Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 14-16

ଇସ୍ରାଏଲ ଗୃହକୁ ଫେରିବ

14 ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା’ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ। ବିଦେଶୀମାନେ ଇସ୍ରାଏଲର ଲୋକଙ୍କୁ ତାଙ୍କ ଦେଶରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇସ୍ରାଏଲର କ୍ରୀତଦାସ ହେବେ, କାରଣ ଅତୀତରେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇସ୍ରାଏଲ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କୁ ଶାସନ କରିବ। ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠୋର କାର୍ଯ୍ୟକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦେବେ। କାରଣ ଅତୀତରେ ତୁମ୍ଭେମାନେ ଦାସ ଥିଲ ଓ କଠିନ କାର୍ଯ୍ୟ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସେହି କ୍ଳେଶ ଦୂର କରିବେ।

ବାବିଲ ରାଜାଙ୍କ ବିଷୟରେ ଏକ ସଙ୍ଗୀତ

ସେହି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷୟରେ ଏହି ଉପହାସ ଗୀତ ଗାନ କରିବ।

ସେହି ଅତ୍ୟାଗ୍ଭରୀ ନିଷ୍ଠୁର ରାଜା କିପରି ଶାସନ କରୁଥିଲେ
    ମାତ୍ର ବର୍ତ୍ତମାନ ତାହା ଶେଷ ହୋଇଛି।
ସଦାପ୍ରଭୁ ସେହି ଦୁଷ୍ଟାଗ୍ଭରୀ ରାଜାମାନଙ୍କର ରାଜଦଣ୍ଡକୁ ଭାଙ୍ଗି ଦେଇଛନ୍ତି।
    ସେମାନଙ୍କର କ୍ଷମତା କାଢ଼ି ନେଇଛନ୍ତି।
ବାବିଲର ରାଜା କ୍ରୋଧରେ ଲୋକମାନଙ୍କୁ ପ୍ରହାର କରୁଥିଲେ
    ଓ ସେଥିରୁ କେବେ ନିବୃତ୍ତ ହେଉ ନ ଥିଲେ।
ଲୋକମାନଙ୍କୁ ଆଘାତ କରିବାରୁ
    ସେ ଦୁରାଗ୍ଭରୀ ଶାସକ ଦୂରେଇ ଯାଉ ନ ଥିଲେ।
ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନେବ।
    ଦେଶରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତେବେଳେ ଲୋକମାନେ ଆନନ୍ଦରେ ଉତ୍ସବ ପାଳନ କରିବେ।
ଏପରିକି ଲିବାନୋ‌ନ୍‌ର ଦେବଦାରୁ
    ଓ ଏରସବୃକ୍ଷସବୁ ଆନନ୍ଦ କରିବେ।
ସେହି ଗଛଗୁଡ଼ିକ ମଧ୍ୟ କହିବେ,
    “ରାଜା ଆମ୍ଭକୁ ଛେଦନ କରୁଥିଲେ।
କିନ୍ତୁ ତାଙ୍କର ପତନ ଘଟିଛି,
    ସେ ଆଉ ଆମ୍ଭ ବିପକ୍ଷରେ ଛିଡ଼ା ହେବେ ନାହିଁ।”
ମୃତ୍ୟୁର ରାଷ୍ଟ୍ର ପାତାଳ ଉତ୍ତୋଳିତ ହୋଇପଡ଼ିବ
    କାରଣ ତୁମ୍ଭେ ଆସୁଛ।
ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ।
    ସେହି ନେତାମାନେ ତୁମ୍ଭ ପାଇଁ କାମ କରିବେ।
ସେମାନେ ସେହି ରାଜାମାନଙ୍କୁ ନୀଗ୍ଭବସ୍ଥା କରିବେ।
    ସେମାନେ ତୁମ୍ଭକୁ ସ୍ୱାଗତ କରିବା ପାଇଁ ସତର୍କ ରହିବେ।
10 ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ,
    “ବର୍ତ୍ତମାନ ତୁମ୍ଭେମାନେ ଆମ୍ଭ ପାଇଁ ମୃତ ପ୍ରାୟ।
    ତୁମ୍ଭେମାନେ ଆମ୍ଭମାନଙ୍କ ପାଇଁ ସମାନ।”
11 ତୁମ୍ଭର ବଡ଼ିମା ରସାତଳଗାମୀ ହୋଇଛି।
    ତୁମ୍ଭ ବୀଣାର ସ୍ୱର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘୋଷଣା କରୁଛି।
ମାଛି ତୁମ୍ଭର ଶରୀରକୁ ଭକ୍ଷ୍ୟଣ କରିବ।
    ତୁମ୍ଭେ ସେମାନଙ୍କ ଉପରେ ବିଛଣା ସଦୃଶ ପଡ଼ିବ।
    କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
12 ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ।
    ବର୍ତ୍ତମାନ ତୁମ୍ଭର ପତନ ଘଟିଛି।
ଅତୀତରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ।
    କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛେଦନ କରାଯାଇଛି।
13 ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ,
    “ଆମ୍ଭେ ପରମେଶ୍ୱରଙ୍କ ପରି ସ୍ୱର୍ଗାରୋହଣ କରିବା।
ଆମ୍ଭେ ସ୍ୱର୍ଗର ଊର୍ଦ୍ଧ୍ୱକୁ ଯିବା, ଆମ୍ଭେ ପରମେଶ୍ୱରଙ୍କ ତାରକାର ଊର୍ଦ୍ଧ୍ୱରେ ସିଂହାସନ ସ୍ଥାପନ କରିବା।
    ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପରେ ଉପବିଷ୍ଟ ହେବା ଓ ସେହି ପର୍ବତରେ ପରମେଶ୍ୱରଙ୍କୁ ସାକ୍ଷାତ କରିବା।
14 ଆମ୍ଭେ ମେଘମାଳାର ଉଚ୍ଚସ୍ଥଳରେ ଉପରକୁ ଉଠିବା
    ଏବଂ ପରମେଶ୍ୱରଙ୍କ ତୁଲ୍ୟ ସର୍ବୋପରିସ୍ଥ ହେବା।”

