Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 9-10

ଗୋଟିଏ ନୂତନ ଦିବସ ଆସୁଛି

ଅତୀତରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପରେ ପରମେଶ୍ୱର ସେ ଦେଶଗୁଡ଼ିକ ମହାନ କରିଦେଲେ। ସମୁଦ୍ର ନିକଟବର୍ତ୍ତୀ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱ ଗାଲିଲୀର ଅଣଯିହୂଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ। ସେହି ଲୋକମାନେ ଅନ୍ଧକାରରେ ଚଲାବୁଲା କରୁଥିଲେ, ମାତ୍ର ସେମାନେ ଏକ ମହାନ ଆଲୋକ ଦେଖିଛନ୍ତି। ସେମାନେ ମୃତ୍ୟୁରୂପକ ଅନ୍ଧକାର ମଧ୍ୟରେ ବାସ କରୁଥିଲେ, ମାତ୍ର ସେହି “ଉଜ୍ଜ୍ୱଳ ଆଲୋକ’ ସେମାନଙ୍କୁ ଦୀପ୍ତିମୟ କରିଛି।

ହେ ପରମେଶ୍ୱର, ତୁମ୍ଭେ ସେହି ଗୋଷ୍ଠୀର ବୁଦ୍ଧିର କାରଣ ହେବ। ତୁମ୍ଭେ ସେହି ଲୋକମାନଙ୍କୁ ସୁଖୀ କରିବ ଏବଂ ସେହି ଲୋକମାନେ ତୁମ୍ଭକୁ ସେମାନଙ୍କର ଆନନ୍ଦ ଦେଖାଇବେ। ଏହି ଆନନ୍ଦ ଶସ୍ୟ ସମୟରେ ଉଲ୍ଲାସ ପରି ହେବ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ୟକୁ ଭାଗ କଲାବେଳେ ଯେପରି ହୁଏ ସେହିପରି ହେବ। ଏପରି କାହିଁକି ହେବ, କାରଣ ତୁମ୍ଭେ ସେମାନଙ୍କର ଶକ୍ତ ଭାର ବହନ କରିବ। ସେମାନଙ୍କର ସ୍କନ୍ଧସ୍ଥିତ ଯୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦେବାକୁ ବ୍ୟବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିୟନକୁ ପରାଜିତ କଲାଭଳି ଏହା ହେବ।

ଯୁଦ୍ଧରେ ବ୍ୟବହୃତ ସମସ୍ତ ପାଦୁକା ଧ୍ୱଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ୟ ଧ୍ୱଂସ ପାଇବ। ସେ ସମସ୍ତ ଅଗ୍ନିରେ ନିକ୍ଷେପ କରାଯିବ। ଯେତେବେଳେ ଏକ ସ୍ୱତନ୍ତ୍ର ବାଳକ ଜନ୍ମ ନେବେ ସେତିକି ବେଳେ ଏହା ଘଟିବ। ପରମେଶ୍ୱର ଆମ୍ଭମାନଙ୍କୁ ଏକ ପୁତ୍ର ଦେବେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ “ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଯିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହେବେ।” ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ।

ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ

ମୋର ସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ରେରଣ କଲେ। ସେହି ବାର୍ତ୍ତା ଇସ୍ରାଏଲ ବିରୁଦ୍ଧରେ କାର୍ଯ୍ୟ କରିବ। ତାହାପରେ ଇଫ୍ରୟିମର ପ୍ରତ୍ୟେକ ଲୋକ ଓ ଏପରିକି ଶମରିୟାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ।

ସେହି ଲୋକମାନେ ପୁଣି ଅହଙ୍କାରୀ ହୋଇ ଦର୍ପରେ କୁହନ୍ତି। 10 “ଏହି ଇଟାସବୁ ପଡ଼ିଯିବ, ମାତ୍ର ଆମ୍ଭେମାନେ ପୁନର୍ବାର ଶକ୍ତ ପଥରରେ ତାହାକୁ ତିଆରି କରିବୁ। ଡିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲା ପରେ ଆମ୍ଭେମାନେ ସେଠାରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହେବ।”

