Old/New Testament
1 ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର।
2 ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ। 3 ମନୁଷ୍ୟ ସୂର୍ଯ୍ୟ ତଳେ, ଯାହାକିଛି ପରିଶ୍ରମ କରେ ସେଥିରୁ ସେ କ’ଣ ଲାଭ ପାଏ?
ପୃଥିବୀ ଚିରକାଳସ୍ଥାୟୀ
4 ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାୟୀ। 5 ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି। ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଅନ୍ତି।
6 ପବନ ଦକ୍ଷିଣ ଦିଗକୁ ବହେ, ପବନ ଉତ୍ତର ଦିଗକୁ ବହେ। ପବନ ନିଜ ପଥରେ ଘୁରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେରେ।
7 ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।
8 ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ତେଣୁ ଦର୍ଶନରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।
କୌଣସି କଥା ନୂଆ ନୁହେଁ
9 ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇ ଅଛି, ତାହା ହିଁ କରାଯିବ। ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନୁହେଁ।
10 ଜଣେ ଲୋକ କହେ, “ଦେଖ, ଏହା ନୂଆ।” କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।
11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।
ଜ୍ଞାନ କ’ଣ ଆନନ୍ଦ ଦେଇପାରେ?
12 ମୁଁ ଉପଦେଶକ ଯିରୁଶାଲମରେ ଇସ୍ରାଏଲର ଉପରେ ରାଜା ଥିଲି। 13 ମୁଁ ମନୋଯୋଗ କଲି ଅଧ୍ୟୟନ ପାଇଁ ଏବଂ ଜ୍ଞାନ ଦ୍ୱାରା ସବୁକିଛି ବୁଝିବା ପାଇଁ ଯାହା ସ୍ୱର୍ଗତଳେ ହୁଏ। ଏହି କାର୍ଯ୍ୟ, ଯାହା ପରମେଶ୍ୱର ମନୁଷ୍ୟମାନଙ୍କୁ ଦେଇଛନ୍ତି ବ୍ୟସ୍ତ ରହିବାକୁ ଅତି ଅପ୍ରିତିକର ଅଟେ। 14 ସୂର୍ଯ୍ୟ ତଳେ ଘଟୁଥିବା ସମସ୍ତ କାର୍ଯ୍ୟ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ, ସବୁ ଅସାର, ପବନକୁ ଧରିବା ପରି। 15 ତୁମ୍ଭେ ଏସବୁ ପରିବର୍ତ୍ତନ କରି ପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାଯାଇ ନ ପାରେ। ଯାହା ସେଠାରେ ନାହିଁ ତୁମ୍ଭେମାନେ ତାହା ଗଣି ପାରିବ ନାହିଁ।
16 ମୁଁ ନିଜକୁ ନିଜେ କହେ, “ମୁଁ ବଡ଼ ଜ୍ଞାନୀ ଯିରୁଶାଲମରେ ମୋ’ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସେମାନଙ୍କଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ମୋର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାନୁଭବୀ ହୋଇଅଛି?”
17 ତା’ପରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷୟରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନେଲି। ଏବଂ ଏହା ହିଁ ପବନର ପଶ୍ଚାତ୍ଧାବନ ବୋଲି ମୁଁ ଜାଣିଲି। 18 ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ। ଯେ ବିଦ୍ୟା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।
“କୌତୁକ” କ’ଣ ଆନନ୍ଦ ଦେଇପାରେ?
2 ମୁଁ ନିଜକୁ ନିଜେ କହିଲି, “ମୋତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମୋତେ କ’ଣ ଦେଇ ପାରିବ, ମୋତେ ଦେଖିବାକୁ ଦିଅ।” କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ। 2 ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ?
3 ଜଣେ ମୂର୍ଖ ପରି ମାତାଲ୍ ହେବା ପର୍ଯ୍ୟନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମୋର ମନ ବୁଦ୍ଧିର ସହିତ ମୋତେ ପରିଗ୍ଭଳନା କରୁଛି। ମୁଁ ଦେଖିବା ପାଇଁ ଗ୍ଭହିଁଲି। ଏହା କରିବା କ’ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ୟହୀନ।
କଠିନ ପରିଶ୍ରମ କ’ଣ ସୁଖ ଦେଇପାରେ?