15 କିନ୍ତୁ ତାହା ଘଟିଲା ନାହିଁ।
    ତୁମ୍ଭେ ଈଶ୍ୱରଙ୍କ ସହିତ ସ୍ୱର୍ଗକୁ ଯାଇ ନ ଥିଲ।
    ତୁମ୍ଭେ ପାତାଳର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଥିଲ।
16 ଲୋକମାନେ ତୁମ୍ଭକୁ ଗ୍ଭହିଁବେ
    ଓ ତୁମ୍ଭ ବିଷୟରେ ଚିନ୍ତା କରିବେ।
ସେମାନେ ଦେଖିବେ ତୁମ୍ଭେମାନେ ମୃତ ସଦୃଶ ପଡ଼ି ରହୁଛ।
    ଏବଂ କହିବେ, “ଏହା କ’ଣ? ସେମାନେ ସେହି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ୟର ଦୁଃଖର କାରଣ ହୋଇଥିଲେ।
17 ଏ କ’ଣ ସେହି ଲୋକ
    ଯେ କି ନଗରଗୁଡ଼ିକୁ ଧ୍ୱଂସ କରିଥିଲେ
ଓ ସେଗୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ,
    ପୁଣି ଯୁଦ୍ଧରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ?”
18 ପୃଥିବୀର ସମସ୍ତ ରାଜନ୍ୟବର୍ଗ ମୃତ୍ୟୁପରେ ସମ୍ମାନ
    ଓ ଗୌରବ ସହ ନିଜ ନିଜ ସମାଧିରେ ବିଶ୍ରାମ ନେଲେ।
19 ମାତ୍ର ତୁମ୍ଭେ ଦୁଷ୍ଟାଗ୍ଭରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହୋଇଛ।
    ବୃକ୍ଷର ଶାଖା ବୃକ୍ଷରୁ ବିଚ୍ୟୁତ ହୋଇ ବାହାରେ ନିକ୍ଷିପ୍ତ ହେଲାପରି
ଏବଂ ଯୁଦ୍ଧରେ ମୃତ ସୈନିକ ଯେପରି
    ଅନ୍ୟ ସୈନ୍ୟମାନଙ୍କ ଦ୍ୱାରା ପଦଦଳିତ ହେଲାପରି ତୁମ୍ଭେ ହେବ।
ବର୍ତ୍ତମାନ ତୁମ୍ଭେ ମୃତ୍ୟୁ ବସ୍ତ୍ରରେ ଆଚ୍ଛାଦିତ ହୋଇ
    ନିଜ କବର ବାହାରେ ପଡ଼ି ରହିଛ।
20 ଅନେକ ରାଜା ମୃତ୍ୟୁବରଣ କରିଛନ୍ତି ଓ ନିଜ ନିଜ କବରରେ ସମାଧିସ୍ଥ ହୋଇଛନ୍ତି।
    ତୁମ୍ଭେ ସେମାନଙ୍କ ପରି କବରସ୍ଥ ହେବ ନାହିଁ।
କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ୱଂସ କରିଛ।
    ତୁମ୍ଭ ନିଜ ଲୋକଙ୍କୁ ହତ୍ୟା କରିଛ।
ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ୱଂସ ପଥ ଅନୁସରଣ କରିବେ ନାହିଁ।
    ସେମାନେ ସେହି କୁକାର୍ଯ୍ୟରୁ ନିବୃତ୍ତ ହେବେ।

