Old/New Testament
ଉତ୍ତର ଇସ୍ରାଏଲକୁ ସତର୍କବାଣୀ
28 ଶମରିୟାକୁ ଗ୍ଭହଁ!
ଇଫ୍ରୟିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ।
କାରଣ ପର୍ବତ ଉପରେ ଅବସ୍ଥିତ
ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସେହି ନଗରୀକୁ ଶମରିୟାମାନେ
“ରମଣୀୟ ପୁଷ୍କର ମୁକୁଟ” ସଦୃଶ,
ମାତ୍ର ସେହି ଭୂଷଣ ସ୍ୱରୂପ ସୁନ୍ଦର ପୁଷ୍ପ ମ୍ଳାନ ହେବ।
2 ଦେଖ, ମୋର ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି।
ସେ ଶିଳାଯୁକ୍ତ ଝଡ଼ ଓ ପ୍ରଳୟକାଳର ବର୍ଷା ବତାସ ପରି ଆସିବ,
ଦ୍ରୁତ ଧାବିତ ବନ୍ୟାଜଳ ସଦୃଶ ପ୍ରବାହିତ ହୋଇ
ଶକ୍ତିଶାଳୀ ହସ୍ତରେ ତାକୁ ଭୂମିରେ ନିକ୍ଷେପ କରିବ।
3 ଇଫ୍ରୟିମର ମତ୍ତ ଲୋକମାନଙ୍କ “ଦର୍ପସ୍ୱରୂପ ମୁକୁଟ’
ପଦ ତଳେ ଦଳିତ ହେବ।
4 ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ “ମୁକୁଟ ସଦୃଶ
ସୁନ୍ଦର ଦେଶ ମ୍ଳାନ ପୁଷ୍ପ ପାଲଟିବ।’
ସେହି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ୱ ଡିମ୍ବିରି ଫଳ ସଦୃଶ ହେବ।
ଯେକେହି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।
5 ସେଦିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ “ବହୁତ ସୁନ୍ଦର ମୁକୁଟ” ସଦୃଶ ହେବେ। 6 ତା’ପରେ ସଦାପ୍ରଭୁ ବିଗ୍ଭର ନିମନ୍ତେ ବିଗ୍ଭରକଙ୍କୁ ବିଗ୍ଭର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ୱାରରେ ଯୁଦ୍ଧରେ ଫେରାଇ ଦିଅନ୍ତି ସେମାନଙ୍କ ପାଇଁ ବଳସ୍ୱରୂପ ହେବେ। 7 ମାତ୍ର ବର୍ତ୍ତମାନ ସେହି ପ୍ରାଚୀନ ବ୍ୟକ୍ତିଗଣ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଛନ୍ତି ଓ ସୁରାପାନରେ ବିପଥଗାମୀ ହୋଇଛନ୍ତି। ଯାଜକ ଓ ଭବିଷ୍ୟଦ୍ବକ୍ତା ସୁରାପାନ ଦ୍ୱାରା ବିଭ୍ରାନ୍ତ ହୋଇଛନ୍ତି। ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି ଓ ସେମାନେ ସୁରାପାନ ଦ୍ୱାରା ବିପଥରେ ଯାଇଛନ୍ତି। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ବିଗ୍ଭରରେ ଝୁଣ୍ଟି ପଡ଼ନ୍ତି। 8 ସମସ୍ତ ମେଜ ବାନ୍ତିରେ ପରିପୂର୍ଣ୍ଣ। ସେଠାରେ ମଇଳା ପାଇଁ ଯଥେଷ୍ଟ କୋଠରୀ ନ ଥିଲା।
ପରମେଶ୍ୱର ତାଙ୍କ ଦାସମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି
9 “ସଦାପ୍ରଭୁ ଜ୍ଞାନ ଶିକ୍ଷା ଦେବାକୁ ଇଚ୍ଛା କରନ୍ତି। ଓ ତାଙ୍କ ସୁସମାଗ୍ଭର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁଗ୍ଧ ପୋଷ୍ୟ ଶିଶୁ ସଦୃଶ ବୁଝିବାକୁ ଅକ୍ଷମ। 10 ତେଣୁ ସଦାପ୍ରଭୁ ଶିଶୁମାନଙ୍କୁ ବୁଝାଇବା ଢଙ୍ଗରେ କୁହନ୍ତି, କାରଣ ଏ ତ:
“ବିଧି ଉପରେ ବିଧି, ବିଧି ଉପରେ ବିଧି,
ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି,
ଏଠି ଅଳ୍ପ ସେଠି ଅଳ୍ପ।”
11 ସଦାପ୍ରଭୁ ଅଦ୍ଭୂତ ସ୍ୱରରେ ଓ ଅନ୍ୟ ଭାଷାରେ ଲୋକମାନଙ୍କୁ କଥା କହିବେ।
12 ଅତୀତରେ ପରମେଶ୍ୱର ସେମାନଙ୍କୁ କହିଥିଲେ “ଏଠାରେ ଏକ ବିଶ୍ରାମସ୍ଥଳ ଅଛି। ଏହି ଶାନ୍ତିମୟ ସ୍ଥାନରେ ଯେଉଁମାନେ ଆରାମ ଗ୍ଭହୁଁଛ ଆସି ଆରାମ କର।”
ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ। 13 ତେଣୁ ପରମେଶ୍ୱରଙ୍କର ବାକ୍ୟ ବିଦେଶୀ ଭାଷାରେ କୁହାଯାଏ:
“ବିଧି ଉପରେ ବିଧି, ବିଧି ଉପରେ ବିଧି,
ଧାଡ଼ି ଉପରେ ଧାଡ଼ି; ଧାଡ଼ି ଉପରେ ଧାଡ଼ି,
ଏଠି ଅଳ୍ପ, ସେଠି ଅଳ୍ପ।”
କାରଣ ଲୋକମାନେ ଇଚ୍ଛାନୁସାରେ କାର୍ଯ୍ୟ କଲେ। ତେଣୁ ସେମାନେ ପଛକୁ ପଡ଼ି ଭଗ୍ନ ହେଲେ। ସେମାନେ ଫାନ୍ଦରେ ପଡ଼ିଲେ ଓ ଧୃତ ହେଲେ।
ପରମେଶ୍ୱରଙ୍କ ବିଗ୍ଭରରେ କେହି ଛାଡ଼ ପାଇବେ ନାହିଁ
14 ହେ ଯିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 15 ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁସହିତ ସନ୍ଧି କରିଅଛୁ ଓ ପାତାଳ ସହିତ ଚୁକ୍ତି କରିଅଛୁ। ତେଣୁ ଜଳ ପ୍ରଳୟରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭେମାନେ ମିଥ୍ୟାର ଆଶ୍ରୟ ନେଇଅଛୁ ଓ ଅସତ୍ୟ ପଛରେ ନିଜକୁ ଲୁଗ୍ଭଇ ରଖିଅଛୁ।”
16 ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।
17 “ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।”ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ। 18 ମୃତ୍ୟୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହେବ, ପାତାଳ ସହିତ ସନ୍ଧି କିଛି କାମ ଦେବ ନାହିଁ।
“କେତେକ ଲୋକ ତୁମ୍ଭମାନଙ୍କୁ ଶାସ୍ତି ଦେବାକୁ ଆସିବେ। ପ୍ରଳୟରୂପୀ ଜଳ କୋରଡ଼ା ସଦୃଶ ତୁମ୍ଭମାନଙ୍କୁ ପାଦରେ ଦଳି ଦେବେ। 19 ଏହା ବହୁ ସମୟ ଆସି ତୁମ୍ଭକୁ ନେବ। ଏହା ସକାଳେ, ମଧ୍ୟାହ୍ନ, ସନ୍ଧ୍ୟାବେଳେ ପ୍ରକାଶିତ ହେବ।
“ଆଉ ଯେତେବେଳେ ତୁମ୍ଭେ ବୁଝ, ତାହା ଅତି ଭୟଙ୍କର ହେବ। 20 ତୁମ୍ଭକୁ ଆବୃତ କରିବା ପାଇଁ ତୁମ୍ଭ ଶଯ୍ୟା ଛୋଟ ହେବ। କୌଣସି କମ୍ବଳ ତୁମ୍ଭକୁ ଆବୃତ କରି ପାରିବ ନାହିଁ। ”
21 ସଦାପ୍ରଭୁ ପାରାସୀମ ପର୍ବତରେ ଉଠିଲାପରି ଉଠିବେ। ଗିବିୟୋନ ଉପତ୍ୟକାରେ ଯେପରି କ୍ରୋଧାନ୍ୱିତ ହୋଇଥିଲେ, ସେହିପରି କ୍ରୋଧ କରିବେ। ସେତେବେଳେ ସେ ଅଦ୍ଭୂତକାର୍ଯ୍ୟ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ଯ୍ୟ ତଥା ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିବେ। 22 ବର୍ତ୍ତମାନ ଆଉ ତୁମ୍ଭେମାନେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଗ୍ଭରି ପାଖରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହେବ।
କାରଣ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭେ ଯାହା ଶୁଣିଛୁ ତାହା ଅନ୍ୟଥା ହେବ ନାହିଁ। ଯେହେତୁ ସେ ସମଗ୍ର ବିଗ୍ଭର ଶାସନକର୍ତ୍ତା, ତାଙ୍କର ବାକ୍ୟ ଓ କାର୍ଯ୍ୟ ନିଶ୍ଚିତରୂପେ କାର୍ଯ୍ୟକାରୀ ହେବ। ଆଉ ସେ ସମଗ୍ର ବିଶ୍ୱକୁ ନିଶ୍ଚିତ ଧ୍ୱଂସ କରିବେ।
ସଦାପ୍ରଭୁ ନ୍ୟାୟରେ ଦଣ୍ଡ ଦିଅନ୍ତି
23 ତୁମ୍ଭେମାନେ ମନୋଯୋଗ ସହକାରେ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦିଅ ଓ ଗ୍ରହଣ କର। 24 କୃଷକ କ’ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ? ସେ କ’ଣ ସର୍ବଦା ଭୂମିକୁ ଶିଆର କରି ଟେଳା ଭାଙ୍ଗେ? 25 କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନରେ ଯବ ଏବଂ କ୍ଷେତ୍ରର ସୀମାରେ ଜହ୍ନା ବୁଣିଥାଏ।
