Old/New Testament
ଶଲୋମନଙ୍କ ହିତୋପଦେଶ
25 ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତୋପଦେଶ। ଏହି ହିତୋପଦେଶ ଗୁଡ଼ିକ ଯିହୁଦାର ରାଜା ହିଷ୍କୀୟର ଲୋକମାନେ ଲେଖି ଥିଲେ।
2 ବିଷୟ ଗୋପନ କରିବା ପରମେଶ୍ୱରଙ୍କ ଗୌରବ। ଏହି ବିଷୟ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।
3 ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନରେ କ’ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।
4 ରୂପାର ଖାଦ କାଢ଼ି ପକାଅ, ତେବେ ସୁନାରି ଏକ ପାତ୍ର ତିଆରି କରି ପାରିବ।
5 ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତାହାହେଲେ ତାଙ୍କର ସିଂହାସନ ଧାର୍ମିକତାରେ ସ୍ଥାପିତ ହେବ।
6 ରାଜାର ଛାମୁରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ। 7 ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।
8 ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ। ଯଦି କେହି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତେବେ ତୁମ୍ଭେ ଲଜ୍ଜିତ ହେବ।
9 ଯଦି ପ୍ରତିବାସୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀୟତାକୁ ପ୍ରକଟ କର ନାହିଁ। 10 ଯଦି ତୁମ୍ଭେ କୌଣସି ଲୋକର ଗୋପନୀୟତାକୁ ପ୍ରକାଶ କର, ତେବେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କେବେ ଦୂର ହେବ ନାହିଁ।
11 ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସେହି ରୂପାର ରଗ୍ଭଇ ରଖିବା ପରି।
12 ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ୟାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ୟାନ୍ୟ ଅଳଙ୍କାରଠାରୁ ମୂଲ୍ୟବାନ ଅଟେ।
13 ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
14 ବୃଷ୍ଟିହୀନ ମେଘ ଓ ବାୟୁ ଯେପରି ଅଟେ, ଦାନ ଦେବା ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦେବା ହେଉଛି ଠିକ୍ ସେହିପରି।
15 ଧୈର୍ଯ୍ୟ କଥାବାର୍ତ୍ତା ମାଧ୍ୟମରେ ଜଣେ ଶାସକ ଶାନ୍ତି ଦେବ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
16 ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ୟକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତେବେ ତୁମ୍ଭେ ଅସୁସ୍ଥ ହେବ। 17 ଠିକ୍ ସେହିପରି, ତୁମ୍ଭର ପ୍ରତିବାସୀ ଗୃହକୁ ଅଧିକ ଯାଅ ନାହିଁ। ଯଦି ତୁମ୍ଭେ ଏପରି କର ତେବେ ସେ ତୁମ୍ଭକୁ ଘୃଣା କରିବ।
18 ଜଣେ ଯିଏ ତା’ର ପଡ଼ୋଶୀ ବିପକ୍ଷରେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ଼୍ଗ ଓ ତୀକ୍ଷ୍ଣ ବାଣ ସ୍ୱରୂପ ଭୟଙ୍କର ଅଟେ। 19 ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ପ୍ରତ୍ୟୟ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
20 ଦୁଃଖପୂର୍ଣ୍ଣ ଲୋକ ନିକଟରେ ଖୁସୀ ଗୀତ ଗାଇବା ଶୀତକାଳରେ ବସ୍ତ୍ର କାଢ଼ିନେବା ଓ ସୋଢ଼ା ଉପରେ ଅମ୍ଳରସ ମିଶାଇବା ପରି ଅଟେ।
21 ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯେବେ ତୃଷିତ ହୁଏ, ତାହାକୁ ଜଳପାନ କରାଅ। 22 ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ୱଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
23 ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେହିପରି ଖଚୁଆର ଜିହ୍ୱା କ୍ରୋଧ ଦୃଷ୍ଟିର ଉତ୍ପାଦକ।
24 କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।
