Old/New Testament
ସୋର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
23 ସୋର ବିଷୟରେ ଏକ ଦୁଃଖ ବାର୍ତ୍ତା:
“ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭେମାନେ ହାହାକାର କର।
କାରଣ ତୁମ୍ଭର ପୋତାଶ୍ରୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।”
କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।
2 ହେ ଦ୍ୱୀପ ନିବାସୀଗଣ ତୁମ୍ଭେମାନେ ନୀରବ ହୁଅ ଓ ଦୁଃଖିତ ହୁଅ।
ସୋର ଥିଲା “ସୀଦୋନର” ବଣିକ।
ସେହି ଦେଶର ବଣିକମାନେ ସମୁଦ୍ର ପାର ହୋଇ ତୁମ୍ଭର ଦେଶକୁ ଧନରେ ପରିପୂର୍ଣ୍ଣ କଲେ।
3 ସେହି ଲୋକମାନେ ଶସ୍ୟ ଖୋଜି ସମୁଦ୍ର ଆକ୍ରମଣ କଲେ।
ସୋରର ସେହି ବଣିକଗଣ ନୀଳନଦୀର ଶସ୍ୟ କିଣିଲେ
ଓ ଅନ୍ୟ ଦେଶରେ ବିକ୍ରୟ କଲେ।
4 ହେ ସୀଦୋନ, ତୁମ୍ଭେମାନେ ଲଜ୍ଜିତ ହୁଅ।
କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି:
“ମୋର ପିଲା ନାହାନ୍ତି।
ତେଣୁ ମୁଁ ପ୍ରସବ ବେଦନା ଅନୁଭବ କରି ନାହିଁ।
ପ୍ରସବ କରି ନ ଥିବାରୁ ଯୁବକମାନଙ୍କର ପ୍ରତିପାଳନ କରି ନାହିଁ
କିମ୍ବା ଯୁବତୀମାନଙ୍କର ଭରଣପୋଷଣ କରି ନାହିଁ।”
5 ମିଶର ସୋର ବିଷୟରେ ଏହି ସମ୍ବାଦ ଶୁଣିବ
ଓ ବ୍ୟଥିତ ହେବ।
6 ହେ ଜାହାଜଗଣ, ତୁମ୍ଭେମାନେ ତର୍ଶୀଶକୁ ଫେରିଯାଅ।
ହେ ଦ୍ୱୀପ ନିବାସୀମାନେ, ତୁମ୍ଭେମାନେ ହାହାକାର କର।
7 ଅତୀତରେ ସୋର ତୁମ୍ଭର ଆନନ୍ଦମୟୀ ନଗର ଥିଲା।
ସେହି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା।
ସେହି ନଗରର ଲୋକେ ଦୂର ଦେଶରେ ବାସ କରିବାକୁ ଯାଇଛନ୍ତି।
8 ସୋର ନଗର ବହୁ ପ୍ରାଚୀନ ବ୍ୟକ୍ତି ଜନ୍ମ ଦେଇଛି।
ସେଠିକାର ବଣିକଗଣ ରାଜ ତୁଲ୍ୟ।
ତା’ର ଲୋକ ଯେ କି କିଣା ବିକା କରନ୍ତି, ସେମାନେ ସବୁ ସ୍ଥାନରେ ସମ୍ମାନ ଲାଭ କରନ୍ତି। ସେମାନେ ପୃଥିବୀର ସମ୍ଭ୍ରାନ୍ତ ମହାଜନ।
ତେଣୁ ତାଙ୍କ ବିପକ୍ଷରେ କିଏ ମନ୍ତ୍ରଣା କରିଅଛି?
