Old/New Testament
ସଦାପ୍ରଭୁ ଶାଶ୍ୱତ ସୃଷ୍ଟିକର୍ତ୍ତା
41 ସଦାପ୍ରଭୁ କୁହନ୍ତି,
“ହେ ଦ୍ୱୀପ ସମୂହ, ନୀରବ ହୁଅ।
ମୋ’ ନିକଟକୁ ଆସ,
ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ।
ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ।
2 ସେ ଧର୍ମରେ ଯାହାକୁ ନିଜ ଚରଣ ନିକଟକୁ ଡାକନ୍ତି ଏପରି ଏକ ବ୍ୟକ୍ତି ଯେକି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି?
ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି
ଓ ରାଜାମାନଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି।
ସେ ଖଡ଼୍ଗ ଦ୍ୱାରା ସେହି ଦେଶ ସମୂହକୁ ଧୂଳି ତୁଲ୍ୟ କରନ୍ତି
ଓ ଧନୁ ସାହାଯ୍ୟରେ କୁଟାପରି ଉଡ଼ାଇ ଦିଅନ୍ତି।
3 ସେ ସେମାନଙ୍କ ପଶ୍ଚାତ୍ଧାବନ କରେ ଓ ନିରାପଦରେ ଅଗ୍ରସର ହୁଏ।
ସେ କେବେ ନ ଯାଇଥିବା ପଥରେ ବିଭିନ୍ନ ସ୍ଥାନକୁ ଯାଏ।
4 କିଏ ଆଦ୍ୟରୁ ପୁରୁଷକୁ ପୁରୁଷ ଧରି
ଏକ କାର୍ଯ୍ୟ ସାଧନ କରିଅଛି?
ଆମ୍ଭେ ସଦାପ୍ରଭୁ,
ଆଦି ଓ ଶେଷକାଳ ପର୍ଯ୍ୟନ୍ତ ସଙ୍ଗରେ ଥାଉ,
ଆମ୍ଭେ ସେହି ଅଟୁ।
5 ଦ୍ୱୀପ ସମୂହ ଦେଖି ଭୟଭୀତ ହେଲେ,
ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ,
ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।’
6 “ସେମାନେ ପରସ୍ପରକୁ ସାହାଯ୍ୟ କଲେ ଓ ସାହସୀ ହେବାକୁ ପରସ୍ପରକୁ ଉତ୍ସାହିତ କଲେ। 7 ଏହିପରି ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଛି ବୋଲି କହି ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା, ‘ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,’ ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।”
ସଦାପ୍ରଭୁ ହିଁ ଆମ୍ଭମାନଙ୍କୁ ରକ୍ଷା କରିବେ
8 “ହେ ମୋର ଦାସ ଇସ୍ରାଏଲ,
ମୋର ମନୋନୀତ ଯାକୁବ
ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।
9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ
ଓ ପୃଥିବୀର ସୀମାରୁ ତାହାଙ୍କୁ
‘ଆମ୍ଭର ଦାସ ବୋଲି ଆହ୍ୱାନ କରି କହିଅଛୁ।’
ଆମ୍ଭେ ତୁମ୍ଭକୁ ଦୂରେଇ ନ ଦେଇ
ମନୋନୀତ କରିଅଛୁ।
10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ।
ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର।
ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।
ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
11 ଦେଖ, କେତେକ ବ୍ୟକ୍ତି ତୁମ୍ଭ ଉପରେ କ୍ରୋଧ ହୋଇଛନ୍ତି।
ମାତ୍ର ସେମାନେ ଲଜ୍ଜିତ ଓ ଅପମାନିତ ହେବେ।
ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି,
ସେମାନେ ତୁଚ୍ଛ ବସ୍ତୁଭଳି ବିନଷ୍ଟ ହେବେ।
12 ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି,
ତୁମ୍ଭେ ସେମାନଙ୍କର ଅନ୍ୱେଷଣ କରିବ।
ମାତ୍ର ସେମାନଙ୍କର ସନ୍ଧାନ ପାଇବ ନାହିଁ।
ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରନ୍ତି ସେମାନେ ଅବସ୍ତୁ ତୁଲ୍ୟ ତୁଚ୍ଛ ହେବେ।
13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ତୁମ୍ଭର ଦକ୍ଷିଣ ହସ୍ତ ଧରି
କହିବା ‘ଭୟ କର ନାହିଁ।
ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।’
14 ହେ କୀଟରୂପୀ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ,
ଭୟ କର ନାହିଁ।
ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା”
ସଦାପ୍ରଭୁ କୁହନ୍ତି,
“ଓ ଇସ୍ରାଏଲର ଧର୍ମସ୍ୱରୂପ
ତୁମ୍ଭର ମୁକ୍ତିଦାତା ଅଟନ୍ତି।
15 ଦେଖ, ମୁଁ ତୁମ୍ଭକୁ ତୀକ୍ଷ୍ଣ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ୟ-ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବି,
ତୁମ୍ଭେ କୃଷକ ଶସ୍ୟକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ
ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ୟ କରିବ।
16 ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ ବାୟୁ ସେମାନଙ୍କୁ ଉଡ଼ାଇ ଦେବ
ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ।
ପୁଣି ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ
ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଗର୍ବ କରିବ।’
17 “ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ୱେଷଣ କରନ୍ତି,
ମାତ୍ର ସେମାନେ ଜଳ ପାଆନ୍ତି ନାହିଁ।
ସେମାନଙ୍କର ଜିହ୍ୱା ତୃଷାରେ ଶୁଖିଯାଏ।
ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଉତ୍ତର ଦେବା।
ଆମ୍ଭେ ଇସ୍ରାଏଲର, ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।
18 ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା,
ଉପତ୍ୟକାର ମଧ୍ୟ ଭାଗରେ ଝରଣାମାନ ଫିଟାଇବା,
ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିରେ
ନିର୍ଝର ଜଳ ପ୍ରବାହିତ କରାଇବା।
19 ଆମ୍ଭେ ପ୍ରାନ୍ତରରେ ଏରସ, ବାବଲ, ମେହେନ୍ଦି, ତୈଳବୃକ୍ଷ ରୋପଣ କରିବା
ଓ ମରୁଭୂମିରେ ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ଲଗାଇବା।
20 ଲୋକମାନେ ଏହା ଦେଖି ବୁଝିବେ ଓ ଜାଣିବେ
ଏବଂ ବିବେଚନା କରିବେ ଯେ
ସଦାପ୍ରଭୁଙ୍କ ହସ୍ତ ଏହିକାର୍ଯ୍ୟ କରିଅଛି
ଓ ଇସ୍ରାଏଲର ପରମେଶ୍ୱର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି।”
ସଦାପ୍ରଭୁ ମିଥ୍ୟା ଦେବତାଗଣଙ୍କୁ ଆହ୍ୱାନ କରନ୍ତି
21 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ନିଜ ନିଜ ବିବାଦ ଉପସ୍ଥିତ କର; ଯାକୁବର ରାଜା କୁହନ୍ତି, ତୁମ୍ଭେମାନେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର। 22 ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।”ଆଦ୍ୟରେ କ’ଣ ଘଟିଥିଲା ଓ ଭବିଷ୍ୟତରେ କ’ଣ ଘଟିବ, ଆମ୍ଭକୁ କୁହ। ତାହାହେଲେ ଶେଷଫଳ କ’ଣ ହେବ ଆମ୍ଭେ ବିବେଚନା କରିବା। 23 “ଏହା ପରେ କ’ଣ ଘଟିବ ତୁମ୍ଭେମାନେ ପ୍ରକାଶ କର। ତାହାହେଲେ ଆମ୍ଭେ ଜାଣିବୁ ତୁମ୍ଭେମାନେ ପ୍ରକୃତରେ ଦେବତାଗଣ। କେଉଁଠି ଯଦି ଆମ୍ଭେମାନେ ପ୍ରକୃତରେ ଭୟ କିମ୍ବା ଭୟଭୀତ ହେବା ଯେବେ ତୁମ୍ଭେ ଉତ୍ତମ କିମ୍ବା ମନ୍ଦ ବିଷୟ ଆମ୍ଭକୁ କହିବ।
24 “ଦେଖ, ତୁମ୍ଭେମାନେ ଭଣ୍ଡ ଦେବତା ଓ ତୁମ୍ଭେମାନେ କୌଣସି କାର୍ଯ୍ୟର ନୁହଁ। ଯେଉଁମାନେ ତୁମ୍ଭମାନଙ୍କୁ ପୂଜା କରନ୍ତି ସେମାନେ ଘୃଣାର ପାତ୍ର।”
ସଦାପ୍ରଭୁ ପ୍ରମାଣ କରନ୍ତି ଯେ, ସେ ଏକମାତ୍ର ପରମେଶ୍ୱର
25 “ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ।
ସେ ପୂର୍ବ ଦିଗରୁ ଆମ୍ଭର ଆହ୍ୱାନ କରେ।
ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ
ବ୍ୟବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରତ୍ୟେକ ଶାସକକୁ ଦଳିତ କରିବ।
26 “କିଏ ଆଦ୍ୟରୁ ଏହା ପ୍ରକାଶ କରିଅଛି?
