Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଉପଦେଶକ 10-12

10 କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସେପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।

ଜଣେ ଜ୍ଞାନୀର ହୃଦୟ ତାକୁ ଠିକ୍ ପଥରେ ଆଗେଇ ନିଏ, କିନ୍ତୁ ଜଣେ ମୂର୍ଖର ହୃଦୟ ତାକୁ ଭୁଲ୍ ବାଟରେ ଆଗେଇ ନିଏ। ମୁର୍ଖ ପଥରେ ଗମନ କଲାବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ। ପୁଣି ସେ ପ୍ରତ୍ୟେକକୁ କହେ ଯେ ସେ ମୂର୍ଖ।

କାରଣ ଜଣେ ଶାସକ ତୁମ୍ଭ ଉପରେ ରାଗିଛନ୍ତି, ସେଥିପାଇଁ ପଳାଇଯାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁ‌‌ଲ୍‌‌କୁ ମଧ୍ୟ ଅତିକ୍ରମ କରିପାରେ। କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।

ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଲି। ଏକ ଭୁଲ୍ ଯାହା ଶାସନକର୍ତ୍ତାଠାରୁ ଆସିଥାଏ। ମୂର୍ଖମାନଙ୍କୁ ମହତ୍ତ୍ୱ ପୂର୍ଣ୍ଣ ସ୍ଥାନ ଦିଆଯାଏ, ଯେତେବେଳେ ଧନୀମାନଙ୍କୁ ଗୁରୁତ୍ୱହୀନ କାର୍ଯ୍ୟ ଦିଆଯାଏ। ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପଦଗତିରେ ଗମନ କରିବାର ଦେଖିଅଛି।

ପ୍ରତି କାର୍ଯ୍ୟରେ ବିପଦ ଅଛି

ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। ଯେଉଁ ଲୋକ ଏକବଡ଼ ପଥର ଗଡ଼ାଏ, ସେ ତା’ଦ୍ୱାରା ଆଘାତ ପାଇବ। ପୁଣି ଯେ କାଠ ଚିରେ, ସେ ତାହା ଦ୍ୱାରା ଆପଦଗ୍ରସ୍ତ ହେବ।

10 କୁହ୍ରାଡ଼ି ଦନ୍ଥଡ଼ା ହେଲେ, ଯଦି ତା’ର ଦାଢ଼ ନ ପଜାଏ, ତେବେ ତାହାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ୟ କରିଦିଏ।

11 ସର୍ପ ମନ୍ତ୍ର ମୁ‌ଗ୍‌ଧ ହେବା ପୂର୍ବରୁ କାମୁଡ଼ିଲେ, ସାପ କେଳାର କୌଶଳ ଅନାବଶ୍ୟକ।

12 ଜ୍ଞାନୀର କଥା ତା’ ପାଇଁ ପ୍ରଶଂସା ଆଣେ
    କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।

13 ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ମନ୍ଦ ପାଗଳାମୀ ଅଟେ। 14 ମୂର୍ଖ ବହୁ କଥା କହେ। ତଥାପି କ’ଣ ହେବ ମନୁଷ୍ୟ ଜାଣେ ନାହିଁ। ଆଉ ତା’ପରେ କ’ଣ ଘଟିବ, କେହି ତାକୁ ଜଣାଇ ପାରିବ ନାହିଁ।

15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ,
    କାରଣ କିପରି ନଗରକୁ ଯିବାକୁ ହୁଏ ତାହା ସେ ଜାଣେ ନାହିଁ।

କର୍ମର ମୂଲ୍ୟ

16 ହେ ଦେଖ, ତୁମ୍ଭର ରାଜା ଯେବେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତରେ ଭୋଜନ କରନ୍ତି। ତେବେ ଏହା ତୁମ୍ଭ ପ୍ରତି ବହୁତ ଖରାପ। 17 ହେ ଦେଶ, ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ।

