Old/New Testament
God’s Message to Aram
17 ଦମ୍ମେଶକ ପ୍ରତି ଶୋକ ବାର୍ତ୍ତା।
ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, “ଦମ୍ମେଶକ ଆଉ ନଗର ହୋଇ ରହିବ ନାହିଁ।
ସେ ଧ୍ୱଂସ ପାଇବ।
କେବଳ ଧ୍ୱଂସ ବିଧ୍ୱସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ।
2 ଅରୋୟର ନଗରକୁ ଲୋକମାନେ ପରିତ୍ୟାଗ କରିବେ।
ସେହି ଶୂନ୍ୟ ସହରର ମେଷପଲ ସ୍ୱାଧୀନ ଭାବରେ ବିଚରଣ କରିବେ।
ଭୟ ଦେଖାଇବାକୁ ସେଠାରେ କେହି ନ ଥିବେ।
3 ଇସ୍ରାଏଲର ଦୁର୍ଗନଗର, ଦମ୍ମେଶକର ରାଜ୍ୟ
ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ।
ସର୍ବଶକ୍ତିମାନ ସଦାପ୍ରଭୁ ତୁମ୍ଭେ ଯେ,
ଇସ୍ରାଏଲର ଖ୍ୟାତି ଲୋକଙ୍କ ପରି ସେମାନେ ମଧ୍ୟ କାଢ଼ି ନିଆଯିବେ।”
4 ସେହି ସମୟରେ ଯାକୁବର ଗୌରବ ଲୋପ ପାଇବ।
ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦେଖାଯିବ।
5 “ରଫାୟିମ ଉପତ୍ୟକାରେ ଶସ୍ୟଅମଳ ବେଳେ ଯେପରି ଘଟିବ ସେହିପରି ଘଟିବ। ଶସ୍ୟକ୍ଷେତ୍ରରେ ଶସ୍ୟ ସଂଗ୍ରହ କଲାବେଳେ ଶସ୍ୟର ସୀସା ଶସ୍ୟରୁ କାଟିଲା ବେଳେ ଓ ସୀସା ଗୁଡ଼ିକୁ ସଂଗ୍ରହ କଲାବେଳେ ସେହିପରି ଘଟିବ।
6 “ସେହି ସମୟ ଲୋକମାନେ ଜୀତବୃକ୍ଷର ଫଳ ସଂଗ୍ରହ କଲାପରି ହେବ। ସେମାନେ ଜୀତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିଯିବ। ଫଳବାନ୍ ଗଛରେ ମଧ୍ୟ ଗ୍ଭରି ପାଞ୍ଚଟା ଫଳ ତୋଳିଲା ବେଳେ ରହିଯିବ। ସେହିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ।” ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ।
7 ସେଦିନ ଲୋକମାନେ ସେମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଅନାଇବେ। ସେମାନଙ୍କର ଦୃଷ୍ଟି ପବିତ୍ର ଧର୍ମସ୍ୱରୂପଙ୍କ ପ୍ରତି ପଡ଼ିବ। 8 ସେମାନେ ଆପଣା ହସ୍ତକୃତ ଯଜ୍ଞବେଦି ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ଦେବତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ। 9 ସେଦିନ ସମସ୍ତ ସୁଦୃଢ଼ ନଗରଗୁଡ଼ିକ ଶୂନ୍ୟ ହୋଇଯିବ। ସେଗୁଡ଼ିକ ଇସ୍ରାଏଲ ଆସିବା ଭୟରେ ପର୍ବତ ଓ ଅରଣ୍ୟ ତୁଲ୍ୟ ହୋଇଯିବେ। ଅତୀତରେ ଇସ୍ରାଏଲ ଭୟରେ ସେମାନେ ପଳାୟନ କରିଥିଲେ। ପୁଣି ସେମାନେ ଭବିଷ୍ୟତରେ ଇସ୍ରାଏଲ ଆସିବା ଭୟରେ ଧ୍ୱଂସ ପାଇଯିବେ। 10 ଏହା ଘଟିବ କାରଣ ତୁମ୍ଭେମାନେ ଆପଣା ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ଭୁଲି ଯାଇଛ। ପରମେଶ୍ୱର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହଁ।
ତୁମ୍ଭେମାନେ ବିଦେଶରୁ ସୁନ୍ଦର ସୁନ୍ଦର ଦ୍ରାକ୍ଷାଗ୍ଭରା ଆଣି ରୋପଣ କରୁଛ ମାତ୍ର ତାହା କେବେ ଫଳିବ ନାହିଁ। 11 ତୁମ୍ଭ ଦ୍ରାକ୍ଷାଗ୍ଭରା ଦିନେ ରୋପଣ କରୁଛ ଓ ତା’ର ଗ୍ଭରିପଟେ ବାଡ଼ ଦେଇ ଯତ୍ନ ନେଉଛ। ପରଦିନ ପ୍ରାତଃକାଳରେ ସେଗୁଡ଼ିକ ପୁଷ୍ପିତ ହେବାର ଦେଖୁଛ। ମାତ୍ର ଯେତେବେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସେଗୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦେଇଛି।
12 ଅନେକ ଗୋଷ୍ଠୀର କୋଳାହଳ ଶୁଣ।
ସେମାନେ ସମୁଦ୍ରର ଗର୍ଜନ ତୁଲ୍ୟ ଘୋର ନାଦ କରୁଛନ୍ତି।
ବହୁ ଦେଶର ଲୋକେ ମାଡ଼ି ଆସୁଛନ୍ତି।
ସେମାନେ ଯେପରି ପ୍ରବଳ ବନ୍ୟା ଜଳ ସଦୃଶ ମାଡ଼ି ଆସୁଛନ୍ତି।
13 ନାନା ଦେଶୀୟ ଲୋକମାନେ ସେହି ତରଙ୍ଗ ସଦୃଶ ହେବେ।
ପରମେଶ୍ୱର ସେମାନଙ୍କୁ ନିଷ୍ଠୁର ବାଣୀ ଶୁଣାଇବେ।
ତେଣୁ ସେମାନେ ପଳାୟନ କରିବେ।
ବାୟୁରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ୟାରେ ଧୂଳି ଉଡ଼ିଲା ପରି ସେମାନେ ତାଡ଼ିତ ହେବେ।
14 ସନ୍ଧ୍ୟାରେ ସେମାନେ ଭୟଭୀତ ହେବେ
ଓ ପ୍ରଭାତ ପୂର୍ବରୁ ଲୋପ ପାଇଯାଇଥିବେ।
ତେଣୁ ଆମ୍ଭର ଶତ୍ରୁ ଓ ଅପହରଣକାରୀ
ସେଠାରେ କିଛି ଦେଖିବାକୁ ପାଇବେ ନାହିଁ।
କୂଶଦେଶ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
18 ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସେହି ଦେଶ ପୋକମାନଙ୍କର ପକ୍ଷର ଶବ୍ଦରେ ପରିପୂର୍ଣ୍ଣ। 2 ସେ ସମୁଦ୍ର ପଥରେ ନଳ ନିର୍ମିତ ନୌକାରେ ଦୂତମାନଙ୍କୁ ପ୍ରେରଣ କରିବେ,
କ୍ଷିପ୍ର ଗତିରେ ଗ୍ଭଲୁଥିବା ଦୂତମାନଙ୍କୁ, ଶକ୍ତିଶାଳୀ
ଓ ଦୀର୍ଘକାୟ ପାଖକୁ ଯାଅ, ସବୁଆଡ଼େ ଲୋକମାନେ ଶକ୍ତିଶାଳୀ
ଓ ଦୀର୍ଘକାୟ ଲୋକଙ୍କୁ ଭୟ କରନ୍ତି।
ସେମାନେ ଶକ୍ତିଶାଳୀ ଗୋଷ୍ଠୀ ଗଠନ କରନ୍ତି।
ସେମାନଙ୍କର ଦେଶ ନଦୀମାନଙ୍କ ଦ୍ୱାରା ବିଭକ୍ତି ହୋଇ ଆସିଅଛନ୍ତି।
3 ଲକ୍ଷ୍ୟ କର, ସେ ଗୋଷ୍ଠୀ ପ୍ରତି କିଛି ଅଘଟଣ ଘଟିବ।
ଜଗତର ସମସ୍ତ ନିବାସୀ ଦେଖିବେ ସେହି ଗୋଷ୍ଠୀ ବିନଷ୍ଟ ହେଉଛି।
ସମସ୍ତ ଲୋକ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେପରି ପର୍ବତ ଉପରେ ଧ୍ୱଜା ଉଡ଼ି ସଙ୍କେତ ଦିଏ।
ସେହି ଦୀର୍ଘକାୟ ଲୋକମାନଙ୍କର ଅନିଷ୍ଟ ଘଟିବ, ଏହା ଜଗତବାସୀ ଗ୍ରହଣ କରିବେ।
ଯୁଦ୍ଧରେ ତୂରୀ ବାଜି ଘୋଷଣା କଲାପରି ସେମାନେ ସ୍ପଷ୍ଟ ଭାବରେ ଏହା ଶୁଣିବେ।
4 ସଦାପ୍ରଭୁ କହିଲେ, “ମୁଁ ମୋର ବାସ ସ୍ଥାନରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବି। 5 ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ସମୟର ପ୍ରଚଣ୍ଡ ତା’ପରେ ଲୋକ ବିଶ୍ରାମ କରିବା ପରି, ଶସ୍ୟ ଛେଦନକାଳୀନ ଶିଶିର ଯୁକ୍ତ ମେଘପରି କ୍ଷାନ୍ତ ହୋଇ ନିରୀକ୍ଷଣ କରିବି। ତା’ପରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତାରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷାଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସେମାନେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦେବେ। 6 ସେହି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷ୍ୟଣ କରିବେ। ଦୂରସ୍ଥ ପକ୍ଷୀଗଣ ସେହି ଦ୍ରାକ୍ଷାରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ୟ ପଶୁଗଣ ସେହି ଦ୍ରାକ୍ଷା ଫଳରେ ଶୀତକାଳ କଟାଇବେ।”
7 ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।
ମିଶର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
19 ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା’ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।
2 ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା’ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ। 3 ମିଶରୀୟମାନେ ବିଭ୍ରାନ୍ତ ହେବେ। ସେମାନେ କ’ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଗ୍ଭରିବେ। ଆଉ ମଧ୍ୟ ସେମାନେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନେବେ। ମାତ୍ର ସେମାନଙ୍କର ଉପଦେଶ ଅର୍ଥହୀନ ହେବ।” 4 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ମୁଁ ମିଶରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସେମାନଙ୍କୁ ଶାସନ କରିବେ।”