21 ସେମାନଙ୍କ ଦୋଷ ଯୋଗୁଁ ସେମାନଙ୍କର ପିଲାମାନଙ୍କୁ ହତ୍ୟା କର।
    ଯେପରିକି ସେମାନଙ୍କର ବଂଶଧର
ପୁନର୍ବାର ଦେଶର ଶାସକ ହେବେ ନାହିଁ
    ଓ ଜଗତକୁ ସେମାନଙ୍କ ନଗରରେ ପରିପୂର୍ଣ୍ଣ କରିବେ ନାହିଁ।

22 ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, “ମୁଁ ସେମାନଙ୍କ ବିପକ୍ଷରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ୱଂସ କରିବି। ତା’ର ସମସ୍ତ ଲୋକଙ୍କୁ ଉଚ୍ଛିନ୍ନ କରିବି। ଆଉ ମଧ୍ୟ ସେମାନଙ୍କର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ୱଂସ କରିବି।” ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।

23 ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, “ମୁଁ ମନୁଷ୍ୟର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶୟରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦେବି।”

ପରମେଶ୍ୱର ଅଶୂରକୁ ମଧ୍ୟ ଦଣ୍ଡ ଦେବେ

24 ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, “ମୁଁ ଶପଥ କରୁଛି, ମୁଁ ଯାହା ଗ୍ଭହିଁଥିଲି ତାହା ହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସେହିପରି ମଧ୍ୟ ଘଟିବ। 25 ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ। 26 ଏହା ମୋର ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦେବା ପାଇଁ ମୋର ଶକ୍ତି ପ୍ରୟୋଗ କରିବି।”

27 ଯେତେବେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କେହି ନିବୃତ୍ତ କରି ପାରିବେ ନାହିଁ। ଆଉ ମଧ୍ୟ ଯେତେବେଳେ ସେ ଲୋକମାନଙ୍କୁ ଦଣ୍ଡ ଦେବାକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥିରେ ତାଙ୍କୁ କେହି ଅଟକାଇବେ ନାହିଁ।

ପଲେଷ୍ଟୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

28 ଆହସ୍ ରାଜାଙ୍କ ମୃତ୍ୟୁ ବର୍ଷରେ ଏହି ଦୁଃଖ ବାର୍ତ୍ତା ଦିଆ ଯାଇଥିଲା।

29 ହେ ପଲେଷ୍ଟୀୟ ଦେଶ, ତୁମ୍ଭେମାନେ ବର୍ତ୍ତମାନ ପାଇଁ ଖୁସୀ ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତରେ ତୁମ୍ଭେ ସୁଖୀ ହୋଇ ପାରିବ ନାହିଁ। ଏହା ସତ୍ୟ ଯେ, ସେହି ଦୁଷ୍ଟ ଶାସନ ଶେଷ ହୋଇଛି। ମାତ୍ର ସେହି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦେଲାପରି ଏହା ସତ ହେବ। ସେହି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହେବ ନାହିଁ। 30 ମାତ୍ର ମୋର ଦରିଦ୍ର ଲୋକମାନେ ଶାନ୍ତିରେ ଭୋଜନ କରିବେ। ସେମାନଙ୍କର ପିଲାମାନେ ମଧ୍ୟ ନିରାପଦରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ୟ ସଂହାର କରିବି।

31 ନଗରର ଦ୍ୱାର ଦେଶର ଲୋକ
    ଓ ନଗରସ୍ଥ ଲୋକ ହାହାକାର କର।
ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହେବ।
    ମହମ ସଦୃଶ ତୁମ୍ଭର ସାହସ ତରଳି ଯିବ।