25 ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଗ୍ଭର ସେହିପରି ଅଟେ।
26 ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗରେ ବିଚଳିତ ଧାର୍ମିକ ଠିକ୍ ସେହିପରି ଅଟେ।
27 ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସେହିପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ।
28 ଜଣେ ଯିଏ ନିଜକୁ ଆୟତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ୟ ଅଟେ।
ମୂର୍ଖମାନଙ୍କ ସମ୍ବନ୍ଧରେ ହିତୋପଦେଶ
26 ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେହିପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ ଅଟେ।
2 ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡାଳ ଚଟିଆ ଉଡ଼ୁଥିବା ବେଳେ ସେହିପରି ଅକାରଣରେ ଦତ୍ତ ଶାପ ନିକଟକୁ ଆସେ ନାହିଁ।
3 ଅଶ୍ୱ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର।
4 ମୂର୍ଖକୁ ତା’ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତେବେ ତୁମ୍ଭେ ମଧ୍ୟ ତାହାର ତୁଲ୍ୟ ହେବ। 5 ମୂର୍ଖକୁ ତା’ର ଅଜ୍ଞାନତାନୁସାରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ।
6 ମୂର୍ଖ ମାଧ୍ୟମରେ ଯେ ସମାଗ୍ଭର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ।
7 ଲେଙ୍ଗେଡ଼ାର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି।
8 ପ୍ରସ୍ତରକୁ ବାଟୁଳିରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ୟବହାର୍ଯ୍ୟହୀନ, ସେହିପରି ନିର୍ବୋଧକୁ ସମ୍ମାନ ଦେବା ଅଟେ।
9 ମତ୍ତଲୋକର ହସ୍ତରେ କଣ୍ଟକ ଉଠାଯିବା ଯେପରି, ମୂର୍ଖମାନଙ୍କ ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି ଅଟେ।
10 ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସେପରି ସେହି ଲୋକ ଯେ ମୂର୍ଖ ପଥିକକୁ ବେତନ ଦିଏ ଓ ଯେ ମଦୁଆକୁ ବେତନ ଦିଏ।
11 ଆପଣା ବାନ୍ତି ପ୍ରତି ଫେରିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତାରେ କର୍ମ କରିବା ମୂର୍ଖ ସେପରି।
12 ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ଯିଏ ଭାବେ ସେ ଜ୍ଞାନୀ, ସେତେବେଳେ ସେ ଜ୍ଞାନୀ ନ ଥାଏ।
13 ଅଳସୁଆ କହେ, “ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।”
14 କବଜାରେ ଯେପରି କବାଟ ଝୁଲେ, ଠିକ୍ ସେହିପରି ଅଳସୁଆ ଆପଣା ଶଯ୍ୟାରେ ଥାଇ ଝୁଲୁଥାଏ।
15 ଅଳସୁଆ ଥାଳିରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନେବାକୁ ଥକିଯାଏ।
16 ସାତ ଜଣ ସୁବିଗ୍ଭରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ୍।
17 ଜଣେ ପଥିକ ଯିଏ ଯୁକ୍ତିତର୍କରେ ଜଡ଼ିତ ହୁଏ, ଯାହା ତା’ର ସମ୍ପର୍କରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ୟ ଅଟୋ
18-19 ଆପଣା ପ୍ରତିବାସୀକି ଯେଉଁ ଲୋକ ଭୁଲାଇ କହେ, “ମୁଁ କୌତୁକ କରୁଛି।” ସେ ଅଗ୍ନିବାଣ, ତୀର ଓ ମୃତ୍ୟୁ ନିକ୍ଷେପକାରୀ ବାତୁଳ ପରି ଅଟେ।
20 କାଠ ବିନା ଯେପରି ନିଆଁ ଲିଭିଯାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହୋଇଯାଏ।
21 ଯେପରି ଭାବରେ ଜ୍ୱଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସେହିପରି ବିବାଦ ବଢ଼ାଇବାକୁ କଳିହୁଡ଼ା ଲୋକ ଆରମ୍ଭ କରିଥାଏ।
22 ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳୟକୁ ଗ୍ଭଲିଯାଏ।
