Old/New Testament
ଋଣରେ ମଧ୍ୟସ୍ଥି ହୁଅ ନାହିଁ
6 ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ? 2 ଯଦି ତୁମ୍ଭେ କର, ତେବେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ୱାରା ଫାନ୍ଦରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାଯାଇ ଅଛ। 3 ତୁମ୍ଭେ ଆପଣାକୁ ଏଥିରୁ ଉଦ୍ଧାର କର। ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ। ଯାଅ ଆପଣାକୁ ନମ୍ରକରି ତୁମ୍ଭ ପ୍ରତିବାସୀକି ବାରମ୍ବାର ବିନତି କର। ସେ ଋଣରୁ ତୁମ୍ଭକୁ ମୁକ୍ତ କରୁ। 4 ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ଯାଅ ନାହିଁ। 5 ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି।
ଅଳସୁଆ ପଣିଆର ବିପଦଗୁଡ଼ିକ
6 ହେ ଅଳସୁଆଲୋକମାନେ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ଯାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସେମାନଙ୍କଠାରୁ ଶିଖ ଓ ସେମାନଙ୍କର ଉଦାହରଣରୂପେ କାର୍ଯ୍ୟ କର। 7 ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କେହି ନ ଥା’ନ୍ତି। 8 ସେମାନେ ଗ୍ରୀଷ୍ମକାଳରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳରେ ପ୍ରଚୁର ପରିମାଣରେ ସେମାନେ ଖାଦ୍ୟ ସଂଗୃହୀତ କରିଥା’ନ୍ତି।
9 ହେ ଅଳସୁଆଲୋକମାନେ, କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରେ ପଡ଼ି ରହିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ? 10 ଅଳସୁଆମାନେ କହନ୍ତି, “ଆଉ ଟିକିଏ ଶୋଇବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ଯିବା ପାଇଁ ଭିଡ଼ିମୋଡ଼ି ହୁଏ।” 11 କିନ୍ତୁ ସେ ଶୋଇ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହୋଇଯାଏ। ଖୁବ୍ ଶୀଘ୍ର ତା’ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନେବ।
ପାପାଧମ ବ୍ୟକ୍ତି
12 ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ ସର୍ବଦା ମିଥ୍ୟା କଥା କହନ୍ତି। 13 ସେ ଆଖିରେ ଠାରେ, ସେ ଗୋଡ଼ରେ ଓ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ। 14 ତା’ର ହୃଦୟରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ଯୁକ୍ତିତର୍କ ଓ କଳି ଆରମ୍ଭ କରେ। 15 କିନ୍ତୁ ତା’ର ବିପଦ ଶୀଘ୍ର ଉପସ୍ଥିତ ହେବ। ସେ ଆକସ୍ମିକ ଶୀଘ୍ର ବିନାଶ ହେବ। ଏବଂ ତାଙ୍କୁ କିଛି ଉପାୟ ମିଳିବ ନାହିଁ।
ସାତୋଟି କଥା ସଦାପ୍ରଭୁ ସର୍ବଦା ଘୃଣା କରନ୍ତି
16 ସଦାପ୍ରଭୁ ଏହି ଛଅ ଗୋଟି ବିଷୟକୁ ଘୃଣା କରନ୍ତି।
ସପ୍ତବସ୍ତୁ ମଧ୍ୟ ତାଙ୍କର ଘୃଣାଯୋଗ୍ୟ।
17 ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା,
ନିର୍ଦ୍ଦୋଷର ରକ୍ତପାତକାରୀ ହସ୍ତ।
18 ହୃଦୟ କୁକର୍ମ କରିବା ପାଇଁ ଯୋଜନା କରେ,
କୁକର୍ମ କରିବାକୁ ବେଗଗାମୀ ଚରଣ।
19 ମିଥ୍ୟା ସାକ୍ଷୀ,
ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
Warning Against Adultery
