Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ହିତୋପଦେଶ 22-24

22 ବହୁ ଧନ ଅପେକ୍ଷା ସୁନାମ ଅର୍ଜ୍ଜନ କରିବା ଭଲ। ଖ୍ୟାତି ଅର୍ଜ୍ଜନ କରିବା ସୁନା, ରୂପା ଅର୍ଜ୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ।

ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।

ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।

ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।

କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସେମାନଙ୍କଠାରୁ ଦୂରରେ ରହିବ।

ନିଜର ଯୁବାବସ୍ଥାରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।

ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି ଋଣୀ ମହାଜନର ଦାସ ହୁଏ।

ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।

ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

10 ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହେବ।

11 ଯେଉଁ ଲୋକ ହୃଦୟରେ ପବିତ୍ର ତା’ର କଥା ଅନୁଗ୍ରହ ଯୁକ୍ତ, ସେ ରାଜାର ବନ୍ଧୁ ହୋଇ ପାରିବ।

12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରଖେ। ମାତ୍ର ବିଶ୍ୱାସଘାତକର ସେ ବିନାଶ କରନ୍ତି।

13 ଆଳସ୍ୟ ଲୋକ କହେ, “ବାହାରେ ସିଂହ ଅଛି। ମୁଁ ସଡ଼କରେ ହତ ହେବି।”

14 ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।

15 ପିଲାର ମନରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।

16 ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କେବଳ ଅଭାବ ଘଟିବ।

ତିରିଶ୍ ଗୋଟି ଜ୍ଞାନ ଉପଦେଶ

17 ଆପଣା କର୍ଣ୍ଣ ଡେରି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ। 18 ତୁମ୍ଭେ ଖୁସୀ ହେବ, ଯଦି ତୁମ୍ଭେ ସେମାନଙ୍କୁ ମନେ ରଖିବ ଏବଂ ଆବୃତ୍ତି କରିବ। 19 ମୁଁ ତୁମ୍ଭକୁ ବର୍ତ୍ତମାନ ସେହି ଶିକ୍ଷା ଦେବି। ତେଣୁ ସଦାପ୍ରଭୁଙ୍କଠାରେ ତୁମ୍ଭେ ବିଶ୍ୱାସ କରିବ। 20 ମୁଁ ତୁମ୍ଭମାନଙ୍କ ପାଇଁ ତିରି‌ଶ୍‌ଟି ସତ୍ୟତାରୂପ ବାକ୍ୟ ଲେଖିଅଛି। ସେଗୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ। 21 ଏହି ସତ୍ୟତା ରୂପକ ବାକ୍ୟ ତୁମ୍ଭକୁ ସତ୍ୟତା ଗୁରୁତ୍ୱପୂର୍ଣ୍ଣ କଥା ଶିକ୍ଷା ଦେବ। ଏହା ପରେ ତୁମ୍ଭେମାନେ ଉତ୍ତମ ଶିକ୍ଷା ଦେଇ ପାରିବ।

— 1 —

22 ଦରିଦ୍ର ଲୋକଠାରୁ ଗ୍ଭେରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସେହି ଦରିଦ୍ର ଲୋକମାନଙ୍କୁ ନ୍ୟାୟରୁ ବଞ୍ଚିତ କର ନାହିଁ। 23 ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।

— 2 —

24 ରାଗୀ ଲୋକ ସଙ୍ଗରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ। 25 ଏପରି କଲେ ତୁମ୍ଭେ ତାହାର ବାଟ ଶିକ୍ଷାକରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ।

— 3 —

26 ଅନ୍ୟମାନଙ୍କର ଋଣ ପାଇଁ ତୁମ୍ଭେ ଲଗା ହୁଅ ନାହିଁ। 27 ଯଦି ତୁମ୍ଭେ ଋଣ ନ ଦେଇ ପାରିବ, ତେବେ ତୁମ୍ଭେ ତୁମ୍ଭର ସମସ୍ତ ହରାଇବ। କାହିଁକି ତୁମ୍ଭେ ତୁମ୍ଭର ଶଯ୍ୟା ହରାଇବ?

