Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 30-31

ଇସ୍ରାଏଲ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ଉଚିତ୍ ମାତ୍ର ମିଶରକୁ ନୁହେଁ

30 ସଦାପ୍ରଭୁ କହିଲେ, “ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସେମାନେ ମନ୍ତ୍ରଣା କରନ୍ତି ମାତ୍ର ସାହାଯ୍ୟ ଗ୍ଭହାନ୍ତି ନାହିଁ। ସେମାନେ ପାପ ଉପରେ ପାପ କରି ଗ୍ଭଲନ୍ତି ମାତ୍ର ମୋର ଆତ୍ମା ଦ୍ୱାରା ନୁହେଁ। ତେଣୁ ସେମାନେ ସନ୍ତାପର ପାତ୍ର। ଏହି ସନ୍ତାନଗଣ ମୋତେ ନ ପଗ୍ଭରି ଫାରୋଙ୍କ ବଳରେ ବଳୀୟାନ ହେବାକୁ ଓ ମିଶରରେ ଆଶ୍ରୟ ନେବାକୁ ମିଶର ଯାତ୍ରା କରନ୍ତି।

“ମାତ୍ର ଫାରୋର ବଳ ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ କି ମିଶର ତୁମ୍ଭମାନଙ୍କୁ ଆଶ୍ରୟ ଦେଇ ପାରିବ ନାହିଁ। କାରଣ ତୁମ୍ଭମାନଙ୍କର ଅଧିପତିଗଣ ସୋୟନରେ ଅଛନ୍ତି ଓ ତୁମ୍ଭର ରାଜଦୂତଗଣ ହାନେଷକୁ ଆସିଛନ୍ତି। ସେମାନେ ହତାଶ ହେବେ କାରଣ ଯେଉଁ ବ୍ୟକ୍ତିମାନଙ୍କ ଉପରେ ସେମାନେ ସାହାଯ୍ୟ ପାଇଁ ବିଶ୍ୱାସ କରିବେ, ସେମାନେ ସାହାଯ୍ୟ କରିବେ ନାହିଁ। ସେମାନେ ଲଜ୍ଜା ଏବଂ କଳଙ୍କ ପାଇବେ।”

ଯିହୁଦା ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା:

ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉ‌ଡ୍‌ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି। ସେହି ମିଶର ବୃଥା ଓ ମିଥ୍ୟାରେ ସାହାଯ୍ୟ କରେ। ତେଣୁ ମୁଁ ତାକୁ “ନିଷ୍କର୍ମା ରାହାବ” ବୋଲି ନାମକରଣ କରିଛି।

ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ। ଏକ ପୁସ୍ତକରେ ତାହା ଲିପିବଦ୍ଧ କର ଯେପରି କି ତାହା ଆସନ୍ତାକାଲି ଓ ଅନନ୍ତକାଳ ପର୍ଯ୍ୟନ୍ତ ରହିବ।

ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ। ସେମାନେ ସଦାପ୍ରଭୁଙ୍କ ଶିକ୍ଷାସମୂହକୁ ଶୁଣିବାକୁ ଅସମ୍ମତ। 10 ସେମାନେ ଦର୍ଶକମାନଙ୍କୁ କୁହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କୁହନ୍ତି ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ବିଶ୍ୱାସ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଗ୍ଭର କର। 11 ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ିଦିଅ। ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।”

ଯିହୁଦାର ସାହାଯ୍ୟ କେବଳ ପରମେଶ୍ୱରଙ୍କଠାରୁ ଆସେ

12 ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କରୁଛ। ପୁଣି ଉପଦ୍ରବ ଓ କୁଟିଳତାରେ ବିଶ୍ୱାସ କରି ତହିଁ ଉପରେ ନିର୍ଭର କରୁଛ। 13 ସେହି ପାପ ପତନ ହେବ, ଠିକ୍ ଯେପରି ଉଚ୍ଚ କାନ୍ଥରେ ଫାଟ ଦେଇ ପାଣି ପ୍ରବେଶ କରିବ ଏବଂ ଶୀଘ୍ର ପତନ ଘଟିବ। 14 ତୁମ୍ଭେମାନେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ତାହା ଏପରି ଅଦରକାରୀ ହେବ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥିରେ ଚୁଲ୍ଲୀରୁ ନିଆଁ ଆଣି ହେବ ନାହିଁ କି କୁଣ୍ଡରୁ ପାଣି ନେଇ ହେବ ନାହିଁ।”

