Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 7-8

ଆରାମର ଦୁଃଖ

ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।

ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା। ସେହି ବାର୍ତ୍ତାଟି ହେଲା, “ଅରାମ ଓ ଇସ୍ରାଏଲ ସୈନ୍ୟମାନେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକତ୍ର ଶିବିର ସ୍ଥାପନ କରିଛନ୍ତି।” ଯେତେବେଳେ ରାଜା ଆହସ ଏହି କଥା ଶୁଣିଲେ ସେ ଏବଂ ତାଙ୍କର ଲୋକମାନେ ଭୟଭୀତ ହୋଇପଡ଼ିଲେ। ପବନରେ ବୃକ୍ଷଗୁଡ଼ିକ ଦୋହଲିଲା ପରି ସେମାନେ ଭୟରେ କମ୍ପିତ ହେଲେ।

ତା’ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ।

“ଆହସଙ୍କୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ। ସେହି ଦୁଇବ୍ୟକ୍ତି ରତ୍ସୀନ ଓ ରମଲିୟର ପୁତ୍ରକୁ ଭୟ କର ନାହିଁ। ସେ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତରେ ସେମାନେ ଜ୍ୱଳନ୍ତ ଅଗ୍ନି ସଦୃଶ ଥିଲେ। ମାତ୍ର ବର୍ତ୍ତମାନ ସେମାନେ କେବଳ ଧୂମ ସଦୃଶ। ରତ୍ସୀନ, ଅରାମ ଓ ରମଲିୟର ପୁତ୍ରର କ୍ରୋଧକୁ ଭୟ କର ନାହିଁ। ଅରାମ, ଇଫ୍ରୟିମ ଏବଂ ରମଲିୟଙ୍କର ପୁତ୍ର ଏକତ୍ର ହୋଇ ତୁମ୍ଭ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କହିଲେ, “ଆମ୍ଭେମାନେ ଯାଇ ଯିହୁଦା ବିରୁଦ୍ଧରେ ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଭେମାନେ ଟାବେଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂପେ ସ୍ଥାପନ କରିବା।”’”

ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ତାଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ। ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ। ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”

ଇମ୍ମାନୁୟେଲ-ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି

10 ତା’ପରେ ସଦାପ୍ରଭୁ ଆହସଙ୍କୁ କହି ଗ୍ଭଲିଲେ। 11 ସେ କହିଲେ, “ଏ ଗୁଡ଼ିକ ସତ୍ୟ ବୋଲି ତୁମ୍ଭେ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ। ସେହି ଚିହ୍ନ ଅଧୋଲୋକରୁ ହେଉ କିମ୍ବା ଉର୍ଦ୍ଧଲୋକରୁ ହେଉ ସଦାପ୍ରଭୁଙ୍କୁ ସେହି ଚିହ୍ନ ମାଗ।”

12 ମାତ୍ର ଆହସ କହିଲେ, “ମୁଁ ପ୍ରମାଣ ସ୍ୱରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଗ୍ଭହେଁ ନାହିଁ।”

13 ତା’ପରେ ଯିଶାଇୟ କହିଲେ, “ହେ ଦାଉଦଙ୍କର ବଂଶ! ସାବଧାନ ହୋଇ ଶୁଣ। ତୁମ୍ଭେମାନେ ତୁଚ୍ଛମାନବର ଧୈର୍ଯ୍ୟକୁ ପରୀକ୍ଷା କରିଛ ବୋଲି ମୋର ପ୍ରଭୁ ପରମେଶ୍ୱରଙ୍କ ଧୈର୍ଯ୍ୟକୁ ପରୀକ୍ଷା କରି ପାରିବ ନାହିଁ। 14 ମାତ୍ର ମୋର ପ୍ରଭୁ ପରମେଶ୍ୱର ଏକ ଚିହ୍ନ ଦେଖାଇବେ।