5 ନୀଳନଦୀ ଶୁଷ୍କ ହେବ ଏବଂ ନଦୀଗୁଡ଼ିକ ଜଳଶୂନ୍ୟ ହେବ। 6 ସମସ୍ତ ନଦୀ ଦୁର୍ଗନ୍ଧ ହେବ। ମିଶରର ସମସ୍ତ ନାଳ ଶୁଷ୍କ ହୋଇ ଜଳଶୂନ୍ୟ ହେବ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ। 7 ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ।
8 “ଯେଉଁ କୈବର୍ତ୍ତମାନେ ବନଶୀ ସାହାଯ୍ୟରେ ନୀଳନଦୀରୁ ମାଛ ଧରୁଥିଲେ, ସେମାନେ ଦୁଃଖିତ ହେବେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣିରେ ଜାଲ ପକାଉଥିଲେ ହତାଶ ହେବେ। ସେମାନଙ୍କର ଜୀବିକା ପାଇଁ ନୀଳନଦୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିଯିବ। 9 ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସେମାନେ ଅତ୍ୟନ୍ତ ଦୁଃଖିତ ହେବେ। କାରଣ ସେମାନେ ଯେଉଁ ଛଣପଟ ଶୁକ୍ଳବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ଯିବାରୁ ତାହା ଆଉ ଜନ୍ମିବ ନାହିଁ। 10 ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହେବେ।
11 ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। “ଫାରୋର ଜ୍ଞାନୀ ଉପଦେଷ୍ଟାଗଣ” କୁପରାମର୍ଶ ଦିଅନ୍ତି। ସେହି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ୱାନ ମନେ କରନ୍ତି। ସେମାନେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତରେ ସେମାନେ ଜ୍ଞାନୀ ନୁହନ୍ତି। 12 ହେ ମିଶର, ତୁମ୍ଭର ଜ୍ଞାନୀ ବ୍ୟକ୍ତିଗଣ କେଉଁଠାରେ? ସେହି ଜ୍ଞାନୀ ବ୍ୟକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷୟରେ କି ମନ୍ତ୍ରଣା କରିଛନ୍ତି। ସେମାନଙ୍କୁ କ’ଣ ଘଟିବ କୁହନ୍ତୁ।
13 ସିୟୋନର ଅଧିପତିମାନେ ନିର୍ବୋଧ ହୋଇ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସେହି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି। 14 ସଦାପ୍ରଭୁ ମିଶରୀୟମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସେମାନେ ନିଜେ ବାଉଳା ହୋଇଛନ୍ତି ଓ ମିଶରକୁ କୁପଥରେ ନେଇଛନ୍ତି। ସେହି ପ୍ରାଚୀନଗଣ ଯାହାସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତିରେ ଟଳଟଳ ହେଲାପରି ସେମାନେ ମିଶରକୁ ପ୍ରତ୍ୟେକ କାର୍ଯ୍ୟରେ ବିପଥଗାମୀ କରିଛନ୍ତି। 15 ଅଧିପତିମାନେ ମିଶର ପାଇଁ କିଛି କରି ପାରିବେ ନାହିଁ। ସେମାନେ, “ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପାରେ ସେମାନେ ତାହା କରି ପାରିବେ ନାହିଁ।”
16 ସେଦିନ ମିଶରୀୟଗଣ ସ୍ତ୍ରୀ ସଦୃଶ ହେବେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତେବେଳେ ସଦାପ୍ରଭୁ ଦଣ୍ଡ ଦେବା ପାଇଁ ହସ୍ତ ଉତ୍ତୋଳନ କରିବେ, ସେତେବେଳେ ସେମାନେ ଭୟଭୀତ ହେବେ। 17 ମିଶର ପ୍ରତି ଯିହୁଦା ତ୍ରାସଜନକ ହେବ। ମିଶରର ଯେକୌଣସି ବ୍ୟକ୍ତି ଯିହୁଦାର ନାମ ଶୁଣିବ ଭୟରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶରରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି। 18 ସେ ସମୟରେ, ମିଶରର ପାଞ୍ଚୋଟି ନଗରରେ ଲୋକ କିଣାନୀୟ ଭାଷା କହିବେ, ସେମାନେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନେବେ। ସେହି ପାଞ୍ଚ ନଗରମାନଙ୍କ ମଧ୍ୟରୁ ଏକ ନଗର, “ଉତ୍ପାଟନ ନଗର” ନାମରେ ଖ୍ୟାତ ହେବ।
