Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 56-58

ସମସ୍ତ ଗୋଷ୍ଠୀ ସଦାପ୍ରଭୁଙ୍କୁ ଅନୁସରଣ କରିବେ

56 ସଦାପ୍ରଭୁ ଏହିସବୁ କହିଛନ୍ତି, “ତୁମ୍ଭେମାନେ ନ୍ୟାୟ ପଥ ଏବଂ ତୁମ୍ଭର କର୍ତ୍ତବ୍ୟକୁ ଧର୍ମାନୁସାରେ ଅନୁସରଣ କର। କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସଙ୍କଟ ଜନକ। ଯେଉଁ ବ୍ୟକ୍ତି ଏହା କରେ ଓ ଯେଉଁ ମାନବସନ୍ତାନ ଏହା ନିଷ୍ଠାର ସହିତ ଅବଲମ୍ବନ କରେ; ପୁଣି ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁପ୍ରକାର କୁକର୍ମରୁ ନିଜକୁ ନିବୃତ୍ତ ରଖେ, ସେ ଧନ୍ୟ।”

ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ନ କହୁ ଯେ, ସଦାପ୍ରଭୁ ମୋତେ ଆପଣା ଲୋକଠାରୁ ନିଶ୍ଚୟ ପୃଥକ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହୋଇ ପାରିବି ନାହିଁ।”

କାରଣ ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି, “ଯେଉଁମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି, ପୁଣି ଆମ୍ଭର ଚୁକ୍ତି ଅବଲମ୍ବନ କରନ୍ତି, ସେମାନଙ୍କୁ ଆମ୍ଭେ ଆମ୍ଭ ମନ୍ଦିର ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ରକନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା।”

“କେତେକ ବିଦେଶୀୟ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଏବଂ ତାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି। ସେମାନେ ବିଶ୍ରାମ ଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି। ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହରେ ସେମାନଙ୍କୁ ଆନନ୍ଦିତ କରିବା। ସେମାନଙ୍କର ନୈବେଦ୍ୟ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ୟାତ ହେବ।” ସଦାପ୍ରଭୁ ମୋର ପ୍ରଭୁ ଏହିସବୁ କହିଛନ୍ତି,

“ଆମ୍ଭେ ଇସ୍ରାଏଲର ଦୂରିକୃତ ଲୋକମାନଙ୍କୁ ସଂଗ୍ରହ କରିବୁ ଓ ସେମାନଙ୍କ ବ୍ୟତୀତ ତାହା ନିକଟରେ ଥିବା ଅନ୍ୟ ଲୋକମାନଙ୍କୁ ସଂଗ୍ରହ କରିବୁ।”

ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ
    ତୁମ୍ଭେମାନେ ଆସ ଓ ଭକ୍ଷ୍ୟଣ କର।
10 ତାହାର ପ୍ରହରୀଗଣ ଅନ୍ଧ,
    ସେ ସମସ୍ତ ଜ୍ଞାନହୀନ, ସେମାନେ ନିର୍ବାକ ଶ୍ୱାନ,
ସେମାନେ ଭୁକିପାରନ୍ତି ନାହିଁ।
    ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ
    ଓ ଶୋଇ ରହିବାକୁ ଭଲ ପାଆନ୍ତି।
11 ସେମାନେ ପେଟୁ କୁକୁର ସଦୃଶ କେବେ ତୃପ୍ତ ହୁଅନ୍ତି ନାହିଁ।
    ଆଉ ମଧ୍ୟ ସେମାନେ ବିଗ୍ଭରଶୂନ୍ୟ ମେଷପାଳକ।
ସେମାନେ ଗ୍ଭରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟାରେ
    ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।
12 ପ୍ରତ୍ୟେକ କୁହନ୍ତି, “ଆସ,
    ଆମ୍ଭେ ଦ୍ରାକ୍ଷାରସ ଆଣିବା
    ଓ ସୁରାପାନରେ ମତ୍ତ ହେବା;
ପୁନଶ୍ଚ ଆଜି ଯେପରି ହେବ କାଲି ମଧ୍ୟ ସେହିପରି ହେବ
    ଏବଂ ତାହା ଅପରିମିତ ମହାଦିନ ହେବ।”

