Old/New Testament
13 ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକାରେ ଶୁଣେ, କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ।
2 ଉତ୍ତମ ଲୋକମାନେ ସେମାନଙ୍କର ଶବ୍ଦଗୁଡ଼ିକର ଉତ୍ତମ ଫଳ ଭୋଗ କରନ୍ତି, ମାତ୍ର ବିଶ୍ୱାସଘାତକ ଲୋକମାନେ ହିଂସାରୁ ଭୋଗ କରୋ
3 ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା’ର ଜୀବନ ରକ୍ଷା କରେ, ଯେ ଚିନ୍ତା ନ କରି କହେ ସେ ବିନାଶ ପ୍ରାପ୍ତ ହୁଏ।
4 ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା’ର ଇଚ୍ଛାନୁସାରେ ଫଳ ଭୋଗ କରେ।
5 ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ, ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ।
6 ଧାର୍ମିକତା ସରଳ ପଥଗାମୀକୁ ରକ୍ଷା କରେ, ମାତ୍ର ଦୁଷ୍ଟତା ପାପୀକୁ ପରାସ୍ତ କରେ।
7 କେହି କେହି ଆପଣାକୁ ଧନୀ ବୋଲି ପରିଚୟ ଦିଅନ୍ତି। କିନ୍ତୁ ତା’ର କିଛି ନ ଥାଏ, ମାତ୍ର କେତେକଙ୍କର ଧନ ଥାଇ ମଧ୍ୟ ସେମାନେ ଦରିଦ୍ର ପରି ଆଚରଣ କରନ୍ତି।
8 ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ ସ୍ୱରୂପ, ମାତ୍ର ଦରିଦ୍ରଲୋକ ଧମକ ଶୁଣେ ନାହିଁ।
9 ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ୱଳ ପରି ଆଲୋକ ଦିଏ।
10 ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ, ମାତ୍ର ସୁପରାମର୍ଶ ଗ୍ରାହକଠାରେ ଜ୍ଞାନ ଅଛି।
11 ଅସତ୍ୟ ଉପାୟରେ ଅର୍ଜିଥିବା ଧନ ଧ୍ୱଂସ ପାଇବ, ମାତ୍ର ସତ୍ୟ ଅର୍ଜିତ ଧନ ବୃଦ୍ଧି ପାଇବ।
12 ଆଶା ସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ, ମାତ୍ର ବାଞ୍ଛାର ସିଦ୍ଧିଜୀବନ ବୃକ୍ଷ ସ୍ୱରୂପ।
13 ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହେବ।
14 ଜ୍ଞାନୀ ଲୋକର ଶିକ୍ଷା ଜୀବନରେ ଝର ସ୍ୱରୂପ ଅଟେ, ସେ ମୃତ୍ୟୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।
15 ଜଣେ ମନୁଷ୍ୟ ଯିଏ ଭଲ ଉପଦେଶ ଦିଏ ଅନୁଗ୍ରହ ଲାଭ କରେ, କିନ୍ତୁ ପ୍ରତାରକଗଣ ସେମାନଙ୍କୁ ବିପର୍ଯ୍ୟୟକୁ ଆଗେଇ ନିଅନ୍ତି।
16 ପ୍ରତ୍ୟେକ ଚତୁର ଲୋକ ବୁଦ୍ଧିରେ କର୍ମ କରେ ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
17 ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ, ମାତ୍ର ବିଶ୍ୱସ୍ତ ଦୃଢ଼ ସ୍ୱାସ୍ଥ୍ୟଜନକ।
18 ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ। ମାତ୍ର ଯେ ଅନୁଯୋଗ ଗ୍ରହଣ କରେ, ସେ ମର୍ଯ୍ୟାଦା ପାଏ।
19 ବାଞ୍ଛା ସିଦ୍ଧି ପ୍ରାଣକୁ ଆନନ୍ଦ ଦିଏ। ଏବଂ ମନ୍ଦ ତ୍ୟାଗ କରିବା ମୂର୍ଖ ଲୋକ ପାଇଁ ଘୃଣାର ବିଷୟ।
20 ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହେବ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।
21 ପାପୀମାନଙ୍କ ପଛରେ ମନ୍ଦ ଅନୁସରଣ କରେ, ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ।
22 ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।
23 ଯେଭଳି ଗରିବ ଲୋକ ତା’ର ଜମି ଗ୍ଭଷ କରେ ସେ ପ୍ରଚୁର ଶସ୍ୟ ପାଇପାରେ, କିନ୍ତୁ ଅନ୍ୟାୟ କାରଣରୁ ଏହା ବିନାଶ ହୁଏ।
24 ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ରେମ କରେ, ସେ ଯଥା ସମୟରେ ଶାସ୍ତି ପାଏ।