19 ସେହି ସମୟରେ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ପାଇଁ ଏକ ଯଜ୍ଞବେଦି ହେବ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ। 20 ସଦାପ୍ରଭୁ ସର୍ବଶକ୍ତିମୟ ମହାନ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା’ର ସଙ୍କେତ ହେବ। ଯେକୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା କରିବେ, ସଦାପ୍ରଭୁ ସାହାଯ୍ୟ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେହି ବ୍ୟକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।
21 ସେହି ଦିନ ମିଶରୀୟମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚୟ ପାଇବେ। ସେମାନେ ପରମେଶ୍ୱରଙ୍କୁ ପ୍ରେମ କରିବେ। ସେମାନେ ତାଙ୍କୁ ସେବା କରିବେ ଓ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବେ। ଆଉ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶପଥ ନେବେ ଓ ସେ ଶପଥ ପାଳନ କରିବେ। 22 ସଦାପ୍ରଭୁ ମିଶରୀୟମାନଙ୍କୁ ଦଣ୍ଡ ଦେବେ। ଆଉ ମଧ୍ୟ ସେମାନଙ୍କୁ ସେ କ୍ଷମା ଦେବେ। ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟକୁ ଗ୍ଭଲି ଆସିବେ। ସଦାପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିବେ ଓ ସେମାନଙ୍କୁ କ୍ଷମା ଦେବେ।
23 ସେହି ସମୟରେ ମିଶରରୁ ଅଶୂର ପର୍ଯ୍ୟନ୍ତ ଏକ ରାଜପଥ ନିର୍ମିତ ହେବ। ତା’ପରେ ଅଶୂରର ଲୋକମାନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ। 24 ସେ ସମୟରେ ଇସ୍ରାଏଲ, ଅଶୂର ଓ ମିଶର ଏକତ୍ରିତ ହେବେ ଓ ରାଜ୍ୟକୁ ନିୟନ୍ତ୍ରଣ କରିବେ। ଏମାନେ ପୃଥିବୀ ପାଇଁ ଆଶୀର୍ବାଦର ପାତ୍ର ହେବେ। 25 ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, “ହେ ମିଶରୀୟମାନେ, ତୁମ୍ଭେମାନେ ମୋର ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭେମାନେ ସମସ୍ତେ ଆଶୀର୍ବାଦର ପାତ୍ର।”
17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।
ପତି ଓ ପତ୍ନୀ
21 ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।
22 ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ। 23 ଖ୍ରୀଷ୍ଟ ଯେପରି ମଣ୍ଡଳୀର [a] ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟିୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସେହି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ। 24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍।
25 ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର। 26 ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି। 27 ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ)ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।
28 ଠିକ୍ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା। ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ। 29 କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି। 30 କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ। 31 ଶାସ୍ତ୍ର କୁହେ: “ଅତଏବ ଜଣେ ମନୁଷ୍ୟ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହୋଇ ଯାଆନ୍ତି।” [b] 32 ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି। 33 ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।
2010 by World Bible Translation Center