ଇସ୍ରାଏଲ ପରମେଶ୍ୱରଙ୍କ ଅନୁସରଣ କରେ ନାହିଁ

57 ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି,
    ମାତ୍ର ସେ ବିଷୟରେ କେହି ମନୋଯୋଗ କରୁ ନାହାନ୍ତି।
ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି

ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି।
    ଏହା ମଧ୍ୟ କେହି ବିବେଚନା କରୁ ନାହାନ୍ତି।
ମାତ୍ର ସେମାନେ ଶାନ୍ତିରେ ପ୍ରବେଶ କରିବେ
    ଓ ଯେଉଁମାନେ ଧର୍ମ ନିଷ୍ଠାରେ ଗ୍ଭଲନ୍ତି, ସେମାନେ ନିଜର ଶଯ୍ୟାରେ ଶାନ୍ତିରେ ବିଶ୍ରାମ କରିବେ।

“ହେ ଯାଦୁକାର ଓ ବ୍ୟଭିଗ୍ଭରିଣୀ
    ଓ ବ୍ୟଭିଗ୍ଭରିଣୀର ସନ୍ତାନଗଣ ନିକଟକୁ ଆସ।
ତୁମ୍ଭେମାନେ କାହାକୁ ଉପହାସ କରୁଅଛ?
    ତୁମ୍ଭେମାନେ କାହା ଆଡ଼େ ମୁଖ ମେଲାଇ ଜିହ୍ୱା ବାହାର କରୁଅଛ?
    ତୁମ୍ଭେମାନେ କ’ଣ ଅଧର୍ମାଗ୍ଭରୀର ସନ୍ତାନ ଓ ଅନାଗ୍ଭର ବଂଶ ନୁହଁ?
ଅଲୋନବୃକ୍ଷ ତଳେ ତୁମ୍ଭର କ’ଣ ଶାରୀରିକ ସମ୍ବନ୍ଧ କରି ନାହଁ?
    ପ୍ରତ୍ୟେକ ହରିତ୍ ବୃକ୍ଷ ତଳେ ତୁମ୍ଭେ କ’ଣ ନିଜକୁ ଉପଭୋଗ କରୁ ନାହଁ?
ତୁମ୍ଭେମାନେ ଉପତ୍ୟକାଗୁଡ଼ିକର ଶୈଳଗୁଡ଼ିକର ପର୍ବତ ତଳେ
    ସନ୍ତାନଗଣକୁ କ’ଣ ବଳିଦାନ କରୁ ନାହଁ?
ଉପତ୍ୟକାର ଚି‌କ୍‌କଣ ପଥରଗୁଡ଼ିକ ମଧ୍ୟରେ ତୁମ୍ଭର ଅଂଶ, ସେଗୁଡ଼ିକରେ ତୁମ୍ଭର ଅଧିକାର;
    ପୁଣି ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟନୈବେଦ୍ୟ ଢାଳିଅଛ
ଓ ନୈବେଦ୍ୟ ଉତ୍ସର୍ଗ କରିଅଛ।
    ଏସବୁରେ ଆମ୍ଭେ କ’ଣ ଶାନ୍ତ ହେବା?
ତୁମ୍ଭେ ଉଚ୍ଚ ଓ ଉନ୍ନତ ପର୍ବତ ଉପରେ
    ନିଜର ଶଯ୍ୟା ପାତିଅଛ
ଓ ସେସ୍ଥାନକୁ ମଧ୍ୟ ବଳିଦାନ
    କରିବାକୁ ଯାଇଅଛ।
ପୁଣି କବାଟ ଓ ଚୌକାଠର ପଛରେ
    ତୁମ୍ଭେ ତୁମ୍ଭର ସ୍ମୃତିସ୍ତମ୍ଭ ସ୍ଥାପନ କରିଅଛ;
କାରଣ ତୁମ୍ଭେ ଆମ୍ଭକୁ ଛାଡ଼ି
    ଅନ୍ୟପ୍ରତି ନିଜକୁ ଅନାବୃତ କରି ଉପରକୁ ଯାଇଅଛ।
