Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ହିତୋପଦେଶ 19-21

19 ଗରିବ ହେଲେ ମଧ୍ୟ ସେ ସାଧୁତା; ସେ ମୂର୍ଖ, ମିଛୁଆ, ଠକଠାରୁ ନିଶ୍ଚିତ ଭଲ।

ଜ୍ଞାନହୀନ ଜୀଜ୍ଞାଷୁ ହେବାର ଭଲ ନୁହେଁ। ଯେଉଁମାନେ ହଠାତ୍ ପ୍ରବେଶ କରନ୍ତି ଭୁଲ କରିବସନ୍ତି।

ମନୁଷ୍ୟର ଅଜ୍ଞାନତା ନିଜର ଜୀବନକୁ ଧ୍ୱଂସ କରେ। କିନ୍ତୁ ତା’ପରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।

ଧନ ବହୁମିତ୍ର ଲାଭ କରେ, ମାତ୍ର ଦରିଦ୍ରତା ବନ୍ଧୁ ନାଶ କରେ।

ଯେଉଁ ଲୋକ ଅନ୍ୟ ବିରୁଦ୍ଧରେ ମିଥ୍ୟା ରଚନା କରେ, ସେ ଦଣ୍ଡ ପାଇବ। ଯେ ମିଛ କହେ ସେ ଶାସ୍ତିରୁ ରକ୍ଷା ପାଇବ ନାହିଁ।

ଅନେକ ଲୋକ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ପୁଣି ପ୍ରତ୍ୟେକ ଲୋକ ସେହି ଲୋକର ବନ୍ଧୁ ହୁଅନ୍ତି ଯିଏ ଉପହାର ଦିଏ।

ଦରିଦ୍ର ଲୋକଙ୍କୁ ତା’ର ପରିବାର ମଧ୍ୟ ଭଲ ପାଏ ନାହିଁ। ତା’ର ମିତ୍ରମାନେ ତା’ଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସେମାନଙ୍କର ସାହାଯ୍ୟ ପାଇଁ ଭିକ୍ଷା କରେ, କିନ୍ତୁ ସେମାନେ ତା’ର ନିକଟକୁ ଯାଆନ୍ତି ନାହିଁ।

ଯଦି ଜଣେ ଲୋକ ତା’ ନିଜକୁ ଅଧିକ ଭଲ ପାଏ, ସେ କଠିନ ପରିଶ୍ରମ କରି ଜ୍ଞାନୀ ହେବ। ଯେ ବିବେଚନା ପାଇଁ କଠିନ ପରିଶ୍ରମ କରେ, ସେ ପୁରସ୍କାର ପାଇବ।

ମିଥ୍ୟା ସାକ୍ଷୀ ଦଣ୍ଡିତ ହେବ। ମିଥ୍ୟାବାଦୀ ଧ୍ୱଂସ ପାଇବ।

10 ମୂର୍ଖ ଲୋକ କେବେହେଲେ ଧନୀ ହୋଇ ପାରିବ ନାହିଁ। ଯେପରି ଅଧିପତି ଉପରେ ଦାସର କର୍ତ୍ତୃତ୍ୱ।

11 ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧକୁ କ୍ଷାନ୍ତ କରେ। ଏବଂ ଏହା ହେଉଛି ଆଶ୍ଚର୍ଯ୍ୟ ସେ ଦୋଷୀମାନଙ୍କୁ କ୍ଷମା କରି ଦିଏ।

12 ରାଜାର କ୍ରୋଧ ସିଂହର ଗର୍ଜନ ସଦୃଶ। କିନ୍ତୁ ତା’ର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।

13 ମୂର୍ଖ ପୁତ୍ର ତା’ର ପିତାର ଦୁଃଖର କାରଣ ହେବ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି।

14 ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।

15 ଆଳସ୍ୟ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।

16 ଆଜ୍ଞା ପାଳନକାରୀ ଆପଣା ପ୍ରାଣ ରକ୍ଷା କରେ। ମାତ୍ର ଆପଣା ପଥ ବିଷୟରେ ଯେ ଅସାବଧାନ ହୁଏ, ସେ ମରିବ।

17 ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।

18 ଅପାଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି। ଯଦି ତୁମ୍ଭେ ଏହା କରିବ ନାହିଁ, ତୁମ୍ଭେ ତା’ର ବିନାଶର କାରଣ ହେବ।

