Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 20-22

ଅଶୂର ମିଶର ଓ କୂଶକୁ ପରାସ୍ତ କରିବ

20 ଅଶୂରର ରାଜା ସର୍ଗୋନାଙ୍କ ପ୍ରେରିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷରେ ଯୁଦ୍ଧ କଲେ। ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ।

ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ତିନି ବର୍ଷ ଧରି ବିବସ୍ତ୍ର ଓ ଶୂନ୍ୟପାଦ ହୋଇ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅ‌‌ଦ୍‌‌ଭୂତ ଲକ୍ଷଣ ସ୍ୱରୂପ ଅଟେ। ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀୟମାନେ ଲଜ୍ଜିତ ହେବେ। କାରଣ ମିଶରୀୟ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ୟପାଦ କରି ସେମାନେ ତାଙ୍କ ଦେଶରୁ ନେଇଯିବେ। ଲୋକମାନେ କୂଶକୁ ସାହାଯ୍ୟ ପାଇଁ ଗ୍ଭହିଁବେ। ମାତ୍ର ସେମାନେ ନିରାଶ ହୋଇ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହେବା ଦେଖି ତା’ର ଲୋକମାନେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେବେ।”

ସେହି ସମୟରେ ସମୁଦ୍ର ନିଟକସ୍ଥ ନିବାସୀ କହିବେ, “ଆମ୍ଭେମାନେ ଏହି ଦେଶଗୁଡ଼ିକ ଉପରେ ସାହାଯ୍ୟ ପାଇଁ ଭରସା ରଖିଥିଲୁ। ଅଶୂର ରାଜା ନିକଟରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟକୁ ଆମ୍ଭେମାନେ ବିଶ୍ୱାସ ଭୂମି ଭାବି ଧାଇଁ ଯାଇଥିଲୁ। ମାତ୍ର ସେହି ଦେଶଗୁଡ଼ିକ ଅଧିକୃତ ହେଲା, ତେବେ ଆମ୍ଭମାନଙ୍କୁ ଆଉ କିଏ ରକ୍ଷା କରିବ ଓ ଆମ୍ଭେମାନେ କିପରି ବଞ୍ଚିବୁ?”

ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

21 “ସାଗର ସମୀପସ୍ଥ ପ୍ରାନ୍ତର” ବିଷୟରେ ଶୋକବାର୍ତ୍ତା।

ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତୁଲ୍ୟ ପ୍ରାନ୍ତରରୁ
    ଏକ ଭୟଙ୍କର ଦେଶରୁ ଆସୁଅଛି।
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ।
    ବିଶ୍ୱାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛି
ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି।

ହେ ଏଲମ୍! ଯାଅ ଯୁଦ୍ଧ କର।
    ହେ ମାଦିୟେ, ତୁମ୍ଭ ସୈନ୍ୟବାହିନୀ ଦ୍ୱାରା ନଗରକୁ ଅବରୋଧ କର ଓ ପରାସ୍ତ କର।
    ମୁଁ ସେହି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

ସେହି ଭୟଙ୍କର ଦୃଶ୍ୟ ଦେଖି ମୋର ପେଟ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି।
    ସେହି ଯନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ ମୋତେ କଷ୍ଟ ଦେଉଛି।
ମୁଁ ସେ ସମସ୍ତ ଶୁଣି ଭୟଭୀତ ହୋଇ ପଡ଼ିଛି।
    ମୁଁ ଏତେ ଭୀତ ଯେ ଭୟରେ ଥରୁଅଛି।
ମୋର ହୃଦୟ ଧକାଉଛି, ମହା ଭୟରେ ମୁଁ ଥରହର ହୋଇଅଛି।
    ମୋର ଆନନ୍ଦ ରୂପକ ସାୟଂକାଳ ମହାରାତ୍ରିର ଭୟର କାରଣ ହୋଇଛି।