ଉତ୍ତର ଦିଗକୁ ଗ୍ଭହଁ,
    ଉତ୍ତରରୁ ଧୂମ ଆସୁଛି।
ଅଶୂରର ସୈନ୍ୟ ଆସୁଛନ୍ତି।
    ସେମାନଙ୍କ ମଧ୍ୟରେ ସମସ୍ତ ସୈନ୍ୟ ଶକ୍ତିଶାଳୀ।
32 ସେହି ସୈନ୍ୟବାହିନୀ ସେମାନଙ୍କର ଦେଶକୁ ଦୂତ ପ୍ରେରଣ କରିବେ।
    ସେହି ଲୋକମାନଙ୍କୁ ଦୂତ କି ବାର୍ତ୍ତା ଦେବେ? ସେମାନେ ଘୋଷଣା କରିବେ, “ପଲେଷ୍ଟୀୟ ପରାଜିତ ହେଲା।
    ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସେଠାକୁ ଗଲେ।”

ମୋୟାବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

15 ମୋୟାବ ବିଷୟରେ ଏକ ଦୁଃଖର ବାର୍ତ୍ତା।

ଅନ୍ୟ ଏକ ରାତ୍ରିରେ ମୋୟାବର ଆର ନଗରରୁ ସୈନ୍ୟମାନେ ସମସ୍ତ ଧନ ନେଇଗଲେ
    ଏବଂ ତାକୁ ମଧ୍ୟ ଧ୍ୱଂସ କଲେ।
ଆଉ ମଧ୍ୟ ଦିନେ ରାତ୍ରିରେ ସୈନ୍ୟମାନେ ମୋୟାବର ବୀର ନଗରରୁ ସମସ୍ତ ଧନ ନେଇଗଲେ
    ଓ ସେ ନଗରକୁ ମଧ୍ୟ ଧ୍ୱଂସ କଲେ।
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି।
    ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି।
    ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
ମୋୟାବର ସବୁ ସ୍ଥାନରେ, ଘର ଉଚ୍ଚସ୍ଥାନମାନଙ୍କରେ
    ଓ ରାସ୍ତାମାନଙ୍କରେ ଚଟବସ୍ତ୍ର ପରିଧାନ କରି କାନ୍ଦୁଛନ୍ତି।
ହି‌ଶ୍‌ବୋନ୍ ଓ ଇଲିୟାଲି ଅତି ଉଚ୍ଚସ୍ୱରରେ କ୍ରନ୍ଦନ କରୁଛନ୍ତି।
    ସେମାନଙ୍କର ରବ ଯହସ୍ ପର୍ଯ୍ୟନ୍ତ ଶୁଣା ଯାଇଛି।
ଏପରିକି ମୋୟାବର ସୈନ୍ୟମାନେ
    ଭୟରେ କମ୍ପିତ ହୋଇ ଆର୍ତ୍ତନାଦ କରୁଛନ୍ତି।

ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି।
    ଲୋକମାନେ ଇଗ୍ଲତ୍-ଇଲୀଶୀୟା
    ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି।
ସେମାନେ ରୋଦନ କରି କରି
    ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି।
ହୋରୋନୟିମ ପଥରେ ଯାଉଥିଲା ବେଳେ
    ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି।
ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହେବ।
    ସବୁଜ ବୃକ୍ଷଗୁଡ଼ିକ ରହିବନି।
ଲୋକମାନେ ସେମାନଙ୍କର ନିଜ ନିଜର ସମସ୍ତ ଦ୍ରବ୍ୟ ଏକାଠି କରିବେ ଓ ମୋୟାବ ପରିତ୍ୟାଗ କରିବେ।
    ସେ ସମସ୍ତ ଦ୍ରବ୍ୟକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।

ମୋୟାବର ସବୁ ସ୍ଥାନରେ କ୍ରନ୍ଦନର ରୋଳ ଶୁଣାଯିବ।
    ସେହି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ଲୟିମ୍ ଓ ବେରେଲୀମ୍ ପର୍ଯ୍ୟନ୍ତ ଶୁଣାଯିବ।
ଦୀମୋନର ଜଳସମୂହ ରକ୍ତମୟ ହେବ।
    ମୁଁ ଦୀମୋନ ପ୍ରତି ଅଧିକ ଦୁଃଖ ଆଣିବି।
ମୋୟାବର ପଳାତକ ଓ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ
    ମୁଁ ଏକ ସିଂହ ଆଣିବି ଯେ କି ସେମାନଙ୍କୁ ଭକ୍ଷ୍ୟଣ କରିବ।