4 ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି। 5 ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି। 6 ମୁଁ ହରିତ୍ ବୃକ୍ଷର ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି। 7 ମୁଁ ଦାସଦାସୀମାନଙ୍କୁ କ୍ରୟ କଲି ଓ ମୋର ଦାସଗଣ ଥିଲେ, ଯେଉଁମାନେ ମୋ’ ଘରେ ଜନ୍ମ ହୋଇଥିଲେ ଓ ଆହୁରି ମୋ’ ପୂର୍ବେ ଯିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋର ଗୋମେଷାଦି ପଲ ଅଧିକ ଥିଲା।
8 ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାୟକ ଓ ଗାୟିକା ଆଉ ମନୁଷ୍ୟ ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲି।
9 ଏହିପରି ମୋ’ ପୂର୍ବେ ଯିରୁଶାଲମରେ ଯେଉଁମାନେ ଥିଲେ, ସେ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ ହେଲି। ମୋର ଜ୍ଞାନ ଏହିସବୁରେ ମୋତେ ସାହାଯ୍ୟ କଲା। 10 ମୋର ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦୟକୁ କୌଣସି ସୁଖ ଭୋଗରୁ ଅଭାବ କଲି ନାହିଁ। କାରଣ ମୋହର ସମସ୍ତ ପରିଶ୍ରମ ସକାଶୁଁ ମୋହର ହୃଦୟ ଆନନ୍ଦ କଲା। ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।
11 ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।
ଏହାର ଉତ୍ତର ଜ୍ଞାନ ହୋଇପାରେ
12 ରାଜା ଯାହା କରି ପାରିବ ଅନ୍ୟ କେହି ଏପରି କରି ପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଗ୍ଭହୁଁଛ ବହୁତ ରାଜା ତାହା କରି ସାରିଛନ୍ତି। ତା’ପରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷୟରେ ଭାବିବାକୁ ଲାଗିଲି। 13 ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ। 14 ଜ୍ଞାନବାନ ବ୍ୟକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ୟକ୍ତି ଅନ୍ଧକାରରେ ଗମନ କରେ।
କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶେଷରେ ଉଭୟ ମୃତ୍ୟୁବରଣ କରନ୍ତି। 15 ତେଣୁ ମୁଁ ଆପଣା ମନେ ମନେ କହିଲି,“ମୂର୍ଖ ପ୍ରତି ଯେପରି ଘଟେ, ମୋ’ ପ୍ରତି ହିଁ ସେହିପରି ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି।” ତେଣୁ ମୁଁ ଭାବିଲି, “ଏହା ମଧ୍ୟ ଅସାର।” 16 ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ?
ଜୀବନରେ କ’ଣ ବାସ୍ତବରେ ଖୁସୀ ଅଛି?
17 ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ଯ୍ୟତଳେ ସମସ୍ତ ବିଷୟ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।
18 ସୂର୍ଯ୍ୟତଳେ ମୁଁ ଯହିଁରେ ପରିଶ୍ରାନ୍ତ ହେଲି, ମୋହର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମୋର ଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ଯିବାକୁ ହେବ। 19 କେହି ଜଣେ ସବୁକିଛି ନିୟନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନରେ ମୁଁ ଜ୍ଞାନ ବଳରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହେବ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ୟ ଅସାର ଅଟେ।
20 ତେଣୁ ସୂର୍ଯ୍ୟ ତଳେ ମୁଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହେଲି, ସେ ସବୁ ବିଷୟରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି। 21 କାରଣ ଜଣେ ବ୍ୟକ୍ତି ଜ୍ଞାନ, ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ୟକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ଯିବ। ଏ ମଧ୍ୟ ଅସାର ଏବଂ ପବନକୁ ଧରିବା ପରି।
22 ସୂର୍ଯ୍ୟ ତଳେ ଜଣେ ମନୁଷ୍ୟ ପରିଶ୍ରମ କରି ଓ ହୃଦୟକୁ ଦୁଃଖ ଦେଇ କ’ଣ ପାଏ? 23 କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପ ଜନକ ଅଟେ। ରାତ୍ରିରେ ହିଁ ତା’ର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।