ଲୋକମାନେ ଭାବନ୍ତି ସବୁ ସୁନ୍ଦର।
    ତେଣୁ ସେମାନେ, “ମେଜ ସଜାନ୍ତି,
    ଭୋଜନ ଓ ପାନ କରନ୍ତି।
    ସେହି ସମୟରେ ସୈନ୍ୟମାନେ କୁହନ୍ତି, ପ୍ରହରୀ ନିଯୁକ୍ତ କର,
ହେ ଅଧିପତିଗଣ ଉଠ,
    ଢାଲ ତୈଳାନ୍ତ କର।”

ମୋର ପ୍ରଭୁ ମୋତେ କହିଲେ, “ଯାଅ ଏକ ଜଣ ପ୍ରହରୀ ନିଯୁକ୍ତ କର। ସେ ଯାହା ଦେଖିବ ତାହା ସେପରି ପ୍ରକାଶ କରିବ। ସେ ଯେତେବେଳେ ଦୁଇଦଳ ଅଶ୍ୱାରୋହୀ ସୈନ୍ୟ ଦେଖିବ ଏକ ଦଳ ଗର୍ଦ୍ଦଭାରୋହୀ ସୈନ୍ୟ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ୟ ଦେଖିବ ସେତେବେଳେ ସେ ପ୍ରହରୀ ମନୋଯୋଗ ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”

ତା’ପରେ ଦିନେ, ସେ ପ୍ରହରୀ କହିଲା,

“ହେ ମୋର ପ୍ରଭୁ, ପ୍ରତିଦିନ, ଦିନ ବେଳେ ମୁଁ ନିରନ୍ତର ଦୁର୍ଗରେ ଠିଆ ହୋଇ ଜଗି ରହିଥାଏ,
    ଓ ପ୍ରତି ରାତିରେ ମୁଁ ଆପଣା ପହରା ସ୍ଥାନରେ ସତର୍କ ଦୃଷ୍ଟି ରଖିଥାଏ।
ଆଉ ଦେଖ, ଏଠି ଏକଦଳ ଲୋକ
    ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।”

ତା’ପରେ ଜଣେ ଦୂତ କହିଲା,
    “ବାବିଲ ପରାସ୍ତ ହୋଇଛି
    ଓ ବାବିଲର ପତନ ହୋଇଛି।
ତା’ର ପ୍ରତିମାଗୁଡ଼ିକ
    ଭାଙ୍ଗି ଭୂମିସାତ୍ ହୋଇଛି।”

10 ଯିଶାଇୟ କହିଲେ, “ହେ ମୋର ଲୋକମାନେ, ମୁଁ ଇସ୍ରାଏଲ ପରମେଶ୍ୱର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭେମାନେ ଶସ୍ୟ ଖଳାରେ ଶସ୍ୟପରି ଦଳିଦେବ।”

God’s Message About Dumah

11 ଦୁମା ବିଷୟରେ ଶୋକବାର୍ତ୍ତା।

ଜଣେ ସେୟୀରଠାରୁ ମୋତେ ଡାକି କହିଲେ,
    “ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?”

12 ପ୍ରହରୀ ଉତ୍ତର କଲା,
    “ପ୍ରଭାତ ଆସୁଅଛି, ମାତ୍ର ତା’ପରେ ରାତ୍ରି ଆସିବ।
ଯଦି ତୁମ୍ଭମାନଙ୍କର କିଛି ପଗ୍ଭରିବାର ଅଛି,
    ତେବେ ତୁମ୍ଭେମାନେ ଫେରି ଆସ ଓ ପଗ୍ଭର।”

ଆରବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

13 ଆରବ ବିଷୟକ ଦୁଃଖବାର୍ତ୍ତା।

ଦଦନୀୟ ବଣିକ ଦଳ ଆରବ ମରୂଭୂମିସ୍ଥ
    ବନ ମଧ୍ୟରେ ରାତ୍ରି ଯାପନ କଲେ।
14 ସେମାନେ କେତେକ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ।
    ଟେମା ଦେଶବାସୀ କେତେକ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।
15 କାରଣ ସେମାନେ ଉନ୍ମୁକ୍ତ ତରବାରିରୁ,
    ଗୁଣଦିଆ ଧନୁରୁ
ଓ କ୍ଳେଶଦାୟକ ଯୁଦ୍ଧରୁ
    ରକ୍ଷା ପାଇବାକୁ ପଳାୟନ କଲେ।