18 ଆଳସ୍ୟ ଛାତକୁ ଭୁଷୁଡ଼ାଇ ଦିଏ,
    ପୁଣି ଗୃହରେ ଛିଦ୍ର ହୁଏ।

19 ଖୁସୀ ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ଯ୍ୟରେ ଆସେ।

ନିରର୍ଥକ ଗଳ୍ପାକାର

20 ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ୟ ଦିଅ ନାହିଁ। ଆଉ ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ। କାରଣ ଏକ ଛୋଟ ପକ୍ଷୀ ସେହି ବାର୍ତ୍ତା ନେଇଯିବ ଓ ସେ କଥା ଉତ୍ତର ଦେବ।

ଭବିଷ୍ୟତକୁ ସାହସିକତାର ସହକାରେ ସମ୍ମୁଖୀନ କର

11 ତୁମ୍ଭେ ଯେଉଁଠାକୁ ଯାଅ, ଉତ୍ତମ କାର୍ଯ୍ୟ କର। କିଛି ସମୟ ପରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫେରି ଆସିବ।

ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।

କେତେଗୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହେବ। ଯଦି ମେଘମାଳା ବର୍ଷାବିନ୍ଦୁରେ ପୂର୍ଣ୍ଣ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପୃଥିବୀରେ ପାଣି ଢାଳି ଦେବେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗରେ ପଡ଼େ ତେବେ ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନରେ ରହିବ।

ଯଦି ଗୋଟିଏ ଲୋକ ଛୋଟ ଗଛ ରୋପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କରେ, ତାହାହେଲେ ସେ କେବେହେଲେ ଛୋଟ ଗଛ ରୋପଣ କରିବାକୁ ସକ୍ଷମ ହେବ ନାହିଁ। ଯଦି ଜଣେ ସବୁବେଳେ ମେଘମାଳାକୁ ଗ୍ଭହିଁବ ତେବେ ସେ ଅମଳ କରି ପାରିବ ନାହିଁ।

ତୁମ୍ଭେ ବାୟୁର ଗତି ଜାଣି ପାରିବ ନାହିଁ। ଏବଂ ତୁମ୍ଭେ ଜାଣି ପାରିବ ନାହିଁ ମା’ ପେଟରେ ଶିଶୁଟି କିପରି ବଢ଼େ। ଠିକ୍ ସେହିପରି ପରମେଶ୍ୱର କ’ଣ କରନ୍ତି ତୁମ୍ଭେ ଜାଣି ପାରିବ ନାହିଁ। ସେ ପ୍ରତ୍ୟେକ କଥା ଘଟାନ୍ତି।

ତୁମ୍ଭେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୀଜ ବୁଣ ଏବଂ ତା’ପରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟାବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ୟାରେ ବୁଣିଥିଲ କିଅବା ପ୍ରାୟ ଉଭୟ ଭଲ ବଢ଼ିବ।

ପ୍ରକୃତରେ ଆଲୋକ ସୁଖ ଦାୟକ, ପୁଣି ସୂର୍ଯ୍ୟାଲୋକ ଦେଖିବା ଆଶ୍ଚର୍ଯ୍ୟ ଅଟେ। ତୁମ୍ଭେ ଆପଣା ଜୀବନର ପ୍ରତ୍ୟେକ ଦିନକୁ ଉପଭୋଗ କରିବା ଉଚିତ୍, ତୁମ୍ଭେ ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହୁଛ। କିନ୍ତୁ ମନେରଖ, ନିଶ୍ଚିତରେ ତୁମ୍ଭେମାନେ ମରିବ। ମନେରଖ ଯେ ତୁମ୍ଭେମାନେ ଯେତେଦିନ ବଞ୍ଚିଛ ତା’ଠାରୁ ଅଧିକ ମୃତ ହୋଇ ରହିବ ଏବଂ ତୁମ୍ଭେମାନେ ସେହି ସମସ୍ତ ସମୟ ନିରର୍ଥକ।

