Old/New Testament
ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) କହନ୍ତି
6 ଆଗୋ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
ତୁମ୍ଭର ପ୍ରିୟତମ କୁଆଡ଼େ ଯାଇଛନ୍ତି।
ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେମନ୍ତ ଖୋଜି ପାରିବା
ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଆଡ଼କୁ ଯାଇଛନ୍ତି କୁହ।
ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ସ୍ତ୍ରୀଲୋକମାନଙ୍କୁ
2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ
ସୁଗନ୍ଧି ଲତାର କିଆରିକୁ,
ଉଦ୍ୟାନରେ ତାଙ୍କର ପଲ ଚରାଇବାକୁ
ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଛନ୍ତି।
3 ମୁଁ ଆପଣା ପ୍ରିୟତମଙ୍କର ଓ ମୋ’ ପ୍ରିୟତମ ମୋହର।
ସେ ଶୋଶନ୍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି।
ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ
4 ଆଗୋ ମୋର ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ।
ଯିରୁଶାଲମ ପରି ଶୋଭାବତୀ,
ଧ୍ୱଜାଧାରି ସୈନ୍ୟପରି ଭୟଙ୍କରୀ।
5 ତୁମ୍ଭେ ମୋ’ ଆଡ଼ୁ ଆପଣା ଆଖି ଫେରାଅ,
କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି।
ତୁମ୍ଭର କେଶ ଗିଲିୟଦର ଚଟାଣରୁ ତଳକୁ ଆସୁଥିବା
ଏକ ଛେଳିପଲ ତୁଲ୍ୟ।
6 ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ଉତ୍ଥିତା
ମେଷୀପଲ ତୁଲ୍ୟ।
ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି,
ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।
7 ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ
ଡାଳିମ୍ବ ତୁଲ୍ୟ ଦୁଇଟି ଫାଳ।
8 ଷାଠିଏ ରାଣୀ
ଓ ଅଶୀ ଉପପତ୍ନୀ
ଓ ଅସଂଖ୍ୟ ଯୁବତୀ ଅଛନ୍ତି।
9 ମାତ୍ର ମୋ’ କପୋତୀ, ମୋର ନିପୁଣାଟି ଅଦ୍ୱିତୀୟା।
ସେ ଆପଣା ମାତାର ଏକମାତ୍ର।
ସେ ଜଣଙ୍କର ପ୍ରିୟ ଯିଏ ତାକୁ ଗର୍ଭଧାରଣ କଲେ।
କନ୍ୟାମାନେ ତାହାକୁ ଦେଖି
ଧନ୍ୟା ବୋଲି କହିଲେ।
ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।
ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ପ୍ରଶଂସା କଲେ
10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମନା,
ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ,
ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧତା,
ଧ୍ୱଜା ବିଶିଷ୍ଟ ସୈନ୍ୟତୁଲ୍ୟ ଭୟଙ୍କର, ସେ କିଏ?
ସେ (ସ୍ତ୍ରୀ) କହିଲେ
11 ମୁଁ ଡିମ୍ବିରି ବୃକ୍ଷ କାଟିବାକୁ ସଦ୍ୟ
ଗ୍ଭରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି।
ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ
ଓ ଡାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।
12 ମୁଁ ଅନୁଭବ କଲା ପୂର୍ବରୁ
ମୁଁ ମୋ’ ନିଜକୁ ଏକ ରଥରେ ରାଜପୁତ୍ରଙ୍କର ପାଖରେ ପାଇଲି।
ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଡାକିଲେ
13 ହେ ଶୂଲେମିୟେର ନାରୀ, ଫେରି ଆସ,
ଫେରି ଆସ ଆମ୍ଭେମାନେ ତୁମ୍ଭକୁ ଦେଖିବା ପାଇଁ ଗ୍ଭହୁଁଛୁ।
ଯେତେବେଳେ ସେ ମହନୟିମ ନୃତ୍ୟ କରୁଛି,
କାହିଁକି ତୁମ୍ଭେମାନେ ଶୂଲେମିୟା ନାରୀକୁ ଅନାଇବ?