9 ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ,
ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
10 ହେ ତର୍ଶୀଶର କନ୍ୟାଗଣ, ତୁମ୍ଭେ ଫେରି ଯାଅ
ଏବଂ ନିଜର ଜମିରେ ଗ୍ଭଷ କର,
କାରଣ ତୁମ୍ଭର ଆଶ୍ରୟସ୍ଥଳ ଧ୍ୱଂସ ପାଇଯାଇଛି।
11 ସଦାପ୍ରଭୁ ସମୁଦ୍ର ଉପରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି।
ସେ ସୋର ବିପକ୍ଷରେ ଯୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି।
ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ
ଧ୍ୱଂସ କରିବାକୁ ଆଜ୍ଞା ଦେଇଛନ୍ତି।
12 ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା,
ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ।
ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ,
ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।”
13 ତେଣୁ ସୋର ଲୋକମାନେ କୁହନ୍ତି, “ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।”
ମାତ୍ର କଲ୍ଦୀୟମାନଙ୍କର ଦେଶକୁ ଦେଖ।
ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ।
ଅଶୂରୀୟମାନେ ତାକୁ ଆକ୍ରମଣ କରି ତା’ର ଗ୍ଭରିପଟେ ଦୁର୍ଗ ନିର୍ମାଣ କରିଛନ୍ତି।
ତା’ର ସୈନ୍ୟମାନେ ସେହି ରମଣୀୟ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନେଇଛନ୍ତି।
ବାବିଲକୁ ଧ୍ୱଂସ ସ୍ତୁପରେ ପରିଣତ କରି
ତାକୁ ବନ୍ୟ ଜନ୍ତୁଙ୍କର ବାସସ୍ଥଳୀରେ ପରିଣତ କରିଛନ୍ତି।
14 ହେ ତର୍ଶୀଶ୍ର ଜାହାଜସମୂହ, ହାହାକାର କର।
କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ୱଂସ ହୋଇଛି।
15 ସୋର ବିଷୟରେ ଲୋକେ ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହେବେ।
ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପରେ ସୋର ପ୍ରତି ବେଶ୍ୟାର ଗୀତ ଅନୁଯାୟୀ ଘଟିବ।
16 “ହେ ବିସ୍ତୃତ ବେଶ୍ୟେ!
ବୀଣା ନେଇ ନଗର ଭ୍ରମଣ କର।
ମଧୁର ତାଳରେ ବଜାଅ ଓ ଅନେକ ଗୀତ ଗାଅ।
ତାହାହେଲେ ତୁମ୍ଭେମାନେ ସ୍ମୃତି ପଥରେ ଆସିବ।”
17 ସତୁରି ବର୍ଷ ପରେ ସଦାପ୍ରଭୁ ସୋର ବିଷୟରେ ବିବେଚନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦେବେ। ସୋର ତା’ର ବାଣିଜ୍ୟ ବୃତ୍ତିକି ଫେରିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ୟା ସଦୃଶ ହେବ। 18 ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚୟ କରିବ ନାହିଁ। ତା’ର ଭଡ଼ା ଓ ବାଣିଜ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆଯିବ। ସଦାପ୍ରଭୁଙ୍କ ସେବକ ପୂର୍ଣ୍ଣ ପ୍ରାଣରେ ଭକ୍ଷ୍ୟଣ କରିବେ ଓ ସେହି ପଇସାରେ ସୁନ୍ଦର ପୋଷାକ ପରିଧାନ କରିବେ।
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ
24 ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ୱଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି। 2 ସେତେବେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କର୍ତ୍ତ୍ରୀ, କ୍ରେତା ଓ ବିକ୍ରେତା, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହେବେ ଓ ସମାନ ଅବସ୍ଥା ଘଟିବ। 3 ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହେବେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହେବେ। ଏହା ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି। 4 ପୃଥିବୀ ଶୂନ୍ୟ ହେବ ଓ ଦୁଃଖିତ ହେବ। ସେ ମ୍ଳାନ ଓ ନିସ୍ତେଜ ହେବ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହେବେ।