ଯୁବାବସ୍ଥାରେ ପରମେଶ୍ୱରଙ୍କର ସେବାକର

ହେ ଯୁବକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦୟ ଯାହା କରିବା ପାଇଁ ତୁମ୍ଭକୁ ଆଗେଇ ନେଉଛି, ତାହା କର। ଯାହା ଗ୍ଭହୁଁଛ ତାହା କର। କିନ୍ତୁ ମନେରଖ ଯେ, ତୁମ୍ଭେମାନେ ଯାହାସବୁ କରୁଛ, ପରମେଶ୍ୱର ତା’ର ବିଗ୍ଭର କରିବେ। 10 ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂରରେ ରଖ, କାରଣ ବାଲ୍ୟାବସ୍ଥା ଏବଂ ଯୌବନ ଅର୍ଥହୀନ ଅଟେ।

ବାର୍ଦ୍ଧକ୍ୟ ଅବସ୍ଥାରେ ଅସୁବିଧାସବୁ

12 ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ “ମୁଁ ଆଉ ଜୀବନକୁ ଉପଭୋଗ କରିବାକୁ ଗ୍ଭହେଁ ନାହିଁ।”

ସେ ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବ। ପୁଣି ବୃଷ୍ଟି ପରେ ପୁନର୍ବାର ମେଘ ହେବ।

ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ସଂଖ୍ୟକ ହେବାରୁ ନିବୃତ୍ତ ହେବେ। ପୁଣି ସେହିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସେମାନେ ଅନ୍ଧ ହେବେ। ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ। ସେ ସମୟରେ ପେଷେଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକେ ଜାଗି ଉଠିବେ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ।

ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା’ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ।

ମୃତ୍ୟୁ

ସେହି ସମୟରେ ରୂପାର ତାର ହୁଗୁଳା ହେବ
    ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ ହେବ।
କୂଅରେ ଏକ ପାତ୍ର ଭାଙ୍ଗିବା ପରି
    ଏବଂ ଭଗ୍ନ କପି କୂଅରେ ପଡ଼ିଲାପରି।
ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା,
    ତୁମ୍ଭେ ମଲା ପରେ ପୁଣି ଧୂଳିକୁ ଫେରିଯିବ।
    ଏବଂ ତୁମ୍ଭର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଫେରିଯିବ।

ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର।

ସମାଧାନ

ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ୟାନ କରି ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ସଂଗ୍ରହ କଲେ। 10 ଉପଦେଶକ ସଠିକ୍ ଶବ୍ଦ ଖୋଜିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ୟ ଓ ସିଦ୍ଧ, ସେଗୁଡ଼ିକ ଲେଖିଲେ।

11 ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ୟ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମେଷପାଳକମାନଙ୍କର ପାଞ୍ଚଣ ବାଡ଼ିରେ ଥିବା କଣ୍ଟା ତୁଲ୍ୟ। 12 କିନ୍ତୁ ମୋର ପୁତ୍ର, ସେଥିରେ ଯାହା ଯୋଗ କରାଯାଇଛି ତା’ ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ୟଧିକ ପଠନ ତୁମ୍ଭକୁ ଅତ୍ୟନ୍ତ କ୍ଳାନ୍ତ ପ୍ରଦାନ କରିବ।

13 ସାରକଥା ଏହି, ଆମ୍ଭେମାନେ ସବୁ ଶୁଣିଛୁ। ପରମେଶ୍ୱରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ। 14 ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଗ୍ଭରରେ ଆଣିବେ।

ଗାଲାତୀୟଙ୍କ ପ୍ରତି ପତ୍ର 1

ପ୍ରେରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ରେରିତ ହେବା ପାଇଁ ମନୁଷ୍ୟ ଦ୍ୱାରା ବଛା ଯାଇ ନାହିଁ କି ମନୁଷ୍ୟ ଦ୍ୱାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟ ଓ ପରମପିତା ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭାବେ ନିଯୁକ୍ତି ପାଇଛି। ସେହି ପରମପିତା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମୋ’ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ [a] ଅଞ୍ଚଳର ସମସ୍ତ ବିଶ୍ୱାସୀ ମଣ୍ଡଳୀ ନିକଟକୁ ଲେଖା ଯାଉଅଛି।

ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ। ପରମପିତା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯୀଶୁ ଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍ଭେ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କଲେ। ପରମେଶ୍ୱରଙ୍କ ମହିମା ସଦାସର୍ବଦା ହେଉ। ଆମେନ୍।

ପ୍ରକୃତ ସୁସମାଗ୍ଭର ଗୋଟିଏ ମାତ୍ର

ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ। ପ୍ରକୃତରେ ଆଉ ଅନ୍ୟ କୌଣସି ସୁସମାଗ୍ଭର ନାହିଁ। କିନ୍ତୁ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଗ୍ଭରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଆମ୍ଭେ ବା ଅନ୍ୟ କୌଣସି ସ୍ୱର୍ଗଦୂତ ଯଦି ଆମ୍ଭଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭରଠାରୁ ଭିନ୍ନ ଅନ୍ୟ କୌଣସି ସୁସମାଗ୍ଭର ପ୍ରଗ୍ଭର କରେ, ତା’ହେଲେ ସେମାନେ ଦଣ୍ଡ ଓ ନିନ୍ଦାର ପାତ୍ର। ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭେମାନେ ପୂର୍ବରୁ ପ୍ରକୃତ ସୁସମାଗ୍ଭର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କେହି ବ୍ୟକ୍ତି କିଛି ଅନ୍ୟ ଉପାୟ ବିଷୟରେ କହେ ତା’ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।

10 ତୁମ୍ଭେମାନେ କ’ଣ ଭାବୁଛ ଯେ, ଲୋକେ ମୋତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି? ନା! ଜଣେ ପରମେଶ୍ୱର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥା’ନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥା’ନ୍ତି।

ପରମେଶ୍ୱରଙ୍କଠାରୁ ପାଉଲଙ୍କ ଅଧିକାର

11 ଭାଇମାନେ! ମୁଁ କହି ଦେବାକୁ ଗ୍ଭହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଗ୍ଭର ଶୁଣାଇଲି ତାହା ମନୁଷ୍ୟକୃତ ନୁହେଁ। 12 ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।

13 ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି। 14 ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।

15 କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି। 16 ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ କହିଲେ। ଯେତେବେଳେ ପରମେଶ୍ୱର ମୋତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାଯ୍ୟ ନେଇ ନ ଥିଲି। 17 ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା’ପରେ ଦମ୍ମେସକ ନଗରକୁ ଫେରିଗଲି।

18 ତିନି ବର୍ଷ ପରେ ମୁଁ ଯିରୁଶାଲମକୁ ଗଲି। ମୁଁ ପିତର [b]ଙ୍କୁ ଦେଖା କରିବାକୁ ଯାଇଥିଲି। 19 ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସେଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ରେରିତଙ୍କୁ ଦେଖା କଲି ନାହିଁ। 20 ପରମେଶ୍ୱର ଜାଣନ୍ତି ଯେ, ମୁଁ ଏଥିରେ ଯାହାକିଛି ଲେଖୁଛି, ତାହା ମିଥ୍ୟା ନୁହେଁ। 21 ତା’ପରେ ମୁଁ ସୁରିଆ ଓ କିଲିକିୟା ଅଞ୍ଚଳଗୁଡ଼ିକୁ ଗଲି।

22 ଯିହୂଦାରେ ଖ୍ରୀଷ୍ଟଙ୍କଠାରେ ଥିବା ମଣ୍ଡଳୀଗୁଡ଼ିକ ମୋତେ ପୂର୍ବରୁ ଦେଖି ନ ଥିବାରୁ ମୋତେ ଚିହ୍ନି ନ ଥିଲେ। 23 ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।” 24 ମୋ’ ପ୍ରତି ଯାହା ଘଟିଲା, ସେଥିପାଇଁ ସେମାନେ ପରମେଶ୍ୱରଙ୍କୁ ପ୍ରଶଂସା କଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center