Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ହିତୋପଦେଶ 3-5

ସ‌‌‌ତ୍‌‌‌ମାର୍ଗ ଅନୁସରଣକାରୀମାନଙ୍କର ଜୀବନ ସୁଦୀର୍ଘ ହେବ

ହେ ମୋର ପୁତ୍ର, ମୋର ଶିକ୍ଷା ପାଶୋର ନାହିଁ। ମୋର ଆଜ୍ଞାମାନ ମନେପକାଅ। ମୋର ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମୟ ଓ ଶାନ୍ତି ପ୍ରଦାୟକ ହେବ।

ପ୍ରେମ, ବିଶ୍ୱାସ ଏବଂ ସତ୍ୟତା ତୁମ୍ଭକୁ କେବେ ପରିତ୍ୟାଗ କରିବା ଉଚିତ୍ ନୁହଁ। ଆପଣା ଗଳାରେ ସେଗୁଡ଼ିକ ବାନ୍ଧି ରଖ। ଆପଣା ହୃଦୟରେ ସେଗୁଡ଼ିକ ଲେଖିରଖ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହେବ, ପରମେଶ୍ୱର ଓ ମନୁଷ୍ୟମାନଙ୍କଠାରୁ ସୁବିବେଚନା ଲାଭ କରିବ।

ତୁମ୍ଭେ ସର୍ବାନ୍ତଃ ହୃଦୟରେ ସଦାପ୍ରଭୁଙ୍କୁ ବିଶ୍ୱାସ କର ଏବଂ ନିଜର ଚତୁରତା ଉପରେ ନିର୍ଭର କର ନାହିଁ। ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ। ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ। ଯଦି ତୁମ୍ଭେ ଏପରି କର, ତେବେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାହା ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହୋଇ ତୁମ୍ଭକୁ ଶକ୍ତିଶାଳୀ କରିବ।

ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ। 10 ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

11 ହେ ମୋର ପୁତ୍ର, ବେଳେବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦେଖାଇ ଶାସ୍ତିବିଧାନ କରନ୍ତି। ସେଥିରେ ତୁମ୍ଭେ କ୍ରୋଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର। 12 କାରଣ ସଦାପ୍ରଭୁ ଯେଉଁମାନଙ୍କୁ ଭଲପା’ନ୍ତି, ସେମାନଙ୍କୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସେହିପରି ଶାସ୍ତିବିଧାନ କରନ୍ତି।

13 ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ। 14 ରୂପାର ବାଣିଜ୍ୟଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ୟବସାୟଠାରୁ ବିଦ୍ୟା ମଧ୍ୟ ଅଧିକ ଲାଭଦାୟକ। 15 ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।

16 ସେହିଲୋକ ଡାହାଣ ହସ୍ତରେ ଦୀର୍ଘାୟୁ ଏବଂ ବାମ ହସ୍ତରେ ଧନ ଓ ସମ୍ମାନ ଧାରଣ କରିଛି। 17 ଜ୍ଞାନୀ ଲୋକମାନେ ସୁଖ ଶାନ୍ତିରେ ବାସ କରନ୍ତି। 18 ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁମାନେ ତା’ର ଆଶ୍ରୟ ନିଅନ୍ତି ସେମାନେ ଜୀବନ ପାଆନ୍ତି। ସେହିମାନେ ବାସ୍ତବରେ ଧନ୍ୟ।

19 ସଦାପ୍ରଭୁ ଜ୍ଞାନରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନରେ ଆକାଶ ମଣ୍ଡଳ ସୃଷ୍ଟି କଲେ। 20 ସଦାପ୍ରଭୁ ତାଙ୍କ ଜ୍ଞାନରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।

21 ହେ ମୋର ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର। 22 ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ। 23 ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଗ୍ଭଲିବ। ତୁମ୍ଭେ କେଉଁଠାରେ ଝୁଣ୍ଟିବ ନାହିଁ। 24 ଶୟନ ସମୟରେ ତୁମ୍ଭର ଭୟ ହେବ ନାହିଁ। ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ। 25 ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ। 26 କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।

27 ଯେତେବେଳେ ତୁମ୍ଭେ ପାରିବ, ସେତେବେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର। 28 ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତେବେ ତାକୁ ସାଙ୍ଗେ ସାଙ୍ଗେ ଦିଅ। “କାଲି ଆସ, ଏପରି କୁହ ନାହିଁ।”