19 ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ। ଯେହେତୁ ତୁମ୍ଭେ ତାକୁ ଥରେ ଉଦ୍ଧାର କଲେ ତାହା ତୁମ୍ଭକୁ ପୁନର୍ବାର କରିବାକୁ ହେବ।

20 ଶେଷାବସ୍ଥାରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର।

21 ମନୁଷ୍ୟର ମନରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହେବ।

22 ଜଣେ ଲୋକ ତାଙ୍କର ବିଶ୍ୱାସ ଜରିଆରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ। ଯିଏ ଯାହାକୁ ବିଶ୍ୱାସ କରାଯାଇପାରେ ନାହିଁ।

23 ସଦାପ୍ରଭୁ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ, ସେ ଶାନ୍ତିରେ ବାସ କରି ପାରିବ। ବିପଦ ତା’ର ନିକଟରେ ଯାଇ ପାରିବ ନାହିଁ।

24 ଅଳସୁଆ ଆପଣା ଥାଳିରେ ହାତ ବୁଡ଼ାଇଲେ ଆଉଥରେ ତା’ର ମୁହଁକୁ ନେବାକୁ ଇଚ୍ଛା କରେ ନାହିଁ।

25 ନିନ୍ଦକକୁ ପ୍ରହାର କଲେ, ନିର୍ବୋଧଲୋକ ସତର୍କତା ଶିକ୍ଷା କରିବ। ଯଦି ତୁମ୍ଭେ ବୁଦ୍ଧିମାନ୍ ବ୍ୟକ୍ତିକୁ ଭର୍ତ୍ସନା କରିବ, ସେ ଅଧିକ ଶିକ୍ଷା ଲାଭ କରିବ।

26 ଯେଉଁ ପୁତ୍ର ଆପଣା ପିତାର ଧନ ଗ୍ଭେରି କରେ ଏବଂ ଆପଣା ମାତାକୁ ତଡ଼ି ଦିଏ, ସେ ଗୋଟିଏ ଲଜ୍ଜାକର ଓ ଅପମାନ ଜନକ ପୁତ୍ର ଅଟେ।

27 ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ବିଚ୍ୟୁତ କରେ, ତାହା ଶୁଣିବାରୁ ନିବୃତ୍ତ ହୁଅ।

28 ପାଷାଣ୍ଡ ସାକ୍ଷୀ ନ୍ୟାୟ ବିଗ୍ଭରକୁ ନିନ୍ଦା କରେ ଏବଂ ଦୁଷ୍ଟ ଲୋକର ମୁଖମଣ୍ଡଳ ଅନିଷ୍ଟରେ ପରିପୂର୍ଣ୍ଣ।

29 ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ କରେ।

20 ଦ୍ରାକ୍ଷାରସ ଓ ମଦ୍ୟ, ଲୋକମାନଙ୍କୁ ନିୟନ୍ତ୍ରଣ କରି ବାହାରକୁ ନେଇଯାଏ। ଯେକେହି ସେଥିରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହୋଇ ପାରିବ ନାହିଁ।

ରାଜାଙ୍କର ରାଗ ସିଂହର ଗର୍ଜନ ପରି, ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ନିଜେ ତା’ର ଜୀବନ ପ୍ରତି ବିପଦ ଆଣେ।

ଯେକୌଣସି ନିର୍ବୋଧ ସର୍ବଦା ଯୁକ୍ତି କରେ। ତେଣୁ ତୁମ୍ଭେ ସର୍ବଦା ସେହି ଲୋକକୁ ସମ୍ମାନ କର ଯେ ଯୁକ୍ତି କରିବାକୁ ବାରଣ କରେ।

ଜଣେ ଅଳସୁଆ ତା’ର ଅଳସୁଆପଣ ଯୋଗୁଁ ଶସ୍ୟ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖୋଜିଲେ ପାଏ ନାହିଁ।

ମନୁଷ୍ୟ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସେହି ଗଭୀର ଜଳକୁ କାଢ଼ି ପାରିବ।

ବହୁତ ଲୋକମାନଙ୍କ ମଧ୍ୟରେ ଜଣେ ପ୍ରଭୁଭକ୍ତ ଖୋଜ, କିନ୍ତୁ କିଏ ଖୋଜି ପାରିବ ଜଣେ ଲୋକ ଯିଏ କି ପ୍ରକୃତରେ ବିଶ୍ୱାସନୀୟ।