ଦେଖ, ଏକ ଯୁବତୀ ଗର୍ଭବତୀ ହୋଇ
    ଏକ ପୁତ୍ର ସନ୍ତାନ ଜନ୍ମ ଦେବ।
    ତା’ର ନାମ ସେ ଇମ୍ମାନୁୟେଲ ଦେବ।
15 ଇମ୍ମାନୁୟେଲ ଲହୁଣୀ ଓ ମହୁ ଖାଇବ।
    ତେଣୁ ସେ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ୟାଗ କରିବା ଜାଣିବ।
16 ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ୟ କରିବା ଜାଣିବା ପୂର୍ବରୁ ତୁମ୍ଭେମାନେ ଇଫ୍ରୟିମକୁ
    ଓ ଅରାମକୁ ତ୍ୟାଗ କରିବା। କାରଣ “ତୁମ୍ଭେମାନେ ସେହି ଦୁଇ ରାଜାଙ୍କୁ ଘୃଣା କରିଅଛ।

17 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିବେ। ସେହି ଦୁଃସମୟ ତୁମ୍ଭ ଲୋକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରମେଶ୍ୱର କ’ଣ କରିବେ? ସେ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆଣିବେ।

18 “ସେହି ସମୟରେ ସଦାପ୍ରଭୁ ‘ମକ୍ଷିକା’କୁ ଆହ୍ୱାନ ଦେବେ। ସେହି ମକ୍ଷିକା ମିଶରରେ ନଦୀ ନିକଟରେ ଅଛି। ବର୍ତ୍ତମାନ ‘ମଧୁମକ୍ଷିକା’ ଅଶୂର ଦେଶରେ ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ୟକୁ ଆସିବେ। 19 ସେହି ଶତ୍ରୁଗଣ ଗହ୍ୱରମାନଙ୍କର, ପର୍ବତର ଗୁମ୍ଫାମାନଙ୍କରେ କଣ୍ଟାବୁଦାମାନଙ୍କରେ ଓ ଚରାଭୂମି ମାନଙ୍କରେ ବାସ କରିବେ। 20 ସଦାପ୍ରଭୁ ଯିହୁଦାକୁ ଦଣ୍ଡ ଦେବାକୁ ଅଶୂରକୁ ବ୍ୟବହାର କରିବେ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ୟବହୃତ ହେବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ୱାରା ହେବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିବେ।

21 “ସେହି ସମୟରେ କେହି ଜଣେ ବ୍ୟକ୍ତି ଗୋଟିଏ ଗାଈ ଓ ଦୁଇ ଗୋଟି ମେଷ ପାଳିବେ। 22 ସେହି ଗାଈର ପ୍ରଚୁର ଦୁ‌ଗ୍‌ଧରେ ସେ ଦଧି ଖାଇବେ ଓ ସେ ଦେଶର ପ୍ରତ୍ୟେକ ଲୋକ ଦଧି ଓ ମଧୁ ଭକ୍ଷ୍ୟଣ କରିବେ। 23 ସେହି ଭୂମିରେ କ୍ଷେତମାନଙ୍କରେ ଏକ ହଜାର ଦ୍ରାକ୍ଷାଲତା ହେବ। ପ୍ରତ୍ୟେକ ଦ୍ରାକ୍ଷାଲତାର ମୂଲ୍ୟ 1000 ରୌପ୍ୟ ମୁଦ୍ରା ହେବ। ମାତ୍ର ସେହି କ୍ଷେତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣ ହେବ। 24 ସେହି ଭୂମି ବଣ ହୋଇଯିବ ଏବଂ ତାହା କେବଳ ଶିକାର ଯୋଗ୍ୟ ହେବ। 25 ଦିନ ଥିଲା ଲୋକମାନେ ସେଠାରେ କାର୍ଯ୍ୟରତ ରହୁଥିଲେ ଓ ପାହାଡ଼ ଉପରେ ଖାଦ୍ୟ ଉତ୍ପାଦନ କରୁଥିଲେ। ମାତ୍ର ସେଦିନ ଲୋକମାନେ ଆଉ ସେଠାକୁ ଯିବେ ନାହିଁ। ସେହି ସ୍ଥାନ ଅନାବନା ଘାସ ଓ କଣ୍ଟକରେ ପୂର୍ଣ୍ଣ ହେବ। କେବଳ ମେଣ୍ଢା ଓ ଗୋରୁପଲମାନଙ୍କର ସେ ଚରାଭୂଇଁ ହେବ।”