25 ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ, ମାତ୍ର ପାପୀର ଉଦର ଅତୃପ୍ତ ଥାଏ।
14 ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା’ର ଅଜ୍ଞାନତାରେ ସ୍ୱହସ୍ତରେ ତା’ର ଗୃହକୁ ଧ୍ୱଂସ କରେ।
2 ଯେଉଁ ଜନ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ, ମାତ୍ର ଅସାଧୁ ଲୋକ ସଦାପ୍ରଭୁଙ୍କୁ ଘୃଣା କରେ।
3 ଅଜ୍ଞାନର କଥା ସର୍ବଦା ସମସ୍ୟା ଆଣେ, କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ।
4 ଯଦି ଗୋରୁଗୁଡ଼ିକ ସେଠାରେ ନାହାନ୍ତି, କାର୍ଯ୍ୟ ପାଇଁ ଶସ୍ୟ ଘର ଶୂନ୍ୟ ଅଟେ, ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ।
5 ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ, ମାତ୍ର ମିଥ୍ୟାବାଦୀ ସାକ୍ଷୀ ମିଥ୍ୟାଚରଣ କରେ।
6 ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ, ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ୟା ସହଜ ଅଟେ।
7 ମୂର୍ଖ ଲୋକର ବନ୍ଧୁ ହୁଅ ନାହିଁ, ତା’ଠାରୁ ଶିକ୍ଷା ପାଇବାକୁ କିଛି ନ ଥାଏ।
8 ଚତୁର ଲୋକମାନେ ଜ୍ଞାନୀ, କାରଣ ସେମାନେ ଯେପରି ଭାବରେ ରହନ୍ତି, ସେପରି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସେହି କଥା ଭାବନ୍ତି।
9 ଅଜ୍ଞାନୀମାନେ ଦୋଷକୁ କୌତୁକ ବୋଲି ଗ୍ରହଣ କରନ୍ତି, ମାତ୍ର ସରଳ ଲୋକମାନଙ୍କ ନିକଟରେ ଅନୁଗ୍ରହ ଥାଏ।
10 ଯଦି ଜଣେ ଲୋକ ଦୁଃଖ କରେ, ତା’ର ଅନ୍ତରର ବେଦନା ଅନ୍ୟ କେହି ଜାଣନ୍ତି ନାହିଁ; ସେହିପରି ଜଣେ ଲୋକ ଆନନ୍ଦ ପାଇଲେ ତା’ର ଆନନ୍ଦ ଅନ୍ୟ କେହି ଅନୁଭବ କରିପାରେ ନାହିଁ।
11 ଦୁଷ୍ଟମାନଙ୍କର ଗୃହ ନିପାତ ହେବ, ମାତ୍ର ସରଳ ଲୋକମାନଙ୍କର ଗୃହ ଉନ୍ନତ ହେବ।
12 ମନୁଷ୍ୟର ଦୃଷ୍ଟିରେ ଯେକୌଣସି ପଥ ସରଳ ଦେଖାଯାଏ ତାହା ଶେଷରେ ମୃତ୍ୟୁର ପଥ ହୋଇଥାଏ।
13 ଏପରିକି ହସୁଥିବା ବେଳେ ହୃଦୟ ବ୍ୟଥା କରିପାରେ ଏବଂ ଖୁସୀର ସମାପ୍ତି ଦୁଃଖର ହୋଇପାରେ।
14 ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ, ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ।
15 ନିର୍ବୋଧ ଯାହାସବୁ ଶୁଣେ, ବିଶ୍ୱାସ କରେ, ମାତ୍ର ଜ୍ଞାନୀମାନେ ପ୍ରତ୍ୟେକ କଥାକୁ ଅନୁଶୀଳନ କରନ୍ତି।
16 ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଅନ୍ତି।
17 ଜଣେ ଯିଏ ହଠାତ୍ କ୍ରୋଧିତ ହୁଏ, ମୂର୍ଖାମୀର କାର୍ଯ୍ୟ କରେ, କିନ୍ତୁ ଜଣେ ବ୍ୟକ୍ତି ଯିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ।
18 ଅନଭିଜ୍ଞ ଲୋକମାନେ ନିର୍ବୋଧ ହୋଇ ରହିବେ। କିନ୍ତୁ ଜ୍ଞାନୀ ଲୋକମାନେ ଜ୍ଞାନରେ ବିଭୂଷିତ ହେବେ।
19 ମନ୍ଦ ଲୋକମାନେ ଉତ୍ତମ ଲୋକମାନଙ୍କ ଆଗରେ ପରାସ୍ତ ହୋଇ ମଥାନତ କରିବେ ଏବଂ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କ ଆଗରେ ମଥାନତ କରିବେ।
20 ଦରିଦ୍ର ଆପଣା ପ୍ରତିବାସୀରେ ହିଁ ଘୃଣିତ ହୁଅନ୍ତି, ମାତ୍ର ଧନବାନର ଅନେକ ବନ୍ଧୁ ଥା’ନ୍ତି।
21 ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।
22 ଯେଉଁମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି, ସେମାନେ ପଥଭ୍ରଷ୍ଟ ହୁଅନ୍ତି। କିନ୍ତୁ ଯେଉଁମାନେ ଅନ୍ୟର ଭଲ ଚିନ୍ତା କରନ୍ତି ସେଠାରେ ସତ୍ୟ ଓ ଦୟା ଥାଏ।