20 ହେ ମୋର ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ। 21 ସେମାନଙ୍କର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେରଖ। ତାହାକୁ ତୁମ୍ଭ ହୃଦୟରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ। 22 ଯେତେବେଳେ ତୁମ୍ଭେ ଗ୍ଭଲିବ, ସେମାନଙ୍କର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦେଖାଇବେ। ଯେତେବେଳେ ତୁମ୍ଭେ ଶୟନ କରିବାକୁ ଯିବ ସେମାନେ ତୁମ୍ଭର ପ୍ରହରୀ ହେବେ। ଯେତେବେଳେ ତୁମ୍ଭେ ଜାଗ୍ରତ ହେବ, ସେମାନେ ତୁମ୍ଭ ସହ ଆଳାପ କରିବେ।
23 ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଳାଇ ନେବ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଳାଇ ନେବ। 24 ସେମାନଙ୍କର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଗ୍ଭଟୁବାକ୍ୟଠାରୁ ଦୂରେଇ ରଖୁ। 25 ତୁମ୍ଭ ହୃଦୟରେ ସେହି ସୁନ୍ଦର ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ। ତା’ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ। 26 ବ୍ୟଭିଗ୍ଭରିଣୀକୁ ପାଉଁରୋଟୀର ଦାମ ଦେବାକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦେବାକୁ ପଡ଼ିବ। 27 ଯଦି କେହି ଲୋକ ତା’ର ବକ୍ଷ ଦେଶରେ ନିଆଁ ରଖିବ, ତେବେ ତାହା ପୋଡ଼ି ଯିବ। 28 ଯଦି କେହି ଲୋକ ଜ୍ୱଳନ୍ତା ଅଙ୍ଗାର ଉପରେ ଗ୍ଭଲେ, ତେବେ ତା’ର ପାଦ ପୋଡ଼ିଯିବ। 29 ଏହା ଠିକ୍ ସେହିପରି ହେବ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶୟନ କରିବ। ଯେକେହି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ଯାଇପାରିବ ନାହିଁ।
30 ଭୋକିଲା ଯୋଗୁଁ ଯଦି ଗ୍ଭେରି କରେ। ତେବେ ଲୋକେ ତାକୁ ଘୃଣା କରିବେ। 31 ମାତ୍ର ଯଦି ଧରାପଡ଼େ, ତେବେ ତାକୁ ସାତଗୁଣ ଫେରାଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ହେବ। 32 ଜଣେ ବ୍ୟଭିଗ୍ଭରୀ ଲୋକ ନିର୍ବୋଧ ଅଟେ। ସେ ତା’ର ନିଜର ବିନାଶ ଆଣିବ। 33 ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା’ର କଳଙ୍କ ମାର୍ଜିତ ହେବ ନାହିଁ। 34 ସେହି ସ୍ତ୍ରୀର ସ୍ୱାମୀ ନିତାନ୍ତ ଈର୍ଷାପରାୟଣ ହେବ। ତା’ର ସ୍ୱାମୀ ନିତାନ୍ତ କ୍ରୋଧତ ହେବ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ। 35 ଯେକୌଣସି ମୂଲ୍ୟ ତା’ର କ୍ରୋଧକୁ ଶାନ୍ତ କରି ପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା’ର କ୍ରୋଧ ଶାନ୍ତ ହେବ ନାହିଁ।
ଜ୍ଞାନ ତୁମ୍ଭକୁ ଯୌନବିକାରରୁ ରକ୍ଷା କରିବ
7 ହେ ମୋର ପୁତ୍ର, ମୋର ବାକ୍ୟକୁ ମନେରଖ, ମୋର ଆଦେଶକୁ ଭୁଲ ନାହିଁ। 2 ମୋର ଆଜ୍ଞାସବୁ ପାଳନ କରି ବଞ୍ଚ। ମୋର ଶିକ୍ଷାକୁ ଜୀବନର ଶ୍ରେଷ୍ଠ ଜିନିଷ ଭାବେ ଗ୍ରହଣ କର। 3 ତାହାକୁ ଅଙ୍ଗୁଳିରେ ବାନ୍ଧି ରଖ, ନିଜ ହୃଦୟରେ ଲେଖି ରଖ। 4 ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବେଚନାକୁ ତୁମ୍ଭର ପରିବାରର ସଦସ୍ୟରୂପେ ଗ୍ରହଣ କର। 5 ତେବେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ୟଭିଗ୍ଭରିଣୀ ସ୍ତ୍ରୀଙ୍କଠାରୁ ମଧ୍ୟ ରକ୍ଷା କରିବ।