29 ଯେତେବେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ୱାସ କରି ତୁମ୍ଭ ପାଖରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କର ନାହିଁ।

30 ବିନା କାରଣରେ ତୁମ୍ଭର ପଡ଼ୋଶୀକୁ ବିଗ୍ଭରାଳୟକୁ ନିଅ ନାହିଁ। ସେ ଯଦି ନିର୍ଦ୍ଦୋଷ ହୋଇଥାଏ, ତେବେ ତାଙ୍କ ପ୍ରତି ଏପରି କର ନାହିଁ।

31 କିଛି ଲୋକ ଅଛନ୍ତି ଯେଉଁମାନେ ସହଜରେ ରାଗିଯା’ନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସେପରି ହୁଅ ନାହିଁ। 32 କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ରେମ କରନ୍ତି, କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି।

33 ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧରେ ଥା’ନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି।

34 ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।

35 ଜ୍ଞାନବାନଙ୍କର ଜୀବନ ସେମାନଙ୍କୁ ସମ୍ମାନ ଦିଏ। ମାତ୍ର ଅଜ୍ଞାନମାନଙ୍କର ଜୀବନ ସେମାନଙ୍କୁ ଲଜ୍ଜା ଦିଏ।

A Father’s Advice About Wisdom

ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର। କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମୋର ଆଦେଶ ପରିତ୍ୟାଗ କର ନାହିଁ।

ଏକଦା ମୁଁ ମଧ୍ୟ ମୋର ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମୋ’ ମାଙ୍କର ସୁକୁମାର ଏବଂ ଏକ ମାତ୍ର ପୁତ୍ର ଥିଲି। ମୋର ପିତା ମୋତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମୋତେ କହିଲେ, “ମୋର କଥାସବୁ ମନେରଖ, ମୋର ଆଜ୍ଞା ମାନ ତୁମ୍ଭେ ବଞ୍ଚିବ। ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ ତହିଁରେ କର। ତାହା ଭୁଲ ନାହିଁ, ମୋ’ ମୁଖରୁ ନିର୍ଗତ ବାକ୍ୟକୁ ବିମୁଖ କର ନାହିଁ। ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହେବ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦରେ ରଖିବ।

“ଜ୍ଞାନ ହେଉଛି ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧ୍ୟରେ ସୁବିବେଚନା ଲାଭ କର। ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତେବେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦେବ। ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦେବ। ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”

10 ହେ ମୋର ପୁତ୍ର, ମୋର କଥା ଶୁଣ, ମୋର କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାୟୁ ହେବ। 11 ମୁଁ ତୁମ୍ଭକୁ ଜ୍ଞାନ ମାର୍ଗରେ ପରିଗ୍ଭଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି। 12 ତୁମ୍ଭେ ଗଲାବେଳେ ତୁମ୍ଭର ପାଦ ଫାନ୍ଦରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ। 13 ଉପଦେଶମାନ ଦୃଢ଼ତାରେ ଗ୍ରହଣ କର। ତାହାକୁ ପରିତ୍ୟାଗ କର ନାହିଁ। ଏହା ଉପରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ।

14 ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସେମାନଙ୍କ ପରି ବାସ କର ନାହିଁ। ସେମାନଙ୍କ ପରି ହେବାକୁ ଚେଷ୍ଟା କର ନାହିଁ। 15 ସେମାନଙ୍କ ପଥରୁ ଦୂରେଇ ରୁହ, ତହିଁର ନିକଟକୁ ଯାଅ ନାହିଁ। ତହିଁରୁ ବିମୁଖ ହୋଇ ଗ୍ଭଲିଯାଅ। 16 ମନ୍ଦ ଲୋକମାନେ ମନ୍ଦକାର୍ଯ୍ୟ ନ କଲା ପର୍ଯ୍ୟନ୍ତ ସେମାନଙ୍କୁ ନିଦ ହୁଏ ନାହିଁ। ଯଦି ସେମାନେ କାହାକୁ ଆଘାତ ନ କରନ୍ତି, ସେମାନେ ଶୟନ କରିବେ ନାହିଁ। 17 ମନ୍ଦ କି ଅସତ୍ୟ କାମ କରିବା ସେମାନଙ୍କର ଖାଦ୍ୟ ଓ ପାନୀୟ! ଏହା ବ୍ୟତୀତ ସେମାନେ ବଞ୍ଚିପାରିବେ ନାହିଁ।