16 ତୁମ୍ଭେମାନେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭେମାନେ ସେଲାରୁ ଏକ ମେଷଶାବକ ବିସ୍ତୃତ ପ୍ରାନ୍ତର ମଧ୍ୟଦେଇ ସିୟୋନ କନ୍ୟାର ପର୍ବତକୁ ପଠାଅ।

ମୋୟାବର କନ୍ୟାଗଣ ଅର୍ଣ୍ଣୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ।
    ସାହାଯ୍ୟ ପାଇଁ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ।
    ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପରେ, ପକ୍ଷୀ ଛୁଆମାନେ ଏଣେତେଣେ ଧାଇଁଲା ପରି ସେମାନେ ଧାଇଁବେ।
ସେମାନେ କୁହନ୍ତି, “ଆମ୍ଭମାନଙ୍କୁ ସାହାଯ୍ୟ କର,
    ଆମ୍ଭେମାନେ କ’ଣ କରିବୁ ମନ୍ତ୍ରଣା ଦିଅ।
ଆମ୍ଭର ଶତ୍ରୁଠାରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରିକି ଛାୟା ମଧ୍ୟାହ୍ନ ସୂର୍ଯ୍ୟ ତାପରୁ ରକ୍ଷା କରେ।
    ଆମ୍ଭମାନଙ୍କୁ ଶତ୍ରୁଠାରୁ ଲୁଗ୍ଭଇ ରଖ।
କାରଣ ଆମ୍ଭେମାନେ ତାଙ୍କଠାରୁ ପଳାଇ ଆସିଛୁ।
    ତାଙ୍କ ନିକଟକୁ ଆମ୍ଭମାନଙ୍କୁ ପଠାଅ ନାହିଁ।
ମୋୟାବର ଲୋକମାନଙ୍କୁ ତାଙ୍କର ଘରୁ ଜୋର୍ କରି ତଡ଼ି ଦିଆ ଯାଇଛି।
    ତେଣୁ ସେମାନଙ୍କୁ ତୁମ୍ଭ ଦେଶରେ ବାସ କରିବାକୁ ଦିଅ।
    ସେମାନଙ୍କ ଶତ୍ରୁଠାରୁ ସେମାନଙ୍କୁ ଲୁଗ୍ଭଇ ରଖ।”

କାରଣ ଲୁଣ୍ଠନ ବନ୍ଦ ହେବ।
    ଶତ୍ରୁ ପରାଜିତ ହେବେ।
    ଆଘାତ କାରୀମାନେ ଦେଶରୁ ବିଦାୟ ନେବେ।
ତା’ପରେ ଜଣେ ନୂତନ ରାଜା ଆସିବେ।
    ସେ ରାଜା ଦାଉଦ ପରିବାରରୁ ହେବେ।
    ସେ ବିଶ୍ୱସ୍ତ, ଦୟାଳୁ ଓ ସ୍ନେହୀ ହେବେ।
ସେ ନ୍ୟାୟ ବିଗ୍ଭର କରିବେ
    ଓ ଧର୍ମରେ ସମସ୍ତ କାର୍ଯ୍ୟ ସାଧନ କରିବେ।