6 ଦିନେ ମୁଁ ମୋର ଝରକା ଜାଲିପରଦା ଦେଇ ଗ୍ଭହୁଁଥିଲି। 7 ମୁଁ ଅଜ୍ଞାନ ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବକ ଦେଖିଲି। 8 ସେ ବ୍ୟଭିଗ୍ଭରିଣୀ ଗୃହ ନିକଟସ୍ଥ ଗଳି ଦେଇ, ଯିବା ବେଳେ ତା’ର ଗୃହକୁ ଥିବା ପଥରେ ଗ୍ଭଲିଲା। 9 ଏହା ଥିଲା ସୂର୍ଯ୍ୟାସ୍ତ ହେବା ସମୟର। ସନ୍ଧ୍ୟା ଆରମ୍ଭ ହେଉଥିଲା। 10 ସେହି ସ୍ତ୍ରୀ ତା’ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ୟାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦୟରେ ଚତୁରୀ ଥିଲା। 11 ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା ଥିଲା। ତା’ର ପାଦ ଆଦୌ ଗୃହରେ ରହୁ ନ ଥିଲା। 12 ସେ କେତେବେଳେ ରାସ୍ତାର ଉପରେ ଥାଏ, କେତେବେଳେ ଛକରେ ଥାଏ। ସେ ପ୍ରତ୍ୟେକ କୋଣରେ ଛଳନାର ସହିତ ଅପେକ୍ଷା କରେ। 13 ସେହି ସ୍ତ୍ରୀ ଜଣକ ସେହି ଯୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖରେ କହିଲା, 14 ମଙ୍ଗଳାର୍ଥକ ବଳି ଅଛି। “ଆଜି ମୁଁ ମୋର ପ୍ରତିଜ୍ଞା ପୂର୍ଣ୍ଣ କରିଅଛି। 15 ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି। 16 ମୁଁ ସୃଜନୀ ଓ ମିସ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇ ଅଛି। 17 ଗନ୍ଧରସ ଓ ଅଗୁରୁ ଚିନିରେ, ମୋହର ଶଯ୍ୟା ସୁବାସିତ କରିଅଛି। 18 ଆସ ଆମ୍ଭେମାନେ ପ୍ରଭାତଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେବା। 19 ମୋର ସ୍ୱାମୀ ଘରେ ନାହାନ୍ତି, ସେ ଦୂର ଯାତ୍ରା କରିଛନ୍ତି। 20 ସେ ତୋଡ଼ାଏ ଟଙ୍କା ସାଙ୍ଗରେ ନେଇ ଯାଇଛନ୍ତି। ସେ ପୂର୍ଣ୍ଣିମା ଦିନରେ ଫେରିବେ।”
21 ସେହି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା’ର ଗ୍ଭଟୁ ବାକ୍ୟରେ ତାକୁ ଟାଣି ନେଲା। 22 ସେ ତା’ର ପଥ ଅନୁସରଣ କଲା, ଯେପରି ଗୋରୁ କଂସେଇଖାନାକୁ ଯାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଗ୍ଭଲି ଯାଉଥିଲା। 23 ଯେମିତି ପକ୍ଷୀଟିଏ ଶିକାରୀ ତୀର ଦ୍ୱାରା, ତା’ର ଛାତିକୁ ଲକ୍ଷ୍ୟଭେଦ କରୁଛି, ତାହା ଜାଣିପାରି ନ ଥାଏ।। ଠିକ୍ ସେହିପରି ସେ ଯୁବପୁରୁଷ ବିପଦରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।
24 ଏଣୁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ। ମୋ’ କଥାରେ ମନୋନିବେଶ କର। 25 ତୁମ୍ଭର ହୃଦୟ ସେହି ବେଶ୍ୟାମାନଙ୍କର ପଛରେ ନ ରହୁ। ତୁମ୍ଭେ ତା’ର ପଥରେ ବିପଥଗାମୀ ହୁଅ ନାହିଁ। 26 ସେ ଅନେକଙ୍କୁ କ୍ଷତବିକ୍ଷତ କରିଅଛି। ସେ ମଧ୍ୟ ଅନେକଙ୍କୁ ହତ୍ୟା କରିଅଛି। 27 ତା’ର ଗୃହ ସିଧାସଳଖ କବରକୁ ଯିବା ପାଇଁ ବାଟ। ଯାହା ମୃତ୍ୟୁର ଆଳୟକୁ ଯାଏ।
