Old/New Testament
ମରିଯିବାଟା କ’ଣ ଭଲ?
4 ପୁନ୍ନରାୟ ବହୁତ ଲୋକ ଅତ୍ୟାଗ୍ଭରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ମଧ୍ୟ ନ ଥିଲେ। କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ୟ ମୁଁ ଦେଖିଲି। ସେମାନଙ୍କ ଦ୍ୱାରା ଆହତ ଲୋକମାନଙ୍କୁ କେହି ସାନ୍ତ୍ୱନା ଦେବାକୁ ନ ଥିଲେ। 2 ମୁଁ ନିଷ୍ପତ୍ତି ନେଲି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ୟବାନ୍। 3 ଏବଂ ଯିଏ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇ ନାହିଁ, ସେ ଅନ୍ୟତର ସେମାନଙ୍କଠାରୁ ଭଲରେ ଅଛି, ଯେହେତୁ ସେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।
କାହିଁକି କାର୍ଯ୍ୟ କଠିନ ଅଟେ?
4 ଏହା ପରେ ମୁଁ ଭାବିଲି, “କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି?” ମୁଁ ଦେଖିଲି ଲୋକମାନେ ଜୀବନରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସେମାନେ କେବେ ଗ୍ଭହାନ୍ତି ନାହିଁ ଯେ, ଅନ୍ୟମାନେ ତା’ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ୟ ଅଟେ।
5 କିଛି ଲୋକ କହନ୍ତି, “ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତେବେ ତୁମେ ଉପବାସରେ ମୃତ୍ୟୁ ଭୋଗ କରିବ।” 6 ସଂଘର୍ଷ କରି ଦୁଇ ହାତ ପୂର୍ଣ୍ଣକର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।
7 ଏହା ପରେ ମୁଁ ପୁନ୍ନରାୟ ସୂର୍ଯ୍ୟ ତଳେ ଅସାର ଦେଖିଲି। 8 ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, ତା’ର ପୁତ୍ର ଏବଂ ଭ୍ରାତା କେହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା’ର ଚକ୍ଷୁ କିଅବା ତା’ର ଧନରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଗ୍ଭରେ ନାହିଁ ଯେ, “କାହିଁକି ମୁଁ ଏତେ କଠିନ କାର୍ଯ୍ୟ କରୁଛି? କାହିଁକି ମୁଁ ମୋର ଜୀବନକୁ ଉପଭୋଗ କରିବି ନାହିଁ?” ଏହା ମଧ୍ୟ ଅସାର ଓ ଅତ୍ୟନ୍ତ କ୍ଳେଶ ଜନକ।
ବନ୍ଧୁ ଓ ପରିବାର ଶକ୍ତି ଯୋଗାନ୍ତି
9 ଏକ ଜଣରୁ ଦୁଇଜଣ ଭଲ। କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।
10 ଯଦି ଜଣେ ବ୍ୟକ୍ତି ପଡ଼ିଯାଏ, ତେବେ ତା’ର ସାଙ୍ଗ ତାକୁ ଉଠାଇବାକୁ ସାହାଯ୍ୟ କରିବ। ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ କେହି ସେଠାରେ ନ ଥାଏ।
11 ଆହୁରି ଦୁଇଜଣ ଏକତ୍ର ଶୟନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହୋଇ ପାରିବ।
12 ଯେକେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିଯାଏ ନାହିଁ।
ଲୋକ, ରାଜନୀତି ଏବଂ ଖ୍ୟାତି
13 ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ ନ କରିବାକୁ ଗ୍ଭହେଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ଯୁବା ଲୋକ ଭଲ। 14 କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା। ଆହୁରି ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମିଥିଲା। 15 ମୁଁ ଦେଖି ପାରୁଛି ଯେ, ପୃଥିବୀରେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଲୋକମାନେ ବାସ କରୁଛନ୍ତି ଓ ଯାତାୟାତ କରୁଛନ୍ତି, ସେମାନେ ପରବର୍ତ୍ତୀ ଯୁବକକୁ ଅନୁସରଣ କଲେ, ଯିଏ କି ତା’ର ସାଙ୍ଗ, ତାଙ୍କର ସ୍ଥାନ ନେବେ। 16 ଅସଂଖ୍ୟ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପରେ ଆସିବେ ସେମାନେ ସେହି ପ୍ରଥମ ଜ୍ଞାନୀ ଯୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ୟ ଅସାର ଓ ପବନର ପଶ୍ଚାତ୍ଗମନ କଲା ପରି।
ପ୍ରତିଜ୍ଞା କରିବା ସମୟରେ ସାବଧାନତା
5 ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କୁ ଉପାସନା କରିବାକୁ ଯାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦେବା ଅପେକ୍ଷା ପରମେଶ୍ୱରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ୟ ନାହିଁ, ଯେତେବେଳେ ସେମାନେ ମନ୍ଦକର୍ମ କରନ୍ତି। 2 ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
3 ବହୁତ ଦୁଃଖରୁ ଅନେକ ଦୁସ୍ୱପ୍ନ ଆସେ,
ଏବଂ ଜଣେ ମୂର୍ଖ ବହୁତ କହେ।