11 ତେଣୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ରତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧରେ ପଠାଇବେ। 12 ତା’ପରେ ସଦାପ୍ରଭୁ ଅରାମୀୟମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସେହି ଶତ୍ରୁଗଣ ଏକତ୍ରିତ ଇସ୍ରାଏଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇସ୍ରାଏଲ ଉପରେ କ୍ରୋଧିତ ହେବେ ଓ ତା’ର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।

13 ପରମେଶ୍ୱର ଦଣ୍ଡ ଦେଲେ ମଧ୍ୟ ସେମାନେ ପାପ କରିବାରୁ ନିବୃତ୍ତ ହେବେ ନାହିଁ। ସେମାନେ ତାଙ୍କ ନିକଟକୁ ଫେରିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ। 14 ତେଣୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଞ୍ଜ ଛେଦନ କରିବେ। ଆଉମଧ୍ୟ ତାଳବୃକ୍ଷର ଡାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ। 15 ଏଠାରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ୟାବାଦୀ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ବୁଝାଉଛି।

16 ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ଆଉ ସେମାନଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଗଣ ବିନଷ୍ଟ ହେବେ। 17 ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି।

ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।

18 ଭ୍ରଷ୍ଟାଗ୍ଭର ଜ୍ୱଳନ୍ତ ଅଗ୍ନିତୁଲ୍ୟ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା’ପରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ୟକୁ ଜାଳିଦିଏ। ଶେଷରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ୟ ଧୂମ ହୋଇ ଉପରକୁ ଉଠେ।

19 ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନିରେ ଦ‌ଗ୍‌ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ୟକ୍ତି ତା’ର ଭାଇକୁ ସାହାଯ୍ୟ କରନ୍ତି ନାହିଁ। 20 ଲୋକମାନେ ଦକ୍ଷିଣ ହସ୍ତରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହେବେ। ବାମ ହସ୍ତରେ ଯାହା ଭୋଜନ କରିବେ ସେଥିରେ ତୃପ୍ତ ହେବେ ନାହିଁ। ତା’ପରେ ସେମାନେ ନିଜ ପିଲାମାନଙ୍କ ମାଂସ ଭକ୍ଷ୍ୟଣ କରିବେ। 21 ଏହାର ଅର୍ଥ ହେଉଛି ମନଃଶି ଇଫ୍ରୟିମ ବିରୁଦ୍ଧରେ ଓ ଇଫ୍ରୟିମ ମନଃଶି ବିରୁଦ୍ଧରେ ଏବଂ ସେମାନେ ଉଭୟ ଯିହୁଦା ବିରୁଦ୍ଧରେ ଲଢ଼ିବେ।

ତଥାପି ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧିତ ଓ ସେମାନଙ୍କୁ ଦଣ୍ଡ ଦେବାରୁ ନିବୃତ୍ତ ହେବେ ନାହିଁ।

10 ଯେଉଁମାନେ ଅଧର୍ମ ବ୍ୟବସ୍ଥା କରନ୍ତି ସେ ଆଇନ ପ୍ରଣୟନକାରୀମାନଙ୍କୁ ଧ୍ୟାନ ଦିଅ। ଯେଉଁ ନିୟମ ପ୍ରଣୟନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମୟ ଓ ଜଟିଳ କରିବା ପାଇଁ ଲେଖନ୍ତି। ସେମାନେ ସନ୍ତାପର ପାତ୍ର। ସେହି ବ୍ୟବସ୍ଥାକାରୀଗଣ ଦରିଦ୍ରମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରନ୍ତି ନାହିଁ। ସେମାନେ ଦରିଦ୍ରମାନଙ୍କର ଅଧିକାରକୁ ଛିନ୍ନ କରନ୍ତି। ସେମାନେ ମଧ୍ୟ ବିଧବା ଓ ଅନାଥର ଧନ ଲୁଣ୍ଠନ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାନ୍ତି।