— 4 —

28 ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ।

— 5 —

29 ଯଦି ଜଣେ ଲୋକ ତା’ର କାର୍ଯ୍ୟରେ ନିପୁଣ ଓ ତତ୍ପର। ତେବେ ସେ ରାଜାଙ୍କର ସେବା କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସେବା କରିବ ନାହିଁ।

— 6 —

23 ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ ସେତେବେଳେ ତୁମ୍ଭ ସମ୍ମୁଖରେ କିଏ ଅଛି, ତାହା ଯତ୍ନପୂର୍ବକ ବିବେଚନା କର। ଯେବେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳାରେ ଛୁରି ଆପେ ରଖ। ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେହେତୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ।

— 7 —

ଧନୀ ହେବାକୁ ନିଜକୁ କ୍ଳାନ୍ତ କର ନାହିଁ। କେତେବେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ। ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶପକ୍ଷୀ ପରି ଡେଣା ପାଏ ଏବଂ ଉଡ଼ିଯାଏ।

— 8 —

ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ଯିଏ କୃପଣ ଏବଂ ତାହାର ସୁସ୍ୱାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ। ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ୟ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପାରେ, “ଖାଅ ପିଅ” କିନ୍ତୁ ତାହା ତା’ର ଅନ୍ତରର କଥା ନୁହେଁ। ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉ‌‌‌ଦ୍‌‌‌ଗାର କରିବ ଏବଂ ତୁମ୍ଭର ତା’ ପ୍ରତି ପ୍ରଶଂସା ବେକାର ହୋଇଯିବ।

— 9 —

ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ। ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।

— 10 —

10 ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ। 11 କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ୍। ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ।

— 11 —

12 ଉପଦେଶରେ ତୁମ୍ଭର ହୃଦୟ ଓ କର୍ଣ୍ଣ ଦ୍ୱାରା ଜ୍ଞାନର ବାକ୍ୟକୁ ଗ୍ରହଣ କର।

— 12 —

13 ପିଲାକୁ ଶାସ୍ତି ଦେବାକୁ ତୃଟି କର ନାହିଁ। ତୁମ୍ଭେ ତାହାକୁ ବାଡ଼ିରେ ବାଡ଼େଇଲେ ହେଁ ସେ ମରିବ ନାହିଁ। 14 ତୁମ୍ଭେ ତାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।

— 13 —

15 ହେ ମୋର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ବିଶେଷରେ ମୋର ମନ ହୃଷ୍ଟ ହେବ। 16 ତୁମ୍ଭେ ଯଥାର୍ଥ କଥା କହିଲେ ମୋର ହୃଦୟ ଆନନ୍ଦିତ ହେବ।

— 14 —

17 ପାପୀଗଣଙ୍କ ପ୍ରତି ଈର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ସମ୍ମାନ ଓ ଭୟ କର। 18 ଯେହେତୁ ତୁମ୍ଭର ସର୍ବଦା ଭବିଷ୍ୟତ ଅଛି, ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।

— 15 —

19 ହେ ମୋର ପୁତ୍ର, ଶୁଣ, ଜ୍ଞାନୀ ହୁଅ। ପୁଣି ତୁମ୍ଭ ମନକୁ ସତ୍ୟପଥରେ କଢ଼ାଇ ନିଅ। 20 ସେହି ଜଣକ ପରି ହୁଅ ନାହିଁ, ଯିଏ ଦ୍ରାକ୍ଷାରସ ପାନ କରେ ଆସକ୍ତ ଓ ପେଟୁ ମାଂସ ଭକ୍ଷ୍ୟକ ଅଟେ। 21 ମାତାଲମାନେ ଓ ପେଟୁ ଦରିଦ୍ର ପିଡ଼ୀତ ହେବ। ପୁଣି ସେମାନଙ୍କୁ ଚିରା ବସ୍ତ୍ରରେ ଘୋଡ଼ାଇ ଦିଏ।

— 16 —

22 ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ। 23 ସତ୍ୟତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବେଚନା କ୍ରୟ କର। 24 ଧାର୍ମିକର ପିତା ଅତିଶୟ ଆନନ୍ଦ କରେ। ପୁଣି ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ। 25 ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହୁଅନ୍ତୁ। ତୁମ୍ଭର ମାତା ଆନନ୍ଦ କରୁ।