5 ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସେମାନେ ପରମେଶ୍ୱର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସେମାନେ ପରମେଶ୍ୱରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାନ୍ତି। ଅନନ୍ତକାଳସ୍ଥାୟୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି। 6 ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ।
7 ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି। 8 ଲୋକମାନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହୋଇଛନ୍ତି। ସମସ୍ତ ଆନନ୍ଦ ଧ୍ୱନି ନୀରବ ହୋଇଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହୋଇଅଛି। 9 ଲୋକମାନେ ସୁରାପାନ କଲାବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାନ୍ତି। ସୁରାପାନ ସେମାନଙ୍କୁ ତିକ୍ତ ବୋଧ ହେଉଅଛି।
10 ସମସ୍ତ ନଗରଟି ଧ୍ୱଂସ ହେଇଅଛି। ସମସ୍ତ ଦ୍ୱାର ରୁଦ୍ଧ। ଲୋକମାନେ ଗୃହରେ ପ୍ରବେଶ କରିପାରୁ ନାହାନ୍ତି। “ସର୍ବତ୍ର ବିଭ୍ରମତା ସୃଷ୍ଟି ହୋଇଛି।” 11 ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି। 12 କେବଳ ନଗରରେ ପ୍ରତ୍ୟେକ ଜାଗାରେ ଧ୍ୱଂସତା ଦେଖାଯାଉଛି। ସମସ୍ତ ଦ୍ୱାର ଭଗ୍ନ ଓ ବିନଷ୍ଟ ହୋଇଛି।
13 ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପରେ କିଛି ଜୀତଫଳ ରହିଯାଏ
ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛରେ ଛାଡ଼ି ଯାଇଥାଏ,
ସେହିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ।
14 ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କରିବେ।
କାରଣ ସଦାପ୍ରଭୁଙ୍କ ମହିମା ହେତୁ ସେମାନେ ଏହା କରିବେ।
15 ସେହି ଲୋକମାନେ କହିବେ, “ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ଦୂରଦେଶର ଲୋକମାନେ,
ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।”
16 ଆମ୍ଭେମାନେ ପୃଥିବୀର ସର୍ବତ୍ର ପରମେଶ୍ୱରଙ୍କ ପ୍ରଶଂସା ଶୁଣିବୁ।
ଏହି ମହିମା ଗାନ ହେଉଛି ମଙ୍ଗଳମୟ ପରମେଶ୍ୱରଙ୍କ ସମ୍ବନ୍ଧରେ।
କିନ୍ତୁ ମୁଁ କହେ, “ମୁଁ କ୍ଷୀଣ ହେଉଅଛି।
ମୁଁ ସନ୍ତାପର ପାତ୍ର
ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଛନ୍ତି।
ସେମାନେ ଭୟଙ୍କର ବିଶ୍ୱାସଘାତକତା କରିଛନ୍ତି।”
17 ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି।
ସେମାନଙ୍କ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।
18 ଯେତେବେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ
ଓ ପଳାୟନ କରିବେ,
ସେମାନେ ସେତେବେଳେ ଗର୍ତ୍ତରେ ପଡ଼ିବେ।
ସେମାନଙ୍କ ମଧ୍ୟରୁ କେତେକ ଗର୍ତ୍ତରୁ ଉଠି
ଉପରକୁ ଆସିଲେ ଫାନ୍ଦରେ ପଡ଼ିବେ।”
କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି
ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।
19 ପୃଥିବୀ ବିଦୀର୍ଣ୍ଣ ହୋଇ ଖଣ୍ଡ ବିଖଣ୍ଡିତ ହେଉଅଛି,
ଏହା ଥରି ବିଚଳିତ ହୋଇ ନଷ୍ଟ ହେଉଅଛି।
20 ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ଯାଇଛି
ଓ ସେହି ଭାରରେ ତାହାର ପତନ ଘଟିବ।
ପୃଥିବୀ ଗୋଟିଏ ମଦ୍ୟପ ପରି ପଡ଼ିବ
ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ।
ଏହା ଆଉ ତିଷ୍ଠିବ ନାହିଁ।
21 ସେଦିନ ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ସୈନ୍ୟଙ୍କୁ ସୀମାନ୍ତଙ୍କୁ ଊର୍ଦ୍ଧ୍ୱରେ
ଓ ପୃଥିବୀସ୍ଥ ରାଜାମାନଙ୍କୁ ପୃଥିବୀରେ ପ୍ରତିଫଳ ଦେବେ।
22 ବନ୍ଦୀମାନେ କୂପରେ ଏକତ୍ରିତ ହେଲାପରି
ସେମାନେ ଏକତ୍ରିତ ହେବେ।
ସେମାନଙ୍କ ମଧ୍ୟରୁ କେତେକ ବନ୍ଦୀଗୃହରେ ରୁଦ୍ଧ ହେବେ।
ବହୁ ଦିନ ପରେ ସେମାନେ ଦଣ୍ଡିତ ହେବେ।
23 ସେତେବେଳେ ସଦାପ୍ରଭୁ ସିୟୋନ ପର୍ବତ ଉପରେ ଯିରୁଶାଲମରେ ପ୍ରାଚୀନବର୍ଗ ସମ୍ମୁଖରେ ରାଜତ୍ୱ କଲାପରି ଶାସନ କରିବେ।
ତାଙ୍କର ଗୌରବ ଏପରି ମହିମାନ୍ୱିତ ହେବ ଯେ
ଚନ୍ଦ୍ର ତାର ନିକଟରେ ଅପ୍ରସ୍ତୁତ ହେବେ
ଓ ସୂର୍ଯ୍ୟ ଲଜ୍ଜିତ ହେବେ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗାନ
25 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି।
କାରଣ ତୁମ୍ଭେ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସମ୍ପାଦନ କରିଅଛ।
ତୁମ୍ଭେ ପୁରାତନ କାଳରେ ଯାହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ୟରେ ପରିଣତ ହୋଇଛି।
ତୁମ୍ଭେ ଯାହାସବୁ କହିଥିଲ, ତାହା ହିଁ ଘଟିଅଛି।
2 ସୁଦୃଢ଼ ପ୍ରାଚୀର ବେଷ୍ଠିତ ସୁରକ୍ଷିତ ନଗରକୁ ତୁମ୍ଭେ ଧ୍ୱଂସ କରିଅଛ
ଓ ବର୍ତ୍ତମାନ ତାକୁ ଏକ ପଥର ଗଦାରେ ପରିଣତ କରିଅଛ।
ବିଦେଶୀମାନଙ୍କ ରାଜପ୍ରାସାଦକୁ ବିନଷ୍ଟ କରିଛ
ଓ ତାହା କେବେ ପୁନର୍ବାର ନିର୍ମିତ ହେବ ନାହିଁ।
3 ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ।
ଆତଙ୍କିତ ନଗରର ଲୋକମାନେ ଭୟ କରିବେ।
4 ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ,
ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ।
ବନ୍ୟା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ,
ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ୟ
ଗୃହ ମଧ୍ୟରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରୟସ୍ଥଳ।
5 ଶୁଷ୍କ ଦେଶରେ ତାପକୁ ଦୂର କଲାପରି
ବିଦେଶୀମାନଙ୍କର କୋଳାହଳକୁ ତୁମେ ନିବାରଣ କରିବ।
ମେଘରେ ଛାୟା ଯେପରି ଗରମ ଦିନରେ ତାପକୁ କୋମଳ କରେ,
ତୁମେ ପରମେଶ୍ୱର ଭୟଙ୍କର ଲୋକମାନଙ୍କର ଗୀତକୁ ବନ୍ଦ କରିବ।
ତାଙ୍କର ସେବକମାନଙ୍କ ପାଇଁ ପରମେଶ୍ୱରଙ୍କ ବଡ଼ ଭୋଜି
6 ସେତେବେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦେବେ। ସେହି ଭୋଜିରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀୟ ଦ୍ରାକ୍ଷାରସ କୋମଳ ସ୍ୱାଦଯୁକ୍ତ ମାଂସ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦ୍ରବ୍ୟ।
7 ସମସ୍ତ ଗୋଷ୍ଠୀମାନଙ୍କ ଉପରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତରେ “ବିନାଶ” କରିବେ। 8 ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।