ହେ ବ୍ୟବସ୍ଥାକାରୀଗଣ, ପ୍ରତିଫଳ ଦେବାର ଦିନରେ ତୁମ୍ଭମାନଙ୍କୁ ତୁମ୍ଭର କାର୍ଯ୍ୟକଳାପ ସମ୍ବନ୍ଧରେ ବୁଝାଇବାକୁ ପଡ଼ିବ। ଦୂରଦେଶରୁ ତୁମ୍ଭର ବିନାଶ ଆସୁଛି। ତୁମ୍ଭେମାନେ ସେତେବେଳେ କ’ଣ କରି ପାରିବ, ସାହାଯ୍ୟ ପାଇଁ ତୁମ୍ଭେମାନେ କାହା ନିକଟକୁ ଦୌଡ଼ିବ? ତୁମ୍ଭର ଅର୍ଥ ଓ ସମ୍ପଦ ତୁମ୍ଭଙ୍କୁ ସାହାଯ୍ୟ କରିବ ନାହିଁ। ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାଯ୍ୟ କରିବ ନାହିଁ। ପରମେଶ୍ୱର ତଥାପି କ୍ରୋଧାନ୍ୱିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।

God Will Punish Assyria’s Pride

ପରମେଶ୍ୱର କହିବେ, “ମୁଁ ଅଶୂରକୁ ଏକ ଯଷ୍ଟିରୂପେ ବ୍ୟବହାର କରିବି। ଏହି କ୍ରୋଧରୂପକ ଦଣ୍ଡ ଇସ୍ରାଏଲକୁ ଶାସ୍ତି ଦେବେ। ପ୍ରଭୁ ବିହୀନ ଦେଶକୁ ମୁଁ ଅଶୂରକୁ ପ୍ରେରଣ କରିବି। ସେହି ଲୋକମାନଙ୍କ ଉପରେ ମୁଁ କ୍ରୋଧିତ ଏବଂ ସେମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ମୁଁ ଅଶୂରକୁ ଆଦେଶ ଦେବି। ସେ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କଠାରୁ ଧନସମ୍ପଦ ନେଇ ଆସିବ। ଇସ୍ରାଏଲ ରାସ୍ତାର ଧୂଳି ସଦୃଶ ଅଶୂରର ପଦଦଳିତ ହେବ।

“ମାତ୍ର ମୁଁ ଅଶୂରକୁ ବ୍ୟବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମୋ’ ପାଇଁ ଏକ ଅସ୍ତ୍ର। ଅଶୂର କେବଳ ଲୋକମାନଙ୍କୁ ଧ୍ୱଂସ କରିବାକୁ ଇଚ୍ଛାକରେ। ସେ କେବଳ ଅନେକ ଗୋଷ୍ଠୀକୁ ଧ୍ୱଂସ କରିବାକୁ ମନ୍ତ୍ରଣା କରେ। ଅଶୂର ନିଜକୁ ନିଜେ କହିହୁଏ, ‘ମୋର ସମସ୍ତ ପ୍ରାଚୀନଗଣ ରାଜା ସଦୃଶ। କ‌‌ଲ୍‌‌ନୋ ନଗର କର୍କମୀଶର ତୁଲ୍ୟ ଅଟେ। ପୁଣି ଅର୍ପଦ ନଗର ହମାତ୍ ତୁଲ୍ୟ ଅଟେ। ଶମରିୟା ନଗର ଦମ୍ମେଶକ ପରି ଅଟେ। 10 ମୁଁ ସେହି ଭ୍ରଷ୍ଟାଗ୍ଭରୀ ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲି ଓ ବର୍ତ୍ତମାନ ସେଗୁଡ଼ିକ ଶାସନ କରିବି। ଯେଉଁ ପ୍ରତିମାଗୁଡ଼ିକୁ ସେହି ଲୋକମାନେ ପୂଜା କରୁଛନ୍ତି ସେଗୁଡ଼ିକ ଯିରୁଶାଲମ ଓ ଶମରିୟାର ପ୍ରତିମାଗୁଡ଼ିକଠାରୁ ଶ୍ରେଷ୍ଠତର। 11 ମୁଁ ଶମରିୟା ଓ ତା’ର ପ୍ରତିମାଗୁଡ଼ିକୁ ଅଧିକାର କଲି। ସେହିପରି ମଧ୍ୟ ଯିରୁଶାଲମ ଓ ତା’ର ଲୋକମାନଙ୍କ ଦ୍ୱାରା ନିର୍ମିତ ପ୍ରତିମାଗୁଡ଼ିକୁ ମୁଁ ପରାସ୍ତ କରିବି।’”