18 ଧାର୍ମିକ ଲୋକମାନେ ପ୍ରଭାତର ସୂର୍ଯ୍ୟକିରଣ ପରି। ସୂର୍ଯ୍ୟୋଦୟ ପରେ ମଧ୍ୟାହ୍ନରେ ସୂର୍ଯ୍ୟ ଯେପରି ତେଜସ୍ୱୀ ହୋଇ ଉଠେ, 19 କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ୟ, ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ସେମାନେ ଜାଣନ୍ତି ନାହିଁ।

20 ହେ ମୋର ପୁତ୍ର, ତୁମ୍ଭେ ମୋର ବାକ୍ୟ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦେଇ ମୋ’ କଥା ଶୁଣ। 21 ମୋର ବାକ୍ୟ ପ୍ରତି ବିମୁଖ ହୁଅ ନାହିଁ। ମୋର ବାକ୍ୟସବୁ ସର୍ବଦା ସ୍ମରଣ କର। 22 ମୋର ବାକ୍ୟ ଯେଉଁମାନେ ଗ୍ରହଣ କରନ୍ତି, ସେମାନେ ଧନ୍ୟ। ସେମାନେ ସ୍ୱଚ୍ଛତା ଦ୍ୱାରା ଅଙ୍ଗକୁ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି। 23 ତୁମ୍ଭର ହୃଦୟକୁ ଅତି ଯତ୍ନର ସହ ପରିଗ୍ଭଳିତ କର। ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ।

24 ତୁମ୍ଭର ମୁଖରୁ ଅସତ୍ୟ ବାକ୍ୟ ବାହାରି ନ ଆସୁ। ମିଥ୍ୟା କୁହ ନାହିଁ। 25 ଲକ୍ଷ୍ୟସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ୱୟକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ। 26 ଧାର୍ମିକଠାରୁ ତୁମ୍ଭକୁ ଦୂରେଇ ନିଅ ନାହିଁ। ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। 27 ସଳଖପଥ ପରିତ୍ୟାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂରରେ ରୁହ।

ବ୍ୟଭିଗ୍ଭର ନିବାରଣର ଜ୍ଞାନ

ହେ ମୋର ପୁତ୍ର, ମୋ’ ଜ୍ଞାନରେ ମନ ଦିଅ। ମୋର ବୁଦ୍ଧି ପାଇଁ କାନ ଡେର। ତେବେ ତୁମ୍ଭେ ଚତୁର ହେବ ଓ ତୁମ୍ଭ ଓଷ୍ଠାଧର ଜ୍ଞାନ କଥା କହିବ। ପର ସ୍ତ୍ରୀ ସୁନ୍ଦର ହୋଇପାରେ, ତା’ର ମୁଖରୁ ମଧୁର ବାକ୍ୟ ଶୁଣାଯାଏ। କିନ୍ତୁ ଶେଷରେ ସେ ତିକ୍ତତା ଓ ଯନ୍ତ୍ରଣା ଆଣିବ। ଯନ୍ତ୍ରଣା ଯାହା ବିଷତୁଲ୍ୟ ଓ ତୀ‌କ୍ଷ୍‌ଣ ଖଣ୍ଡାତୁଲ୍ୟ ଆଘାତ କରେ। ସେ ହେଉଛି ମୃତ୍ୟୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନେଇଯିବ। ତା’ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର।