2 ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ। 2 ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତେବେ କିଏ ମୋତେ ସୁଖୀ କରିବ। କେବଳ ତୁମ୍ଭେମାନେ ମୋତେ ସୁଖ ଦେଇ ପାରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦେଇଛି। 3 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେହେତୁ ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କଠାରୁ ମୋତେ ଆନନ୍ଦ ମିଳିବା କଥା, ସେମାନଙ୍କଠାରୁ ମୋତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ମୋର ସହିତ ଆନନ୍ଦ କରିବ। 4 ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି।
ମନ୍ଦ କରିଥିବା ଲୋକକୁ କ୍ଷମା ଦିଅ
5 ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମୋତେ ଦୁଃଖିତ କରିଛି, ସେ କେବଳ ମୋତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରାରେ ତୁମ୍ଭମାନଙ୍କୁ ମଧ୍ୟ କରିଛି। 6 ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି। 7 କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ। 8 ସେଥିପାଇଁ ମୋର ଅନୁରୋଧ ଯେ, ତୁମ୍ଭେମାନେ ତା’ ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ରେମଭାବ ଦେଖାଅ। 9 ତୁମ୍ଭେମାନେ ମୋର ସମସ୍ତ କଥାର ଆଜ୍ଞାକାରୀ ହେଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି। 10 ତୁମ୍ଭେମାନେ ଯଦି କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ କ୍ଷମା କରିଛି। 11 ଏପରି କରିବା ଉଦ୍ଦେଶ୍ୟ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟରେ ଅତି ଭଲ ଭାବରେ ଜାଣୁ।
ତ୍ରୋୟାରେ ପାଉଲଙ୍କର ଉଦ୍ବେଗ
12 ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ତ୍ରୋୟା ନଗରକୁ ଯାଇଥିଲି। ପ୍ରଭୁ ସେଠାରେ ମୋତେ ଭଲ ସୁଯୋଗଟିଏ ଦେଲେ। 13 ସେଠାରେ ମୋ’ ଭାଇ ତୀତସକୁ ନ ପାଇ ମୁଁ ମୋ’ ମନରେ ଶାନ୍ତି ହରାଇଲି। ସେଥିପାଇଁ ସେମାନଙ୍କଠାରୁ ବିଦାୟ ନେଇ ମୁଁ ମାକିଦନିଆକୁ ଗଲି।
14 ପରମେଶ୍ୱର ହେଉଛନ୍ତି ଧନ୍ୟ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭ ବିଜୟ ଅଭିଯାନରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ୟମରେ ସେ ପ୍ରତ୍ୟେକ ସ୍ଥାନରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି। 15 ଆମ୍ଭର ଉତ୍ସର୍ଗ ବଳି ପରମେଶ୍ୱରଙ୍କ ପାଇଁ ହେଉଛି ଏହା: ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାନ୍ତି, ସେମାନଙ୍କ ପାଇଁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି। 16 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି ଆମ୍ଭେମାନେ ମୃତ୍ୟୁର ଦୁର୍ଗନ୍ଧ ସ୍ୱରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସେମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ? 17 ଅନେକ ଯେପରି କରନ୍ତି, ସେହିପରି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ୱରଙ୍କ ବାକ୍ୟ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟ କହୁ। ପରମେଶ୍ୱରଙ୍କ ପ୍ରେରିତ ଲୋକ ଭଳି କଥା କହୁ।
2010 by World Bible Translation Center