12 ମୋର ପ୍ରଭୁ ଯିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧରେ ସମସ୍ତ କାର୍ଯ୍ୟ ସମାପ୍ତ କଲାପରେ ଅଶୂରକୁ ଦଣ୍ଡ ଦେବେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ୱର ତାଙ୍କୁ ଦଣ୍ଡ ଦେବେ।

13 ଅଶୂରର ରାଜା କହେ, “ମୁଁ ଅତି ଜ୍ଞାନୀ, ମୋର ଜ୍ଞାନ ଓ ଶକ୍ତି ବଳରେ ମୁଁ ବହୁ ମହାନ କାର୍ଯ୍ୟ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ୟ ତା’ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ। 14 ଗୋଟିଏ ବ୍ୟକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସେମାନଙ୍କର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳରେ ଅପହରଣ କରିଛି। ଅନେକ ସମୟରେ ପକ୍ଷୀ ତା’ର ବସା ଓ ଅଣ୍ଡାକୁ ଛାଡ଼ି ଯାଇଥାଏ ଓ ତା’ର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାଯ୍ୟରେ ଲଢ଼ିବାକୁ ସେଠାରେ ନ ଥା’ନ୍ତି। ତେଣୁ ଲୋକେ ଅଣ୍ଡା ନେଇ ଯାଆନ୍ତି। ତେଣୁ ମୁଁ ସେହିପରି ସେମାନଙ୍କର ଧନସମ୍ପଦ ଲୁଣ୍ଠନ କଲାବେଳେ କେହି ମୋତେ ବାଧା ଦେବେ ନାହିଁ।”

15 ଗୋଟିଏ କୁହ୍ରାଡ଼ି କ’ଣ ତା’ର ଛେଦନକର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହୋଇ ପାରିବ କି? କରତ କ’ଣ କରତିୟର ବିରୁଦ୍ଧରେ କିଛି କରି ପାରିବ ନାହିଁ। ମାତ୍ର ଅଶୂର ପରମେଶ୍ୱରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ଯଷ୍ଟି ନିଜକୁ ଯଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ। 16 ଅଶୂର ଭାବେ ସେ ମହାନ। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା’ ବିରୁଦ୍ଧରେ ଏକ ଭୟଙ୍କର ବ୍ୟାଧି ପଠାଇବେ। ଗୋଟିଏ ରୋଗୀ ତା’ର ଓଜନ ହରାଇଲା ପରି ଅଶୂର ତା’ର ଅର୍ଥ ଓ ସାମର୍ଥ୍ୟ ହରାଇବ। ତା’ପରେ ଅଶୂରର ସମସ୍ତ ଗୌରବ ଧ୍ୱଂସ ପାଇବ। ଏହା ଅଶୂରର ସମସ୍ତ ଧ୍ୱଂସ କରିବା ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନି ସଦୃଶ ହେବ। 17 ଇସ୍ରାଏଲର ଜ୍ୟୋତିଃ ଗୋଟିଏ ଜ୍ୱଳନ୍ତ ଅଗ୍ନି ପରି ହେବେ। ସେହି ଧର୍ମସ୍ୱରୂପ ଏକ ଶିଖା ସଦୃଶ ହେବେ। ସେହି ଅଗ୍ନିଶିଖା ପ୍ରଥମେ ଅନାବନା ଘାସ ଓ କଣ୍ଟାସବୁ ପୋଡ଼ି ପକାଇବେ। 18 ତା’ପରେ ସେହି ଅଗ୍ନିଶିଖା ବୃଦ୍ଧି ପାଇବ ଓ ବଡ଼ ବଡ଼ ଗଛ ଓ ଦ୍ରାକ୍ଷାକ୍ଷେତକୁ ପୋଡ଼ି ପକାଇବେ। ଶେଷରେ ସମସ୍ତ ଜିନିଷ ଏହି ଅଗ୍ନିଶିଖାରେ ବଳି ପଡ଼ିବ। 19 କେବଳ ବଣରେ ଅଳ୍ପ କେତୋଟି ବୃକ୍ଷ ବଞ୍ଚି ରହିବେ ଯାହାକୁ କି ଗୋଟିଏ ବାଳକ ଗଣି ପାରିବ।

