Old/New Testament
ଅଧିପତିଗଣ ଉତ୍ତମ ଓ ନ୍ୟାୟପରାୟଣ ହେବା ଉଚିତ୍
32 ଦେଖ, ଜଣେ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିଗଣ ନ୍ୟାୟରେ ଶାସନ କରିବେ। 2 ଯଦି ଏହା ଘଟିବ, ତେବେ ସେହି ମାନବ ବତାସରୁ ଆଶ୍ରୟସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରୟ, ଶୁଷ୍କ ଭୂମିରେ ଜଳସ୍ରୋତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାୟା ପ୍ରଦାୟକ ଶୈଳ ସଦୃଶ ହେବ। 3 ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହେବ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ। 4 ଦ୍ୱନ୍ଦରେ ପଡ଼ିଥିବା ବ୍ୟକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ। 5 ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହେବେ ନାହିଁ।
6 କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦୟରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ଯ୍ୟ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦେବ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ। 7 ଆଉ ମଧ୍ୟ ଖଳ ଲୋକର ଉପାୟ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ୟା ଅଭିଯୋଗ ସାହାଯ୍ୟରେ ଧ୍ୱଂସ କରିବାକୁ ଶପଥ ନିଏ, ଯଦିବା ସେତେବେଳେ ସେହି ଦରିଦ୍ର ଲୋକ ଯାହା କହେ, ତାହା ସଠିକ୍।
8 ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସେହି ଉତ୍ତମ ଆଚରଣରେ ସେ ସ୍ଥିର ରହେ।
କଠୋର ସମୟ ଆସୁଛି
9 ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ। ହେ ବିଶ୍ୱସ୍ତା ନାରୀଗଣ, ମୋ’ ବାକ୍ୟରେ କର୍ଣ୍ଣପାତ କର। 10 ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ବର୍ଷକ ପରେ ଉଦ୍ବିଗ୍ନା ହେବ। କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ।
11 ହେ ଶାନ୍ତିପ୍ରିୟ ନାରୀଗଣ, ତୁମ୍ଭେମାନେ କମ୍ପିତା ହେବ। ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ଉଦ୍ବିଗ୍ନା ହେବ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶରେ ଚଟ ବାନ୍ଧ। 12 ସେହି ମନୋରମ ଫଳ କ୍ଷେତ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖରେ ଛାତିକୁ ମାରି ହେବେ। ରୋଦନ କର କାରଣ ତୁମ୍ଭର କ୍ଷେତ ଶୂନ୍ୟ ଓ ଦ୍ରାକ୍ଷାଲତା ଫଳହୀନ। 13 ମୋର ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷରେ ପୂର୍ଣ୍ଣ ହେବା ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର।
14 ମୋର ଲୋକମାନେ ରାଜନଗରୀ ପରିତ୍ୟାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ୟ ହେବ। ଗିରି ଓ ପ୍ରହରୀ ଦୁର୍ଗ ଚିରିକାଳ ଗୁହାମୟ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ।
15 ଆତ୍ମା ଊର୍ଦ୍ଧ୍ୱରୁ ଆସିବା ପର୍ଯ୍ୟନ୍ତ ଏହିସବୁ ଗ୍ଭଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହୋଇଛି, ତା’ପରେ ମରୁଭୂମି ଠିକ୍ ବିଗ୍ଭରରେ ପାଇବେ ଏବଂ ଫଳ ବଗିଗ୍ଭ ଜଙ୍ଗଲରେ ପରିଣତ ହେବ। 16 ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଗ୍ଭର ବାସ କରିବ ଓ ଉର୍ବର କ୍ଷେତରେ ଧାର୍ମିକତା ବସତି ସ୍ଥାପନ କରିବ। 17 ପୁଣି ସେହି ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହେବ। 18 ମୋର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ନିରାପଦ ତମ୍ବୁରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ।