ସେ (ପୁ) ତାଙ୍କର (ସ୍ତ୍ରୀ) ସୌନ୍ଦର୍ଯ୍ୟ ପ୍ରଶଂସା କଲେ
7 ଆଗୋ ରାଜକନ୍ୟା, ପାଦୁକାରେ ତୁମ୍ଭ ଚରଣ କେତେ ସୁନ୍ଦର।
ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
2 ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା
ବର୍ତ୍ତୁଳ ପାତ୍ର ତୁଲ୍ୟ।
ତୁମ୍ଭର ଉଦର ଶୋଶନ୍ ପୁଷ୍ପ ମଣ୍ଡିତ
ଗହମ ରାଶି ତୁଲ୍ୟ।
3 ତୁମ୍ଭର ସ୍ତନ ଯୁଗଳ ହରିଣର
ଯାଆଁଳା ଛୁଆ ପରି।
4 ତୁମ୍ଭର ଗଳଦେଶ ଗଳଦନ୍ତମୟ ଦୁର୍ଗ ସଦୃଶ।
ତୁମ୍ଭ ନେତ୍ର ଯୁଗଳ ବେଥ୍-ରବ୍ବୀମ ନଗର ଦ୍ୱାର ନିକଟସ୍ଥ
ହିଶ୍ବୋନ୍ ସେରାବର ସଦୃଶ।
ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ
ଲିବାନୋନ୍ର ଦୁର୍ଗ ତୁଲ୍ୟ।
5 ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ।
ପୁଣି ତୁମ୍ଭ ମସ୍ତକର କେଶ
ବାଇଗଣିଆ ରଙ୍ଗ ତୁଲ୍ୟ।
ତହିଁର ବେଣୀ ପାଶରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।
6 ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ
ତୁମ୍ଭେ କେମନ୍ତ ସୁନ୍ଦରୀ ଓ ମାନୋହାରିଣୀ।
7 ତୁମ୍ଭ ଶରୀରର ଦୀର୍ଘତା ଖଜୁରୀ ବୃକ୍ଷ ତୁଲ୍ୟ
ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ୟ।
8 ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି।
ମୁଁ ତହିଁର ବାହୁଙ୍ଗା ଧରିବି।
ତୁମ୍ଭର ସ୍ତନ ତୁଲ୍ୟ ହେଉ।
ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ।
9 ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ୟ,
ସେହି ଦ୍ରାକ୍ଷାରସ ମୋ’ ପ୍ରିୟତମାଙ୍କ ଗଳ ଦେଶରେ ଧୀର ଭାବରେ ଗଳିଯାଏ
ଏବଂ ମୋର ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ବହିଯାଏ।
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ
10 ମୁଁ ଆପଣା ପ୍ରିୟତମଙ୍କର
ଓ ତାଙ୍କର ବାସନା ମୋ’ ପ୍ରତି ଅଛି।
11 ଆସ, ମୋର ପ୍ରିୟତମ,
ଆମ୍ଭେମାନେ କ୍ଷେତ୍ରକୁ ଯିବା।
ଆସ ହେନା ଗ୍ଭରାଗଛ ଗହଣରେ ରାତିଟି କଟେଇଦେବା।
12 ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ।
ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ
ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ,
ତାହା ଆମ୍ଭେମାନେ ଦେଖିବା।
ସେଠାରେ ମୁଁ ତୁମ୍ଭଙ୍କୁ ଆପଣା ପ୍ରେମ ପ୍ରଦାନ କରିବି।
13 ଦୂଦା ଫୁଲ ସୁବାସ ହେଉଅଛି।
ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ
ତଟକା ଫଳ ଓ ଶୁଖିଲା ଫଳ ଅଛି।