4 ତୁମ୍ଭେ ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠାରେ ତାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶୋଧ କର। 5 ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ। 6 ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ। 7 ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର।
ପ୍ରତ୍ୟେକ ଶାସନକର୍ତ୍ତାଙ୍କର ଏକ ଶାସକ ଥାଏ
8 କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି। 9 ଏହିସବୁ ପଛରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ୱାରା ରାଜା ମଧ୍ୟ ସେବିତ ହୁଅନ୍ତି।
ସମ୍ପତ୍ତି ସୁଖ କିଣି ପାରିବ ନାହିଁ
10 ସମ୍ପତ୍ତି ସୁଖ କିଣିପାରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କେବେ ତା’ର ନିକଟରେ ଥିବା ଟଙ୍କାରେ ସନ୍ତୁଷ୍ଟ ହେବ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ, ଏହା ମଧ୍ୟ ଅସାର ଅଟେ।
11 ଜଣେ ବ୍ୟକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର ସେତେ “ବନ୍ଧୁ” ତା’ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାଯ୍ୟ କରନ୍ତି। ତେଣୁ ସେହି ଧନୀ ବ୍ୟକ୍ତିଟି ପ୍ରକୃତରେ କିଛି ଲାଭ ପାଏ ନାହିଁ। କେବଳ ସେ ନିଜ ସମ୍ପତ୍ତିକୁ ଦେଖେ।
12 ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।
13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି। 14 ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା’ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା’ର କିଛି ନ ଥାଏ।
15 ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସେପରି ଉଲଗ୍ନ ହୋଇ ଫେରିଯିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ନେଇଯାଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନେବ ନାହିଁ। 16 ତାହା ଅତ୍ୟନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫେରିବ ଠିକ୍ ଯେପରି ଆସିଥିଲା। “ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ’ଣ ପାଇଛି?” 17 ସେ ବିଷାଦରେ ତା’ର ଜୀବନ କଟାଇ ଦିଏ। ପୁଣି ସେ ଅତିଶୟ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ।
ଜୀବନର କର୍ମରୁ ଆନନ୍ଦ କର
18 ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା’ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା’ର ସବୁକିଛି।
19 ଆହୁରି ପରମେଶ୍ୱର କୌଣସି ବ୍ୟକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ୱରଙ୍କର ଦାନ ଅଟେ। 20 ସତ୍ୟରେ, ଜଣେ ବ୍ୟକ୍ତି ତା’ର ଜୀବନ ବିଷୟରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ୱର ତାକୁ ନିଜକୁ ଉପଭୋଗ କରିବାରେ ବ୍ୟସ୍ତ ରଖିଛନ୍ତି।
ସମ୍ପଦ କେବେ ସୁଖ ଆଣିପାରିବ ନାହିଁ
6 ମୁଁ ସୂର୍ଯ୍ୟ ତଳେ ଏକ ଦୁଃଖର ବିଷୟ ଦେଖିଅଛି ଏବଂ ଏହା ଲୋକମାନଙ୍କ ଉପରେ କଠିନ ଗ୍ଭପ ପକାଏ। 2 ପରମେଶ୍ୱର କେତେକଙ୍କୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସେହି ବ୍ୟକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା’ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ୱର ସେହି ବ୍ୟକ୍ତିକୁ ଏସବୁ ଉପଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳରେ ଅନ୍ୟ ଜଣେ ଏହା ଉପଭୋଗ କରେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ୟାଧି ସ୍ୱରୂପ ଅଟେ।
3 ଜଣେ ଲୋକ ଏକ ଦୀର୍ଘ ଜୀବନଯାପନ କରେ ଏବଂ ସେ ଶହେ ସନ୍ତାନ ଜନ୍ମ ଦେଇପାରେ। କିନ୍ତୁ ଯଦି ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ୟୁ ପରେ ତାକୁ କେହି ସ୍ମରଣ ନ କରେ, ତାହାହେଲେ ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ସେହି ଶିଶୁଟି ଉତ୍ତମ ଅଟେ। 4 ସେହିପରି ଶିଶୁଟି ଘନ କୁହୁଡ଼ିରେ ଆଚ୍ଛାଦନ ହୋଇ ଆସେ ଏବଂ ଅନ୍ଧାରରେ ଏଇ ପୃଥିବୀରୁ ଗ୍ଭଲିଯାଏ, ଏବଂ ସେହି ଅନ୍ଧାର ଏହାର ନାମକୁ ମଧ୍ୟ ଲୁଗ୍ଭଇ ଦିଏ। 5 ସେ ସୂର୍ଯ୍ୟ ଦେଖି ନାହିଁ କି ସେ ବିଷୟରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ। 6 ପୁଣି ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାଆନ୍ତି?