9 ସେତେବେଳେ ଲୋକେ ଏହି କଥା କହିବେ,
“ଏହି ଆମର ପରମେଶ୍ୱର
ଯାହାଙ୍କୁ ଆମ୍ଭେମାନେ ବହୁତ ସମୟ ଧରି ଅପେକ୍ଷା କରିଅଛୁ।
ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି।
ତାହାଙ୍କ ଦୃଢ଼ ପରିତ୍ରାଣରେ ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବୁ,
ଯେତେବେଳେ ସେ ଆମ୍ଭକୁ ରକ୍ଷା କରନ୍ତି।”
10 ଏହି ପର୍ବତ ଉପରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ।
ମାତ୍ର ଖାତକୁଣ୍ଡରେ କୁଟା ଦଳିତ ହେଲାପରି ମୋୟାବ ନିଜ ସ୍ଥାନରେ ଦଳିତ ହେବ।
11 ଯଦିଓ ସନ୍ତରଣକାରୀ ପରି ହସ୍ତ ପ୍ରସାରଣ କରିବେ ସଦାପ୍ରଭୁ ତାଙ୍କର ହସ୍ତ ବିସ୍ତାର କରିବେ।
ଲୋକମାନେ ଯେଉଁ ବିଷୟରେ ଗର୍ବ କରନ୍ତି
ଓ ଯାହାସବୁ ତାଙ୍କ ହସ୍ତ ନିର୍ମାଣ କରିଛି,
ସେ ସମସ୍ତ ହସ୍ତ ନିର୍ମାଣ କରିଛି, ସେ ସମସ୍ତ ବିଷୟ ତଳକୁ ଆଣି ଦିଏ।
12 ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ
ଓ ଭୂମିସାତ୍ କରି ତାକୁ ଧୂଳିରେ ମିଶାଇ ଦେବେ।
1 ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ [a] ଏବଂ ବିଶେଷ ସେବକମାନଙ୍କୁ ପତ୍ର।
2 ଆମ୍ଭ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ପାଉଲଙ୍କ ପ୍ରାର୍ଥନା
3-4 ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, ସେତେଥର ପରମେଶ୍ୱରଙ୍କୁ ଆନନ୍ଦ ସହକାରେ ପ୍ରାର୍ଥନାରେ ଧନ୍ୟବାଦ ଦିଏ। 5 ଲୋକମାନଙ୍କୁ ସୁସମାଗ୍ଭର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାଯ୍ୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ବିଶ୍ୱାସ କରିବା ପ୍ରଥମଦିନଠାରୁ ଏବେ ପର୍ଯ୍ୟନ୍ତ ତୁମ୍ଭେ ସାହାଯ୍ୟ କରି ଆସୁଛ। 6 ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ।
7 ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ। 8 ପରମେଶ୍ୱର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟ ଯୀଶୁଙ୍କର ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ।
9 ତୁମ୍ଭମାନଙ୍କ ପାଇଁ ମୋର ପ୍ରାର୍ଥନା ଏହି ଯେ:
ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ; ତୁମ୍ଭମାନଙ୍କର ପ୍ରେମ ଦ୍ୱାରା ତୁମ୍ଭେ ଜ୍ଞାନ ଓ ବୋଧଶକ୍ତି ପ୍ରାପ୍ତ ହୁଅ; 10 ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ୟ ଦେଖି ପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ୟ ହେବ; 11 ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ।
ପାଉଲଙ୍କ ସମସ୍ୟା ପ୍ରଭୁଙ୍କ କାର୍ଯ୍ୟରେ ସାହାଯ୍ୟ କରେ
12 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା। 13 ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ୱାସୀ ହୋଇଥିବାରୁ ବନ୍ଦୀଘରେ ରଖାଯାଇଛି। 14 ମୁଁ ଏବେ ମଧ୍ୟ ବନ୍ଦୀଘରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନେ, ଅଧିକ ଉତ୍ସାହିତ ହୋଇ ସାହସ ପୂର୍ବକ ନିର୍ଭୟରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି।
