Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 45-46

ଇସ୍ରାଏଲକୁ ମୁକ୍ତ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ

45 ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ୟକ୍ତିର ଅର୍ଥାତ୍ କୋରସ୍ ବିଷୟରେ ଏହିକଥା କୁହନ୍ତି,

“ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ
    ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା।
    ପୁଣି ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାର ସବୁ ବନ୍ଦ ରହିବ ନାହିଁ।
ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା,
    ଉଚ୍ଚସ୍ଥାନକୁ ସମାନ କରିବା,
ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା
    ଲୌହ ଅର୍ଗଳସବୁ କାଟି ପକାଇବା।
ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା।
    ତାହାହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ
ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ୱାନ କରୁଥିଲୁ।
    ଆମ୍ଭେ ଇସ୍ରାଏଲର ପରମେଶ୍ୱର ଏହା ମଧ୍ୟ ତୁମ୍ଭେ ଜାଣି ପାରିବ।
ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ
    ଓ ଆମ୍ଭ ମନୋନୀତ ଇସ୍ରାଏଲ ନିମନ୍ତେ ଏହିକାର୍ଯ୍ୟ କରୁଅଛୁ।
ତେଣୁ ଆମ୍ଭେ କୋରସ୍ ନାମଧରି ଡାକୁଅଛୁ।
    ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସେହି ଉପାଧି ଦେଇଅଛୁ।
ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ୱିତୀୟ।
    ଆମ୍ଭ ବ୍ୟତୀତ ପରମେଶ୍ୱର କେହି ନାହାନ୍ତି।
ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ
    ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।
ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ସମସ୍ତ ଲୋକେ ଜାଣିବେ ଯେ
    ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭେ ସଦାପ୍ରଭୁ
    ଓ ଅଦ୍ୱିତୀୟ ଆଉ କେହି ନାହିଁ।
ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ୟ ସୃଷ୍ଟି କରୁ।
    ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ୟ ସୃଷ୍ଟି କରୁ।
    ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।

“ହେ ଆକାଶମଣ୍ଡଳ, ତୁମ୍ଭେ ବିଜୟ,
    ଧର୍ମ ଓ ନ୍ୟାୟ ମେଘ ଆକାରରେ ବର୍ଷଣ କର।
ହେ ପୃଥିବୀ, ତୁମ୍ଭେ ବିଦୀର୍ଣ୍ଣ ହୁଅ;
    ପରିତ୍ରାଣ, ଧାର୍ମିକତା ଅଙ୍କୁରିତ ହେଉ;
    ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରୁଅଛୁ।

ପରମେଶ୍ୱର ତାଙ୍କ ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି

“ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଯାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ’ଣ ତା’ର ନିର୍ମାଣକର୍ତ୍ତା ସହ ଯୁକ୍ତି କରିବ, ‘ମୋତେ କାହିଁକି ନିର୍ମାଣ କରୁଛ?’ ସେହିପରି ତୁମ୍ଭର କର୍ମ କ’ଣ କହିବ ତୁମ୍ଭର ହାତ ନାହିଁ। 10 ପିତା ସନ୍ତାନମାନଙ୍କୁ ଜନ୍ମ ଦିଏ, କିନ୍ତୁ ସନ୍ତାନମାନେ କ’ଣ ପିତାକୁ ପ୍ରଶ୍ନ କରୁଛନ୍ତି। ‘ତୁମ୍ଭେ ଆମ୍ଭକୁ କାହିଁକି ଜୀବନ ଦେଇଛ?’ ସେମାନେ ମଧ୍ୟ ତାଙ୍କର ମାକୁ ‘କାହିଁକି ପ୍ରସବ କରୁଅଛ ବୋଲି ପ୍ରଶ୍ନ କରନ୍ତି ନାହିଁ। ତେଣୁ ଯେ ପ୍ରଶ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”’

11 ସଦାପ୍ରଭୁ ଯେ ଇସ୍ରାଏଲର ଧର୍ମସ୍ୱରୂପ ଓ ନିର୍ମାଣ କର୍ତ୍ତା, ସେ ଏହି କଥା କୁହନ୍ତି,

“ହେ ମୋର ସନ୍ତାନଗଣ, ତୁମ୍ଭେମାନେ ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଗ୍ଭର;
    ତୁମ୍ଭେମାନେ ଆମ୍ଭ ସନ୍ତାନଗଣ ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।
12 ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ
    ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ।
ଆମ୍ଭେ ସ୍ୱହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ
    ଓ ତହିଁରେ ସକଳ ସୈନ୍ୟସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ।
13 ଆମ୍ଭେ ତାଙ୍କୁ ଭଲ କାର୍ଯ୍ୟ ଉଦ୍ଦେଶ୍ୟରେ ଜାଗରିତ କରୁ,
    ସେ ଆମ୍ଭର ନଗର ନିର୍ମାଣ କରିବ।
ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ।
    ସେଥିପାଇଁ ସେ କୌଣସି ମୂଲ୍ୟ ବା ପୁରସ୍କାର ଆମ୍ଭଠାରୁ ନେବ ନାହିଁ।”
ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।