ଯେଉଁ ଧାର୍ମିକ ଲୋକ ସରଳତାରେ ବାସ କରେ, ତା’ ଉତ୍ତାରେ ତା’ର ପୁତ୍ରଗଣ, ସନ୍ତାନଗଣ ଧନ୍ୟ ହୁଅନ୍ତି।

ଯେଉଁ ରାଜା ବିଗ୍ଭର ସ୍ଥାନରେ ବସେ, ସେ ନିଜର ସ୍ୱଚକ୍ଷୁରେ ଅସତ୍ୟ ବିଷୟସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।

“ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ,” ଏହା କେହି କହିପାରିବେ ନାହିଁ।

10 ନାନା ପ୍ରକାର ମାପ ଓଜନରେ ଯେଉଁମାନେ ଠକନ୍ତି, ସେମାନେ ସଦାପ୍ରଭୁଙ୍କଠାରେ ଘୃଣିତ।

11 ଏପରିକି ଜଣେ ଛୋଟ ପିଲା କରୁଥିବା କର୍ମରୁ ଜଣାଯାଏ, ଯଦିବା ସେ ଯାହା କରେ ତାହା ନିର୍ମଳ ଏବଂ ସରଳ।

12 କାନରେ ଶୁଣିବା ଆଖିରେ ଦେଖିବା ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଛନ୍ତି।

13 ନିଦ୍ରାକୁ ଭଲ ପାଅ ନାହିଁ। ନ ହେଲେ ତୁମ୍ଭେ ଦରିଦ୍ର ହେବ। ତୁମ୍ଭେ କର୍ମଦକ୍ଷ ହୁଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ।

14 କିଣିବା ଲୋକ କହେ, “ଭଲ ନୁହେଁ, ଭଲ ନୁହେଁ, ଏହାର ମୂଲ୍ୟ ବହୁତ ଅଧିକ।” ମାତ୍ର ଆପଣା ବାଟରେ ଗଲାବେଳେ ଦର୍ପ କରେ।

15 ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁ ଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ୟବାନ୍ ଅଟେ।

16 ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ।

17 ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଠା ଲାଗେ। ମାତ୍ର ପଛରେ ତା’ର ପାଟି ଗୋଡ଼ିରେ ପୂର୍ଣ୍ଣ ହେବ।

18 ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହେବ। ମାତ୍ର ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଯାଅ ଭଲ ପରାମର୍ଶ ଗ୍ରହଣ କର।

19 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା’ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ, ଯେ ଗପିବାକୁ ଭଲ ପାଏ।

20 ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘୋର ଅନ୍ଧକାରରେ ତା’ର ପ୍ରଦୀପ ଲିଭିଯିବ।

21 ଧନ ସମ୍ପତ୍ତି ହଠାତ୍ ମିଳିପାରେ ଓ ସହଜରେ ଲାଭ ହୁଏ, ପୁଣି ଶେଷରେ ଆଶୀର୍ବାଦଯୁକ୍ତ ହେବ ନାହିଁ।

22 “ମୁଁ ତାଙ୍କୁ ଫେରାଇ ଦେବି ଏହିପରି ଚିନ୍ତା କର ନାହିଁ,” ଯଦି କେହି କିଛି ତୁମ୍ଭ ବିରୁଦ୍ଧରେ କରେ, ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କର, ସେ ତୁମ୍ଭକୁ ଉଦ୍ଧାର କରିବେ।

23 ଲୋକମାନଙ୍କୁ ଓଜନ ଓ ମାପରେ ଠକି ସଦାପ୍ରଭୁଙ୍କ ଘୃଣାର ବିଷୟ, ଅର୍ଥାତ ଦଣ୍ଡିରେ ଠକିବା ନିତାନ୍ତ ଖରାପ।

24 ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ, ତେଣୁ ମନୁଷ୍ୟ ଆପଣା ବାଟ ଠିକ୍ ରୂପେ ବୁଝିପାରେ ନାହିଁ।

25 ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି। ଏବଂ ତା’ପରେ ସେହି ପ୍ରତିଜ୍ଞା ପୁନଃବିଗ୍ଭର କରାଯାଏ।

26 ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ୟରୁ ଅଗାଡ଼ି ଅଲଗା କଲାପରି ତା’ ଉପରେ ସେ ଚକ୍ର ବୁଲାଏ।