23 ପ୍ରତ୍ୟେକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ୟକ୍ତି କେବଳ କଥା କହିବା ଗ୍ଭଲୁରଖେ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗେଇ ନିଏ।
24 ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ, ପୁଣି ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା।
25 ସତ୍ୟ ସାକ୍ଷୀ ତା’ର ପ୍ରାଣ ରକ୍ଷା କରେ, ମାତ୍ର ମିଥ୍ୟା ପ୍ରବଞ୍ଚନା ଜନକ।
26 ସଦାପ୍ରଭୁ ବିଷୟକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସେଠାରେ ଆଶ୍ରୟସ୍ଥାନ ପାଇବେ।
27 ସଦାପ୍ରଭୁଙ୍କର ସମ୍ମାନ ଜୀବନର ଝର ସ୍ୱରୂପ। ଏହା ମୃତ୍ୟୁର ଫାନ୍ଦରୁ ଲୋକଙ୍କୁ ରକ୍ଷା କରେ।
28 ଅଧିକ ଜନସଂଖ୍ୟା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।
29 ଯେ କ୍ରୋଧରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ଯିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।
30 ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ, ପୁଣି ଈର୍ଷା ହାଡ଼ର କ୍ଷୟ ସ୍ୱରୂପ।
31 ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା’ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ଯିଏ ଦରିଦ୍ରକୁ ଦୟାକରେ, ସେ ତା’ର ନିର୍ମାଣ କର୍ତ୍ତା ସମ୍ମାନ ବ୍ୟକ୍ତି ହୁଏ।
32 ଦୁଷ୍ଟଲୋକ ଆପଣା ମନ୍ଦ କର୍ମରେ ତଡ଼ି ଦିଆଯାଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।
33 ଜ୍ଞାନ ବୁଦ୍ଧିମାନର ହୃଦୟରେ ଥାଏ, ମାତ୍ର ମୂର୍ଖମାନଙ୍କ ମଧ୍ୟରେ ଏହା ନ ଥାଏ।
34 ଧାର୍ମିକତା ରାଜ୍ୟକୁ ଉନ୍ନତି ଆଣିଥାଏ, ମାତ୍ର ପାପ ଯେକୌଣସି ଦେଶର ଅପମାନ ଅଟେ।
35 ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହର ପାତ୍ର, ପୁଣି ଯେ ଲଜ୍ଜା ଜନ୍ମାଏ ତାହା ପ୍ରତି ସେ କ୍ରୋଧ କରନ୍ତି।
15 କୋମଳ ପୂର୍ଣ୍ଣ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ। 2 ଜଣେ ଜ୍ଞାନୀ ଲୋକ ତା’ର ଚିନ୍ତାଧାରା ଭଲ ଭାବରେ କହିପାରେ, କିନ୍ତୁ ନିର୍ବୋଧ ନିର୍ବୋଧତାକୁ ବଖାଣେ।
3 ସଦାପ୍ରଭୁ ସର୍ବଦା ସବୁଠାରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ୟ ନୀରିକ୍ଷଣ କରନ୍ତି।
4 ଶାନ୍ତିର ବାକ୍ୟ ଜୀବନର ବୃକ୍ଷ ସ୍ୱରୂପ, ମାତ୍ର କୁଟିଳ ବାକ୍ୟ ଆତ୍ମା ନଷ୍ଟ କରେ।
5 ଅଜ୍ଞାନ ଆପଣା ପିତାର ଶାସନକୁ ଅବହେଳା କରେ, ମାତ୍ର ବିଜ୍ଞୋଚିତ ବ୍ୟକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି।
6 ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ। ମାତ୍ର ଦୁଷ୍ଟର ଆୟରେ ସବୁବେଳେ କଷ୍ଟ ଥାଏ।
7 ଜ୍ଞାନୀମାନଙ୍କର ବାକ୍ୟ ଜ୍ଞାନ ପ୍ରସାରଣ କରେ। ମାତ୍ର ମୂର୍ଖର ମନ ସେପରି କରେ ନାହିଁ।
8 ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
9 ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି।
10 ଜଣେ ଯିଏ ଜ୍ଞାନର ପଥ ତ୍ୟାଗ କରେ, ପୁଣି ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମରିବ।
11 ମୃତ୍ୟୁ ଓ ବିନାଶ ସଦାପ୍ରଭୁଙ୍କ ଆଗରେ ଖୋଲା ପଡ଼ିଥାଏ। ଲୋକମାନଙ୍କର ହୃଦୟର ଅଭିପ୍ରାୟ ତା ଅପେକ୍ଷା ତାହାଠାରୁ ଅଧିକ ସ୍ପଷ୍ଟା
12 ଜଣେ ନିନ୍ଦୁକ ଅନୁଯୋଗ ପାଇବାକୁ ଭଲ ପାଆନ୍ତି ନାହିଁ। ସେମାନେ କଦାପି ଜ୍ଞାନୀ ଲୋକମାନଙ୍କ ନିକଟକୁ ଯାଆନ୍ତି ନାହିଁ।