20 ସେହି ସମୟରେ ଇସ୍ରାଏଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପରେ ଆଉ ନିର୍ଭର କରିବେ ନାହିଁ। ସେମାନେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବା ଶିକ୍ଷା କରିବେ। 21 ଯାକୁବ ପରିବାର ଅବଶିଷ୍ଟାଂଶ ଲୋକ ମଧ୍ୟ ପୁଣି ପରାକ୍ରାନ୍ତ ପରମେଶ୍ୱରଙ୍କୁ ଅନୁସରଣ କରିବେ।

22 ଯଦିଓ ଇସ୍ରାଏଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସେମାନେ ସଦାପ୍ରଭୁଙ୍କ ପାଖକୁ ଫେରି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ୱଂସ ପାଇବ। ପରମେଶ୍ୱର ତୁମ୍ଭର ଦେଶ ଧ୍ୱଂସ ହେବ ବୋଲି ଘୋଷଣା କରିଛନ୍ତି। ତା’ପରେ ଧାର୍ମିକତା ନଦୀର ବନ୍ୟାଜଳ ସଦୃଶ ଦେଶମଧ୍ୟକୁ ବହି ଆସିବ। 23 ମୋ’ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ନିଶ୍ଚିତ ଭାବରେ ଏହି ଦେଶକୁ ଧ୍ୱଂସ କରିବେ।

24 ମୋର ପ୍ରଭୁ ସର୍ବଶକ୍ତମାନ ସଦାପ୍ରଭୁ କହନ୍ତି, “ହେ ମୋର ସିୟୋନ ନିବାସୀଗଣ, ତୁମ୍ଭେମାନେ ଅଶୂରକୁ ଭୟ କର ନାହିଁ, ଯଦ୍ୟପି ଅତୀତରେ ମିଶର ତୁମ୍ଭମାନଙ୍କୁ ଯଷ୍ଟିରେ ପ୍ରହାର କଲାପରି ଅଶୂର ତୁମ୍ଭମାନଙ୍କୁ ପ୍ରହାର କରିବ। 25 ଯେତେବେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦେଇସାରିଛି, ସେତେବେଳେ ମୋର କ୍ରୋଧ ପ୍ରଶମିତ ହେବ।”

26 ତା’ପରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତରେ ଓରେବ୍ ଶୈଳରେ ମିଦିୟନର ହତ୍ୟା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲାବେଳେ ସେ ସେହିପରି କରିବେ। ଆଉ ଅତୀତରେ ସଦାପ୍ରଭୁ ଯେପରି ତାଙ୍କର ଯଷ୍ଟି ସମୁଦ୍ର ଉପରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦେଇ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସେହିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।

27 ସେ ଦିନରେ ଅଶୂର ତୁମ୍ଭମାନଙ୍କ ପ୍ରତି ଦୁଃଖ ଆଣିବ। ସେହି ଦୁଃଖ ବୋଝ ତୁମ୍ଭ ସ୍କନ୍ଧରେ ଯୁଆଳି ସଦୃଶ ହେବ। ମାତ୍ର ସେହି ଯୁଆଳି ତୁମ୍ଭର ଗ୍ରୀବା ଦେଶରୁ କାଢ଼ି ନିଆଯିବ। ସେହି ବୋଝ ରୂପକ ଯୁଆଳି ତୁମ୍ଭର ଶକ୍ତି ବଳରେ ଭଗ୍ନ ହେବ।

ଅଶୂର ସୈନ୍ୟବାହିନୀଙ୍କ ଇସ୍ରାଏଲ ଆକ୍ରମଣ

28 ସୈନ୍ୟବାହିନୀ “ଅୟାତରେ” ପ୍ରବେଶ କରିବେ। ସେମାନେ “ମିଗ୍ରୋଣ ଖଳା” ମଧ୍ୟଦେଇ ଯିବେ ଓ “ମି‌କ୍‌ମ‌‌ସରେ” ଗନ୍ତାଘରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ। 29 ସେମାନେ “ଘାଟି” ନିକଟରେ ନଦୀ ଅତିକ୍ରମ କରିବେ। ସେମାନେ ଗେବାରେ ଶୟନ କରିବେ। ରାମା କମ୍ପିତ ହେବ। ଶାଉଲର ଗିବିୟାରେ ଲୋକମାନେ ପଳାୟନ କରିବେ।