26 ଆମ୍ଭର ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ଏପରି କରୁଛନ୍ତି। ସେ ଆମ୍ଭମାନଙ୍କୁ ଏହି ଦୃଷ୍ଟାନ୍ତ ଦେଖାଇ ଯଥାର୍ଥ ଭାବରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି। 27 କୃଷକ କ’ଣ କଳାଜିରାକୁ କୌଣସି ତୀକ୍ଷ୍ଣ ପତ୍ରରେ ପେଷେ? ସେ କ’ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ? ସେ ଯଷ୍ଟି ବ୍ୟବହାର କରି ସେମାନଙ୍କୁ ଅମଳ କରେ। 28 ଜଣେ ସ୍ତ୍ରୀଲୋକ ପାଣି ଅଟା ସହିତ ମିଶାଏ ଏବଂ ରୋଟୀ କରିବା ପାଇଁ ହାତରେ ଦଳେ, ମାତ୍ର ସେ ତାହା ଚିରକାଳ କରେ ନାହିଁ। ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସେହିପରି ଶିକ୍ଷା ଦିଅନ୍ତି। ସେ ଯଦିଓ ଶକଟଚକ୍ର ଘୁରାନ୍ତି, ସେ ତାଙ୍କର ଅଶ୍ୱଗଣକୁ ଚୂର୍ଣ୍ଣ କରନ୍ତି ନାହିଁ। 29 ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଏହି ଶିକ୍ଷା ମିଳିଥାଏ। ସେ ଆଶ୍ଚର୍ଯ୍ୟ ଜନକ ମନ୍ତ୍ରଣା ଦିଅନ୍ତି ଓ ପ୍ରକୃତରେ ସେ ଜ୍ଞାନରେ ମହାନ।
ଯିରୁଶାଲମ ପାଇଁ ପରମେଶ୍ୱରଙ୍କ ପ୍ରେମ
29 ପରମେଶ୍ୱର କୁହନ୍ତି, “ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର। ବର୍ଷକୁ ବର୍ଷ ଯୋଗ କର। ପର୍ବଗୁଡ଼ିକ ପାଳି ଅନୁକ୍ରମେ ଆସୁ। 2 ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।
3 “ପୁଣି ମୁଁ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବି। ତୁମ୍ଭ ବିପକ୍ଷରେ ଗଡ଼ ସୃଷ୍ଟି କରିବି ଯେ କି ତୁମ୍ଭକୁ ବେଷ୍ଟନ କରିବ ଓ ତୁମ୍ଭ ପ୍ରତିକୂଳରେ ତାହା ତୁମ୍ଭକୁ ଅନୁରୋଧ କରିବ। 4 ଏଥିରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ୱର କ୍ଷୀଣ ହେବ ଓ ତାହା ଭୂତର ସ୍ୱର ତୁଲ୍ୟ ହେବ। ତୁମ୍ଭର ସ୍ୱର ଧୂଳି ଉପରୁ ଫୁସ୍ଫୁସ୍ ଶବ୍ଦ ସ୍ୱରରେ କହିଲା ପରି ହେବ।”
5 ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହେବେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ୟ ହେବ ଓ ଏସବୁ ନିମିଷକରେ ଘଟିବ। 6 ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାୟୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ୱଂସ କରିବେ। 7 ବହୁ ଜାତିଗଣ ଅରୀୟେଲ ବିପକ୍ଷରେ ଯୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳୀନ ସ୍ୱପ୍ନ ଓ ଦର୍ଶନ ତୁଲ୍ୟ ହେବ। 8 ଯେପରି ସ୍ୱପ୍ନରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବରେ ସେହି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥା’ନ୍ତି, ଠିକ୍ ସେହିପରି ସେହି ଜାତିଗଣ ସିୟୋନ ପାଇଁ ସେମାନଙ୍କର ଇଚ୍ଛା ଅନୁସାରେ କିଛି କରି ପାରିବେ ନାହିଁ। ସେହିପରି ସିୟୋନ ପର୍ବତର ବିପକ୍ଷରେ ଯୁଦ୍ଧ କରୁଥିବା ବହୁ ଗୋଷ୍ଠୀଗଣ ନିଜ ଇଚ୍ଛା ଅନୁସାରେ ପାଇବେ ନାହିଁ।
9 ତୁମ୍ଭେମାନେ ଅଜ୍ଞାତ ଓ ଚମତ୍କୃତ ହୁଅ।
ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ।
ଟଳଟଳ ହୁଅ, କିନ୍ତୁ ସୁରାପାନରେ ନୁହେଁ।