— 17 —

26 ହେ ମୋର ପୁତ୍ର, ତୁମ୍ଭର ହୃଦୟ ମୋତେ ଦିଅ। ତୁମ୍ଭର ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ। 27 ବେଶ୍ୟା ହେଉଛି ଗଭୀର ଖାତ ତୁଲ୍ୟ। ଜଣେ ବ୍ୟଭିଗ୍ଭରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ୟ ଅଟେ। 28 ଜଣେ ଖରାପ ସ୍ତ୍ରୀଲୋକ ଗ୍ଭେର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ୟମାନଙ୍କ ମଧ୍ୟରେ ଅବିଶ୍ୱାସୀମାନଙ୍କର ସଂଖ୍ୟା ବଢ଼ାଏ।

— 18 —

29-30 ଯେଉଁମାନେ ଅତ୍ୟନ୍ତ ମଦ୍ୟପ ଏବଂ ସବୁ ସମୟ ମଦ୍ୟ ପାନରେ ଉପଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ। ସେହିମାନଙ୍କର ବହୁତ ଝଗଡ଼ା ଓ ଯୁକ୍ତି ହୁଏ। ତାହାର ଆଖି ରକ୍ତବର୍ଣ୍ଣ ଦେଖାଯାଏ। ସେ ନିଜେ ନିଜେ ତା’ର କ୍ଷତବିକ୍ଷତ କରେ। ଏଥିରୁ କ୍ଷାନ୍ତ ହୁଅ।

31 ଦ୍ରାକ୍ଷାରସ ରଙ୍ଗୀନ୍ ହେଲେ, ତାହା ପାତ୍ରରେ ଚକମକ ଦେଖାଯାଏ ଓ ସହଜରେ ଗଳାଧଃକରଣ ହେଲେ ମଧ୍ୟ ତୁମ୍ଭେ ତାକୁ ଅନାଅ ନାହିଁ। 32 ଶେଷରେ ତାହା ସର୍ପପରି କାମୁଡ଼େ ଓ କାଳସର୍ପ ପରି ଦଂଶନ କରେ।

33 ତୁମ୍ଭର ଚକ୍ଷୁ ବିପରୀତ ବିଷୟ ଦେଖିବ, ତୁମ୍ଭର ମନ ଏବଂ ଭାଷଣ ଦ୍ୱନ୍ଦପୂର୍ଣ୍ଣ ହେବ। 34 ତୁମ୍ଭେ ସମୁଦ୍ର ମଧ୍ୟରେ ଶୟନକାରୀ ଅବା ଜାହାଜର ମାସ୍ତୁଲ ଉପରେ ଶୟନକାରୀ ଲୋକତୁଲ୍ୟ ହେବ। 35 ତୁମ୍ଭେ କହିବ, “ସେମାନେ ମୋତେ ମାରିଲେ, ମାତ୍ର ମୋର କ୍ଷତି ହୋଇ ନାହିଁ। ସେମାନେ ମୋତେ ପ୍ରହାର କଲେ ମାତ୍ର ମୁଁ କିଛି ଜାଣି ନାହିଁ। ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ। ମୁଁ ଆଉ ପିଇବା ପାଇଁ ଗ୍ଭହେଁ।”

— 19 —

24 ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ। ସେମାନେ ମନରେ ଦୌରାତ୍ମ୍ୟ କଳ୍ପନା କରନ୍ତି। ସେମାନେ ଅନିଷ୍ଟ କରିବା ପାଇଁ କହନ୍ତି।

— 20 —

ବୁଦ୍ଧି ଓ ଜ୍ଞାନଦ୍ୱାରା ଉତ୍ତମ ଗୃହ ନିର୍ମିତ ହୁଏ। ଜ୍ଞାନରେ ତାହାର କୋଠରୀ ସବୁ ବହୁମୂଲ୍ୟ ଓ ମନୋରମ ବସ୍ତ୍ରରେ ପରିପୂର୍ଣ୍ଣ ହୁଏ।

— 21 —

ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ୱାନ୍ ଲୋକମାନେ ବଳ ବଢ଼ାନ୍ତି। ଯୁଦ୍ଧ କରିବା ପୂର୍ବରୁ ଯତ୍ନରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ଯୁଦ୍ଧରେ ଜୟ କରିବାକୁ ଗ୍ଭହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ୍।