24-25 ଏପରି କେହି ଅଛି କି ଯିଏକି ମୋ’ଠାରୁ ସୁଖୀ ହେବା ପାଇଁ ଅଧିକ ଚେଷ୍ଟା କରିଛି। ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା, ପିଇବା, ଏବଂ କରିଥିବା କାର୍ଯ୍ୟକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ୱରଙ୍କଠାରୁ ଆସେ। 26 ପରମେଶ୍ୱର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ୱର ତାହାକୁ ଜ୍ଞାନ, ବିଦ୍ୟା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ୱର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାୟିତ୍ୱ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାୟୁକୁ ଧରିବା ପରି।
ଗୋଟିଏ ସମୟ ଅଛି
3 ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ।
2 ଜନ୍ମ ହେବାର ଏକ ସମୟ ଅଛି,
ଏବଂ ମରିବା ପାଇଁ ମଧ୍ୟ ଏକ ସମୟ ଅଛି।
ବୃକ୍ଷ ରୋପଣ ପାଇଁ ସମୟ ଅଛି,
ବୃକ୍ଷ ଉପାଡ଼ିବା ପାଇଁ ମଧ୍ୟ ଏକ ସମୟ ଅଛି।
3 ବଧ କରିବାର ସମୟ ଅଛି
ଓ ଆରୋଗ୍ୟ କରିବାର ମଧ୍ୟ ସମୟ ଅଛି।
ଧ୍ୱଂସ କରିବାର ସମୟ ଅଛି
ଓ ଗଢ଼ିବା ପାଇଁ ମଧ୍ୟ ସମୟ ଅଛି।
4 କାନ୍ଦିବା ପାଇଁ ଏକ ସମୟ ଅଛି
ଓ ହସିବା ପାଇଁ ମଧ୍ୟ ଏକ ସମୟ ଅଛି।
ବିଳାପ ପାଇଁ ସମୟ ଅଛି
ଓ ଖୁସୀରେ ନୃତ୍ୟ କରିବାର ପାଇଁ ମଧ୍ୟ ସମୟ ଅଛି।
5 ପ୍ରସ୍ତର ପକାଇବାର ସମୟ ଅଛି
ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ୟ ସମୟ ଅଛି।
ଆଲିଙ୍ଗନ ପାଇଁ ସମୟ ଅଛି
ଓ ଆଲିଙ୍ଗନରୁ ନିବୃତ୍ତ ହେବାର ମଧ୍ୟ ସମୟ ଅଛି।
6 ଅନ୍ୱେଷଣ କରିବାର ସମୟ ଅଛି
ଓ ହଜାଇବାର ମଧ୍ୟ ସମୟ ଅଛି।
ରହିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି।
ରଖିବାର ସମୟ ଅଛି ଓ ପକାଇବାର ମଧ୍ୟ ସମୟ ଅଛି।
7 ଚିରିବାର ସମୟ ଅଛି
ଓ ସିଲେଇ କରିବାର ମଧ୍ୟ ସମୟ ଅଛି।
ନୀରବ ରହିବାର ସମୟ ଅଛି
ଓ କଥା କହିବାର ମଧ୍ୟ ସମୟ ଅଛି।
8 ପ୍ରେମ କରିବାର ସମୟ ଅଛି
ଓ ଘୃଣା କରିବାର ମଧ୍ୟ ସମୟ ଅଛି।
ଯୁଦ୍ଧର ସମୟ ଅଛି
ଓ ଶାନ୍ତିର ମଧ୍ୟ ସମୟ ଅଛି।
ପରମେଶ୍ୱର ତାଙ୍କ ସଂସାରକୁ ନିୟନ୍ତ୍ରଣ କଲେ
9 ଜଣେ ବ୍ୟକ୍ତି ତା’ର ସମସ୍ତ ପରିଶ୍ରମରୁ କ’ଣ ଲାଭ ପାଏ? 10 ମୁଁ ଦେଖିଲି, ସମସ୍ତ କଠିନ କାର୍ଯ୍ୟ ପରମେଶ୍ୱର ଆମ୍ଭମାନଙ୍କୁ କରିବାକୁ ଦେଇଥିଲେ। 11 ପରମେଶ୍ୱର ଏହା ଠିକ୍ ସମୟରେ ପ୍ରତ୍ୟେକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ୟ ଲୋକମାନଙ୍କ ମନରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସେମାନେ କେବେହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରତ୍ୟେକ ଜିନିଷ ପରମେଶ୍ୱର କରିଅଛନ୍ତି।
12 ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନେ ଖୁସୀ ରହିବା ଓ ସେମାନେ ନିଜକୁ ଉପଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ। 13 ଯଦି ଜଣେ ବ୍ୟକ୍ତି ଖାଦ୍ୟ, ପାନୀୟ ଓ ଉତ୍ତମ ଦ୍ରବ୍ୟ ତା’ ପରିଶ୍ରମ ବଳରେ ଉପଭୋଗ କରି ପାରିଲା, ତେବେ ତାହା ପରମେଶ୍ୱରଙ୍କଠାରୁ ଉପହାର।
14 ମୁଁ ଜାଣେ ଯେ, ପରମେଶ୍ୱର ଯାହାକିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ, ତାହା ବୃଦ୍ଧି ବା ହ୍ରାସ କରାଯାଇ ନ ପାରେ। ପରମେଶ୍ୱର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦେବେ। 15 ଯାହାସବୁ ଏଠାରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ୱର ସେସବୁ ଜିନିଷ ଖୋଜନ୍ତି ତାହା ଅତୀତ ହୋଇଛି।
16 ପୁଣି ଥରେ ମୁଁ ସୂର୍ଯ୍ୟ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ୟାୟ ସ୍ଥାନରେ, ଦୁଷ୍ଟତା ସେଠାରେ ଥିଲା, ଏବଂ ଯେଉଁଠାରେ ଧାର୍ମିକତା ରହିବା ଉଚିତ୍ ଥିଲା, ସେଠାରେ ଜଣେ ଦୁରାଗ୍ଭର ଥିଲା। 17 ମୁଁ ମନେ ମନେ କହିଲି: “ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଗ୍ଭର କରିବେ। କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି।”
ଲୋକମାନେ କ’ଣ ପଶୁମାନଙ୍କ ପରି ଅଟନ୍ତି?