ଅଶୂର ଶୀଘ୍ର ଆସିବେ

ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ବୃହତ ଫଳକ ନେଇ ଏକ ସ୍ୱତନ୍ତ୍ର ଲେଖନୀ ସାହାଯ୍ୟରେ ତା’ଉପରେ ଏହି କଥାସବୁ ଲେଖ। ତାହା ହେଉଛି, ‘ମହେର-ଶାଲଲ-ହାଶ୍-ବସ୍।’ ଏହାର ଅର୍ଥ ହେଉଛି, ‘ଖୁବ୍ ଶୀଘ୍ର ଲୁଣ୍ଠନ ଓ ଗ୍ଭେରି ହେବ।’”

ବିଶ୍ୱସ୍ତ ସାକ୍ଷୀ ହେବାକୁ ମୁଁ କେତେକ ଲୋକ ସଂଗ୍ରହ କଲି। ସେହି ବିଶ୍ୱସ୍ତ ସାକ୍ଷୀ ହେବେ ଉରିୟ ଯାଜକ ଓ ଯିବୋରିଖିୟର ପୁତ୍ର ସଖରିଅ। ଏହି ଲୋକମାନେ ସେହି ବାକ୍ୟ ଲେଖିବାକୁ ଲକ୍ଷ୍ୟ କଲେ। ତା’ପରେ ମୁଁ ଭବିଷ୍ୟ‌ଦ୍‌ବକ୍ତ୍ରୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା’ପରେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲ-ହାଶ୍-ବସ୍ ରଖ।” ଏ ନାମ କାହିଁକି ରଖାଯିବ। କାରଣ ବାଳକଟି “ପିତାମାତା” ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ୱର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିୟାରୁ ନେଇଯାଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦେଇ ଦେବେ।’

ପୁନର୍ବାର ସଦାପ୍ରଭୁ ମୋତେ କହିଲେ। ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।” ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧରେ ଆଣିବି। ସେମାନେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ୟାର ସ୍ରୋତ ପରି ପ୍ରବଳ ପରାକ୍ରମୀ ହୋଇ ଆସିବେ। ବନ୍ୟାଜଳ କୂଳ ଲଙ୍ଘନ କଲାପରି ସେମାନେ ସମସ୍ତଙ୍କ ଉପରେ ପ୍ରଭାବ ବିସ୍ତାର କରିବେ। ସେହି ଜଳରାଶି ଯିହୁଦା ପର୍ଯ୍ୟନ୍ତ ମାଡ଼ିଯିବ ଓ ଯିହୁଦାର କଣ୍ଠ ପର୍ଯ୍ୟନ୍ତ ବ୍ୟାପିବ। ପରିଶେଷରେ ତାକୁ ବୁଡ଼ାଇ ଦେବ।

“ହେ ଇମ୍ମାନୁୟେଲ, ଏହି ବନ୍ୟାଦ୍ୱାରା ତୁମ୍ଭର ସମସ୍ତ ଦେଶ ଜଳମଗ୍ନ ହେବ।”

ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ,
    ମାତ୍ର ତୁମ୍ଭେମାନେ ପରାସ୍ତ ହେବ।
ହେ ଦୂର ଦେଶୀୟ ଲୋକମାନେ, ତୁମ୍ଭେମାନେ ଧ୍ୟାନପୂର୍ବକ ଶୁଣ।
    ତୁମ୍ଭେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେବି
    ତୁମ୍ଭେମାନେ ପରାଜିତ ହେବ।
10 ତୁମ୍ଭେମାନେ ଯୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ
    ମଧ୍ୟ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହେବ ନାହିଁ।
ତୁମ୍ଭର ସୈନ୍ୟମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହେବ।
    କାହିଁକି ଏହା ଘଟିବ।
    କାରଣ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।

ଯିଶାଇୟଙ୍କ ପ୍ରତି ସତର୍କବାଣୀ

11 ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମୋତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହେବାକୁ ସେ ମୋତେ ସତର୍କ କରି କହିଲେ। 12 “ପ୍ରତ୍ୟେକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ୱାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।”