15 ମୋର ପ୍ରଭୁ ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କୁହନ୍ତି, “ତୁମ୍ଭେମାନେ ଯଦି ମୋ’ ନିକଟକୁ ଫେରି ଆସିବ ତେବେ ତୁମ୍ଭେମାନେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ୱାସ ରଖିଲେ ବନ୍ଦ ହେବ।”

ମାତ୍ର ତୁମ୍ଭେମାନେ ଅସମ୍ମତ ହେଲ। 16 ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ। 17 ଜଣେ ବ୍ୟକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାୟନ କରିବେ। ପାଞ୍ଚ ଜଣଙ୍କ ଧମକରେ ତୁମ୍ଭେମାନେ ସମସ୍ତେ ପଳାୟନ କରିବ। କେବଳ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡସ୍ୱରୂପ ହୋଇ ଅବଶିଷ୍ଟ ରହିବ।

ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ

18 ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ।

19 ସଦାପ୍ରଭୁଙ୍କର ସନ୍ତାନଗଣ ଯିରୁଶାଲମର ସିୟୋନ ପର୍ବତରେ ବାସ କରିବେ। ତୁମ୍ଭେମାନେ ଆଉ କ୍ରନ୍ଦନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ରୋଦନ ଶୁଣିବେ ଓ ତୁମ୍ଭମାନଙ୍କୁ ଅନୁଗ୍ରହ କରିବେ। ସେ ଶୁଣିବା ମାତ୍ରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।

ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ

20 ମୋର ପ୍ରଭୁ ପରମେଶ୍ୱର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଳେଶରୂପକ ଜଳ ଦେଇଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭେମାନେ ତୁମ୍ଭର ଖାଲି ଚକ୍ଷୁରେ ତାଙ୍କର ଦର୍ଶନ ପାଇବ। 21 ପୁଣି ତୁମ୍ଭେମାନେ ଯଦି ଭୁଲ୍ କର କିମ୍ବା ଭୁଲ୍ ବାଟରେ ଯାଅ, ଦକ୍ଷିଣକୁ କିମ୍ବା ବାମରେ ଗଲାବେଳେ ପଛରୁ ଏକ ସ୍ୱର ଶୁଣିବ, “ଏ ହେଉଛି ପଥ, ଏହି ପଥରେ ଗମନ କର।”

22 ତୁମ୍ଭମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦେଇଛନ୍ତି। ମାତ୍ର ତୁମ୍ଭେମାନେ ସେହି ମିଥ୍ୟା ପ୍ରଭୁଙ୍କୁ ଆଉ ସେବା କରିବ ନାହିଁ। ଆଉ ତୁମ୍ଭେମାନେ ସେଗୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ୟ ଫିଙ୍ଗି ଦେବ ଏବଂ କହିବ “ଏଠାରୁ ବାହାରି ଯାଅ।”

23 ସେହି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦେବେ। ତୁମ୍ଭେମାନେ ଶସ୍ୟ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହେବ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଗ୍ଭରଣଭୂମି ହେବ। 24 ତୁମ୍ଭମାନଙ୍କର ଗ୍ଭଷ କରୁଥିବା ବଳଦ ଓ ଗର୍ଦ୍ଦଭମାନେ ଗ୍ଭଲୁଣି ଓ କୁଲାରେ ପରିଷ୍କୃତ ସୁମିଶ୍ରିତ ଖାଦ୍ୟ ଖାଇବେ। 25 ଯେଉଁଦିନ ଗଣହତ୍ୟା ହେବ ଓ ଦୁର୍ଗସବୁ ପତିତ ହେବ। ସେହି ଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କରେ ଝରଣା ଓ ଜଳସ୍ରୋତ ପ୍ରବାହିତ ହେବ।

26 ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସେହି ଦିନ ଚନ୍ଦ୍ରର ଦୀପ୍ତି ସୂର୍ଯ୍ୟର ଦୀପ୍ତିପରି ଉଜ୍ଜ୍ୱଳ ହେବ। ପୁଣି ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତିତୁଲ୍ୟ ସାତଗୁଣ ଉଜ୍ଜ୍ୱଳ ଦେଖାଯିବ।