30 ହେ ଗଲ୍ଲୀମର କନ୍ୟା, ଉଚ୍ଚସ୍ୱରରେ ପାଟି କର। ହେ ଲୟିଶ, ଶୁଣ। ଅନାଥୋତ୍ ତାକୁ ଉତ୍ତର ଦିଅ। 31 ମ‌‌ଦ୍‌‌ମେନା ଲୋକମାନେ ପଳାୟନ କରୁଛନ୍ତି। ପୁଣି ଗେବୀମ୍ ନିବାସୀମାନେ ଲୁଚୁଛନ୍ତି। 32 ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ।

33 ଦେଖ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମରେ ଏହା କରିବେ। ମହାନ ଓ ପ୍ରଧାନ ବ୍ୟକ୍ତିମାନଙ୍କୁ ଛେଦନ କରାଯିବ। ସେହି ଉନ୍ନତମାନେ ନତ ହେବେ। 34 ସଦାପ୍ରଭୁ ତାଙ୍କର କୁଠାର ସାହାଯ୍ୟରେ ଅରଣ୍ୟକୁ କାଟି ପକାଇବେ। ଲିବାନୋ‌ନ୍‌ର ମହାନ ବୃକ୍ଷର ପତନ ଘଟିବ।

ଏଫିସୀୟଙ୍କ ପ୍ରତି ପତ୍ର 3

ଅଣଯିହୂଦୀଙ୍କ ମଧ୍ୟରେ ପାଉଲଙ୍କ ପ୍ରଗ୍ଭର କାର୍ଯ୍ୟ

ଅତଏବ, ମୁଁ ପାଉଲ, ତୁମ୍ଭ ଅଣଯିହୂଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ। ତୁମ୍ଭେମାନେ ଶୁଣିଥିବ, ପରମେଶ୍ୱର ତାହାଙ୍କର ମହାନ ଅନୁଗ୍ରହରେ ମୋତେ ଏହି ବିଶେଷ କାର୍ଯ୍ୟ ଦେଇଅଛନ୍ତି, ଯେପରି ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିପାରେ। ପରମେଶ୍ୱର ମୋ’ ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମୋତେ ଯାହା ଦେଖାଇଛନ୍ତି, ସେ ବିଷୟରେ ମୁଁ ଅଳ୍ପ କିଛି ଲେଖି ସାରିଛି। ସେଗୁଡ଼ିକ ଯଦି ତୁମ୍ଭେମାନେ ପଢ଼, ତା’ହେଲେ ଦେଖିବ ଯେ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଗୁପ୍ତ ସତ୍ୟ ବିଷୟରେ ମୁଁ ପ୍ରକୃତରେ ବୁଝିଛି। ପୂର୍ବବର୍ତ୍ତୀ ସମୟର ଲୋକମାନଙ୍କୁ ଏହି ଗୁପ୍ତ ସତ୍ୟ ବିଷୟରେ କୁହାଯାଇ ନ ଥିଲା। କିନ୍ତୁ ପରମେଶ୍ୱର ଏବେ ନିଜର ପବିତ୍ର ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ନିକଟରେ ପବିତ୍ରଆତ୍ମାଙ୍କ ମାଧ୍ୟମରେ ସେହି ଗୁପ୍ତ ସତ୍ୟଟି ପ୍ରକାଶ କରିଛନ୍ତି। ସେହି ଗୁପ୍ତ ସତ୍ୟଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ୟ ପରମେଶ୍ୱରଙ୍କ ସମସ୍ତ ବିଷୟର ଅଧିକାରୀ ହେବେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସେହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଯେ ସମସ୍ତ ପ୍ରତିଜ୍ଞା ଦେଇଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ସେହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଗ୍ଭର ହେତୁରୁ ଅଣଯିହୂଦୀମାନେ ଏହିସବୁର ଅଧିକାରୀ ଅଟନ୍ତି।