10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଛନ୍ତି।
ସେ ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ।
ପୁଣି ଭବିଷ୍ୟଦ୍ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ।
11 ସେସବୁ ଜିନିଷର ଦୃଶ୍ୟବଦ୍ଧ ପୁସ୍ତକ ପରି! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦେବ ଯିଏ ପଢ଼ିପାରିବ ଏବଂ କହିବ, “ଏହାକୁ ପଢ଼। ସେ କହିବ, ମୁଁ କରି ନ ପାରେ, ଏହା ବନ୍ଦ ଅଛି।” 12 ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦେବ, ସେମାନେ ମଧ୍ୟ ସାଧାରଣ ଭାବରେ କହିବେ, “ସେଗୁଡ଼ିକ ଅକ୍ଷରରେ ଛପା ହୋଇଛି। ମୁଁ ପଢ଼ିପାରିବି ନାହିଁ।”
13 ମୋର ପ୍ରଭୁ କୁହନ୍ତି, “ସେମାନଙ୍କର ମୁଖ ସହିତ ଏହି ଲୋକମାନେ ମୋ’ ପାଖକୁ ଆସନ୍ତି। ସେମାନେ ନିଜର ଓଷ୍ଠାଧରରେ ମୋର ସମ୍ମାନ କରନ୍ତି। ମାତ୍ର ପ୍ରକୃତରେ ସେମାନେ ମୋ’ଠାରୁ ବହୁତ ଦୂରେଇ ରହନ୍ତି। ମୋ’ ପ୍ରତି ସେମାନଙ୍କର ଭୟ ଓ ପ୍ରେମ ଅନ୍ୟ କିଛି ନୁହେଁ, କିନ୍ତୁ କେବଳ ମାନବିକ ଶିକ୍ଷା ଓ ବେଳେବେଳେ ଉପଦେଶ। 14 ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୂତ ଓ ଆଶ୍ଚର୍ଯ୍ୟ କର୍ମମାନ କରି ଗ୍ଭଲିବି। ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନେ ସେମାନଙ୍କର ବୁଦ୍ଧି ହରାଇବେ।”
15 ଯେଉଁମାନେ ସଦାପ୍ରଭୁଙ୍କଠାରେ ନିଜ ନିଜ ମନ୍ତ୍ରଣାକୁ ଲୁଗ୍ଭଇବାକୁ ଚେଷ୍ଟା କରନ୍ତି ସେମାନେ ଦୁଃଖ ପାଆନ୍ତି। ସେମାନେ ଅନ୍ଧକାରରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, “କେହି ଆମ୍ଭମାନଙ୍କୁ ଦେଖୁ ନାହିଁ କି କେହି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।”
16 ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଇବ। କୁମ୍ଭକାର କ’ଣ ମାଟିର ତୁଲ୍ୟ ହେବ? ନିର୍ମିତ ବସ୍ତୁ କ’ଣ ନିର୍ମାଣ କର୍ତ୍ତା ବିଷୟରେ କହିବ, “ଏ ବ୍ୟକ୍ତି ମୋତେ ନିର୍ମାଣ କରି ନାହିଁ।” ପୁଣି ଗଢ଼ାବସ୍ତୁ କ’ଣ ବ୍ୟକ୍ତି ବିଷୟରେ କହିବ, “ଏ ବ୍ୟକ୍ତିର ବୁଦ୍ଧି ନାହିଁ।”
ସୁସମୟ ଆସୁଛି
17 ଏହା ସତ୍ୟ ଯେ, ଅତି ଅଳ୍ପ ସମୟ ପରେ ଲିବାନୋନ ଫଳପୂର୍ଣ୍ଣ କ୍ଷେତ୍ରରେ ପରିଣତ ହେବ ଓ ଫଳବତୀ କ୍ଷେତ୍ର ଅରଣ୍ୟରେ ପରିଣତ ହେବ। 18 ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧ୍ୟରେ ଅନ୍ଧ ଦେଖିବ। 19 ସଦାପ୍ରଭୁଙ୍କଠାରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମ ସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।
20 ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହୋଇଛନ୍ତି ଓ ଅଧର୍ମକାର୍ଯ୍ୟ କରୁଥିବା ବ୍ୟକ୍ତି ଧ୍ୱଂସ ହୋଇଛନ୍ତି। 21 ସେମାନେ କଥାରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ୱାରରେ ଦୋଷଯୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।