27 ଦେଖ! ସଦାପ୍ରଭୁଙ୍କର ନାମ କ୍ରୋଧରେ ପ୍ରଜ୍ୱଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି। ତାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାଙ୍କର ଜିହ୍ୱା ସର୍ବଗ୍ରାସକ ଅଗ୍ନି ତୁଲ୍ୟ। 28 ସଦାପ୍ରଭୁଙ୍କର ଆତ୍ମା ନଦୀର ପ୍ଳାବିତ ସ୍ରୋତ ତୁଲ୍ୟ ସର୍ବଦେଶୀୟ ଲୋକମାନଙ୍କୁ ‘ଅସାରତା ରୂପକ ଗ୍ଭଲୁଣୀରେ’ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି। ଆଉ ସେହି ଗୋଷ୍ଠୀ ସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ।

29 ସେହି ସମୟରେ ପବିତ୍ର ଉତ୍ସବ ପାଳନ ରାତ୍ରିପରି ତୁମ୍ଭେମାନେ ଆନନ୍ଦରେ ଗାନ କରିବ। ପୁଣି ସଦାପ୍ରଭୁଙ୍କ ପର୍ବତକୁ ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେହିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ।

30 ପୁଣି ସଦାପ୍ରଭୁ ତାଙ୍କ କ୍ରୋଧର ପ୍ରଚଣ୍ଡତା ଉଚ୍ଚସ୍ୱରରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କ୍ରୋଧରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ୟ ସମସ୍ତ ଜିନିଷ ଭସ୍ମ କରି ଦେବ। ପୁଣି ସଦାପ୍ରଭୁଙ୍କର କ୍ରୋଧ ଝଡ଼, ତୋଫାନ ଓ ଶିଳାବୃଷ୍ଟି ତୁଲ୍ୟ ହେବ। 31 ସଦାପ୍ରଭୁଙ୍କ ରବ ଶୁଣି ଅଶୂର ଭୟଭୀତ ହେବ। ସେ ତାକୁ ଏକ ଦଣ୍ଡରେ ଆଘାତ କରିବେ। 32 ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣାରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତିରେ ସେ ଅଶୂରର ପତନ ଘଟାଇବେ।

33 ତୋଫତ୍ ବହୁକାଳରୁ ନିର୍ମିତ ହୋଇଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହୋଇଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥିରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ସ୍ରୋତପରି ପ୍ରଜ୍ୱଳିତ ହୋଇ ପୋଡ଼ି ପକାଏ।

ଇସ୍ରାଏଲ ପରମେଶ୍ୱରଙ୍କ ଶକ୍ତି ଉପରେ ନିର୍ଭର କରିବା ଉଚିତ୍

31 ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର। ମାତ୍ର ସଦାପ୍ରଭୁ ଜ୍ଞାନବାନ। ସେ ଅମଙ୍ଗଳ ଘଟାଇବେ। ସେ ନିଜର ବାକ୍ୟକୁ ଅନ୍ୟଥା କରିବେ ନାହିଁ। ସେ ମନ୍ଦାଗ୍ଭରୀମାନଙ୍କ ପ୍ରତିକୂଳରେ ଓ ଅଧର୍ମାଗ୍ଭରୀମାନଙ୍କ ସହାୟକଗଣଙ୍କ ବିରୁଦ୍ଧରେ ଉଠିବେ।

ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ।

ସଦାପ୍ରଭୁ ମୋତେ କହିଲେ, “ଯେତେବେଳେ ସିଂହ ଓ ଯୁବା ସିଂହ ଶିକାର ଧରେ ଓ ସେହି ମୃତ ପ୍ରାଣୀ ଉପରେ ସେତେବେଳେ ବହୁ ମେଷପାଳକ ତା’ ବିରୁଦ୍ଧରେ ଗର୍ଜନ କଲେ ହେଁ ସେ କେବେ ଭୟଭୀତ ହୁଏ ନାହିଁ।”

ସେହିପରି ସଦାପ୍ରଭୁ ସର୍ବଶକ୍ତିମାନ ସିୟୋନ ପର୍ବତରେ ଓ ତା’ର ଉପପର୍ବତରେ ଯୁଦ୍ଧ କରିବା ପାଇଁ ଓହ୍ଲାଇ ଆସିବେ। ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ବସାକୁ ରକ୍ଷା କରନ୍ତି। ସେହିପରି ସର୍ବଶକ୍ତିମାନ ସଦାପ୍ରଭୁ ଯିରୁଶାଲମକୁ ରକ୍ଷା କରିବେ। ସେ ତାକୁ “ଉଦ୍ଧାର ଓ ନିସ୍ତାର” କରିବେ।

ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଯେଉଁ ପରମେଶ୍ୱରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହୋଇଅଛ, ତାଙ୍କ ନିକଟକୁ ଫେରି ଆସ। କାରଣ ତୁମ୍ଭେମାନେ ପ୍ରତ୍ୟେକ ସ୍ୱର୍ଣ୍ଣ ଓ ରୌପ୍ୟ ନିର୍ମିତ ପ୍ରତିମାଗୁଡ଼ିକୁ ପୂଜା କରି ପାପ କରିଛ। ତେଣୁ ସେଗୁଡ଼ିକୁ ତୁମ୍ଭେମାନେ ପକାଇ ଦେବ।

ଏହା ସତ୍ୟ ସେଦିନ ଅଶୂର ‌‌ଖ‌ଡ଼୍‌ଗରେ ପତିତ ହେବ। ମାତ୍ର ତାହା ମନୁଷ୍ୟର ‌‌ଖ‌ଡ଼୍‌ଗ ନୁହେଁ। ଅଶୂର ସମ୍ପୂର୍ଣ୍ଣ ବିନଷ୍ଟ ହେବ ମାତ୍ର ତାହା ମନୁଷ୍ୟ ‌‌ଖ‌ଡ଼୍‌ଗରେ ନୁହେଁ। ପୁଣି ସେ ‌‌ଖ‌ଡ଼୍‌ଗରେ ସମ୍ମୁଖରୁ ପଳାୟନ କରିବ। ତା’ର ଯୁବକମାନେ କ୍ରୀତଦାସ ହେବେ। ଆଉ ତା’ର ଶୈଳ ଅନ୍ତର୍ହିତ ହେବ। ତା’ର ଅଧିପତିମାନେ ଧ୍ୱଜା ଛାଡ଼ି ପଳାୟନ କରିବେ।

ସଦାପ୍ରଭୁ ଏହିସବୁ କୁହନ୍ତି, “ତାଙ୍କର ଅଗ୍ନି ସିୟୋନରେ ଓ ଯଜ୍ଞବେଦି ଯିରୁଶାଲମରେ ଅଛି।”

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4

କେତେକ ବ୍ୟବହାରିକ କଥା

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମୋର ଆନନ୍ଦ ଓ ମୋର ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଗ୍ଭଲିଥାଅ।

ଇୟଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠାରେ ଏକମତ ହେବାକୁ ମୁଁ ନିବେଦନ କରେ। ହେ ବନ୍ଧୁ, ତୁମ୍ଭେ ଯେହେତୁ ମୋ’ ସହିତ ବିଶ୍ୱସ୍ତ ଭାବରେ ସେବା କରୁଛ, ଯେଉଁ ସ୍ତ୍ରୀଲୋକମାନେ ମୁଁ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୋ’ ସହିତ ପରିଶ୍ରମ କରିଅଛନ୍ତି, ସେମାନଙ୍କୁ ସାହାଯ୍ୟ କର ବୋଲି ତୁମ୍ଭକୁ ମୁଁ ନିବେଦନ କରେ। ସେମାନେ କ୍ଳେମେ‌ନ୍‌ସ ଏବଂ ମୋର ଅନ୍ୟ ସହକାରୀମାନଙ୍କ ସହିତ ସେବାକାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମ “ଜୀବନ-ପୁସ୍ତକ” [a]ରେ ଲେଖାଅଛି।

ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କହେ, ଆନନ୍ଦ କର।

ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ୱରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲାବେଳେ ସଦା ଧନ୍ୟବାଦ ଦିଅ। ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।

ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍‌‌ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର। ମୋ’ଠାରୁ ଯାହାସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମୋତେ ଯାହାସବୁ କରିଥିବା ଦେଖିଛ, ସେଗୁଡ଼ିକୁ କର। ଶାନ୍ତିଦାତା ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।