— 22 —

ଅଜ୍ଞାନ ଲୋକମାନେ ଜ୍ଞାନକୁ ବୁଝିପାରନ୍ତି ନାହିଁ। ଯେତେବେଳେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କରନ୍ତି ବୋକାମାନେ ନୀରବ ରୁହନ୍ତି।

— 23 —

ଯେଉଁ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି, ଲୋକମାନେ ସେମାନଙ୍କୁ କୁସନ୍ଧାନୀ ବୋଲି କହିବେ। ଏବଂ ସେମାନେ ତୁମ୍ଭମାନଙ୍କର କଥା ଶୁଣିବେ ନାହିଁ। ନିର୍ବୋଧଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସେହି ଲୋକକୁ ଘୃଣା କରନ୍ତି ଯିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବେଚନା କରେ।

— 24 —

10 ବିପଦ ଦିନରେ ତୁମ୍ଭେ ଯଦି ଭୀରୁ ଦେଖାଇବ, ତେବେ ତୁମ୍ଭର ଶକ୍ତି କ୍ଷୀଣ ହେବ।

— 25 —

11 ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ୟା କରିବାକୁ, ତେବେ ତୁମ୍ଭେ ତାଙ୍କୁ ରକ୍ଷା କର। 12 ତୁମ୍ଭେ ଏପରି କୁହ ନାହିଁ, “ଏହା ମୋର କର୍ତ୍ତବ୍ୟ ନୁହେଁ।” ଯେହେତୁ ସଦାପ୍ରଭୁ ସମସ୍ତ ବିଷୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ’ଣ ସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ଯ୍ୟ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ।

— 26 —

13 ହେ ମୋର ପୁତ୍ର, ତୁମ୍ଭେ ମହୁ ଖାଅ। ଯେହେତୁ ତାହା ଭଲ। ତୁମ୍ଭେ ମଧୁ ଗ୍ଭଖି ଖାଅ, ଯେହେତୁ ତାହା ତୁମ୍ଭକୁ ସୁସ୍ୱାଦୁ ଲାଗିବ। 14 ଠିକ୍ ସେହିପରି ଭାବରେ ଜ୍ଞାନ ତୁମ୍ଭମାନଙ୍କର ପ୍ରାଣ ପାଇଁ ମହୁପରି ଅଟେ। ଯଦି ତୁମ୍ଭେ ଜ୍ଞାନ ଆହରଣ କର, ତେବେ ତୁମ୍ଭର ଭବିଷ୍ୟତ ରହିବ ଏବଂ ତୁମ୍ଭର ଆଶା କେବେ ଶେଷ ହେବ ନାହିଁ।

— 27 —

15 ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ। 16 ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦରେ ପରାସ୍ତ ହୁଅନ୍ତି।

— 28 —

17 ଯେତେବେଳେ ତୁମ୍ଭର ଶତ୍ରୁ ସମସ୍ୟାରେ ଅଛି, ତୁମ୍ଭେ ହସ ନାହିଁ, ଯେତେବେଳେ ସେ ପଡ଼ିଯାଏ, ସେହି ସମୟରେ ମଧ୍ୟ ତୁମ୍ଭେ ଖୁସୀ ହୁଅ ନାହିଁ। 18 ଯଦି ତୁମ୍ଭେ ଏପରି କର, ତାହା ମଧ୍ୟ ସଦାପ୍ରଭୁ ଦେଖିବେ। ସଦାପ୍ରଭୁ ଏପରି କର୍ମରେ ତୁମ୍ଭମାନଙ୍କ ପ୍ରତି ଖୁସୀ ହେବେ ନାହିଁ। ଏହା ପରେ ସଦାପ୍ରଭୁ ତୁମ୍ଭର ଶତ୍ରୁକୁ ସାହାଯ୍ୟ କରି ପାରନ୍ତି।

— 29 —

19 ମନ୍ଦକର୍ମକାରୀମାନଙ୍କ ସକାଶେ ଚିନ୍ତିତ ହୁଅ ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ। 20 ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ୟତ ନାହିଁ ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।