16 ମୋର ପ୍ରଭୁ ସଦାପ୍ରଭୁ ମୋତେ ସେଗୁଡ଼ିକ ଘଟିବ ବୋଲି କହିଲେ। “ଏକ ବର୍ଷ ମଧ୍ୟରେ ବେତନ ଜୀବିର ବର୍ଷ ପ୍ରମାଣେ କେଦରର ସମସ୍ତ ଗୌରବ ଲୁପ୍ତ ହେବ। 17 ସେହି ସମୟରେ କେଦରର ବୀରଗଣ ମଧ୍ୟରୁ ଅଳ୍ପ କେତେକ ଧନୁର୍ଦ୍ଧର ରକ୍ଷା ପାଇବେ।” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।

ଯିରୁଶାଲମ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

22 ଦର୍ଶନ ଉପତ୍ୟକା ସମ୍ବନ୍ଧୀୟ ଏକ ଦୁଃଖବାର୍ତ୍ତା:

ତୁମ୍ଭମାନଙ୍କର କ’ଣ ହୋଇଛି?
    ତୁମ୍ଭେମାନେ କାହିଁକି ଛାତ ଉପରକୁ ଯାଇଅଛ?
ହେ ଆନନ୍ଦ ଧ୍ୱନିପୂର୍ଣ୍ଣ,
    କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ,
ତୁମ୍ଭର ଲୋକେ ‌‌ଖ‌ଡ଼୍‌ଗରେ ନିହତ ହୋଇ ନାହାନ୍ତି
    କିମ୍ବା ଯୁଦ୍ଧରେ ମରି ନାହାନ୍ତି।
ତୁମ୍ଭର ଶାସକକର୍ତ୍ତାଗଣ ଏକତ୍ର ଏକ ସମୟରେ ପଳାୟନ କଲେ।
    ମାତ୍ର ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ହେଲେ।
ପୁଣି ସମସ୍ତ ପ୍ରାପ୍ତ ଲୋକେ ଏକତ୍ର ବନ୍ଧାଗଲେ।
    ମାତ୍ର ସେମାନେ ଦୂରକୁ ପଳାୟନ କଲେ।

ତେଣୁ ମୁଁ କହୁଛି, “ମୋତେ ଗ୍ଭହଁ ନାହିଁ।
    ମୋତେ କାନ୍ଦିବାକୁ ଦିଅ।
ମୋ’ ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ
    ମୋତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କର ନାହିଁ।”

ସଦାପ୍ରଭୁ ଏକ ସ୍ୱତନ୍ତ୍ର ଦିନ ବାଛିଛନ୍ତି। ସେହି ଦିନ ସେଠାରେ ବିଦ୍ରୋହ ଓ ବ୍ୟାକୁଳତା ଦେଖା ଦେବ। ଦର୍ଶନ ଉପତ୍ୟକାରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସେହି ଲୋକମାନେ ଉପତ୍ୟକାରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପରେ ଆର୍ତ୍ତନାଦ କରିବେ। ରଥାରୋହୀ ଓ ଅଶ୍ୱାରୋହୀ ସୈନ୍ୟମାନେ ତୁଣୀର ଧରି ଯୁଦ୍ଧକୁ ଗଲେ ଓ ତୀର ଢାଲ ଅନାବୃତ କଲେ। ପୁଣି ତୁମ୍ଭମାନଙ୍କର ସେହି ବିଶେଷ ଉପତ୍ୟକାରେ ସୈନ୍ୟମାନେ ଭେଟିବେ। ସେହି ଉପତ୍ୟକା ରଥରେ ପରିପୂର୍ଣ୍ଣ ହେବ। ଅଶ୍ୱାରୋହୀମାନେ ନଗର ଦ୍ୱାରରେ ସଜ୍ଜିତ ହୋଇ ରହିବେ। ସେହି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ଯୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲ।

ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭେମାନେ ସେହି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ। 10 ତୁମ୍ଭେମାନେ ଯିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ। 11 ଆଉ ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ସ୍ଥାନରେ ବଡ଼ ଜଳାଶୟ ଖୋଳିଲ।

ତୁମ୍ଭେମାନେ ନିଜର ସୁରକ୍ଷା ପାଇଁ ଏ ସବୁ କଲ। ମାତ୍ର ଯେ ଏହାକୁ ସାଧନ କଲେ ସେ ସୃଷ୍ଟିକର୍ତ୍ତାଙ୍କୁ ତୁମ୍ଭେ ବିଶ୍ୱାସ କଲ ନାହିଁ। ଦୀର୍ଘକାଳ ଧରି ଯେ ଏହାକୁ ଗଢ଼ିଲେ, ତୁମ୍ଭେମାନେ ତାଙ୍କୁ ଆଦର କଲ ନାହିଁ। 12 ତେଣୁ ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବସ୍ତ୍ର ପରିଧାନ କରିବାକୁ ଡାକି କହିଲେ। 13 ମାତ୍ର ଦେଖ! ଲୋକମାନେ ଆମୋଦପ୍ରମୋଦ କରୁଛନ୍ତି। ସେମାନେ କହୁଛନ୍ତି:

“ଗୋବଧ ଓ ମେଷମାନଙ୍କୁ କର୍ତ୍ତନ କର।
    ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ କର।
ଆସ ଆମ୍ଭେମାନେ ଭୋଜନ ଓ ପାନ କରିବା
    କାରଣ କାଲି ଆମ୍ଭେମାନେ ମରିବା।”

14 ସଦାପ୍ରଭୁ ସର୍ବଶକ୍ତିମାନ ସ୍ୱୟଂ ମୋର କର୍ଣ୍ଣରେ ପ୍ରକାଶ କଲେ, “ତୁମ୍ଭମାନଙ୍କର ଅପରାଧ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମା ପାଇବ ନାହିଁ।” ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

ଶୀବନ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

15 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, “ତୁମ୍ଭେ ଗୃହର ଅଧ୍ୟକ୍ଷ ଶୀବନ ନିକଟକୁ ଯାଇ କୁହ, 16 “ତୁମ୍ଭେ ଏଠାରେ କ’ଣ କରୁଛ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠାରେ ଏକ କବର ଖୋଳୁଛ?” ଯିଶାଇୟ କହିଲେ, “ସେହି ଲୋକକୁ ଦେଖ। ସେ ଉଚ୍ଚ ସ୍ଥାନରେ ଆପଣା ପାଇଁ କବର ଖୋଳି ଅଛି। ଶୈଳରେ ନିଜ ପାଇଁ ବାସସ୍ଥାନ ଖୋଦନ କରିଅଛି।

17-18 “ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦେବେ। ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦେବେ ଯେଉଁଠାରେ ତୁମ୍ଭେ ମରିବ।

“ତୁମ୍ଭେ ସେଠାରେ ତୁମ୍ଭର ଗୌରବ ସ୍ୱରୂପ ରଥଗୁଡ଼ିକ ପାଇଁ ଗର୍ବ କରିବ, ମାତ୍ର ପ୍ରଭୁଙ୍କ ଗୃହରେ ଏହା ନିକୃଷ୍ଟ ବୋଲି ପ୍ରମାଣିତ ହେବ। 19 ପୁଣି ମୁଁ ତୁମ୍ଭକୁ ତୁମ୍ଭର ପଦରୁ ତଡ଼ି ଦେବି ଏବଂ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ତଳକୁ ପକାଇବେ। 20 ଆଉ ସେଦିନ ଆମ୍ଭେ ଆପଣା ଦାସ ହି‌ଲ୍‌‌‌କିୟର ପୁତ୍ର ଇଲିୟାକିମଙ୍କୁ ଡାକିବା। 21 ସେଦିନ ମୁଁ ତୁମ୍ଭର ପରିଧାନ ନେଇ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କର୍ତ୍ତୃତ୍ୱାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ଯିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହେବ।