22 ତେଣୁ ଅବ୍ରହାମଙ୍କର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କୁହନ୍ତି, “ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହେବ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ। 23 ସେମାନେ ଯେତେବେଳେ ମୋର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧ୍ୟରେ ଦେଖିବେ ସେତେବେଳେ ସେମାନେ ମୋର ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ୟ ଯାକୁବର ଧର୍ମସ୍ୱରୂପକୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଓ ଭକ୍ତି କରିବେ। 24 ବହୁ ମନ୍ଦ କର୍ମରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହେବେ ଓ ଅଭିଯୋଗକାରୀ ତତ୍ତ୍ୱକଥା ଶିଖିବେ।”
ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ
3 ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।
2 ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ [a] ହେବା ପାଇଁ ଦାବୀ କରନ୍ତି। 3 କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ। 4 ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା’ର କାରଣ ଅଛି, ତା’ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। 5 ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। 6 ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ।
7 ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। 8 ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। 9 ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। 11 ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇପାରେ, ଏ ଭରସା ମୋର ଅଛି।
ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା
12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।
15 ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା’ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ। 16 କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍।
17 ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମୋ’ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦେଖାଇଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସେହି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସେମାନଙ୍କୁ ଅନୁସରଣ କର। 18 ଅନେକ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନେକଥର ଏହି ଲୋକମାନଙ୍କ ବିଷୟରେ କହିଛି। ଏବେ ମଧ୍ୟ ମୁଁ କାନ୍ଦିକାନ୍ଦି ସେମାନଙ୍କ ବିଷୟରେ କହୁଛି। 19 ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା’ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି। 20 କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି। 21 ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।
2010 by World Bible Translation Center