19 ମାତ୍ର ଏହି କାର୍ଯ୍ୟ ଘଟିବା ପୂର୍ବରୁ ଅରଣ୍ୟ ସମ୍ପୂର୍ଣ୍ଣ ନିପାତିତ ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ। 20 ତୁମ୍ଭମାନଙ୍କ ମଧ୍ୟରୁ କେତେକ ସଜଳ ସ୍ଥାନରେ ବୀଜ ବୁଣୁଛ ଓ ଗୋରୁ ଗର୍ଦ୍ଦଭମାନଙ୍କୁ ବାହାରେ ଚରିବାକୁ ଛାଡ଼ୁଛ, ସେଥିପାଇଁ ତୁମ୍ଭେମାନେ ଧନ୍ୟ।
The Lord Will Show His Power
33 ଦେଖ, ତୁମ୍ଭେମାନେ ଲୁଟିତ ନ ହୋଇ ମଧ୍ୟ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା ନ କଲେ ମଧ୍ୟ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛ। ତେଣୁ ତୁମ୍ଭେମାନେ ସନ୍ତାପର ପାତ୍ର। କାରଣ ତୁମ୍ଭେମାନେ ଲୁଟିବା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭେମାନେ ବିଶ୍ୱାସଘାତକତା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।
2 ସେତେବେଳେ ଲୋକମାନେ କହିବେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର।
ଆମ୍ଭେମାନେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ।
ହେ ସଦାପ୍ରଭୁ, ପ୍ରତି ପ୍ରଭାତରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ୱରୂପ ହୁଅ।
ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।
3 ତୁମ୍ଭର ଶକ୍ତିଶାଳୀ କୋଳାହଳରେ ଗୋଷ୍ଠୀଗଣ ପଳାୟନ କଲେ।
ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।’
4 ପତଙ୍ଗ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହୀତ ହେବ। ଯେପରି ପତଙ୍ଗମାନେ ଡିଆଁ ମାରନ୍ତି, ସେହିପରି ବହୁଲୋକ ତା’ ଉପରେ ଡିଆଁ ମାରିବେ।
5 ସଦାପ୍ରଭୁ ଉନ୍ନତ, କାରଣ ସେ ଊର୍ଦ୍ଧ୍ୱ ଲୋକରେ ବାସ କରନ୍ତି। ସେ ସିୟୋନକୁ ନ୍ୟାୟ ବିଗ୍ଭର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି।
6 ହେ ଯିରୁଶାଲମ, ସେ ତୁମ୍ଭ ପାଇଁ ନିରାପଦ ଆଣିବେ। ସେ ତୁମ୍ଭକୁ ମୁକ୍ତି, ବୁଦ୍ଧି ଓ ଜ୍ଞାନରେ ଧନୀ କରିବେ। ସଞ୍ଚିତ ଧନ ସଦାପ୍ରଭୁଙ୍କ ଭୟର ବିଷୟକ, ତାହା ସେ ଦିଅନ୍ତି।
7 ମାତ୍ର ଶୁଣ, ସେମାନଙ୍କର ପରାକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଛନ୍ତି। ଶାନ୍ତିକାମୀ ଦୂତମାନେ ଅତିଶୟ ରୋଦନ କରୁଛନ୍ତି। 8 ରାଜପଥ ଧ୍ୱଂସପ୍ରାପ୍ତ ହୋଇଛି। ସେଠାରେ କେହି ପଥିକ ଦେଖାଯିବେ ନାହିଁ। ସେମାନେ ଚୁକ୍ତି ଭଙ୍ଗ କରିଛନ୍ତି। ନଗର ସବୁକୁ ତୁଚ୍ଛ କରିଛନ୍ତି ଏବଂ କେହି ହେଲେ ସମ୍ମାନ ହୋଇ ନାହାନ୍ତି। 9 ଦେଶ ଜଟିଳ ସମସ୍ୟା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦେଖା ଯାଉଛି, ଶାରୋଣ ଅରଣ୍ୟ ତୁଲ୍ୟ ଦେଖା ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହୋଇଛି।
10 ସଦାପ୍ରଭୁ କୁହନ୍ତି, “ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହେବା। 11 ତୁମ୍ଭେମାନେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ। 12 ପୁଣି ଲୋକମାନେ ଚୂନପରି ଭସ୍ମିଭୂତ ହେବେ ଓ ଅଗ୍ନିରେ ଇଟା ଓ କଣ୍ଟକପରି ଶୀଘ୍ର ଦଗ୍ଧିଭୂତ ହେବେ।
13 “ହେ ଦୂରବର୍ତ୍ତୀ ଲୋକଗଣ, ଦୟାକରି ତୁମ୍ଭ କାନ ଆଣି ମୋ’ କୃତ କର୍ମର କଥା ଶୁଣ ଏବଂ ମୋ’ ନିକଟବର୍ତ୍ତୀ ସମୂହ, ଏହାକୁ ମୋର ପରାକ୍ରମ ସ୍ୱୀକାର କର।”
14 ସିୟୋନର ପାପୀଗଣ ଭୟଭୀତ, ମନ୍ଦାଗ୍ଭରୀଗଣ ହଠାତ୍ କମ୍ପିତ ହେଉଛନ୍ତି। “ଆମ୍ଭମାନଙ୍କ ମଧ୍ୟରୁ କେହି ସର୍ବଗ୍ରାସୀ ଅଗ୍ନିରେ ବାସ କରି ପାରିବ? ପୁଣି କେହି କେବେ ଅନନ୍ତକାଳ ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନିରେ ବାସ କରି ପାରିବ?’’
