁଶୋଭିତ କରନ୍ତୁ। ପରମେଶ୍ୱରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହିରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ୟକ।

11 ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ୟ ହେଉ। 12 ଜଣେ ସ୍ତ୍ରୀ ଜଣେ ପୁରୁଷକୁ ଉପଦେଶ ଦେବା ପାଇଁ ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଜଣେ ପୁରୁଷ ଉପରେ କର୍ତ୍ତୃତ୍ୱ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀଲୋକ ନୀରବ ହୋଇ ରହିବା ଦରକାର। 13 କାରଣ ଆଦମ ପ୍ରଥମରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ। 14 ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହୋଇଥିଲା। ଏବଂ ସେ ଜଣେ ପାପିନୀ ହୋଇଥିଲା। 15 କିନ୍ତୁ ସ୍ତ୍ରୀମାନେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ। ସେମାନେ ନିରନ୍ତର ବିଶ୍ୱାସ, ପ୍ରେମ, ପବିତ୍ରତା ଓ ଆତ୍ମସଂଯମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center