27 ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କ ପାଇଁ ପ୍ରଦୀପପରି ଏହା ଆତ୍ମାର ସମସ୍ତ ଅନ୍ତରାଳ ବିଷୟ ପରିପ୍ରକାଶ କରେ।

28 ଦୟା ଓ ସତ୍ୟତା ରାଜାଙ୍କୁ ରକ୍ଷା କରେ। ପୁଣି ଦୟାଦ୍ୱାରା ତାହାର ସିଂହାସନ ସ୍ଥିର ହୁଏ।

29 ଯୁବକମାନଙ୍କ ବଳ ସେମାନଙ୍କର ଭୂଷଣ। ବୃଦ୍ଧମାନଙ୍କର ପକ୍ୱ କେଶ ସେମାନଙ୍କର ଶୋଭା।

30 ଅସତ ମାର୍ଗ କ୍ଷତିଜନକ ପ୍ରହାରରେ ପରିଷ୍କାର କରେ, ଆଘାତ ନିଜ ଅନ୍ତରାଳୟକୁ ପ୍ରଭାବିତ କରେ।

21 କୃଷକ ତା’ର ଜମିରେ ପାଣି ମଡ଼ାଇବା ପାଇଁ ଛୋଟ ନାଳ କରେ। ସେ ତା’ର ଜଳ ଯୁଆଡ଼େ ନେବାକୁ ଗ୍ଭହେଁ ସେଆଡ଼େ ତା’ର ନାଳ ବଙ୍କେଇ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ଯୁଆଡ଼େ ଇଚ୍ଛା ସେଆଡ଼େ ନେଇଯାଏ।

ମନୁଷ୍ୟ ଯାହା କର୍ମ କରେ ତାହା ତା’ର ଦୃଷ୍ଟିରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦୟ ସବୁ ତୌଲନ୍ତି।

ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଗ୍ଭର ସଦାପ୍ରଭୁଙ୍କ ପ୍ରିୟ ବିଷୟ।

ଦୁଷ୍ଟ ଲୋକମାନଙ୍କର ଗର୍ବ ଗ୍ଭହାଣି ଓ ଗର୍ବିତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦେଖାଯାଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ।

ଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧରେ। କେବଳ ଦାରିଦ୍ର୍ୟ ଆଡ଼କୁ ପଥ ଦେଖାଏ।

ଯଦି ତୁମ୍ଭେ ଠକିକରି ଧନ ଅର୍ଜ୍ଜନ କରିଥାଅ, ସେହି ଧନ ଶୀଘ୍ର ଗ୍ଭଲିଯିବ, ଠିକ୍ ବାଷ୍ପପରି। ସେହି ଧନ ମୃତ୍ୟୁ ଆଡ଼କୁ ପରିଗ୍ଭଳିତ ହେବ।

ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ବିନାଶ କରିବ। ଯେହେତୁ ସେମାନେ ନ୍ୟାୟ କର୍ମ କରିବାକୁ ନାସ୍ତି କରନ୍ତି।

ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ।

କଳିହୁଡ଼ି ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।

10 ଦୁଷ୍ଟ ଲୋକର ମନ ସର୍ବଦା ଅନିଷ୍ଟ ପାଞ୍ଚେ। ପୁଣି ତା’ର ଦୃଷ୍ଟିରେ ତା’ର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ।

11 ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନଙ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ।

12 ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷୟରେ ବିବେଚନା କରେ। ସେହି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହୋଇ କିପରି ସର୍ବନାଶ ହୁଅନ୍ତି, ଏହା ସୁବିବେଚନା କରେ।

13 ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡାକ ଶୁଣେ ନାହିଁ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।

14 ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ। ପୁଣି ଅଣ୍ଟିରେ ଲାଞ୍ଚ ପ୍ରଦାନ ପ୍ରଚଣ୍ଡ କୋପ ଶାନ୍ତ କରେ।

15 ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ। ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ।

16 ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ୟୁ ଲୋକ ମଧ୍ୟରେ ଶେଷ ହେବ।

17 ଯେଉଁ ଲୋକ ଆମୋଦ ଭଲପାଏ, ସେ ଦରିଦ୍ର ହେବ। ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲପାଏ, ସେ ଧନବାନ ହେବ ନାହିଁ।

18 ଦୁଷ୍ଟଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ, ପୁଣି ବିଶ୍ୱାସଘାତକ ସରଳ ଲୋକର ବଦଳି ସ୍ୱରୂପ।