13 ଗୋଟିଏ ଆନନ୍ଦିତ ହୃଦୟ ମୁଖକୁ ପ୍ରଫୁଲ୍ଲ କରେ। କିନ୍ତୁ ହୃଦୟର ଦୁଃଖ ସହିତ, ଆତ୍ମା ଦୁଃଖୀ ହେବ ଏବଂ ଭାଙ୍ଗି ଯାଏ।
14 ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ।
15 ଗୋଟିଏ ମାତ୍ର ଜଣେ ହୃଷ୍ଟଚିତ୍ତ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ଭୋଜି ଅଟେ।
16 ଅଶାନ୍ତି ଯୁକ୍ତି ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପ ସମ୍ପତ୍ତି ଭଲ।
17 ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜନ ଅପେକ୍ଷା ପ୍ରେମଥିବା ସ୍ଥାନରେ ଶାକାନ୍ନ ଭଲ।
18 କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ଧୈର୍ଯ୍ୟ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।
19 ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ଗୋଟିଏ ସାଧୁ ଲୋକର ପଥ ଗୋଟିଏ ରାଜପଥ ପରି ଅଟେ।
20 ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।
21 ନିର୍ବୋଧ ପ୍ରତି, ଅଜ୍ଞାନତା କୌତୁହଳପୂର୍ଣ୍ଣ, ମାତ୍ର ବୁଦ୍ଧିମାନ୍ ଲୋକ ଆପଣା ଗତି ଯଥୋଚିତ୍ କରନ୍ତି।
22 ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ୱାରା ତାହା ସ୍ଥିରୀକୃତ ହୁଏ।
23 ଉତ୍ତମ ଉତ୍ତର ଦେଇ ଜଣେ ଆନନ୍ଦ ପାଏ, କିନ୍ତୁ କେତେ ଭଲ ଯଥୋଚିତ କଥା ଯଥୋଚିତ ସମୟରେ ଅଟେ।
24 ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ।
25 ଗର୍ବୀ ଲୋକର ଗୃହକୁ ସଦାପ୍ରଭୁ ବିନାଶ କରିବେ। ମାତ୍ର ବିଧବାର ସୀମା ସଦାପ୍ରଭୁ ସ୍ଥିର କରିବେ।
26 ଦୁଷ୍ଟ ଲୋକର ଚିନ୍ତାଧାରାଗୁଡ଼ିକ ସଦାପ୍ରଭୁଙ୍କର ନିକଟରେ ଘୃଣ୍ୟ ଅଟେ। ମାତ୍ର ସ୍ୱଳ୍ପ କଥା ଆନନ୍ଦ ଦାୟକ।
27 ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ।
28 ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କହେ।
29 ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂରରେ ଥା’ନ୍ତି। ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।
30 ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ। ଉତ୍ତମ ସମାଗ୍ଭର ଅସ୍ଥିଗୁଡ଼ିକୁ ପୁଷ୍ଟି ଯୋଗାଏ।
31 ଯେଉଁ କର୍ଣ୍ଣ ଜୀବନ ଦାୟକ ଅନୁଯୋଗ ଶୁଣେ, ତାହା ଜ୍ଞାନୀମାନଙ୍କ ମଧ୍ୟରେ ବାସ କରେ।
32 ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣ କାଳକୁ ହ୍ରାସ କରେ। ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।
33 ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ।
5 ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ। 2 ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ। 3 ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦେଖାଯିବୁ ନାହିଁ। 4 ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା’ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ। 5 ପରମେଶ୍ୱର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ୟ ଦିଏ।