ହେ ମୋର ପ୍ରିୟତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।
8 ଯଦି ତୁମ୍ଭେ ଏକ ପିଲା ହୋଇଥା’ନ୍ତ, ମୋର ଛୋଟ ଭାଇପରି ଯେ କି ମୋ’ ମା’ର କ୍ଷୀର ଖାଉଛି
ଏବଂ ଯଦି ମୁଁ ତୁମ୍ଭକୁ ବାହାରେ ଦେଖେ
ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ
କେହି ମୋତେ ଖରାପ ଭାବିବେ ନାହିଁ।
2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ନେଇଯା’ନ୍ତି।
ସେ ମୋତେ ଶିକ୍ଷା ଦିଅନ୍ତେ।
ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ,
ମୋହର ଡାଳିମ୍ବ ରସ ପାନ କରାନ୍ତି।
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ
3 ତାହାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ
ଓ ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରିବ।
4 ହେ ଯିରୁଶାଲମର ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, [a] ମୋ’ ନିକଟରେ ଶପଥ କର ଯେ,
ଉଚିତ୍ ସମୟ ନ ହେବା ପର୍ଯ୍ୟନ୍ତ
ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।
ଯିରୁଶାଲମର ସ୍ତ୍ରୀଲୋକମାନେ କହିଲେ
5 ଆପଣାର ପ୍ରେମିକର ଉପରେ ଆଉଜି ପଡ଼ି
ପ୍ରାନ୍ତରରୁ ଯିଏ ଆସୁଅଛି ସେ କିଏ?
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ
ନାରଙ୍ଗ ବୃକ୍ଷତଳେ ମୁଁ ତୁମ୍ଭକୁ ଜଗାଇଲି।
ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ।
ସେଠାରେ ସେ ପ୍ରସବ ବେଦନା ଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ,
ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର।
କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ।
ହୃଦୟର ଦହନ କବର ପରି ଦୃଢ଼ ଅଟେ।
ଏହାର ଶିଖା ଏକ ଜଳନ୍ତା ନିଆଁ ପରି
ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।
7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ।
କିଅବା ବନ୍ୟା ତାହା ବୁଡ଼ାଇ ନ ପାରେ।
ଯେବେ କେହି ଆପଣାର ସର୍ବସ୍ୱ ବଦଳରେ ପ୍ରେମ କିଣିବା ପାଇଁ ଚେଷ୍ଟା କରେ,
ତେବେ ସେ ଲୋକ ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ହେବ।
ତାଙ୍କର (ସ୍ତ୍ରୀ) ଭାଇମାନଙ୍କ କଥା
8 ଆମ୍ଭମାନଙ୍କର ଗୋଟିଏ ସାନ ଭଉଣୀ ଅଛି।
ଏପର୍ଯ୍ୟନ୍ତ ତା’ର ସ୍ତନ ବୃଦ୍ଧି ହୋଇ ନାହିଁ।
ଯଦି ଜଣେ ଲୋକ ଆସେ ଏବଂ ତାକୁ ବିବାହ କରିବାକୁ ପଗ୍ଭରେ,
ତେବେ ଆମ୍ଭେମାନେ କ’ଣ କରିବା?