14 ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ,
    କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ।
ସେମାନେ ତୁମ୍ଭର ଅନୁସରଣ କରିବେ।
    ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ,
ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ,
    ‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି,
ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି
    ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”

15 ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର,
    ତୁମ୍ଭେ ନିଶ୍ଚୟ ଆତ୍ମା ଗୋପନକାରୀ ପରମେଶ୍ୱର ଅଟ।,
16 ସେମାନେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହେବେ।
    ପ୍ରତିମା ନିର୍ମାଣକାରୀ ସମସ୍ତେ
    ଏକା ସଙ୍ଗେ ଅପମାନିତ ହେବେ।
17 ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ;
    ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ
    କିମ୍ବା ବିବ୍ରତ ହେବ ନାହିଁ।
18 ସଦାପ୍ରଭୁ ହିଁ ପରମେଶ୍ୱର,
    ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା,
    ସେ ପୃଥିବୀର ମଧ୍ୟ ନିର୍ମାଣକାରୀ,
ସେ ଏହାକୁ ସ୍ଥାପନ କଲେ,
    ସେ ତାକୁ ଶୂନ୍ୟପରି ସୃଷ୍ଟି କଲେ ନାହିଁ।
ସେ ତାକୁ ବସତି ପାଇଁ ସ୍ଥାପନ କଲେ।
    “ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ୱର କେହି ନାହାନ୍ତି।
19 ଆମ୍ଭେ ଗୋପନରେ କହି ନାହୁଁ
    କିମ୍ବା ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ।
ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ;
    ତୁମ୍ଭେ ମୋତେ ନଗଣ୍ୟ ଭାବରେ ଅନୁସରଣ କର।
ମୁଁ ସଦାପ୍ରଭୁ, ମୁଁ ସତ୍ୟ କହେ,
    ମୁଁ ନ୍ୟାୟ କହେ ଏବଂ ସରଳ କଥା କହେ।”

The Lord Proves He Is the Only God

20 “ହେ ନାନା ଦେଶୀୟ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୋଇ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖୋଦିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ। 21 ତୁମ୍ଭେମାନେ ଆସ ଓ ତାହା ଉପସ୍ଥିତ କର; ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ।

ବହୁକାଳରୁ “କିଏ ଏହା ଜଣାଇ ଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କ’ଣ ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ଧର୍ମଗୀତ ପରମେଶ୍ୱର ଓ ତ୍ରାଣକର୍ତ୍ତା, ଆମ୍ଭ ଛଡ଼ା ଆଉ କେହି ନାହିଁ। 22 ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭେମାନେ ଆମ୍ଭ ପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ୱର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ।

23 “ଆମ୍ଭେ ଆପଣା ନାମ ଦେଇ ଶପଥ କରିଅଛୁ ଓ ଯେଉଁ ଧର୍ମମୟବାଣୀ ଆମ୍ଭ ମୁଖରୁ ନିର୍ଗତ ହୋଇଛି, ତାହା ଅନ୍ୟଥା ହେବ ନାହିଁ। ଆମ୍ଭ ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବେ ଓ ପ୍ରତ୍ୟେକ ଜିହ୍ୱା ଶପଥ କରିବ। 24 ତାହାହେଲେ ଲୋକେ କହିବେ, ‘କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି।’”

ତାଙ୍କ ନିକଟକୁ ସେମାନେ ଆସିବେ। ଯେଉଁମାନେ ତାଙ୍କ ଉପରେ କ୍ରୋଧ କରିଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ। 25 ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧର୍ମପ୍ରାପ୍ତ ହେବେ ଓ ଦର୍ପ କରିବେ।

ନିରର୍ଥକ ମିଥ୍ୟା ଦେବତା

46 “ବେଲ୍ ଓ ନବୋ ଆମ୍ଭ ସମ୍ମୁଖରେ ଅବନତ ହେବେ।

“ସେମାନଙ୍କର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ହୋଇଛନ୍ତି। ସେଗୁଡ଼ିକ ବୋଝପରି ତୁମ୍ଭେମାନେ ବହି ଗ୍ଭଲିଲ, ତାହା କ୍ଳାନ୍ତ ପଶୁମାନଙ୍କ ପାଇଁ କେବଳ ଭାର ହୋଇଅଛି। ସେମାନେ ଅବନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି। ସେମାନେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହୋଇଗଲେ।

“ହେ ଯାକୁବର ପରିବାର, ହେ ଇସ୍ରାଏଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭେମାନେ ଗର୍ଭସ୍ଥ ହେବା ଦିନଠାରୁ ଆମ୍ଭଦ୍ୱାରା ବାହିତ ହୋଇଅଛ। ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତୁମ୍ଭକୁ ବହନ କରିବୁ। ପକ୍ୱକେଶ ହେବା ପର୍ଯ୍ୟନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଅଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।