19 କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ।

20 ଜ୍ଞାନବାନର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶେଷ କରେ।

21 ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚା‌‌‌ତ୍‌‌‌ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ।

22 ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ୱଂସ କଲେ ସେମାନେ ବିଶ୍ୱାସ କରନ୍ତି।

23 ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ ସେ କ୍ଳେଶରୁ ଆପଣା ପ୍ରାଣକୁ ରକ୍ଷା କରେ।

24 ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ। ସେ ଆତ୍ମଗର୍ବ ଦେଖାଏ।

25 ଅଳସୁଆର ବାଞ୍ଚିତ ବିଷୟ ତାହାର ମୃତ୍ୟୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ।

26 କିଛି ଲୋଭୀ ଲୋକ ଦିନଯାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି।

27 ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ତାହା କଲେ ବହୁତ ଘୃଣିତ ହୁଏ।

28 ମିଥ୍ୟାସାକ୍ଷୀ ବିନଷ୍ଟ ହେବ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହେବ।

29 ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ।

30 ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

31 ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ, ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ସର୍ବଦା ଆସେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7

ଅତଏବ, ଆସ ପରମେଶ୍ୱରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନଯାପନ ପ୍ରଣାଳୀରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରତ୍ୟେକ ବିଷୟକୁ ଦୂର କରିବା।

ପାଉଲଙ୍କ ଆନନ୍ଦ

ନିଜ ହୃଦୟରେ ଆମ୍ଭକୁ ସ୍ଥାନ ଦିଅ। ଆମ୍ଭେ କାହାରି ପ୍ରତି କୌଣସି ଭୁଲ୍ କରି ନାହୁଁ। ଆମ୍ଭେ କାହାରି ବିଶ୍ୱାସରେ ଆଞ୍ଚ ଆଣି ନାହୁଁ, କାହାକୁ ଘୋଷଣା କରି ନାହୁଁ। ତୁମ୍ଭମାନଙ୍କୁ ନିନ୍ଦା ଦେବା ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି ଯେ, ଆମ୍ଭେ ତୁମ୍ଭମାନଙ୍କୁ ଏତେ ଭଲ ପାଉ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ୟ ପ୍ରସ୍ତୁତ। ତୁମ୍ଭମାନଙ୍କ ବିଷୟରେ ମୋର ଏହି ଦୃଢ଼ବୋଧ ଅଛି। ମୁଁ ତୁମ୍ଭ ପାଇଁ ବହୁତ ଗର୍ବିତ। ତୁମ୍ଭେମାନେ ମୋତେ ଅଧିକ ଉତ୍ସାହ ଦେଇଥାଅ। ସେଥିପାଇଁ ସମସ୍ତ ଯାତନା ଭିତରେ ମଧ୍ୟ ମୋର ଆନନ୍ଦ କହିଲେ ନ ସରେ।

ଯେତେବେଳେ ଆମ୍ଭେ ମାକିଦନିଆ ଆସିଥିଲୁ, ସେତେବେଳେ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଗ୍ଭରି ପଟେ ଅସୁବିଧାମାନ ଘେରି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧ୍ୟରେ ଆମ୍ଭେ ଥିଲୁ। କିନ୍ତୁ ଯେଉଁ ପରମେଶ୍ୱର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ୱନା ଦିଅନ୍ତି, ସେ ତୀତସଙ୍କର ଆଗମନ ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ସାନ୍ତ୍ୱନା ପ୍ରଦାନ କଲେ। ସେ ଆସିବା ଦ୍ୱାରା ଆମ୍ଭେ ସାନ୍ତ୍ୱନା ପାଇଲୁ। କିନ୍ତୁ ତୁମ୍ଭେମାନେ ଦେଇଥିବା ସୁଖ ଦ୍ୱାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତୀତସ କହିଲେ ଯେ ତୁମ୍ଭେମାନେ ମୋତେ ଦେଖିବା ପାଇଁ ବ୍ୟାକୁଳ। ତୁମ୍ଭେମାନେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭେମାନେ ମୋତେ ଅତି ମାତ୍ରାରେ ଗ୍ଭହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହେଲି।