ତାହାହେଲେ ଆମ୍ଭେମାନେ ପରମେଶ୍ୱର ବୋଲି ଜାଣିବା।
ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ପ୍ରକାଶ କରିଅଛି କି?
ଆମ୍ଭେ ତୁମ୍ଭକୁ ଧାର୍ମିକ ବୋଲି କହିବୁ।
ନା, ପ୍ରକାଶକାରୀ କେହି ନାହିଁ କି ଦେଖାଇବା ଲୋକ କେହି ନାହିଁ।
ତୁମ୍ଭମାନଙ୍କ କଥା ଶୁଣିବା ଲୋକ ମଧ୍ୟ କେହି ନାହିଁ।
27 ଆମ୍ଭେ ସଦାପ୍ରଭୁ ଏବଂ ପ୍ରଥମେ ସିୟୋନକୁ କହିବା,
‘ସେମାନଙ୍କୁ ଦେଖ।
ଏବଂ ପୁଣି ଯିରୁଶାଲମକୁ ସୁସମାଗ୍ଭର ଦେଇ ଆମ୍ଭେ ଜଣେ ଦୂତ ପଠାଇବା।’”
28 ଆମ୍ଭେ ଅନାଇଲା ବେଳେ କେହି ନାହିଁ।
ପୁଣି ପ୍ରଶ୍ନ କଲାବେଳେ ସେମାନଙ୍କ ମଧ୍ୟରେ
କେହି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦେବାକୁ ନାହିଁ।
29 ସେମାନେ ସମସ୍ତେ ଅସାର ଓ ସେମାନଙ୍କର କର୍ମସବୁ ତୁଚ୍ଛ।
ସେମାନେ ଛାଞ୍ଚରେ ଢଳା ବାୟୁଶୂନ୍ୟ ପ୍ରତିମାଗଣ ମାତ୍ର।
ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଦାସ
42 “ମୋର ଦାସକୁ ଦେଖ।
ମୁଁ ତାକୁ ମନୋନୀତ କରିଅଛି।
ମୋର ଚିତ୍ତ ତାହାଠାରେ ସନ୍ତୁଷ୍ଟ।
ମୁଁ ତାହା ଉପରେ
ନିଜର ଆତ୍ମାକୁ ସ୍ଥାପନ କରିଅଛି।
ସେ ଅନ୍ୟଦେଶ ପ୍ରତି ନ୍ୟାୟ ବିଗ୍ଭର କରିବ।
2 ସେ ରାଜପଥରେ ଉଚ୍ଚସ୍ୱରରେ କହିବ ନାହିଁ
କି ସେ ଚିତ୍କାର କରିବ ନାହିଁ।
3 ଏପରିକି ସେ ଗୋଟିଏ ଛେଗ୍ଭନଳ ଭାଙ୍ଗିବେ ନାହିଁ,
ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ।
ସେ ନ୍ୟାୟ ବିଗ୍ଭର କରିବେ ଓ ସତ୍ୟ ଉଦ୍ଘାଟନ କରିବେ।
4 ସେ ପୃଥିବୀରେ ନ୍ୟାୟ ବିଗ୍ଭର ପ୍ରତିଷ୍ଠା ନ କରିବା ପର୍ଯ୍ୟନ୍ତ
ନିସ୍ତେଜ କିମ୍ବା ହୀନବଳ ହେବେ ନାହିଁ।
ଆଉ ଦ୍ୱୀପନିବାସୀ ତାଙ୍କର ପ୍ରଗ୍ଭରରେ ବିଶ୍ୱାସ ରଖିବେ।’
ସଦାପ୍ରଭୁ ଜଗତର ସୃଷ୍ଟିକର୍ତ୍ତା ଓ ଶାସନକର୍ତ୍ତା
5 ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ଦିଅନ୍ତି ଓ ସକଳ ଆତୟାତ ବ୍ୟକ୍ତିମାନଙ୍କୁ ଜୀବନ ଦିଅନ୍ତି, ସେହି ସଦାପ୍ରଭୁ ପ୍ରକୃତ ପରମେଶ୍ୱର ଏହି କଥା କୁହନ୍ତି।
6 “ମୁଁ ସଦାପ୍ରଭୁ, ତୁମ୍ଭକୁ ଧାର୍ମିକରେ ଆହ୍ୱାନ କରୁଅଛି।
ତୁମ୍ଭର ହସ୍ତ ଧରି ମୁଁ ତୁମ୍ଭକୁ ପଥପ୍ରଦର୍ଶନ କରିବି।
ଜାତିଗଣଙ୍କୁ ଗୋଟିଏ ଆଲୋକପରି ମୁଁ ତୁମ୍ଭକୁ ଗୋଟିଏ ନିଯୁକ୍ତ ଚିହ୍ନ ଦେବି,
ଯାହା ଲୋକମାନଙ୍କ ସହିତ ଗୋଟିଏ ଚୁକ୍ତି ଅଛି।
7 ତୁମ୍ଭେ ଅନ୍ଧମାନଙ୍କୁ ଚକ୍ଷୁସ୍ମାନ କରିବ,
କାରାଗାରରୁ ବନ୍ଦୀମାନଙ୍କୁ ମୁକ୍ତ କରିବ
ଓ ଅନ୍ଧକାରରେ ସଢୁଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାରକୁ ଆଣିବ।
8 “ମୁଁ ସଦାପ୍ରଭୁ
ଓ ତାହା ହିଁ ମୋର ନାମ।