ଏହା ଶୁଣା ଯାଉଛି ଯେ, ମୋୟାବ
    ଅତ୍ୟନ୍ତ ଗର୍ବୀ ଓ ଅହଙ୍କାରୀ।
ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କ୍ରୋଧୀ
    ମାତ୍ର, ତା’ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।
ଏହି ଅହଙ୍କାର ଯୋଗୁଁ ସମସ୍ତ ମୋୟାବ କଷ୍ଟ ଭୋଗିବ।
    ମୋୟାବର ସମସ୍ତ ଲୋକ କ୍ରନ୍ଦନ କରିବେ।
    ସେମାନେ ଦୁଃଖିତ ହେବେ।
ଅତୀତରେ ତାଙ୍କର ଯାହା ଥିଲା ସେଗୁଡ଼ିକୁ ସେ ଇଚ୍ଛା କରିବେ।
    ସେମାନେ ହେରସତରର ଶୁଷ୍କ କି‌‌ସ୍‌‌ମି‌‌ସ୍‌‌ର ପିଠା ପାଇଁ ଇଚ୍ଛା କରିବେ।
ଲୋକମାନେ ଦୁଃଖିତ ହେବେ କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ର କ୍ଷେତସବୁ ଓ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ।
    ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀୟ ପାଇଁ ତିଆରି କରାଯାଏ,
ମରୁଭୂମିରେ ପହଞ୍ଚିବା ପାଇଁ ବ୍ୟବହାର କରାଯାଏ,
    ଯାହାର ମୂଳ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି।
“ମୁଁ ଯାସେର ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି
    କାରଣ ସେମାନଙ୍କର ଦ୍ରାକ୍ଷାଲତା ସବୁ ଧ୍ୱଂସ ପାଇଛି।
ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲି ସହିତ ଲୋତକ ଜଳରେ ତିନ୍ତାଇବା,
    କାରଣ ତୁମ୍ଭମାନଙ୍କର ଶସ୍ୟଅମଳ ହେବ ନାହିଁ
କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ
    ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ୱନି ରହିବ ନାହିଁ।
10 ଉର୍ବରାକ୍ଷେତରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହେବ
    ଏବଂ ଦ୍ରାକ୍ଷାକ୍ଷେତ୍ର‌ରେ ଗାନ ଓ ଆନନ୍ଦ ଧ୍ୱନି ଶୁଣାଯିବ ନାହିଁ।
ଦ୍ରାକ୍ଷାକୁ କୁଣ୍ଡରେ ପଦରେ ଗ୍ଭପି କେହି ଦ୍ରାକ୍ଷାରସ ବାହାର କରିବ ନାହିଁ,
    କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ୱନି ନିବୃତ୍ତି କରିଅଛୁ।
11 ତେଣୁ ମୁଁ ଦୁଇଟି ନଗର ମୋୟାବ
    ଓ କୀରହେରସ ପାଇଁ ବିଶେଷ ଭାବରେ ଦୁଃଖିତ।
12 ମୋୟାବର ଲୋକମାନେ ସେମାନଙ୍କର ପ୍ରାର୍ଥନା ସ୍ଥଳୀକୁ ଯିବେ।
    ସେଠାରେ ସେମାନେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ।
ମାତ୍ର ସେମାନେ ଏତେ ଦୁର୍ବଳ ଯେ
    ସେଥିରେ ସେମାନେ କୃତାର୍ଥ ହେବେ ନାହିଁ।

13 ସଦାପ୍ରଭୁ ଅନେକ ଥର ମୋୟାବ ବିଷୟରେ ଏହିସବୁ କହିଥିଲେ। 14 ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ତିନି ବର୍ଷ ମଧ୍ୟରେ ସେହିସବୁ ଲୋକମାନେ ଓ ସେମାନଙ୍କର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହେବ ଯେ ଗଣନା ଯୋଗ୍ୟ ହେବ ନାହିଁ।”

ଏଫିସୀୟଙ୍କ ପ୍ରତି ପତ୍ର 5:1-16

ଜ୍ୟୋତିଃର୍ମୟ ଜୀବନ

ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।

ତୁମ୍ଭ ଭିତରେ କୌଣସି ଯୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ନୁହେଁ। ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍। ଗୋଟିଏ ବିଷୟ ତୁମ୍ଭେ ନିଶ୍ଚିତ ଭାବରେ ଜାଣିଥାଅ ଯେ, ଯେଉଁ ଲୋକ ଯୌନ ପାପଗୁଡ଼ିକରେ ଲିପ୍ତ ରୁହେ, ମନ୍ଦ କର୍ମ କରେ ବା ଅତିଶୟ ଲୋଭ କରେ, ସେ ଲୋକ ପାଇଁ ପରମେଶ୍ୱର ଓ ଖ୍ରୀଷ୍ଟଙ୍କ ରାଜ୍ୟରେ କୌଣସି ସ୍ଥାନ ନାହିଁ। କାରଣ ଯେଉଁ ଲୋକ ସର୍ବଦା ନିଜ ନିମନ୍ତେ କେବଳ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରେ, ସେ ଭଣ୍ଡ ଦେବତାମାନଙ୍କର ପୂଜା କରେ।

ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି। ଅତଏବ ତୁମ୍ଭେ ମଧ୍ୟ ଏଭଳି ମନ୍ଦ କର୍ମ ସେହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର। ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ। 10 କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ। 11 ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। 12 ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ। 13 କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। 14 ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ:

“ହେ! ଶୋଇଥିବା ଲୋକ, ଜାଗି ଉଠ
    ମୃତ୍ୟୁରୁ ଉଠି ଆସ,
ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।”

15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ।

Oriya Bible: Easy-to-Read Version (ERV-OR)

2010 by World Bible Translation Center