6 ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍ଭେ ଜାଣୁ ଯେ, ଯେପର୍ଯ୍ୟନ୍ତ ଆମ୍ଭେ ଏହି ଦେହରେ ଅଛୁ ସେପର୍ଯ୍ୟନ୍ତ ଆମ୍ଭେ ପ୍ରଭୁଙ୍କଠାରୁ ଦୂରରେ ଅଛୁ। 7 ଆମ୍ଭେ ଯାହା ଦେଖୁ, ତା’ ସାହାଯ୍ୟରେ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ପରିଗ୍ଭଳିତ ହେଉ, ସେଥିପାଇଁ ମୁଁ କୁହେ ଯେ, ଆମ୍ଭମାନଙ୍କର ଆଶା ଅଛି। 8 ଆମ୍ଭେମାନେ ଏହି ଶରୀରରୁ ଦୂରକୁ ଯିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହେବାକୁ ଅଧିକ ପସନ୍ଦ କରୁ। 9 ଆମର ଏକମାତ୍ର ଉଦ୍ଦେଶ୍ୟ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା। ଆମ୍ଭେ ଏହିଠାରେ ବାହ୍ୟିକ ଶରୀର ଧାରଣ କରି ରହୁ ବା ସେଠାରେ ପ୍ରଭୁଙ୍କ ସହିତ ରହୁ, ଆମ୍ଭେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଗ୍ଭହୁଁ। 10 ଆମ୍ଭେ ସମସ୍ତେ ବିଗ୍ଭରିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କର ନ୍ୟାୟାସନ ଆଗରେ ଅବଶ୍ୟ ଠିଆ ହେବୁ। ଆମ୍ଭମାନଙ୍କ ଭିତରୁ ପ୍ରତ୍ୟେକ, ଏହି ପାର୍ଥିବ ଶରୀର ଧାରଣ କରିଥିଲାବେଳେ ଯାହାକିଛି ଭଲ ବା ମନ୍ଦ କରିଛୁ, ତା’ ପାଇଁ ପ୍ରତିଦାନ ପାଇବ।
ପରୋପକାରୀ ଲୋକେ ପରମେଶ୍ୱରଙ୍କ ମିତ୍ର ହୁଅନ୍ତି
11 ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ’ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ୟ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉ। ପରମେଶ୍ୱର ଜାଣନ୍ତି ଯେ, ଆମ୍ଭେ ପ୍ରକୃତରେ କ’ଣ ଓ ମୁଁ ଆଶାକରେ, ତୁମ୍ଭେ ମଧ୍ୟ ଆମ୍ଭର ପ୍ରକୃତ ପରିଚୟ ପାଇ ପାରିବ। 12 ଆମ୍ଭେ ତୁମ୍ଭମାନଙ୍କ ଆଗରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭେମାନେ ଗର୍ବ ଅନୁଭବ କରି ପାରିବ। ତା’ହେଲେ ପ୍ରତ୍ୟକ୍ଷ ଦିଶୁଥିବା ବିଷୟ ଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ସେ ଲୋକମାନେ ଜଣକର ହୃଦୟରେ କ’ଣ ଅଛି, ତହିଁ ପାଇଁ ସେମାନେ ମନୋଯୋଗ କରନ୍ତି ନାହିଁ। 13 ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ। 14 ଯଦି ଆମ୍ଭେ ଠିକ୍ ମନରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି। 15 ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସେମାନେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ଯିଏ ମରି ଯାଇଥିଲେ ଓ ପୁନର୍ବାର ସେମାନଙ୍କ ପାଇଁ ଉତ୍ଥିତ ହେଲେ, ସେହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।
16 ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ। 17 ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହୋଇ ଅଛି। ପୁରୁଣା ବିଷୟ ସମସ୍ତ ଗ୍ଭଲି ଯାଇଅଛି, ଓ ପ୍ରତ୍ୟେକ ବିଷୟ ନୂଆ ହୋଇ ଯାଇଛି। 18 ଏହିସବୁ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ୱରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାୟିତ୍ୱ ଆମ୍ଭମାନଙ୍କୁ ଦେଇଛନ୍ତି। 19 ମୋ’ କହିବା କଥା ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ହେତୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ ସେତିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦେଇଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ। 20 ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ, 21 ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।
2010 by World Bible Translation Center