ମୋର ପ୍ରଶଂସା ଓ ମହିମା
ମୁଁ ସେହି ଖୋଦିତ ପ୍ରତିମାଗଣକୁ ଦେବି ନାହିଁ।
9 ଦେଖ, ଆଦ୍ୟ ବିଷୟ ସିଦ୍ଧ ହେଲା।
ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ।
ଭବିଷ୍ୟତରେ କ’ଣ କ’ଣ ଘଟିବ,
ତାହା ତୁମ୍ଭକୁ ଜଣାଉ।”
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗୀତ
10 ହେ ଦ୍ୱୀପଗଣ ଓ ତନ୍ନିବାସୀଗଣ,
ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ
ଏବଂ ପୃଥିବୀସ୍ଥ ଦୂରଦେଶୀୟ ଲୋକମାନେ,
ତୁମ୍ଭେମାନେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର।
ଏକ ନୂତନ ସଙ୍ଗୀତ ତାଙ୍କ ବିଷୟରେ ଗାନ କର।
11 ପ୍ରାନ୍ତର ଓ ତା’ର ନଗର ସମସ୍ତ, ସମସ୍ତ ଗ୍ରାମ, ଯେଉଁଠାରେ କେଦାର ବାସ କରେ,
ସଦାପ୍ରଭୁଙ୍କର ପ୍ରଶଂସା ଗାନ କର।
ଶେଲା ନିବାସୀମାନେ ଆନନ୍ଦରେ ଓ ଶାନ୍ତିରେ ବାସ କରନ୍ତି,
ସେମାନେ ସଦାପ୍ରଭୁଙ୍କର ଗୁଣଗାନ ପର୍ବତ ଶିଖରରୁ ଉଚ୍ଚସ୍ୱରରେ ଗାନ କରନ୍ତୁ।
12 ସେମାନେ ସଦାପ୍ରଭୁଙ୍କୁ ମହିମା ଦିଅନ୍ତୁ
ଓ ଦ୍ୱୀପ ସମୂହ ମଧ୍ୟରେ ତାଙ୍କର ପ୍ରଶଂସା ପ୍ରଗ୍ଭର କରନ୍ତୁ।
13 ସଦାପ୍ରଭୁ ମହାନ ବୀର ରୂପେ ବିଜେ କରିବେ,
ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତେଜିତ କରିବେ
ଓ ସେ ଘୋର ଗର୍ଜନ କରିବେ।
ନିଜର ଶତ୍ରୁମାନଙ୍କର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।
ପରମେଶ୍ୱର ଅତ୍ୟନ୍ତ ଧୈର୍ଯ୍ୟଶୀଳ
14 “ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି।
ମୁଁ ତଥାପି ନୀରବ ଅଛି।
ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ।
ଆମ୍ଭେ ଦୀର୍ଘ ନିଃଶ୍ୱାସ ଏବଂ ଆକାଂକ୍ଷା ହେବୁ।
15 ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ୱଂସ କରିବୁ
ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ।
ନଦନଦୀକୁ ଦ୍ୱୀପରେ ପରିଣତ କରିବୁ
ଓ ଜଳାଶୟକୁ ଶୁଷ୍କ କରିବୁ।
16 ତା’ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ
ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ,
ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ।
ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର
ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ।
ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।
17 କିନ୍ତୁ କେତେକ ଲୋକ ମୋର ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ।