“ତୁମ୍ଭେ ଆମ୍ଭକୁ କାହା ସହିତ ତୁଳନା କରି ପାରିବ କି? ନା, କାରଣ କୌଣସି ଲୋକ ଆମ୍ଭ ସହିତ ସମାନ ନୁହେଁ। ତୁମ୍ଭେ ଆମ୍ଭ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଆମ୍ଭ ସଦୃଶ କେହି ନାହିଁ। ସେମାନେ ଥଳିରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି। ସେମାନେ ସୁନାରିକୁ ଗୋଟିଏ ଦେବତା ଗଢ଼ିବା ପାଇଁ ମୂଲ୍ୟ ଦିଅନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ। ସେମାନେ ତାକୁ ପ୍ରଣାମ କରି ପୂଜା କରନ୍ତି। ସେମାନେ ତାହାକୁ ସ୍କନ୍ଧରେ ବହନ କରି ନିଅନ୍ତି। ତାକୁ ନେଇ ତା’ର ସ୍ଥାନରେ ରଖନ୍ତି। ସେ ସ୍ଥାନରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦେବ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।

“ତୁମ୍ଭେମାନେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭେମାନେ ଯେଉଁମାନେ ଅପରାଧ କର, ଏବିଷୟରେ ଚିନ୍ତା କର। ପୁରାତନ କଥାକୁ ସ୍ମରଣ କର, କାରଣ ଆମ୍ଭେ ପରମେଶ୍ୱର ଓ ଅଦ୍ୱିତୀୟ, ଆମ୍ଭ ତୁଲ୍ୟ ଅନ୍ୟ କେହି ନାହିଁ।

10 “ଶେଷରେ କ’ଣ ଘଟିବ ଆମ୍ଭେ ଆଦ୍ୟରୁ କହିଥାଉ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ୟ ସାଧିତ ହେବ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ। 11 ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ୟକୁ ଆହ୍ୱାନ କରୁ। ସେହି ମନୁଷ୍ୟଟି ଉତ୍କ୍ରୋଶପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହା ହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।

12 “ହେ ଧର୍ମରୁ ବିରତ କଠିନ ହୃଦୟ ଲୋକେ, ଆମ୍ଭର କଥା ଶୁଣ। 13 ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ; ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।”

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3

ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ। ଆମ୍ଭେ ଏବେ ଯେଉଁ ଅସୁବିଧାରେ ଅଛୁ, ସେଥିରେ ତୁମ୍ଭେମାନେ କେହି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭେମାନେ ଜାଣିଥିଲ ଯେ ଆମ୍ଭେ ଭବିଷ୍ୟତରେ ଏଭଳି କଷ୍ଟ ନିଶ୍ଚୟ ପାଇବା। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି। ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଜାଣି ପାରିବା ଉଦ୍ଦେଶ୍ୟରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମୋର ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ୱାରା ପରାଜିତ କରିଥିବ। ତା’ହେଲେ ଆମ୍ଭର କଠୋର ପରିଶ୍ରମ ବ୍ୟର୍ଥ ହୋଇଯିବ।

କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫେରି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମର ସୁଖବର ଆମ୍ଭକୁ ଦେଇଛନ୍ତି। ତୁମ୍ଭେମାନେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭେମାନେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଗ୍ଭହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ୟ ସେହି ଇଚ୍ଛା। ଆମ୍ଭେମାନେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ। ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ଆମ୍ଭେ ସାନ୍ତ୍ୱନା ଲାଭ କଲୁ। ଆମ୍ଭର ଅନେକ କଷ୍ଟ ଓ ଯାତନା ଥିଲେ ମଧ୍ୟ, ଆମ୍ଭେ ସାନ୍ତ୍ୱନା ଲାଭ କରିଛୁ। ତୁମ୍ଭେମାନେ ପ୍ରଭୁଙ୍କଠାରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତରେ ସଫଳ ହୁଏ। ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରମେଶ୍ୱରଙ୍କ ଆଗରେ ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍ଭେ ଯେତେ ଆନନ୍ଦ ଅନୁଭବ କରୁଛୁ, ସେହି ଅନୁପାତରେ ଆମ୍ଭେ ତାଙ୍କୁ ଧନ୍ୟବାଦ ଦେଇ ପାରିବୁ ନାହିଁ। 10 ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଗ୍ଭଲିଛୁ। ତୁମ୍ଭମାନଙ୍କର ବିଶ୍ୱାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ୱାସରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦେବା ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।

11 ଆମ୍ଭର ପରମେଶ୍ୱର, ପରମପିତା ଓ ଆମ୍ଭର ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ପାଖରେ ପହଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ। 12 ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। 13 ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତେବେ ଯେତେବେଳେ ଆମ୍ଭ ପ୍ରଭୁ ଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣରେ ଆସିବେ, ତୁମ୍ଭେମାନେ ପରମପିତା ପରମେଶ୍ୱରଙ୍କ ଆଗରେ ପବିତ୍ର ଭାବରେ ଓ ଦୋଷରହିତ ହୋଇ ଠିଆ ହୋଇପାରିବ।

Oriya Bible: Easy-to-Read Version (ERV-OR)

2010 by World Bible Translation Center