ପରମେଶ୍ୱରଙ୍କ ବିଶେଷ ଅନୁଗ୍ରହର ଦାନ ଦ୍ୱାରା ମୁଁ ସୁସମାଗ୍ଭର କହିବା ପାଇଁ ଜଣେ ସେବକ ହେଲି। ପରମେଶ୍ୱର ତାହାଙ୍କର କାର୍ଯ୍ୟକାରୀ ଶକ୍ତି ବଳରେ ମୋତେ ଏହି ଅନୁଗ୍ରହ ଦାନ କଲେ। ପରମେଶ୍ୱରଙ୍କ ଲୋକମାନଙ୍କ ଭିତରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ୱର ମୋତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁସମାଗ୍ଭର କହିବି। ସେହି ଐଶ୍ୱର୍ଯ୍ୟଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ସମ୍ଭବପର ନୁହେଁ। ପରମେଶ୍ୱରଙ୍କ ଗୁପ୍ତ ସତ୍ୟକୁ ସମସ୍ତଙ୍କୁ କହିବା ଦାୟିତ୍ୱ ପରମେଶ୍ୱର ମୋତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ୟ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଭିତରେ ଗୁପ୍ତ ରହିଥିଲା। 10 ମଣ୍ଡଳୀ ଦ୍ୱାରା ପରମେଶ୍ୱରଙ୍କ ବହୁବିଧ ଜ୍ଞାନ, ସ୍ୱର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ୱରଙ୍କର ଉଦ୍ଦେଶ୍ୟ ଥିଲା। ସେମାନେ ମଣ୍ଡଳୀ ଯୋଗୁଁ ଏହା ଜାଣି ପାରିବେ। 11 ସମୟର ପ୍ରାରମ୍ଭରୁ ପରମେଶ୍ୱରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମେଳ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ଏହା ସମ୍ପନ୍ନ କଲେ। 12 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା, ନିର୍ଭୟରେ ପରମେଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ସ୍ୱାଧୀନତା ଅଛି। 13 ସେଥିପାଇଁ ମୁଁ କୁହେ ଯେ ତୁମ୍ଭମାନଙ୍କ ପାଇଁ ମୁଁ ଯାତନା ଭୋଗୁ ଥିବାରୁ ହତୋତ୍ସାହିତ ହୁଅ ନାହିଁ। ମୋର ଏହି ଯାତନାଗୁଡ଼ିକ ତୁମ୍ଭ ନିମନ୍ତେ ଗୌରବଜନକ ହେବ।

ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ

14 ସେଥିପାଇଁ ପ୍ରାର୍ଥନାରେ ମୁଁ ପରମପିତାଙ୍କ ଆଗରେ ନତମସ୍ତକ ହୁଏ। 15 ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି। 16 ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିଯୁକ୍ତ ହେବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ସେହି ଶକ୍ତି ପ୍ରଦାନ କରିବେ। 17 ତୁମ୍ଭ ବିଶ୍ୱାସ ହେତୁ ତୁମ୍ଭ ହୃଦୟରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ରେମରେ ଶକ୍ତିଶାଳୀ ହେଉ ଏବଂ ପ୍ରେମରେ ଗଢ଼ି ଉଠୁ। 18 ଖ୍ରୀଷ୍ଟଙ୍କ ପ୍ରେମର ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ୱରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ୟ ବୁଝି ପାର ଯେ, ସେହି ପ୍ରେମ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ ଓ କେତେ ଗଭୀର। 19 ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ମନୁଷ୍ୟର ପ୍ରେମଠାରୁ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସେହି ପ୍ରେମ ବିଷୟରେ ଜାଣିବା ପାଇଁ ସକ୍ଷମ ହୁଅ, ତେବେ ଯାଇ ତୁମ୍ଭେ ପରମେଶ୍ୱରଙ୍କଠାରେ ପୂର୍ଣ୍ଣ ହୋଇ ଯିବ।

20 ଆମ୍ଭ ଭିତରେ ପରମେଶ୍ୱରଙ୍କ ଯେଉଁ ଶକ୍ତି କାର୍ଯ୍ୟ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ଯଥେଷ୍ଟ ଅଧିକ ଏବଂ ପରମେଶ୍ୱର ତାହାଠାରୁ ଅଧିକ ଶକ୍ତିର କାର୍ଯ୍ୟ କରି ପାରନ୍ତି। 21 ମଣ୍ଡଳୀରେ ଓ ଖ୍ରୀଷ୍ଟଙ୍କ ଦ୍ୱାରା ସଦାସର୍ବଦା ତାହାଙ୍କର ମହିମା ହେଉ। ଆମେନ୍।

Oriya Bible: Easy-to-Read Version (ERV-OR)

2010 by World Bible Translation Center