ଯେଉଁମାନେ ଖୋଦିତ ପ୍ରତିମାଗଣକୁ
କିମ୍ବା ମୃତ୍ତିକାରେ ନିର୍ମିତ ଦେବତାମାନଙ୍କୁ ବିଶ୍ୱାସ କରନ୍ତି,
କେବେ ସେମାନେ ହତାଶ ହୋଇ ଲଜ୍ଜିତ ହେବେ।
ଇସ୍ରାଏଲ ପରମେଶ୍ୱରଙ୍କୁ ଶୁଣିବାକୁ ପ୍ରତ୍ୟାଖ୍ୟାନ କଲା
18 “ହେ ବଧିରମାନେ ଶୁଣ!
ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଦୃଷ୍ଟି ଦିଅ।”
19 ଏ ଜଗତରେ ମୋର ଦାସଠାରୁ ଅନ୍ଧ କିଏ?
ପୁଣି ମୋ’ ପ୍ରେରିତ ଦୂତଠାରୁ ବଧିର କିଏ?
ସଦାପ୍ରଭୁଙ୍କଠାରେ ମିଳିତ ହୋଇଥିବା
ଦାସ ସବୁଠାରୁ ଅଧିକ ଅନ୍ଧ।
20 ମୋର ଦାସ ଯଦିଓ ସବୁ ଦେଖୁଅଛି,
ତଥାପି ସେ ମନୋଯୋଗ କରୁ ନାହିଁ।
ତା’ର କର୍ଣ୍ଣ ମୁକ୍ତ ଅଛି,
ମାତ୍ର ସେ ଶୁଣୁ ନାହିଁ।”
21 ସଦାପ୍ରଭୁ ନିଜର ଶିକ୍ଷା ବ୍ୟବସ୍ଥାକୁ ମହତ୍
ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।
22 ଏହି ଲୋକମାନଙ୍କୁ ଦେଖ।
ସେମାନେ ଅପହୃତ ଓ ଲୁଣ୍ଠିତ।
ସେମାନେ ଗର୍ଭରେ ପାଶବଦ୍ଧ
ଓ କାରାଗାରରେ ଲୁଗ୍ଭ ଯାଇଛନ୍ତି।
ସେମାନଙ୍କର ଧନ ଲୁଣ୍ଠିତ ହୋଇଛି।
ସେମାନଙ୍କୁ ଉଦ୍ଧାର କରିବାକୁ କେହି ନାହାନ୍ତି।
ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟକୁ
“ଫେରାଇ ଦେବା” ପାଇଁ କହିବାକୁ ମଧ୍ୟ କେହି ନାହିଁ।
23 ଏହି କଥାକୁ ଶ୍ରବଣ କରିବାକୁ ଓ ଶ୍ରବଣ କରି ଭବିଷ୍ୟତ ନିମନ୍ତେ ମନୋଯୋଗ କରିବାକୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କେହି ଅଛି କି? 24 ଯାକୁବକୁ ଲୁଣ୍ଠିତ ହେବା ପାଇଁ ଇସ୍ରାଏଲକୁ ଅପହରଣ କରିବା ପାଇଁ କିଏ ଅପହରଣକାରୀଙ୍କ ହସ୍ତରେ ସମର୍ପଣ କଲେ? ଏସବୁ ସଦାପ୍ରଭୁ ହିଁ କରାଇଲେ। କାରଣ ଆମ୍ଭେମାନେ ତାଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ତାଙ୍କ ଦର୍ଶିତ ପଥରେ ଗମନ କରି ନାହୁଁ। ଇସ୍ରାଏଲର ଲୋକମାନେ ମଧ୍ୟ ତାଙ୍କ ବାକ୍ୟ ଶୁଣି ନାହାନ୍ତି। 25 ତେଣୁ ସଦାପ୍ରଭୁ ତାଙ୍କର କ୍ରୋଧ ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ସେମାନଙ୍କ ଉପରେ ଢାଳି ଦେଲେ। ଫଳରେ ତା’ର ଚତୁର୍ଦ୍ଦିଗରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନିରେ ଦଗ୍ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋଯୋଗ କଲା ନାହିଁ।
1 ପାଉଲ, ସିଲ୍ୱାନ୍ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର।
ଏହି ମଣ୍ଡଳୀଟି ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି।
ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।