22 “ପୁଣି ମୁଁ ଦାଉଦ ବଂଶର ଗ୍ଭବି ତାହାର କାନ୍ଧରେ ରଖିବି। ସେ ଦ୍ୱାର ଖୋଲିଲେ କେହି ବନ୍ଦ କରି ପାରିବେ ନାହିଁ। ପୁଣି ସେ ବନ୍ଦ କଲେ କେହି ଖୋଲିବେ ନାହିଁ। ମୋର ସେହି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ୱରୂପ ହେବ। 23 ମୁଁ ତାକୁ ଖିଲ ସଦୃଶ ସୁଦୃଢ଼ ସ୍ଥାନରେ ବିଦ୍ଧ କରିବି। 24 ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପରେ ଟଙ୍ଗାଇବେ। ସମସ୍ତ ବୟସ୍କ ଓ ଛୋଟ ପିଲାମାନେ ତା’ଉପରେ ନିର୍ଭର କରିବେ। ସେହି ଲୋକମାନେ ପାନପାତ୍ର ଅବଧି କଳଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ।”

25 “ସେଦିନ ସେହି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନରେ ବିଦ୍ଧ ହୋଇଥିଲା ତାହା ଦୁର୍ବଳ ହୋଇଯିବ ଓ ଭାଙ୍ଗି ତଳେ ପଡ଼ିଯିବ। ସେହି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥିରେ ଟଙ୍ଗା ଯାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହୋଇଯିବ। ତା’ପରେ ମୁଁ ଯାହା କହୁଛି ଏହା ଘଟିବ।” କାରଣ ସଦାପ୍ରଭୁ ଏହା କହି ଅଛନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 6

ସନ୍ତାନ ଓ ପିତାମାତା

ହେ ସନ୍ତାନଗଣ! ପ୍ରଭୁଙ୍କ ଇଚ୍ଛାନୁସାରେ ପିତା-ମାତାଙ୍କ କଥାର ବାଧ୍ୟ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍। କାରଣ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ହେଉଛି, “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।’ [a] ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ୟ ସଂଯୁକ୍ତ। ପ୍ରତିଜ୍ଞାଟି ଏହି: “ଏହା କଲେ ତୁମ୍ଭେ ପୃଥିବୀରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।’ [b]

ହେ ପିତାମାନେ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦେଇ ସେମାନଙ୍କୁ ପ୍ରତିପାଳନ କର।

ଦାସ ଓ ମାଲିକ

ହେ ଦାସମାନେ! ପୃଥିବୀରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର। ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ। ତୁମ୍ଭର ସମସ୍ତ କର୍ତ୍ତବ୍ୟକୁ ଖୁସୀ ମନରେ କର ଓ ଏପରି ଭାବରେ କାର୍ଯ୍ୟ କର ଯେପରି ତୁମ୍ଭେମାନେ କେବଳ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସେବା ମଧ୍ୟ କରୁଛ। ମନେରଖ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିବା ହେତୁ ପରମେଶ୍ୱର ପୁରସ୍କାର ଦେବେ। ଦାସ ହେଉ କି ସ୍ୱାଧୀନ ହେଉ, ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କୃତ ହେବ।

ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।

ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ

10 ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ। 11 ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ। 12 ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ। 13 ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।

14 ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ। 15 ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ। 16 ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ। 17 ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ। 18 ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।

19 ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ। 20 ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।

ଶେଷ ଶୁଭେଚ୍ଛା

21 ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମରେ ଜଣେ ବିଶ୍ୱସ୍ତ ସେବକ। ମୋ’ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା’ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ’ଣ କରୁଛି। 22 ସେଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍ଭେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ପଠାଉଛି।

23 ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପିତା ପରମେଶ୍ୱରଙ୍କ ଦ୍ୱାରା ଭାଇ ଓ ଭଉଣୀମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରାପ୍ତ ହେଉ। 24 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଶେଷ ପ୍ରେମ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ହେଉ।

Oriya Bible: Easy-to-Read Version (ERV-OR)

2010 by World Bible Translation Center