ତୁମ୍ଭେ ନିଜର ଶଯ୍ୟା ବଢ଼ାଇ
    ସେମାନଙ୍କ ସହିତ ଚୁକ୍ତି କରିଅଛି।
ତୁମ୍ଭେ ଯେଉଁଠାରେ ଶଯ୍ୟା ଦେଖିଲ
    ତାହା ଭଲ ପାଇଅଛ।
ତୁମ୍ଭେ ତୈଳ ନେଇ ରାଜା ନିକଟକୁ ଯାଇଅଛ
    ଓ ନିଜର ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ।
ତୁମ୍ଭେ ଦୂର ଦେଶକୁ ନିଜର ଦୂତଗଣଙ୍କୁ ପଠାଇଅଛ
    ଓ ନିଜକୁ ପାତାଳ ପର୍ଯ୍ୟନ୍ତ ମୃତ୍ୟୁର ସ୍ଥାନ ହତଗର୍ବ କରିଅଛ।
10 ତୁମ୍ଭେ ଦୀର୍ଘପଥ ଯାତ୍ରା ଯୋଗୁଁ ଯଦିଓ କ୍ଳାନ୍ତ ହୋଇଥିଲ,
    ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ।
ତୁମ୍ଭେ ନୂତନ ବଳ ପାଇ ସତେଜ ହେଲ,
    ତେଣୁ ତୁମ୍ଭେ କ୍ଳାନ୍ତ ଅନୁଭବ କଲ ନାହିଁ।
11 ତାହାର ସକାଶୁ ଏପରି କ୍ଳେଶ ଓ ଭୀତା ଯେ,
    ତୁମ୍ଭେ ମିଥ୍ୟା କହୁଅଛ ଓ ଆମ୍ଭକୁ ଭୁଲି ଯାଇଅଛ?
ତୁମ୍ଭେ ସେଥିରେ ନିଜର ମନୋଯୋଗ କରୁ ନାହଁ।
    ଆମ୍ଭେ କ’ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ?
    ତୁମ୍ଭେ କ’ଣ ଆମ୍ଭକୁ ଭୟ କରୁ ନାହଁ?
12 ଆମ୍ଭେ ତୁମ୍ଭର ‘ଧାର୍ମିକତା’ ପ୍ରକାଶ କରିବା।
    ପୁଣି ତୁମ୍ଭର ‘ସକଳ କର୍ମ’ ତୁମ୍ଭର ଉପକାରରେ ଆସିବ ନାହିଁ।
13 ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ,
    ସେମାନେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ।
ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ।
    ଗୋଟିଏ ନିଃଶ୍ୱାସ ସେ ସମସ୍ତଙ୍କୁ ନେଇଯିବ।
କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ,
    ସେ ଦେଶ ଅଧିକାର କରିବ
    ଓ ଆମ୍ଭ ପବିତ୍ର ପର୍ବତରେ ଅଧିକାରୀ ହେବ।”

ସଦାପ୍ରଭୁ ତାଙ୍କ ସନ୍ତାନମାନଙ୍କୁ ରକ୍ଷା କରିବେ

14 ପୁଣି ସେ କହିବେ, “ଉଚ୍ଚ କର, ଉଚ୍ଚ କର, ପଥ ପ୍ରସ୍ତୁତ କର।
    ଆମ୍ଭ ଲୋକମାନଙ୍କ ପଥରୁ ବାଧାବିଘ୍ନ ଦୂର କର।”