15 ଯେଉଁ ଲୋକମାନେ ଧର୍ମ ପଥରେ ଗ୍ଭଲନ୍ତି ଓ ସରଳ କଥା କୁହନ୍ତି, ସେମାନେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି। 16 ସେହି ଲୋକମାନେ ଉଚ୍ଚ ସ୍ଥାନରେ ବାସ କରିବେ। ସେମାନେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗରେ ସୁରକ୍ଷିତ ହେବେ। ସେମାନଙ୍କର ଭକ୍ଷ୍ୟ ଓ ଜଳର ଅଭାବ ରହିବ ନାହିଁ।
17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ। ଏକ ବହୁ ଦୂରବ୍ୟାପୀ ଦେଶକୁ ଦେଖିବ। 18 ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା? 19 ସେହି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀୟ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।”
ପରମେଶ୍ୱର ଯିରୁଶାଲମକୁ ସୁରକ୍ଷା ଦେବେ
20 ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ଶାନ୍ତିମୟ ବସତିସ୍ଥାନ ଯିରୁଶାଲମ ପ୍ରତି ଲକ୍ଷ୍ୟ କର, ତାହା ଅଟଳ ତମ୍ବୁ ସ୍ୱରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡ଼ିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ। 21-23 କାହିଁକି ଏସବୁ ହେବ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହେବେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ହେବ। କିନ୍ତୁ ସେହି ନଦୀମାନଙ୍କରେ ଆହୁଲା ଯୁକ୍ତ କୌଣସି ନୌକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭେମାନେ ସେହି ପୋତର ରଜ୍ଜୁ ଛାଡ଼ି ଦେବ। ତୁମ୍ଭେମାନେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭେମାନେ ତୁମ୍ଭର ଜାହାଜକୁ ଖୋଲିବାକୁ କ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଗ୍ଭରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦେବେ। ଏପରିକି ଛୋଟ ଲୋକ ମଧ୍ୟ ଲୁଟିତ ସମ୍ପଦ ପାଇବ। 24 “ମୁଁ ପୀଡ଼ିତ” ବୋଲି ସେଠାକାର ନିବାସୀ କହିବ ନାହିଁ। ସେଠାକାର ନିବାସୀମାନଙ୍କର ପାପ କ୍ଷମା କରାଯିବ।
1 ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ
2 କଲସୀରେ ରହୁଥିବା ଖ୍ରୀଷ୍ଟଙ୍କଠାରେ ପବିତ୍ର ଓ ବିଶ୍ୱସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି:
ଆମର ପିତା ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।
3 ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। 4 ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। 5 ତୁମ୍ଭମାନଙ୍କର ଭରସା ହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ ଓ ସାଧୁମାନଙ୍କୁ ପ୍ରେମ କରୁଛ। ତୁମ୍ଭେ ଯେଉଁ ବିଷୟ ଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭେମାନେ ଯେତେବେଳେ ସତ୍ଶିକ୍ଷା ବା ସୁସମାଗ୍ଭର ଶୁଣିଥିଲ, ସେତେବେଳେ ଏହି ଭରସା ବିଷୟରେ ଜାଣିଥିଲ। 6 ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ। 7 ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ। 8 ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି।
9 ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ:
ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; 10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; 11 ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।
ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ 12 ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। 14 ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।
ଯେତେବେଳେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ଦେଖୁ
15 କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।
କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି।
ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି।
16 ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି
ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ,
ସମସ୍ତ ଆଧ୍ୟାତ୍ମିକ ଶକ୍ତି,
ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।
17 ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ।
ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି।
18 ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି।
ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ।
ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ।
ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।
19 ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ବାସ କରିବାକୁ ପସନ୍ଦ କଲେ।
20 ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ୱର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ।
ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ୱାରା ପରମେଶ୍ୱର ଶାନ୍ତି ଆଣିଲେ।
21 ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ। 22 କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ। 23 ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।
ମଣ୍ଡଳୀ ପାଇଁ ପାଉଲଙ୍କ କାମ
24 ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି। 25 ପରମେଶ୍ୱର ମୋତେ ମଣ୍ଡଳୀର ଜଣେ ସେବକ ହେବା ପାଇଁ ଏକ ବିଶେଷ କାମ ଦେଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାଯ୍ୟ କରୁଛି। ମୋ’ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା। 26 ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ୟଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସେହି ଗୁପ୍ତ ସତ୍ୟ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା। 27 ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା। 28 ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ। 29 ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।
2010 by World Bible Translation Center