7 ମନୁଷ୍ୟ ତା’ର ନିଜ ପେଟ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ହୁଏ ନାହିଁ କାହିଁକି? 8 ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ୟବହାର କରିବାକୁ ହେବ, ତାହା ଯଦି ଜାଣେ, ଉତ୍ତମତା କ’ଣ? 9 ଏହା ନିତାନ୍ତ ଖୁସୀର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥିରେ ସନ୍ତୁଷ୍ଟ ହେବା ଭଲ। ଏହା ମଧ୍ୟ ଅସାର ଅଟେ। ଏହା ବାୟୁକୁ ଧରିବା ତୁଲ୍ୟ ହେବ।
10 ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହୋଇଅଛି। ଏବଂ ଯେଉଁ ପଥରେ ମନୁଷ୍ୟ ସମାଜ ଗ୍ଭଲେ ତାହା ପରମେଶ୍ୱର ଜାଣନ୍ତି। ଆଉ ଯିଏ ସେମାନଙ୍କଠାରୁ ଶକ୍ତିଶାଳୀ ତାଙ୍କ ସହିତ ଯୁକ୍ତି କରି ସେମାନେ କେବେ ଜିତି ପାରିବେ ନାହିଁ। 11 ସେମାନେ ଯେତେ ଅଧିକ ଯୁକ୍ତି କରିବେ, ତାହା ସେତେ ଅନାବଶ୍ୟକ ଅଟେ। ଏହା ତାଙ୍କର କ’ଣ ଲାଭ ହେବ?
12 କିଏ ଜାଣେ ସେମାନଙ୍କ ଏହି କ୍ଷଣସ୍ଥାୟୀ ଜୀବନରେ, ମନୁଷ୍ୟ ଅଧିକ ଲାଭକରି କ’ଣ କରିପାରେ? କାରଣ ସେମାନଙ୍କର ଦିନଗୁଡ଼ିକ ଛାଇ ପରି ଗ୍ଭଲିଯିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ଯ୍ୟତଳେ ଭବିଷ୍ୟତରେ ଏଇ ପୃଥିବୀରେ କ’ଣ ହେବ?
ପାଉଲଙ୍କ ଜୀବନରେ ବିଶେଷ ଆଶୀର୍ବାଦ
12 ମୁଁ ଗର୍ବ କରି ଗ୍ଭଲି ଥିବି। ଏହା ଦ୍ୱାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ ‘ଦର୍ଶନ’ ଓ ‘ପ୍ରତ୍ୟାଦେଶ’ ବିଷୟରେ କହିବି। 2 ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟରେ ଥିବା ଲୋକକୁ ମୁଁ ଜାଣେ (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ୱର୍ଗକୁ ନିଆଗଲା। 3 ମୁଁ ଜାଣେ ତାହାଙ୍କୁ ପାରଦୀଶକୁ [a] ନିଆଗଲା। (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି)। 4 ସେ ଏପରି ଶୁଣିବାକୁ ପାଇଲେ ଯାହା ସେ ବୁଝେଇ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ, 5 ଯାହା କୌଣସି ବ୍ୟକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମୋହର ଦୁର୍ବଳତାରେ ଦର୍ପ କରିବି।
6 ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଗ୍ଭହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ୟକଥା କହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମୋ’ ବିଷୟରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା’ଠାରୁ ଅଧିକ ବୋଲି ମୋତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।
7 ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି। 8 ମୁଁ ପ୍ରଭୁଙ୍କୁ ତିନିଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମୋ’ଠାରୁ ଦୂରେଇ ନିଅନ୍ତୁ। 9 କିନ୍ତୁ ପ୍ରଭୁ ମୋତେ କହିଲେ, “ତୁମ୍ଭ ପାଇଁ ମୋର ଅନୁଗ୍ରହ ଯଥେଷ୍ଟ। ଯେତେବେଳେ ତୁମ୍ଭେ ଦୁର୍ବଳ, ସେତେବେଳେ ମୋର ଶକ୍ତି ତୁମ୍ଭଠାରେ ପରିପୂର୍ଣ୍ଣତା ଭାବେ ଦେଖା ଦିଏ।” ଅତଏବ ମୁଁ ମୋର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବାରେ ଆନନ୍ଦ ପାଏ। ଏହା ଦ୍ୱାରା ଖ୍ରୀଷ୍ଟଙ୍କର ଶକ୍ତି ମୋ’ଠାରେ ରହିଥିବ। 10 ଅତଏବ ମୋ’ଠାରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାଶେ ଯେତେବେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦେଇ ଗତି କରେ, ଯେତେବେଳେ ମୋର କଷ୍ଟ ଥାଏ ବା ଯେତେବେଳେ ମୋର ସମସ୍ୟା ଥାଏ, ସେତେବେଳେ ମୁଁ ଆନନ୍ଦ କରେ। ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ପ୍ରକୃତରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।