15 ଏହା ସତ୍ୟ ଯେ ସେମାନଙ୍କ ଭିତରୁ କେତେଜଣ କଠୋର ଓ ଈର୍ଷାନ୍ୱିତ ହୋଇ ବିବାଦ ମନୋଭାବ ନେଇ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍ଭାବରେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି। 16 ସେମାନେ ପ୍ରେମ କରୁଥିବାରୁ ପ୍ରଗ୍ଭର କରୁଛନ୍ତି। ସେମାନେ ଜାଣନ୍ତି ଯେ, ସୁସମାଗ୍ଭରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ୱର ମୋତେ ଦାୟିତ୍ୱ ଦେଇଛନ୍ତି। 17 କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି କାରଣ ସେମାନେ ସ୍ୱାର୍ଥପର। ସେମାନେ ମନ୍ଦ ଅଭିପ୍ରାୟରେ ପ୍ରଗ୍ଭର କରନ୍ତି। ସେମାନେ ବନ୍ଦୀଘରେ ମୋ’ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଗ୍ଭହାନ୍ତି। 18 ଯଦି ସେମାନେ ମୋ’ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ୟ କଥା ହେଲା ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କହୁଛନ୍ତି। ମୁଁ ମଧ୍ୟ ଗ୍ଭହେଁ ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ କୁହନ୍ତୁ। ସେମାନେ ଭଲ ଉଦ୍ଦେଶ୍ୟ ରଖି ସେହିପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ୟ ଭଲ ହେଉ ବା ମନ୍ଦ, ପ୍ରଗ୍ଭର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ।
ମୁଁ ଆନନ୍ଦିତ ହେଉଥିବି ମଧ୍ୟ। 19 ତୁମ୍ଭେମାନେ ମୋ’ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମୋ’ ପରିତ୍ରାଣର କାରଣ ହେବ। 20 ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି। 21 ମୋର ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ୟୁ ମଧ୍ୟ ମୋ’ ପାଇଁ ଏକ ଲାଭ ଅଟେ।” 22 ଯଦି ମୁଁ ଶରୀରରେ ଜୀବିତ ରୁହେ, ତା’ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ୟୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣେନା? 23 ଜୀବନ ଓ ମୃତ୍ୟୁ ମଧ୍ୟରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ। 24 କିନ୍ତୁ, ତୁମ୍ଭ ପାଇଁ ମୋର ଶରୀରରେ ବଞ୍ଚି ରହିବା ଅଧିକ ଆବଶ୍ୟକ। 25 ମୁଁ ଜାଣେ ତୁମ୍ଭେମାନେ ମୋତେ ଗ୍ଭହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ୱାସରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। 26 ଯଦି ମୁଁ ତୁମ୍ଭ ପାଖକୁ ଫେରିଯାଏ, ତେବେ ଏହା ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋ’ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହେବ।
27 ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ। 28 ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ। 29 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କେବଳ ପରମେଶ୍ୱର ତୁମ୍ଭକୁ ସୁଯୋଗ ଦେଇଛନ୍ତିା ତାହା ଯଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ଏହି ଉଭୟ ବିଷୟ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ। 30 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭେମାନେ ମୋତେ ସୁସମାଗ୍ଭର ବିରୁଦ୍ଧରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠାରେ ସଂଘର୍ଷରତ। ତୁମ୍ଭେମାନେ ମଧ୍ୟ ସେହିଭଳି ଏବେ ସଂଘର୍ଷରତ ଅଛ।
2010 by World Bible Translation Center