ଫିଲି‌ପ୍‌ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ଧନ୍ୟବାଦ

10 ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତିତ ହୋଇଥିବାରୁ ମୁଁ ପ୍ରଭୁଙ୍କଠାରେ ଆନନ୍ଦିତ। ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦେଖାଇବା ପାଇଁ ସୁଯୋଗ ପାଇ ନ ଥିଲ। 11 ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଗ୍ଭହୁଁଛି। କାରଣ ମୋରବର୍ତ୍ତମାନ ଯାହା ଅଛି ଏବଂ ଯାହା ମୋ’ ପାଇଁ ଘଟୁଛି, ସେଥିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି। 12 ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତାରେ କିପରି ରହିବାକୁ ହୁଏ, ତାହା ମଧ୍ୟ ମୁଁ ଜାଣେ। ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ଘଟଣାରେ ଆନନ୍ଦିତ ହେବାର ରହସ୍ୟ ମୁଁ ଜାଣେ। ଯେତେବେଳେ ମୋର ଖାଇବା ପାଇଁ ଯଥେଷ୍ଟ ଥାଏ କିଅବା ଯେତେବେଳେ ଯଥେଷ୍ଟ ନ ଥାଏ, ଯେତେବେଳେ ମୋର ପ୍ରଚୁର ଥାଏ ବା ଯେତେବେଳେ ମୋର ଅଭାବ ଥାଏ, ସେତେବେଳେ କିପରି ଆନନ୍ଦିତ ହୋଇପାରିବି, ତାହା ମୁଁ ଜାଣେ। 13 ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।

14 କିନ୍ତୁ ମୋର ସାହାଯ୍ୟ ଦରକାର ଥିଲାବେଳେ, ତୁମ୍ଭେମାନେ ମୋତେ ସାହାଯ୍ୟ କରି ଭଲ କରିଛ। 15 ମୁଁ ଯେତେବେଳେ ସେଠାରେ ସୁସମାଗ୍ଭର ପ୍ରଗ୍ଭର ଆରମ୍ଭ କଲି, ସେତେବେଳେ ତୁମ୍ଭେ ଫିଲି‌ପ୍‌ପୀବାସୀ, ତାହା ମନେ ରଖିଛ। ମୁଁ ଯେତେବେଳେ ମାକିଦନିଆ ଛାଡ଼ିଲି, ସେତେବେଳେ କେବଳ ତୁମ୍ଭର ମଣ୍ଡଳୀ ମୋତେ ସାହାଯ୍ୟ ଦେଇଥିଲା। 16 ଥେସଲନୀକୀ ନଗରରେ ଥିଲାବେଳେ ତୁମ୍ଭେମାନେ ଅନେକ ଥର ମୋର ଆବଶ୍ୟକତା ପୂରଣ କରିବାକୁ ଜିନିଷମାନ ପଠାଇଛ। 17 ମୁଁ ତୁମ୍ଭ ଉପହାର ପାଇଁ ଲାଳାୟିତ ନୁହେଁ କିନ୍ତୁ ମୁଁ ଗ୍ଭହେଁ ଯେ, ଦେବା ଦ୍ୱାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ। 18 ମୋରସମସ୍ତ ଆବଶ୍ୟକୀୟ ଜିନିଷ ମୋ’ ପାଖରେ ଅଛି। ଏପାଫ୍ରାଦିତଙ୍କ ଦ୍ୱାରା ତୁମ୍ଭେମାନେ ଉପହାରମାନ ପଠାଇଥିବାରୁ ମୋ’ ପାଖରେ ମୋର ଆବଶ୍ୟକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଛି। 19 ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନରେ ମୋ’ ପରମେଶ୍ୱର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କ ଧନର ବ୍ୟବହାର କରିବେ। 20 ଆମ୍ଭର ପରମେଶ୍ୱରଙ୍କ ମହିମା ଗୌରବ ସଦାସର୍ବଦା ହେଉ। ଆମେନ୍!

21 ଖ୍ରୀଷ୍ଟଙ୍କଠାରେ ପରମେଶ୍ୱରଙ୍କ ପ୍ରତ୍ୟେକ ପବିତ୍ର ଲୋକକୁ ନମସ୍କାର। ମୋ’ ସହିତ ଥିବା ପରମେଶ୍ୱରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। 22 ପରମେଶ୍ୱରଙ୍କ ସମସ୍ତ ଲୋକ ଓ ବିଶେଷ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେହି ବିଶ୍ୱାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି।

23 ତୁମ୍ଭ ସମସ୍ତଙ୍କ ସହିତ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରହିଥାଉ।

Oriya Bible: Easy-to-Read Version (ERV-OR)

2010 by World Bible Translation Center