23 ଅନୁରାଗୀ କଥା ଓ ମନ୍ଦ ହୃଦୟ ରୂପା ଖାଦରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ୟ ଅଟେ। 24 ଘୃଣାକାରୀ ନିଜ କଥାରେ କପଟ କରେ, କିନ୍ତୁ ସେ ହୃଦୟରେ ପ୍ରବଞ୍ଚନା ରଖେ। 25 ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ। ଯେହେତୁ ତା’ର ହୃଦୟରେ ସାତୋଟା ଘୃଣ୍ୟ ବିଷୟ ଥାଏ। 26 ତାହାର ଘୃଣା କପଟରେ ଆପଣାକୁ ଆବୃତ୍ତ କଲେ ହେଁ, ତା’ର ମନ୍ଦତା ସଭାରେ ପ୍ରକାଶ ପାଏ।
27 ଯେ ଗାତ ଖୋଳେ, ସେ ଆପେ ହିଁ ସେହି ଗାତରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା’ ଉପରକୁ ଲେଉଟି ଥାଏ।
28 ମିଥ୍ୟାବାଦୀ ଜିହ୍ୱା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଗ୍ଭଟୁବାଦୀ କଥା ସର୍ବନାଶ କରେ।
ଖ୍ରୀଷ୍ଟିୟାନମାନଙ୍କ ଦାନ
9 ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଏହି ସେବା ବିଷୟରେ ଏପରି ଲେଖିବା ମୋ’ ପାଇଁ ପ୍ରକୃତରେ ଆବଶ୍ୟକ ନୁହେଁ। 2 ମୁଁ ଜାଣେ ଯେ, ତୁମ୍ଭେମାନେ ସାହାଯ୍ୟ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗରେ ଗର୍ବ ସହିତ ମୁଁ କୁହେ ଯେ, ଆଖାୟାର ଲୋକେ ଗତ ବର୍ଷଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହୋଇ ଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। 3 କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ୟ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟରେ ଆମ୍ଭର ଯେଉଁ ଗର୍ବ ତାହା ବ୍ୟର୍ଥ ନ ହେଉ। 4 ଯେପରି ମୁଁ ସେମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଗ୍ଭହେଁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। ଯଦି କେତେକ ଲୋକ ମାକିଦନିଆରୁ ମୋ’ ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠାରେ ଆମ୍ଭର ବିଶ୍ୱାସ ଥିବା ହେତୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭେମାନେ ମଧ୍ୟ ଲଜ୍ଜିତ ହେବ। 5 ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।
6 ଏହି କଥାଟି ମନେରଖ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ। 7 ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି। 8 ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ। 9 ଶାସ୍ତ୍ରରେ ଏହା ଲେଖା ଅଛି:
“ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ
ତା’ର ଦୟା ସର୍ବଦା ପାଇଁ ରହି ଥାଏ।” (A)
10 ପରମେଶ୍ୱର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହେବାକୁ ଦେବେ। 11 ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ।
12 ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା’ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ। 13 ତୁମ୍ଭମାନଙ୍କର ଏହି ସେବା ତୁମ୍ଭମାନଙ୍କର ବିଶ୍ୱାସର ପ୍ରମାଣ ଅଟେ। ଏହା ଦ୍ୱାରା ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭେମାନେ ଯେ କେବଳ ବିଶ୍ୱାସକୁ ସ୍ୱୀକାର କରୁଛ ତା’ ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ୟବହାରିକ ସୁସମାଗ୍ଭରକୁ ଅନୁସରଣ କରୁଛ। ତୁମ୍ଭେମାନେ ସେମାନଙ୍କ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ୱରଙ୍କ ପ୍ରଶଂସା କରିବେ। 14 ଯେତେବେଳେ ସେମାନେ ପ୍ରାର୍ଥନା କରିବେ, ସେତେବେଳେ ସେମାନେ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିବେ। ପରମେଶ୍ୱରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ ହେତୁରୁ ସେମାନେ ଏପରି ଅନୁଭବ କରିବେ। 15 ଆଶ୍ଚର୍ଯ୍ୟଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ।
2010 by World Bible Translation Center