ବର୍ତ୍ତମାନ ପୁତ୍ରମାନେ, ମୋର ବାକ୍ୟ ଶ୍ରବଣ କର। ମୋର ବାକ୍ୟ ପାଶୋର ନାହିଁ। ସେହି ସ୍ତ୍ରୀଠାରୁ ତୁମ୍ଭେ ଦୂରେଇ ରୁହ। ଏପରିକି ତା’ର ଗୃହର ଦ୍ୱାର ନିକଟକୁ ମଧ୍ୟ ଯାଅ ନାହିଁ। ଯଦି ତୁମ୍ଭେ ତାହା କର, ତେବେ ତୁମ୍ଭେ ପାଇବା ସମ୍ମାନ ଅନ୍ୟମାନେ ପାଇବେ। ଏବଂ ନିର୍ଦ୍ଦୟଲୋକମାନେ ସବୁକିଛି ନେଇଯିବେ, ଯାହା ତୁମ୍ଭେ ବର୍ଷ ସାରା କାର୍ଯ୍ୟ କରି ସଂଗ୍ରହ କରିଥିବ। 10 ଅପରିଚିତ ଲୋକମାନେ ତୁମ୍ଭ ବଳରେ ବଳୀୟାନ ହେବେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ। 11 ଜୀବନର ଶେଷ ଭାଗରେ ତୁମ୍ଭର ମାଂସ ଓ ଶରୀର କ୍ଷୟ ପାଇବ। ତୁମ୍ଭେ ସେତେବେଳେ ବିଳାପ କରିବ। 12-13 ସେତେବେଳେ ତୁମ୍ଭେ କହିବ, “କାହିଁକି ମୁଁ ମୋର ପିତାଙ୍କ କଥା ଶୁଣିଲି ନାହିଁ। ମୁଁ କାହିଁକି ମୋର ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହେବାକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି। 14 ଶୀଘ୍ର ମୁଁ ସବୁପ୍ରକାର ଅସୁବିଧା, ଅପମାନ, ଯନ୍ତ୍ରଣା ଜନସମାବେଶ ଆଗରେ ପଡ଼ିଲି।”

15 ତୁମ୍ଭ ନିଜ କୂଅରୁ ଜଳପାନ କର। ତୁମ୍ଭର ଶାରୀରିକ ସମ୍ପର୍କ ତୁମ୍ଭର ସ୍ତ୍ରୀ ସହିତ ରଖ। 16 ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିଯିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ। 17 ତୁମ୍ଭର ଝରଣା ତୁମ୍ଭର ହେଉ, ଏବଂ ଅନ୍ୟମାନଙ୍କ ସହ ଭାଗ କର ନାହିଁ। 18 ତୁମ୍ଭର ନିର୍ଝର ଆଶୀର୍ବାଦରେ ପ୍ରାପ୍ତ ହେଉ। ତୁମ୍ଭେ ସେହି ସ୍ତ୍ରୀକୁ ଉପଭୋଗ କର ଯାହାକୁ ଯୌବନକାଳରେ ବିବାହ କରିଥିଲ। 19 ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟି ପରି ତା’ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା’ର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। 20 ହେ ମୋ’ ପୁତ୍ର ପରକୀୟା ସ୍ତ୍ରୀଠାରେ ପାଗଳ ହୁଅ ନାହିଁ। ବ୍ୟଭିଗ୍ଭରିଣୀର ଘନିଷ୍ଟତାକୁ ଆଲିଙ୍ଗନ କର ନାହିଁ।

21 ସଦାପ୍ରଭୁ ମନୁଷ୍ୟର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ ପଥକୁ ସମାନ କରନ୍ତି। 22 ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା’ର ନିଜ ପାପ ରୂପକ ଦୌଡ଼ିରେ ବନ୍ଧା ହେବ। 23 ସେ ତା’ର ନିର୍ବୋଧତା ଦ୍ୱାରା ବିପଥଗାମୀ ହେବ। ସେ ଶୃଙ୍ଖଳାର ଅଭାବ ଯୋଗୁଁ ମୃତ୍ୟୁବରଣ କରିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1

ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ପାଉଲଙ୍କର ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାରେ ମୁଁ ଜଣେ ପ୍ରେରିତ ହୋଇଛି। ଆମ୍ଭ ଭାଇ ତୀମଥି ମଧ୍ୟ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାନ୍ତି।

କରିନ୍ଥୀଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ ଓ ସମଗ୍ର ଆଖାୟା ପ୍ରଦେଶର ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିକଟକୁ ପତ୍ର।

ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ମିଳୁ।

ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାନ୍ତି

ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ସେ ପିତା ଅଟନ୍ତି, ସେ କରୁଣାରେ ପରିପୂର୍ଣ୍ଣ ଓ ସମସ୍ତ ବିଷୟରେ ସାନ୍ତ୍ୱନାଦାତା ପରମେଶ୍ୱର। ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ୱନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ୟ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ୱନା ପ୍ରଦାନ କରି ପାରିବା। ଆମ୍ଭକୁ ପରମେଶ୍ୱର ଯେଉଁ ପ୍ରକାର ସାନ୍ତ୍ୱନା ଦିଅନ୍ତି, ଆମ୍ଭେ ସେହିମାନଙ୍କୁ ସେହି ପ୍ରକାର ସାନ୍ତ୍ୱନା ପ୍ରଦାନ କରି ପାରିବା। ଖ୍ରୀଷ୍ଟଙ୍କର ଅନେକ ଦୁଃଖ ଭୋଗର ଆମ୍ଭେ ସହଭାଗୀ ଅଟୁ। ସେହିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନା ଆମ୍ଭକୁ ମିଳେ ତାହାର ସୀମା ନାହିଁ। ଯଦି ଆମ୍ଭେ କଷ୍ଟରେ ରହିଛୁ, ସେଗୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ ଉଦ୍ଧିଷ୍ଟ। ଯଦି ଆମ୍ଭେ ସାନ୍ତ୍ୱନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅଟେ। ଆମ୍ଭେମାନେ ଯେଉଁ ଯାତନା ସହୁ, ସେହି ଯାତନା ଧୈର୍ଯ୍ୟ ପୂର୍ବକ ସହିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତି। ତୁମ୍ଭମାନଙ୍କଠାରେ ଆମ୍ଭର ଦୃଢ଼ ଭରସା ଅଛି। ଆମ୍ଭେ ଜାଣୁ ଯେ, ତୁମ୍ଭେମାନେ ଆମ୍ଭ ଯାତନାରେ ଭାଗୀ। ଅତଏବ, ଆମ୍ଭେ ଜାଣୁ ଯେ, ସେହିଭିଳ ଆମ୍ଭମାନଙ୍କର ସାନ୍ତ୍ୱନାରେ ମଧ୍ୟ ତୁମ୍ଭର ଅଂଶ ଅଛି।

ଭାଇ ଓ ଭଉଣୀମାନେ! ଏସିଆ ଦେଶରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଗ୍ଭହୁଁ ଯେପରି ସେହି ବିଷୟରେ ତୁମ୍ଭେମାନେ ମଧ୍ୟ ଜାଣ। ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭେମାନେ ଜୀବନର ସମସ୍ତ ଆଶା ହରାଇଥିଲୁ। ସେହି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା। ଆମ୍ଭେ ଅନୁଭବ କରୁଥିଲୁ ଯେ, ଆମ୍ଭେ ମରିଯିବୁ। ଏପରି ଘଟିବାର କାରଣ ହେଲା ଯେ, ଆମ୍ଭେ ନିଜ ଉପରେ ଭରସା ନ ରଖି ମାତ୍ର ଯେ ଲୋକମାନଙ୍କୁ ମୃତ୍ୟୁରୁ ଉ‌‌ତ୍‌‌ଥିତ କରନ୍ତି ସେହି ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍। 10 ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ। 11 ତୁମ୍ଭେମାନେ ନିଜ ପ୍ରାର୍ଥନା ଦ୍ୱାରା ଆମ୍ଭକୁ ସାହାଯ୍ୟ କରିପାର। ଅନେକେ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବେ, ଯେହେତୁ ସେମାନଙ୍କର ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।