9 ଯେବେ ସେ ପ୍ରାଚୀର ସ୍ୱରୂପା ହୁଏ।
ତେବେ ଆମ୍ଭେମାନେ ତାକୁ ରୂପା ଗହଣାରେ ଢାଙ୍କି ଦେବୁ।
ଯଦି ସେ ଏକ ଦ୍ୱାର ପରି ହୁଏ,
ତେବେ ଆମ୍ଭେମାନେ ତାକୁ ଏରସ ପଟାରେ ଆବରଣ କରିଦେବୁ।
ସେ (ସ୍ତ୍ରୀ) ତା’ର ଭାଇମାନଙ୍କୁ ଉତ୍ତର ଦେଲେ
10 ମୁଁ ପ୍ରାଚୀର ସ୍ୱରୂପା
ଓ ମୋହର ସ୍ତନ ତହିଁରେ ଦୁର୍ଗସ୍ୱରୂପ।
ସେହି ସମୟରେ ସେ ମୋତେ ଜଣକ ପରି ବିବେଚନା କଲା, ଯିଏ ତୃପ୍ତି ଆଣେ।
ସେ (ପୁ) କହିଲେ
11 ବାଲ୍-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା।
ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତରେ ନ୍ୟସ୍ତ କଲେ।
ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ
1000 ରୂପାମୁଦ୍ରା ଦେବାକୁ ପଡ଼ିଲା।
12 ମୋହର ଦ୍ରାକ୍ଷାକ୍ଷେତ୍ର ମୋର ନିଜର।
ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ
ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରୌପ୍ୟ ମୁଦ୍ରା ପାଇବେ।
ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ
13 ହେ ଉପବନ ବାସିନୀ,
ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି।
ତୁମ୍ଭ ସ୍ୱର ମୋତେ ମଧ୍ୟ ଶୁଣିବାକୁ ଦିଅ।
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ
14 ହେ ମୋର ପ୍ରିୟତମ, ଚଞ୍ଚଳ ହୁଅ।
ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ।
4 ମୁଁ କହୁଛି ଯେ, ଯେପର୍ଯ୍ୟନ୍ତ ଜଣେ ଉତ୍ତରାଧିକାରୀ ଶିଶୁ ଅବସ୍ଥାରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ। 2 କାରଣ ସେହି ଶିଶୁ ଆପଣା ପିତାଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିବା ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ତା’ର ଯତ୍ନ ନ୍ୟସ୍ତ କରା ଯାଇଥିବା ବ୍ୟକ୍ତିମାନଙ୍କର ଅଧୀନରେ ଥାଏ। 3 ଠିକ୍ ସେହିପରି ଆମ୍ଭେମାନେ ଶିଶୁଥିବା ସମୟରେ ଆମ୍ଭେ ମଧ୍ୟ ସଂସାରର ଅନୁପଯୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ। 4 କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହେବାରୁ ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ୟବସ୍ଥା ଅଧୀନରେ ଜୀବନଯାପନ କରୁଥିଲେ। 5 ବ୍ୟବସ୍ଥାର ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ରୂପେ ଗଢ଼ି ତୋଳିବା ନିମନ୍ତେ ସେ ଏପରି କରିଥିଲେ।
6 ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା “ ଆବ୍ବା, ପ୍ରିୟ ପିତା” ବୋଲି ଡାକନ୍ତି। 7 ଅତଏବ, ତୁମ୍ଭେମାନେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହୋଇଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।
ଗାଲାତୀୟ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ
8 ପୂର୍ବରୁ ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। ତୁମ୍ଭେମାନେ ମିଥ୍ୟା ଦେବତାମାନଙ୍କର ଦାସ ଥିଲ। 9 କିନ୍ତୁ ଏବେ ତୁମ୍ଭେମାନେ ପ୍ରକୃତ ପରମେଶ୍ୱରଙ୍କ ପରିଚୟ ପାଇଅଛ। ପ୍ରକୃତରେ ପରମେଶ୍ୱରଙ୍କ ଦ୍ୱାରା ପରିଚୟ ପାଇଅଛ। ତେବେ ତୁମ୍ଭେମାନେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମ୍ଭେମାନେ କ’ଣ ପୁଣି ଦାସ ହେବାକୁ ଇଚ୍ଛା କର? 10 ତୁମ୍ଭେମାନେ ଏବେ ମଧ୍ୟ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। 11 ତୁମ୍ଭମାନଙ୍କ ପାଇଁ ଯେଉଁସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡରୁଛି।
12 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭେମାନେ ବର୍ତ୍ତମାନ ମୋ’ ପରି ହୁଅ। 13 ତୁମ୍ଭେମାନେ ମୋ’ ପାଇଁ ଖୁବ୍ଭଲ ଥିଲ। ତୁମ୍ଭେମାନେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେହେତୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିଥିଲି। 14 ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା। କିନ୍ତୁ ତୁମ୍ଭେମାନେ ମୋତେ ଘୃଣା କରି ନ ଥିଲ। ତୁମ୍ଭେମାନେ ମୋତେ ଛାଡ଼ିଯିବାକୁ କହି ନ ଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମ୍ଭେମାନେ ସ୍ୱାଗତ ଜଣାଇ ଥିଲ। ତୁମ୍ଭେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ। 15 ତୁମ୍ଭେମାନେ ସେତେବେଳେ ଅତ୍ୟଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା? ମୋର ମନେ ପଡ଼େ, ତୁମ୍ଭେମାନେ ତୁମ୍ଭମାନଙ୍କର ସାଧ୍ୟମତେ ମୋତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲ। ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜର ଆଖି ମଧ୍ୟ ତାଡ଼ି ମୋତେ ପ୍ରଦାନ କରି ଦେଇଥାଆନ୍ତ। 16 କିନ୍ତୁ ଏବେ କ’ଣ ତୁମ୍ଭମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହୋଇଗଲି?