ଯଦିଓ ପତ୍ର ଲେଖି ମୁଁ ତୁମ୍ଭମାନଙ୍କ ମନରେ ଦୁଃଖ ଦେଲି, କିନ୍ତୁ ମୁଁ ଏହା ଲେଖିଲି ବୋଲି ମୁଁ ଦୁଃଖିତ ନୁହେଁ। ମୁଁ ଜାଣେ ଯେ ସେହି ପତ୍ର ତୁମ୍ଭମାନଙ୍କୁ ଦୁଃଖ ଦେଲା ସେଥିପାଇଁ ମୁଁ ଦୁଃଖିତ। କିନ୍ତୁ ତାହା ତୁମ୍ଭମାନଙ୍କୁ ଅଳ୍ପ ସମୟ ପାଇଁ ଦୁଃଖ ଦେଲା। ଏବେ ମୁଁ ଖୁସୀ ଅଛି। ତୁମ୍ଭେମାନେ ଦୁଃଖୀ ହୋଇଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସୀ। ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତୁମ୍ଭେମାନେ ଦୁଃଖୀ ହେଲ। ଅତଏବ ତୁମ୍ଭେମାନେ ଆମ୍ଭ ଦ୍ୱାରା କୌଣସି ପ୍ରକାରେ ଆଘାତ ପାଇ ନାହଁ। 10 କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ୱାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହେବା ଆବଶ୍ୟକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ୟୁ ଆଣିଥାଏ। 11 ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍‌‌ଯୋଗୀ କରିଛି। ତୁମ୍ଭେମାନେ ଭୁ‌ଲ୍‌ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କ୍ରୋଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିଛି। ତୁମ୍ଭେମାନେ ପ୍ରତ୍ୟେକ କଥାରେ ପ୍ରମାଣିତ କରି ଦେଇଛ ଯେ, ତୁମ୍ଭେମାନେ ସେହି ସମସ୍ୟାର କୌଣସି ଅଂଶ ପାଇଁ ମଧ୍ୟ ଦୋଷୀ ନ ଥିଲ। 12 ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହୋଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ୱରଙ୍କ ଆଗରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭେମାନେ ଯେପରି ଦେଖି ପାର, ସେଥିପାଇଁ ଲେଖିଥିଲି। 13 ଏହି କାରଣରୁ ଆମ୍ଭେ ଆଶ୍ୱସ୍ତ ଥିଲୁ।

ତୁମ୍ଭେମାନେ ତୀତସଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଇ ଥିବାରୁ ତୀତସ ଖୁସୀ ଥିଲେ, ସେଥିପାଇଁ ଆମ୍ଭେମାନେ ମଧ୍ୟ ଅଧିକ ଆନନ୍ଦିତ ହେଲୁ। 14 ତୁମ୍ଭମାନଙ୍କ ବିଷୟରେ ମୁଁ ତାହାଙ୍କୁ ଯେଉଁ ବଡ଼ବଡ଼ କଥା କହିଥିଲି, ସେଥିପାଇଁ ମୁଁ ଲଜ୍ଜା ପାଇ ନାହିଁ। ମାତ୍ର ଆମ୍ଭେ ଯେଉଁ ପ୍ରତ୍ୟେକ କଥା ତୁମ୍ଭମାନଙ୍କୁ କହିଥିଲୁ ତାହା ସତ୍ୟ ବୋଲି ତୁମ୍ଭେମାନେ ପ୍ରମାଣିତ କଲ। ଆଉ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ତୀତସଙ୍କଠାରେ କରିଥିବା ଗର୍ବୋକ୍ତିଗୁଡ଼ିକ ମଧ୍ୟ ସତ୍ୟ। 15 ତୁମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ ପାଇଁ କିପରି ପ୍ରସ୍ତୁତ ତଥା ତୁମ୍ଭେମାନେ ସମସ୍ତେ ସମ୍ମାନ ଓ ଭୟ ସହକାରେ କିପରି ତାହାଙ୍କର ଆଜ୍ଞା ପାଳନ ପାଇଁ ବ୍ୟଗ୍ର ଥିଲ ଓ କିପରି ତାହାଙ୍କୁ ପାଛୋଟି ନେଇଥିଲ, ଏସବୁ କଥା ମନେ ପକାଇ ତୁମ୍ଭମାନଙ୍କ ପାଇଁ ତାହାଙ୍କର ପ୍ରେମ ଅଧିକ ହେଲା। 16 ମୁଁ ତୁମ୍ଭମାନଙ୍କ ଉପରେ ପୂର୍ଣ୍ଣ ଭରସା ରଖି ପାରିବି, ଏଥିପାଇଁ ମୁଁ ଆନନ୍ଦିତ ଅଟେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center