ଥେସଲନୀକୀୟମାନଙ୍କ ଜୀବନ ଓ ବିଶ୍ୱାସ
2 ପ୍ରାର୍ଥନା କଲାବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେ ପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। 3 ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ।
4 ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭକୁ ପ୍ରେମ କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି। 5 ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିଛୁ। କିନ୍ତୁ ଆମ୍ଭେ କେବଳ ଶବ୍ଦ ବ୍ୟବହାର କରି ନାହୁଁ। ସେହି ସୁସମାଗ୍ଭର ଆମ୍ଭେ ଶକ୍ତି ଓ ପବିତ୍ରଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ କିଭଳି ଜୀବନ ବିତାଉଥିଲୁ, ସେଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଗ୍ଭହୁଁଥିଲୁ। 6 ଏବେ ତୁମ୍ଭେମାନେ ମଧ୍ୟ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହୋଇ ଯାଇଛ। ଅତ୍ୟଧିକ କଷ୍ଟ ପାଇଲା ପରେ ମଧ୍ୟ ତୁମ୍ଭେମାନେ ସେହି ଶିକ୍ଷାକୁ ଆନନ୍ଦରେ ଗ୍ରହଣ କରିଛ। ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।
7 ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକମାନଙ୍କ ପାଇଁ ତୁମ୍ଭେମାନେ ଆଦର୍ଶ ହୋଇଥିଲ। 8 ମାକିଦନିଆ ଓ ଆଖାୟାରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ପରମେଶ୍ୱରଙ୍କଠାରେ ତୁମ୍ଭ ବିଶ୍ୱାସ ପରିଚିତ ହୋଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଆମ୍ଭର କିଛି କହିବାର ଆବଶ୍ୟକ ନାହିଁ। 9 ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ, ଯେପରି ଭଲ ଭାବରେ ତୁମ୍ଭେମାନେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭେମାନେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ୱରଙ୍କ ସେବା କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟରେ ସେମାନେ କହନ୍ତି। 10 ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଙ୍କର ସ୍ୱର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ୱର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ୱରଙ୍କ ଆଗାମୀ କ୍ରୋଧପୂର୍ଣ୍ଣ ବିଗ୍ଭରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।
2010 by World Bible Translation Center