15 କାରଣ ଯେ ଅନନ୍ତକାଳ ନିବାସୀ,
    ଯାହାଙ୍କର ନାମ ପରମେଶ୍ୱର,
    ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି;
“ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ।
    ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ
ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ
    ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
16 ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ
    କିମ୍ବା ନିରନ୍ତର କ୍ରୋଧ କରିବା ନାହିଁ।
ଯଦି କରିବା ତାହାହେଲେ ମାନବର ଆତ୍ମା
    ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ।
17 ଆମ୍ଭେ ତାହାର ଲୋଭରୂପ ଅପରାଧ ହେତୁ
    କୃଦ୍ଧ ହୋଇ ତାହାକୁ ଆଘାତ କଲୁଁ,
ଆମ୍ଭେ ନିଜର ମୁଖ ଲୁଗ୍ଭଇ କ୍ରୁଦ୍ଧ ହେଲୁ;
    ତହିଁରେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଗ୍ଭଲିଲା।
18 ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ୟର ପଥ ଦେଖାଇବି
    ଏବଂ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବି।
19 ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ।
    ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ
ଓ ନିକଟବର୍ତ୍ତୀ ଲୋକ ପ୍ରତି ‘ଶାନ୍ତି’ ହେଉ
    ଓ ଆମ୍ଭେ ତାହାକୁ ସୁସ୍ଥ କରିବା।”

20 ମାତ୍ର ଦୁଷ୍ଟମାନେ ତରଙ୍ଗାୟିତ ସମୁଦ୍ର ତୁଲ୍ୟ,
    କାରଣ ତାହା ସ୍ଥିର ହୋଇପାରେ ନାହିଁ
ଓ ତାହାର ଜଳରେ ପଙ୍କ
    ଓ କାଦୁଅ ଉଠେ।
21 ଆମ୍ଭର ପରମେଶ୍ୱର କୁହନ୍ତି;
    “ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।’

ପରମେଶ୍ୱରଙ୍କ ଅନୁଗାମୀ ହେବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯିବ

58 ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ।
    ତୂରୀପରି ଚିତ୍କାର କର।
ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ
    ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ।
ତାହାହେଲେ ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରିବେ
    ଓ ମୋର ପଥ ବିଷୟରେ ଜାଣିବାକୁ ଚେଷ୍ଟା କରିବେ।
ଯେଉଁ ଗୋଷ୍ଠୀୟ ଲୋକେ ପୂଜା କର୍ମ କରିଛନ୍ତି
    ଓ ନିଜର ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି,
ସେମାନଙ୍କ ପରି ସେମାନେ ପୂଜାବିଧାନ ବିଷୟ ଆମ୍ଭକୁ ପଗ୍ଭରନ୍ତି
    ଓ ପରମେଶ୍ୱରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।

ସେମାନେ କୁହନ୍ତି, “ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ? ଆମ୍ଭେମାନେ କାହିଁକି ଆପଣା ପ୍ରାଣକୁ କ୍ଳେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ?”

ମାତ୍ର ସଦାପ୍ରଭୁ କୁହନ୍ତି, “ଦେଖ, ତୁମ୍ଭେମାନେ ନିଜର ସୁଖପାଇଁ ଉପବାସ ଦିନ ଉପବାସ କରିଅଛ ଓ ବଳପୂର୍ବକ ନିଜର ଦାସମାନଙ୍କୁ କଷ୍ଟ ଦେଇଅଛ। ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ ଏବଂ ଦୁଷ୍ଟତାରୂପକ ସୃଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ଆମ୍ଭର ପ୍ରଶଂସା ଗାନ ଯେପରି ଊର୍ଦ୍ଧ୍ୱରେ ଶୁଣାଯିବ, ସେଥିପାଇଁ ତୁମ୍ଭେମାନେ ଉପବାସ କରୁ ନାହଁ। ମନୁଷ୍ୟ ଏହି ପ୍ରକାର ଉପବାସଦ୍ୱାରା ନିଜର ପ୍ରାଣକୁ କ୍ଳେଶ ଦେଉ, ଆମ୍ଭେ କ’ଣ ଏହି ପ୍ରକାର ଦିନ ମନୋନୀତ କରିଅଛୁ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ତଳେ ବିଛାଇ ତା’ଉପରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ?

“ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ଯୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦେବାର ଓ ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ? ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦେବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ନିଜକୁ ନ ଲୁଗ୍ଭଇବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ?”

ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ। ପୁଣି ତୁମ୍ଭର ‘ଧର୍ମ’ ତୁମ୍ଭର ସମ୍ମୁଖବର୍ତ୍ତୀ ହେବ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚା‌ତ୍‌ବର୍ତ୍ତୀ ହେବ। ସେତେବେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡାକିବ ଓ ସେ ଉତ୍ତର ଦେବେ। ତୁମ୍ଭେ ଆର୍ତ୍ତସ୍ୱରରେ କହିବ, ଆଉ ସେ ଉତ୍ତର ଦେବେ, “ଆମ୍ଭେ ଏଠାରେ ଉପସ୍ଥିତ ଅଛୁ।”

ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର 10 ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦେଇଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତେବେ ତୁମ୍ଭେ ଅନ୍ଧକାରରେ ଦୀପ୍ତିମାନ ହେବ ଏବଂ ତୁମ୍ଭ ଗ୍ଭରିଦିଗରେ ଥିବା ଗାଢ଼ ଅନ୍ଧକାର ଦ୍ୱିପହରର ସୂର୍ଯ୍ୟ ପରି ଦେଖାଯିବ।

11 ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନେବେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ୟ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହେବ।

12 ପୁଣି ତୁମ୍ଭ ବଂଶୀୟ ଲୋକେ ପୁରାତନ ଧ୍ୱଂସ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପରେ ନିର୍ମାଣ କରିବ। “ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।”

13 ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫେରାଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ, ଆଉ ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ; 14 ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; “ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥାନମାନଙ୍କରେ ଆରୋହଣ କରାଇବା ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା।” କାରଣ ସଦାପ୍ରଭୁଙ୍କ ମୁଖରୁ ଏହା ନିଃସୃତ ହୋଇଅଛି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2

ମନ୍ଦ ଦୁର୍ଘଟଣାମାନ ଘଟିବ

ଭାଇ ଓ ଭଉଣୀମାନେ! ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବିଷୟରେ ଆମ୍ଭର କିଛି କହିବାକୁ ଅଛି। ଯେତେବେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭେଟିବା, ସେହି ସମୟ ବିଷୟରେ ଆମ୍ଭେ ତୁମ୍ଭକୁ କହିବାକୁ ଗ୍ଭହୁଁ। ଯଦି ତୁମ୍ଭେମାନେ ଶୁଣ ଯେ, ପ୍ରଭୁଙ୍କର ସେହି ଦିନଟି ଆସିଗଲାଣି, ତୁମ୍ଭେମାନେ ଚିନ୍ତାରେ ସହଜରେ ବିବ୍ରତ ହୋଇ ଯାଅ ନାହିଁ କି ଭୟ କର ନାହିଁ। କେତେଜଣ ଏହାକୁ କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତେକ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରି ପାରନ୍ତି ଯେ, ଆମ୍ଭମାନଙ୍କ ଦ୍ୱାରା ଏହି ପତ୍ର ଲେଖାଯାଇଅଛି। ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକାରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ ସଂଘଟିତ ନ ହେଲା ପର୍ଯ୍ୟନ୍ତ ପ୍ରଭୁଙ୍କର ସେହି ଦିନଟି ଆସିବ ନାହିଁ। ମନ୍ଦ ବ୍ୟକ୍ତିର ଦେଖା ନ ଦେବା ପର୍ଯ୍ୟନ୍ତ ସେହି ଦିନଟି ଆସିବ ନାହିଁ। ସେହି ମନ୍ଦ ବ୍ୟକ୍ତି ନରକର ଅଟେ। ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ।

ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ। ମନେ ଅଛି କି? ଏବେ ମନ୍ଦବ୍ୟକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭେମାନେ ଜାଣିଛ। ଯେତେବେଳେ ଉଚିତ୍ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି। ସଂସାରରେ ଏବେ ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ଯିଏ, ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ୟପଟରୁ ଦୂରେଇ ନ ଯିବା ପର୍ଯ୍ୟନ୍ତ ସେହି ଶକ୍ତିକୁ ପ୍ରତିରୋଧ କରୁଥିବେ, ତା’ପରେ ଯାଇ ମନ୍ଦ ବ୍ୟକ୍ତି ପ୍ରକାଶିତ ହେବ। ପ୍ରଭୁ ଯୀଶୁ ସେହି ମନ୍ଦ ବ୍ୟକ୍ତିକୁ, ତାହାଙ୍କର ମୁଖରୁ ନିର୍ଗତ ହେଉଥିବା ନିଶ୍ୱାସ ଦ୍ୱାରା ନଷ୍ଟ କରିଦେବେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ୱାରା ତାହାକୁ ବିନଷ୍ଟ କରିଦେବେ। ମନ୍ଦ ବ୍ୟକ୍ତି ଶୟତାନର ଶକ୍ତି ନେଇ ଆସିବ।

ତା’ର ମହାନ ଶକ୍ତି ଥିବ ଓ ସେ ଅସତ୍ୟ ଆଧାରିତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଚିହ୍ନ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ ଘଟାଇବ। 10 ଯେଉଁ ଲୋକମାନେ ହଜିଯାଇଛନ୍ତି, ସେମାନଙ୍କୁ ଠକିବାକୁ ଏହି ମନ୍ଦବ୍ୟକ୍ତି ପ୍ରତ୍ୟେକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସେମାନେ ସତ୍ୟକୁ ଭଲ ପାଇବା ପାଇଁ ଅସ୍ୱୀକାର କଲେ, ଯାହା ଦ୍ୱାର ସେମାନେ ଉଦ୍ଧାର ପାଇଥା’ନ୍ତେ। 11 ସତ୍ୟକୁ ଭଲ ପାଇବା ପାଇଁ ସେମାନେ ମନା କରିବାରୁ, ପରମେଶ୍ୱର ମଧ୍ୟ ସେମାନଙ୍କ ପାଖକୁ ସତ୍ୟଠାରୁ ଦୂରେଇ ନେଇ ଯିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ୟକୁ ବିଶ୍ୱାସ କରିବା ଲାଗି ପରମେଶ୍ୱର ସେମାନଙ୍କ ପାଖକୁ ସେହି ଶକ୍ତି ପଠାନ୍ତି। 12 ଅତଏବ ଯେଉଁମାନେ ସତ୍ୟକୁ ବିଶ୍ୱାସ କରୁ ନାହାନ୍ତି, ସେମାନେ ଦୋଷୀ ବୋଲି ବିଗ୍ଭରିତ ହେବେ। ସେମାନେ ସତ୍ୟକୁ ମାନି ନାହାନ୍ତି ଓ ମନ୍ଦ କର୍ମ କରିବାରେ ଆନନ୍ଦ ପାଇଛନ୍ତି।

ତୁମ୍ଭେମାନେ ମୁକ୍ତି ପାଇଁ ମନୋନୀତ

13 ଭାଇ ଓ ଭଉଣୀମାନେ! ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ୍। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଥିବା ଯୋଗୁଁ ତୁମ୍ଭେମାନେ ଉଦ୍ଧାର ପାଇଛ। 14 ପରମେଶ୍ୱର ସେହି ମୁକ୍ତି ଦେବା ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭର ମାଧ୍ୟମରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହିମାରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ। 15 ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ୱାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ୱାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ୟମରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।

16-17 ତୁମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଉତ୍ତମ କଥା କହିବା ପାଇଁ ସକ୍ଷମ ହେବ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ୱର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆମ୍ଭକୁ ପ୍ରେମ କରନ୍ତି। ନିଜ ଅନୁଗ୍ରହ ମାଧ୍ୟମରେ ସେ ଆମ୍ଭକୁ ଅନନ୍ତକାଳସ୍ଥାୟୀ ଉତ୍ସାହ ଓ ଉତ୍ତମ ଭରସା ଦେଇଛନ୍ତି।

Oriya Bible: Easy-to-Read Version (ERV-OR)

2010 by World Bible Translation Center