18 ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷୟରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, “ପରମେଶ୍ୱର ସେମାନଙ୍କୁ ଦେଖାଇ ଦେବାକୁ ଗ୍ଭହାନ୍ତି ଯେ, ସେମାନେ ପଶୁ ତୁଲ୍ୟ। 19 ଜଣେ ମନୁଷ୍ୟ ପଶୁଠାରୁ କ’ଣ ଉତ୍ତମ? ନାଁ! କାରଣ ମନୁଷ୍ୟ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ୟ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ‘ପ୍ରାଣବାୟୁ’ ଏକାପରି। କ’ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ୟ ମଧ୍ୟରେ କୌଣସି ଉନ୍ନତି ଅଛି କି? ପ୍ରତ୍ୟେକ ଜିନିଷ ଅବଶ୍ୟ ଅର୍ଥହୀନ। 20 ମୃତ ମନୁଷ୍ୟ ଓ ପଶୁର ଶରୀର ଏକା ପ୍ରକାରରେ ବିନାଶ ହୁଏ। ସେମାନେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀରେ ମିଶିଗଲେ। 21 ମନୁଷ୍ୟର ଆତ୍ମା ସ୍ୱର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷୟରେ କହି ପାରିବ?”
22 ସେଥିପାଇଁ ମୁଁ ଦେଖିଲି ଯେ, କେବଳ ନିଜ ସ୍ୱକର୍ମରେ ଆନନ୍ଦ କରିବା ବ୍ୟତୀତ ମନୁଷ୍ୟ ନିମନ୍ତେ ଅନ୍ୟ କିଛି ଭଲ ନୁହେଁ। କାରଣ ଏହା ହିଁ ତା’ର ଅଧିକାର। ଆଉ ଏହା ପରେ ଯାହା ଘଟିବ ତାହାକୁ ଦେଖିବା ପାଇଁ ତାହାକୁ କିଏ ଫେରାଇ ଆଣିପାରିବ?
ପାଉଲଙ୍କ ଯାତନା
16 ମୁଁ ପୁନର୍ବାର କହୁଛି, କେହି ମୋତେ ମୂର୍ଖ ବୋଲି ଭାବିବା ଉଚିତ୍ ନୁହେଁ। କିନ୍ତୁ ଯଦି ତୁମ୍ଭେମାନେ ମୋତେ ମୂର୍ଖ ବୋଲି ଭାବ, ତା’ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମୋତେ ଗ୍ରହଣ କର। 17 ତା’ହେଲେ ମୁଁ ମଧ୍ୟ ସାମାନ୍ୟ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥା’ନ୍ତେ, ସେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ। 18 ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି। 19 ତୁମ୍ଭେମାନେ ଜ୍ଞାନୀ ହୋଇଥିବାରୁ ଖୁସୀରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ। 20 କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ। 21 ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ।
ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା’ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି। 22 ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ। 23 ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି।
24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି। 25 ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା’ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି। 26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।
27 ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି। 28 ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି। 29 ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।
30 ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା’ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। 31 ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା। 32 ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ। 33 କିନ୍ତୁ ସହର ପାଚେରୀରେ ଥିବା ଗୋଟିଏ ଝରକା ବାଟ ଦେଇ, ଗୋଟିଏ ବାକ୍ସରେ ବସାଇ ମୋତେ କେତେକ ବନ୍ଧୁମାନଙ୍କ ଦ୍ୱାରା ବାହାରକୁ ଓହ୍ଲାଇ ନିଆ ଯିବାରୁ ମୁଁ ରାଜ୍ୟପାଳଙ୍କ ହାତରୁ ରକ୍ଷା ପାଇ ଗଲି।
2010 by World Bible Translation Center