ପାଉଲଙ୍କ ଯୋଜନାରେ ପରିବର୍ତ୍ତନ

12 ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତରେ ଆମ୍ଭେ ଯାହାକିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ଯ୍ୟ ଦୃଷ୍ଟିରୁ ଏହା ଅଧିକ ସତ୍ୟ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନରେ ନୁହେଁ ମାତ୍ର ପରମେଶ୍ୱରଙ୍କ କୃପାରୁ କରୁଛୁ। 13 ତୁମ୍ଭେମାନେ ଯେଉଁ କଥାଗୁଡ଼ିକ ପଢ଼ି ପାରିବ ଓ ବୁଝି ପାରିବ, କେବଳ ସେହି କଥାଗୁଡ଼ିକ ଆମ୍ଭେ ତୁମ୍ଭମାନଙ୍କୁ ଲେଖିଛୁ। 14 ଯେପରିକି ତୁମ୍ଭେମାନେ ଆମ୍ଭ ବିଷୟରେ କିଛି କଥା ଆଗରୁ ବୁଝି ସାରିଛ, ସେଥିପାଇଁ ଆମ୍ଭେ ଆଶା କରୁ ଯେ, ତୁମ୍ଭେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିବ। ତୁମ୍ଭେମାନେ ଏ କଥା ବୁଝି ପାରିବ ଯେ, ଯେପରି ବର୍ତ୍ତମାନ ତୁମ୍ଭେ ଆମ୍ଭ ପାଇଁ ଗର୍ବ କରୁଛ, ସେହିପରି ଆମ୍ଭ ପ୍ରଭୁ ଯୀଶୁ ଆସିବା ଦିନ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଗର୍ବ କରି ପାରିବୁ।

15 ମୋହର ଏହି ବିଶ୍ୱାସ ଥିବାରୁ ମୁଁ ପ୍ରଥମରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ୱାରା ତୁମ୍ଭେମାନେ ଦୁଇଥର ଆଶୀର୍ବାଦ ଲାଭ କରିବ। 16 ମାକିଦନିଆ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖିବା ପାଇଁ ଯୋଜନା କଲି। ମାକିଦନିଆରୁ ଫେରିଲା ବେଳେ ମଧ୍ୟ ପୁନର୍ବାର ତୁମ୍ଭମାନଙ୍କ ପାଖକୁ ଆସିବି। ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦା ଦେଶକୁ ପ୍ରସ୍ଥାନ କରିବି। 17 ତୁମ୍ଭେମାନେ କ’ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲାବେଳେ ମୁଁ ପ୍ରକୃତରେ ଚିନ୍ତା କରି ନ ଥିଲି? ବା ଜାଗତିକ ଜ୍ଞାନରେ କରିଥିଲି, ଯେ ଏକା ସମୟରେ “ହଁ, ହଁ” କହୁଥିବା ଓ “ନା, ନା” ମଧ୍ୟ କହୁଥିବି।

18 କିନ୍ତୁ ଯଦି ତୁମ୍ଭେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ, ତାହାହେଲେ ତୁମ୍ଭେମାନେ ବିଶ୍ୱାସ କରିପାର ଯେ, ଆମ୍ଭେ ଯାହା କହୁ ତାହାର ଉତ୍ତର “ହଁ” ଓ “ନା” ଉଭୟ ହୋଇ ପାରିବ ନାହିଁ। 19 ମୁଁ ଏବଂ ସିଲ୍ୱାନ୍ ଓ ତୀମଥିଙ୍କ ଦ୍ୱାରା ପ୍ରଗ୍ଭରିତ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଉଭୟ “ହଁ’ ଓ “ନା’ ଏକ ସମୟରେ କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ସର୍ବଦା “ହଁ” କଥା “ହଁ” ହୁଏ। 20 କାରଣ ପରମେଶ୍ୱର ଯେଉଁ ସମସ୍ତ ପ୍ରତିଜ୍ଞା କରିଛନ୍ତି, ସେ ଖ୍ରୀଷ୍ଟଙ୍କଠାରେ ସେ ସବୁଗଡ଼ିକ “ହଁ” ହୋଇଛି। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ମହିମା ନିମନ୍ତେ ଖ୍ରୀଷ୍ଟଙ୍କ ନାମରେ “ଆମେନ୍” ବୋଲି କହିଥାଉ। 21 କେବଳ ପରମେଶ୍ୱର ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଦୃଢ଼ କରି ରଖନ୍ତି। ପରମେଶ୍ୱର ତାହାଙ୍କର ବିଶେଷ ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତି। 22 ସେ ଆମ୍ଭଠାରେ ନିଜ ଅଧିକାରର ମୋହର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦେବେ।

23 ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି। 24 ପରମେଶ୍ୱର ଏଥିର ସାକ୍ଷୀ। ମୋ’ କହିବା ଉଦ୍ଦେଶ୍ୟ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ୱାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭେମାନେ ବିଶ୍ୱାସରେ ଦୃଢ଼ କିନ୍ତୁ ଆମ୍ଭେମାନେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

Oriya Bible: Easy-to-Read Version (ERV-OR)

2010 by World Bible Translation Center