17 ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦେଖାଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ୟରେ ନୁହେଁ। କାରଣ, ତାହାଦ୍ୱାରା ସେମାନେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂରେଇ ନେବାକୁ ଇଚ୍ଛା କରନ୍ତି ଓ ସେମାନଙ୍କ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। 18 କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍ଯୋଗୀ ହେବା ଉଚିତ୍। 19 ମୋ’ ପ୍ରିୟ ସନ୍ତାନଗଣ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା’ ପରି ପ୍ରସବବେଦନା ଅନୁଭବ କରୁଛି ଓ ତୁମ୍ଭେମାନେ ଯେପର୍ଯ୍ୟନ୍ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହୋଇଛ, ସେପର୍ଯ୍ୟନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି। 20 ମୋର ଇଚ୍ଛା ହେଉଛି ମୁଁ ବର୍ତ୍ତମାନ ସେଠାରେ ତୁମ୍ଭମାନଙ୍କ ପାଖରେ ଥା’ନ୍ତି କି, ଯଦ୍ଦ୍ୱାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକାରେ କଥା ହୋଇପାରନ୍ତି। କାରଣ ତୁମ୍ଭମାନଙ୍କ ବିଷୟରେ କ’ଣ କରାଯିବ, ମୁଁ କିଛି ଜାଣିପାରୁ ନାହିଁ।
ସାରା ଓ ହାଗାରର ଉଦାହରଣ
21 ଏବେ ମଧ୍ୟ ତୁମ୍ଭମାନଙ୍କ ଭିତରୁ କେତେକ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭେମାନେ ଜାଣ କି ବ୍ୟବସ୍ଥା କ’ଣ କୁହେ? 22 ଶାସ୍ତ୍ର କୁହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ୱାଧୀନା ସ୍ତ୍ରୀ। 23 ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା। କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।
24 ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ। 25 ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ଯିରୁଶାଲମକୁ ସଂକେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି। 26 କିନ୍ତୁ ସ୍ୱର୍ଗସ୍ଥ ଯିରୁଶାଲମ ସ୍ୱାଧୀନ ଅଟେ। ସେ ଆମ୍ଭର ମାତା। 27 ଶାସ୍ତ୍ର କୁହେ:
“ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ;
ଖୁବ୍ ଜୋର୍ରେ ହର୍ଷନାଦ କର,
ତୁମ୍ଭେ ପ୍ରସବବେଦନା
କେବେ ହେଲେ ଅନୁଭବ କରି ନାହଁ।
ଯେଉଁ ସ୍ତ୍ରୀ ପରିତ୍ୟକ୍ତା,
ତା’ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।” (A)
28-29 ଏବଂ ଅବ୍ରହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ଇସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମଧ୍ୟ ଇସ୍ହାକ ଭଳି ପ୍ରତିଶୃତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ଇସ୍ହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା। 30 କିନ୍ତୁ ଶାସ୍ତ୍ର କ’ଣ କୁହେ? “ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ୱାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।” [a] 31 ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ।
2010 by World Bible Translation Center