କରିନ୍ଥୀଠାରେ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ
11 ମୁଁ ମୂର୍ଖଙ୍କ ଭଳି କହିଗ୍ଭଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭେମାନେ ମୋତେ ବାଧ୍ୟ କରିଥିଲ। ତୁମ୍ଭେମାନେ ହେଉଛ ସେହିଲୋକ, ଯେଉଁମାନେ ମୋ’ ସପକ୍ଷରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସେହି “ମହାନ୍ ପ୍ରେରିତ”ମାନେ ମୋ’ଠାରୁ ଅଧିକ ମଧ୍ୟ ନୁହନ୍ତି। 12 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ରେରିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି। ମୁଁ ନାନାଦି ଚିହ୍ନ, ଅଦ୍ଭୂତ ଓ ଆଶ୍ଚର୍ଯ୍ୟଜନକ କାମ ଦେଖାଇଥିଲି। ଏ ସବୁ ମୁଁ ଅନେକ ଧୈର୍ଯ୍ୟର ସହିତ କରିଥିଲି। 13 ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିଲେ ତା’ସବୁ ତୁମ୍ଭେମାନେ ମଧ୍ୟ ପାଇଛ। କେବଳ ଗୋଟିଏ କଥା ତନ୍ମଧ୍ୟରୁ ଅଲଗା: ମୁଁ ତୁମ୍ଭମାନଙ୍କ ଉପରେ କେବେ ହେଲେ ଭାରସ୍ୱରୂପ ନ ଥିଲି। ଏଥିପାଇଁ ମୋତେ କ୍ଷମା କରି ଦିଅ।
14 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଯିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ହେବି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତିବଦଳରେ ମୁଁ ତୁମ୍ଭମାନଙ୍କୁ ଗ୍ଭହେଁ। ସନ୍ତାନମାନଙ୍କର ନିଜ ପିତାମାତା ଲାଗି କୌଣସି ସଞ୍ଚୟର ଆବଶ୍ୟକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି। 15 ଏଣୁ ମୋ’ ପାଖରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦେବି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ୟ ଦେଇଦେବି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା’ହେଲେ ତୁମ୍ଭେମାନେ କ’ଣ ମୋତେ ସ୍ନେହରେ ଊଣା କରିବ?
16 ମୁଁ ତୁମ୍ଭମାନଙ୍କ ଉପରେ ଭାରସ୍ୱରୂପ ହେବାକୁ ଗ୍ଭହେଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଛଳ ଭାବରେ ମିଥ୍ୟା କହି ତୁମ୍ଭମାନଙ୍କୁ ଜାଲରେ ପକାଇବା ପାଇଁ ଚେଷ୍ଟା କରିବି। 17 ମୁଁ ତୁମ୍ଭମାନଙ୍କ ପାଖକୁ ପଠାଇଥିବା ଲୋକମାନଙ୍କ ମଧ୍ୟରୁ କାହାରି ମାଧ୍ୟମରେ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଛି କି? ନା, ତୁମ୍ଭେମାନେ ଜାଣ ଯେ, ଏସବୁ ମୁଁ କଦାପି କରି ନାହିଁ। 18 ମୁଁ ତୀତସଙ୍କୁ ଓ ଆମର ଜଣେ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତୀତସ କ’ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିଲେ କି? ନା! ତୁମ୍ଭେମାନେ ଜାଣ ଯେ ତୀତସ ଓ ମୁଁ ଦୁହେଁ ତୁମ୍ଭମାନଙ୍କ ପାଇଁ ସମାନ ଭାବରେ ଓ ସମାନ ଉତ୍ସାହରେ କାମ କରିଛୁ। ସେହି ପବିତ୍ରଆତ୍ମାର ପ୍ରେରଣରେ ଆମ୍ଭେ ଦୁହେଁ କାମ କରିଥିଲୁ।
19 ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ୍ଭେ ଏତେ ସମୟ ଧରି ଆମ୍ଭ ପକ୍ଷରେ ଯୁକ୍ତି ବାଢୁ ଥିଲୁ। ଆମ୍ଭେ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବରେ ପରମେଶ୍ୱରଙ୍କ ଆଗରେ କହିଥିଲୁ। ତୁମ୍ଭେମାନେ ଆମ୍ଭର ପ୍ରିୟ ମିତ୍ର। ଆମ୍ଭେ ଯାହାକିଛି କହୁଛୁ ତାହା ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ ହେବ ବୋଲି କହୁଛୁ। 20 ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ। 21 ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ।
2010 by World Bible Translation Center