13 ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କେବଳ ଭୟ କର। ତାଙ୍କୁ ହିଁ କେବଳ ଭକ୍ତି କରିବ। ସେହି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟ କର। 14 ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ରରେ ତାଙ୍କୁ ଗ୍ରହଣ କର, ତେବେ ସେ ତୁମ୍ଭର ଏକମାତ୍ର ଆଶ୍ରୟ ସ୍ଥାନ ହେବେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ଯିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ଯନ୍ତା ଓ ଫାଶ। 15 ଅନେକ ଲୋକ ଏହି ପଥରଦ୍ୱାରା ପତିତ ହେବେ। ସେମାନେ ପତିତ ହୋଇ ଭଗ୍ନ ହେବେ ଏବଂ ଫାଶରେ ପଡ଼ି ବାନ୍ଧି ହୋଇଯିବେ।

16 ଯିଶାଇୟ କହିଲେ, “ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମୋର ଶିକ୍ଷାଗୁଡ଼ିକୁ ଭବିଷ୍ୟତ ପାଇଁ ରକ୍ଷାକର। ମୋର ଶିଷ୍ୟମାନଙ୍କ ପାଇଁ ଏହା କର।”

17 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ଯେତେବେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଗ୍ଭନ୍ତି।
    ମୁଁ ସଦାପ୍ରଭୁଙ୍କ ଉପରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।

18 “ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’

19 କେତେକ ଲୋକ କୁହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?” 20 ତୁମ୍ଭେମାନେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭେମାନେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତେବେ ତୁମ୍ଭେମାନେ ଭୁଲ୍ ପଥରେ ଯିବ। ସେହି ଭୁଲ ଆଦେଶ ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭେମାନେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହେବ ନାହିଁ। 21 ତୁମ୍ଭେମାନେ ଯଦି ସେହି ଭୁଲ ଆଦେଶ ପାଳନ କରିବ ତେବେ ଦେଶରେ କଷ୍ଟ ଓ ଅନାହାର ଦେଖାଦେବ। ସେତେବେଳେ ସେମାନେ ବିରକ୍ତ ହେବେ ଏବଂ ସେମାନଙ୍କର ଶାସକ ଓ ପରମେଶ୍ୱରଙ୍କ ବିରୁଦ୍ଧରେ କହିବେ। ତା’ପରେ ସେମାନେ ପରମେଶ୍ୱରଙ୍କଠାରୁ ସାହାଯ୍ୟ ପାଇଁ ଊର୍ଦ୍ଧ୍ୱକୁ ଗ୍ଭହିଁବେ। 22 ଯଦି ସେମାନେ ତାଙ୍କର ଦେଶର ଗ୍ଭରିଆଡ଼କୁ ଦୃଷ୍ଟିପାତ କରିବେ ତେବେ ସେମାନେ କେବଳ ଦୁଃଖ ଓ ଯାତନାରୂପକ ଅନ୍ଧକାର ଦେଖିବେ ଓ ସେହି ଦୁଃଖରୂପକ ଅନ୍ଧକାର ଦେଖି ଦେଶ ପରିତ୍ୟାଗ କରିବାକୁ ବାଧ୍ୟ ହେବେ। ପୁଣି ସେହି ଅନ୍ଧକାରରେ ଆବଦ୍ଧ ହୋଇଥିବା ବ୍ୟକ୍ତି ନିଜକୁ ସେଥିରୁ ଉଦ୍ଧାର କରି ପାରିବେ ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 2

ମୃତ୍ୟୁରୁ ଜୀବନ ଆଡ଼କୁ

ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। ଅତୀତରେ ତୁମ୍ଭେ ସେହି ପାପ କାର୍ଯ୍ୟ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସେହି ମନ୍ଦ ଶକ୍ତି ଏବେ ମଧ୍ୟ ପରମେଶ୍ୱରଙ୍କୁ ଅମାନ୍ୟ କରୁଥିବା ଲୋକଙ୍କ ଭିତରେ କାମ କରୁଛି। ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ।

କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁ‌ତ୍‌‌ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।

ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। 10 ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା।

ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ହେବା

11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ” [a] ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। 12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। 13 ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ।

14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। 15 ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। 16 କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। 17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।

19 ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। 20 ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା’ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।

Oriya Bible: Easy-to-Read Version (ERV-OR)

2010 by World Bible Translation Center