— 30 —

21 ହେ ମୋର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସେହି ଲୋକମାନଙ୍କ ସହିତ ଜଡ଼ିତ ହୁଅ ନାହିଁ। ଯେଉଁମାନେ ସେମାନଙ୍କର ବିପକ୍ଷରେ ଅଛନ୍ତି। 22 କାରଣ ସେମାନଙ୍କର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସେମାନଙ୍କର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି।

ଅଧିକ ଜ୍ଞାନର କଥା

23 ଏହିସବୁ ମଧ୍ୟ ଜ୍ଞାନୀମାନଙ୍କର କଥା ଅଟେ;

ବିଗ୍ଭର ସର୍ବଦା ଯଥାର୍ଥ ହେବା ଉଚିତ୍, ଏଥିରେ ପକ୍ଷପାତିତା ହେବା ଉଚିତ୍ ନୁହେଁ। 24 ସେହି ଧାର୍ମିକ ଯିଏ ଏକ ଦୋଷୀ ମନୁଷ୍ୟକୁ କହେ, ‘ତୁମ୍ଭେ ନିରୀହ ଅଟ,’ ଲୋକମାନେ ତାଙ୍କୁ ଅଭିଶାପ ଦେବେ। ଏପରିକି ଅନ୍ୟ ଗୋଷ୍ଠୀୟମାନେ ନିନ୍ଦା କରିବେ। 25 ଯେଉଁମାନେ ନିଜର ଦୋଷକୁ ସାବ୍ୟସ୍ତ କରନ୍ତି, ସେମାନେ ଧନବାନ୍ ହୁଅନ୍ତି। ସେମାନେ ଭଲ ଆଶୀର୍ବାଦ ଲାଭ କରନ୍ତି।

26 ଯିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠରେ ଚୁମ୍ବନ ତୁଲ୍ୟ।

27 ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର। ଆପଣା ନିମନ୍ତେ ସେହି କ୍ଷେତ୍ର ପ୍ରସ୍ତୁତ କର। ଏହା ପରେ ଆପଣା ଗୃହ ନିର୍ମାଣ କର।

28 ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବାସୀର ବିପକ୍ଷରେ ସାକ୍ଷୀ ହୁଅ ନାହିଁ। ମିଥ୍ୟା କୁହ ନାହିଁ।

29 “ସେ ମୋ’ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏପରି କୁହ ନାହିଁ।”

30 ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧଲୋକର ଦ୍ରାକ୍ଷାକ୍ଷେତ୍ର ଦେଇ ଗଲି। 31 ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି। 32 ତେଣୁ ମୁଁ ଅନାଇଲି, ପୁଣି ମନୋଯୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି। 33 ଦିନ ବେଳେ ଗଡ଼ିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦେଇ ତୁମ୍ଭେ ଯଦି ଶୋଇ ରୁହ, 34 ତେବେ ଦରିଦ୍ରତା ତୁମ୍ଭ ଉପରକୁ ଖଳବ୍ୟକ୍ତି ତୁଲ୍ୟ ଏବଂ ତୁମ୍ଭର ଅଭାବ ସସଜ୍ଜ ଲୋକ ପରି ଆସିବ। ଯେଉଁଗୁଡ଼ିକୁ ତୁମ୍ଭେ ପରାସ୍ତ କରିବାକୁ ଅସମର୍ଥ ହେବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8

ସହଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କର

ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ। ସେହି ବିଶ୍ୱାସୀମାନେ ମହାକ୍ଳେଶ ଦୁଃଖ ଦ୍ୱାରା ପରୀକ୍ଷିତ ହେଲେ। ଏବଂ ସେମାନେ ଅତି ଗରିବ। କିନ୍ତୁ ସେମାନଙ୍କ ମହାନନ୍ଦ ହେତୁ ସେମାନେ ପ୍ରଚୁର ଉଦାରତାର ଦାନ ଦେଇଥିଲେ। ମୁଁ କହିପାରେ ଯେ, ସେମାନେ ଯେତେ ଦେଇ ପାରିବା କଥା ତାହ ଦେଇଛନ୍ତି। ଏତିକି ନୁହେଁ, ସେମାନେ ସ୍ୱେଚ୍ଛାରେ ନିଜ ସାମର୍ଥ୍ୟ ଅପେକ୍ଷା ଅଧିକ ଦେଇଛନ୍ତି। କେହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ। କିନ୍ତୁ ସେମାନେ ଆଗ୍ରହ ପୂର୍ବକ, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ। ସେମାନେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କେବେ ଭାବି ନ ଥିଲୁ। ସେମାନେ ତାହାଙ୍କର ଅର୍ଥ ଦେବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠାରେ ଓ ଆମ୍ଭଠାରେ ସମର୍ପଣ କଲେ।

ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।

ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ। ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।

10 ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର। 11 ତା’ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର। 12 ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା’ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ। 13 ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ। 14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା’ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ। 15 ଶାସ୍ତ୍ରରେ ମଧ୍ୟ ଲେଖାଅଛି:

“ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ,
    ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।” (A)

ତୀତସ ଓ ତାଙ୍କର ସଙ୍ଗୀମାନେ

16 ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି। 17 ଆମ୍ଭର ଅନୁରୋଧକୁ ତୀତସ ଗ୍ରହଣ କରିଛନ୍ତି। ସେ ମଧ୍ୟ ତୁମ୍ଭମାନଙ୍କ ପାଖକୁ ଯିବାକୁ ବ୍ୟଗ୍ର ଥିଲେ, ଓ ସ୍ୱଇଚ୍ଛାରେ ତୁମ୍ଭମାନଙ୍କ ପାଖକୁ ଯିବା ନିମନ୍ତେ ଏଠାରୁ ଯାଉଛନ୍ତି। 18 ତାଙ୍କ ସହିତ ଆମ୍ଭେ ସମସ୍ତ ମଣ୍ଡଳୀଗୁଡ଼ିକରେ ସୁସମାଗ୍ଭର ପ୍ରଗ୍ଭର କାର୍ଯ୍ୟରେ ସୁନାମ ଥିବା ଜଣେ ଭାଇଙ୍କୁ ମଧ୍ୟ ପଠାଉଛୁ। 19 ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନେଇ ଯିବା କାର୍ଯ୍ୟରେ ମଣ୍ଡଳୀ ସମୂହ ତାହାଙ୍କୁ ନିଯୁକ୍ତ କରିଛନ୍ତି। ଏହି ସେବା ଦ୍ୱାରା ପ୍ରଭୁଙ୍କ ମହିମା ହେବ ଓ ଆମ୍ଭେ ଯେ ପ୍ରକୃତରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ।

20 ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା’ ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟରେ ଆମ୍ଭେ ସାବଧାନ ଅଛୁ। 21 ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହାସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ୍ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।

22 ସେମାନଙ୍କ ସହିତ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଆଉ ଜଣେ ଭାଇଙ୍କୁ ଆମ୍ଭେ ପଠାଉଛୁ। ଅନେକ ଘଟଣାରେ ସେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନରେ ଅସୀମ ବିଶ୍ୱାସ ଥିବାରୁ, ସେ ଅଧିକ ସାହାଯ୍ୟ କରିବା ପାଇଁ ଉତ୍ସାହିତ ଅଛନ୍ତି।

23 ତୀତସଙ୍କ ସମ୍ବନ୍ଧରେ ଏହା କୁହେ ଯେ, ସେ ମୋର ସହକର୍ମୀ ଓ ସେ ମୋ’ ସହିତ କାର୍ଯ୍ୟ କରି ତୁମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟରେ ଏହା କ ହେ ଯେ, ସେମାନେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ୱରୂପ। 24 ତୁମ୍ଭମାନଙ୍କ ଭିତରେ ଯେ ପ୍ରକୃତରେ ପ୍ରେମ ଅଛି ଏହା ଦେଖାଅ ଓ ତୁମ୍ଭମାନଙ୍କ ପାଇଁ ଆମ୍ଭେ କାହିଁକି ଏତେ ଗର୍ବ ଅନୁଭବ କରୁ, ତାହା ସେମାନଙ୍କୁ ପ୍ରମାଣ କରି ଦେଖାଅ। ତା’ହେଲେ ସମଗ୍ର ମଣ୍ଡଳୀ ଏହା ଦେଖି ପାରିବେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center